KTurtle/C3/Special-Commands-in-KTurtle/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ, କେଟର୍ଟଲ୍ ରେ "Special Commands" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆପଣ ନିମ୍ନଲିଖିତ ଶିଖିବେ,

Learn କମାଣ୍ଡ ଓ Random କମାଣ୍ଡ

00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04. କେଟର୍ଟଲ୍ ଭର୍ସନ୍ 0.8.1 ବିଟା
00:28 କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ
00:33 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:39 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
00:42 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ
00:44 ସର୍ଚ ବାର୍ ରେ KTurtle ଟାଇପ୍ କରି
00:47 KTurtle ଆଇଅକନ୍ ଉପରେ କ୍ଲିକ୍ କରନ୍ତୁ
00:50 ପ୍ରଥମେ Learn କମାଣ୍ଡ ଦେଖିବା
00:53 Learn କମାଣ୍ଡ ହେଉଛି ଏକ ବିଶେଷ କମାଣ୍ଡ, ଯେହେତୁ ଏହାକୁ ଆପଣଙ୍କ ନିଜସ୍ୱ କମାଣ୍ଡଗୁଡ଼ିକ ତିଆରି କରିବା ପାଇଁ ବ୍ୟବହୃତ କରାଯାଇଥାଏ
01:01 Learn କମାଣ୍ଡ ଇନପୁଟ୍ ନେଇ ଆଉଅଟପୁଟ୍ ରିଟର୍ନ କରିପାରେ
01:05 ଏକ ନୂଆ କମାଣ୍ଡ କିପରି ତିଆରି କରାଯାଏ, ଚାଲନ୍ତୁ ଦେଖିବା
01:10 ସ୍ପଷ୍ଟ ଭାବେ ଦେଖିବା ପାଇଁ ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରୁଛି
01:14 ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ, ଏଡିଟର୍ ରେ ଏକ କୋଡ୍ ଟାଇପ୍ କରନ୍ତୁ:
01:19 Repeat 4, କର୍ଲୀ ବ୍ରେସେସ୍ ମଧ୍ୟରେ

{ Forward 10 Turn Left 90 }

01:31 ଏଠାରେ ସଂଖ୍ୟା 10 ବର୍ଗକ୍ଷେତ୍ର ପାର୍ଶ୍ୱର ଦୀର୍ଘତା ନିର୍ଦ୍ଦିଷ୍ଟ କରେ
01:37 ଏବେ, Learn କମାଣ୍ଡ ବ୍ୟବହାର କରି ଏକ ବର୍ଗକ୍ଷେତ୍ର ଆଙ୍କିବାରେ ଜଡ଼ିତ ଥିବା କମାଣ୍ଡଗୁଡ଼ିକ ବିଷୟରେ ଶିଖିବା
01:45 ଏକ ବର୍ଗକ୍ଷେତ୍ର ଆଙ୍କିବା ପାଇଁ କମାଣ୍ଡଗୁଡ଼ିକର ଏହି ସମୂହକୁ "Square" ନାମ ଦେବା
01:50 Learn କମାଣ୍ଡ ପରେ ଶିଖିବାକୁ ଥିବା କମ୍ଡାର ନାମ ରହିବ, ଏହି ମାମଲାରେ ଏହା Squre ଅଟେ
01:59 ନିମ୍ନଲିଖିତ କୋଡ୍ ଟାଇପ୍ କରନ୍ତୁ
02:02 Learn ସ୍ପେସ୍ Square ସ୍ପେସ୍ $x
02:10 କର୍ଲୀ ବ୍ରାକେଟ୍ ଯୋଡ଼ନ୍ତୁ
02:13 $x ସ୍ଥାନରେ 10 ଲେଖନ୍ତୁ
02:19 ଆମେ ବ୍ୟାଖ୍ୟା କରିଥିବା ନୂଆ କମାଣ୍ଡକୁ Square କୁହାଯାଏ
02:23 ବର୍ଗକ୍ଷେତ୍ରର ଆକାର ସେଟ୍ କରିବାକୁ Square ଗୋଟିଏ ଇନପୁଟ୍ ଆର୍ଗୁମେଣ୍ଟ $x ନିଏ
02:31 ଦେଖନ୍ତୁ, ଆପଣ ଯେତେବେଳେ ଏହି କୋଡ୍ ଚଲାଇବେ, Square କୌଣସି ଆଉଟପୁଟ୍ ରିଟର୍ନ କରିବ ନାହିଁ
02:37 Learn କମାଣ୍ଡ ହେଉଛି କେବଳ Learning, ଅନ୍ୟ କମାଣ୍ଡ Square ପରେ ବ୍ୟବହୃତ ହେବ
02:43 ଏବେ, ଅବଶିଷ୍ଟ କୋଡ୍ ରେ ଏକ ସାଧାରଣ କମାଣ୍ଡ ପରି Square କମାଣ୍ଡକୁ ବ୍ୟବହାର କରିହେବ
02:51 ମୁଁ ଏଠାରେ ଆଉକିଛି ଲାଇନ୍ସ ଯୋଗ କରୁଛି
02:54 ଟାଇପ୍ କରନ୍ତୁ

go 200,200 square 100

03:04 Square 100 କମାଣ୍ଡ ବ୍ୟବହାର କଲେ ଟର୍ଟଲ୍, 100 ଡାଇମେନ୍ସନ୍ ର ଏକ ବର୍ଗକ୍ଷେତ୍ର ଆଙ୍କେ
03:11 ଏବେ ଏହି କୋଡ୍ କୁ Run କରନ୍ତୁ
03:13 ଟର୍ଟଲ୍, କାନଭାସରେ ଏକ ବଗକ୍ଷେତ୍ର ଆଙ୍କିଲା
03:17 ଏବେ, 100 ସ୍ଥାନରେ 50 ଲେଖନ୍ତୁ
03:22 ଏବେ ପୁଣିଥରେ ରନ୍ କରନ୍ତୁ,ଟର୍ଟଲ୍, 50 ଡାଇମେନ୍ସନ୍ ର ଆଉ ଏକ ବର୍ଗକ୍ଷେତ୍ର ଆଙ୍କିଲା
03:28 ଦୟାକରି ଧ୍ୟାନଦିଅନ୍ତୁ ଯେ, ଏହି ପ୍ରୋଗ୍ରାମର ପରିସର ମଧ୍ୟରେ ହିଁ ଏହି କମାଣ୍ଡର ବ୍ୟବହାର କରିହେବ
03:35 ମୁଁ ଏଡିଟର୍ ରୁ ବର୍ତ୍ତମାନର କୋଡ୍ କ୍ଲିଅର୍ କରିଦେବି
03:38 Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ
03:44 ଏହାପରେ ଆମେ Random କମାଣ୍ଡ ବିଷୟରେ ଶିଖିବା
03:48 Random କମାଣ୍ଡ ଇନପୁଟ୍ ନେଇ ଆଉଟପୁଟ୍ ରିଟର୍ନ କରେ
03:52 Random କମାଣ୍ଡ ପାଇଁ ସିଣ୍ଟାକ୍ସ ହେଉଛି Random X, Y
03:57 ଯେଉଁଠାରେ X ଓ Y ହେଉଛି ଦୁଇଟି ଇନପୁଟ୍
04:01 X ସର୍ବନିମ୍ନ ଆଉଟପୁଟ୍ ସେଟ୍ କରିବାବେଳେ Y ସର୍ବାଧିକ ଆଉଟପୁଟ୍ ସେଟ୍ କରିଥାଏ
04:07 ଆଉଟପୁଟ୍ ହେଉଛି X ଓ Y ମଧ୍ୟରେ ରାଣ୍ଡମଲୀ ଚୟନିତ ସଂଖ୍ୟା
04:13 ଆପ୍ଲିକେଶନ୍ ରେ ବ୍ୟବହାର କରିବା ପାଇଁ Random କମାଣ୍ଡ ରଖନ୍ତୁ
04:18 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି
04:22 ମୁଁ ଏବେ କୋଡ୍ ବୁଝାଇବି
04:24 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
04:29 ଏଠାରେ କମାଣ୍ଡ Random 1,20 ଏକ ରାଣ୍ଡମ୍ ସଂଖ୍ୟା ସିଲେକ୍ଟ କରେ, ଯାହା 1 ସହିତ ସମାନ କିମ୍ୱା ବଡ଼ ଓ 20 ଠାରୁ ବଡ଼ କିମ୍ୱା ସମାନ ଏବଂ ଭେରିଏବଲ୍ Xକୁ ଆସାଇନ୍ କରେ
04:44 Repeat କମାଣ୍ଡ ଓ କର୍ଲୀ ବ୍ରାକେଟଗୁଡ଼ିକ ମଧ୍ୟରେ ଥିବା କମାଣ୍ଡଗୁଡ଼ିକ ଏକ ବୃତ୍ତ ଆଙ୍କନ୍ତି
04:51 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
04:58 ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
05:03 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
05:08 ଆମେ ଯେତେବେଳେ ଏହି କୋଡ୍ କୁ Run କରିବା,
05:10 ଟର୍ଟଲ୍, କାନଭାସ୍ ଉପରେ 1ଓ 20 ମଧ୍ୟରେ ବ୍ୟାସାଦର୍ଧ ସହିତ ଏକ ବୃତ୍ତ ଆଙ୍କେ
05:16 ଏହି କୋଡ୍ କୁ ଆଉ କିଛି ଥର Execute କରନ୍ତୁ
05:20 ପ୍ରତ୍ୟେକ ଥର ଭିନ୍ନ ଭିନ୍ନ ଆକାର ସହିତ ବୃତ୍ତ ଆଙ୍କି ହେଉଥିବାର ଆପଣ ଦେଖିପାରିବେ
05:26 ପ୍ରତ୍ୟେକ ଥର ଆପଣ ଏହି କୋଡ୍ Execute କଲେ କାନଭାସ୍ ଉପରେ ଏକ ଭିନ୍ନ ବ୍ୟାସାଦର୍ଧର ବୃତ୍ତ ଆଙ୍କି ହେଉଛି
05:33 ଏବେ ଚାଲନ୍ତୁ, ଏକ ଉଦାହରଣ ଭାବେ ଉଭୟ Learn ଓ Random କମାଣ୍ଡ ବ୍ୟବହାର କରିବା
05:39 ମୁଁ ଏବେ Clear କମାଣ୍ଡ ଓ କାନଭାସ ସଫା କରିବାକୁ RUN ଟାଇପ୍ କରି ଏଡିଟର୍ ରୁ ସାମ୍ପ୍ରତିକ କୋଡ୍ କ୍ଲିଅର୍ କରିଦେବି
05:48 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
05:52 ମୁଁ ଏବେ କୋଡ୍ ବୁଝାଇବି
05:55 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
06:00 Canvas Size 300,300 କାନଭାସର ଓସାର ଓ ଉଚ୍ଚତା, ପ୍ରତ୍ୟେକକୁ 300 ପିକ୍ସେଲ୍ ରେ ଫିକ୍ସ କରେ
06:09 $R, $G ଓ $B ହେଉଛି ତିନୋଟି ଭେରିଏବଲ୍ସ, ଯେଉଁଥିକୁ ମୁଁ 0 ଓ 255 ମଧ୍ୟରେ ରାଣ୍ଡମ୍ ଭାଲ୍ୟୁ ଆସାଇନ କରୁଛି
06:19 Canvas Color $R, $G ଓ $B କମାଣ୍ଡରେ
06:23 ପୂର୍ବଭର୍ତ୍ତୀ ପଦାକ୍ଷେପରେ ଭେରିବଲ୍ସ R, G ଓ Bକୁ ଆସାଇନ୍ କରାଯାଇଥିବା ଭାଲ୍ୟୁଗୁଡ଼ିକ ଦ୍ୱାରା ନାଲି-ସବୁଜ-ନୀଳ କମ୍ୱିନେଶନ୍ ପ୍ରତିସ୍ଥାପନ ହୋଇଗଲା
06:34 ଏହି କମାଣ୍ଡ Execute ହେଲେ, କାନଭାସ ରଙ୍ଗ ରାଣ୍ଡମଲୀ ସେଟ୍ ହୋଇଯିବ
06:41 $red, $blue, $green ହେଉଛି ଭେରିଏବଲ୍ସର ଅନ୍ୟଏକ ସମୂହ
06:45 ଯେଉଁଠିକୁ 0 ଓ 255 ମଧ୍ୟରେ ରାଣ୍ଡମ୍ ଭାଲ୍ୟୁ ରାଣ୍ଡମଲୀ ଆସାଇନ୍ କରାଯାଇଛି
06:53 ଭେରିଏବଲ୍ସ ଦ୍ୱାରା ନାଲି-ନୀଳ-ସବୁଜ କମ୍ୱିନେଶନ୍ ଭାଲ୍ୟୁ Pen Color $Red, $Blue ଓ $Green ପ୍ରତିସ୍ଥାପିତ ହେଲା
07:02 ପୂର୍ବବର୍ତ୍ତୀ ପଦାଙ୍କରେ $Red, $Green ଓ $Blueକୁ ରାଣ୍ଡମ୍ ଭାଲ୍ୟୁ ଆସାଇନ୍ କରାଯାଇଛି
07:10 କମାଣ୍ଡ Execute ହେଲେ ପେନ୍ ର ରଙ୍ଗ ମଧ୍ୟ ରାଣ୍ଡମଲୀ ସେଟ୍ ହୁଏ
07:18 Pen Width 2, ପେନ୍ ର ଓସାରକୁ 2 ପିକ୍ସେଲ୍ ରେ ସେଟ୍ କରେ
07:25 ଏହାପରେ ମୁଁ, ଏକ ବୃତ୍ତ ଆଙ୍କିବା ଶିଖିବା ପାଇଁ କୋଡ୍ ଏଣ୍ଟର୍ କରିଛି
07:30 ଏଠାରେ $x, ବୃତ୍ତର ଆକାରକୁ ବୁଝାଏ
07:35 Repeat କମାଣ୍ଡ ପରେ କର୍ଲୀ ବ୍ରାକେଟଗୁଡ଼ିକ ମଧ୍ୟରେ ଥିବା କମାଣ୍ଡଗୁଡ଼ିକ ଏକ ବୃତ୍ତ ଆଙ୍କେ
07:43 ପରବର୍ତ୍ତୀ Go କମାଣ୍ଡ ଓ ତା’ପରେ ଥିବା Circle କମାଣ୍ଡ, ନିର୍ଦ୍ଦିଷ୍ଟ ହୋଇଥିବା ଆକାରରେ ବୃତ୍ତ ଆଙ୍କନ୍ତି
07:54 ଉଦାହରଣସ୍ୱରୂପ, 5 ଆକାରର ବୃତ୍ତ, Go କମାଣ୍ଡରେ X ଓ Y ପୋଜିଶନ୍ ରେ ନିର୍ଦ୍ଦିଷ୍ଟ ହୋଇଥିବା
08:01 କୋ-ଅର୍ଡିନେଟ୍ସଠାରେ ଆକାର 5ର ଏକ ବୃତ୍ତ ଆଙ୍କେ
08:09 ପ୍ରତ୍ୟେକ ବୃତ୍ତ ପାଇଁ ମୁଁ, କାନଭାସ୍ ଉପରେ ଭିନ୍ନ ଭିନ୍ନ ପୋଜିଶନ୍ ନିର୍ଦ୍ଦିଷ୍ଟ କରିଛି
08:16 ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
08:23 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
08:29 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
08:33 ମୁଁ Full Speedରେ ଏହି କୋଡ୍ କୁ Execute କରିବି
08:37 Run ଅପ୍ସନ୍ ରେ ନିର୍ଦ୍ଦିଷ୍ଟ ହୋଇଥିବା ଯେକୌଣସି ସ୍ପୀଡ୍ସରେ ଆପଣ ଏହି କୋଡ୍ କୁ execute କରିପାରିବେ
08:43 ମୁଁ ଏହି କୋଡ୍ କୁ ଆଉ କିଛି ଥର Execute କରିବି
08:46 Pen Color ଓ Canvas Colorର ରାଣ୍ଡମଲୀ ସେଟ୍ ହୋଇଥିବା ଭାଲ୍ୟୁଗୁଡ଼ିକରେ ଆପଣ ଭିନ୍ନତା ଦେଖିପାରିବେ
08:54 ପ୍ରତ୍ୟେକ Executionରେ ପେନ୍ ଓ କାନଭାସର ରଙ୍ଗରେ ପରିବର୍ତ୍ତନକୁ ଦେଖନ୍ତୁ
09:01 ଆପଣ ଯେତେଥର ଚାହିଁବେ କୋଡ୍ କୁ Execute କରିପାରିବେ ଏବଂ ପେନ୍ ଓ କାନଭାସର ରାଣ୍ଡମଲୀ ସେଟ୍ ହୋଇଥ୍ବା ଭାଲ୍ୟୁରେ ପରିବର୍ତ୍ତନଗୁଡ଼ିକୁ ଦେଖିପାରିବେ
09:15 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:20 ସଂକ୍ଷେପରେ
09:22 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ,Learn କମାଣ୍ଡ ଓ Random କମାଣ୍ଡ
09:30 ଏକ ଆସାଇନମେଣ୍ଟ ଭାବେ
09:32 Lear କମାଣ୍ଡ ବ୍ୟବହାର କରି ଏକ

pentagon square rectangle hexagon

ଆପଣଙ୍କ କାନଭାସର ସମସ୍ତ ଚାରୋଟି କୋଣରେ ଏବଂ

09:45 କାନଭାସ ମଝିରେ ଏକ ବୃତ୍ତ ଆଙ୍କନ୍ତୁ
09:49 Random କମାଣ୍ଡ ବ୍ୟବହାର କରି ବିଭିନ୍ନ ରଙ୍ଗ କ୍ରିଏଟ୍ କରନ୍ତୁ ଏବଂ
09:55 ଆପଣଙ୍କର ଜ୍ୟାମିତିକ ଆକାର ଓ କାନଭାସ କଷ୍ଟମାଇଜ୍ କରନ୍ତୁ
10:00 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
10:04 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
10:08 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
10:13 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
10:15 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
10:19 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
10:22 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
10:29 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
10:33 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
10:40 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
10:46 ଆଇଆଇଟିଓ ବମ୍ୱେ ତରଫରୁ
10:50 ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep