LibreOffice-Suite-Base/C4/Database-Design-Primary-Key-and-Relationships/Oriya
From Script | Spoken-Tutorial
Time | Narration |
00:00 | ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:04 | ଏହି ଟ୍ୟୁଟୋରିଆଲ୍ ପୂର୍ବ Database Design ଉପରେ ଥିବା ଟ୍ୟୁଟୋରିଆଲର ନିରନ୍ତରତା ଅଟେ |
00:10 | ଏବଂ ଏଠାରେ ଆମେ ନିମ୍ନଲିଖିତ ବିଷୟଗୁଡିକୁ ଶିଖିବା: |
00:13 | ଇନଫର୍ମେଶନ୍ ଆଇଟମଗୁଡିକୁ columnରେ ରୂପାନ୍ତର କରିବା |
00:17 | ପ୍ରାଇମେରୀ କୀଗୁଡିକୁ ନିର୍ଦ୍ଦିଷ୍ଟ କରିବା |
00:20 | table relationshipଗୁଡିକୁ ସେଟ ଅପ୍ କରିବା |
00:23 | ପୂର୍ବ ଟ୍ୟୁଟୋରିଆଲରେ, ଗୋଟିଏ ସରଳ Library application ପାଇଁ ଡେଟାବେସ୍ ଡିଜାଇନ୍ ପ୍ରକ୍ରିୟା ଆରମ୍ଭ କରିଥିଲେ |
00:30 | ପ୍ରଥମେ ଆମେ Library databaseର ନିର୍ମାଣର ଉଦ୍ଦେଶ୍ୟକୁ ନିର୍ଦ୍ଧରଣ କଲେ |
00:36 | ତା’ପରେ ଲାଇବ୍ରେରୀ ସମ୍ବନ୍ଧିତ ସୁଚନାଗୁଡିକୁ ପ୍ରାପ୍ତ କରିବା ଓ ସେଗୁଡିକୁ ସଂଗଠିତ କରିବା ପ୍ରକ୍ରିୟାକୁ ଜାରିରଖିଲେ ଏବଂ |
00:44 | ସୁଚନାଗୁଡିକୁ Tables ମଧ୍ୟରେ ବିଭକ୍ତ କରିଦେଲେ |
00:49 | ତେଣୁ, ଲାଇବ୍ରେରୀ ଡେଟାବେସରେ ଚାରୋଟି ଟେବୁଲକୁ ଚିହ୍ନଟ କରିଥିଲେ, ସେଗୁଡିକ ହେଲେ: Books, Authors, Publications ଓ Members |
01:00 | ପରବର୍ତ୍ତୀ ସୋପାନକୁ ଯିବା ଯେଉଁଠି ଇନଫର୍ମେଶନ୍ ଆଇଟମଗୁଡିକୁ columnsରେ ପରିବର୍ତ୍ତନ କରିବା |
01:07 | ଏଠାରେ, ପ୍ରତ୍ୟେକ tableରେ କେଉଁ ସୁଚନାକୁ ଷ୍ଟୋର୍ କରିବାକୁ ଚାହାଁନ୍ତି, ତାହା ନିଶ୍ଚିତ କରନ୍ତୁ |
01:13 | ପ୍ରତ୍ୟେକ ଇନଫର୍ମେଶନ୍ ଆଇଟମ ଯାହା ପୂର୍ବେ ଚିହ୍ନଟ କରାଯାଇଥିଲା, ତାହା ଗୋଟିଏ fieldରେ ରୂପାନ୍ତର ହୋଇଯାଇଛି ଏବଂ ଟେବୁଲ ମଧ୍ୟରେ ଗୋଟିଏ କଲମ୍ ଭାବେ ପ୍ରଦର୍ଶିତ ହୋଇଛି |
01:23 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଇମେଜ୍ ଭଳି, Books ଟେବୁଲର ପାଞ୍ଚୋଟି column ଅଛି ଯାହାକୁ fields ମଧ୍ୟ କୁହାଯାଏ |
01:31 | ତେଣୁ, ଏଠାରେ ପ୍ରତ୍ୟେକ ରୋ’ କିମ୍ବା record ଏହାର କଲମଗୁଡିକରେ କେବଳ ଗୋଟିଏ ବହିର ସୁଚନାକୁ ଧାରଣ କରିଥାନ୍ତି |
01:40 | ସେହିପରି, Authors ଟେବୁଲ ମଧ୍ୟରେ ଥିବା ପ୍ରତ୍ୟେକ ରେକର୍ଡ କେବଳ ଗୋଟିଏ ଅଥର୍ ବିଷୟରେ ସୁଚନାକୁ ଧାରଣ କରିଥାଏ |
01:49 | ଏବଂ Publishers ଟେବୁଲ ମଧ୍ୟରେ ଥିବା ପ୍ରତ୍ୟେକ ରେକର୍ଡ କେବଳ ଗୋଟିଏ ପବ୍ଲିଶରର ସୁଚନାକୁ ଧାରଣ କରିଥାଏ |
01:58 | ବର୍ତ୍ତମାନ, ଆବଶ୍ୟକତାଗୁଡିକୁ ଆଧାର କରି ଆଗକୁ କଲମଗୁଡିକୁ ରିଫାଇନ୍ କରିପାରିବେ |
02:04 | ଉଦାହରଣସ୍ଵରୂପ, Author nameକୁ ଭାଙ୍ଗି First Name ଓ Last Nameରେ ପରିବର୍ତ୍ତନ କରନ୍ତୁ ଯାହାଦ୍ଵାରା ଏହି କଲମଗୁଡିକ ସାହାଯ୍ୟରେ ସର୍ଚ କିମ୍ବା ସର୍ଟ କରିପାରିବେ |
02:17 | ଏବଂ ଟେବୁଲଗୁଡିକରେ ଗଣନାର ପରିଣାମକୁ ସ୍ଵତନ୍ତ୍ର କଲମରେ ଷ୍ଟୋର୍ କରିବାକୁ ପଡିବ ନାହିଁ |
02:24 | କାରଣ ଯେତେବେଳେ ପରିଣାମ ଦେଖିବାକୁ ଚାହିଁବେ ସେତେବେଳେ Base ସଙ୍ଗେସଙ୍ଗେ ଗଣନା କାର୍ଯ୍ୟ କରିପାରିବ |
02:31 | ବର୍ତ୍ତମାନ ଟେବୁଲ ଓ କଲମଗୁଡିକ ଉପରେ କିଛି ବି ସଂଦେହ ନାହିଁ, ଚାଲନ୍ତୁ ତା’ପରେ primary keyଗୁଡିକ କିପରି ନିର୍ଦ୍ଦିଷ୍ଟ କରାଯାଏ, ଦେଖିବା |
02:41 | primary key ଗୋଟିଏ କ’ଣ? |
02:44 | ପ୍ରତ୍ୟେକ table ଗୋଟିଏ କଲମ୍ କିମ୍ବା ଗୋଟିଏ କଲମର ସେଟକୁ ସମ୍ପୃକ୍ତ କରିବା ଆବଶ୍ୟକ ଯାହା ଟେବୁଲରେ ଷ୍ଟୋର୍ ହୋଇଥିବା ପ୍ରତ୍ୟେକ ରୋ’କୁ ସ୍ଵତନ୍ତ୍ର ଭାବେ ଚିହ୍ନଟ କରିଥାଏ |
02:54 | ଏହି କଲମ୍ ବା କଲମଗୁଡିକର ସେଟ୍ ଟେବୁଲର primary key ଅଟନ୍ତି |
03:00 | ଗୋଟିଏ Book Id କିମ୍ବା Author Id ଭଳି ଏହା ଅନେକ ସମୟରେ ଏକ ୟୁନିକ୍ ଆଇଡେଣ୍ଟିଫିକେଶନ୍ ନମ୍ବର୍ ଅଟେ |
03:08 | ଅନେକ ଟେବୁଲରୁ ସଂଗୃହିତ ଲଜିକ୍ ସମ୍ପର୍କିତ ଡେଟାକୁ ଶୀଘ୍ର ଏକତ୍ର କରିବା ଏବଂ ଏକ ସଙ୍ଗେ ଡେଟାକୁ ସଂଗ୍ରହ କରିବା ପାଇଁ, primary key ଫିଲ୍ଡଗୁଡିକୁ ବ୍ୟବହାର କରାଯାଇପାରିବ |
03:21 | ଏବଂ ପ୍ରାଇମେରୀ କୀରେ ନକଲୀ ଭେଲ୍ୟୂଗୁଡିକ ରହିପାରିବେ ନାହିଁ |
03:26 | ଉଦାହରଣସ୍ଵରୂପ, ଲୋକଙ୍କର ନାମଗୁଡିକୁ ପ୍ରାଇମେରି କୀ ଭାବେ ବ୍ୟବହାର କରିପାରିବେ ନାହିଁ କାରଣ ନାମଗୁଡିକ ୟୁନିକ୍ ନୁହଁନ୍ତି |
03:34 | ସମାନ ଟେବୁଲରେ, ସମାନ ନାମରେ ଦୁଇ ଜଣ ଲୋକ ରହିପାରନ୍ତି |
03:40 | ତା’ପରେ, ଗୋଟିଏ primary keyର ନିଶ୍ଚିତରୂପେ ଏକ ଭାଲ୍ୟୂ ରହିବା ଆବଶ୍ୟକ |
03:45 | ଯଦି ଏହା ଶୁନ୍ୟ କିମ୍ବା Null ଥାଏ ତେବେ ଏହା ଗୋଟିଏ primary key ଭାବେ ଗ୍ରହଣ କରାଯିବ ନାହିଁ |
03:52 | ଏବଂ କଲମ୍ ଡେଟା ଟାଇପକୁ AutoNumberରେ ରଖି ସର୍ବଦା ଗୋଟିଏ ଭାଲ୍ୟୂ ରଖିବା ପାଇଁ ପ୍ରାଇମେରୀ କୀକୁ ବାଧ୍ୟ କରିପାରିବେ, ଯାହାକୁ Base ଅଟୋମାଟିକଲୀ ଜେନେରେଟ୍ କରିବ, |
04:09 | ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ଇମେଜ୍ ଭଳି, ନିମ୍ନାନୁସାରେ ଟେବୁଲଗୁଡିକର ପ୍ରାଇମେରୀ କୀଗୁଡିକୁ ସେଟ୍ ଅପ୍ କରିପାରିବେ: |
04:20 | Books ଟେବୁଲ୍ ପାଇଁ BookId, |
04:24 | Authors ଟେବୁଲ ପାଇଁ AuthorId, |
04:28 | Publishers ଟେବୁଲ ପାଇଁ PublishersId |
04:33 | ସେହିପରି, ଯଦିଓ ଏଠାରେ ପ୍ରଦର୍ଶିତ ହୋଇନାହିଁ, Members ଟେବୁଲ ପାଇଁ ପ୍ରାଇମେରୀ କୀ MemberId ହେବ |
04:42 | ଶେଷରେ, ଟେବୁଲ ମଧ୍ୟରେ ପ୍ରାଇମେରୀ କୀଗୁଡିକୁ ସେଟ୍ କରିବା ଦ୍ଵାରା, Entity Integrity ସୁରକ୍ଷିତ ରହେ |
04:52 | Entity Integrity ସୁନିଶ୍ଚିତ କରେ ଯେ ଏଠାରେ ଟେବୁଲ ମଧ୍ୟରେ କୌଣସି ନକଲୀ ରେକର୍ଡ ନାହିଁ |
05:00 | ଏହା ମଧ୍ୟ ସୁନିଶ୍ଚିତ କରେ ଯେ field, ଯାହା ଟେବୁଲ ମଧ୍ୟରେ ପ୍ରତ୍ୟେକ ରେକର୍ଡକୁ ଚିହ୍ନଟ କରିଥାଏ, ସ୍ଵତନ୍ତ୍ର ଓ କେବେ ବି Null ହେବେ ନାହିଁ |
05:10 | ବର୍ତ୍ତମାନ ତୋନୋଟି ଟେବୁଲରେ ପ୍ରାଇମେରୀ କୀଗୁଡିକ ଅଛନ୍ତି, relationshipଗୁଡିକୁ ସେଟ୍ ଅପ୍ କରି ସେମାନଙ୍କୁ ଏକତ୍ର କରିପାରିବେ |
05:20 | ଯେହେତୁ Base ଏହି କନସେପ୍ଟକୁ ସପୋର୍ଟ କରେ ତେଣୁ Baseକୁ ଗୋଟିଏ Relational Database Management System କୁହାଯାଏ, ସଂକ୍ଷିପ୍ତରେ RDBMS |
05:32 | ଏଠାରେ କିଛି ଅଳ୍ପ ସଂଖ୍ୟକ relationship ଅଛି ଏବଂ ବର୍ତ୍ତମାନ ସେଗୁଡିକୁ ଦେଖିବା |
05:37 | ପ୍ରଥମେ ଗୋଟିଏ One-to-Many relationship କ’ଣ ଚାଲନ୍ତୁ ଦେଖିବା |
05:43 | ବର୍ତ୍ତମାନ ଇମେଜରେ ପ୍ରଦର୍ଶିତ Books ଓ Authors ଟେବଲଗୁଡିକୁ ଚାଲନ୍ତୁ ଦେଖିବା |
05:49 | ଗୋଟିଏ ବହି କେବଳ ଜଣେ ଅଥରଙ୍କ ଦ୍ଵାରା ଲେଖାଯାଇଛି |
05:55 | ବର୍ତ୍ତମାନ, ଏପରି ସ୍ଥଳେ ଯେଉଁଠି ଗୋଟିଏ ବହିର ଦୁଇ କିମ୍ବା ଅଧିକ କୋ-ଅଥର୍ ଥା’ନ୍ତି |
06:02 | କିନ୍ତୁ ଉଦାହରଣକୁ ଗୋଟିଏ ବହି ପାଇଁ ଗୋଟିଏ ଅଥରରେ ସୀମିତ କରନ୍ତୁ |
06:10 | ଉଦାହରଣ ସହ ଆଗକୁ ବଢିବା, ଗୋଟିଏ ଅଥର୍ ଅନେକ ବହି ଲେଖିଥାଇପାରନ୍ତି |
06:17 | ତେଣୁ, Authors ଟେବଲରେ ରିପ୍ରେଜେଣ୍ଟ ହୋଇଥିବା ଗୋଟିଏ ଅଥର୍ ପାଇଁ, Books ଟେବଲରେ ରିପ୍ରେଜେଣ୍ଟ ଥିବା ଅନେକ ବହି ସେହି ଅଥରଙ୍କ ଦ୍ଵାରା ଲିଖିତ ହୋଇଥିବ |
06:28 | ତେଣୁ ଏହା ଗୋଟିଏ one-to-many relationship ଅଟେ |
06:32 | ଏବଂ ଏହାକୁ ଏହି Library databaseରେ ରିପ୍ରେଜେଣ୍ଟ କରିପାରିବେ |
06:36 | Author Id ଯାହା Authors ଟେବଲର ପ୍ରାଇମେରୀ କୀ ଅଟେ ଏବଂ ଏହାକୁ Books ଟେବଲରେ ଯୋଗ କରିବା ସହଜ ଅଟେ |
06:46 | ତେଣୁ, Books ଟେବୁଲରେ ଥିବା Author Idକୁ Foreign key କୁହାଯାଏ |
06:53 | ସେହିପରି, Publisher Id ଯାହା Publishers ଟେବଲରେ ପ୍ରାଇମେରୀ କୀ ଅଟେ, ଏହାକୁ Books ଟେବଲରେ ଯୋଗ କରିବା ଦ୍ଵାରା, ସେଠାରେ ଏହା foreign keyରେ ପରିବର୍ତ୍ତନ ହୋଇଯାଏ |
07:06 | ତେଣୁ, ଗୋଟିଏ କଲମକୁ କିମ୍ବା ଗୋଟିଏ କଲମର ସେଟକୁ ସେଆର୍ କରିବା ଦ୍ଵାରା ଡେଟାବେସରେ one-to-many relationshipକୁ ରିପ୍ରେଜେଣ୍ଟ କରିପାରିବେ |
07:17 | ଏବଂ Foreign keyଗୁଡିକୁ ବ୍ୟବହାର କରି table relationshipଗୁଡିକୁ ସେଟ ଅପ୍ କରିପାରିବା |
07:23 | ତେଣୁ, relationshipକୁ ସ୍ଥାପନ କରିବା ପାଇଁ ଗୋଟିଏ ଟେବଲର primary key ଦ୍ଵିତୀୟ ଟେବଲର ଗୋଟିଏ foreign key ଭାବେ ରିପ୍ରେଜେଣ୍ଟ ହେବ |
07:34 | ତେଣୁ Referential integrityକୁ କାର୍ଯ୍ୟକାରୀ କରିପାରିବେ |
07:39 | ଅର୍ଥାତ୍, ଗୋଟିଏ ଟେବଲର ପ୍ରତ୍ୟେକ foreign କୀ ଭାଲ୍ୟୂ ସହିତ ମେଳ ହେଉଥିବା ଗୋଟିଏ primary କୀ ଭେଲ୍ୟୂ ସମ୍ପର୍କିତ ଟେବଲରେ ପ୍ରାପ୍ତ କରିପାରିବେ |
07:50 | ତା’ପରେ, ଚାଲନ୍ତୁ Many-to-Many relationship କ’ଣ ଦେଖିବା |
07:56 | ବର୍ତ୍ତମାନ table designକୁ ଫେରିଆସନ୍ତୁ |
07:59 | ଗୋଟିଏ ବହି ଅନେକ ଲାଇବ୍ରେରୀ ମେମ୍ବରମାନଙ୍କୁ ଇସ୍ୟୁ କରାଯାଇପାରେ(ଅନେକ କପୀ ଉପଲବ୍ଧ ଥିବାର ଅନୁମାନ କରନ୍ତୁ) |
08:09 | ସେହିପରି, ଗୋଟିଏ ମେମ୍ବର୍ ଅନେକ ବହି ମଧ୍ୟ ନେଇପାରିବେ(ନିଶ୍ଚିତରୂପେ, ବହିଗୁଡିକ ଉପଲବ୍ଧଥିବାର ଅନୁମାନ କରନ୍ତୁ) |
08:17 | ତେଣୁ, ଅନେକଗୁଡିଏ ବହି ଅନେକ ସଂଖ୍ୟକ ମେମ୍ବରମାନଙ୍କୁ ଇସ୍ୟୁ ହୋଇଥିବାର ଗୋଟିଏ ଉଦାହରଣ ଏଠାରେ ଅଛି |
08:25 | ଯାହା ଗୋଟିଏ Many-to-many relationshipକୁ ରିପ୍ରେଜେଣ୍ଟ କରେ |
08:29 | ତେଣୁ, many-to-many relationshipକୁ ଗୋଟିଏ ତୃତୀୟ ଟେବଲ BooksIssuedକୁ ସୃଷ୍ଟି କରି, |
08:35 | ଯାହାକୁ ଗୋଟିଏ Junction tableମଧ୍ୟ କୁହାଯାଏ, ଡେଟାବେସରେ ରିପ୍ରେଜେଣ୍ଟ କରନ୍ତୁ |
08:45 | ଏବଂ ଏଠାରେ, Books ଓ Members ଟେବଲ ମଧ୍ୟରୁ ପ୍ରାଇମେରୀ କୀଗୁଡିକୁ BooksIssued ଟେବଲ ମଧ୍ୟରେ ପ୍ରବେଶ କରାନ୍ତୁ |
08:57 | ପରିଣାମସ୍ଵରୂପ, BooksIssued ଟେବଲ ଗୋଟିଏ ମେମ୍ବରକୁ ଇସ୍ୟୁ ହୋଇଥିବା ପ୍ରତ୍ୟେକ ବହିକୁ ରେକର୍ଡ କରିବ |
09:05 | ତେଣୁ, ଗୋଟିଏ ତୃତୀୟ ଜଙ୍କଶନ୍ ଟେବଲର ସୃଷ୍ଟି କରି many-to-many relationshipକୁ ରିପ୍ରେଜେଣ୍ଟ କରନ୍ତୁ |
09:13 | ଏବଂ ଶେଷରେ One-to-one relationship |
09:18 | ବେଳେବେଳେ, କିଛି ଆଟ୍ରିବ୍ୟୁଟ୍ କିମ୍ବ କଲମଗୁଡିକ ନିର୍ଦ୍ଦିଷ୍ଟ ଡେଟା ପାଇଁ ଉଦ୍ଦିଷ୍ଟ ଅଟେ ଏବଂ କ୍ଵଚିତ୍ ଡେଟା ପୁରଣ କରାଯାଏ |
09:30 | ଗୋଟିଏ ଅବସ୍ଥାକୁ ଦେଖନ୍ତୁ ଯେଉଁଠି କେବଳ ଜଣେମାତ୍ର ଅଥରଙ୍କର ୱେବସାଇଟ୍ ଆଡ୍ରେସ୍ ଅଛି ଏବଂ ଅନ୍ୟ କାହାର ନାହିଁ |
09:38 | ଏବଂ Authors ଟେବଲ ମଧ୍ୟରେ ନ୍ୟୁ ୱେବସାଇଟ୍ କଲମ ଅନେକ ମାତ୍ରାରେ ଖାଲି ରହିବ ଯାହା ଡିସ୍କରେ ସ୍ଥାନ ନେଇଥାଏ |
09:47 | ତେଣୁ, ଏହି କଲମକୁ ଗୋଟିଏ ନୁତନ ସପ୍ଲିମେଣ୍ଟାଲ୍ ଟେବଲ ମଧ୍ୟକୁ ସ୍ଥାନାନ୍ତର କରନ୍ତୁ ଯାହାର ପ୍ରାଇମେରୀ କୀ ସମାନ Author Id ଥିବ |
09:58 | ସପ୍ଲିମେଣ୍ଟାଲ୍ ଟେବଲର ପ୍ରତ୍ୟେକ ରେକର୍ଡ ମୁଖ୍ୟ ଟେବଲର ରେକର୍ଡ ସହିତ ନିର୍ଭୁଲ ଭାବେ ଅନୁରୂପ ହେବ |
10:06 | ଯାହା ଗୋଟିଏ One-to-one relationshipକୁ ରିପ୍ରେଜେଣ୍ଟ କରେ |
10:10 | ତେଣୁ ଏଠାରେ, ଡେଟାବେସରେ relationshipକୁ ସେଟ ଅପ୍ କରିବା ଶିଖିଲେ |
10:15 | ଏହା ଆମକୁ, Database Design in LibreOfficeର ଦ୍ଵିତୀୟ ଭାଗ ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ |
10:23 | ସଂକ୍ଷିପ୍ତରେ ଆମେ ଡେଟାବେସ୍ ଡିଜାଇନ୍ ଉପରେ ନିମ୍ନଲିଖିତ ଶିଖିଲେ: |
10:28 | ଇନଫର୍ମେଶନ୍ ଆଇଟମଗୁଡିକୁ କଲମରେ ରୂପାନ୍ତର କରିବା |
10:32 | ପ୍ରାଇମେରୀ କୀଗୁଡିକୁ ନିର୍ଦ୍ଦିଷ୍ଟ କରିବା |
10:34 | ଟେବଲ ରିଲେଶନଶିପଗୁଡିକୁ ସେଟ ଅପ୍ କରିବା |
10:38 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
10:48 | ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ |
10:54 | ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ |
10:58 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |