LibreOffice-Suite-Calc/C3/Using-Charts-and-Graphs/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ Calc-ସ୍ପ୍ରେଡ୍ ଶୀଟ୍ସରେ ଚାର୍ଟ୍ସ ପ୍ରବେଶ କରିବା ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:11 ଚାର୍ଟ୍ସ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବା
00:14 ଚାର୍ଟ୍ସ ରିସାଇଜ୍ ଓ ମୁଭ୍ କରିବା
00:18 ଏଠାରେ ଆମେ ଉବୁଣ୍ଟୁ ଲିନକ୍ସ ଭର୍ସନ୍ 10.04 ଓ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ 3.3.4 ବ୍ୟବହାର କରୁଛୁ |
00:27 ଲିବର୍ ଅଫିସ୍ କାଲ୍କରେ ବିଭିନ୍ନ ଭ୍ୟୁୟିଙ୍ଗ୍ ଅପ୍ସନ୍ସ ବିଷୟରେ ଶିକ୍ଷାରୁ ଆରମ୍ଭ କରିବା |
00:32 ପାଠକମାନଙ୍କୁ ସୂଚନା ବ୍ୟକ୍ତ କରିବା ପାଇଁ ଚାର୍ଟ୍ସ ଶକ୍ତିଶାଳୀ ମାର୍ଗ ହୋଇପାରେ |
00:37 ଆପଣଙ୍କ ଡାଟା ପାଇଁ ଲିବର୍ ଅଫିସ୍ କାଲ୍କ ଅନେକ ଚାର୍ଟ ଫର୍ମାଟ୍ ଦେଇଥାଏ |
00:43 କାଲ୍କ ବ୍ୟବହାର କରି ଆପଣ ଚାର୍ଟ୍ସକୁ ଅନେକାଂଶରେ କଷ୍ଟମାଇଜ୍ ମଧ୍ୟ କରିପାରିବେ |
00:48 ଆମର 'personal finance tracker.ods' ଶୀଟ୍ ଖୋଲନ୍ତୁ
00:53 ଓ ଶୀଟ୍ ରେ ଉଲ୍ଲିଖିତ ପ୍ରତ୍ୟେକ ଆଇଟମ୍ ଉପରେ ହୋଇଥିବା ଖର୍ଚ୍ଚର ପରିମାଣ ଭରନ୍ତୁ |
00:59 “E3” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ ରେ କ୍ଲିକ୍ କରି “6500” ଭାବରେ ରାଶି ଭରନ୍ତୁ |
01:06 ଏବେ କଲମ୍ ରେ ତଳକୁ ଯାଇ ଆମେ “E4”,”E5”,”E6” ଓ “E7” ଭାବେ ନିର୍ଦ୍ଦିଷ୍ଟ ସେଲ୍ସରେ କ୍ରମଶଃ “1000”,”625”,”310” ଓ “2700” ଟାଇପ୍ କରିବା |
01:26 ଏହାପରେ ଆମେ ଶୀଟ୍ ରେ ତାଲିକାଭୁକ୍ତ ସମସ୍ତ ଜିନିଷ ପାଇଁ ପ୍ରାପ୍ତ କରିଥିବା ରାଶି ଭରିବା |
01:31 ତେଣୁ, “F3” ସେଲ୍ ରେ କ୍ଲିକ୍ କରି “500” ଭାବରେ ରାଶି ଭରନ୍ତୁ |
01:37 ଏବେ ଏହି କଲମ୍ ର ତଳକୁ ଯାଇ ଆମେ “F4”,”F5”,”F6” ଓ “F7” ଭାବେ ନିର୍ଦ୍ଦିଷ୍ଟ ହୋଇଥିବା ସେଲ୍ସରେ କ୍ରମଶଃ “200”,”75”,”10” ଓ “700” ଭାବରେ ରାଶି ଟାଇପ୍ କରିବା |
01:54 ଏହି ଟେବଲ୍ ପାଇଁ ଚାର୍ଟ କିପରି କ୍ରିଏଟ୍ କରାଯାଏ, ଆସନ୍ତୁ ଶିଖିବା |
01:58 ଏକ ଚାର୍ଟ କ୍ରିଏଟ୍ କରିବା ପାଇଁ, ଆମକୁ ପ୍ରଥମେ ଚାର୍ଟରେ ଅନ୍ତର୍ଭୁକ୍ତ ହେବାକୁ ଥିବା ଡାଟା ସିଲେକ୍ଟ କରିବାକୁ ହେବ |
02:04 “SN” ସେଲ୍ ଉପରେ କ୍ଲିକ୍ କରନ୍ତୁ ଓ ମାଉସ୍ ବଟନ୍ କୁ ନଛାଡ଼ି “700” ଲେଖାଥିବା ଶେଷ ପର୍ଯ୍ୟନ୍ତ କର୍ସର୍ ଡ୍ରାଗ୍ କରି ଆଣନ୍ତୁ |
02:14 ଏବେ, ମେନୁବାର୍ ରେ ଥିବା “Insert” ଅପ୍ସନ୍ ଉପରେ କ୍ଲିକ୍ କରି “Chart” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
02:21 ଦେଖନ୍ତୁ, ତାରିଖ ସହିତ ଡିଫଲ୍ଟ ଚାର୍ଟ ୱର୍କଶୀଟ୍ ରେ ଇନ୍ସର୍ଟ ହୋଇଗଲା |
02:27 ତାହାସହିତ "Chart Wizard" ଡାୟଲଗ୍ ବକ୍ସ ଖୋଲିଲା |
02:32 ଡିଫଲ୍ଟ ଚାର୍ଟଟି ସିଲେକ୍ଟ ହେଲା ବୋଲି "Chart Wizard" ଦେଖାଏ |
02:36 "Chart Wizard"ରେ ହୋଇଥିବା ପରିବର୍ତ୍ତନକୁ ଦେଖାଇବା ପାଇଁ ଏହି ଡିଫଲ୍ଟ ଚାର୍ଟ ଅପଡେଟ୍ସ କରେ |
02:42 "Chart Wizard" ଡାୟଲଗ୍ ବକ୍ସରେ ତିନୋଟି ମୁଖ୍ୟ ପାର୍ଟ୍ସ ଅଛି, ଚାର୍ଟ ତିଆରି କରିବାରେ ଜଡ଼ିତ ଥିବା ପଦକ୍ଷେପ, ଚାର୍ଟ ପ୍ରକାରର ପସନ୍ଦ ଓ ପ୍ରତ୍ୟେକ ଚାର୍ଟ ପ୍ରକାର ପାଇଁ ଅପ୍ସନ୍ |
02:55 “3D Look” ଅପ୍ସନ୍ ଚେକ୍ କରି ଜଣେ ଚାର୍ଟକୁ ଥ୍ରୀ ଡାଇମେନ୍ସନ୍ ରେ ମଧ୍ୟ ପ୍ରଦର୍ଶିତ କରିପାରିବ |
03:03 ଏହି ଅପ୍ସନ୍ସ ଦେଖିବା |
03:05 ଆମେ “Choose a chart type” ଫିଲ୍ଡରେ ଥିବା “Bar” ଅପ୍ସନ୍ ରେ କ୍ଲିକ୍ କରିବା |
03:11 ଦେଖନ୍ତୁ, ସାମ୍ପଲ୍ ଚାର୍ଟ, ଟେବଲ୍ ରେ ଥିବା ଡାଟାକୁ “Bar” ଫର୍ମାଟ୍ ରେ ପ୍ରଦର୍ଶିତ କରୁଛି |
03:19 ସମାନ ଭାବରେ ଆପଣ ଅନ୍ୟାନ୍ୟ ଅପ୍ସନ୍ସ, ଯେପରି “Pie”, <pause> “Area”, <pause> “Bubble” <pause>
03:28 ଓ “Choose a chart type field”ରେ ଥିବା ଅନ୍ୟ ଅନେକ ଅପ୍ସନ୍ସରେ କ୍ଲିକ୍ କରି ଆବଶ୍ୟକ ଚାର୍ଟ ଟାଇପ୍ ପ୍ରାପ୍ତ କରିପାରିବେ |
03:35 “Steps” ଅପ୍ସନ୍ ଅନ୍ତର୍ଗତ “Data Range” ନାମକ ଆଉ ଏକ ଅପ୍ସନ୍ ଅଛି |
03:40 ଏହି ଅପ୍ସନ୍ ବ୍ୟବହାର କରି ଆପଣ ଚାର୍ଟରେ ରଖିବାକୁ ଚାହୁଁଥିବା ଡାଟାର ରେଞ୍ଜ୍ କୁ ମାନୁଆଲୀ ଏଡିଟ୍ କରିପାରିବେ |
03:48 ଡାଟା ପ୍ଲଟ୍ କରିବାର ଡିଫଲ୍ଟ ଅପ୍ସନ୍ ହେଉଛି “Data series in columns” |
03:54 ଏହା ପରିବର୍ତ୍ତେ ଆମେ “Data series in rows” ବ୍ୟବହାର କରି ଆମେ ଚାହୁଁଥିବା ଡାଟା ରଖିବାର ମାର୍ଗ ମଧ୍ୟ ପରିବର୍ତ୍ତନ କରିପାରିବା |
04:02 ଡାଟା ପ୍ରଦର୍ଶନ ପାଇଁ ଆପଣ “Column” ପରି ଚାର୍ଟର ଷ୍ଟାଇଲ୍ ବ୍ୟବହାର କରିବାକୁ ଚାହୁଁଥିବା କ୍ଷେତ୍ରରେ ଏହା ଉପଯୋଗୀ ଅଟେ |
04:10 ଶେଷରେ ଆପଣ ଚୟନ କରିପାରିବେ ଯେ, ଆପଣ “First row as label” ବ୍ୟବହାର କରିବାକୁ ଚାହୁଁଛନ୍ତି
04:24 ନା “First column as label”,
04:28 କିମ୍ୱା ଚାର୍ଟର ଅକ୍ଷରେ ଲେବଲ୍ ଭାବରେ ଉଭୟକୁ |
04:34 ପୁଣିଥରେ କଲମ୍ ରେ ଥିବା ଡାଟା ସିରିଜ୍ ଉପରେ କ୍ଲିକ୍ କରନ୍ତୁ |
04:38 ଏବେ, ଆମ ସାମ୍ପଲ୍ ଚାର୍ଟରେ, “Received” ହେଡିଙ୍ଗ୍ ରେ ଥିବା ଡାଟାକୁ ଯଦି ଆମେ କାଢ଼ିବାକୁ ଚାହିଁବା, ଆମେ ତାହା ପ୍ରଥମେ “Data range” ଫିଲ୍ଡ ଭିତରେ କ୍ଲିକ୍ କରି
04:49 ଓ ତାହାପରେ ରେଞ୍ଜକୁ “$A$1 is to $F$7” ରୁ “$A$1 is to $D$7”କୁ ଏଡିଟ୍ କରି, କରିପାରିବା |
05:03 ଦେଖନ୍ତୁ, “Received” ହେଡିଙ୍ଗ୍ ତଳେ ଥିବା ଡାଟା ଚାର୍ଟରେ ଆଉ ନାହିଁ |
05:11 “Data Series” କ’ଣ କରେ ଆସନ୍ତୁ ଏବେ ଦେଖିବା |
05:15 ଧ୍ୟାନଦିଅନ୍ତୁ ଯେ, ଆମ ସ୍ପ୍ରେଡ୍ ଶୀଟ୍ ରେ ଡାଟାର ସମୁଦାୟ ରୋକୁ ପ୍ରତିନିଧିତ୍ୱ କରି ଏଠାରେ ୫ଟି ରୋ ଅଛି |
05:21 “Add” and “Remove” ବଟନ୍ସ, ଚାର୍ଟରୁ ଡାଟାର ରୋଗୁଡ଼ିକୁ ମିଶାଇବାକୁ କିମ୍ୱା କାଢ଼ିବାରେ ଆମକୁ ସାହାଯ୍ୟ କରିଥାଏ |
05:29 “Up” and “Down” ବଟନ୍ସ ବ୍ୟବହାର କରି ଆମେ ଡାଟାକୁ ପୁନଃ-ବ୍ୟବସ୍ଥିତ ମଧ୍ୟ କରିପାରିବା |
05:34 ଚାର୍ଟରେ କ’ଣ ଓ କିପରି ଡାଟା ରହିବ, ତାହାର ଚୟନ କରିବା ପରେ ଡାୟଲଗ୍ ବକ୍ସରେ ଥିବା “Finish” ବଟନ୍ ରେ କ୍ଲିକ୍ କରନ୍ତୁ |
05:43 ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ ଇନ୍ସର୍ଟ ହୋଇଯାଇଥିବାର ଆପଣ ଦେଖୁଛନ୍ତି |
05:47 ସ୍ପ୍ରେଡ୍ ଶୀଟ୍ ରେ ଚାର୍ଟ୍ସ କିପରି ଇନ୍ସର୍ଟ କରାଯାଏ ଶିଖିବା ପରେ
05:51 ଏବେ ଆମେ, ଚାର୍ଟ କିପରି ଫର୍ମାଟ୍ କରାଯାଏ, ଶିଖିବା |
05:56 “Format” ମେନୁରେ ଫର୍ମାଟିଙ୍ଗ୍ ପାଇଁ ଓ
06:00 ଚାର୍ଟର ଆପିଅରେନ୍ସ ସଜାଡ଼ିବା ପାଇଁ ଅନେକ ଅପ୍ସନ୍ସ ଅଛି |
06:04 ଚାଲନ୍ତୁ, ସ୍ପ୍ରେଡ୍ ଶୀଟ୍ ରେ ଆମେ ଇନ୍ସର୍ଟ କରିଥିବା ଚାର୍ଟ ଫର୍ମାଟ୍ କରିବା |
06:08 ଚାର୍ଟରେ ଡବଲ୍ କ୍ଲିକ୍ କରନ୍ତୁ, ଯେଉଁଥିରୁ ତାହା ଗ୍ରେ ବର୍ଡର୍ ଦ୍ୱାରା ଆବଦ୍ଧ ହୋଇଯିବ |
06:13 ଏହା “Edit”ମୋଡ୍ ରେ ଅଛି ବୋଲି ସୂଚିତ କରେ |
06:18 ଏବେ, ମେନ୍ ମେନୁରେ ଥିବା “Format” ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
06:22 ଦେଖନ୍ତୁ, ଡ୍ରପ୍ ଡାଉନ୍ ମେନୁରେ ଅନେକ ସଂଖ୍ୟକ ଫର୍ମାଟିଙ୍ଗ୍ ଅପ୍ସନ୍ସ ରହିଛି, ଯେପରି “Format Selection”, “Position and Size”, “Arrangement”, “Chart Wall” , “Chart Area” ଓ ଆହୁରି ଅନେକ |
06:37 ଚାର୍ଟର ପୋଜିଶନିଙ୍ଗ୍, ଆରେଞ୍ଜିଙ୍ଗ୍, ବ୍ୟାକଗ୍ରାଉଣ୍ଡ୍ ଓ ଟାଇଟଲ୍ ଫର୍ମାଟିଙ୍ଗ୍ ପାଇଁ ସେଗୁଡ଼ିକର ବ୍ୟବହାର କରାଯାଏ |
06:44 ବାରମ୍ୱାର ବ୍ୟବହୃତ ହେଉଥିବା ଅପ୍ସନ୍ ଗୁଡ଼ିକ ବିଷୟରେ ଆମେ ଗୋଟିଏ ଗୋଟିଏ କରି ଶିଖିବା |
06:49 “Format Selection” ଅପ୍ସନ୍, “Chart Area” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଖୋଲେ |
06:56 ଏଥିରେ ୩ଟି ଟ୍ୟାବ୍ସ ଅଛି, ଯଥା - “Borders”, “Area” ଓ “Transparency”|
07:03 ଡିଫଲ୍ଟ ଭାବେ “Borders” ଟ୍ୟାବ୍ ସିଲେକ୍ଟ ହୋଇଥାଏ |
07:07 ଚାଲନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ କରିବା |
07:11 ଏହା କରିବାକୁ, “Style” ଫିଲ୍ଡରେ କ୍ଲିକ୍ କରି “Continuous” ଚୟନ କରନ୍ତୁ |
07:16 ତାହାପରେ “Color” ଫିଲ୍ଡରେ “Green” ଉପରେ କ୍ଲିକ୍ କରନ୍ତୁ |
07:21 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
07:26 ଦେଖନ୍ତୁ, ଚାର୍ଟ ବର୍ଡର୍ ର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
07:31 ଚାର୍ଟର ଟାଇଟଲ୍ ଓ ତାହାର ଅକ୍ଷକୁ “Title” ଅପ୍ସସ୍ନ୍ ଫର୍ମାଟ୍ କରିଥାଏ |
07:36 “Axis” ଅପ୍ସନ୍, ଚାର୍ଟ କ୍ରିଏଟ୍ କରୁଥିବା ଲାଇନ୍ ଗୁଡ଼ିକ ସହିତ
07:41 ଉଭୟ X ଓ Y ଅକ୍ଷରେ ପ୍ରଦର୍ଶିତ ହେଉଥିବା ଟେକ୍ସଟ୍ ର ଫଣ୍ଟ ମଧ୍ୟ ଫର୍ମାଟ୍ କରେ |
07:46 ଅନ୍ୟ ଅପ୍ସନ୍ ଗୁଡ଼ିକ କ’ଣ କରନ୍ତି ଜାଣିବା ପାଇଁ ପରେ ନିଜେ ସେଗୁଡ଼ିକ ଏକ୍ସପ୍ଲୋର୍ କରନ୍ତୁ |
07:53 ଚାର୍ଟ ଏରିଆର ବ୍ୟାକଗ୍ରାଉଣ୍ଡ ଚେଞ୍ଜ୍ କରିବା ପାଇଁ ମଧ୍ୟ କାଲ୍କ ଏକ ଅପ୍ସନ୍ ପ୍ରଦାନ କରେ |
07:58 ମୁଖ୍ୟ ଟାଇଟଲ୍ ଓ କୀ’ ସହିତ ଚାର୍ଟ ଗ୍ରାଫିକ୍ ଚାରିପଟେ ଥିବା ଏରିଆକୁ ଚାର୍ଟ ଏରିଆ କୁହାଯାଏ |
08:05 ଚାର୍ଟ ଏରିଆ ଫର୍ମାଟ୍ କରିବାକୁ “Format” ଅପ୍ସନ୍ ଉପରେ କ୍ଲିକ୍ କରି “Chart Wall” ସିଲେକ୍ଟ କରନ୍ତୁ |
08:12 “Chart Wall” ହେଡିଙ୍ଗ୍ ଥିବା ଏକ ଡାୟଲଗ୍ ବକ୍ସ ଦେଖାଦେବ |
08:17 “Style” ଫିଲ୍ଡ “Continuous” ଦେଖାଇବ, ଯେହେତୁ ଏହା ଆମର ଶେଷ ପସନ୍ଦ ଥିଲା |
08:22 “Color” ଫିଲ୍ଡରେ “Red” କ୍ଲିକ୍ କରନ୍ତୁ |
08:26 ଆମେ ସାଇଜ୍ କୁ ମଧ୍ୟ “0.20”cmକୁ ପରିବର୍ତ୍ତନ କରିବା |
08:31 “OK” ବଟନ୍ ରେ କ୍ଲିକ୍ କରନ୍ତୁ |
08:35 ଦେଖନ୍ତୁ, ଚାର୍ଟ ଏରିଆର ଷ୍ଟାଇଲ୍ ଓ କଲର୍ ଚେଞ୍ଜ୍ ହୋଇଗଲା |
08:41 ଏହାପରେ ଆମେ ଏକ ଚାର୍ଟରେ ଏଲେମେଣ୍ଟଗୁଡ଼ିକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ଶିଖିବା |
08:46 ଏକ ଚାର୍ଟ ରିସାଇଜ୍ କରିବା ପାଇଁ, ସାମ୍ପଲ୍ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
08:51 ଚାର୍ଟ ଚାରିପଟେ ଗ୍ରୀନ୍ ହ୍ୟାଣ୍ଡଲ୍ସ ଦେଖାଦେବ |
08:54 ଚାର୍ଟର ଆକାର ବଢ଼ାଇବା କିମ୍ୱା କମାଇବା ପାଇଁ, ଚାର୍ଟର ଚାରିପଟ କୋଣରେ ଥିବା ମାର୍କର୍ ଗୁଡ଼ିକ ମଧ୍ୟରୁ ଗୋଟିଏ ଉପରେ କ୍ଲିକ୍ କରି ଡ୍ରାଗ୍ କରନ୍ତୁ |
09:03 ଏକ ଚାର୍ଟ ଘୁଞ୍ଚାଇବା ପାଇଁ ପ୍ରଥମେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
09:07 ଏବେ, ଚାର୍ଟ ଉପରେ ଯେକୌଣସି ସ୍ଥାନକୁ କର୍ସର୍ ନିଅନ୍ତୁ |
09:11 କର୍ସର୍, ଏକ ହାତରେ ପରିବର୍ତ୍ତିତ ହୋଇଯିବ |
09:14 କ୍ଲିକ୍ କରି ଚାର୍ଟକୁ ଚାହୁଁଥିବା ସ୍ଥାନକୁ ଘୁଞ୍ଚାନ୍ତୁ | ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
09:20 ଚାର୍ଟଟି ଘୁଞ୍ଚିଗଲା !
09:24 ଏହାପରେ “Position and Size” ଡାୟଲଗ୍ ବକ୍ସ ବ୍ୟବହାର କରି ଚାର୍ଟ ରିସାଇଜିଙ୍ଗ୍ ବିଷୟରେ ଶିଖିବା |
09:30 ପୁଣିଥରେ ଚାର୍ଟ ଉପରେ କ୍ଲିକ୍ କରନ୍ତୁ |
09:33 ଏବେ, ଚାର୍ଟ ଉପରେ ରାଇଟ୍ କ୍ଲିକ୍ କରି କଣ୍ଟେକ୍ସଟ୍ ମେନୁରୁ “Position and Size” ସିଲେକ୍ଟ କରନ୍ତୁ |
09:40 “Position and Size” ଡାୟଲଗ୍ ବକ୍ସ ଖୋଲେ |
09:44 ଏଥିରେ, ଚାର୍ଟର ଦୈର୍ଘ୍ୟ ଓ ପ୍ରସ୍ତ ସମେତ 'X' ଓ 'Y' ପୋଜିଶନ୍ ସେଟ୍ କରିବା ପାଇଁ ବିଭିନ୍ନ ଫିଲ୍ଡସ୍ ଅଛି |
09:52 ଚାଲନ୍ତୁ, ଆମ ଚାର୍ଟ ପାଇଁ 'X' କୁ “1.00” ଓ 'Y' କୁ “0.83”ରେ ସେଟ୍ କରିବା |
10:02 “OK” କ୍ଲିକ୍ କରନ୍ତୁ |
10:04 ଚାର୍ଟ ଏରିଆ ମଧ୍ୟରେ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକ ମଧ୍ୟରେ ଚାର୍ଟ ନିଜକୁ ନିଜ ପୋଜିଶନ୍ କରିଥିବାର ଆମେ ଦେଖୁ |
10:12 ଏହା ଆମକୁ ସ୍ପୋକନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
10:16 ସଂକ୍ଷିପ୍ତରେ ଆମେ ଶିଖିଲେ, କିପରି: ଚାର୍ଟ କ୍ରିଏଟ୍, ଏଡିଟ୍ ଓ ଫର୍ମାଟ୍ କରିବେ |
10:21 ସ୍ପ୍ରେଡ୍ ଶୀଟ୍ ମଧ୍ୟରେ ଚାର୍ଟକୁ କିପରି ରିସାଇଜ୍ ଓ ମୁଭ୍ କରାଯାଏ, ତାହା ମଧ୍ୟ ଶିଖିଲେ |
10:27 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
10:29 “practice.ods” ସ୍ପ୍ରେଡ୍ ଶୀଟ୍ ଖୋଲନ୍ତୁ |
10:34 ଡାଟା ପାଇଁ ଏକ "Pie chart" ଇନ୍ସର୍ଟ କରନ୍ତୁ |
10:37 ଚାର୍ଟକୁ ରିସାଇଜ୍ କରନ୍ତୁ ଓ ଶୀଟ୍ର ତଳ ଡାହାଣପଟ କୋଣକୁ ଘୁଞ୍ଚାନ୍ତୁ |
10:42 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
10:46 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
10:50 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
10:54 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
10:56 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
11:00 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
11:04 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜିକୁ ଲେଖନ୍ତୁ (contact@spoken-tutorial.org) |
11:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
11:15 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
11:23 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ
11:26 ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)
11:34 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମସହିତ ଜଡିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

PoojaMoolya, Pradeep