Jmol-Application/C3/Script-Console-and-Script-Commands/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Jmol Applicationରେ Script console and script commands ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା:
00:11 script commandଗୁଡିକ ବିଷୟରେ
00:13 script console ୱିଣ୍ଡୋକୁ କିପରି ବ୍ୟବହାର କରିବା
00:16 script commandଗୁଡିକର ବ୍ୟବହାର ଦ୍ଵାରା ଆକାରର ପ୍ରଦର୍ଶନକୁ ପରିବର୍ତ୍ତନ କରନ୍ତୁ
00:21 panel ଉପରେ ଟେକ୍ସଟର ଲାଇନଗୁଡିକୁ ପ୍ରଦର୍ଶନ କରନ୍ତୁ
00:24 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ,
00:26 ଆପଣ Jmol Applicationରେ ପରମାଣୁର ଆକାରଗୁଡିକୁ କିପରି ସୃଷ୍ଟି ଓ ସଂଶୋଧନ କରାଯାଏ, ଜାଣିଥିବା ଆବଶ୍ୟକ
00:32 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:37 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି:
00:39 Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 12.04
00:44 Jmol ଭର୍ସନ୍ 12.2.2
00:47 ଏବଂ Java ଭର୍ସନ୍ 7
00:51 Jmol ପ୍ୟାନେଲ୍ ଉପରେ ପ୍ରଦର୍ଶନକୁ, ମେନୁ ବାର୍ ବିକଳ୍ପଗୁଡିକ,
00:55 କିମ୍ବା ପପ୍-ଅପ୍ ମେନୁରେ ଥିବା ବିକଳ୍ପଗୁଡିକୁ ବ୍ୟବହାର କରି,
00:57 କିମ୍ବା ସ୍କ୍ରିପ୍ଟ କନସୋଲ୍ ଉପରେ ଥିବା Scripting commands ଦ୍ଵାରା
01:00 ରୂପାନ୍ତର କରାଯାଇପାରିବ
01:04 ପୂର୍ବ ଟ୍ୟୁଟୋରିଆଲଗୁଡିକରେ ମେନୁ ବାର୍ ଓ ପପ୍-ଅପ୍ ମେନୁକୁ ବ୍ୟବହାର କରି ପ୍ରଦର୍ଶନକୁ ରୂପାନ୍ତର କରିବା, ଆମେ ଶିଖିଛେ
01:13 ଏହି ଟ୍ୟୁଟୋରିଆଲରେ script commandଗୁଡିକୁ ବ୍ୟବହାର କରିବା ଶିଖିବା
01:18 କମାଣ୍ଡଗୁଡିକର ଗୋଟିଏ ସେଟକୁ ଏକ script command କୁହାଯାଏ
01:22 Script commands ପ୍ୟାନେଲ୍ ଉପରେ ଗୋଟିଏ modelର ପ୍ରଦର୍ଶନକୁ ନିୟନ୍ତ୍ରଣ କରେ
01:27 Jmol, RasMol ପ୍ରୋଗ୍ରାମ୍ ଭିତ୍ତିକ ଗୋଟିଏ କମାଣ୍ଡ ଲାଙ୍ଗୁୟେଜକୁ ବ୍ୟବହାର କରେ
01:32 ଏହିପରି କମାଣ୍ଡଗୁଡିକ ଲେଖିବାକୁ scripting କୁହାଯାଏ
01:36 Jmol ସ୍କ୍ରିପ୍ଟିଙ୍ଗ ଲାଙ୍ଗୁୟେଜର ଡକୁମେଣ୍ଟେଶନ୍ ଓ କମାଣ୍ଡଗୁଡିକର ତାଲିକା ଏହି ଲିଙ୍କରେ ଉପଲବ୍ଧ:

http://chemapps.stolaf.edu/jmol/docs/

01:44 ବର୍ତ୍ତମାନ, script commandଗୁଡିକୁ କିପରି ବ୍ୟବହାର କରିବେ?
01:47 Script commandଗୁଡିକୁ Script console ୱିଣ୍ଡୋ ଉପରେ ଟାଇପ୍ କରାଯାଇଛି
01:53 Script console, Jmolର command line interface ଅଟେ
01:58 ଏହା ମେନୁବାରରେ ଥିବା File ଓ Console ବିକଳ୍ପ ଅଧିନରେ ଉପଲବ୍ଧ ଅଛି
02:03 ଏହା ସ୍କ୍ରୀନ୍ ଉପରେ ଥିବା ଗୋଟିଏ propaneର ଆକାର ସହିତ Jmol Application ୱିଣ୍ଡୋ ଅଟେ
02:08 ପ୍ରଦର୍ଶନକୁ ପରିବର୍ତ୍ତନ କରିବା ପାଇଁ Script consoleର ବ୍ୟବହାରକୁ ଚାଲନ୍ତୁ ଶିଖିବା
02:12 ଗୋଟିଏ Script console ୱିଣ୍ଡୋକୁ ଖୋଲିବା ପାଇଁ ମେନୁ ବାରରେ ଥିବା File ମେନୁ ଉପରେ କ୍ଲିକ୍ କରନ୍ତୁ
02:19 ଡ୍ରପ୍-ଡାଉନରେ ତଳକୁ ସ୍କ୍ରୋଲ୍ କରିବା ସହିତ Console ଉପରେ କ୍ଲିକ୍ କରନ୍ତୁ
02:24 Jmol script console ୱିଣ୍ଡୋ ସ୍କ୍ରୀନ୍ ଉପରେ ଖୋଲିଯିବ
02:29 କମାଣ୍ଡଗୁଡିକୁ ଟାଇପ୍ କରିବା ପାଇଁ Script console ୱିଣ୍ଡୋର ଗୋଟିଏ ଟେକ୍ସଟ ଏରିଆ ଅଛି
02:34 ୱିଣ୍ଡୋର ନିମ୍ନ ଭାଗରେ, Script editor ୱିଣ୍ଡୋକୁ ଖୋଲିବା ପାଇଁ ଗୋଟିଏ ବଟନ୍ ଅଛି
02:40 ଅନ୍ୟ ବଟନଗୁଡିକ ଯେପରି, Variables, Clear, History ଓ State ମଧ୍ୟ ଏହି ୱିଣ୍ଡୋରେ ଉପସ୍ଥିତ ଅଛନ୍ତି
02:49 ଉପଲବ୍ଧ ଥିବା script commandଗୁଡିକର ଗୋଟିଏ ତାଲିକା ଥିବା ପେଜକୁ ଖୋଲିବା ପାଇଁ Help ବଟନ୍ ଉପରେ କ୍ଲିକ୍ କରନ୍ତୁ
02:57 ଏହି ୱିଣ୍ଡୋକୁ ବନ୍ଦ କରିବା ପାଇଁ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
03:01 ବର୍ତ୍ତମାନ କିଛି ସରଳ ସ୍କ୍ରିପ୍ଟ କମାଣ୍ଡଗୁଡିକୁ ଲେଖିବା ପାଇଁ ଚେଷ୍ଟା କରନ୍ତୁ
03:05 ଏହି କମାଣ୍ଡଗୁଡିକୁ କିପରି ଲେଖିବେ?
03:08 Script console ୱିଣ୍ଡୋ ଉପରେ, $ (dollar) prompt ପରେ କମାଣ୍ଡକୁ ଟାଇପ୍ ଅରନ୍ତୁ
03:13 Script commandଗୁଡିକ ଗୋଟିଏ command word ସହିତ ଆରମ୍ଭ ହୁଏ,
03:17 parameterର ଗୋଟିଏ ସେଟ୍ ସହିତ ଜାରି ରହେ ଯାହା ସ୍ପେସ୍ ଦ୍ଵାରା ଅଲଗା ହୋଇଥା’ନ୍ତି
03:22 ଏବଂ ଲାଇନ୍ କ୍ୟାରେକ୍ଟରର ଶେଷ କିମ୍ବା semicolon ଦ୍ଵାରା ବାହାର ହୋଇଥା’ନ୍ତି
03:27 commandର ଟାଇପ୍ ସମ୍ପୂର୍ଣ୍ଣ ନହେବା ପର୍ଯ୍ୟନ୍ତ, କମାଣ୍ଡ ଲାଇନ୍ ରେଡ୍ ଭାବେ ଦୃଶ୍ୟମାନ ହେବ
03:33 କମାଣ୍ଡକୁ କାର୍ଯ୍ୟକାରୀ କରିବା ପାଇଁ କୀବୋର୍ଡରେ Enter କୀକୁ ଦାବନ୍ତୁ
03:37 consoleକୁ ମ୍ୟାଗ୍ନିଫାଏ କରିବା ପାଇଁ Kmag screen magnifierକୁ ବ୍ୟବହାର କରନ୍ତୁ
03:44 ଉଦାହରଣସ୍ଵରୂପ, propaneରେ ଥିବା ସମସ୍ତ carbonsର ରଙ୍ଗକୁ ଅରେଞ୍ଜରେ ପରିବର୍ତ୍ତନ କରିବା ପାଇଁ- କର୍ସରକୁ Script Console ୱିଣ୍ଡୋ ଉପରେ ରଖନ୍ତୁ
03:53 dollar ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: select carbon semicolon color atoms orange
04:05 କୀବୋର୍ଡ ଉପରେ Enter କୀକୁ ଦାବନ୍ତୁ
04:08 ବର୍ତ୍ତମାନ ପ୍ୟାନେଲ୍ ଉପରେ ଥିବା Propaneର ସମସ୍ତ carbonsର ରଙ୍ଗ ଅରେଞ୍ଜ ହୋଇଯାଇଛି
04:14 ବର୍ତ୍ତମାନ, ସମସ୍ତ ବନ୍ଧଗୁଡିକର ରଙ୍ଗକୁ ବ୍ଲ୍ୟୁରେ ପରିବର୍ତ୍ତନ କରନ୍ତୁ -
04:18 ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ:
04:20 select all bonds semicolon color bonds blue
04:26 Enter ଦାବନ୍ତୁ
04:29 propane ଆକାରରେ ଥିବା ସମସ୍ତ ବନ୍ଧଗୁଡିକ ବର୍ତ୍ତମାନ ବ୍ଲ୍ୟୂ କଲର୍ ହୋଇଯାଇଥିବା ଲକ୍ଷ୍ୟ କରନ୍ତୁ
04:35 ତା’ପରେ, ବନ୍ଧଗୁଡିକର ଆକାରକୁ ପରିବର୍ତ୍ତନ କରନ୍ତୁ
04:39 ଡଲାର୍ ପ୍ରମ୍ପ୍ଟ ଉପରେ ଟାଇପ୍ କରନ୍ତୁ: wireframe 0.05
04:45 ବନ୍ଧର ବ୍ୟାସାର୍ଦ୍ଧକୁ angstromsରେ ସୁନିଶ୍ଚିତ କରିବା ପାଇଁ ଦଶମିକ ସଂଖ୍ୟା ବ୍ୟବହୃତ ହୋଇଛି. Enter ଦାବନ୍ତୁ
04:53 Propane ଆକାରରେ ବନ୍ଧଗୁଡିକର ଆକାରରେ ହେଉଥିବା ପରିବର୍ତ୍ତନ ଉପରେ ଧ୍ୟାନଦିଅନ୍ତୁ
04:58 ସେହିପରି, promptରେ ବନ୍ଧଗୁଡିକର ଆକାରକୁ ବୃଦ୍ଧି କରିବା ପାଇଁ, ଟାଇପ୍ କରନ୍ତୁ: wireframe 0.1
05:07 ପୁନର୍ବାର, ବନ୍ଧଗୁଡିକର ଆକାରରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
05:12 ଅଣୁଗୁଡିକର ଆକାରକୁ ପରିବର୍ତ୍ତନ କରିବା ପାଇଁ, spacefill କମାଣ୍ଡ ସହିତ ଗୋଟିଏ ଦଶମିକ ସଂଖ୍ୟା ବ୍ୟବହୃତ ହୋଇଥାଏ
05:20 ଡଲାର୍ ପ୍ରମ୍ପ୍ଟରେ ଟାଇପ୍ କରନ୍ତୁ: spacefill 0.2
05:26 ଦଶମିକ ସଂଖ୍ୟା ଅଣୁର ବ୍ୟାସାର୍ଦ୍ଧକୁ angstromsରେ ସୂଚିତ କରେ
05:30 Enter ଦାବନ୍ତୁ
05:33 propane ପରମାଣୁରେ ଥିବା ଅଣୁଗୁଡିକର ଆକାର ହ୍ରାସ ହେଉଥିବା ଲକ୍ଷ୍ୟ କରନ୍ତୁ
05:39 ସେହିପରି, ଅଣୁଗୁଡିକର ଆକାର ବୃଦ୍ଧି କରିବା ସକାଷେ ଟାଇପ୍ କରନ୍ତୁ:
05:43 spacefill 0.5
05:46 Enter ଦାବନ୍ତୁ
05:48 ଅଣୁଗୁଡିକର ଆକାରରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
05:51 ଅନ୍ୟ ପକ୍ଷରେ, cpk କମାଣ୍ଡକୁ ଶତକଡା କିମ୍ବା ଦଶମିକ ସଂଖ୍ୟା ସହିତ ମଧ୍ୟ ବ୍ୟବହାର କରିପାରିବେ
05:59 ଶତକଡା ଅଣୁର vanderwaals radiusକୁ ସୂଚିତ କରେ
06:04 ଉଦାହରଣସ୍ଵରୂପ, ଟାଇପ୍ କରନ୍ତୁ: cpk 20% ଏବଂ Enter ଦାବନ୍ତୁ
06:11 ଅଣୁଗୁଡିକର ଆକାରରେ ହେଉଥିବା ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ
06:15 Jmol panel ଉପରେ ଟେକ୍ସଟ ଲାଇନଗୁଡିକୁ ପ୍ରଦର୍ଶନ କରିବା ସକାଷେ କମାଣ୍ଡଗୁଡିକୁ ଲେଖିବା ସମ୍ଭବ ଅଟେ
06:22 ଟେକ୍ସଟ ପାଇଁ କମାଣ୍ଡ ଲାଇନ୍ set echo ସହିତ ଆରମ୍ଭ ହୋଇଥାଏ
06:27 ଏହା ସହିତ ସ୍କ୍ରୀନ୍ ଉପରେ ଟେକ୍ସଟର ଅବସ୍ଥିତି ମଧ୍ୟ ରହିଥାଏ
06:31 ଉଦାହରଣସ୍ଵରୂପ, panelର ଉପରିଭାଗର କେନ୍ଦ୍ରରେ ପରମାଣୁର ନାମକୁ Propane ଭାବେ ପ୍ରଦର୍ଶନ କରନ୍ତୁ
06:39 ତେଣୁ ଟାଇପ୍ କରନ୍ତୁ: set echo top center semicolon echo Propane ଏବଂ Enter ଦାବନ୍ତୁ
06:48 ପ୍ୟାନେଲର ଉପରିଭାଗର କେନ୍ଦ୍ରରେ ଟ୍ୟେକ୍ସଟ Propaneର ପ୍ରଦର୍ଶନକୁ ଦେଖାଯାଇପାରିବ
06:54 ପ୍ୟାନେଲ୍ ଉପରେ ଟେକ୍ସଟର ଅନ୍ୟ ଲାଇନଗୁଡିକୁ ମଧ୍ୟ ପ୍ରଦର୍ଶନ କରିପାରିବେ
06:58 ଉଦାହରଣସ୍ଵରୂପ, ପ୍ୟାନେଲର ନିମ୍ନଭାଗ ବାମ ପଟ କୋଣରେ କିଛି ଟେକ୍ସଟ ଆବଶ୍ୟକ
07:04 ଡାଲାର୍ ପ୍ରମ୍ପ୍ଟରେ,
07:06 ଟାଇପ୍ କରନ୍ତୁ: set echo bottom left semicolon echo This is a model of Propane
07:15 Enter ଦାବନ୍ତୁ
07:17 ପ୍ୟାନେଲର ନିମ୍ନଭାଗ ବାମ ପଟ କୋଣରେ ଟେକ୍ସଟ ଲାଇନଗୁଡିକୁ ଦେଖିପାରିବେ
07:22 ପ୍ରଦର୍ଶିତ ଟେକ୍ସଟର color, size ଓ fontକୁ ମଧ୍ୟ ପରିବର୍ତ୍ତନ କରିବା ମଧ୍ୟ ସମ୍ଭବ ହୋଇପାରିବ
07:29 ଉଦାହରଣସ୍ଵରୂପ, ମୁଁ ଟେକ୍ସଟର ଫଣ୍ଟକୁ Arial Italicରେ ଚାହୁଁଛି
07:34 ଡଲାର୍ ପ୍ରମ୍ପ୍ଟରେ($), ଟାଇପ୍ କରନ୍ତୁ: font echo 20 Arial italic
07:42 Enter ଦାବନ୍ତୁ, ଏହା ଟେକ୍ସଟକୁ Arial Italic ଫଣ୍ଟରେ ରୂପାନ୍ତର କରିଦେବ
07:48 ଟେକ୍ସଟର ରଙ୍ଗକୁ ପରିବର୍ତ୍ତନ କରିବା ପାଇଁ, color echo ପଛକୁ ରଙ୍ଗର ନାମକୁ ବ୍ୟବହାର କରନ୍ତୁ
07:55 ତେଣୁ, ଟାଇପ୍ କରନ୍ତୁ: color echo yellow ଏବଂ Enter ଦାବନ୍ତୁ
08:01 ଫଣ୍ଟର ରଙ୍ଗରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
08:05 ଏହିପରି, ଅନେକ ସଂଖ୍ୟକ commandଗୁଡିକୁ ଆବିଷ୍କାର କରିବା ସହ ପରିବର୍ତ୍ତନଗୁଡିକୁ ଲକ୍ଷ୍ୟ କରନ୍ତୁ
08:11 ସଂକ୍ଷିପ୍ତରେ:
08:13 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ-
08:15 Script Commands ଓ
08:17 Script Console, script commandଗୁଡିକର ବ୍ୟବହାର ଦ୍ଵାରା
08:19 ଆକାରର ଗୁଣାବଳୀରେ ଏବଂ ପ୍ୟାନେଲ୍ ଉପରେ ପ୍ରଦର୍ଶିତ ଟେକ୍ସଟ ଲାଇନଗୁଡିକରେ
08:24 ହେଉଥିବା ପରିବର୍ତ୍ତନଗୁଡିକୁ ମଧ୍ୟ ଶିଖିଲେ
08:28 ଗୋଟିଏ ଆସାଇନମେଣ୍ଟଭାବେ-
08:30 ଗୋଟିଏ 3-methyl-pentaneର ଆକାର ସୃଷ୍ଟି କରନ୍ତୁ
08:33 ନିମ୍ନ ଲିଖିତ କରିବା ପାଇଁ ସ୍କ୍ରିପ୍ଟ କମାଣ୍ଡଗୁଡିକୁ ବ୍ୟବହାର କରନ୍ତୁ
08:36 ସମସ୍ତ hydrogenଗୁଡିକର ରଙ୍ଗକୁ ବ୍ଲ୍ୟୁରେ ପରିବର୍ତ୍ତନ କରନ୍ତୁ
08:40 ସମସ୍ତ ବନ୍ଧଗୁଡିକର ରଙ୍ଗକୁ redରେ ପରିବର୍ତ୍ତନ କରନ୍ତୁ
08:43 ଏବଂ ପରମାଣୁକୁ spinରେ ସେଟ୍ କରନ୍ତୁ
08:46 ଏହି URLରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ: http://spoken-tutorial.org/What_is_a_Spoken_Tutorial
08:49 ଏହା Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
08:52 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
08:57 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍,
08:59 ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
09:02 ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି.
09:06 ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ
09:13 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
09:17 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
09:24 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କରେ ଉପଲବ୍ଧ: http://spoken-tutorial.org/NMEICT-Intro
09:30 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep