LaTeX/C2/LaTeX-on-Windows-using-TeXworks/Oriya
From Script | Spoken-Tutorial
| Time | Narration |
| 00:01 | ବନ୍ଧୁଗଣ, LaTeX on Windows using TeXworks ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ: |
| 00:09 | MikTeXକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ଶିଖିବା |
| 00:11 | TeXworksକୁ ବ୍ୟବହାର କରି ମୌଳିକ LaTeX ଡକୁମେଣ୍ଟଗୁଡିକୁ ଲେଖନ୍ତୁ |
| 00:15 | ଛାଡିଯାଇଥିବା ପ୍ୟାକେଜଗୁଡିକୁ ଡାଉନଲୋଡ୍ କରିବା ପାଇଁ MikTeXକୁ କନଫିଗ୍ୟୋର୍ କରନ୍ତୁ |
| 00:19 | ଏହି ଟ୍ୟୁଟୋରିଆଲକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Windows7 operating system ଏବଂ MikTeX2.9 |
| 00:27 | ବର୍ତ୍ତମାନ ଚାଲନ୍ତୁ TeXworksର ପ୍ରମୁଖ ଗୁଣାବଳୀଗୁଡିକୁ ଦେଖିବା |
| 00:31 | ଏହା ଯେକୌଣସି ପ୍ଲାଟଫର୍ମରେ କାର୍ଯ୍ୟକରି ପାରେ |
| 00:33 | ଏହାର ଗୋଟିଏ ନିଜସ୍ଵ pdf reader ଅଛି |
| 00:36 | ଏହା ଭାରତୀୟ ଭାଷାର typesettingକୁ ସମର୍ଥନ କରେ |
| 00:39 | TeXworksକୁ ଆରମ୍ଭ କରିବା ପୂର୍ବରୁ, MikTeXକୁ ଇନଷ୍ଟଲ୍ କରନ୍ତୁ |
| 00:44 | MikTeX ଗୋଟିଏ TeX ବା LaTeXର ଅଦ୍ୟତମ ପ୍ରୟୋଗ ଅଟେ ଏବଂ Windows ପାଇଁ ସାମଞ୍ଜସ୍ୟ ଥିବା ପ୍ରୋଗ୍ରାମ୍ ଅଟେ |
| 00:52 | ଏହା Windows ଉପରେ LaTeXର ମୌଳିକ ଡକୁମେଣ୍ଟଗୁଡିକୁ ସୃଷ୍ଟି କରିବା ପାଇଁ ଆବଶ୍ୟକୀୟ ପ୍ୟାକେଜଗୁଡିକୁ ଧାରଣ କରିଥାଏ |
| 00:58 | ବେଶେଷତଃ, MikTeXର ଇନଷ୍ଟଲେଶନ୍ ସହିତ ଉପଲବ୍ଧ ଥିବା TeXworks ହେଉଛି ଗୋଟିଏ ଡିଫଲ୍ଟ ଏଡିଟର୍ |
| 01:04 | www.miktex.org ୱେବସାଇଟକୁ ଯା’ନ୍ତୁ |
| 01:10 | ନିର୍ଦ୍ଦେଷିତ MikTeX ଇନଷ୍ଟଲର୍ ପାଇଁ ଥିବା Download link ଉପରେ କ୍ଲିକ୍ କରନ୍ତୁ |
| 01:15 | ଏହା MikTeX ଇନଷ୍ଟଲରକୁ ଡାଉନଲୋଡ୍ କରିବ |
| 01:18 | ଏହାକୁ ଡେସ୍କଟପ୍ ଉପରେ ଡାଉନଲୋଡ୍ ଓ ସେଭ୍ କରନ୍ତୁ |
| 01:22 | ଏହା 154 mega bytes ଆକାର ଥିବା, ଗୋଟିଏ ବିଷାଳ ଫାଇଲ୍ ଅଟେ |
| 01:25 | ତେଣୁ, ଏହା ଡାଉନଲୋଡ୍ ହେବା ପାଇଁ କିଛି ସମୟ ନେବ |
| 01:27 | ମୁଁ ଏହାକୁ ଡାଉନଲୋଡ୍ କରିସାରିଛି. ଏହା ଏଠାରେ ଅଛି |
| 01:32 | ଇନଷ୍ଟଲେଶନ୍ ପ୍ରକ୍ରିୟା ଆରମ୍ଭ କରିବା ପାଇଁ ଏହି ଫାଇଲ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 01:36 | ଚେକ୍ ବକ୍ସକୁ ଚେକ୍ କରିବା ସହିତ Next ଉପରେ କ୍ଲିକ୍ କରନ୍ତୁ |
| 01:40 | ସମଗ୍ର ଡିଫଲ୍ଟ ଅପଶନଗୁଡିକୁ ଚୟନ କରନ୍ତୁ |
| 01:43 | ଇନଷ୍ଟଲେଶନ୍ ପ୍ରକ୍ରିୟା ପାଖାପାଖି 5 ରୁ 10 ମିନିଟ୍ ସମୟ ନେବ |
| 01:47 | କମ୍ପ୍ୟୁଟରରେ MikTeX ଇନଷ୍ଟଲ୍ ହୋଇସାରିଛି |
| 01:50 | ତେଣୁ ମୁଁ ଇନଷ୍ଟଲେଶନ୍ ପ୍ରକ୍ରିୟାକୁ ଆଗକୁ ବଢାଇବି ନାହିଁ |
| 01:54 | କମ୍ପ୍ୟୁଟରରେ MikTeXକୁ ସଫଳତାର ସହ ଇନଷ୍ଟଲ୍ କରିସାରିବା ପରେ, |
| 01:58 | MikTeX ସହିତ ଆସିଥିବା TeXworks editorକୁ କିପରି ବ୍ୟବହାର କରାଯାଏ ଚାଲନ୍ତୁ ଦେଖିବା |
| 02:03 | ୱିଣ୍ଡୋର Start ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 02:07 | All Programs ଉପରେ କ୍ଲିକ୍ କରନ୍ତୁ |
| 02:09 | MikTeX2.9 ଉପରେ କ୍ଲିକ୍ କରନ୍ତୁ |
| 02:12 | TeXworks ଉପରେ କ୍ଲିକ୍ କରନ୍ତୁ |
| 02:15 | TeXworks editor ଖୋଲିବ |
| 02:18 | ଗୋଟିଏ ବିଦ୍ୟମାନ ଥିବା LaTeX documentକୁ ଖୋଲନ୍ତୁ |
| 02:21 | File ଉପରେ କ୍ଲିକ୍ କରିବା ସହିତ Open ଉପରେ କ୍ଲିକ୍ କରି ଡାଇରେକ୍ଟୋରୀକୁ ଚୟନ କରନ୍ତୁ |
| 02:28 | ତା’ପରେ hello.tex ଫାଇଲକୁ ଖୋଲନ୍ତୁ |
| 02:32 | ଏହି ଫାଇଲ୍ ମଧ୍ୟରେ ଲେଖାଥିବା ଟେକ୍ସଟ ରଙ୍ଗିନ୍ ଥିବାର ଆପଣ ଦେଖିପାରିବେ |
| 02:37 | ଏହାକୁ ସିଣ୍ଟାକ୍ସ ହାଇଲାଇଟିଙ୍ଗ କୁହାଯାଏ |
| 02:41 | ଏହା, ୟୁଜରକୁ, ୟୁଜର୍ କଣ୍ଟେଣ୍ଟ ଓ LaTeX syntax ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝିବାରେ ସାହାଯ୍ୟ କରେ |
| 02:47 | LaTeX ସିଣ୍ଟାକ୍ସ ହାଇଲାଇଟ୍ ହୋଇନ’ଥିବା କ୍ଷେତ୍ରରେ, ନିମ୍ନଲିଖିତ କରନ୍ତୁ |
| 02:52 | TeXworks ୱିଣ୍ଡୋରେ, ମେନୁବାର୍ ଉପରେ ଉପଲବ୍ଧ ଥିବା Format ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 02:58 | Syntax Colouringକୁ ଚୟନ କରିବା ସହିତ LaTeX ଉପରେ କ୍ଲିକ୍ କରନ୍ତୁ |
| 03:03 | ଯଦି ଆପଣ ସୃଷ୍ଟି କରିଥିବା LaTeX ଡକୁମେଣ୍ଟ ଉପରେ TeXworksର ହାଇଲାଇଟିଙ୍ଗ ସିଣ୍ଟାକ୍ସକୁ ପ୍ରୟୋଗ କରିବାକୁ ଚାହାଁନ୍ତି ତେବେ ନିମ୍ନଲିଖିତ କରନ୍ତୁ |
| 03:10 | ମେନୁ ବାର୍ ଉପରେ ଥିବା Edit ଏବଂ ତା’ପରେ Preferences ଉପରେ କ୍ଲିକ୍ କରନ୍ତୁ |
| 03:16 | Editor ଟାବରେ, ଡ୍ରପ୍ ଡାଉନ୍ ବଟନ୍ ଉପରେ ଯାହା Syntax Colouring ପାଇଁ ଅପଶନ୍ ପ୍ରଦାନ କରିବ |
| 03:22 | LaTeX ଚୟନ କରନ୍ତୁ ଏବଂ ତା’ପରେ OK ଉପରେ କ୍ଲିକ୍ କରନ୍ତୁ |
| 03:26 | ଏହିପରି ଭାବେ, ଭବିଷ୍ୟତରେ ସୃଷ୍ଟି ହେବାକୁ ଥିବା ସମସ୍ତ ଡକୁମେଣ୍ଟ ଉପରେ ହାଇଲାଇଟିଙ୍ଗ ପାଇଁ ସିଣ୍ଟାକ୍ସକୁ ପ୍ରୟୋଗ କରିପାରିବେ |
| 03:32 | ବର୍ତ୍ତମାନ LaTeX ଡକୁମେଣ୍ଟ କମ୍ପାଇଲ୍ ହେବା ପାଇଁ ପ୍ରସ୍ତୁତ ଅଟେ |
| 03:36 | କମ୍ପାଇଲେଶନ୍ ଆରମ୍ଭ କରିବା ପାଇଁ Ctrl ଓ t କୀକୁ ଏକ ସଙ୍ଗେ ଦାବନ୍ତୁ |
| 03:42 | କୌଣସି ଏରର୍ ବିନା ଡକୁମେଣ୍ଟଟି ଥରେ କମ୍ପାଇଲ୍ ହୋଇଗଲେ, ପରିଣାମ pdf ଖୋଲିଯିବ |
| 03:49 | ଧ୍ୟାନଦିଅନ୍ତୁ ଯେ ଏହି pdf ରିଡର୍ TeXworks ସହିତ ଆସିଥାଏ |
| 03:53 | କମ୍ପାଇଲଡ୍ pdf ଡକୁମେଣ୍ଟକୁ ପ୍ରଦର୍ଶନ କରିବା ପାଇଁ TeXworks ଦ୍ଵାରା ବ୍ୟବହୃତ ହେଉଥିବା, ଏହା ଡିଫଲ୍ଟ pdf ରିଡର୍ ଅଟେ |
| 03:59 | ବର୍ତ୍ତମାନ ଗୋଟିଏ Beamer ଡକୁମେଣ୍ଟକୁ କମ୍ପାଇଲ୍ କରନ୍ତୁ |
| 04:02 | ଇନଷ୍ଟଲ୍ ହୋଇଥିବା MikTeX ସେଟ୍ ଉପରେ Beamer package ଡିଫଲ୍ଟ ଭାବେ ସଂଯୋଗ ହୋଇନାହିଁ |
| 04:08 | ଏହାର ଅର୍ଥ ଏହାକୁ କୌଣସି ଏକ ସୋର୍ସରୁ |
| 04:10 | ଡାଉନଲୋଡ୍ କରିବା ସହିତ ସାମ୍ପ୍ରତିକ MikTeX distributionରେ ସଂଯୋଗ କରନ୍ତୁ |
| 04:15 | ଛାଡିଯାଇଥିବା ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ଦୁଇଟି ମାର୍ଗ ଅଛି |
| 04:19 | ଗୋଟିଏ ମାର୍ଗ ହେଉଛି ଏହାକୁ fly ଉପରେ ଇନଷ୍ଟଲ୍ କରିବା ଯେତେବେଳେ ଗୋଟିଏ LaTeX ଡକୁମେଣ୍ଟକୁ କମ୍ପାଇଲ୍ କରାଯାଏ |
| 04:24 | ଏହି LaTeX ଡକୁମେଣ୍ଟ, ନିର୍ଦ୍ଦିଷ୍ଟ ଭାବେ MikTeX distributionରେ ଉପଲବ୍ଧ ନ’ଥିବା ଗୋଟିଏ ପ୍ୟାକେଜକୁ ଆବଶ୍ୟକ କରିଥାଏ |
| 04:31 | ଅନ୍ୟ ଭାବେ, MikTeXର Package Managerକୁ ବ୍ୟବହାର କରି ମାନୁଆଲୀ ଚୟନ କରିବା ସହିତ ପ୍ୟାକେଜକୁ ଇନଷ୍ଟଲ୍ କରନ୍ତୁ |
| 04:37 | ପ୍ରଥମ ମେଥଡକୁ ଚାଲନ୍ତୁ ଦେଖିବା |
| 04:40 | ଗୋଟିଏ LaTeX ଡକୁମେଣ୍ଟକୁ ଖୋଲିବା ସହିତ କମ୍ପାଇଲ୍ କରନ୍ତୁ ଯେଉଁ ଆବଷ୍ୟକ ପ୍ୟାକେଜକୁ MikTeX ଇଣ୍ଟରନେଟରୁ ପ୍ରାପ୍ତ କରି ଇନଷ୍ଟଲ୍ କରିବ |
| 04:47 | ପ୍ରଥମେ TeXworks editorକୁ ବନ୍ଦ କରନ୍ତୁ |
| 04:51 | administrator କ୍ଷମତା ଥିବା tex fileକୁ ଖୋଲିବା ଏହା ପାଇଁ ଆବଶ୍ୟକ |
| 04:56 | Start ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:59 | ତା’ପରେ All programs ଉପରେ କ୍ଲିକ୍ କରନ୍ତୁ |
| 05:02 | MikTeX2.9 ଉପରେ କ୍ଲିକ୍ କରନ୍ତୁ |
| 05:05 | TeXworks ଉପରେ ରାଇଟ୍ କ୍ଲିକ୍ କରିବା ସହିତ Run as Administratorକୁ ଚୟନ କରନ୍ତୁ |
| 05:11 | ଏହା administrator କ୍ଷମତା ଥିବା TeXworks editorକୁ ଲଞ୍ଚ କରିବ |
| 05:16 | ବର୍ତ୍ତମାନ File ଉପରେ କ୍ଲିକ୍ କରନ୍ତୁ |
| 05:19 | ତା’ପରେ Open ଉପରେ କ୍ଲିକ୍ କରନ୍ତୁ |
| 05:21 | beamer.tex ଫାଇଲକୁ ଚୟନ କରନ୍ତୁ |
| 05:24 | କମ୍ପାଇଲେଶନ୍ ଆରମ୍ଭ କରିବା ପାଇଁ Ctrl ଓ t କୀକୁ ଏକ ସଙ୍ଗେ ଦାବନ୍ତୁ |
| 05:29 | ଗୋଟିଏ Package Installation ଡାଇଲଗ୍ ବକ୍ସ ଖୋଲିବ |
| 05:33 | ଏହା ଛାଡି ଯାଇଥିବା beamer.cls ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ନିର୍ଦ୍ଦେଷ ଦେବ |
| 05:38 | ଡାଇଲଗ୍ ବକ୍ସ ଉପରେ ଥିବା Change ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 05:43 | Change Package Repository ଡାଇଲଗ୍ ବକ୍ସ ଖୋଲିବ |
| 05:47 | Packages shall be installed from the internet ଅପଶନକୁ ଚୟନ କରନ୍ତୁ |
| 05:52 | Connection Settings ଉପରେ କ୍ଲିକ୍ କରନ୍ତୁ |
| 05:55 | ଏହା proxy ସେଟିଙ୍ଗକୁ କନଫିଗ୍ୟୋର କରିବା ପାଇଁ ପ୍ରମ୍ପ୍ଟ କରିବ |
| 05:59 | ଯଦି ଆପଣ ଗୋଟିଏ ପ୍ରୋକ୍ସୀ ନେଟୱର୍କ ମଧ୍ୟରେ ନ’ଥାନ୍ତି ତେବେ Use proxy server ପାଇଁ ଥିବା ଚେକ୍ ବକ୍ସକୁ ଅନଚେକ୍ ଭାବେ ଛାଡିଦିଅନ୍ତୁ |
| 06:06 | ଯେହେତୁ ପ୍ରୋକ୍ସୀ ନେଟୱେର୍କ ମଧ୍ୟରେ ଅଛନ୍ତି, ଚେକ୍ ବକ୍ସ ଉପରେ କ୍ଲିକ୍ କରି ଏହି ଅପଶନକୁ ଏନାବଲ୍ କରନ୍ତୁ |
| 06:12 | ପ୍ରୋକ୍ସୀ addressକୁ ପ୍ରବେଶ କରନ୍ତୁ |
| 06:16 | ପ୍ରୋକ୍ସୀ Port ନମ୍ବରକୁ ପ୍ରବେଶ କରନ୍ତୁ |
| 06:19 | ଅନୁରୂପ ଚେକ୍ ବକ୍ସ ଉପରେ କ୍ଲିକ୍ କରିବା ସହିତ Authentication required ଅପଶନକୁ ଏନାବଲ୍ କରନ୍ତୁ |
| 06:25 | OK ଉପରେ କ୍ଲିକ୍ କରନ୍ତୁ ଏବଂ ତା’ପରେ Next ଉପରେ କ୍ଲିକ୍ କରନ୍ତୁ |
| 06:30 | ଏହା ପ୍ରୋକ୍ସୀ username ଓ password ଆବଶ୍ୟକ କରିବ |
| 06:34 | ସୁଚନାକୁ ପ୍ରବେଶ କରିବା ସହିତ OK ଉପରେ କ୍ଲିକ୍ କରନ୍ତୁ |
| 06:39 | ଏହା ବିଭିନ୍ନ Remote Package Repositoriesର ଗୋଟିଏ ତାଲିକାକୁ ପ୍ରଦର୍ଶନ କରିବ |
| 06:44 | ତାଲିକାରୁ ଗୋଟିଏ ଚୟନ କରିବା ସହିତ Finish ଉପରେ କ୍ଲିକ୍ କରନ୍ତୁ |
| 06:48 | Install ଉପରେ କ୍ଲିକ୍ କରନ୍ତୁ |
| 06:51 | ଏହା beamer.cls ପ୍ୟାକେଜକୁ ଇନଷ୍ଟଲ୍ କରିବ |
| 06:55 | ପୁନର୍ବାର Package Installation ଡାଇଲଗ୍ ବକ୍ସ ଖୋଲିବ |
| 07:00 | ଏହା ଛାଡିଯାଇଥିବା pgfcore.sty ପ୍ୟାକେଜକୁ ଇନଷ୍ଟଲ୍ କରିବା ପାଇଁ ପ୍ରମ୍ପ୍ଟ କରିବ |
| 07:06 | ଅପଶନକୁ ଅନଚେକ୍ କରିପାରନ୍ତି. ସର୍ବଦା ପ୍ୟାକେଜଗୁଡିକୁ ଇନଷ୍ଟଲ୍ କରିବା ପୂର୍ବରୁ ଏହି ଡାଇଲଗ୍ ବକ୍ସକୁ ପ୍ରଦର୍ଶନ କରନ୍ତୁ |
| 07:12 | ଯଦି ଏହା କରନ୍ତି, ତେବେ ଗୋଟିଏ ଛାଡିଯାଇଥିବା ପ୍ୟାକେଜ୍ ସହ ସାକ୍ଷ୍ୟାତ ହେଲେ MikTeX ପୁନର୍ବାର ପ୍ରମ୍ପ୍ଟ କରିବ ନାହିଁ |
| 07:19 | Install ଉପରେ କ୍ଲିକ୍ କରନ୍ତୁ |
| 07:21 | ବର୍ତ୍ତମାନ, ଯଦି ଅନେକଗୁଡିଏ ପ୍ୟାକେଜକୁ ଛାଡିଯାଇଥିବେ ତେବେ ଏହା ଆପଣଙ୍କ ବିନା ଅନୁମତିରେ ଏଗୁଡିକୁ ଆଟୋମାଟିକଲୀ ଇନଷ୍ଟଲ୍ କରିଦେବ |
| 07:31 | ଥରେ ଇନଷ୍ଟେଲେଶନ୍ ସମ୍ପୂର୍ଣ୍ଣ ହେଲେ, ଏହା କମ୍ପାଇଲେଶନକୁ ସମାପ୍ତ କରିବା ସହିତ ଆଉଟପୁଟ୍ pdfକୁ ଖୋଲିବ |
| 07:38 | ଦେଖନ୍ତୁ ଯେ ସଫଳତାର ସହ ଗୋଟିଏ Beamer document କମ୍ପାଇଲ୍ ହୋଇଛି |
| 07:42 | ବର୍ତ୍ତମାନ, ଛାଡିଯାଇଥିବା ପ୍ୟକେଜକୁ ଇନଷ୍ଟଲ୍ କରିବା ପାଇଁ ଦ୍ଵିତୀୟ ମେଥଡ୍ ଦେଖିବା |
| 07:47 | ୱିଣ୍ଡୋର Start ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 07:50 | All Programs ଉପରେ କ୍ଲିକ୍ କରନ୍ତୁ |
| 07:53 | MikTeX2.9 ଉପରେ କ୍ଲିକ୍ କରନ୍ତୁ |
| 07:55 | Maintenance (Admin) ଉପରେ କ୍ଲିକ୍ କରନ୍ତୁ |
| 07:58 | Package Manager (Admin) ଉପରେ କ୍ଲିକ୍ କରନ୍ତୁ |
| 08:02 | ଏହା ଉପଲବ୍ଧ ଥିବା ବିଭିନ୍ନ ପ୍ୟାକେଜଗୁଡିକର ତାଲିକାକୁ ପ୍ରଦର୍ଶନ କରିବ |
| 08:07 | ବର୍ତ୍ତମାନ ଏହି ତାଲିକା ଉପରେ ନଜର ପକାନ୍ତୁ |
| 08:10 | ଏହି ତାଲିକାରେ ଛ’ଗୋଟି କଲମ୍ ଅଛି |
| 08:13 | ଏଗୁଡିକ, Name, Category, Size, Packaged date, Installed on date ଓ Title ଅଟନ୍ତି |
| 08:21 | Installed on column ଆମ ପାଇଁ ଅତି ଜରୁରୀ ଅଟେ |
| 08:25 | ପ୍ୟାକେଜ ପାଇଁ ଉଦ୍ଦିଷ୍ଟ ଥିବା କଲମ୍ ଖାଲିଥିବା ସୁଚିତ କରେ ଯେ ଏହି ପ୍ୟାକେଜଗୁଡିକ ଇନଷ୍ଟଲ୍ ହୋଇନାହିଁ |
| 08:32 | ଗୋଟିଏ ନିଦ୍ଦିଷ୍ଟ ପ୍ୟାକେଜକୁ କିପରି ଇନଷ୍ଟଲ୍ କରିବା, ଚାଲନ୍ତୁ ଦେଖିବା |
| 08:36 | ଉଦାହରଣସ୍ଵରୂପ, abc ନାମକ ଗୋଟିଏ ପ୍ୟାକେଜକୁ ଚୟନ କରନ୍ତୁ |
| 08:41 | ଧ୍ୟାନଦିଅନ୍ତୁ ଯେ ଯେଉଁ ମୁହୁର୍ତ୍ତରେ ପ୍ୟାକେଜକୁ ଚୟନ କରିବେ, ଉପର ବାମ ପଟେ ଥିବା ପ୍ଲସ୍ ବଟନ୍ ଏନାବଲ୍ ହୋଇଯିବ |
| 08:48 | ପ୍ଲସ୍ ବଟନ୍ ଇନଷ୍ଟଲ୍ ବଟନ୍ ଅଟେ |
| 08:51 | plus ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 08:53 | ଗୋଟିଏ ୱିଣ୍ଡୋ ଖୋଲିବ ଯେଉଁଠି ଆପଣ ଇନଷ୍ଟଲ୍ କିମ୍ବା ଅନଇନଷ୍ଟଲ୍ କରିବା ପାଇଁ ଚୟନ କରିଥିବା ପ୍ୟାକେଜଗୁଡିକର ତାଲିକାକୁ ପ୍ରଦର୍ଶନ କରିବ |
| 09:00 | Proceed ଉପରେ କ୍ଲିକ୍ କରନ୍ତୁ |
| 09:04 | ଯେହେତୁ ଗୋଟିଏ ପ୍ରୋକ୍ସୀ ନେଟୱର୍କ ସଂଯୋଗ ପାଇଁ କନଫିଗ୍ୟୋର୍ କରାଯାଇଛି, ଏହା ପ୍ରୋକ୍ସୀ username ଓ password ପାଇଁ ପ୍ରମ୍ପ୍ଟ କରିବ |
| 09:11 | ନିଜର username ଓ password ଟାଇପ୍ କରନ୍ତୁ |
| 09:14 | OK ଉପରେ କ୍ଲିକ୍ କରନ୍ତୁ |
| 09:16 | ଗୋଟିଏ ୱିଣ୍ଡୋ ଖୋଲିବ ଯାହା ଇନଷ୍ଟେଲେଶନ୍ ପାଇଁ ଚୟନୀତ ପ୍ୟାକେଜଗୁଡିକର ଡାଉନଲୋଡ୍ ପ୍ରକ୍ରିୟା ପ୍ରୋଗ୍ରେସ୍ ହେଉଥିବାର ପ୍ରଦର୍ଶନ କରିବ |
| 09:23 | ଏହା ହୋଇପାରେ ଯେ remote server connectivity ଇସ୍ୟୁ ସକାସେ ଏହା ଚୟନୀତ ପ୍ୟାକେଜକୁ ଡାଉନଲୋଡ୍ କରିବାରେ ଅସଫଳ ହେବ |
| 09:29 | ସେହି କ୍ଷେତ୍ରରେ, package repositoryକୁ ପରିବର୍ତ୍ତନ କରିବା ସହିତ ଆଉଥରେ ଚେଷ୍ଟା କରନ୍ତୁ |
| 09:34 | ଚୟନୀତ ପ୍ୟାକେଜର ଇନଷ୍ଟଲେସନ୍ ସମ୍ପୂର୍ଣ୍ଣ ହେବାର ଆପଣ ଦେଖିପାରିବେ |
| 09:39 | Close ଉପରେ କ୍ଲିକ୍ କରନ୍ତୁ |
| 09:41 | ପ୍ୟାକେଜର ତାଲିକା ରିଫ୍ରେଶ୍ ହୋଇଯିବ |
| 09:44 | abc ପ୍ୟାକେଜ ପାଇଁ ଥିବା Installed on କଲମରେ 11 September 2013 ଦୃଶ୍ୟମାନ ହେବାର ଲକ୍ଷ୍ୟ କରନ୍ତୁ |
| 09:52 | ଏହା LaTeX on Windows using TeXworks ଉପରେ ଥିବା ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 09:58 | ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଲିଖିତ ଶିଖିଲେ: |
| 10:00 | MikTeXକୁ ଡାଉନଲୋଡ୍ ଓ ଇମଷ୍ଟଲ୍ କରିବା |
| 10:02 | TeXworksକୁ ବ୍ୟବହାର କରି ମୌଳିକ LaTeX ଡକୁମେଣ୍ଟ ଲେଖିବା |
| 10:06 | ଛାଡିଯାଇଥିବା ପ୍ୟାକେଜଗୁଡିକୁ ଡାଉନଲୋଡ୍ କରିବା ପାଇଁ MikTeXକୁ ଦୁଇଟି ମାର୍ଗରେ କନଫିଗ୍ୟୋର୍ କରିବା |
| 10:11 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ |
| 10:14 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:17 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:21 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, |
| 10:23 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:27 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:30 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:40 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:48 | ଏହି ମିଶନ୍ ଉପରେ ଅଧିକ ବିବରଣୀ: http://spoken-tutorial.org /NMEICT-Introରେ ଉପଲବ୍ଧ. |
| 10:59 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |