LaTeX/C2/Report-Writing/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Report Writing in latex ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ. ମୁଁ ଏହାକୁ latek କହୁଛି, latex ନୁହେଁ |
00:09 | ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି |
00:13 | ଏହି ଟ୍ୟୁଟୋରିଆଲରେ ଆମେ କିପରି ଗୋଟିଏ ଡକୁମେଣ୍ଟ ଲେଖାଯାଏ ଶିଖିବା |
00:19 | ନିର୍ଦ୍ଦିଷ୍ଟରୂପେ, report ଓ article କ୍ଲାସର ବ୍ୟବହାର, sections କିପରି ସୃଷ୍ଟି କରିବା, ସେକ୍ସନଗୁଡିକର ନମ୍ବରିଙ୍ଗକୁ ଅଟୋମେଟ୍ କରିବା, Table of contents ସୃଷ୍ଟି କରିବା ଓ ଟାଇଟଲ୍ ପେଜ୍ କିପରି ସୃଷ୍ଟି କରିବା |
00:38 | ମୁଁ ଟ୍ୟୁଟୋରିଆଲକୁ, 10,000ରୁ କମ୍ ଟଙ୍କା ଲାପଟପରେ ନିର୍ମାଣ କରୁଛି |
00:44 | ଏବଂ ମୁଁ Ubuntu Linux, TeXworks ଓ LaTeXକୁ ବ୍ୟବହାର କରୁଛି |
00:51 | ଆପଣ, Windows କିମ୍ବା Mac ଉପରେ ମଧ୍ୟ TeXworksକୁ ବ୍ୟବହାର କରିପାରିବେ-ମେଥଡ୍ ସମାନ ଅଟେ |
00:57 | ଆପଣ ମଧ୍ୟ, TeXworks ବିନା ସିଧାସଳଖ LaTeXକୁ ବ୍ୟବହାର କରିପାରିବେ |
01:02 | ଅଧିକ ମୂଲ୍ୟବାନ୍ Linux କମ୍ପ୍ୟୁଟର୍ ମଧ୍ୟ ବ୍ୟବହାର ପାଇଁ ସ୍ଵାଗତ! |
01:07 | ଏହାକୁ ଶିଖିବା ପାଇଁ ପ୍ରାକ୍ଆବଶ୍ୟକତାଗୁଡିକ ନିମ୍ନରେ ପ୍ରଦାନ କରାଯାଇଛି: ସ୍ପୋକନ୍ ଟ୍ୟୁଟୋରିଆଲ୍ ଯାହା LaTeXର ପରିଚୟ ପ୍ରଦାନ କରେ, report ଡଟ୍ tex ଫାଇଲ୍, side-by-side methodର ଜ୍ଞାନ, ଏହି ଟ୍ୟୁଟୋରିଆଲକୁ ଅଭ୍ୟାସ କରିବା ଆବଶ୍ୟକ |
01:23 | ଉପରେ ଥିବା ସମଗ୍ର ସୁଚନା, spoken tutorial ଡଟ୍ org, ୱେବସାଇଟରେ ଉପଲବ୍ଧ ଅଛି |
01:32 | TeXworks ୱିଣ୍ଡୋକୁ ଯା’ନ୍ତୁ |
01:36 | ଫାଇଲ୍ report.texକୁ ଖୋଲାଯାଇଅଛି. ଦୟାକରି ଏହି ଫାଇଲକୁ ଡାଉନଲୋଡ୍ କରନ୍ତୁ ଏବଂ ମୋ ସହିତ ଅଭ୍ୟାସ କରନ୍ତୁ |
01:44 | ଫଣ୍ଟର ଆକାରକୁ 12 point ଭାବେ ବ୍ୟବହାର କରନ୍ତୁ, a4 ପେପର୍ ଏବଂ article କ୍ଲାସ୍ |
01:55 | usepackage କମାଣ୍ଡ ମାଧ୍ୟମରେ ମାର୍ଜିନକୁ ସେଟ୍ କରିବା ପାଇଁ geometry packageକୁ ବ୍ୟବହାର କରନ୍ତୁ |
02:02 | ପ୍ରତ୍ୟେକ କମାଣ୍ଡ ଆରମ୍ଭରେ ଗୋଟିଏ reverse slash ଦେବା ଜରୁରୀ ଅଟେ |
02:07 | ଯଦିଓ ଏହାକୁ ନିର୍ଦ୍ଦିଷ୍ଟଭାବେ କୁହାଯାଉ ନାହିଁ, କିନ୍ତୁ ଆପଣ ରିଭର୍ସ ସ୍ଲାସ୍ ଦେବାକୁ ଭୁଲନ୍ତୁ ନାହିଁ |
02:13 | ସେହିପରି, ନିର୍ଦ୍ଦିଷ୍ଟ ଭାବେ braces ବିଷୟରେ କୁହାଯାଉ ନାହିଁ, କିନ୍ତୁ ସେଗୁଡିକୁ ବ୍ୟବହାର କରାଯାଇପାରେ |
02:20 | ଭିଡିଓରେ ପ୍ରଦର୍ଶନ ହେବା ଭଳି ଅବିକଳ ନକଲ ସୃଷ୍ଟି କରନ୍ତୁ |
02:25 | usepackage କମାଣ୍ଡରେ ସ୍କୋୟାର୍ ବ୍ରାକେଟ୍ ମଧ୍ୟରେ ଥିବା ପାରାମିଟରଗୁଡିକ ବାଧ୍ୟତାମୂଳକ ନୁହଁନ୍ତି |
02:31 | ପ୍ୟାକେଜର ନାମ braces ମଧ୍ୟରେ ଅଛି |
02:35 | ହରିଯଣ୍ଟାଲ୍ ଓ ଭର୍ଟିକଲ୍ ମାର୍ଜିନଗୁଡିକ, ପ୍ରତ୍ୟେକଙ୍କୁ 4.5 cmରେ ସେଟ୍ କରାଯାଇଛି |
02:41 | TexWorks ୱିଣ୍ଡୋର ଉପର ବାମ ପଟ କୋଣକୁ ଦେଖନ୍ତୁ |
02:47 | pdfLaTeX ଚୟନ ନ’ହେବା କ୍ଷେତ୍ରରେ, ଦୟାକରି ଏହାକୁ ପୁଲ୍ ଡାଉନ୍ ମେନୁରୁ ଚୟନ କରନ୍ତୁ |
02:55 | ବାମ ପଟେ ଗୋଟିଏ ଗ୍ରୀନ୍ ସର୍କଲ୍ ସହିତ ଏକ ଆରୋ ଅଛି |
02:59 | ଆରୋ ଉପରେ କ୍ଲିକ୍ କରିବା ସହିତ ଏହି ଫାଇଲକୁ କମ୍ପାଇଲ୍ କରନ୍ତୁ |
03:04 | ଡାହାଣ ପଟେ ପ୍ରଦର୍ଶିତ report.pdf ଫାଇଲ୍ ପ୍ରାପ୍ତ ହେବ |
03:09 | ଆଉଟପୁଟ୍ ଫାଇଲରେ ଥିବା, section, sub-section ଓ sub-sub-section, ଟାଇଟଲଗୁଡିକୁ ଦେଖନ୍ତୁ |
03:18 | source fileରେ ପ୍ରଦତ୍ତ ସମାନ commandsକୁ ବ୍ୟବହାର କରି ଏଗୁଡିକୁ ସୃଷ୍ଟି କରନ୍ତୁ |
03:23 | pdf ଫାଇଲରେ ଏହି section ଟାଇଟଲଗୁଡିକର ଭିନ୍ନ ଭିନ୍ନ ଫିଚରଗୁଡିକୁ ଦେଖନ୍ତୁ |
03:30 | ଏହି ଟାଇଟଲଗୁଡିକର ଆକାର ପ୍ରୋପୋଶନେଟଲୀ ଓ ଅଟୋମାଟିକଲୀ ସୃଷ୍ଟି କରାଯାଇଛି |
03:37 | section ଟାଇଟଲ୍ ସବୁଠୁ ବଡ ଏବଂ sub-sub-sectionର ଟାଇଟଲ୍ ସବୁଠୁ ସାନ ଅଟେ |
03:45 | ସୋର୍ସ ଫାଇଲରେ ଥିବା ଶୁନ୍ୟ ଲାଇନଗୁଡିକ ବ୍ୟତୀତ, ଆଉଟପୁଟ୍ ସର୍ବଦା ସମାନ ରହିଥାଏ |
03:50 | ଏଠାରେ ଗୋଟିଏ ଲାଇନକୁ ଡିଲିଟ୍ କରିବା ସହ କମ୍ପାଇଲ୍ କରନ୍ତୁ |
03:55 | ଏଠାରେ କୌଣସି ପରିବର୍ତ୍ତନ ହେବ ନାହିଁ |
03:57 | ବର୍ତ୍ତମାନ ପେପର୍ ସାଇଜକୁ a5ରେ ପରିବର୍ତ୍ତନ କରନ୍ତୁ |
04:02 | ଏହା ଆଉଟପୁଟରେ ପ୍ରତ୍ୟେକ ଲାଇନର ପ୍ରସ୍ଥକୁ ହ୍ରାସ କରିଦେବ |
04:06 | ପୂର୍ବେ କଲାଭଳି ଟେକ୍ସଟକୁ କମ୍ପାଇଲ୍ କରନ୍ତୁ |
04:10 | ଆଉଟପୁଟକୁ ସ୍ପଷ୍ଟ ଭାବେ ଦେଖିବା ପାଇଁ, control + ଦାବି ଏହାକୁ ମ୍ୟାଗ୍ନିଫାଏ କରନ୍ତୁ |
04:17 | ଏହାକୁ କେନ୍ଦ୍ରକୁ ଆଣନ୍ତୁ |
04:20 | ଏହି ଟ୍ୟୁଟୋରିଆଲର ଅବଶିଷ୍ଟାଂସରେ, କେବଳ a5 ପେପରକୁ ବ୍ୟବହାର କରନ୍ତୁ. ଏହାକୁ a4ରେ ପରିବର୍ତ୍ତନ କରିବା ମଧ୍ୟ ସ୍ଵାଗତଯୋଗ୍ୟ ଅଟେ |
04:28 | ଧ୍ୟାନଦିଅନ୍ତୁ ଯେ ମୁଁ ଫାଇଲକୁ save କଲିନାହିଁ. ଏହାର କାରଣ କମ୍ପାଇଲେଶନ୍ କରିବା ପୂର୍ବରୁ TexWorks ଅଟୋମାଟିକଲୀ ଫାଇଲକୁ ସେଭ୍ କରିଥାଏ |
04:37 | ଫଣ୍ଟକୁ ଗୋଟିଏ କ୍ଷୁଦ୍ରତମ, 10 pointକୁ ପରିବର୍ତ୍ତନ କରିବା ସହ କମ୍ପାଇଲ୍ କରନ୍ତୁ |
04:44 | ଦେଖନ୍ତୁ, ଫଣ୍ଟର ଆକାର ଛୋଟ ହୋଇଯାଇଛି – ଆଶ୍ଚର୍ଯ୍ୟ ହେଲେ କି? କିନ୍ତୁ, ପ୍ରୋପୋଶନାଲ୍ ସାଇଜିଙ୍ଗ ଓ ସ୍ପେସିଙ୍ଗ ପୂର୍ବ ଭଳି ସମାନ ଅଛି |
04:54 | ପୁନର୍ବାର ଫଣ୍ଟକୁ 12 pointକୁ ଫେରାଇ ଆଣନ୍ତୁ |
04:59 | ବର୍ତ୍ତମାନ ଆମେ section titlesର ଅନ୍ୟ ଏକ ଜରୁରୀ ଗୁଣକୁ ଦେଖିବା |
05:04 | ଏହା section ନମ୍ବରଗୁଡିକର ଆଟୋମାଟିକ୍ ସୃଷ୍ଟି ଅଟେ |
05:09 | ଏହାକୁ ଅଧିକ ବର୍ଣ୍ଣନା କରିବା ପାଇଁ Inserted section ନାମକ ଗୋଟିଏ ନୁତନ sectionକୁ ଯୋଗ କରନ୍ତୁ |
05:18 | କମ୍ପାଇଲେଶନ୍ କରିବା ଦ୍ଵାରା, ଏହା ଏଠାରେ ଗୋଟିଏ ଠିକ୍ ସଂଖ୍ୟାର କ୍ରମ ସହିତ ଦୃଶ୍ୟମାନ ହେବ. ତେଣୁ ନମ୍ବରିଙ୍ଗ କରିବା ମଧ୍ୟ LaTeX ଦ୍ଵାରା ଅଟୋମାଟିକଲୀ ସମ୍ପାଦନ ହୋଇଥାଏ |
05:29 | toc ଏକ୍ସଟେନଶନ୍ ଥିବା ଏକ ଫାଇଲ୍ ମାଧ୍ୟମରେ, LaTeX, table of contentsକୁ ସୃଷ୍ଟି କରିଥାଏ |
05:36 | ଏଠାରେ table of contents, one wordକୁ ସଂଯୋଗ କରନ୍ତୁ |
05:42 | କମ୍ପାଇଲ୍ କରନ୍ତୁ |
05:44 | ଆଉଟପୁଟରେ ୱର୍ଡ Contents ବ୍ୟତିତ କିଛି ମଧ୍ୟ ଦୃଶ୍ୟମାନ ହେବ ନାହିଁ |
05:50 | ପୁନର୍ବାର କମ୍ପାଇଲ୍ କରନ୍ତୁ |
05:53 | ବର୍ତ୍ତମାନ ସମଗ୍ର ଟାଇଟଲ୍, ପେଜ୍ ନମ୍ବର୍ ସହିତ table of contentsରେ ଉପସ୍ଥିତ ଥିବା ଆପଣ ଦେଖିପାରିବେ |
05:59 | ଠିକ ପେଜ୍ ନମ୍ବର୍ ପ୍ରାପ୍ତ କରିବା ପାଇଁ ଏହାକୁ ତୃତୀୟ ଥର କମ୍ପାଇଲ୍ କରନ୍ତୁ |
06:05 | ତିନିଥର କାହିଁକି? ଦୟାକରି ଆସାଇନମେଣ୍ଟକୁ ଦେଖନ୍ତୁ |
06:09 | କେବଳ ଗୋଟିଏ ୱର୍ଡ, table of contents, ଯାହା ଆବଶ୍ୟକ ଅଟେ |
06:14 | LaTeXର କି ଚମତ୍କାର କ୍ଷମତା! |
06:17 | ଏହା ଏକ୍ସଟେନସନ୍ toc ଥିବା ଗୋଟିଏ ଫାଇଲ୍ ମାଧ୍ୟମରେ ସମ୍ପନ୍ନ ହୋଇଛି, ଯାହାକୁ LaTeX ସର୍ବଦା ଅକ୍ଷୁର୍ଣ୍ଣ ରଖିଥାଏ |
06:24 | ଏହି ବହୁବିଧ ପାସ୍ କମ୍ପାଇଲେଶନ୍ ପ୍ରକ୍ରିୟା, ଟାଇଟଲଗୁଡିକର ପରିବର୍ତ୍ତନରେ ମଧ୍ୟ କାର୍ଯ୍ୟକାରୀ ହୋଇଥାଏ |
06:30 | ସେକ୍ସନ୍ ଟାଇଟଲକୁ Modified sectionରେ ପରିବର୍ତ୍ତନ କରନ୍ତୁ |
06:36 | ଏହାକୁ କମ୍ପାଇଲ୍ କରନ୍ତୁ. Table of Contents ପରିବର୍ତ୍ତନ ହେବ ନାହିଁ |
06:42 | ଏହାକୁ ପୁଣି ଥରେ କମ୍ପାଇଲ୍ କରନ୍ତୁ ଏବଂ ସମସ୍ୟାର ସମାଧାନ କରନ୍ତୁ |
06:46 | ବର୍ତ୍ତମାନ ଏଠାରେ ଗୋଟିଏ ରୂପାନ୍ତରିତ ସେକ୍ସନ୍ ଅଛି |
06:49 | ଏହି ଡକୁମେଣ୍ଟ ପାଇଁ ଗୋଟିଏ ଟାଇଟଲ୍ ସୃଷ୍ଟି କରନ୍ତୁ. ଏଠାରେ ଏହାକୁ begin document ପୂର୍ବରୁ କରନ୍ତୁ |
06:57 | Author ସୁଚନା ଓ date ଥିବା, ଗୋଟିଏ title ସୃଷ୍ଟି କରନ୍ତୁ |
07:13 | ତେଣୁ, ଏହି ତିନୋଟି କମାଣ୍ଡକୁ ସଂଯୋଗ କରନ୍ତୁ |
07:17 | ସେଗୁଡିକ ଯେକୌଣସି କ୍ରମ କିମ୍ବା ଯେକୌଣସି ସ୍ଥାନରେ ଆସନ୍ତୁ, ଆପତ୍ତି ନାହିଁ |
07:22 | କିନ୍ତୁ ସେଗୁଡିକ begin document କମାଣ୍ଡ ପୂର୍ବରୁ ଆସିବା ଆବଶ୍ୟକ ଅଟେ |
07:26 | ସମଗ୍ର କମାଣ୍ଡଗୁଡିକରେ reverse slashକୁ ଭୁଲନ୍ତୁ ନାହିଁ |
07:31 | ଏଠାରେ ଡବଲ୍ ସ୍ଲାଶ୍ ଅର୍ଥ ପରବର୍ତ୍ତି ଲାଇନ୍ ଅଟେ. ଏହାକୁ କମ୍ପାଇଲ୍ କରନ୍ତୁ |
07:38 | pdf ଫାଇଲରେ କୌଣସି ପରିବର୍ତ୍ତନ ହେବ ନାହିଁ |
07:42 | ଏହାର କାରଣ ହେଉଛି ଯେ ଏହି ସୁଚନା ସହିତ କ’ଣ କରାଯିବ, ସେଥିପାଇଁ LaTeXକୁ ନିର୍ଦ୍ଦେଶ ଦିଆଯାଇ ନାହିଁ |
07:47 | ତେଣୁ, begin documentର ଠିକ୍ ପରେ make title କମାଣ୍ଡ, one wordକୁ ସଂଯୋଗ କରନ୍ତୁ |
07:55 | ଏହାକୁ କମ୍ପାଇଲ୍ କରନ୍ତୁ |
07:58 | ଆଉଟପୁଟରେ, ଏହି କମାଣ୍ଡକୁ ରଖାଯାଇଥିବା ସ୍ଥାନରେ title ଦୃଶ୍ୟମାନ ହେବ |
08:03 | ପ୍ରକୃତରେ, ଡକୁମେଣ୍ଟର ଆରମ୍ଭରେ |
08:07 | ବର୍ତ୍ତମାନ ଡକୁମେଣ୍ଟର କ୍ଲାସକୁ articleରୁ reportକୁ ପରିବର୍ତ୍ତନ କରନ୍ତୁ |
08:15 | ଏହା ସହିତ, ଏହି କମାଣ୍ଡ ସହ ଗୋଟିଏ chapterକୁ ପରିଭାଷିତ କରନ୍ତୁ: Chapter First Chapter |
08:24 | Report style, ଅତି କମରେ ଗୋଟିଏ chapter ଆବଶ୍ୟକ କରେ |
08:27 | କମ୍ପାଇଲ୍ କରିବା ସହିତ ଆଉଟପୁଟକୁ ଦେଖନ୍ତୁ |
08:31 | ଆଉଟପୁଟରେ ହେଉଥିବା ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ |
08:35 | ଟାଇଟଲ୍ ଗୋଟିଏ ପୁରା ପେଜରେ ଦୃଶ୍ୟମାନ ହେବ ଯାହାର ନମ୍ବର୍ ନ’ଥାଏ |
08:40 | Contents ମଧ୍ୟ ପେଜ୍ ନମ୍ବର୍ 1 ସହିତ ଗୋଟିଏ ପୁରା ପେଜରେ ଦୃଶ୍ୟମାନ ହେବ |
08:47 | ଦୟାକରି ଏଠାରେ pause କରନ୍ତୁ ଏବଂ Contentsରେ କେତିଟି ଭୁଲ୍ ଏଣ୍ଟ୍ରୀ ଅଛି, ଖୋଜି ବାହାର କରନ୍ତୁ |
08:54 | ଚାଲନ୍ତୁ ପରବର୍ତ୍ତି ପେଜକୁ ଯିବା. Chapter ଆରମ୍ଭ ହେଉଥିବା ମାର୍ଗକୁ ଲକ୍ଷ୍ୟ କରନ୍ତୁ |
09:00 | କେତୋଟି ପ୍ରଭେଦାତ୍ମକ ଫିଚରକୁ ଚିହ୍ନଟ କରିପାରିବେ? ଅତି କମରେ ପାଞ୍ଚୋଟି ପ୍ରାପ୍ତ କରନ୍ତୁ |
09:08 | ଦ୍ଵିତୀୟ ଥର ପାଇଁ ଏହାକୁ କମ୍ପାଇଲ୍ କରନ୍ତୁ |
09:12 | ଦେଖନ୍ତୁ ଯେ ବର୍ତ୍ତମାନ Contents ପେଜରେ ସଠିକ୍ ସୁଚନା ଅଛି. ବର୍ତ୍ତମାନ ନମ୍ବରଗୁଡିକ ଠିକ୍ ଅଛି |
09:21 | New Chapter ନାମକ ଗୋଟିଏ ନୁତନ chapterକୁ ସଂଯୋଗ କରନ୍ତୁ |
09:32 | ଏହାକୁ କମ୍ପାଇଲ୍ କରନ୍ତୁ |
09:34 | ପୁନର୍ବାର କମ୍ପାଇଲ୍ କରନ୍ତୁ ଏବଂ ଏହାକୁ ଗୋଟିଏ ନୁତନ ପେଜରେ ଆସିବା, ଦେଖନ୍ତୁ |
09:47 | ଏହି ନୁତନ chapter ପୂର୍ବରୁ appendix କମାଣ୍ଡକୁ ଇନସର୍ଟ କରନ୍ତୁ |
09:53 | କମ୍ପାଇଲେଶନ୍ କରିବା ଦ୍ଵାରା, ୱର୍ଡ Appendix ଦୃଶ୍ୟମାନ ହେବା, ଲକ୍ଷ୍ୟ କରନ୍ତୁ |
09:59 | chapter ନମ୍ବର୍ A ଅଟେ |
10:02 | ବର୍ତ୍ତମାନ slideକୁ ଯା’ନ୍ତୁ |
10:05 | ଏହି ଟ୍ୟୁଟୋରିଆଲରେ ଯାହା ଶିଖିଲେ, ସାରାଂଶିତ କରନ୍ତୁ |
10:08 | LaTeXରେ ଗୋଟିଏ ଡକୁମେଣ୍ଟ ଲେଖିବା, chapter ଓ section ଟାଇଟଲଗୁଡିକୁ ଅଟୋମାଟିକ୍ ସୃଷ୍ଟି କରିବା, Table of contentsକୁ ଅଟୋମାଟିକ୍ ନମ୍ବରିଙ୍ଗ କରିବା ଏବଂ Appendix ସୃଷ୍ଟି କରି ଟାଇଟଲ୍ ପେଜ୍ ସୃଷ୍ଟି କରିବା |
10:21 | କିଛି ଆସାଇନମେଣ୍ଟ ଦେଉଛି |
10:24 | ଏହି ଆସାଇନମେଣ୍ଟ a4 ପେପର୍ ଓ letter ପେପର୍ ଉପରେ ଅଟେ |
10:29 | ଭିଡିଓକୁ pause କରନ୍ତୁ ଏବଂ ସ୍ଲାଇଡକୁ ପଢିବା ସହ ଆସାଇନମେଣ୍ଟକୁ କରନ୍ତୁ |
10:35 | ଏହି ଆସାଇନମେଣ୍ଟ font size ଉପରେ ଅଟେ |
10:41 | ଏହା report ଡଟ୍ toc ଉପରେ ଅଟେ |
10:47 | ଏହା କମ୍ପାଇଲେଶନଗୁଡିକର ନମ୍ବର୍ ଉପରେ ଅଟେ |
10:52 | ଏହା Table of Contentsର ସ୍ଥାନ ଉପରେ ଅଟେ |
10:59 | ଏହି ଆସାଇନମେଣ୍ଟ, report ଓ articleରେ chapter କମାଣ୍ଡର ବ୍ୟବହାର ଉପରେ ପର୍ଯ୍ୟବସିତ ଅଟେ |
11:07 | ଏହି ଆସାଇନମେଣ୍ଟ, report କ୍ଲାସରେ appendix କମାଣ୍ଡର ପ୍ରଭାବ ଉପରେ ପର୍ଯ୍ୟବସିତ ଅଟେ |
11:15 | ଏହା ପୁର୍ବ ଆସାଇନମେଣ୍ଟ ଭଳି ସମାନ ଅଟେ, କିନ୍ତୁ article କ୍ଲାସରେ |
11:22 | ଏହା geometry package ଉପରେ ଅଟେ |
11:27 | ଏହି ଆସାଇନମେଣ୍ଟ ସାଧାରଣ ଭାବେ LaTeX classes ଉପରେ ଅଟେ |
11:34 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
11:38 | ଏହି ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:46 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚାଲନ୍ତି. ପ୍ରମାଣପତ୍ର ଦିଆଯାଏ. ଦୟାକରି ଆମକୁ ସମ୍ପର୍କ କରନ୍ତୁ |
11:53 | ଏହି ସ୍ପୋକନ୍ ଟ୍ୟୁଟୋରିଆଲକୁ ନେଇ ଆପଣଙ୍କର କିଛି ପ୍ରଶ୍ନ ଅଛି କି? |
11:56 | ଏହି ସାଇଟକୁ ଯା’ନ୍ତୁ. ଆପଣଙ୍କର ପ୍ରଶ୍ନ ଥିବା minute ଓ secondକୁ ଚୟନ କରନ୍ତୁ |
12:03 | ଆପଣଙ୍କ ପ୍ରଶ୍ନକୁ ସଂକ୍ଷିପ୍ତରେ ବର୍ଣ୍ଣନା କରନ୍ତୁ. ଆମ ଟିମରୁ କେହି ଜଣେ ସେଗୁଡିକର ଉତ୍ତର ଦେବେ |
12:09 | ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନଗୁଡିକ ପାଇଁ ଉଦ୍ଦିଷ୍ଟ ଅଟେ |
12:13 | ଦୟାକରି ସେଗୁଡିକ ଉପରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନଗୁଡିକୁ ପୋଷ୍ଟ କରନ୍ତୁ ନାହିଁ |
12:19 | ଏହା କ୍ଲଟରକୁ ହ୍ରାସ କରିବାରେ ସାହାଯ୍ୟ କରିବ. ଏହି କ୍ଲଟର୍ ସହିତ, ଆମେ ଏହି ଆଲୋଚନାଗୁଡିକୁ instructionalmaterial ଭାବେ ବ୍ୟବହାର କରିପାରିବା |
12:28 | ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକରେ ଅଣଆଲୋଚିତ ଟପିକ୍ ପାଇଁ ଏହି ଆଡ୍ରେସରେ ଥିବା stack exchangeକୁ ଯା’ନ୍ତୁ |
12:35 | LaTeX ଉପରେ ଉତ୍ତର ପ୍ରାପ୍ତ କରିବା ପାଇଁ ଏହା ଗୋଟିଏ ଉତ୍ତମ ସ୍ଥାନ ଅଟେ. ଆପଣଙ୍କର, ଆମ କର୍ମଶାଳା, ପ୍ରମାଣପତ୍ର ପ୍ରଭୃତି ଉପରେ ମଧ୍ୟ ପ୍ରଶ୍ନ ଥାଇପାରେ |
12:45 | ଏଥିପାଇଁ, ଏହି ମେଲ୍ ଆଡ୍ରେସରେ ଆମ ସହିତ ସମ୍ପର୍କରେ ରୁହନ୍ତୁ |
12:50 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ ଅଟେ |
12:56 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |