KTurtle/C3/Control-Execution/Oriya
From Script | Spoken-Tutorial
Time | Narration |
00:01 | ନମସ୍କାର ବନ୍ଧୁଗଣ |
00:03 | କେଟର୍ଟଲ୍ ରେ "Control Execution" ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:10 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିବା, |
00:13 | While Loop ଓ |
00:15 | For Loop |
00:17 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04 ଓ କେଟର୍ଟଲ୍ ଭର୍ସନ୍ 0.8.1 ବିଟା |
00:32 | କେଟର୍ଟଲ୍ ର ମୌଳିକ କାର୍ଯ୍ୟ ଜ୍ଞାନ ଆପଣଙ୍କର ଥିବ ବୋଲି ଆମେ ଆଶା କରୁଛୁ |
00:38 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ସ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ http://spoken-tutorial.org |
00:45 | ନୂଆ କେଟର୍ଟଲ୍ ଆପ୍ଲିକେଶନ୍ ଖୋଲନ୍ତୁ |
00:48 | ଡାଶ୍ ହୋମ୍ ରେ କ୍ଲିକ୍ କରନ୍ତୁ |
00:50 | ସର୍ଚ ବାର୍ ରେ KTurtle ଟାଇପ୍ କରି |
00:53 | ଅପ୍ସନ୍ ଉପରେ କ୍ଲିକ୍ କରନ୍ତୁ. କେଟର୍ଟଲ୍ ଆପ୍ଲିକେଶନ୍ ଖୋଲିଲା |
00:59 | Control Execution କ’ଣ ତାହା ମୁଁ ପ୍ରଥମେ ବୁଝାଉଛି |
01:05 | Control Execution ହେଉଛି ଏକ ପ୍ରୋଗ୍ରାମ୍ ର ଗତିକୁ ନିୟନ୍ତ୍ରଣ କରିବା |
01:10 | ପ୍ରୋଗ୍ରାମ୍ Execution ନିୟନ୍ତ୍ରଣ କରିବାକୁ ବିଭିନ୍ନ ପ୍ରକାରର କଣ୍ଡିଶନ୍ସ ବ୍ୟବହାର କରାଯାଏ |
01:16 | Loop ହେଉଛି କୋଡ୍ ର ଏକ ବ୍ଲକ୍, ଯାହା ନିର୍ଦ୍ଦିଷ୍ଟ କଣ୍ଡିଶନ୍ ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ ବାରମ୍ୱାର Execute ହୋଇଥାଏ |
01:25 | ଯେପରି While Loop ଓ For Loop |
01:30 | ଚାଲନ୍ତୁ, While Loop ସହିତ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
01:34 | While Loopରେ, Boolean, False ନିର୍ଦ୍ଧାରଣ ନହେବା ପର୍ଯ୍ୟନ୍ତ କୋଡ୍ ଭିତରେ ଥିବା Loop ପୁନରାବୃତ୍ତି ହୋଇଥାଏ |
01:42 | ମୁଁ ଏବେ While Loopର ନିର୍ମାଣ ବୁଝାଉଛି
while loop condition { do something with loop increment variable } |
01:56 | ମୁଁ, ଟେକ୍ସଟ୍ ଏଡିଟର୍ ରେ ଏକ କୋଡ୍ ରଖିସାରିଛି |
01:59 | ମୁଁ ଟେକ୍ସଟ୍ ଏଡିଟର୍ ରୁ କୋଡ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
02:07 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ ଟାଇପ୍ କରନ୍ତୁ |
02:13 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
02:18 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
02:25 | ମୁଁ ଏବେ କୋଡ୍ ବର୍ଣ୍ଣନା କରୁଛି |
02:27 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
02:32 | ଏହାର ଅର୍ଥ, ପ୍ରୋଗ୍ରାମ୍ ଚାଲିବାବେଳେ ଏହି ଲାଇନ୍ Execute ହେବ ନାହିଁ |
02:38 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
02:43 | $x = 0, ଭେରିଏବଲ୍ xର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ |
02:52 | ଗୋଟିଏ ପ୍ରୋଗ୍ରାମ୍ ରେ Keyword, Message ପରେ ଡବଲ୍ କ୍ୱୋଟ୍ସ ମଧ୍ୟରେ ବାର୍ତ୍ତା ଦିଆଯାଇଥାଏ Message କମାଣ୍ଡ ଇନପୁଟ୍ ଭାବରେ Stringକୁ ନେଇଥାଏ |
03:04 | ଏହା, Stringରୁ ଟେକ୍ସଟ୍ ଥିବା ଏକ ପପ୍-ଅପ୍ ଡାୟଲଗ୍ ବକ୍ସ ଦେଖାଏ |
03:11 | While Conditionକୁ While $x<30 ଚେକ୍ କରେ |
03:17 | $x=$x+3, 3 ଦ୍ୱାରା ଭେରିଏବଲ୍ $xର ଭାଲ୍ୟୁ ବୃଦ୍ଧି କରେ |
03:27 | ପିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 15 ସେଟ୍ କରେ |
03:35 | Font Size, ଇନପୁଟ୍ ଭାବରେ ସଂଖ୍ୟା ନିଏ, ପିକ୍ସେଲ୍ ରେ ସେଟ୍ କରେ |
03:42 | କାନଭାସ୍ ଉପରେ 20 ପାଦ ଆଗକୁ ବଢ଼ିବାକୁ Forward 20, ଟର୍ଟଲ୍ କୁ କମାଣ୍ଡ କରେ |
03:52 | କାନଭାସ୍ ଉପରେ ଭେରିଏବଲ୍ xର ଭାଲ୍ୟୁକୁ Print $x ପ୍ରଦର୍ଶନ କରେ |
04:01 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
04:05 | ଏକ ମେସେଜ୍ ଡାୟଲଗ୍ ବକ୍ସ ଦେଖାଦେବ. OK କ୍ଲିକ୍ କରନ୍ତୁ |
04:11 | 3ର ଗୁଣନ, 3ରୁ 30 ପର୍ଯ୍ୟନ୍ତ କାନଭାସ୍ ଉପରେ ପ୍ରଦର୍ଶିତ ହୁଏ |
04:17 | କାନଭାସ୍ ଉପରେ ଟର୍ଟଲ୍ 20 ପାଦ ଆଗକୁ ବଢ଼େ |
04:22 | ଏହାପରେ For Loop ସହିତ କାମ କରିବା |
04:26 | For Loop ହେଉଛି ଏକ କାଉଣ୍ଟିଙ୍ଗ୍ ଲୂପ୍ |
04:29 | ପ୍ରତ୍ୟେକ ଥର For Loop ଭିତରେ ଥିବା କୋଡ୍ Execute ହେଲେ, |
04:34 | ଏଣ୍ଡ ଭାଲ୍ୟୁ ପର୍ଯ୍ୟନ୍ତ ପହଞ୍ଚିବା ପର୍ଯ୍ୟନ୍ତ ଭେରିଏବଲ୍ ଭାଲ୍ୟୁ ବୃଦର୍ଧି ପାଇଥାଏ |
04:41 | ମୁଁ ଏବେ For Loopର ନିର୍ମାଣ ବୁଝାଉଛି |
04:46 | For variable = start number to end number { Statement} |
04:55 | ମୁଁ ବର୍ତ୍ତମାନର ପ୍ରୋଗ୍ରାମ କ୍ଲିଅର୍ କରିଦେବି |
04:59 | Clear କମାଣ୍ଡ ଟାଇପ୍ କରି କାନଭାସ୍ କ୍ଲିଅର୍ କରିବାପାଇଁ ତାହାକୁ ଚଲାନ୍ତୁ |
05:05 | ମୁଁ ଟେକ୍ସଟ୍ ଏଡିଟର୍ ରୁ ପ୍ରୋଗ୍ରାମ୍ କପୀ କରି କେଟର୍ଟଲ୍ ଏଡିଟର୍ ରେ ପେଷ୍ଟ କରିବି |
05:14 | ଏଠାରେ ଟ୍ୟୁଟୋରିଆଲ୍ କୁ ପଜ୍ କରି କେଟର୍ଟଲ୍ ଏଡିଟର୍ ରେ ପ୍ରୋଗ୍ରାମ୍ କୁ ଟାଇପ୍ କରନ୍ତୁ |
05:20 | ପ୍ରୋଗ୍ରାମ୍ ଟାଇପ୍ କରିସାରିବା ପରେ ଟ୍ୟୁଟୋରିଆଲ୍ କୁ ପୁଣିଥରେ ଆରମ୍ଭ କରନ୍ତୁ |
05:25 | ମୁଁ ଯଦି ଟେକ୍ସଟକୁ ଯୁମ୍ କରେ, ତେବେ ତାହା ସାମାନ୍ୟ ଝାପସା ଦେଖାଯାଇପାରେ |
05:32 | ମୁଁ ଏବେ ପ୍ରୋଗ୍ରାମ୍ ବର୍ଣ୍ଣନା କରୁଛି |
05:34 | # (ହାଶ୍) ଚିହ୍ନ, ତାହାପରେ ଲେଖାଥିବା ଏକ ଲାଇନ୍ କୁ କମେଣ୍ଟ କରେ |
05:39 | Reset କମାଣ୍ଡ, ଟର୍ଟଲ୍ କୁ ତାହାର ଡିଫଲ୍ଟ ପୋଜିଶନ୍ ରେ ସେଟ୍ କରେ |
05:44 | $r = 0, ଭେରିଏବଲ୍ rର ଭାଲ୍ୟୁକୁ ଯିରୋକୁ ଇନିଶିଆଲାଇଯ୍ କରିଥାଏ |
05:52 | For $x= 1 to 15, 1 ରୁ 15 ପର୍ଯ୍ୟନ୍ତ For କଣ୍ଡିଶନ୍ ଯାଞ୍ଚ କରେ |
06:01 | $r=$x*($x+1)/2 ଭେରିଏବଲ୍ rର ଭାଲ୍ୟୁ ଗଣନା କରେ |
06:12 | ପ୍ରିଣ୍ଟ ଦ୍ୱାରା ବ୍ୟବହୃତ ଫଣ୍ଟ ସାଇଜ୍ କୁ Font Size 18 ସେଟ୍ କରେ |
06:19 | କାନଭାସ୍ ଉପରେ ଭେରିଏବଲ୍ rର ଭାଲ୍ୟୁକୁ Print $r ପ୍ରଦର୍ଶନ କରେ |
06:26 | କାନଭାସ୍ ଉପରେ 15 ପାଦ ଆଗକୁ ବଢ଼ିବାକୁ Forward 15, ଟର୍ଟଲ୍ କୁ କମାଣ୍ଡ କରେ |
06:34 | Go 10,250 କାନଭାସର ବାମରୁ 10 ପିକ୍ସେଲ୍ ଓ ଉପରୁ 250 ପିକ୍ସେଲ୍ ଯିବାପାଇଁ ଟର୍ଟଲ୍ କୁ କମାଣ୍ଡ କରିଥାଏ |
06:48 | କୌଣସି ସମୟ ବ୍ୟବଧାନ ବିନା ଟର୍ଟଲ୍ ସମସ୍ତ ପ୍ରିଣ୍ଟ କମାଣ୍ଡ ପ୍ରଦର୍ଶିତ କରେ |
06:54 | Wait 2 କମାଣ୍ଡ, ପରବର୍ତ୍ତୀ କମାଣ୍ଡ Execute କରିବା ପୂର୍ବରୁ 2 ସେକେଣ୍ଡ ଅପେକ୍ଷା କରାଇଥାଏ |
07:04 | Print କମାଣ୍ଡ, ଡବଲ୍ କ୍ୱୋଟ୍ସ ମଧ୍ୟରେ String ପ୍ରଦର୍ଶନ ସହ ଭେରିଏବଲ୍ $rକୁ ମଧ୍ୟ ପ୍ରଦର୍ଶିତ କରେ |
07:13 | ପ୍ରୋଗ୍ରାମ୍ ଚଲାଇବା ପାଇଁ Run ବଟନ୍ କ୍ଲିକ୍ କରନ୍ତୁ |
07:17 | କାନଭାସ୍ ଉପରେ, ପ୍ରଥମ 15 ପ୍ରାକୃତିକ ସଂଖ୍ୟାର ଯୋଗ ଶୃଙ୍ଖଳା ଏବଂ ପ୍ରଥମ 15 ପ୍ରାକୃତିକ ସଂଖ୍ୟାର ଯୋଗ ପ୍ରଦର୍ଶିତ ହେଲା |
07:27 | କାନଭାସ୍ ଉପରେ ଟର୍ଟଲ୍ 15 ପାଦ ଆଗକୁ ବଢ଼େ |
07:32 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
07:37 | ସଂକ୍ଷିପ୍ତରେ |
07:40 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
07:44 | While Loop ଓ For Loop |
07:47 | ଏକ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ ନିର୍ଦ୍ଧାରଣ କରିବା ପାଇଁ ପ୍ରୋଗ୍ରାମ୍ସ ଲେଖନ୍ତୁ |
07:54 | While Loop ବ୍ୟବହାର କରି 2ର ଗୁଣନ |
07:58 | For Loop ବ୍ୟବହାର କରି ପଣିକିଆ ତିଆରି କରନ୍ତୁ |
08:03 | ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What is a Spoken Tutorial |
08:08 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
08:12 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
08:17 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
08:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
08:23 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
08:27 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
08:36 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
08:41 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
08:48 | ଏହି ମିଶନ୍ ଉପରେ ଅଧିକ ବିବରଣୀ spoken-tutorial.org/NMEICT-Introରେ ଉପଲବ୍ଧ |
08:54 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |