LibreOffice-Suite-Base/C4/Database-Maintenance/Oriya

From Script | Spoken-Tutorial
Jump to: navigation, search
Time Narration
00:00 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:04 ଏହି ଟ୍ୟୁଟୋରିଆଲରେ ଆମେ କିପରି, ଗୋଟିଏ ଡେଟାବେସର ପରିଚାଳନା, ଡେଟାବେସର ରୂପାନ୍ତର, ଗୋଟିଏ ଡେଟାବେସକୁ ଡିଫ୍ରାଗମେଣ୍ଟ କରିବା ଏବଂ ବ୍ୟାକ ଅପ୍ ନେବା ବିଷୟରେ ଶିଖିବା
00:19 ଡେଟାବେସ୍ ପରିଚାଳନା-
00:21 ଗୋଟିଏ Base ଡେଟାବେସର ଜୀବନକାଳ ମଧ୍ୟରେ, ଡେଟାକୁ ଅଦ୍ୟତମ, ବିଶ୍ଵସନୀୟ ଓ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ନେବା ଆବଶ୍ୟକ
00:31 ଏହା ସହିତ ସାମ୍ପ୍ରତିକ ଡେଟାକୁ ରଖିବା ପାଇଁ data structureକୁ ରୂପାନ୍ତର କରିବା ଏବଂ formଗୁଡିକୁ ଅପଡେଟ୍ କରିବା ମଧ୍ୟ ଜରୁରୀ ଅଟେ
00:41 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ନିର୍ମିତ ହୋଇଥିବା Library ଡେଟାବେସର ଉଦାହରଣକୁ ଚାଲନ୍ତୁ ଦେଖିବା
00:48 ପ୍ରାରମ୍ଭରେ ଏହି ଡେଟାବେସରେ books, members ଓ books issued ପାଇଁ ଟେବୁଲଗୁଡିକ ଥିଲା
00:55 ଏବଂ ଏହି ଡେଟାବେସର ଷ୍ଟ୍ରକଚରକୁ ଆଧାର କରି ଉଦାହରଣ ପାଇଁ ଫର୍ମ, କ୍ଵେରୀ ଓ ରିପୋର୍ଟଗୁଡିକୁ ନିର୍ମାଣ କରାଯାଇଥିଲା
01:03 ପରବର୍ତ୍ତୀ ସୋପାନରେ, ଅନ୍ୟାନ୍ୟ ମେଡିଆ ଯେପରି DVDs ଓ CDsକୁ ରଖିବା ପାଇଁ ଏହାକୁ ପ୍ରସାରିତ କରାଗଲା
01:11 ତେଣୁ ଅଦ୍ୟତମ ଷ୍ଟ୍ରକଚରର ନିର୍ମାଣ ପାଇଁ, Library databaseକୁ ରୂପାନ୍ତର କରନ୍ତୁ
01:16 ଏଥିପାଇଁ, Media ନାମକ ଅନ୍ୟ ଏକ ଟେବୁଲକୁ ଯୋଗ କରନ୍ତୁ
01:21 ଏବଂ Media ଟେବୁଲରେ DVD ଓ CD ସମ୍ବନ୍ଧିତ ସୁଚନାକୁ ଷ୍ଟୋର୍ କରାଯାଇଛି
01:28 ଏହିପରି, ଆବଶ୍ୟକ ସ୍ଥଳେ ପରିବର୍ତ୍ତନ କରିବା ଦ୍ଵାରା ଡେଟାବେସ୍ ଅଧିକ ବ୍ୟବହାର ଯୋଗ୍ୟ ଓ up-to-date ହୋଇଛି
01:39 tableକୁ ପରିବର୍ତ୍ତନ କରିବା ସହିତ, ବ୍ୟବହାରର ସହଜତା ପାଇଁ ଫର୍ମଗୁଡିକୁ ମଧ୍ୟ ରୂପାନ୍ତର କରିବା ଆବଶ୍ୟକ ଅଟେ
01:47 କିମ୍ବା ନୁତନ ଟେବୁଲ ଷ୍ଟ୍ରକଚର୍ ସହିତ ଖାପ ଖୁଆଇଲା ଭଳି ନୁତନ ଫର୍ମଗୁଡିକୁ ନିର୍ମାଣ କରିପାରିବେ
01:54 ଉଦାହରଣସ୍ଵରୂପ, ଯଦି ବହିର ଡେଟାଗୁଡିକୁ ପ୍ରବେଶ କରିବା ପାଇଁ ଗୋଟିଏ form ଅଛି, ଏହାକୁ DVDs ଓ CDsର ଡେଟା ପ୍ରବେଶ ପାଇଁ ମଧ୍ୟ ରୂପାନ୍ତର କରିପାରିବେ
02:08 ଏଠାରେ ମେଡିଆଗୁଡିକ ଯେପରି books କିମ୍ବା DVDs କିମ୍ବା CDsକୁ ଚୟନ କରିବା ପାଇଁ ଅପଶନ୍ ବଟନଗୁଡିକୁ ମଧ୍ୟ ଯୋଗ କରିପାରିବେ
02:19 କିମ୍ବା, କେବଳ DVD ଓ CD ମେଡିଆର ଡେଟା ପ୍ରବେଶ ପାଇଁ ଅନୁମତିପ୍ରାପ୍ତ ଗୋଟିଏ ନବନିର୍ମିତ ଫର୍ମକୁ ଯୋଗ କରିପାରିବେ
02:28 ସେହିପରି, ପରିବର୍ତ୍ତୀତ ଡେଟା ଷ୍ଟ୍ରକଚରକୁ ଆଧାର କରି କ୍ଵେରୀ ଓ ରିପୋର୍ଟଗୁଡିକୁ ରୂପାନ୍ତର କିମ୍ବା ନୂଆଗୁଡିକୁ ଯୋଗ କରିବା ଆବଶ୍ୟକ
02:39 ଏବଂ ବେଳେବେଳେ ବିଦ୍ୟମାନ ଥିବା ଟେବୁଲ ଷ୍ଟ୍ରକଚରଗୁଡିକୁ ରୂପାନ୍ତର କରିବା ଆବଶ୍ୟକ ହୋଇଥାଏ
02:45 ଉଦାହରଣସ୍ଵରୂପ, Members ଟେବୁଲକୁ ଦେଖନ୍ତୁ ଯାହା Libraryରେ ଥିବା ସମସ୍ତ ମେମ୍ବରମାନଙ୍କୁ ତାଲିକାଭୁକ୍ତ କରିଥାଏ
02:53 ଏହା ବର୍ତ୍ତମାନ କେବଳ ସେମାନଙ୍କର ନାମ ଓ ଫୋନ୍ ନମ୍ବରଗୁଡିକୁ ଷ୍ଟୋର୍ କରିଥାଏ
02:58 ବର୍ତ୍ତମାନ, ଯଦି ସେମାନଙ୍କ ଠିକଣା ଏବଂ ସିଟୀର ବିବରଣିକୁ ମଧ୍ୟ ଷ୍ଟୋର୍ କରିବାକୁ ପଡେ ତେବେ Members ଟେବୁଲର ଷ୍ଟ୍ରକଚରକୁ ରୂପାନ୍ତର କରିବା ଆବଶ୍ୟକ
03:09 ଏଥିପାଇଁ, SQL ସିଣ୍ଟାକ୍ସକୁ ବ୍ୟବହାର କରିପାରିବେ ଯେପରି:
03:15 ALTER TABLE Members ADD Address TEXT, ADD City TEXT
03:22 ତେଣୁ, ALTER TABLE ଷ୍ଟେଟମେଣ୍ଟ ଟେବୁଲ ଷ୍ଟ୍ରକଚରକୁ ପରିବର୍ତ୍ତନ କରିବା ସହ ଦୁଇଟି ନୁତନ କଲମକୁ ଯୋଗ କରିବ:
03:30 Address ଓ City ଯାହା TEXT ଡେଟାକୁ ଧାରଣ କରିବ
03:36 ଟେବୁଲ ଷ୍ଟ୍ରକଚରକୁ ସୃଷ୍ଟି ଓ ଅଲଟର୍ କରିବା ଉପରେ ଅଧିକ ବିବରଣି ପାଇଁ hsqldb.org/ ୱେବସାଇଟକୁ ଯା’ନ୍ତୁ
03:47 ସ୍କ୍ରୀନ୍ ଉପରେ ପ୍ରଦର୍ଶିତ url ଆଡ୍ରେସକୁ ବ୍ୟବହାର କରନ୍ତୁ
03:52 ତା’ପରେ ଚାଲନ୍ତୁ ଦେଖିବା, Base ଡେଟାବେସକୁ କିପରି ରଖିବେ ଯାହାଦ୍ଵାରା ଏହାକୁ ବିଶ୍ଵାସର ସହ ବ୍ୟବହାର କରାଯାଇପାରିବ
03:59 ବେଳେବେଳେ, Base କମ୍ ସଂଖ୍ୟକ ରେକର୍ଡ ତୂଳନାରେ ଗୋଟିଏ ବିଶାଳ ମେମୋରୀ ଆବଶ୍ୟକ କରିଥାଏ
04:08 ଏହାର କାରଣ ହେଉଛି, Base ଆଗୁଆ କିଛି ପରିମାଣର ମେମୋରୀକୁ ଧାରଣ କରିଥାଏ, ଯାହା ଡେଟାବେସ୍ ଆବଶ୍ୟକ କରିପାରେ
04:17 ଏବଂ ଟେବୁଲଗୁଡିକରେ ଡେଟା ଯେଉଁ ଭଳି ଦୃଶ୍ୟମାନ ହେଉଥା’ନ୍ତି ଠିକ୍ ସେହି କ୍ରମରେ ଷ୍ଟୋର୍ ହୋଇନ’ଥାନ୍ତି
04:26 କାରଣ ଡେଟା ବିଭିନ୍ନ ସମୟରେ ଟେବୁଲଗୁଡିକରେ ଯୋଗ କରାଯାଇଥାଏ, ସେମାନଙ୍କ ପ୍ରକୃତ ଷ୍ଟୋରେଜ୍ ଗୋଟିଏ ନିର୍ଦ୍ଦିଷ୍ଟ କ୍ରମରେ ନ’ଥାଏ
04:36 ଟେବୁଲ୍ ଡେଟା ପାଇଁ indexଗୁଡିକୁ ବ୍ୟବହାର କରନ୍ତୁ, ଯେପରି ଲାଇବ୍ରେରୀର ବହିଗୁଡିକ ପାଇଁ ଗୋଟିଏ କ୍ୟାଟଲଗ୍ ବ୍ୟବହାର କରାଯାଏ
04:45 ଗୋଟିଏ କ୍ୟାଟଲଗ୍ ବହିଗୁଡିକର ତାଲିକା ସହ ସେମାନଙ୍କର ଉପସ୍ଥିତ ସ୍ଥାନକୁ ମଧ୍ୟ ଷ୍ଟୋର୍ କରିଥାଏ
04:53 ସେହିଭଳି, ଡେଟାକୁ ଦକ୍ଷତାର ସହ ଚିହ୍ନଟ କରିବା ପାଇଁ ଟେବୁଲ ଇଣ୍ଡେକ୍ସଗୁଡିକୁ ନିର୍ମାଣ କରନ୍ତୁ
05:00 କିନ୍ତୁ ଇଣ୍ଡେକ୍ସଗୁଡିକ ଅଧିକ ମେମୋରୀ ମଧ୍ୟ ନେଇପାରନ୍ତି
05:04 ଏବଂ ବେଳେବେଳେ, ଟେବୁଲ ଡେଟାକୁ ଡିଲିଟ୍ କରିବା ଦ୍ଵାରା ଡେଟା ସମ୍ପୂର୍ଣ୍ଣରୂପେ ଚାଲିଯାଏ ନାହିଁ
05:11 ସେମାନେ ଟେବୁଲ ଇଣ୍ଡେକ୍ସଗୁଡିକରୁ କେବଳ ବିଚ୍ଛିନ୍ନ ହେବା ସହିତ ସ୍ଥାନ ଅଧିକୃତ କରିଥା’ନ୍ତି ଯେପର୍ଯ୍ୟନ୍ତ ସେହି ସ୍ଥାନରେ ନୁତନ ଡେଟା ଯୋଗ ହୋଇନ’ଥାଏ
05:24 ତେଣୁ, ଡେଟାବେସର ଆକାର ବୃଦ୍ଧି ହେବାରେ ଲାଗିଥାଏ, ଯଦିଓ ଷ୍ଟୋର୍ ହୋଇଥିବା ପ୍ରକୃତ ଡେଟା ସେତେ ବଡ ନ’ଥାଏ
05:35 Baseରେ Defragmenting ନାମକ ଗୋଟିଏ ସୁନ୍ଦର ମାର୍ଗ ଉପଲବ୍ଧ ଅଛି
05:42 ଏଥିପାଇଁ, ଡିଫ୍ରାଗମେଣ୍ଟ ଆବଶ୍ୟକ କରୁଥିବା ଡେଟାବେସକୁ ଖୋଲନ୍ତୁ
05:49 LibreOffice Base ୱିଣ୍ଡୋ ମଧ୍ୟରେ Tools ମେନୁ ଉପରେ କ୍ଲିକ୍ କରିବା ସହ SQL sub menu ଉପରେ କ୍ଲିକ୍ କରନ୍ତୁ
06:01 ଏବଂ SQL ୱିଣ୍ଡୋରେ ନିମ୍ନଲିଖିତ କମାଣ୍ଡକୁ ଟାଇପ୍ କରନ୍ତୁ
06:07 CHECKPOINT DEFRAG
06:10 ଏହି SQL କମାଣ୍ଡ, Base ଡେଟାବେସ୍ ଫାଇଲରୁ ଅନାବଶ୍ୟକ ସୁଚନାକୁ ବାହାର କରିଦିଏ
06:19 ଏହା ପ୍ରଥମେ ଡେଟାବେସକୁ ବନ୍ଦ କରେ, ଡେଟାକୁ ରିଅର୍ଗାନାଇଜ୍ କରେ ଏବଂ ତା’ପରେ ଡେଟାବେସକୁ ପୁନର୍ବାର ଖୋଲିଥାଏ
06:27 ବର୍ତ୍ତମାନ, SQL ୱିଣ୍ଡୋରେ ଅନ୍ୟ ଏକ କମାଣ୍ଡକୁ ମଧ୍ୟ ବ୍ୟବହାର କରିପାରିବେ-
06:33 SHUTDOWN COMPACT
06:36 ଏଠାରେ କେବଳ ଗୋଟିଏ ମାତ୍ର ପାର୍ଥକ୍ୟ ଯେ ଏହି କମାଣ୍ଡ ଡେଟାବେସକୁ ପୁନର୍ବାର ଖୋଲିବ ନାହିଁ
06:43 ଡୀଫ୍ରାଗମେଣ୍ଟ ଉପରେ ଅଧିକ ସୁଚନା ପାଇଁ, hsqldb.orgରେ ଥିବା Chapter 11କୁ ଯା’ନ୍ତୁ
06:54 ଶେଷରେ, Backups ବିଷୟରେ ଆଲୋଚନା କରିବା ଯାହା ଗୋଟିଏ ଡେଟାବେସକୁ ସୁରକ୍ଷିତ ରଖିବାରେ ସାହାଯ୍ୟ କରେ
07:02 ଡେଟାବେସକୁ ହରାଇବାର କାରଣଗୁଡିକ ହେଉଛି
07:06 କମ୍ପ୍ୟୁଟର୍ କ୍ରାଶ୍ କରିବା, Hard disk drive ଖରାପ୍ ହୋଇଯିବା କିମ୍ବା Viral ସଂକ୍ରମଣ ଦ୍ଵାରା
07:14 LibreOfficeର ଗୋଟିଏ ଭଲ ପୁନରୁଦ୍ଧାର ୱିଜାର୍ଡ ଅଛି ଯାହା ଡେଟା ଲସକୁ କମ୍ କରିଥାଏ
07:20 କିନ୍ତୁ ସମୟ ସମୟରେ ଡେଟାବେସର ବ୍ୟାକଅପ୍ ନେବା ଗୋଟିଏ ବୁଦ୍ଧିମାନ କାମ ଅଟେ
07:26 ଏବଂ ଗୋଟିଏ ବ୍ୟାକଅପ୍ ନେବା ଅତି ସହଜ ଅଟେ
07:30 ଡେଟାବେସ୍ ଫାଇଲର କେବଳ ଗୋଟିଏ କପୀ କରିବା ଆବଶ୍ୟକ
07:34 ଏବଂ ଏହାକୁ ଗୋଟିଏ ଦ୍ଵିତୀୟ ମେଡିଆ ଷ୍ଟୋରେଜ ଯେପରି external hard disks କିମ୍ବା CDs କିମ୍ବା DVDs କିମ୍ବା flash drives ରେ ଷ୍ଟୋର୍ କରନ୍ତୁ
07:47 ତେଣୁ, Library databaseର ବ୍ୟାକଅପ୍ ନେବା ପାଇଁ, Library.odb ଫାଇଲ୍ ସେଭ୍ ହୋଇଥିବା ସ୍ଥାନକୁ ଚିହ୍ନଟ କରନ୍ତୁ
07:57 ଏବଂ ତା’ପରେ, ଫାଇଲକୁ ଗୋଟିଏ ଭିନ୍ନ hard disk drive କିମ୍ବା ଗୋଟିଏ flash drive ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ
08:08 ବର୍ତ୍ତମାନ, ଏହି ଗୋଟିଏ କପୀ ଓ ପେଷ୍ଟ କାର୍ଯ୍ୟ, ସମ୍ପୂର୍ଣ୍ଣ ଡେଟାବେସ୍ ସହିତ, ଡେଟା ଷ୍ଟ୍ରକଚର୍, ଡେଟା, ଫର୍ମ, କ୍ଵେରୀ ଓ
08:17 ରିପୋର୍ଟଗୁଡିକୁ ବ୍ୟାକଅପ୍ ନେବାରେ ସାହାଯ୍ୟ କରିଥାଏ
08:24 କେତେଥର ବ୍ୟାକଅପ୍ ନେବା ଆବଶ୍ୟକ?
08:28 ଡେଟା ଓ ଏହାର ଷ୍ଟ୍ରକଚର୍ ଅନୁସାରେ ଡେଟାବେସ୍ କେତେଥର ପରିବର୍ତ୍ତନ ହୋଇଛି, ଏହା ଉପରେ ନିର୍ଭର କରିଥାଏ
08:37 ଅର୍ଥ-କେତେଥର ଡେଟା add, update କିମ୍ବା delete ହୋଇଛି
08:42 ଏବଂ କେତେଥର ଟେବୁଲ୍ ଷ୍ଟ୍ରକଚର୍, ଫର୍ମ୍, କ୍ଵେରୀ କିମ୍ବା ରିପୋର୍ଟଗୁଡିକ ରୂପାନ୍ତର ହୋଇଛି
08:49 ତେଣୁ, ଡେଟାବେସର ବ୍ୟବହାର ବ୍ୟବଧାନ ଉପରେ ନିର୍ଭର କରି, ଦୈନିକ କିମ୍ବା ସାପ୍ତାହିକ ବ୍ୟାକଅପର ଗୋଟିଏ ତାଲିକା କରନ୍ତୁ
08:58 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି-
09:00 ଦୁଇଟି ନୁତନ କଲମ୍ Address ଓ Cityକୁ ଯୋଗ କରିବା ପାଇଁ Members ଟେବୁଲକୁ ଅଲଟର୍ କରନ୍ତୁ
09:08 ଉଭୟ କଲମର ଡେଟା ଟାଇପକୁ TEXT ନିଅନ୍ତୁ
09:13 Members ଟେବୁଲକୁ Data Entry ମୋଡରେ ଖୋଲନ୍ତୁ ଏବଂ କିଛି ନମୂନା ଆଡ୍ରେସ୍ ଓ ସିଟୀ ଡେଟାକୁ ପ୍ରବେଶ କରନ୍ତୁ
09:23 ତା’ପରେ, Library ଡେଟାବେସକୁ ଡିଫ୍ରାଗମେଣ୍ଟ କରନ୍ତୁ
09:27 ଶେଷରେ, Library ଡେଟାବେସର ଗୋଟିଏ ବ୍ୟାକଅପ୍ ନିଅନ୍ତୁ, ଯଦି ଗୋଟିଏ flash drive କିମ୍ବା ଅନ୍ୟ hard disk drive ଉପଲବ୍ଧ ଥାଏ, ତେବେ ଏହାକୁ ସେଭ୍ କରନ୍ତୁ
09:38 ଏହା ଆମକୁ, Database Maintenance in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:45 ସଂକ୍ଷିପ୍ତରେ ଆମେ ଶିଖିଲେ:
09:48 ଗୋଟିଏ ଡେଟାବେସକୁ ପରିଚାଳନା କରିବା
09:50 ଡେଟାବେସ୍ ଷ୍ଟ୍ରକଚରକୁ ରୂପାନ୍ତର କରିବା
09:54 ଗୋଟିଏ ଡେଟାବେସକୁ ଡିଫ୍ରାଗମେଣ୍ଟ କରିବା
09:56 ଏବଂ ବ୍ୟାକଅପ୍ ନେବା
09:58 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ,
10:03 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:10 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
10:15 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
10:20 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep