LibreOffice-Suite-Base/C3/Create-simple-queries-in-SQL-View/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, ଆମେ
00:09 ସରଳ SQL ଲେଖିବା ସହିତ ସରଳ କ୍ଵେରୀଗୁଡିକୁ SQL Viewରେ ଲେଖିବା
00:16 SELECT, FROM ଓ WHERE କ୍ଲସଗୁଡିକର ବ୍ୟବହାର ଶିଖିବା
00:20 ଏବଂ field ଓ tableଗୁଡିକୁ ନାମିତ କରିବା ପାଇଁ upper, lower କିମ୍ବା mixed କେସଗୁଡିକର ଚୟନ କରନ୍ତୁ
00:27 SQL Viewରେ କ୍ଵେରୀଗୁଡିକୁ ସୃଷ୍ଟି କରିବା ପାଇଁ Baseକୁ ବ୍ୟବହାର କରିବା ପୂର୍ବରୁ, ଚାଲନ୍ତୁ LibreOffice Base ଉପରେ ଆଲେଚନା କରିବା
00:35 Base, HSQL database engine ଉପରେ ରନ୍ କରେ
00:41 ଏହା Java ଦ୍ଵାରା ଲିଖିତ ଗୋଟିଏ ଓପନ୍ ସୋର୍ସ୍ ଡେଟାବେସ୍ ଇଞ୍ଜିନ୍ ସଫ୍ଟୱେର୍ ଅଟେ. HSQLDB ଉପରେ ଅଧିକ ସୂଚନା ପାଇଁ http://hsqldb.orgକୁ ଯା’ନ୍ତୁ
01:02 ଠିକ୍ ଅଛି, ଚାଲନ୍ତୁ SQL ବିଷୟରେ ଶିଖିବା
01:06 SQLର ଅର୍ଥ Structured Query Language ଅଟେ. ଏହା ଡେଟାବେସକୁ ଆକ୍ସେସ୍ ଓ ମାନିପୁଲେଟ୍ କରିବା ପାଇଁ ଗୋଟିଏ ସାଧାରଣ ଲାଙ୍ଗୁୟେଜ୍ ଅଟେ
01:17 ଏହା ଗୋଟିଏ ଆନ୍ତର୍ଯାତିକ ମାନ୍ୟତାପ୍ରାପ୍ତ ANSI ଷ୍ଟାଣ୍ଡାର୍ଡ୍ ଅଟେ
01:23 ଏବଂ ତେଣୁ, ଏହା ବିଭିନ୍ନ ପ୍ରକାରର Database Management Systems ବା DBMSରେ ବ୍ୟବହୃତ ହୋଇଥାଏ
01:31 କିଛି ଉଦାହରଣ ହେଲେ, LibreOffice Base, MySQL, Microsoft SQL Server, Microsoft Access, Oracle ଓ DB2
01:47 ସାଧାରଣ ଭାବେ SQL, ଗୋଟିଏ ଡେଟା ବେସରୁ ଡେଟାକୁ ପୁନର୍ଦ୍ଧର କରିବା ପାଇଁ ବ୍ୟବହୃତ ହୁଏ ଯାହା querying a database ଭାବେ ମଧ୍ୟ ଜଣାଶୁଣା ଅଟେ
01:58 ଗୋଟିଏ ଡେଟାବେସରେ ଡେଟା ପ୍ରବେଶ କରିବା, ଡେଟାକୁ ଅପଡେଟ୍ କରିବା କିମ୍ବା ଡେଟାକୁ ଡିଲିଟ୍ କରିବା ପାଇଁ ମଧ୍ୟ SQL ବ୍ୟବହାର କରାଯାଇପାରେ
02:09 ଏବଂ ପୂର୍ବ ଟ୍ୟୁଟୋରିଆଲଗୁଡିକରେ, ଏହି ସବୁ କାର୍ଯ୍ୟ Baseରେ ଥିବା ୟୁଜର୍ ଫ୍ରେଣ୍ଡଲୀ ୱିଜାର୍ଡ ଏବଂ
02:16 ଡିଜାଇନିଙ୍ଗ ୱିଣ୍ଡୋଗୁଡିକର ବ୍ୟବହାର ଦ୍ଵାରା ସମ୍ପୂର୍ଣ୍ଣ କରାଯାଇଛି
02:22 କିନ୍ତୁ ଅନ୍ତର୍ନିହିତ ଲାଙ୍ଗୁୟେଜ୍ ଜାଣିବା ଦ୍ଵାରା ଡେଟାବସକୁ କ୍ଵେରୀ କରିବା ଆମ ପାଇଁ ଆହୁରି ସହଜ ଓ କ୍ଷମତାପୂର୍ଣ୍ଣ ହୋଇଥାଏ ଏବଂ SQL କେବଳ ଡେଟାକୁ ରୂପାନ୍ତର କରିବା ବ୍ୟତିତ ଡେଟାବେସ୍ ଓ ଟେବୁଲ୍ ଷ୍ଟ୍ରକ୍ଚରକୁ ମଧ୍ୟ ରୂପାନ୍ତର କରିବା ପାଇଁ ବ୍ୟବହାର କରାଯାଇପାରେ
02:43 ଯେହେତୁ ଏଥିରେ ସମଗ୍ର SQL ବିଷୟରେ ଆଲୋଚନା ନାହିଁ, ଏଠାରେ କିଛି ଉପକାରୀ ଟ୍ୟୁଟୋରିଆଲ୍ ଓ ସେମାନଙ୍କର ୱେବସାଇଟଗୁଡିକୁ ପ୍ରଦାନ କରାଯାଇଛି
02:59 HSQLDBର ନିଜର ୟୁଜର୍ ଗାଇଡ୍ ଅଛି. ସେଗୁଡିକୁ ଅନଲାଇନ୍ ଦେଖିପାରିବେ କିମ୍ବା ଡାଉନଲୋଡ୍ କରିବା ସହିତ ନିଜ କମ୍ପ୍ୟୁଟରରେ ଗୋଟିଏ PDF ଫାଇଲ୍ ଭାବେ ରଖିପାରିବେ
03:14 ଠିକ୍ ଅଛି, ଚାଲନ୍ତୁ ବର୍ତ୍ତମାନ SQL କିଛି ଶିଖିବା. ପରିଚିତ Library ଡେଟାବେସର ଉଦାହରଣକୁ ଖୋଲନ୍ତୁ
03:23 Library ଡେଟାବେସକୁ ଖୋଲନ୍ତୁ. ବର୍ତ୍ତମାନ, ବାମ ପଟ ପ୍ୟାନେଲରେ ଥିବା Queries ତାଲିକା ଉପରେ କ୍ଲିକ୍ କରନ୍ତୁ
03:34 ଏବଂ ତା’ପରେ Create Query in SQL View ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ Query Design ଟାଇଟଲ୍ ଥିବା ଗୋଟିଏ ଶୂନ୍ୟ ୱିଣ୍ଡୋ ଦୃଶ୍ୟମାନ ହେବ
03:46 ଏବଂ ଏହିଠାରେ SQLରେ କ୍ଵେରୀଗୁଡିକୁ ଟାଇପ୍ କରନ୍ତୁ
03:51 ନିଜର ପ୍ରଥମ ସରଳ କ୍ଵେରୀକୁ ଲେଖନ୍ତୁ. ଏବଂ ଏହା, Get information about all books in the library ଅଟେ
04:02 ଯେକୌଣସି ପୁନର୍ଦ୍ଧାର ପାଇଁ ଗୋଟିଏ କୀୱର୍ଡ SELECT ବ୍ୟବହୃତ ହୁଏ. ଏବଂ କ୍ଵେରୀକୁ ଏହି ଭଳି ଲେଖନ୍ତୁ-
04:10 SELECT * FROM Books
04:15 ଏଠାରେ Books ଟେବୁଲ୍ ନାମ ଅଟେ. booksରେ କ୍ୟାପିଟାଲ୍ Bକୁ ଲକ୍ଷ୍ୟ କରନ୍ତୁ
04:23 ବିଶ୍ଵାସର ସହିତ ଟେବୁଲକୁ କିମ୍ବା ପୂର୍ବେ ବ୍ୟବହୃତ ହୋଇଥିବା କଲମର ନାମଗୁଡିକୁ ଅନୁସରଣ କରନ୍ତୁ
04:29 ଏବଂ * ଗୋଟିଏ wild card ଅଟେ. ଏହାର ଅର୍ଥ ହେଉଛି-Books ଟେବୁଲରୁ ସମଗ୍ର ଫିଲ୍ଡ କିମ୍ବା କଲମଗୁଡିକୁ ପ୍ରାପ୍ତ କରନ୍ତୁ
04:39 ବର୍ତ୍ତମାନ, ଏହାକୁ ନିଷ୍ପାଦନ କିମ୍ବା ରନ୍ କରନ୍ତୁ. Edit ମେନୁ ଏବଂ ତା’ପରେ Run Query ଉପରେ କ୍ଲିକ୍ କରନ୍ତୁ
04:48 ବର୍ତ୍ତମାନ ଉପର ପ୍ୟାନେଲରେ ବହିଗୁଡିକର recordମାନଙ୍କର ତାଲିକା ଦୃଶ୍ୟମାନ ହେବ
04:53 ଏହି କ୍ଵେରୀକୁ କିମ୍ବା ଲେଖାଯାଇଥିବା ଯେକୌଣସି କ୍ଵେରୀକୁ ସେଭ୍ କରନ୍ତୁ ଏବଂ ସେମାନଙ୍କୁ ବର୍ଣ୍ଣନାତ୍ମକ ନାମ ଦିଅନ୍ତୁ
05:00 ତେଣୁ, ଏହା ପ୍ରଥମ ସରଳ କ୍ଵେରି ଅଟେ! ଏଠାରେ କିଛି ଟିପ୍ ଅଛି:
05:06 HSQLDB, ଏହାର ଡେଟାବେସ୍ ଅବଜେକ୍ଟ ନେମଗୁଡିକ ସହିତ କେସ୍ ସେନସିଟିଭ୍ ଅଟେ ଯେପରି table ଓ column nameଗୁଡିକ
05:17 ଅର୍ଥ- କ୍ୟାପିଟାଲ୍ B ଥିବା Books ଟେବୁଲର ନାମ, ସ୍ମଲ୍ b ଥିବା books ସମାନ ନୁହେଁ
05:27 କିନ୍ତୁ, ସହଜହେବା ପାଇଁ ସମସ୍ତଙ୍କୁ ଅପର୍ କେସ୍ କିମ୍ବା ଲୋୟର୍ କେସ୍ ଭାବେ ବ୍ୟବହାର କରିପାରିବେ
05:34 ଉଦାହରଣସ୍ଵରୂପ: BOOKSକୁ କ୍ୟାପିଟାଲ୍ ଲେଟରରେ କିମ୍ବା membersକୁ ସ୍ମଲ୍ ଲେଟରରେ ପ୍ରଭୃତି ଲେଖନ୍ତୁ
05:44 କିନ୍ତୁ, କେସଗୁଡିକର ମିଶ୍ରଣ ଦ୍ଵାରା ପଢିବା ଓ ବୁଝିବା ସହଜ ହୋଇପାରେ. ଉଦାହରଣସ୍ଵରୂପ: କ୍ୟାପିଟାଲ୍ B ଓ I ସହିତ BooksIssued,
05:57 କିମ୍ବା କ୍ୟାପିଟାଲ୍ R ଓ D ସହିତ ReturnDate
06:03 ତେଣୁ, ଟେବୁଲ୍ ନେମ୍ ଓ କଲମ୍ ନେମଗୁଡିକୁ ସେମାନେ ସୃଷ୍ଟି ହୋଇଥିବା ମାର୍ଗରେ ବ୍ୟବହାର କରନ୍ତୁ
06:11 SELECT ଭଳି SQLରେ କୀୱର୍ଡଗୁଡିକ ପାଇଁ, ଯେକୌଣସି କେସ୍ କିମ୍ବା ମିଶ୍ର କେସଗୁଡିକୁ ବ୍ୟବହାର କରାଯାଇପାରିବ. କିନ୍ତୁ ଭଲ ଭାବେ ପଢିବା ପାଇଁ ବ୍ୟବହାର ସମୟରେ ସମାନତା ରକ୍ଷା କରନ୍ତୁ
06:25 ଉଦାହରଣରେ, କୀୱର୍ଡରେ ସମସ୍ତଙ୍କ ପାଇଁ ଅପର୍ କେସ୍ ବ୍ୟବହାର କରାଯାଇଛି
06:31 ବର୍ତ୍ତମାନ, ପରବର୍ତ୍ତୀ କ୍ଵେରୀକୁ ଯିବା. ଏହି କ୍ଵେରୀକୁ ନୁତନ ୱିଣ୍ଡୋରେ ଟାଇପ୍ କରନ୍ତୁ କିମ୍ବା ପୂର୍ବ କ୍ଵେରି ଉପରେ ଓଭରରାଇଟ୍ କରିପାରିବେ
06:42 ବର୍ତ୍ତମାନ ପାଇଁ, ଏହାକୁ ପୂର୍ବ କ୍ଵେରି ଉପରେ ଓଭରରାଇଟ୍ କରନ୍ତୁ
06:47 Books ଟେବୁଲରୁ କିଛି ନିର୍ଦ୍ଦିଷ୍ଟ କଲମଗୁଡିକୁ ପୁନରୁଦ୍ଧାର କରନ୍ତୁ

SELECT Title, Author FROM Books

06:58 ଏବଂ କ୍ଵେରୀକୁ run କରନ୍ତୁ. ଫାଇଲ୍ ମେନୁ ବାରର ନିମ୍ନରେ ଥିବା Run Query ଆଇକନକୁ ବ୍ୟବହାର କରନ୍ତୁ କିମ୍ବା କୀବୋର୍ଡରେ F5 ସର୍ଟକଟକୁ ବ୍ୟବହାର କରନ୍ତୁ
07:13 ଏବଂ କେବଳ ଆବଶ୍ୟକ ଥିବା କଲମଗୁଡିକ ସହିତ ରେକର୍ଡଗୁଡିକ ଉପସ୍ଥିତ ଅଛନ୍ତି
07:19 ଠିକ୍ ଅଛି. ଚାଲନ୍ତୁ ଆଗକୁ ଯିବା
07:22 କ୍ଵେରୀ ପାଇଁ କଣ୍ଡିଶନ୍ ଓ କ୍ରାଇଟେରିଆଗୁଡିକ ସହ ପରିଚିତ ହୁଅନ୍ତୁ
07:27 କେବଳ Cambridge ଦ୍ଵାରା ପବ୍ଲିଶ୍ ହୋଇଥିବା ବହିଗୁଡିକୁ ପୁନରୁଦ୍ଧାର କରନ୍ତୁ
07:31 ତେଣୁ କ୍ଵେରୀ ହେଉଛି: SELECT * FROM Books WHERE Publisher = ’Cambridge’
07:46 ଗୋଟିଏ ନୁତନ କୀୱର୍ଡ WHERE ସହିତ 'Publisher' equals 'Cambridge' ବୋଲାଉ ଥିବା
07:52 ଗୋଟିଏ କଣ୍ଡିଶନ୍ ପ୍ରବେଶ ହେବାର ଲକ୍ଷ୍ୟ କରନ୍ତୁ
07:59 ବର୍ତ୍ତମାନ କ୍ଵେରୀକୁ ରନ୍ କରନ୍ତୁ ଏବଂ କେବଳ ପବ୍ଲିଶର୍ Cambridge ଦ୍ଵାରା ପବ୍ଲିଶ୍ ହୋଇଥିବା ବହିଗୁଡିକୁ ଦେଖିବାକୁ ପାଇବେ
08:08 ଏବଂ, ଗୋଟିଏ କ୍ଵେରୀରେ ଅନେକ ସଂଖ୍ୟକ କଣ୍ଡିଶନ୍ କିମ୍ବା କ୍ରାଇଟେରିଆକୁ ରଖିପାରିବେ
08:14 ଦୁଇଟି କଣ୍ଡିଶନ୍ ଥିବା ଗୋଟିଏ କ୍ଵେରୀ ଲେଖନ୍ତୁ
08:18 କେବଳ Cambridge ଦ୍ଵାରା ପବ୍ଲିଶ୍ ହୋଇଥିବା ଏବଂ 1975 ପରେ ପବ୍ଲିଶ୍ ହୋଇଥିବା ବହିଗୁଡିକୁ ପୁନରୁଦ୍ଧାର କରନ୍ତୁ
08:29 ଏବଂ କ୍ଵେରୀ ହେଉଛି: SELECT * FROM Books WHERE Publisher = 'Cambridge' AND PublishedYear> 1975
08:49 ଏବଂ WHERE କୀୱର୍ଡ କିମ୍ବା କ୍ଲସ୍ ଉପରେ ଥିବା ଦୁଇଟି କଣ୍ଡିଶନକୁ ଦେଖନ୍ତୁ
08:55 ଧ୍ୟାନଦିଅନ୍ତୁ ଯେ ସେଗୁଡିକୁ ଏକାଠି କରିବା ପାଇଁ AND ବ୍ୟବହୃତ ହୋଇଛି. ଏଠାରେ ANDକୁ ଗୋଟିଏ logical operator କୁହାଯାଏ
09:04 ଏବଂ କଣ୍ଡିଶନଗୁଡିକୁ ଏକାଠି କରିବା କାମ କରେ. OR ଅନ୍ୟ ଏକ ଲଜିକଲ୍ ଅପରେଟର୍ ଅଟେ
09:13 ପରେ ଉପରୋକ୍ତ କ୍ଵେରୀରେ ଏଗୁଡିକୁ ବ୍ୟବହାର କରି ଆବିଷ୍କାର କରନ୍ତୁ
09:18 କ୍ଵେରୀକୁ run କରିବା ସହିତ ଉପରେ ପରିଣାମଗୁଡିକୁ ଲକ୍ଷ୍ୟ କରନ୍ତୁ
09:23 ଏହି ବହିଗୁଡିକ ଯାହା ଆମ କଣ୍ଡିଶନଗୁଡିକୁ ସନ୍ତୁଷ୍ଟ କରିଥା’ନ୍ତି
09:29 ଠିକ୍ ଅଛି, ଅନେକ କଣ୍ଡିଶନକୁ ଯୋଗ କରିବା ପାଇଁ ଅନ୍ୟ ଏକ ମାର୍ଗ ବିଷୟରେ ଆଲୋଚନା କରିବା
09:36 Cambridge or Oxford କିମ୍ବା ଉଭୟ ପବ୍ଲିଶରଙ୍କର ବହିଗୁଡିକର ଗୋଟିଏ ତାଲିକା କିପରି ପାଇପାରିବା?
09:46 ଏବଂ ଏହା ହେଉଛି କ୍ଵେରୀ: SELECT * FROM Books WHERE Publisher IN ( 'Cambridge', 'Oxford')
10:09 ନୁତନ କୀୱର୍ଡ INକୁ ଲକ୍ଷ୍ୟ କରନ୍ତୁ
10:13 ଗୋଟିଏ ସିଙ୍ଗଲ୍ କଲମକୁ ଆଧାରିତ କରି ଏହା କଣ୍ଡିଶନଗୁଡିକୁ ଏକତ୍ର କରିବାରେ ସାହାଯ୍ୟ କରେ-ଏହି କ୍ଷେତ୍ରରେ, Publisher ଅଟେ
10:21 ବର୍ତ୍ତମାନ ପରିଣାମଗୁଡିକୁ ଲକ୍ଷ୍ୟ କରନ୍ତୁ
10:25 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି:
10:27 ନିମ୍ନଲିଖିତ ପାଇଁ SQL କ୍ଵେରୀ ଲେଖନ୍ତୁ ଓ ପରୀକ୍ଷା କରନ୍ତୁ:
10:33 1. ଲାଇବ୍ରେରୀରେ ଥିବା ସମସ୍ତ ମେମ୍ବରମାନଙ୍କର ସୁଚନା ପ୍ରାପ୍ତ କରିବା

2. Rs 150 କିମ୍ବା ଅଧିକ ମୂଲ୍ୟଥିବା ସମସ୍ତ ବହିଗୁଡିକର ଗୋଟିଏ ତାଲିକା ପ୍ରସ୍ତୁତ କରିବା 3. William Shakespeare କିମ୍ବା John Miltonଙ୍କ ଦ୍ଵାରା ଲିଖିତ ବହିଗୁଡିକର ଗୋଟିଏ ତାଲିକା ପ୍ରସ୍ତୁତ କରିବା

10:56 ପରବର୍ତ୍ତୀ ଟ୍ୟୁଟୋରିଆଲରେ SQL ବିଷୟରେ ଅଧିକ ଶିଖିବା
11:01 ଏହା ଆମକୁ Queries in SQL View in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
11:09 ସଂକ୍ଷିପ୍ତରେ ଆମେ ଶିଖିଲେ:
11:12 SQL Viewରେ ସରଳ କ୍ଵେରୀଗୁଡିକ ସୃଷ୍ଟି କରିବା
11:17 ସରଳ SQLକୁ ଲେଖିବା
11:20 SELECT, FROM ଓ WHERE କ୍ଲସଗୁଡିକର ବ୍ୟବହାର
11:25 ଏବଂ ଫିଲ୍ଡ ଓ ଟେବୁଲଗୁଡିକୁ ନାମିତ କରିବା ପାଇଁ upper, lower କିମ୍ବା mixed କେସଗୁଡିକୁ ଚୟନ କରିବା
11:35 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:47 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
11:55 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep