LibreOffice-Suite-Base/C2/Add-List-Box-form-control-to-a-form/Oriya

From Script | Spoken-Tutorial
Jump to: navigation, search
Time Narration
00:03 ବନ୍ଧୁଗଣ, LibreOffice Base ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ କିପରି ଗୋଟିଏ formରେ ଏକ List Box form controlକୁ ଯୋଗ କରାଯାଏ ଆମେ ଶିଖିବା
00:14 ପୂର୍ବ ଟ୍ୟୁଟୋରିଆଲରେ, LibreOffice Base ବ୍ୟବହାର କରି କିପରି ଗୋଟିଏ ଫର୍ମକୁ ରୂପାନ୍ତର କରାଯାଏ ଆମେ ଶିଖିଲେ
00:20 ଫର୍ମର ଏହି ଇମେଜକୁ ମଧ୍ୟ ଦେଖିଲେ ଯାହାକୁ ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି ଓ ରୂପାନ୍ତର କରିବା ଆରମ୍ଭ କରିଥିଲେ
00:34 ଏବଂ ଥରେ ଡିଜାଇନ୍ ସମାପ୍ତ ହେଲାପରେ, ଉକ୍ତ form ଏହିଭଳି ଦେଖାଯିବ
00:45 ଧ୍ୟାନଦିଅନ୍ତୁ ଯେ Books Issued ଟେବୁଲର ପ୍ରଥମ recordକୁ ଆମେ ଦେଖୁଛେ
00:52 ଏବଂ book Id ଓ member Id ବ୍ୟତିତ, ଲିଷ୍ଟ ବକ୍ସଗୁଡିକ ସହିତ ପ୍ରକୃତ ବହିର ଟାଇଟଲ୍ ଓ ମେମ୍ବରଙ୍କ ନାମକୁ ମଧ୍ୟ ଦେଖନ୍ତୁ
01:01 ଏଠାରେ ନିମ୍ନରେ ଗୋଟିଏ ରେକର୍ଡକୁ ସେଭ୍ କରିବା, ପରିବର୍ତ୍ତନକୁ ଅଣ୍ଡୁ କରିବା ପ୍ରଭୃତି କାର୍ଯ୍ୟ କରିବା ପାଇଁ କିଛି ପୁଶ୍ ବଟନ୍ ଅଛି
01:11 ତେଣୁ, ଏହି ଟ୍ୟୁଟୋରିଆଲରେ, ଗୋଟିଏ ଫର୍ମରେ କିପରି ଏକ List box form controlକୁ ଯୋଗ କରାଯାଏ ଶିଖିବା
01:20 ପ୍ରଥମେ LibreOffice Base ପ୍ରୋଗ୍ରାମକୁ ଆରମ୍ଭ କରନ୍ତୁ, ଯଦି ଏହା ଖୋଲା ନ’ଥାଏ
01:32 ଏବଂ Library ଡେଟାବେସକୁ ଖୋଲନ୍ତୁ
01:35 ଯଦି Base ଖୋଲାଥାଏ ତେବେ ଏହିଠାରୁ File ମେନୁ ମଧ୍ୟରେ ଥିବା Open ଉପରେ କ୍ଲିକ୍ କରି Library ଡେଟାବେସକୁ ଖୋଲିପାରିବେ
01:45 କିମ୍ବା File ମେନୁ ମଧ୍ୟରେ ଥିବା Recent Documents ଉପରେ କ୍ଲିକ୍ କରି ଏହା କରିପାରିବେ
01:50 ବର୍ତ୍ତମାନ ଆମେ Library ଡେଟାବେସ୍ ମଧ୍ୟରେ ଅଛେ
01:54 ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରିଥିବା Books Issued to Members ଫର୍ମକୁ ଖୋଲନ୍ତୁ
02:01 ଏହା କରିବା ପାଇଁ, ବାମ ପଟ ପ୍ୟାନେଲରେ ଥିବା Forms ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:07 ଏବଂ ଡାହାଣ ପଟ ପ୍ୟାନେଲରେ ଥିବା Books Issued to Members ଫର୍ମ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଏବଂ ତା’ପରେ edit ଉପରେ କ୍ଲିକ୍ କରନ୍ତୁ
02:17 ବର୍ତ୍ତମାନ ଆମେ Form Design ୱିଣ୍ଡୋ ମଧ୍ୟରେ ଅଛେ
02:21 ପ୍ରଥମେ ଚାଲନ୍ତୁ Book Title ଲେବୁଲକୁ ଦେଖିବା
02:25 ଧ୍ୟାନଦିଅନ୍ତୁ ଯେ ଏଠାରେ ଥିବା ଟେକ୍ସଟ ବକ୍ସ କେବଳ BookId ନମ୍ବରଗୁଡିକୁ ପ୍ରଦର୍ଶନ କରିବ ଯାହା ଆମ ଚକ୍ଷୁ ଅନୁକୂଳ ନୁହେଁ
02:33 ଆମ ପାଇଁ ବୂକ୍ ଟାଇଟଲଗୁଡିକ ଅନୁକୂଳ ଅଟନ୍ତି
02:37 ଏବଂ ଏହି ଟାଇଟଲଗୁଡିକୁ ପ୍ରଦର୍ଶନ କରିବା ପାଇଁ Base କିଛି ମାର୍ଗ ଉପଲବ୍ଧ କରାଇଥାଏ ଏବଂ ଗୋଟିଏ List box form controlର ବ୍ୟବହାର ହେଉଛି ସେହି ମାର୍ଗଗୁଡିକ ମଧ୍ୟରୁ ଅନ୍ୟତମ
02:48 କିପରି, ଚାଲନ୍ତୁ ଦେଖିବା
02:51 ଏଥିପାଇଁ, ପ୍ରଥମେ Book Title ଲେବୁଲର ପାର୍ଶ୍ଵରେ ଥିବା ଟେକ୍ସଟ ବକ୍ସକୁ ବାହାର କରନ୍ତୁ
02:59 ଟେକ୍ସଟ ବକ୍ସ ଉପରେ କ୍ଲିକ୍ କରି କରିପାରିବେ ଯାହା ଏହାକୁ ପରିଚିତ ଗ୍ରୀନ୍ ବକ୍ସଗୁଡିକର ସେଟ୍ ସହିତ ଚୟନ କରିଥାଏ
03:09 ଏବଂ ତା’ପରେ ରାଇଟ୍ କ୍ଲିକ୍ କରି ନିମ୍ନରେ ଥିବା Cut ଉପରେ କ୍ଲିକ୍ କରନ୍ତୁ
03:16 ଏଠାରେ ଟେକ୍ସଟ ବକ୍ସଟି ବାହାର ହୋଇଯାଇଛି
03:20 ବର୍ତ୍ତମାନ, ଏଠାରେ ଗୋଟିଏ List box form controlକୁ ସ୍ଥାପନ କରନ୍ତୁ
03:26 ଏହାକୁ Form Controls ଟୂଲବାରରେ ଆକ୍ସେସ୍ କରିପାରିବେ
03:31 View ମେନୁ ବ୍ୟବହାର କରି ଏବଂ Form Controls ଉପରେ କ୍ଲିକ୍ କରି ଏହାକୁ ଉପରକୁ ଆଣିପାରିବେ
03:39 ଧ୍ୟାନଦିଅନ୍ତୁ ଯେ Base ଅନେକଗୁଡିଏ ଫର୍ମ୍ କଣ୍ଟ୍ରୋଲଗୁଡିକୁ ଉପଲବ୍ଧ କରାଇଥାଏ; ଟୂଲ୍ ଟିପଗୁଡିକୁ ପଢିବା ପାଇଁ ଏହି ଆଇକନଗୁଡିକ ଉପରେ କର୍ସରକୁ ପଏଣ୍ଟ କରନ୍ତୁ
04:01 ଲିଷ୍ଟ ବକ୍ସ ଆଇକନକୁ ପ୍ରାପ୍ତ କରନ୍ତୁ
04:04 ଏଠାରେ ଥିବା, ଏହି ଆଇକନ୍ ଉପରେ କେବଳ ଥରେମାତ୍ର କ୍ଲିକ୍ କରନ୍ତୁ
04:11 ଏବଂ mouse ପଏଣ୍ଟରକୁ form ମଧ୍ୟରେ ଚାଳନା କରନ୍ତୁ; ଏହା ଗୋଟିଏ ପତଳା ପ୍ଲସ୍ ଚିହ୍ନକୁ ପରିବର୍ତ୍ତନ ହେବାର ଲକ୍ଷ୍ୟ କରନ୍ତୁ
04:21 ବର୍ତ୍ତମାନ ଫର୍ମ୍ ଉପରେ listbox form controlକୁ ଆଣିପାରିବେ
04:26 ଏଥିପାଇଁ ଏହାକୁ ସହଜଭାବେ ଫର୍ମ ଉପରେ କ୍ଲିକ୍, ଡ୍ରାଗ୍ ଓ ଡ୍ରପ୍ କରନ୍ତୁ
04:34 ପୂର୍ବେ ବାହାର କରିଥିବା ଟେକ୍ସଟ ବକ୍ସ ସ୍ଥାନରେ ଏହାକୁ ରଖନ୍ତୁ
04:39 ଧ୍ୟାନଦିଅନ୍ତୁ ଯେ List Box Wizard ନାମକ ଗୋଟିଏ ୱିଜାର୍ଡ, Form design ୱିଣ୍ଡୋ ଉପରେ ଖୋଲିବ
04:48 ବର୍ତ୍ତମାନ ଏହି ୱିଜାର୍ଡ ଲିଷ୍ଟ ବକ୍ସକୁ Book title ଲେବୁଲ୍ ସହିତ ସଂଯୋଗ କରିବା ପାଇଁ ସାହାଯ୍ୟ କରିବ
04:56 କିପରି, ଚାଲନ୍ତୁ ଦେଖିବା
04:58 ଏହି ୱିଜାର୍ଡରେ, ପ୍ରଥମେ ଟେବୁଲକୁ ଚୟନ କରନ୍ତୁ ଯେଉଁଠାରୁ ବହିର ଟାଇଟଲଗୁଡିକୁ ପ୍ରାପ୍ତ କରିହେବ
05:07 ତାଲିକାରୁ Books ଟେବୁଲକୁ ଚୟନ କରିବା ସହିତ Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:15 ବର୍ତ୍ତମାନ ଏହି ୱିଣ୍ଡୋରେ fieldକୁ ଚୟନ କରିବା ଆବଶ୍ୟକ ଯାହା ଲିଷ୍ଟ ବକ୍ସରେ ପ୍ରଦର୍ଶୀତ ହେବ
05:24 ଏବଂ ଏହା ଜଣା ଅଛି ଯେ Title କ୍ଷେତ୍ର ବହିର ଟାଇଟଲଗୁଡିକୁ ଷ୍ଟୋର୍ କରିଥାଏ
05:29 ତେଣୁ, ଚାଲନ୍ତୁ ପରବର୍ତ୍ତୀ ସୋପାନକୁ ଯିବା
05:32 ଏହା ଅନ୍ତିମ ୱିଣ୍ଡୋ ଅଟେ ଯେଉଁଠି ମ୍ୟାଜିକ୍ ହେବ
05:37 ସମ୍ପର୍କିତ table ଓ fieldଗୁଡିକୁ ସଂଯୁକ୍ତ କରନ୍ତୁ
05:41 କ୍ଷେତ୍ରର ନାମଗୁଡିକୁ ଦେଖନ୍ତୁ. ବାମ ପଟେ ଥିବା Fields in the Value table କ୍ଷେତ୍ରଗୁଡିକ Books Issued ଟେବୁଲ ମଧ୍ୟରେ ଅବସ୍ଥିତ ଅଟନ୍ତି
05:52 ଏବଂ ଡାହାଣ ପଟେ ଥିବା Fields in the list table କ୍ଷେତ୍ରଗୁଡିକ Books ଟେବୁଲ୍ ମଧ୍ୟରେ ଅବସ୍ଥିତ
05:59 ଏହା ମଧ୍ୟ ଜଣାଅଛି ଯେ books tableରେ book id ଗୋଟିଏ ଅତ୍ୟାବଶ୍ୟକ କ୍ଷେତ୍ର ଅଟେ ଏବଂ Books Issued ଟେବୁଲରେ ରିପ୍ରେଜେଣ୍ଟ ହୋଇଛି
06:10 ତେଣୁ, ବାମ ପଟ ତାଲିକାରେ ଥିବା Book id ଉପରେ କ୍ଲିକ୍ କରନ୍ତୁ ଯାହା Field from the value table ଅଟେ
06:19 ତା’ପରେ, ଡାହାଣ ପଟ ତାଲିକାରେ ଥିବା Book id ଉପରେ କ୍ଲିକ୍ କରନ୍ତୁ ଯାହା Field from the list table ଅଟେ
06:29 ଏହି ୱିଜାର୍ଡକୁ ବନ୍ଦ କରିବା ପାଇଁ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
06:34 ଏଠାରେ ସମ୍ପର୍କିତ ଟେବୁଲ୍ ଓ କ୍ଷେତ୍ରଗୁଡିକ ସଂଯୁକ୍ତ ହୋଇଛନ୍ତି
06:40 ବର୍ତ୍ତମାନ Base ଆଟୋମାଟିକାଲୀ ଏହି List boxରେ ସମଗ୍ର ବହିର ଟାଇଟଲଗୁଡିକୁ ପ୍ରଦର୍ଶିତ କରିବ
06:46 ବର୍ତ୍ତମାନ ଫର୍ମକୁ save କରନ୍ତୁ
06:49 ଏବଂ ୱିଣ୍ଡୋକୁ ବନ୍ଦ କରନ୍ତୁ
06:52 Base ଟ୍ୟୁଟୋରିଆଲର ପରବର୍ତ୍ତୀ ବିଭାଗରେ, ଆମେ ଫର୍ମରେ ଅବଶିଷ୍ଟ form controlଗୁଡିକୁ ଯୋଗ କରିବା ଜାରି ରଖିବା
07:00 ଏବଂ କାମ ସରିଲା ପରେ, ଆମ form ଏହି ଭଳି ଦେଖାଯିବ
07:06 ଏଠାରେ ଗୋଟିଏ ଆସାଇନମେଣ୍ଟ ଅଛି
07:08 ପ୍ରତିକୂଳ member Id ପରିବର୍ତ୍ତେ ମେମ୍ବର୍ ନେମଗୁଡିକୁ ତାଲିକାଭୁକ୍ତ କରିବା ପାଇଁ ଗୋଟିଏ ଦ୍ଵିତୀୟ ଲିଷ୍ଟ ବକ୍ସକୁ ଯୋଗ କରନ୍ତୁ
07:17 ବର୍ତ୍ତମାନ ଲିଷ୍ଟ ବକ୍ସର ସ୍ଥାପନ କରିବା ବିଷୟରେ ଚିନ୍ତିତ ହୁଅନ୍ତୁ ନାହିଁ. ଏହାକୁ Member name ଲେବୁଲର ବାମ ପଟକୁ ଆଣନ୍ତୁ
07:27 ପରବର୍ତ୍ତୀ ଟ୍ୟୁଟୋରିଆଲରେ ଏହାକୁ Member Name ଲେବୁଲ୍ ମଧ୍ୟରେ ଠିକ୍ ଭାବେ ପ୍ରତିସ୍ଥାପିତ କରିପାରିବେ
07:34 ଏହା ଆମକୁ List Box Control in LibreOffice Base ଉପରେ ଥିବା ଟ୍ୟୂଟୋରିଆଲର ସମାପ୍ତିକୁ ଆଣେ
07:40 ସଂକ୍ଷିପ୍ତରେ, ଆମେ ଶିଖିଲେ: ଗୋଟିଏ ଫର୍ମରେ କିପରି List Box form controlକୁ ଯୋଗ କରିବା
07:47 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ, ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:58 ଏହି ପ୍ରୋଜେକ୍ଟ Spoken Tutorial.org http://spoken-tutorial.org ଦ୍ଵାରା ସମର୍ଥିତ
08:04 ଏହା ଉପରେ ଅଧିକ ବିବରଣୀ (spoken-tutorial.org/NMEICT-Intro)ରେ ଉପଲବ୍ଧ
08:08 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep