KTurtle/C3/Question-Glues/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର ବନ୍ଧୁଗଣ ! KTurtleରେ Question Glues ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିବା
00:16 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା ବ୍ୟବହାର କରୁଛି
00:29 ଆପଣଙ୍କର କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଓ if-else Statement ବିଷୟର ଧାରଣା ଥିବ ବୋଲି ଆମେ ଆଶା କରୁଛୁ
00:39 ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org
00:46 ଆଗକୁ ବଢ଼ିବା ପୂର୍ବରୁ ମୁଁ Question Glue ଶବ୍ଦଗୁଡ଼ିକ ବିଷୟରେ ବୁଝାଉଛି
00:51 Question Glue ଶବ୍ଦଗୁଡ଼ିକ ଆମକୁ, ଛୋଟ Questionକୁ ବଡ଼ Questionରେ ଗ୍ଲୁ କରିବାକୁ ସକ୍ଷମ କରେ
01:00 and, or ଓ not ହେଉଛି କିଛି ଗ୍ଲୁ ଶବ୍ଦମାନ. ଗ୍ଲୁ ଶବ୍ଦଗୁଡ଼ିକ if-else କଣ୍ଡିଶନ୍ସ ସହିତ ବ୍ୟବହୃତ ହୋଇଥାଏ
01:11 ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ
01:15 ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ
01:18 ସର୍ଚ ବାର୍ ରେ KTurtle ଟାଇପ୍ କରି
01:22 ଆଇକନ୍ ଉପରେ କ୍ଲିକ୍ କରନ୍ତୁ
01:24 ଚାଲନ୍ତୁ ଗ୍ଲୁ ଶବ୍ଦ and ସହିତ ଆରମ୍ଭ କରିବା
01:28 ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ ପ୍ରୋଗ୍ରାମ୍ ରଖିସାରିଛି
01:33 ଟେକ୍ସଟ୍ ଏଡିଟର୍ ରୁ ମୁଁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
01:40 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ
01:46 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
01:50 ମୁଁ ଏବେ ପ୍ରୋଗ୍ରାମ୍ ଟେକ୍ସଟ୍ କୁ ଯୂମ୍ କରୁଛି
01:52 ଏହା ସାମାନ୍ୟ ଝାପସା ଦେଖାଯାଇପାରେ
01:56 ଏବେ କୋଡ୍ କୁ ଦେଖନ୍ତୁ
01:59 Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ
02:04 ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ
02:10 Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ
02:14 ଏହା, Stringରୁ ଟେକ୍ସଟ୍ ରହିଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ ଏବଂ Non Null Strings ପାଇଁ ଏକ ବୀପ୍ ଜେନେରେଟ୍ କରିଥାଏ
02:24 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେ ରିଏବଲ୍ସ
02:30 ask କମାଣ୍ଡ, ଭେରିଏବଲ୍ସ ରେ ଷ୍ଟୋର୍ ହେବାକୁ ଥିବା ୟୁଜର୍ ଇନପୁଟ୍ ପାଇଁ କୁହେ
02:36 if(($a+$b>$c) ଓ ($b+$c>$a) ଓ ($c+$a>$b), if କଣ୍ଡିଶନ୍ ଯାଞ୍ଚ କରେ
02:49 ଯେତେବେଳେ ଦୁଇଟି Glue ହୋଇଥିବା Questions "and" ସହିତ True ହୁଏ, ତେବେ ପରିଣାମ True ହୋଇଥାଏ
02:55 if(($a !=$b) ଓ ($b !=$c) ଓ ($c !=$a), if କଣ୍ଡିଶନ୍ ଯାଞ୍ଚ କରେ
03:05 ଯେତେବେଳେ if କଣ୍ଡିଶନ୍ Trueଠାରୁ ଉପରେ ଥାଏ, କଣ୍ଟ୍ରୋଲ୍ nested if ବ୍ଲକ୍ କୁ ସ୍ଥାନାନ୍ତରିତ ହୋଇଥାଏ
03:12 ତ୍ରିଭୁଜର ପାର୍ଶ୍ୱ ଅସମାନ କି ନୁହେଁ ଏହା ଯାଞ୍ଚ କରିଥାଏ
03:17 ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ
03:22 Go 10,100 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
03:35 if କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
03:41 ଯେତେବେଳେ ବ୍ଲକ୍ ରେ ଥିବା if କଣ୍ଡିଶନ୍ False ହୁଏ, Else କମାଣ୍ଡ, Else କଣ୍ଡିଶନ୍ ଯାଞ୍ଚ କରେ
03:48 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
03:54 Else କମାଣ୍ଡ ଫାଇନାଲ୍ କଣ୍ଡିଶନ୍ ଯାଞ୍ଚ କରେ
03:57 ଏଠାରେ Else ଚେକ୍ ହୋଇଥିବ, କେବଳ ଯେତେବେଳେ ଉପରୋକ୍ତ କଣ୍ଡିଶନ୍ False ହୋଇଥିବ
04:03 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
04:12 ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ
04:15 ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
04:20 AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:25 BC ଦୀର୍ଘତା ପାଇଁ 8 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:29 AC ଦୀର୍ଘତା ପାଇଁ 9 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:33 କାନଭାସ୍ ଉପରେ 'A Scalene Triangle' ପ୍ରଦର୍ଶିତ ହେଲା
04:37 ଏବେ ପୁଣିଥରେ ରନ୍ କରନ୍ତୁ
04:40 ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ
04:44 AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, BC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ, AC ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
04:58 କାନଭାସ୍ ଉପରେ ' Not a Scalene Triangle' ପ୍ରଦର୍ଶିତ ହେଲା
05:02 ଡିଫଲ୍ଟ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ପୁଣିଥରେ ରନ୍ କରନ୍ତୁ
05:06 ଏକ ମେସେଜ୍ ଡାୟଲଗ୍ ବକ୍ସ ପପ୍-ଅପ୍ ହୋଇଥାଏ OK କ୍ଲିକ୍ କରନ୍ତୁ
05:11 AB ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:16 BC ଦୀର୍ଘତା ପାଇଁ 1 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:20 AC ଦୀର୍ଘତା ପାଇଁ 2 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
05:24 କାନଭାସ୍ ଉପରେ 'Does not satisfy triangle's inequality' ପ୍ରଦର୍ଶିତ ହେଲା
05:30 ଏବେ ଏହି ପ୍ରୋଗ୍ରାମ୍ କୁ କ୍ଲିଅର୍ କରନ୍ତୁ. ମୁଁ Clear କମାଣ୍ଡ ଟାଇପ୍ କରିବି ଓ କାନଭାସ୍ କୁ ସଫା କରିବା ପାଇଁ ତାହାକୁ ଚଲାଇବି
05:40 ଏହାପରେ not କଣ୍ଡିଶନ୍ ସହିତ କାମ କରିବା
05:43 ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି
05:51 ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ କୁ ଟାଇପ୍ କରନ୍ତୁ
05:56 ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ
06:01 ମୁଁ ପ୍ରୋଗ୍ରାମ୍ ଟେକ୍ସଟକୁ ଯୂମ୍ କରି ପ୍ରୋଗ୍ରାମ୍ କୁ ବୁଝାଇବି
06:05 Reset କମାଣ୍ଡ, ଟର୍ଟଲ୍ କୁ ଡିଫଲ୍ଟ ପୋଜିଶନ୍ କୁ ସେଟ୍ କରେ
06:09 ୟୁଜର୍ ଇନପୁଟ୍ ଷ୍ଟୋର୍ କରିବା ପାଇଁ $a, $b ଓ $c ହେଉଛି ଭେରିଏବଲ୍ସ
06:15 if not (($a==$b) ଓ ($b==$c) ଓ ($c==$a), if not କଣ୍ଡିଶନ୍ ଯାଞ୍ଚ କରେ
06:27 not ହେଉଛି ଏକ ବିଶେଷ question Glue ଶବ୍ଦ. ଏହା, ତାହାର ଅପେରାଣ୍ଡ ଲଜିକାଲ୍ ଷ୍ଟେଟ୍ କୁ ଓଲଟା କରିଥାଏ
06:36 ଉଦାହରଣସ୍ୱରୂପ, ଯଦି ଦିଆଯାଇଥିବା କଣ୍ଡିଶନ୍ True ଅଟେ, ତାହାକୁ not, False କରିଥାଏ
06:42 ଏବଂ ଯେତେବେଳେ କଣ୍ଡିଶନ୍ False ହୋଇଥାଏ, ଆଉଟପୁଟ୍ True ହେବ
06:48 if not କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
06:55 ଯେତେବେଳେ If କଣ୍ଡିଶନ୍ False ହୋଇଥିବ, ତେବେ Else କଣ୍ଡିଶନ୍ execute ହେବ
07:01 Else କଣ୍ଡିଶନ୍ ଯାଞ୍ଚ କରିସାରିବା ପରେ Print କମାଣ୍ଡ String ପ୍ରଦର୍ଶନ କରିଥାଏ
07:07 Go 1,00,100 କାନଭାସର ବାମରୁ 100 ପିକ୍ସେଲ୍ ଓ ଉପରୁ 100 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
07:20 repeat 3{turnright 120 forward 100} କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କିବା ପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ
07:32 ସମସ୍ତ କଣ୍ଡିଶନ୍ ଯାଞ୍ଚ କରିବା ପାଇଁ ମୁଁ କୋଡ୍ ରନ୍ କରିବି
07:36 କୋଡ୍ ରନ୍ କରିବା ପାଇଁ F5 କୀ ଦାବନ୍ତୁ
07:40 AB ଦୀର୍ଘତା ପାଇଁ 6 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:45 BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:48 AC ଦୀର୍ଘତା ପାଇଁ 7 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
07:54 କାନଭାସ୍ ଉପରେ 'Triangle is not equilateral' ପ୍ରଦର୍ଶିତ ହେଲା
07:58 ଏବେ ପୁଣିଥରେ ରନ୍ କରନ୍ତୁ. AB ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:05 BC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:09 AC ଦୀର୍ଘତା ପାଇଁ 5 ଏଣ୍ଟର୍ କରି OK କ୍ଲିକ୍ କରନ୍ତୁ
08:13 କାନଭାସ୍ ଉପରେ 'Triangle is equilateral' ପ୍ରଦର୍ଶିତ ହେଲା. କାନଭାସ୍ ଉପରେ ଏକ ସମବାହୁ ତ୍ରିଭୁଜ ଆଙ୍କି ହୋଇଗଲା
08:21 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
08:25 ସଂକ୍ଷେପରେ
08:28 ଏହି ଟ୍ୟୁଟୋରିଆଲ୍ ରେ ଆମେ Question Glues "and, not" ଶିଖିଲେ
08:35 ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ନିର୍ଦ୍ଧାରଣ କରିବା ପାଇଁ ପ୍ରୋଗ୍ରାମ୍ସ ଲେଖନ୍ତୁ
08:40 Question Glue "or" ବ୍ୟବହାର କରି ସମକୋଣ ତ୍ରିଭୁଜ ପାଇଁ କୋଣ ଅବଧାରଣା
08:48 if or କଣ୍ଡିଶନ୍ ର ନିର୍ମାଣ ହେଉଛି:
08:51 if within brackets condition or within brackets condition or within brackets condition.
08:59 Within curly brackets do something.
09:02 else within curly brackets do something.
09:06 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial
09:10 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
09:13 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:18 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍:
09:20 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:23 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
09:27 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:34 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:38 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:44 ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ
09:49 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep