LibreOffice-Suite-Base/C2/Modify-a-Report/Oriya

From Script | Spoken-Tutorial
Jump to: navigation, search
Time Narration
00:02 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ, କିପରି
00:09 ଲେଆଉଟକୁ କଷ୍ଟମାଇଜ୍ କରିବା ଦ୍ଵାରା ଗୋଟିଏ reportର ରୂପାନ୍ତର ଏବଂ ରିପୋର୍ଟର ଲୂକ୍ ଆଣ୍ଡ ଫୀଲକୁ ରୂପାନ୍ତର କରିବା ଶିଖିବା
00:16 ଏଥିପାଇଁ, ପରିଚିତ Library ଡେଟାବେସର ଉଦାହରଣକୁ ଦେଖନ୍ତୁ
00:23 ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲରେ, ଗୋଟିଏ report କିପରି ସୃଷ୍ଟି କରାଯାଏ ଶିଖିଲେ
00:28 ଏବଂ Books Issued to Members: Report History ଟାଇଟଲ୍ ଥିବା ଗୋଟିଏ ରିପୋର୍ଟ ସୃଷ୍ଟି କଲେ. ବର୍ତ୍ତମାନ ଏହି ରିପୋର୍ଟକୁ କିପରି ରୂପାନ୍ତର କରାଯାଏ ଶିଖିବା
00:40 Library ଡେଟାବେସ୍ ମଧ୍ୟରେ,
00:42 ବାମ ପଟ ପ୍ୟାନେଲରେ ଥିବା Reports ଆଇକନ୍ ଉପରେ କ୍ଲିକ୍ କରନ୍ତୁ
00:47 ଡାହାଣ ପଟ ପ୍ୟାନେଲରେ ଥିବା ରିପୋର୍ଟଗୁଡିକର ତାଲିକାରେ Books Issued to Members: Report History ରିପୋର୍ଟକୁ ଦେଖନ୍ତୁ
00:57 ଏହା ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ ରୂପାନ୍ତର କିମ୍ବା ଏଡିଟ୍ କରିବା ସକାସେ ରିପୋର୍ଟକୁ ଖୋଲିବା ପାଇଁ Edit ଉପରେ କ୍ଲିକ୍ କରନ୍ତୁ
01:08 ବର୍ତ୍ତମାନ Report Builder ୱିଣ୍ଡୋ ନାମକ ଗୋଟିଏ ନୁତନ ୱିଣ୍ଡୋକୁ ଦେଖନ୍ତୁ
01:14 ଏହି ସ୍କ୍ରୀନ୍ ତିନୋଟି ମୁଖ୍ୟ ବିଭାଗ ଦ୍ଵାରା ଗଠିତ ହୋଇଛି
01:19 Page Header ଓ Footer ବିଭାଗ ଯାହା ଟପ୍ ଓ ବଟମକୁ ସୃଷ୍ଟି କରେ
01:26 ତା’ପରେ Header ବିଭାଗ
01:29 ଏବଂ Detail ବିଭାଗ
01:34 ମୁଖ୍ୟ ସ୍କ୍ରୀନର ହ୍ଵାଇଟ୍ କ୍ଷେତ୍ର ଉପରେ ରାଇଟ୍ କ୍ଲିକ୍ କରିବା ସହିତ
01:40 Insert Report Header/Footer ଉପରେ କ୍ଲିକ୍ କରି ଗୋଟିଏ record header ଓ ଗୋଟିଏ footer ବିଭାଗକୁ ମଧ୍ୟ ଯୋଗ କରିପାରିବେ
01:51 ସ୍କ୍ରୀନର ବାମ ପଟେ ଥିବା ଅରେଞ୍ଜ୍ କ୍ଷେତ୍ର ଉପରେ ଡବଲ୍ କ୍ଲିକ୍ କରି ଏହି ବିଭାଗଗୁଡିକୁ ସଙ୍କୁଚିତ କିମ୍ବା ପ୍ରସାରିତ କରିପାରିବେ
02:00 ଆଗକୁ ବଢିବା ପୂର୍ବରୁ, ଏଠାରେ Report design ୱିଣ୍ଡୋର ଗୋଟିଏ ସ୍କ୍ରୀନସଟ୍ ଅଛି
02:06 ଏହି ଭଳି ଦେଖାଯିବା ପାଇଁ ରିପୋର୍ଟର ଡିଜାଇନକୁ ରୂପାନ୍ତର କରନ୍ତୁ
02:11 କିଛି ଟେକ୍ସଟ ଲେବୁଲ୍, ଫଣ୍ଟ, ଫର୍ମାଟିଙ୍ଗକୁ ଯୋଗ କରନ୍ତୁ ଏବଂ ବିଭିନ୍ନ ବିଭାଗଗୁଡିକ ମଧ୍ୟରେ ଥିବା ବ୍ୟବଧାନକୁ ଆଡଜଷ୍ଟ କରନ୍ତୁ
02:20 ଠିକ୍ ଅଛି, ବର୍ତ୍ତମାନ କିଛି ରିପୋର୍ଟ ହେଡର୍ ଓ ଫୂଟରକୁ ଯୋଗକରନ୍ତୁ
02:27 ଏହା କରିବା ପାଇଁ, ଉପରେ ଥିବା ମେନୁ ବାରର
02:31 Report Controls ଟୂଲବାରସ୍ଥିତ Label Field ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:40 ବର୍ତ୍ତମାନ ପ୍ରଦର୍ଶିତ ହେଲା ଭଳି ଏହାକୁ Report Header କ୍ଷେତ୍ର ଉପରକୁ ଆଣନ୍ତୁ
02:48 ଏବଂ ଡାହାଣ ପଟେ ଏହାର ପ୍ରପର୍ଟୀଗୁଡିକୁ ଆଣିବା ପାଇଁ Label ଉପରେ ଡବଲ୍ କ୍ଲିକ୍ କରନ୍ତୁ
02:55 ଏଠାରେ, ଟାଇପ୍ କରନ୍ତୁ: Books Issued to Members:
03:00 Label ବିପକ୍ଷରେ Report History ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
03:07 ଫଣ୍ଟ ଷ୍ଟାଇଲକୁ ମଧ୍ୟ ପରିବର୍ତ୍ତନ କରନ୍ତୁ; Arial Black, Bold ଓ Size 12 ଚୟନ କରନ୍ତୁ
03:17 ଏବଂ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:21 ତା’ପରେ, ସ୍କ୍ରୀନରେ ପ୍ରଦର୍ଶିତ ହେଲା ଭଳି ରିପୋର୍ଟ ଫୂଟରରେ ଅନ୍ୟ ଏକ ଲେବୁଲ୍ ଯୋଗ କରନ୍ତୁ
03:31 ଉଦାହରଣସ୍ଵରୂପ-Report Prepared by Assistant Librarian ଟାଇପ୍ କରନ୍ତୁ
03:42 ଏବଂ ତା’ପରେ ଫଣ୍ଟ ଷ୍ଟାଇଲକୁ Arial, Bold Italic ଓ Size 8ରେ ପରିବର୍ତ୍ତନ କରନ୍ତୁ
03:51 ବର୍ତ୍ତମାନ, Page Footer କ୍ଷେତ୍ରରେ ଗୋଟିଏ ଲେବୁଲ୍ ଯୋଗ କରିବା ପାଇଁ ପୁନର୍ବାର ସମାନ ସୋପାନଗୁଡିକର ପୁନରାବୃତ୍ତି କରନ୍ତୁ
03:59 ବର୍ତ୍ତମାନ ଲେବୁଲ୍ ବିପକ୍ଷରେ, Nehru Library, New Delhi ଟାଇପ୍ କରନ୍ତୁ
04:09 ଏବଂ font styleକୁ Arial, Bold Italic ଓ Size 8ରେ ପରିବର୍ତ୍ତନ କରନ୍ତୁ
04:20 ବର୍ତ୍ତମାନ, ବ୍ୟବଧାନକୁ ଆଡଜଷ୍ଟ କରନ୍ତୁ
04:24 ପ୍ରଥମେ, Page Header ଓ Report Header ମଧ୍ୟରେ ଥିବା ଗ୍ରେ ଲାଇନ୍ ଉପରେ ଡବଲ୍ କ୍ଲିକ୍ କରି Page Header କ୍ଷେତ୍ରକୁ ହ୍ରାସ କରନ୍ତୁ
04:37 ଏବଂ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ ମେଥଡ୍ ବ୍ୟବହାର କରି ଏହାକୁ ପୁରା ଉପରକୁ ନେଇଆସନ୍ତୁ
04:47 ତା’ପରେ, ରିପୋର୍ଟ ହେଡର୍ ଓ ହେଡର୍ ମଧ୍ୟରେ ଥିବା ଗ୍ରେ ଲାଇନ୍ ଉପରେ ଡବଲ୍ କ୍ଲିକ୍ କରି
04:52 Report header କ୍ଷେତ୍ରକୁ ହ୍ରାସ କରନ୍ତୁ
05:01 Report footer ଓ Page footer ମଧ୍ୟରେ ଥିବା ବ୍ୟବଧାନକୁ ହ୍ରାସ କରିବା ପାଇଁ ସମାନ ସୋପାନଗୁଡିକର ପୁନରାବୃତ୍ତି କରନ୍ତୁ
05:13 ତା’ପରେ, Header ଲେବୁଲଗୁଡିକୁ କେନ୍ଦ୍ରିତ କରନ୍ତୁ
05:18 ଏହାକୁ ପ୍ରଥମେ Book Title ଉପରେ କ୍ଲିକ୍ କରିବା ସହିତ ସମସ୍ତ ଲେବୁଲଗୁଡିକୁ ଚୟନ କରି କରନ୍ତୁ
05:26 ଏବଂ ତା’ପରେ Shift କୀକୁ ଦାବିଧରି, ପ୍ରଦର୍ଶିତ ଅବଶିଷ୍ଟ ଲେବୁଲଗୁଡିକ ଉପରେ କ୍ଲିକ୍ କରନ୍ତୁ
05:35 ବର୍ତ୍ତମାନ, ସେମାନଙ୍କୁ କେନ୍ଦ୍ରିତ କରିବା ପାଇଁ ଅପ୍ ଆରୋ କୀକୁ ବ୍ୟବହାର କରନ୍ତୁ
05:41 ବର୍ତ୍ତମାନ headerକୁ ଗୋଟିଏ ହାଲୁକା ବ୍ଲୁ ବ୍ୟାକଗ୍ରାଉଣ୍ଡ ପ୍ରଦାନ କରନ୍ତୁ
05:47 ଏହା କରିବା ପାଇଁ, Propertiesକୁ ଯା’ନ୍ତୁ ଏବଂ Background transparentକୁ NOରେ ପରିବର୍ତ୍ତନ କରନ୍ତୁ
05:55 ଏବଂ ତା’ପରେ Background colour ପାଇଁ ତାଲିକାରୁ Blue 8କୁ ଚୟନ କରନ୍ତୁ
06:03 Detail ବିଭାଗ ସହିତ ମଧ୍ୟ ସମାନ କାର୍ଯ୍ୟ କରନ୍ତୁ
06:09 ଏଥିପାଇଁ, ପ୍ରଥମେ Detail ଓ Report footer ବିଭାଗ ମଧ୍ୟରେ ଥିବା ବ୍ୟବଧାନକୁ ବୃଦ୍ଧି କରନ୍ତୁ
06:20 ଏବଂ ତା’ପରେ ଫିଲ୍ଡଗୁଡିକୁ କେନ୍ଦ୍ରିତ କରନ୍ତୁ
06:24 ପ୍ରଦର୍ଶିତ Detail ବିଭାଗ ପାଇଁ ହାଲୁକା ଗ୍ରେ ବ୍ୟାକଗ୍ରାଉଣ୍ଡ ଚୟନ କରନ୍ତୁ
06:32 ତା’ପରେ, Checked In ଫିଲ୍ଡ ପାଇଁ ଡେଟା ଫର୍ମାଟିଙ୍ଗକୁ ପରିବର୍ତ୍ତନ କରନ୍ତୁ
06:39 ଯେହେତୁ ଏହା ବୂଲିଆନ୍ ଭେଲ୍ୟୁଗୁଡିକୁ ଧାରଣ କରିଥାଏ, ତେଣୁ ଏହା True କିମ୍ବ False ପ୍ରଦର୍ଶନ କରିବ
06:47 ଏହାକୁ ଗୋଟିଏ ସରଳ ପ୍ରଦର୍ଶନ Yes କିମ୍ବା No ଅପଶନକୁ ପରିବର୍ତ୍ତନ କରନ୍ତୁ
06:53 ଏଥିପାଇଁ, Detail ବିଭାଗର ଡାହାଣ ପଟେ ଥିବା CheckedIn ଫିଲ୍ଡ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:01 ବର୍ତ୍ତମାନ, ଡାହାଣ ପଟେ ଥିବା properties ଉପରେ ଥିବା, Data ଟାବ୍ ଉପରେ ପ୍ରଥମେ କ୍ଲିକ୍ କରନ୍ତୁ
07:08 Data ଫିଲ୍ଡ ପରେ ଥିବା CheckedIn ବଟନ୍ ଉପରେ କ୍ଲିକ୍ କରନ୍ତୁ
07:15 ଏହା Function ୱିଜାର୍ଡ ନାମକ ଗୋଟିଏ ପପ୍ ଅପ୍ ୱିଣ୍ଡୋକୁ ଖୋଲିବ
07:20 ଏଠାରେ, ନିମ୍ନରେ ଡାହାଣ ପଟେ ଥିବା Formula ଟେକ୍ସଟ ବକ୍ସକୁ ପ୍ରଥମେ ଖାଲି କରନ୍ତୁ
07:27 ତା’ପରେ Category ଡ୍ରପ୍ ଡାଉନ୍ ଉପରେ କ୍ଲିକ୍ କରିବା ପରେ IF ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:35 ବର୍ତ୍ତମାନ ଡାହାଣ ପଟେ ନୁତନ କଣ୍ଟ୍ରୋଲଗୁଡିକୁ ଦେଖିବାକୁ ପାଇବେ
07:40 ଡାହାଣ ପଟେ ଓ ପ୍ରଥମ ଟେକ୍ସଟ ବକ୍ସ ପରେ ଥିବା Select ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:49 ଏଠାରେ CheckIn ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:53 ତା’ପରେ, ଦ୍ଵିତୀୟ ଟେକ୍ସଟ ବକ୍ସ ମଧ୍ୟରେ, ଡବଲ୍ କ୍ଵୋଟ୍ ମଧ୍ୟରେ Yes ଟାଇପ୍ କରନ୍ତୁ
08:01 ଏବଂ ତା’ପରେ ତୃତୀୟ ଟେକ୍ସଟ ବକ୍ସ ମଧ୍ୟରେ No ଟାଇପ୍ କରନ୍ତୁ
08:12 ବର୍ତ୍ତମାନ Properties ବିଭାରେ ଥିବା General ଟାବକୁ ଯା’ନ୍ତୁ
08:18 ଏବଂ ନିମ୍ନରେ Formatting ବିପକ୍ଷରେ ଥିବା ବଟନ୍ ଉପରେ କ୍ଲିକ୍ କରନ୍ତୁ
08:24 ଏଠାରେ, Category ତାଲିକାର Text ଉପରେ କ୍ଲିକ୍ କରନ୍ତୁ
08:28 ଏବଂ ତା’ପରେ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
08:32 ଏବଂ ବର୍ତ୍ତମାନ, ରିପୋର୍ଟକୁ save କରନ୍ତୁ
08:36 ଠିକ୍ ଅଛି, ବର୍ତ୍ତମାନ ରୂପାନ୍ତରିତ ରିପୋର୍ଟକୁ run କରନ୍ତୁ
08:41 ଏଥିପାଇଁ, ଉପରେ ଥିବା Edit ମେନୁ ଉପରେ କ୍ଲିକ୍ କରିବା ସହିତ Execute Report ଉପରେ କ୍ଲିକ୍ କରନ୍ତୁ
08:50 ଏବଂ ଏଠାରେ Books issued to the Library members ଉପରେ ସୁନ୍ଦର ହିଷ୍ଟୋରୀ ପ୍ରସ୍ତୁତ ହେଲା
08:57 spacing, headers, footers, fontsକୁ ଲକ୍ଷ୍ୟ କରନ୍ତୁ
09:01 ଏବଂ CheckedIn ଫିଲ୍ଡକୁ ମଧ୍ୟ ଯାହା Yes କିମ୍ବା No କୁହେ
09:06 ଏବଂ ରିପୋର୍ଟକୁ ରୂପାନ୍ତର କରିବା ପ୍ରକ୍ରିୟା ଶେଷ ହେଲା
09:11 ଏହା ଆମକୁ Modifying a Report in LibreOffice Base ଉପରେ ଥିବା ଏହି ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
09:17 ସଂକ୍ଷିପ୍ତରେ ଆମେ ଶିଖିଲେ:
09:20 ଲେଆଉଟକୁ କଷ୍ଟମାଇଜିଙ୍ଗ କରିବା ଦ୍ଵାରା ଏବଂ ରିପୋର୍ଟର ଲୂକ୍ ଆଣ୍ଡ ଫୀଲକୁ ରୂପାନ୍ତର କରିବା
09:26 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ. ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
09:48 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep