LibreOffice-Suite-Calc/C2/Introduction-to-LibreOffice-Calc/Oriya

From Script | Spoken-Tutorial
Jump to: navigation, search
Time Narration
00:00 ଲିବର୍ ଅଫିସ୍ Calcର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା:
00:08 Calcର ପରିଚୟ
00:12 Calcରେ ଥିବା ବିଭିନ୍ନ ଟୁଲ୍ ବାର୍ସ
00:16 ଏକ ନୂଆ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
00:18 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ
00:21 ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ କରିବେ ଓ ବନ୍ଦ କରିବେ |
00:26 ଲିବର୍ ଅଫିସ୍ Calc ହେଉଛି ଲିବର୍ ଅଫିସ୍ ସୁଟ୍ ର ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ |
00:32 ଯେପରି ରାଇଟର୍ ଟେକ୍ସଟ୍ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ, ସେହିପରି ସ୍ପ୍ରେଡଶିଟ୍ ସଂଖ୍ୟାତ୍ମକ ଇନଫର୍ମେଶନ୍ ସହିତ ବ୍ୟାପକ ଭାବେ କାର୍ଯ୍ୟ କରେ |
00:40 ଏହାକୁ ସଂଖ୍ୟାଗୁଡ଼ିକର ଭାଷା ପାଇଁ ଏକ ସଫ୍ଟୱେର୍ କୁହାଯାଇପାରେ |
00:44 ଏହା, ମାଇକ୍ରୋସଫ୍ଟ ଅଫିସ୍ ସୁଟ୍ ରେ ଥିବା ମାଇକ୍ରୋସଫ୍ଟ ଏକ୍ସେଲ୍ ସମକକ୍ଷ ଅଟେ |
00:49 ଏହା ମାଗଣା ଓ ଓପନ୍ ସୋର୍ସ ସଫ୍ଟୱେର୍ ହୋଇଥିବାରୁ ଏହାର ନକଲ, ପୁନଃବ୍ୟବହାର ଓ ବିତରଣ ଉପରେ କୌଣସି ପ୍ରତିବନ୍ଧକ ନାହିଁ |
00:57 ଲିବର୍ ଅଫିସ୍ ସୁଟ୍ ଆରମ୍ଭ କରିବାକୁ ହେଲେ ଆପଣଙ୍କୁ, ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବରେ ମାଇକ୍ରୋସଫ୍ଟ ୱିଣ୍ଡୋସ୍ ୨୦୦୦ ଓ ଏହାର ଉଚ୍ଚତର ଭର୍ସନ୍, ଯେପରି MS ୱିଣ୍ଡୋସ୍ XP କିମ୍ୱା MS ୱିଣ୍ଡୋସ୍ ୭ ବ୍ୟବହାର କରିପାରିବେ କିମ୍ୱା ଆପଣ GNU/ଲିନକ୍ସ ବ୍ୟବହାର କରିପାରିବେ |
01:14 ଏଠାରେ ଆମେ ନିଜର ଅପରେଟିଙ୍ଗ୍ ସିଷ୍ଟମ୍ ଭାବେ ଉବୁଣ୍ଟୁ ଲିନକ୍ସ ୧୦.୦୪ ଏବଂ ଲିବର୍ ଅଫିସ୍ ସୁଟ୍ ଭର୍ସନ୍ ୩.୩.୪ ବ୍ୟବହାର କରୁଛୁ |
01:26 ଯଦି ଆପଣଙ୍କର ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ ହୋଇନାହିଁ, ତେବେ ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ବ୍ୟବହାର କରି Calc ଇନଷ୍ଟଲ୍ କରିହେବ |
01:35 ସିନେପ୍ଟିକ୍ ପ୍ୟାକେଜ୍ ମ୍ୟାନେଜର୍ ଉପରେ ଅଧିକ ବିବରଣୀ ପାଇଁ, ଦୟାକରି ଉବୁଣ୍ଟୁ ଲିନକ୍ସ ଟ୍ୟୁଟୋରିଆଲ୍ସକୁ ରେଫର୍ କରନ୍ତୁ ଓ ଏହି ୱେବସାଇଟ୍ ରେ ଥିବା ନିର୍ଦ୍ଦେଶ ପାଳନ ଦ୍ୱାରା ଲିବର୍ ଅଫିସ୍ ସୁଟ୍ ଡାଉନଲୋଡ୍ କରନ୍ତୁ |
01:50 ଲିବର୍ ଅଫିସ୍ ସୁଟ୍ ର ପ୍ରଥମ ଟ୍ୟୁଟୋରିଆଲ୍ ରେ ସବିଶେଷ ନିର୍ଦ୍ଦେଶ ଉପଲବ୍ଧ ଅଛି |
01:56 ମନେରଖନ୍ତୁ, ଇନଷ୍ଟଲ୍ କରିବା ସମୟରେ ’Calc’ ଇନଷ୍ଟଲ୍ କରିବା ପାଇଁ ’କମ୍ପ୍ଲିଟ୍’ ଅପ୍ସନ୍ ବ୍ୟବହାର କରନ୍ତୁ |
02:01 ଯଦି ଆପଣ ଲିବର୍ ଅଫିସ୍ ସୁଟ୍ ଇନଷ୍ଟଲ୍ କରିସାରିଥା’ନ୍ତି, ତେବେ ସ୍କ୍ରୀନ୍ ର ଉପର ବାମପଟ କୋଣରେ ’ଆପ୍ଲିକେଶନ୍’ ଅପ୍ସନ୍ ଉପରେ କ୍ଲିକ୍ କରି “ଅଫିସ୍” ଓ ତାହାପରେ “ଲିବର୍ ଅଫିସ୍” ଅପ୍ସନ୍ ଉପରେ କ୍ଲିକ୍ କରି ଲିବର୍ ଅଫିସ୍ Calc ପାଇପାରିବେ |
02:17 ବିଭିନ୍ନ ଲିବର୍ ଅଫିସ୍ କମ୍ପୋନେଣ୍ଟ୍ ସହିତ ଏକ ନୂଆ ଡାୟଲଗ୍ ବକ୍ସ ଖୋଲିବ |
02:22 ଲିବର୍ ଅଫିସ୍ Calc ଆକ୍ସେସ୍ କରିବା ପାଇଁ, ନୂଆ ଡାୟଲଗ୍ ବକ୍ସରେ ଥିବା ସ୍ପ୍ରେଡଶିଟ୍ କମ୍ପୋନେଣ୍ଟ୍ ଉପରେ କ୍ଲିକ୍ କରନ୍ତୁ |
02:30 ଏହା, ମୁଖ୍ୟ Calc ୱିଣ୍ଡୋରେ ଏକ ଖାଲି ଡକ୍ୟୁମେଣ୍ଟ୍ ଖୋଲିବ |
02:35 ବର୍ତ୍ତମାନ Calc ୱିଣ୍ଡୋର ମୁଖ୍ୟ କମ୍ପୋନେଣ୍ଟ ବିଷୟରେ ଶିଖିବା |
02:40 Calcରେ ଥିବା ଡକ୍ୟୁମେଣ୍ଟ୍ କୁ ଏକ ୱର୍କବୁକ୍ କୁହାଯାଏ | ଏକ ୱର୍କବୁକ୍ ରେ ଅନେକ ଶିଟ୍ସ ଥାଏ, ଯାହାକୁ ସ୍ପ୍ରେଡଶିଟ୍ କୁହାଯାଏ |
02:48 ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ସେଲ୍ସ Rows ଓ Columnରେ ବ୍ୟବସ୍ଥିତ ହୋଇଥାଏ | ପ୍ରତ୍ୟେକ Row ସଂଖ୍ୟା ଦ୍ୱାରା ଏବଂ ପ୍ରତ୍ୟେକ Column ଗୋଟିଏ ଅକ୍ଷର ଦ୍ୱାରା ନିର୍ଦ୍ଧାରିତ ହୋଇଥାଏ |
02:58 ଏକ ନିର୍ଦ୍ଦିଷ୍ଟ Cell, ଯାହା Row ଓ Columnର ଏକ ଇଣ୍ଟରସେକ୍ସନ୍ କୁ ସନ୍ଦର୍ଭିତ କରିଥାଏ, ତାହାର ଉପଯୁକ୍ତ Row ସଂଖ୍ୟା ଓ Column ଅକ୍ଷର ଦ୍ୱାରା ଚିହ୍ନଟ ହୋଇଥାଏ |
03:09 Cells, ବିନ୍ୟାସ ଓ ପ୍ରଦର୍ଶନ ପାଇଁ ଅଧିକ ତଥ୍ୟ ଉପାଦାନ ଓ ଟେକ୍ସଟ୍, ସଂଖ୍ୟା, ସୂତ୍ର ପରି ସୂଚନା ରଖିପାରେ |
03:18 ପ୍ରତ୍ୟେକ ସ୍ପ୍ରେଡଶିଟ୍ ରେ ଅନେକ ଶିଟ୍ସ ଓ ପ୍ରତ୍ୟେକ ଶିଟ୍ ରେ ଏକ ମିଲିୟନ୍ ରୁ ସାମାନ୍ୟ ଅଧିକ Rows ଏବଂ ଏକ ହଜାର Columns ଥାଇପାରେ, ଯାହା ଆମକୁ ଏକ ସିଙ୍ଗଲ୍ ଶିଟ୍ ରେ ଏକ ବିଲିୟନ୍ ରୁ ଅଧିକ କିମ୍ୱା ଶହେ କୋଟି Cells ପ୍ରଦାନ କରିଥାଏ |
03:33 Calc ୱିଣ୍ଡୋରେ ଟାଇଟଲ୍ ବାର୍, ମେନୁ ବାର୍, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍, ଫର୍ମାଟିଙ୍ଗ୍ ବାର୍, ଫର୍ମୁଲ ବାର୍ ଓ ଷ୍ଟାଟସ୍ ବାର୍ ପରି ବିଭିନ୍ନ ବାର୍ସ ଅଛି |


03:45 ଏହିସବୁ ଟୁଲ୍ ବାର୍ସ ବ୍ୟତୀତ, ଶୀର୍ଷରେ “ଇନପୁଟ୍ ଲାଇନ୍” ଓ “ନେମ୍ ବକ୍ସ” ନାମରେ ଦୁଇଟି ଅତିରିକ୍ତ ଫିଲ୍ଡ ଅଛି |
03:54 ଟୁଲ୍ ବାର୍ସରେ ଅଧିକାଂଶ ସାଧାରଣ ଭାବେ ବ୍ୟବହୃତ ଅପ୍ସନ୍ସ ରହିଥାଏ, ଯାହା ବିଷୟରେ ଆମେ ଟ୍ୟୁଟୋରିଆଲ୍ ଅଗ୍ରଗତି ସହିତ ଜାଣିବା |
04:02 ଶିଟ୍ ୧, ଶିଟ୍ ୨ ଓ ଶିଟ୍ ୩ ନାମରେ ସ୍ପ୍ରେଡଶିଟ୍ ର ବାମ କୋଣରେ ତିନୋଟି ଶିଟ୍ ଟ୍ୟାବ୍ ଥିବାର ଦେଖନ୍ତୁ |
04:13 ଭିଜିବଲ୍ ଶିଟ୍ ରେ ଧଳା ଟ୍ୟାବ୍ ସହିତ ପ୍ରତ୍ୟେକ ପୃଥକ୍ ଶିଟ୍ ଆକ୍ସେସ୍ କରିବାକୁ ଏହି ଟ୍ୟାବ୍ ଗୁଡ଼ିକ ଏନାବଲ୍ କରିଥାଏ |
04:21 ଅନ୍ୟ ଶିଟ୍ ଟ୍ୟାବ୍ ରେ କ୍ଲିକ୍ କଲେ ସେହି ନିର୍ଦ୍ଦିଷ୍ଟ ଶିଟ୍ ଟି ପ୍ରଦର୍ଶିତ ହୋଇଥାଏ ଓ ତାହାର ଟ୍ୟାବ୍ ଧଳା ହୋଇଯାଏ |
04:28 ସ୍ପ୍ରେଡଶିଟ୍ ର ମୁଖ୍ୟ ସ୍ଥାନ, ଯେଉଁଠାରେ ଡାଟା ଏଣ୍ଟର୍ କରାଯାଏ, ସେଥିରେ ଗ୍ରିଡ୍ ଆକାରରେ ବିଭିନ୍ନ Cells ରହିଥାଏ | Column ଓ Rowର ମଧ୍ୟଭାଗରେ ପ୍ରତ୍ୟେକ Cell ରହିଥାଏ |
04:41 Columnsର ଉପର ଭାଗରେ ଓ Rowsର ବାମ ତଳ ଭାଗରେ, ଅକ୍ଷର ଓ ସଂଖ୍ୟା ଥିବା ଗ୍ରେ ବକ୍ସମାନ ରହିଛି | ଏଗୁଡ଼ିକ ହେଉଛି Column ଓ Row ହେଡର୍ସ |
04:53 Column “A”ରୁ ଆରମ୍ଭ ହୋଇ ଡାହାଣକୁ ଯାଏ ଓ Row “1”ରୁ ଆରମ୍ଭ ହୋଇ ତଳକୁ ଯାଏ |
05:01 ଏହିସବୁ Column ଓ Row ହେଡର୍ସ, “ନେମ୍ ବକ୍ସ” ଫିଲ୍ଡରେ ପ୍ରଦର୍ଶିତ Cell ରେଫରେନ୍ସ ଗଠନ କରନ୍ତି |
05:07 Calcରେ ବିଭିନ୍ନ କମ୍ପୋନେଣ୍ଟ ବିଷୟରେ ଶିଖିବା ପରେ Calcରେ ଏକ ନୂଆ ଡକ୍ୟୁମେଣ୍ଟ କିପରି ଖୋଲିବାକୁ ହୁଏ, ଶିଖିବା |
05:17 ଆପଣ “New” ଆଇକନ୍ ରେ କ୍ଲିକ୍ କରି କିମ୍ୱା File -> New ଅପ୍ସନ୍ ଓ ଶେଷରେ Spreadsheet ରେ କ୍ଲିକ୍ କରି ଏକ ନୂଆ ଡକ୍ୟୁମେଣ୍ଟ୍ ଓପନ୍ କରିପାରିବେ >
05:33 ଉଭୟ ମାମଲାରେ ଏକ ନୂଆ Calc ୱିଣ୍ଡୋ ଖୋଲିବାର ଆପଣ ଦେଖିବେ |
05:39 Spreadsheetରେ ଏକ Personal Finance Tracker କିପରି ଗଠନ କରାଯାଏ, ଆମେ ଏବେ ଶିଖିବା |
05:45 ଏକ spreadsheetର କିଛି cellsରେ କିପରି ଡେଟା ଏଣ୍ଟର୍ କରାଯାଏ, ଦେଖିବା |
05:50 Spreadsheetର ପ୍ରଥମ ଫର୍ଦ୍ଦରେ ଥିବା A1 ଭାବରେ ସନ୍ଦର୍ଭିତ cellରେ କ୍ଲିକ୍ କରନ୍ତୁ |
05:56 ଆମେ SN ହେଡିଙ୍ଗ୍ ଟାଇପ୍ କରିବା, ଯାହା spreadsheetରେ କ୍ରମିକ ସଂଖ୍ୟାକୁ ପ୍ରତିନିଧିତ୍ୱ କରିବ |
06:05 ଏବେ B1 ଉପରେ କ୍ଲିକ୍ କରି ଅନ୍ୟେକ ହେଡିଙ୍ଗ୍ Items ଟାଇପ୍ କରନ୍ତୁ |
06:11 ଆମେ ବ୍ୟବହାର କରିବାକୁଥିବା ସମସ୍ତ ଆଇଟମ୍ ର ନାମ Spreadsheetରେ ଏହି ହେଡିଙ୍ଗ୍ ଅନ୍ତର୍ଗତ ରହିବ |
06:18 ସେହିପରି ଭାବେ, ଗୋଟିଏ ପରେ ଗୋଟିଏ କରି C1, D1, E1. F1 ଓ G1 ଉପରେ କ୍ଲିକ୍ କରି ହେଡିଙ୍ଗ୍ ଭାବରେ କ୍ରମଶଃ Cost, Spent, Received, Date ଓ Account ଲେଖନ୍ତୁ |
06:33 ପରେ ଏହି Columnsରେ ଆମେ ଡେଟା ଇନ୍ସର୍ଟ କରିବା |
06:39 ଭବିଷ୍ୟତରେ ବ୍ୟବହାର ପାଇଁ ଏହାକୁ ସେଭ୍ କରିନିଅନ୍ତୁ |
06:44 File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରି ଫାଇଲ୍ କୁ ସେଭ୍ କରନ୍ତୁ |
06:51 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ, ଯାହାର Name ଫିଲ୍ଡ ଅନ୍ତର୍ଗତ ଆପଣ ନିଜ ଫାଇଲ୍ ନାମ ଏଣ୍ଟର୍ କରିବେ |
06:59 Personal Finance Tracker ଭାବେ ଫାଇଲ୍ ର ନାମ ଏଣ୍ଟର୍ କରନ୍ତୁ |
07:04 Name ଫିଲ୍ଡ ତଳେ Save in Folder ଫିଲ୍ଡ ଅଛି, ଯେଉଁଠାରେ ଆପଣ ସେଭ୍ ହୋଇଥିବା ଫାଇଲ୍ ଥିବା ଫୋଳ୍ଡର୍ ର ନାମ ଏଣ୍ଟର୍ କରିବେ |
07:14 Save in Folder ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
07:18 ଏକ ଫୋଲ୍ଡର୍ ତାଲିକା ପ୍ରଦର୍ଶିତ ହେବ, ଯେଉଁଠାରେ ଫାଇଲ୍ କୁ କେଉଁ ଫୋଲ୍ଡର୍ ରେ ସେଭ୍ କରିବେ, ତାହାର ଚୟନ କରନ୍ତୁ |
07:26 ଡେସ୍କଟପ୍ ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
07:28 ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
07:34 ଡାୟଲଗ୍ ବକ୍ସରେ ଥିବା File type ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
07:37 ଏହା ଫାଇଲ୍ ଟାଇପ୍ ଅପ୍ସନ୍ ବା ଫାଇଲ୍ ଏକ୍ସଟେନ୍ସନ୍ ଦେଖାଇବ, ଯାହା ଅନ୍ତର୍ଗତ ଆପଣ ନିଜ ଫାଇଲ୍ ସେଭ୍ କରିପାରିବେ |
07:46 ODF spreadsheet ହେଉଛି Calcର ଡିଫଲ୍ଟ ଫାଇଲ୍ ଟାଇପ୍, ଯାହା dot ods ଏକ୍ସଟେନ୍ସନ୍ ପ୍ରଦାନ କରିଥାଏ |
07:56 ODFର ଅର୍ଥ ହେଉଛି Open Document Format, ଯାହା ଓପନ୍ ଷ୍ଟାଣ୍ଡାର୍ଡ ଅଟେ |
08:01 ଲିବର୍ ଅଫିସ୍ Calcରେ ଖୋଲୁଥିବା dot ods ଫର୍ମାଟ୍ ରେ ସେଭ୍ କରିବା ବ୍ୟତୀତ, ଆପଣ ନିଜ ଫାଇଲ୍ କୁ dot xml, dot xlsx ଓ dot xls ଫର୍ମାଟ୍ ରେ ମଧ୍ୟ ସେଭ୍ କରିପାରିବେ, ଯାହା MS ଅଫିସ୍ ଏକ୍ସେଲ୍ ପ୍ରୋଗ୍ରାମ୍ ରେ ଖୋଲିପରିବ |
08:20 ଅଧିକାଂଶ ପ୍ରୋଗ୍ରାମ୍ ରେ ଖୋଲୁଥିବା ଅନ୍ୟଏକ ଲୋକପ୍ରିୟ ଫାଇଲ୍ ଏକ୍ସଟେନ୍ସନ୍ ହେଉଛି dot csv |
08:28 ଏହା spreadsheet ଡେଟାକୁ ଛୋଟ ଫାଇଲ୍ ସାଇଜ୍ ଓ ସହଜରେ ପରିଚାଳିତ ଟେକ୍ସଟ୍ ଫାଇଲ୍ ଫର୍ମାଟ୍ ରେ ଷ୍ଟୋର୍ କରିବା ପାଇଁ ବ୍ୟବହାର କରାଯାଇଥାଏ |
08:38 ODF spreadsheet ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
08:43 ଦେଖନ୍ତୁ, File Type ଅପ୍ସନ୍ ପାଖରେ ODF spreadsheet ଓ ବ୍ରାକେଟ୍ ରେ dot ods ପ୍ରଦର୍ଶିତ ହୋଇଛି |
08:53 Save କ୍ଲିକ୍ କରନ୍ତୁ |
08:55 ଏହା, ଟାଇଟଲ୍ ବାର୍ ରେ ଆପଣଙ୍କ ପସନ୍ଦର ଫାଇଲ୍ ନାମ ଓ ଏକ୍ସଟେନ୍ସନ୍ ସହିତ ଆପଣଙ୍କୁ ପୁଣି Calc ୱିଣ୍ଡୋକୁ ଫେରାଇନିଏ |
09:03 ଉପରୋକ୍ତ ଆଲୋଚିତ ଫର୍ମାଟ୍ସ ଅତିରିକ୍ତେ, spreadsheetକୁ ଏକ ୱେବ୍ ପେଜ୍ ଫର୍ମାଟ୍ dot html ରେ ମଧ୍ୟ ସେଭ୍ କରିହେବ |
09:13 ପୂର୍ବ ବର୍ଣ୍ଣିତ ମାର୍ଗରେ ଏହାକୁ କରିହେବ |
09:18 ମେନୁବାର୍ ରେ ଥିବା File ଓ ତା’ପରେ Save As ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:24 ଏବେ, File Type ଅପ୍ସନ୍ ରେ କ୍ଲିକ୍ କରି HTML ଡକ୍ୟୁମେଣ୍ଟ୍ ଓ ବ୍ରାକେଟ୍ ରେ OpenOfiice dot org Calc ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
09:36 ଏହା, ଡକ୍ୟୁମେଣ୍ଟ୍ କୁ dot html ଏକ୍ସଟେନ୍ସନ୍ ପ୍ରଦାନ କରିବ |
09:41 Save କ୍ଲିକ୍ କରନ୍ତୁ |
09:44 ଡାୟଲଗ୍ ବକ୍ସରେ ଥିବା “ଆସ୍କ ହ୍ୱେନ୍ ନଟ୍ ସେଭିଙ୍ଗ୍ ଇନ୍ ODF ଫର୍ମାଟ୍” ଅପ୍ସନ୍ ଉପରେ ଏକ ଛକ ଦିଅନ୍ତୁ |
09:50 “କୀପ୍ କରେଣ୍ଟ୍ ଫର୍ମାଟ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
09:54 ଡଟ୍ html ଏକ୍ସଟେନ୍ସନ୍ ସହିତ ଡକ୍ୟୁମେଣ୍ଟ୍ ଟି ସେଭ୍ ହେବାର ଆପଣ ଦେଖିବାକୁ ପାଇବେ |
10:00 ଆମେ ଯଦି ଆମର Spreadsheetକୁ ୱେବ୍ ପେଜ୍ ଭାବରେ ଦେଖାଇବାକୁ ଚାହୁଁଥିବା, ତେବେ ଏହି ଫର୍ମାଟ୍ ବ୍ୟବହୃତ ହୋଇଥାଏ |
10:10 The document can also be exported to PDF format by simply clicking on the “Export Directly as PDF” option in the standard tool bar. As before,

ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ଏକ୍ସପୋର୍ଟ ଡାଇରେକ୍ଟଲୀ ଆଜ୍ PDF” ଅପ୍ସନ୍ ରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ PDF ଫର୍ମାଟ୍ ରେ ଏକ୍ସପୋର୍ଟ କରିହେବ | ପୂର୍ବପରି,

10:20 ଆପଣ ସେଭ୍ କରିବାକୁ ଚାହୁଁଥିବା ସ୍ଥାନ ବାଛନ୍ତୁ |
10:24 “ଫାଇଲ୍” ଅପ୍ସନ୍ ଉପରେ କ୍ଲିକ୍ କରି “ଏକ୍ସପୋର୍ଟ ଆଜ୍ pdf” ଅପ୍ସନ୍ ଉପରେ କ୍ଲିକ୍ କରି ମଧ୍ୟ ଏହିପରି କରାଯାଇପାରିବ |
10:33 ପ୍ରଦର୍ଶିତ ଡାୟଲଗ୍ ବକ୍ସରେ, “ଏକ୍ସପୋର୍ଟ” ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ସେଭ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
10:40 ଏକ PDF ଫାଇଲ୍ କ୍ରିଏଟ୍ ହୋଇଯିବ |
10:44 “ଫାଇଲ୍” ଓ ତାହାପରେ “କ୍ଲୋଜ୍” ଉପରେ କ୍ଲିକ୍ କରି ଡକ୍ୟୁମେଣ୍ଟ୍ କୁ ବନ୍ଦ କରନ୍ତୁ |
10:50 ଏହାପରେ, ଲିବର୍ ଅଫିସ୍ Calcରେ ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲାଯାଏ, ତାହା ଶିଖିବା |
10:56 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ ଖୋଲିବା ପାଇଁ, “ଫାଇଲ୍” ମେନୁ ଉପରେ କ୍ଲିକ୍ କରନ୍ତୁ ଓ ତାହାପରେ “ଓପନ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
11:06 ସ୍କ୍ରୀନ୍ ରେ ଏକ ଡାୟଲଗ୍ ବକ୍ସ ପ୍ରଦର୍ଶିତ ହେବ |
11:09 ଏଠାରେ, ନିଜ ଡକ୍ୟୁମେଣ୍ଟ୍ ସେଭ୍ କରିଥିବା ଫୋଲ୍ଡର୍ କୁ ଖୋଜନ୍ତୁ |
11:14 So click on the small pencil button at the top left corner of the dialog box. It has the name, “Type a file name”.

ଡାୟଲଗ୍ ବକ୍ସର ଉପର ବାମ କୋଣରେ ଥିବା “ଟାଇପ୍ ଏ ଫାଇଲ୍ ନେମ୍” ନାମକ ଛୋଟ ପେନସିଲ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ |

11:23 ଏହା ଏକ “ଲୋକେଶନ୍ ବାର୍” ଫିଲ୍ଡ ଖୋଲିବ |
11:25 ଏଠାରେ, ଆପଣ ଖୋଜୁଥିବା ଫାଇଲ୍ ର ନାମ ଟାଇପ୍ କରନ୍ତୁ |
11:30 ଫାଇଲ୍ ର ନାମ ଭାବରେ “Personal Finance Tracker” ଲେଖନ୍ତୁ |
11:35 ପ୍ରଦର୍ଶିତ ଫାଇଲ୍ ନାମ ତାଲିକା ମଧ୍ୟରୁ Personal Finance Tracker dor ods ବାଛନ୍ତୁ |
11:43 “ଓପନ୍” ବଟନ୍ ଉପରେ କ୍ଲିକ୍ କରନ୍ତୁ |
11:45 Personal Finance Tracker.ods ଫାଇଲ୍ ଖୋଲିବାର ଆପଣ ଦେଖିବେ |
11:51 ଟୁଲ୍ ବାର୍ ରେ ଥିବା “ଓପନ୍” ଆଇକନ୍ ଉପରେ କ୍ଲିକ୍ କରି ଓ ସମାନ ଭାବରେ ଆଗାମୀ ପ୍ରକ୍ରିୟା କରି ମଧ୍ୟ ଆପଣ ଏକ ବିଦ୍ୟମାନ ଫାଇଲ୍ କୁ ଖୋଲିପାରିବେ |
12:02 ମାଇକ୍ରୋସଫ୍ଟ ଏକ୍ସେଲ୍ ଦ୍ୱାରା ବ୍ୟବହୃତ dot xls ଓ dot xlsx ଏକ୍ସଟେନ୍ସନ୍ ଫାଇଲ୍ ମଧ୍ୟ ଆପଣ Calcରେ ଖୋଲିପାରିବେ |
12:13 ଏହାପରେ, ଏକ ଫାଇଲ୍ କୁ କିପରି ମୋଡିଫାଏ ଓ ସମାନ ଫାଇଲ୍ ନାମରେ କିପରି ସେଭ୍ କରିହୁଏ, ତାହା ଦେଖିବା |
12:20 ତେଣୁ, ହେଡିଙ୍ଗ୍ ଗୁଡ଼ିକୁ ବୋଲ୍ଡ କରି ଓ ସେଗୁଡ଼ିକର ଫଣ୍ଟ ସାଇଜ୍ ବଢ଼ାଇ ଫାଇଲ୍ କୁ ମୋଡିଫାଏ କରିବା |
12:26 ତେଣୁ ପ୍ରଥମେ A1 ସନ୍ଦର୍ଭିତ cell ଉପରେ କ୍ଲିକ୍ କରନ୍ତୁ | SN, Cost, Spent, Received, Date ଓ Account ହେଡିଙ୍ଗ୍ସ ଉପରେ ବାମ ମାଉସ୍ ବଟନ୍ କ୍ଲିକ୍ କରି ପୂରା ହେଡିଙ୍ଗ୍ସ ଉପରେ ଟାଣନ୍ତୁ |
12:42 ଏହା ଟେକ୍ସଟ୍ କୁ ସିଲେକ୍ଟ କରି ହାଇଲାଇଟ୍ କରିଦେବ | ବର୍ତ୍ତମାନ ବାମ ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ | ଟେକ୍ସଟ୍ ତଥାପି ହାଇଲାଇଟ୍ ହୋଇ ରହିବ | ବର୍ତ୍ତମାନ, ଷ୍ଟାଣ୍ଡାର୍ଡ ଟୁଲ୍ ବାର୍ ରେ ଥିବା “ବୋଲ୍ଡ” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
12:56 ଏହିପରି ଭାବେ ହେଡିଙ୍ଗ୍ସ ବୋଲ୍ଡ ହୋଇଯିବ |
12:59 ବର୍ତ୍ତମାନ ହେଡିଙ୍ଗ୍ସ ର ଫଣ୍ଟ୍ ସାଇଜ୍ ବଢ଼ାଇବା |
13:03 ହେଡିଙ୍ଗ୍ସ ସିଲେକ୍ଟ କରନ୍ତୁ ଓ “ଫଣ୍ଟ୍ ସାଇଜ୍” ଫିଲ୍ଡର ଡାଉନ୍ ଆରୋ ଉପରେ କ୍ଲିକ୍ କରନ୍ତୁ |
13:09 ଡ୍ରପ୍ ଡାଉନ୍ ମେନୁରେ, “୧୪” ଉପରେ କ୍ଲିକ୍ କରନ୍ତୁ |
13:13 ହେଡିଙ୍ଗ୍ ସାଇଜ୍ ବୃଦ୍ଧି ପାଇଥିବାର ଆପଣ ଦେଖିବେ |
13:17 ବର୍ତ୍ତମାନ ଫଣ୍ଟ ଷ୍ଟାଇଲ୍ ଚେଞ୍ଜ୍ କରିବା |
13:21 “ଫଣ୍ଟ୍ ନେମ୍” ଫିଲ୍ଡରେ ଥିବା ଡାଉନ୍ ଆରୋ ଉପରେ କ୍ଲିକ୍ କରି ଫଣ୍ଟ ନାମ ଭାବରେ “Bitsream”କୁ ସିଲେକ୍ଟ କରନ୍ତୁ |
13:31 ଆବଶ୍ୟକୀୟ ମୋଡିଫିକେଶନ୍ କରିବା ପରେ “ସେଭ୍” ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
13:36 ଡକ୍ୟୁମେଣ୍ଟ୍ କୁ ସେଭ୍ କରିସାରିବା ପରେ ଯଦି ଆପଣ ଏହାକୁ ବନ୍ଦ କରିବାକୁ ଚାହାଁନ୍ତି, ତେବେ “ଫାଇଲ୍” ମେନୁ ଉପରେ କ୍ଲିକ୍ କରି “କ୍ଲୋଜ୍” ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ |
13:46 ଏହା ଫାଇଲ୍ କୁ ବନ୍ଦ କରିଦେବ |
13:50 ଏହା ଆମକୁ, ଲିବର୍ ଅଫିସ୍ Calc ଉପରେ ସ୍ପୋକେନ୍ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
13:54 ସଂକ୍ଷେପରେ ଆମେ ଯାହା ଶିଖିଲେ:
13:57 Calc ର ପରିଚୟ |
14:01 ରାଇଟର୍ ରେ ଥିବା ବିଭିନ୍ନ ଟୁଲ୍ ବାର୍ସ |
14:04 Calc ରେ କିପରି ଏକ ନୂଆ ଡକ୍ୟୁମେଣ୍ଟ୍ କୁ ଖୋଲିବେ |
14:07 ଏକ ବିଦ୍ୟମାନ ଡକ୍ୟୁମେଣ୍ଟ୍ କୁ କିପରି ଖୋଲିବେ |
14:10 Calc ରେ ଏକ ଡକ୍ୟୁମେଣ୍ଟ୍ କୁ କିପରି ସେଭ୍ ଓ ବନ୍ଦ କରିବେ |
14:14 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ୍ Calc ରେ ଏକ ନୂଆ ଡକ୍ୟୁମେଣ୍ଟ୍ ଖୋଲନ୍ତୁ |
14:20 “Spreadsheet practice.ods” ନାମରେ ଏହାକୁ ସେଭ୍ କରନ୍ତୁ
14:25 ହେଡିଙ୍ଗ୍ସ ଭାବରେ Serial Number, Name, Department ଓ Salary ଲେଖନ୍ତୁ |
14:31 ହେଡିଙ୍ଗ୍ସକୁ ଅଣ୍ଡରଲାଇନ୍ କରନ୍ତୁ | ଫଣ୍ଟ୍ ସାଇଜ୍ ୧୬କୁ ବୃଦ୍ଧି କରନ୍ତୁ | ଫାଇଲ୍ କୁ ବନ୍ଦ କରନ୍ତୁ |
14:39 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
14:42 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସାରାଂଶିତ କରିଥାଏ |
14:45 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
14:49 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
14:52 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାଗୁଡ଼ିକର ଆୟୋଜନ କରିଥା’ନ୍ତି |
14:59 ଅନଲାଇନ୍ ପରୀକ୍ଷାରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦେଇଥା’ନ୍ତି |
15:00 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
15:05 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟଟି ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
15:10 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
15:17 ଏହି ମିଶନ୍ ଉପରେ ଅଧିକ ବିବରଣୀ
15:21 “ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଅର୍ଗ ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋରେ ଉପଲବ୍ଧ
15:28 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep