Koha-Library-Management-System/C2/Circulation/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, “Circulation” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍‌କୁ ସ୍ଵାଗତ
00:05 ଏହି ଟ୍ୟୁଟୋରିଆଲ୍‌ରେ ଆମେ ପେଟ୍ରନ୍ କ୍ୟାଟେଗୋରୀ ପାଇଁ Circulation ଓ Fine Rules,
00:13 ଚେକ୍ ଆଉଟ୍ (ଇସୁ କରିବା),
00:15 ରିନ୍ୟୁ କରିବା ଏବଂ ଚେକ୍ ଇନ୍ (ଫେରାଇବା) ବିଷୟରେ ଶିଖିବା
00:20 ଏହି ଟ୍ୟୁଟୋରିଆଲ୍‌କୁ ରେକର୍ଡ କରିବା ପାଇଁ ମୁଁ Ubuntu Linux Operating ସିଷ୍ଟମ୍ 16.04 ଏବଂ
00:28 Koha ଭର୍ସନ୍ 16.05 ବ୍ୟବହାର କରୁଛି
00:32 ଏହି ଟ୍ୟୁଟୋରିଆଲ୍‌କୁ ଅନୁସରଣ କରିବା ପାଇଁ ଶିକ୍ଷାର୍ଥୀଙ୍କର Library Science ଉପରେ ଜ୍ଞାନ ଥିବା ଆବଶ୍ୟକ
00:38 ଏହି ଟ୍ୟୁଟୋରିଆଲ୍‌କୁ ଅଭ୍ୟାସ କରିବା ପାଇଁ ଆପଣଙ୍କ ସିଷ୍ଟମ୍‌ରେ ନିଶ୍ଚିତ ରୂପେ Koha ଇନଷ୍ଟଲ୍ ହୋଇଥିବା ଦରକାର
00:44 ଏବଂ Kohaରେ ଆପଣଙ୍କର Admin ଆକ୍ସେସ୍ ମଧ୍ୟ ଥିବା ଆବଶ୍ୟକ
00:48 ଯଦି ନ ଥାଏ, ତେବେ ଦୟାକରି ଏହି ୱେବସାଇଟ୍‌ରେ ଥିବା Koha ସ୍ପୋକନ୍ ଟ୍ୟୁଟୋରିଆଲ୍‌ର ଅଧ୍ୟାୟଗୁଡ଼ିକୁ ଦେଖନ୍ତୁ
00:54 ସର୍ବ ପ୍ରଥମେ ଆମେ ପେଟ୍ରନ୍ କ୍ୟାଟେଗୋରୀ ପାଇଁ Circulation ଓ Fine Rulesକୁ ପରିଭାଷିତ କରିବା ସହିତ ଆରମ୍ଭ କରିବା
01:02 ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷାର୍ଥୀ ଭାବେ ଗୋଟିଏ ପେଟ୍ରନ୍ କ୍ୟାଟେଗୋରୀ ତିଆରି କରନ୍ତୁ
01:10 ମନେପକାନ୍ତୁ, ଏହି ଶୃଙ୍ଖଳାର ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲ୍‌ରେ ଉପରୋକ୍ତ ସମସ୍ତ ବିଷୟଗୁଡ଼ିକୁ ବ୍ୟାଖ୍ୟା କରାଯାଇସାରିଛି
01:16 ଏହି ଟ୍ୟୁଟୋରିଆଲ୍‌ର ପରବର୍ତ୍ତୀ ଭାଗରେ ଆମେ ଏହି ସୂଚନାର ବ୍ୟବହାର କରିବା
01:21 ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ ପୋଷ୍ଟ ଗ୍ରାଜୁଏଟ୍ ଶିକ୍ଷାର୍ଥୀ ଭାବେ ଗୋଟିଏ ପେଟ୍ରନ୍ କ୍ୟାଟେଗୋରୀକୁ ଯୋଡ଼ାଯିବା ପରେ ଆପଣଙ୍କର Koha ଇଣ୍ଟରଫେସ୍ ଏହିଭଳି ଦେଖାଯିବ
01:32 Superlibrarian ୟୁଜରନେମ୍ Bella ଏବଂ ତାଙ୍କର ପାସ୍ୱର୍ଡ ସହିତ ଲଗ୍-ଇନ୍ କରନ୍ତୁ
01:39 Koha ଆଡମିନିଷ୍ଟ୍ରେଶନ୍‌କୁ ଯାଆନ୍ତୁ
01:43 ପେଟ୍ରନ୍ ଓ ସର୍କୁଲେଶନ୍ ବିଭାଗରେ ଥିବା Circulation and fines rulesରେ କ୍ଲିକ୍ କରନ୍ତୁ
01:52 Defining circulation and fine rules for all libraries ପେଜ୍ ଖୋଲିବ
01:57 Select Library ଖୋଜନ୍ତୁ ଏବଂ ଡ୍ରପ୍-ଡାଉନ୍‌ରୁ Spoken Tutorial Library ଚୟନ କରନ୍ତୁ
02:05 Defining circulation and fine rules for Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
02:14 ପେଟ୍ରନ୍ କ୍ୟାଟେଗୋରୀ ବିଭାଗରେ ଥିବା ଡ୍ରପ୍-ଡାଉନ୍‌ରୁ Post Graduate Student ଉପରେ କ୍ଲିକ୍ କରନ୍ତୁ
02:22 Item type ବିଭାଗରେ ଥିବା ଡ୍ରପ୍-ଡାଉନ୍‌ରୁ Book ଉପରେ କ୍ଲିକ୍ କରନ୍ତୁ
02:28 Current checkouts allowed ଫିଲ୍ଡରେ 5 ଲେଖନ୍ତୁ
02:33 ମୁଁ Current on-site checkouts allowed ଫିଲ୍ଡକୁ ଖାଲି ଛାଡ଼ିଦେବି
02:39 Loan period ପାଇଁ 15 ଲେଖନ୍ତୁ
02:43 For Unit ପାଇଁ ଥିବା ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ, ଯାହା ହେଉଛି Days
02:48 Hard due date ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ
02:53 Fine amount ପାଇଁ 5 ଏବଂ Fine charging interval ପାଇଁ 1 ଲେଖନ୍ତୁ
03:01 When to charge ଫିଲ୍ଡକୁ ସେହିପରି ଛାଡ଼ିଦିଅନ୍ତୁ
03:05 Fine grace period: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
03:09 Overdue fines cap (amount): ଓ Cap fine at replacement price: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
03:17 Suspension in days (Day) : ଫିଲ୍ଡକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ
03:22 Maximum suspension duration (Day): ଫିଲ୍ଡକୁ ମଧ୍ୟ ଖାଲି ଛାଡ଼ିଦିଅନ୍ତୁ
03:28 Renewals allowed (count) ଥିବା ଫିଲ୍ଡରେ 10 ଲେଖନ୍ତୁ
03:33 Renewal period ଏବଂ No renewal before: ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
03:39 Automatic renewal ପାଇଁ ଥିବା ଫିଲ୍ଡକୁ ସେହିପରି ଖାଲି ରଖନ୍ତୁ
03:44 Holds allowed (count) ପାଇଁ ଥିବା ଫିଲ୍ଡରେ 5 ଲେଖନ୍ତୁ
03:48 On shelf holds allowedରେ ଥିବା ଡ୍ରପ୍-ଡାଉନ୍‌ରୁ If all unavailableକୁ ଚୟନ କରନ୍ତୁ
03:55 Item level holds ପାଇଁ ଥିବା ଫିଲ୍ଡକୁ ଅପରିବର୍ତ୍ତିତ ରଖନ୍ତୁ
04:00 Rental discount ଫିଲ୍ଡକୁ ଖାଲି ଛାଡ଼ିଦିଅନ୍ତୁ
04:04 ତା’ପରେ, ଟେବଲ୍‌ର ପୂରା ଡାହାଣପଟ କୋଣରେ ଥିବା Actions ବିଭାଗକୁ ଯାଇ Save ଉପରେ କ୍ଲିକ୍ କରନ୍ତୁ
04:13 Defining circulation and fine rules for Spoken Tutorial Library ପାଇଁ ଥିବା ପେଜ୍ ପୁଣି ଖୋଲିବ
04:21 ଆମେ ବର୍ତ୍ତମାନ ପୂରଣ କରିଥିବା ସମସ୍ତ ଏଣ୍ଟ୍ରିଗୁଡ଼ିକ ଏହି ପେଜ୍‌ରେ ରହିଛି
04:28 ହେଡିଙ୍ଗ୍ Select the library: ପରେ Clone these rules to: ଥିବା ଦେଖନ୍ତୁ
04:35 ଡ୍ରପ୍-ଡାଉନ୍‌ରୁ, Spoken Tutorial Library ଚୟନ କରନ୍ତୁ
04:40 ତା’ପରେ, Clone ଲେଖାଥିବା ବଟନ୍‌ରେ କ୍ଲିକ୍ କରନ୍ତୁ
04:45 Cloning circulation and fine rules from Spoken Tutorial Library to Spoken Tutorial Library ଶୀର୍ଷକ ଥିବା ଗୋଟିଏ ନୂଆ ପେଜ୍ ଖୋଲିବ
04:56 The rules have been cloned ଲେଖାଥିବା ଗୋଟିଏ ମେସେଜ୍ ବକ୍ସ ଦେଖାଦେବ
05:02 ଏବେ, Books, CD/DVDs, Bound Volumes ଆଦି ଭଳି Spoken Tutorial Library Itemsର ଚେକ୍-ଆଉଟ୍ ଓ ଚେକ୍-ଇନ୍ ପାଇଁ Post-Graduate student ଭାବରେ ଏକ Patron Ms. Reena Shah ତିଆରି କରନ୍ତୁ
05:20 ଗୋଟିଏ ପୂର୍ବ ଟ୍ୟୁଟୋରିଆଲ୍‌ରେ ପେଟ୍ରନ୍ ତିଆରି କରିବାବେଳେ ଆମେ ଷ୍ଟାଫ୍‌କୁ ପାଇଁ ଅନୁମତି ସେଟ୍ କରିଥିବା କଥା ମନେପକାନ୍ତୁ
05:29 ହେଲେ, ଏଠାରେ ପେଟ୍ରନ୍ ପାଇଁ କୌଣସି ଅନୁମତି ସେଟ୍ କରନ୍ତୁ ନାହିଁ, ଯିଏ ହେଉଛନ୍ତି ବିଦ୍ୟାର୍ଥୀ Ms. Reena Shah
05:38 କେବଳ ଆବଶ୍ୟକ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ ଏବଂ ପେଜ୍ ଉପରେ ଥିବା Saveରେ କ୍ଲିକ୍ କରନ୍ତୁ
05:45 ବର୍ତ୍ତମାନ Superlibrarian ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ
05:49 ଉପର ଡାହାଣପଟ କୋଣରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲ୍ ଲାଇବ୍ରେରୀରେ କ୍ଲିକ୍ କରି ଏହା କରନ୍ତୁ
05:56 ଡ୍ରପ୍-ଡାଉନ୍‌ରୁ Log outରେ କ୍ଲିକ୍ କରନ୍ତୁ
06:01 ତା’ପରେ, ଲାଇବ୍ରେରୀ ଷ୍ଟାଫ୍ Samruddhi ଭାବେ ପୁନର୍ବାର ଲଗ୍-ଇନ୍ କରନ୍ତୁ
06:07 ତା’ପରେ, ହୋମ୍ ପେଜ୍‌ରେ ଥିବା Circulationରେ କ୍ଲିକ୍ କରନ୍ତୁ
06:12 ଚାଲନ୍ତୁ, Checkoutରୁ ଆରମ୍ଭ କରିବା
06:15 ସର୍କୁଲେଶନ୍ ପେଜ୍‌ରେ ଥିବା Check-outରେ କ୍ଲିକ୍ କରନ୍ତୁ, ଯାହା ହେଉଛି ଜାରି କରିବା ପ୍ରକ୍ରିୟା
06:22 ଖୋଲିଥିବା ପେଜ୍‌ରେ Enter patron card number or partial name ପାଇଁ ଥିବା ଫିଲ୍ଡକୁ ଚିହ୍ନଟ କରନ୍ତୁ.

ନାମ, Reena ଲେଖନ୍ତୁ

06:34 ସେହି ସର୍ଚ୍ଚ ଫିଲ୍ଡର ଡାହାଣପଟେ ଥିବା Submit ବଟନ୍‌ରେ କ୍ଲିକ୍ କରନ୍ତୁ
06:39 ଗୋଟିଏ ନୂଆ ପେଜ୍ ଖୋଲିବ. Checking out to Reena Shah (3) Enter item Barcode: ଫିଲ୍ଡରେ,
06:48 ଭାଲ୍ୟୁ 00001 ଲେଖନ୍ତୁ
06:53 ପୂର୍ବ ଟ୍ୟୁଟୋରିଆଲ୍‌ଗୁଡ଼ିକ ମଧ୍ୟରୁ ଗୋଟିକରେ ଏହି ବାରକୋଡ୍‌କୁ ଆକ୍ସେସ୍ ପାଇଁ ଗୋଟିଏ ସଂଖ୍ୟା ଭାବେ କୁହାଯାଇଥିବା କଥା ମନେପକାନ୍ତୁ
07:00 ତେଣୁ, ଚେକ୍-ଆଉଟ୍ ପାଇଁ ସେହି ଭାଲ୍ୟୁ ଲେଖାଯିବ
07:05 ବର୍ତ୍ତମାନ ଫିଲ୍ଡ ତଳେ ଥିବା Check-out ବଟନ୍‌ରେ କ୍ଲିକ୍ କରନ୍ତୁ
07:10 ତା’ପରେ, ଚେକ୍-ଆଉଟ୍‌ର ବିବରଣୀକୁ ଦେଖିବା ପାଇଁ ପେଜ୍ ତଳେ ଥିବା Show check-outs ଉପରେ କ୍ଲିକ୍ କରନ୍ତୁ
07:18 ସେହି ପେଜ୍‌ରେ ଚେକ୍-ଆଉଟ୍ ହୋଇଥିବା ଆଇଟମ୍‌ର ସମସ୍ତ ବିବରଣୀ ଥିବା ଗୋଟିଏ ଟେବଲ୍ ଦେଖାଦେବ
07:24 ବିବରଣୀ, ଯେପରି: Due date, Title, Item type, Location, Checked out on, Checked out from, Call number, Charge, Fine, Price, Renew ଓ Check in
07:43 ଯଦି ଗୋଟିଏ ଆଇଟମ୍ ନବୀକରଣ କିମ୍ବା ଚେକ୍-ଇନ୍ ହେବାକୁ ଅଛି, ତେବେ ଟେବଲ୍ ତଳେ ଥିବା Renew or check in selected items ଟାବ୍ ଉପରେ କ୍ଲିକ୍ କରନ୍ତୁ
07:56 ଯଦି ଏକରୁ ଅଧିକ ଆଇଟମ୍ ରହିଥାଏ, ତେବେ ପେଜ୍ ତଳେ ଥିବା Renew or check in selected items ଟାବ୍ର ପାଖରେ ଥିବା Renew all ଟାବ୍ ଉପରେ କ୍ଲିକ୍ କରନ୍ତୁ
08:10 ଯେହେତୁ Koha ହୋମ୍ ପେଜ୍‌ରେ ଥିବା ସର୍କୁଲେଶନ୍ ଟାବ୍‌କୁ ବ୍ୟବହାର କରି କିପରି ଆଇଟମ୍‌ଗୁଡ଼ିକୁ ନବୀକରଣ ଓ ଚେକ୍-ଇନ୍ କରାଯାଏ ତାହା ମୁଁ ପ୍ରଦର୍ଶନ କରିବି, ତେଣୁ ମୁଁ କୌଣସି ଟାବ୍ ଉପରେ କ୍ଲିକ୍ କରିବି ନାହିଁ
08:22 ସେହି ପେଜ୍‌ର ଉପର ବାମପଟ କୋଣରେ ଥିବା Circulation ଉପରେ କ୍ଲିକ୍ କରନ୍ତୁ
08:28 ଖୋଲିଥିବା ନୂଆ ପେଜ୍‌ରେ Circulationରେ ଥିବା Renew ଉପରେ କ୍ଲିକ୍ କରନ୍ତୁ
08:35 ଗୋଟିଏ ନୂଆ ପେଜ୍ ଖୋଲିବ.

Enter item barcode ଫିଲ୍ଡରେ, ବାରକୋଡ୍ ଭାବେ ଆକ୍ସେସନ୍ ସଂଖ୍ୟା 00001 ଲେଖନ୍ତୁ

08:48 ତା’ପରେ, ଫିଲ୍ଡର ଡାହାଣପଟେ ଥିବା Submitରେ କ୍ଲିକ୍ କରନ୍ତୁ
08:53 Item Renewed ନାମକ ଡାୟଲଗ୍ ବକ୍ସ ସହ ଗୋଟିଏ ନୂଆ ପେଜ୍ ଖୋଲିବ
08:58 ତା’ପରେ, ସେହି ପେଜ୍‌ର ଉପର ବାମପଟ କୋଣରେ ଥିବା Circulation ଉପରେ କ୍ଲିକ୍ କରନ୍ତୁ
09:05 ଖୋଲିଥିବା ନୂଆ ପେଜ୍‌ର Circulationରେ ଥିବା check in ଉପରେ କ୍ଲିକ୍ କରନ୍ତୁ
09:11 ଖୋଲିଥିବା ନୂଆ ପେଜ୍ରେ Enter item barcode ଫିଲ୍ଡକୁ ଚିହ୍ନଟ କରନ୍ତୁ
09:17 ଆକ୍ସେସନ୍ ସଂଖ୍ୟା 00001କୁ ବାରକୋଡ୍ ଭାବେ ଲେଖନ୍ତୁ, ଯାହାକୁ ପୂର୍ବେ ଆଇଟମ୍ ଚେକ୍ ଆଉଟ୍ କରିବା ପାଇଁ ବ୍ୟବହାର କରାଯାଇଥିଲା
09:27 ଏବଂ ଫିଲ୍ଡର ଡାହାଣପଟେ ଥିବା Submitରେ କ୍ଲିକ୍ କରନ୍ତୁ
09:32 ନିମ୍ନଲିଖିତ ବିବରଣୀ ଥିବା ଗୋଟିଏ ଟେବଲ୍ ଦେଖାଦେବ, ଯେପରି- Due date, Title, Author, Barcode, Home Library, Holding library, Shelving location, Call number, Type, Patron ଓ Note
09:52 ଧ୍ୟାନ ଦିଅନ୍ତୁ ଯେ, Title-Industrial Microbiology,
09:57 Barcode- 00001 ଓ Patron-Shah, Reena (PG) ପୂର୍ବରୁ ପୂରଣ କରାଯାଇଥିବା ବିବରଣୀ ଅନୁସାରେ ଅଟେ
10:09 ଏହା ସହିତ Circulation ସମ୍ପୂର୍ଣ୍ଣ ହୋଇଛି
10:13 ବର୍ତ୍ତମାନ ଲାଇବ୍ରେରୀ ଷ୍ଟାଫ୍ ଆକାଉଣ୍ଟରୁ ଲଗ୍-ଆଉଟ୍ କରନ୍ତୁ
10:17 ଏହା କରିବା ପାଇଁ, ପ୍ରଥମେ ଉପର ଡାହାଣପଟ କୋଣକୁ ଯାଆନ୍ତୁ ଏବଂ Spoken Tutorial Library ଉପରେ କ୍ଲିକ୍ କରନ୍ତୁ
10:25 ତା’ପରେ, ଡ୍ରପ୍-ଡାଉନ୍ରୁ Log out ଚୟନ କରନ୍ତୁ
10:31 ସଂକ୍ଷିପ୍ତରେ,

ଏହି ଟ୍ୟୁଟୋରିଆଲ୍‌ରେ ଆମେ, ପେଟ୍ରନ୍ କ୍ୟାଟେଗୋରୀ ପାଇଁ ଥିବା Circulation ଓ Fine Rules,

10:41 ଚେକ୍ ଆଉଟ୍ (ଇସୁ କରିବା), ରିନ୍ୟୁଇଙ୍ଗ୍, ଚେକ୍ ଇନ୍ (ଫେରାଇବା) ବିଷୟରେ ଶିଖିଲେ
10:48 ଆସାଇନମେଣ୍ଟ ଭାବେ, Patron Ms. Reena Shah ପାଇଁ ଆଉ ଗୋଟିଏ ବହି ଜାରି କରନ୍ତୁ
10:54 ନିମ୍ନ ଲିଙ୍କରେ ଥିବା ଭିଡିଓ, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.

ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ

11:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ପ୍ରଦାନ କରନ୍ତି.

ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ

11:11 ଦୟାକରି ଏହି ଫୋରମ୍‌ରେ ନିଜର ସମୟବଦ୍ଧ ପ୍ରଶ୍ନଗୁଡ଼ିକୁ ପୋଷ୍ଟ କରନ୍ତୁ
11:15 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ, NMEICT ଦ୍ଵାରା ଅନୁଦାନ ପ୍ରାପ୍ତ.

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ

11:26 ଆଇଆଇଟି ବମ୍ବେ ତରଫରୁ

ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep