Koha-Library-Management-System/C2/Set-Currency/Oriya
From Script | Spoken-Tutorial
Time | Narration |
00:01 | Set Currency ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍କୁ ସ୍ଵାଗତ |
00:06 | ଏହି ଟ୍ୟୁଟୋରିଆଲ୍ରେ ଆମେ, Kohaରେ CURRENCYକୁ ସେଟ୍ କରିବା ବିଷୟରେ ଶିଖିବା |
00:13 | ଏହି ଟ୍ୟୁଟୋରିଆଲ୍କୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ Koha ଭର୍ସନ୍ 16.05 ବ୍ୟବହାର କରୁଛି |
00:26 | ଏହି ଟ୍ୟୁଟୋରିଆଲ୍କୁ ଅନୁସରଣ କରିବା ପାଇଁ ଆପଣଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ |
00:33 | ଏହାକୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ସହିତ Kohaରେ Admin ଆକ୍ସେସ୍ ମଧ୍ୟ ଥିବା ଦରକାର |
00:42 | ଅଧିକ ବିବରଣୀ ପାଇଁ ଏହି ୱେବସାଇଟରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲର ଅଧ୍ୟାୟଗୁଡ଼ିକୁ ଦୟାକରି ରେଫର୍ କରନ୍ତୁ |
00:49 | ଆରମ୍ଭ କରିବା ପାଇଁ ୟୁଜରନେମ୍ Bella ଏବଂ ତା’ର ପାସୱର୍ଡ ସହିତ Superlibrarianରେ ଲଗ୍-ଇନ୍ କରନ୍ତୁ |
00:58 | ତା’ପରେ Koha ଆଡମିନିଷ୍ଟ୍ରେଶନ୍ ଉପରେ କ୍ଲିକ୍ କରନ୍ତୁ |
01:03 | ଗୋଟିଏ ନୂଆ ପେଜ୍ ଖୋଲିବ |
01:06 | Acquisition ପାରାମିଟର ବିଭାଗରେ ଥିବା Currencies and exchange rates କ୍ଲିକ୍ କରନ୍ତୁ |
01:15 | ଧ୍ୟାନଦିଅନ୍ତୁ ଯେ, ଏହି ଡାଟା ସ୍ଵଚାଳିତ ଭାବେ ଅପଡେଟ୍ ହେବନାହିଁ |
01:20 | ସେଥିପାଇଁ, ଡାଟାକୁ ଅପଡେଟ୍ କରିବା ଜରୁରୀ ଅଟେ . ସଠିକ୍ ଆକାଉଣ୍ଟିଙ୍ଗ୍ ବିବରଣୀ ରଖିବାରେ ମଧ୍ୟ ଏହା ସାହାଯ୍ୟ କରିବ |
01:30 | ଏବେ, plus New currencyରେ କ୍ଲିକ୍ କରନ୍ତୁ |
01:35 | ଖୋଲିଥିବା ନୂଆ ପେଜ୍ରେ, Currency:, Rate: ଓ Symbol: ଚିହ୍ନ ଭଳି ବାଧ୍ୟତାମୂଳକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
01:47 | ଲାଇବ୍ରେରୀ ଭାରତରେ ଥିବା କାରଣରୁ Currency ପାଇଁ Rupee ଲେଖନ୍ତୁ, Rate ପାଇଁ 1 ଏବଂ Rupee (₹) ଚିହ୍ନ |
02:00 | ତା’ପରେ ISO କୋଡ୍କୁ INR ଭାବେ ଲେଖନ୍ତୁ |
02:05 | Currencyକୁ ସକ୍ରିୟ କରିବା ପାଇଁ ଚେକ୍-ବକ୍ସରେ କ୍ଲିକ୍ କରନ୍ତୁ. Last updated, CURRENCY ସେଟ୍-ଅପ୍ର ତାରିଖ ପ୍ରଦର୍ଶନ କରିବ |
02:14 | ପେଜ୍ ତଳେ ଥିବା Submit ବଟନରେ କ୍ଲିକ୍ କରନ୍ତୁ |
02:20 | ଖୋଲିଥିବା ନୂଆ ପେଜ୍ର Currency ଟାବ୍ରେ Rupeeର ସମ୍ପୂର୍ଣ୍ଣ ବିବରଣୀ ଦେଖାଦେବ |
02:27 | ଯଦି ଆବଶ୍ୟକ ହୁଏ, ତେବେ ସେହି ବିବରଣୀକୁ ଏଡିଟ୍ କରାଯାଇପାରିବ |
02:32 | ଆସାଇନମେଣ୍ଟ ଭାବେ, ନିଜର ଆବଶ୍ୟକତାନୁସାରେ ଯେକୌଣସି ଗୋଟିଏ CURRENCYକୁ ସେଟ୍ କରନ୍ତୁ, କିନ୍ତୁ ତାହାକୁ ସକ୍ରିୟ କରନ୍ତୁ ନାହିଁ |
02:41 | Koha interfaceକୁ ଫେରିଆସନ୍ତୁ |
02:45 | ସେହି ପେଜ୍ରେ ଥିବା Column visibility ଟାବ୍ ଉପରେ କ୍ଲିକ୍ କରନ୍ତୁ |
02:50 | ବିକଳ୍ପଗୁଡ଼ିକ ମଧ୍ୟରୁ ISO Code ଟାବ୍ ରେ କ୍ଲିକ୍ କରନ୍ତୁ |
02:55 | Rupee ପାଇଁ ଥିବା ISO ସ୍ତମ୍ଭ ଟେବଲ୍ରେ ଦେଖାଦେବ |
03:00 | ମନେରଖନ୍ତୁ ଯେ, staging ଟୁଲ୍ ମାଧ୍ୟମରେ MARC ଫାଇଲଗୁଡ଼ିକୁ ଇମ୍ପୋର୍ଟ କରିବା ବେଳେ, ଲେଖାଯାଇଥିବା ISO କୋଡ୍ ବ୍ୟବହୃତ ହେବ |
03:09 | ସାମ୍ପ୍ରତିକ ସକ୍ରିୟ ଥିବା CURRENCYର ମୂଲ୍ୟ ଖୋଜିବା ଓ ବ୍ୟବହାର କରିବା ପାଇଁ ଏହି ଟୁଲ୍ ଚେଷ୍ଟା କରିବ |
03:16 | CURRENCYକୁ ଏଡିଟ୍ କରିବା ପାଇଁ, ସେହି ନିର୍ଦ୍ଦିଷ୍ଟ CURRENCY ନିମନ୍ତେ ଅପ୍ସନ୍ Editରେ କ୍ଲିକ୍ କରନ୍ତୁ. USD CURRENCY ପାଇଁ Editରେ କ୍ଲିକ୍ କରନ୍ତୁ |
03:29 | Modify currency ପେଜ୍ ଖୋଲିବ |
03:32 | Rate ଓ Symbolର ଭାଲ୍ୟୁକୁ ଆପଣ ବଦଳାଇପାରନ୍ତି. ମୁଁ ସେଗୁଡ଼ିକୁ ଅପରିବର୍ତ୍ତିତ ରଖିବି |
03:40 | ଧ୍ୟାନ ଦିଅନ୍ତୁ ଯେ, Active ଫିଲ୍ଡ ପାଇଁ ଥିବା ଚେକ୍-ବକ୍ସରେ ମୁଁ କ୍ଲିକ୍ କରିବି ନାହିଁ |
03:46 | ଲାଇବ୍ରେରୀରେ ବ୍ୟବହାର କରିବା ପାଇଁ active currency ହିଁ ମୁଖ୍ୟ CURRENCY ଅଟେ |
03:51 | ଯେହେତୁ ମୋର ଲାଇବ୍ରେରୀ Indiaରେ ଅଛି, ତେଣୁ active currency ଭାବେ Rupee ବ୍ୟବହୃତ ହେବ |
03:57 | ତା’ପରେ, ପେଜ୍ ତଳେ ଥିବା Submit ଉପରେ କ୍ଲିକ୍ କରନ୍ତୁ |
04:02 | Currencies and exchange rates ପେଜ୍ ପୁଣି ଖୋଲିବ |
04:08 | ଏବେ ନିଜର Koha Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ |
04:13 | ଏହା କରିବା ପାଇଁ, ପ୍ରଥମେ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ Spoken Tutorial Libraryରେ କ୍ଲିକ୍ କରନ୍ତୁ |
04:21 | ତା’ପରେ, ଡ୍ରପ୍-ଡାଉନ୍ ରୁ Log out ଚୟନ କରନ୍ତୁ |
04:26 | ଏହା ସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
04:30 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲରେ ଆମେ, କିପରି Currency ସେଟ୍ କରାଯାଏ, ଶିଖିଲେ |
04:36 | ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
04:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
04:54 | ଦୟାକରି ଏହି ଫୋରମ୍ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ |
04:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ |
05:05 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
05:10 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |