Jmol-Application/C3/Crystal-Structure-and-Unit-Cell/Oriya

From Script | Spoken-Tutorial
Jump to: navigation, search
Time Narration
00:01 ବନ୍ଧୁଗଣ, Jmol ରେ Crystal Structure and unit cell ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ, ଆମେ ଶିଖିବା: * କ୍ରୀଷ୍ଟାଲୋଗ୍ରାଫୀ ଓପନ୍ ଡେଟାବେସରୁ CIFକୁ ଡାଉନଲୋଡ୍ କରିବା, ଯାହା Crystallographic Information File ଅଟେ
00:17 Jmolରେ CIFକୁ ଖୋଲନ୍ତୁ
00:20 Jmol ପ୍ୟାନେଲ୍ ଉପରେ unit cell ଓ unit cell parameterଗୁଡିକୁ ପ୍ରଦର୍ଶନ କରିବା
00:25 ଏବଂ ବିଭିନ୍ନ କ୍ରୀଷ୍ଟାଲ୍ ସିଷ୍ଟମଗୁଡିକର crystal structureଗୁଡିକୁ ପ୍ରଦର୍ଶନ କରିବା. ଉଦାହରଣସ୍ଵରୂପ- Cubic, Hexagonal ଓ Rhombohedral
00:34 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର ହାଇ ସ୍କୁଲ୍ କେମିଷ୍ଟ୍ରୀ ଉପରେ ଜ୍ଞାନ ଥିବା ଆବଶ୍ୟକ
00:39 ଏବଂ Jmol windowରେ ଥିବା କାର୍ଯ୍ୟପ୍ରଣାଳି ସହିତ ପରିଚିତ ଥିବା ଆବଶ୍ୟକ
00:42 ଯଦି ନୁହେଁ ତେବେ ଆମ ୱେବସାଇଟରେ ଉପଲବ୍ଧ ଥିବା ସମ୍ପର୍କୀତ ଟ୍ୟୁଟୋରିଆଲଗୁଡିକୁ ଦେଖନ୍ତୁ
00:48 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu ଅପରେଟିଙ୍ଗ ସିଷ୍ଟମ୍ ଭର୍ସନ୍ 14.04
00:54 Jmol ଭର୍ସନ୍ 12.2.32
00:57 Java ଭର୍ସନ୍ 7 ଏବଂ
01:01 Mozilla Firefox ବ୍ରାଉଜର୍ 35.0
01:04 Crystal structureଗୁଡିକ ସାତୋଟି କ୍ରୀଷ୍ଟାଲ୍ ସିଷ୍ଟମଗୁଡିକ ଅଧିନରେ ଗ୍ରୁପ୍ ହୋଇଛି
01:08 ଏହି ଟେବଲ୍ crystal system ଓ ସେମାନଙ୍କ ସମ୍ପର୍କୀତ lattice parameterଗୁଡିକର ତାଲିକାକୁ ପ୍ରଦର୍ଶିତ କରୁଛି
01:14 ବିଭିନ୍ନ କମ୍ପାଉଣ୍ଡ ଓ ମିନେରାଲଗୁଡିକର କ୍ରୀଷ୍ଟାଲର ଉଦାହରଣଗୁଡିକର ତାଲିକା ଏଠାରେ ଅଛି
01:20 Jmol ପ୍ୟାନେଲ୍ ଉପରେ Sodium chloride, Graphite ଓ Calciteର କ୍ରୀଷ୍ଟାଲ୍ ଷ୍ଟ୍ରକଚରଗୁଡିକୁ ପ୍ରଦର୍ଶନ କରନ୍ତୁ
01:27 Jmol ପ୍ୟାନେଲ୍ ଉପରେ କ୍ରୀଷ୍ଟାଲ୍ ଷ୍ଟ୍ରକଚରଗୁଡିକୁ ପ୍ରଦର୍ଶନ କରିବା ପାଇଁ,
01:31 ଗୋଟିଏ ନିର୍ଦ୍ଦିଷ୍ଟ crystalର Crystallographic Information Fileକୁ ଡାଉନଲୋଡ୍ କରିବାକୁ ପଡିଥାଏ
01:37 crystallographic ତଥ୍ୟକୁ ଉପସ୍ଥାପିତ କରିବା ପାଇଁ CIF ଗୋଟିଏ ଷ୍ଟାଣ୍ଡାର୍ଡ text file format ଅଟେ
01:43 CIF ଫର୍ମାଟର ଫାଇଲ୍ ଏକ୍ସଟେନଶନ୍ ହେଉଛି, .cif
01:48 Crystallography Open Database ଗୋଟିଏ ଓପନ୍-ଆକ୍ସେସ୍ ଡେଟାବେସ୍ ଅଟେ
01:53 ଡାଉନଲୋଡଯୋଗ୍ୟ CIFଗୁଡିକ COD ୱେବସାଇଟରେ ଉପଲବ୍ଧ ଅଛି
01:58 ପ୍ରଦତ୍ତ ଲିଙ୍କ ମାଧ୍ୟମରେ ୱେବସାଇଟକୁ ଆକ୍ସେସ୍ କରିପାରିବେ
02:03 COD ଡେଟାବେସ୍ ୱେବସାଇଟକୁ ଖୋଲିବା ସହ କିଛି CIF ଫାଇଲଗୁଡିକୁ ଡାଉନଲୋଡ୍ କରନ୍ତୁ
02:10 ଏଠାରେ ମୁଁ COD ୱେବସାଇଟକୁ ଖୋଲିଛି
02:13 pageର ବାମ ପଟେ ତଥ୍ୟଗୁଡିକ ବିଭିନ୍ନ ହେଡିଙ୍ଗଗୁଡିକ ଅଧିନରେ ବିଭକ୍ତ ହୋଇଛନ୍ତି
02:19 Accessing COD Data ନାମକ ହେଡିଙ୍ଗ ଅଧିନରେ କିଛି ସବ୍-ହେଡିଙ୍ଗଗୁଡିକ ଅଛି, ଯେପରି Browse, Search ପ୍ରଭୃତି
02:27 ବିକଳ୍ପ Search ଉପରେ କ୍ଲିକ୍ କରନ୍ତୁ. ଗୋଟିଏ ନୁତନ page ଖୋଲିବ
02:31 Search ପେଜରେ, CIF ଫାଇଲଗୁଡିକୁ ସର୍ଚ୍ କରିବା ପାଇଁ ଅନେକ ବିକଳ୍ପଗୁଡିକ ପ୍ରାପ୍ତ ହେବ
02:36 hints and tips ଲିଙ୍କ ଉପରେ କ୍ଲିକ୍ କରନ୍ତୁ. ବିକଳ୍ପ searchକୁ କୁଶଳତାର ସହ କିପରି ବ୍ୟବହାର କରାଯାଇପାରିବ ଆଧାରିତ ତଥ୍ୟ ସହିତ ଗୋଟିଏ ପେଜ୍ ଖୋଲିବ
02:46 Search ପେଜକୁ ଫେରିଆସନ୍ତୁ
02:49 କ୍ରୀଷ୍ଟାଲ୍ ଷ୍ଟ୍ରକଚରକୁ ସର୍ଚ କରିବା ପାଇଁ COD IDକୁ ବ୍ୟବହାର କରିପାରିବେ,
02:54 OpenBabel Fastsearch କିମ୍ବା ଟେକ୍ସଟ ବକ୍ସରେ କେମିକାଲ୍ କିମ୍ବା ମିନେରାଲର ନାମକୁ ଟାଇପ୍ କରନ୍ତୁ
03:01 ଉଦାହରଣସ୍ଵରୂପ, ସୋଡିୟମ୍ କ୍ଲୋରାଇଡର CIF ଫାଇଲକୁ ସର୍ଚ କରିବା ପାଇଁ:
03:06 ଟେକ୍ସଟ ବକ୍ସରେ Halite ଟାଇପ୍ କରନ୍ତୁ ଯାହା ସୋଡିୟମ୍ କ୍ଲୋରାଇଡର ମିନେରାଲର ନାମ ଅଟେ
03:12 elements ବକ୍ସ ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ
03:15 ସୋଡିୟମ୍ ପାଇଁ ଥିବା ଚିହ୍ନ ଯାହା Na ଏବଂ କ୍ଲୋରାଇଡ୍ ପାଇଁ Clକୁ ଟାଇପ୍ କରନ୍ତୁ
03:20 Number of distinct elements..ବକ୍ସ ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ୍ କରନ୍ତୁ
03:24 ଏଠାରେ, ନ୍ୟୁନତମ ଓ ଅଧିକତମ ଏଲିମେଣ୍ଟଗୁଡିକୁ ଟାଇପ୍ କରିବା ପାଇଁ ଗୋଟିଏ ବିକଳ୍ପ ଅଛି
03:29 ନ୍ୟୁନତମ ବକ୍ସରେ 2 ଟାଇପ୍ କରନ୍ତୁ ଯଦି କେବଳ ଦୁଇଟି ଏଲିମେଣ୍ଟ ସହିତ କ୍ରୀଷ୍ଟାଲ୍ ଷ୍ଟ୍ରକଚର୍ ଆବଶ୍ୟକ କରନ୍ତି ଯାହା Sodium ଓ Chloride ଅଟେ
03:37 Send ବଟନ୍ ଉପରେ କ୍ଲିକ୍ କରନ୍ତୁ
03:40 ସୋଡିୟମ୍ କ୍ଲୋରାଇଡ୍ ପାଇଁ କ୍ରୀଷ୍ଟାଲ୍ ଷ୍ଟ୍ରକଚର୍ ଡେଟା ଫାଇଲଗୁଡିକ ସହିତ ଗୋଟିଏ ୱେବ-ପେଜ୍ ଖୋଲିବ
03:45 COD ID ଉପରେ ରାଇଟ୍ କ୍ଲିକ୍ କରିବା ସହ open the link in a new tab ଉପରେ କ୍ଲିକ୍ କରନ୍ତୁ
03:51 ଏହି ପେଜରେ ନିର୍ଦ୍ଦିଷ୍ଟ କ୍ରୀଷ୍ଟାଲ୍ ଷ୍ଟ୍ରକଚର୍ ସମ୍ବଳିତ ସମ୍ପୂର୍ଣ୍ଣ ବିବରଣୀ ରହିଛି
03:57 ଡେଟାବେସ୍ ୱେବ ପେଜକୁ ଫେରିଆସନ୍ତୁ
04:00 ଲିଙ୍କ archive of CIF files ଉପରେ କ୍ଲିକ୍ କରନ୍ତୁ ଯାହା ପେଜର ଡାହାଣ ପଟେ ଉପସ୍ଥିତ ଅଛି
04:08 screen ଉପରେ ଗୋଟିଏ ଡାଇଲଗ୍ ବକ୍ସ ଖୋଲିବ. ବିକଳ୍ପ Open withକୁ ଚୟନ କରିବା ସହ OK ବଟନ୍ ଉପରେ କ୍ଲିକ୍ କରନ୍ତୁ
04:17 ସୋଡିୟମ୍ କ୍ଲୋରାଇଡ୍ କ୍ରୀଷ୍ଟାଲ୍ ପାଇଁ ଅନେକ CIF ଫାଇଲଗୁଡିକୁ ଧାରଣ କରିଥିବା ଗୋଟିଏ ଫୋଲ୍ଡର୍ ସ୍କ୍ରୀନ୍ ଉପରେ ଖୋଲିବ
04:23 ଡାଉନଲୋଡ୍ କରିବାକୁ ଚାହୁଁଥିବା ଫାଇଲଗୁଡିକ ଉପରେ କ୍ଲିକ୍ କରି ସେଗୁଡିକୁ ଚୟନ କରନ୍ତୁ
04:28 ଟୂଲ୍ ବାର୍ ଉପରେ ଥିବା Extract ବଟନ୍ ଉପରେ କ୍ଲିକ୍ କରନ୍ତୁ
04:32 ସିଷ୍ଟମରେ ଉପଯୁକ୍ତ ସ୍ଥାନରେ ଫାଇଲଗୁଡିକୁ Save କରନ୍ତୁ
04:37 Extract ଉପରେ କ୍ଲିକ୍ କରିବା ସହ ୱିଣ୍ଡୋକୁ ବନ୍ଦ କରନ୍ତୁ
04:41 Search ପେଜକୁ ଫେରିଆସନ୍ତୁ
04:43 ବର୍ତ୍ତମାନ, ପୂର୍ବେ ବ୍ୟବହାର କରାଯାଇଥିବା ସମାନ ପ୍ରଣାଳିକୁ ବ୍ୟବହାର କରି graphite ଓ calcite ପାଇଁ ଥିବା CIF ଫାଇଲଗୁଡିକୁ ଡାଉନଲୋଡ୍ କରନ୍ତୁ
04:51 sodium chloride ପାଇଁ ଥିବା CIF ଫାଇଲକୁ ବର୍ତ୍ତମାନ Jmolରେ ଖୋଲନ୍ତୁ
04:55 ଏଠାରେ, Jmol ୱିଣ୍ଡୋକୁ ଖୋଲାଯାଇଛି
04:59 ଟୂଲ୍ ବାର୍ ଉପରେ ଥିବା Open a file ଆଇକନ୍ ଉପରେ କ୍ଲିକ୍ କରନ୍ତୁ
05:03 sodium chlorideର CIF ଫାଇଲ୍ ଥିବା ସ୍ଥାନକୁ ନାଭିଗେଟ୍ କରନ୍ତୁ ଯାହାକୁ COD ଡେଟାବେସରୁ ଡାଉନଲୋଡ୍ କରାଯାଇଛି
05:12 Open ଉପରେ କ୍ଲିକ୍ କରନ୍ତୁ
05:14 ସୋଡିୟମ୍ କ୍ଲୋରାଇଡ୍ କ୍ରୀଷ୍ଟାଲର Unit cell, screen ଉପରେ ଖୋଲିବ
05:19 ଗୋଟିଏ କ୍ରୀଷ୍ଟାଲରେ Unit cell ହେଉଛି ଗୋଟିଏ କ୍ଷୁଦ୍ରତମ ପୁନରାବୃତ୍ତି ହେଉଥିବା unit
05:23 ତିନୋଟି ଆୟାମରେ ଏହି ୟୁନିଟଗୁଡିକର Stacking, crystal structureର ଆଧାରକୁ ସୃଷ୍ଟି କରିଥାଏ
05:29 Jmol ପ୍ୟାନେଲକୁ ଫେରିଆସନ୍ତୁ
05:32 ପ୍ୟାନେଲର ବାମପଟେ unit cell ପାଇଁ ସମ୍ପର୍କୀତ ଡେଟାଗୁଡିକ ପ୍ରଦର୍ଶିତ ହୋଇଛି
05:37 ଏହା space group କ୍ଲାସିଫିକେଶନ୍ ସହିତ ଆରମ୍ଭ ହେବ
05:41 ସୋଡିୟମ୍ କ୍ଲୋରାଇଡ୍ cubic lattice system ଶ୍ରେଣୀର ଅଟେ. ତେଣୁ a, b ଓ c ଭେକ୍ଟରଗୁଡିକ ସମାନ ଅଟନ୍ତି
05:50 alpha, beta ଓ gamma କୋଣଗୁଡିକ 90 ଡିଗ୍ରୀ ଅଟନ୍ତି
05:55 pop-up menuକୁ ଖୋଲିବା ପାଇଁ ରାଇଟ୍ କ୍ଲିକ୍ କରନ୍ତୁ
05:59 ବିକଳ୍ପ Symmetry ପର୍ଯ୍ୟନ୍ତ ତଳକୁ ସ୍କ୍ରୋଲ କରନ୍ତୁ
06:01 ସବ୍-ମେନୁରେ, ସିମେଟ୍ରୀ elementଗୁଡିକୁ ପ୍ରଦର୍ଶନ କରିବା ପାଇଁ ବିକଳ୍ପଗୁଡିକ ଅଛି
06:05 ସବ୍-ମେନୁରେ ଥିବା ବିକଳ୍ପଗୁଡିକୁ ବ୍ୟବହାର କରି unit cellର blockଗୁଡିକୁ ମଧ୍ୟ ପ୍ରଦର୍ଶନ କରାଯାଇପାରିବ
06:10 ଉଦାହରଣସ୍ଵରୂପ, ବିକଳ୍ପ Reload {1 1 1} ଉପରେ କ୍ଲିକ୍ କରନ୍ତୁ
06:15 ପ୍ୟାନେଲ୍ ଉପରେ, face center cubic latticeକୁ ପ୍ରଦର୍ଶନ କରୁଥିବା ଗୋଟିଏ ୟୁନିଟ୍ ସେଲ୍ ବ୍ଲକ୍ ଅଛି
06:21 ପ୍ରଦର୍ଶନକୁ ପରିବର୍ତ୍ତନ କରିବା ପାଇଁ-ପପ୍-ଅପ୍ ମେନୁକୁ ଖୋଲନ୍ତୁ, Style ପର୍ଯ୍ୟନ୍ତ ସ୍କ୍ରୋଲ୍ କରନ୍ତୁ ତା’ପରେ Scheme ଏବଂ CPK Spacefill ଉପରେ କ୍ଲିକ୍ କରନ୍ତୁ
06:29 ଏଠାରେ, ପ୍ୟାନେଲ୍ ଉପରେ, CPK ଡିସ୍ପ୍ଲେରେ କ୍ରୀଷ୍ଟାଲ୍ ଷ୍ଟ୍ରକଚର୍ ଅଛି
06:34 ପୁନର୍ବାର ପପ୍-ଅପ୍ ମେନୁକୁ ଖୋଲନ୍ତୁ, symmetry ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ Reload {4 4 4 6 6 6 1} ଉପରେ କ୍ଲିକ୍ କରନ୍ତୁ
06:44 ଏହି ବିକଳ୍ପ, Jmol ପ୍ୟାନେଲ୍ ଉପରେ 27ଟି ସେଲ୍ ବ୍ଲକକୁ load କରିଥାଏ
06:49 ପପ୍-ଅପ୍ ମେନୁକୁ ଖୋଲନ୍ତୁ, symmetryକୁ ଯିବା ସହିତ ବିକଳ୍ପ Reload {1 1 1}କୁ ଫେରିଆସନ୍ତୁ
06:56 symmetry ଏଲିମେଣ୍ଟଗୁଡିକୁ ପ୍ରଦର୍ଶନ କରିବା ପାଇଁ ପପ୍-ଅପ୍ ମେନୁକୁ ପୁନର୍ବାର ଖୋଲନ୍ତୁ
07:00 ସବ୍-ମେନୁରେ ଥିବା Symmetry ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହିତ ବିକଳ୍ପ mirrorplane (x z y) ଉପରେ କ୍ଲିକ୍ କରନ୍ତୁ
07:08 ପ୍ୟାନେଲ୍ ଉପରେ, mirrorplane (x z y) ସହିତ ଗୋଟିଏ cubic lattice ପ୍ରଦର୍ଶିତ ହୋଇଛି
07:16 ବର୍ତ୍ତମାନ graphite ପାଇଁ CIF ଫାଇଲକୁ load କରନ୍ତୁ ଯାହା hexagonal crystal system ଶ୍ରେଣୀର ଅଟେ
07:22 ପୂର୍ବେ ପ୍ରଦର୍ଶିତ ହେବା ଭଳି, ପ୍ୟାନେଲ୍ ଉପରେ ଗ୍ରାଫାଇଟ୍ ପାଇଁ CIF ଫାଇଲକୁ load କରିବା ସକାଷେ, ବିକଳ୍ପ Open a fileକୁ ବ୍ୟବହାର କରନ୍ତୁ
07:29 graphite ପାଇଁ ଥିବା Unit cell ପ୍ୟାନେଲ୍ ଉପରେ ଖୋଲିଯିବ
07:33 ୟୁନିଟ୍ ସେଲ୍ ପାରାମିଟରଗୁଡିକୁ ଲକ୍ଷ୍ୟ କରନ୍ତୁ:
07:35 ଭେକ୍ଟରଗୁଡିକ- a ଇକ୍ଵାଲ୍ ଟୁ b ବଟ୍ ନଟ୍ ଇକ୍ଵାଲ୍ ଟୁ c
07:40 କୋଣଗୁଡିକ- alpha ଓ beta, 90 ଡିଗ୍ରୀ ସହ ସମାନ ଏବଂ gamma, 120 ଡିଗ୍ରୀ ସହ ସମାନ ଅଟେ
07:47 ପପ୍-ଅପ୍ ମେନୁକୁ ଖୋଲନ୍ତୁ Symmetry ପର୍ଯ୍ୟନ୍ତ ସ୍କ୍ରୋଲ୍ କରିବା ସହ ବିକଳ୍ପ Reload {444 666 1} ଉପରେ କ୍ଲିକ୍ କରନ୍ତୁ
07:56 ଅଣୁଗୁଡିକର Hexagonal lattice ବ୍ୟବସ୍ଥା ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହୋଇଛି
08:01 ପ୍ରଦର୍ଶନକୁ ପରିବର୍ତ୍ତନ କରିବା ପାଇଁ: ପପ୍-ଅପ୍ ମେନୁକୁ ଖୋଲନ୍ତୁ, Styleକୁ ଯା’ନ୍ତୁ, schemeକୁ ଯିବା ସହିତ ବିକଳ୍ପ Wireframe ଉପରେ କ୍ଲିକ୍ କରନ୍ତୁ
08:10 ସେହିପରି, ପ୍ୟାନେଲ୍ ଉପରେ ମିନେରାଲ୍ calcite ପାଇଁ ଗୋଟିଏ CIFକୁ ଖୋଲନ୍ତୁ
08:16 Calcite, rhombohedral କ୍ରୀଷ୍ଟାଲ୍ ସିଷ୍ଟମ୍ ଶ୍ରେଣୀର ଅଟେ
08:20 ଯେକୌଣସି କ୍ରୀଷ୍ଟାଲ୍ ସିଷ୍ଟମର CIFକୁ ଖୋଲିବା ସହିତ structure ଓ symmetry ବିକଳ୍ପଗୁଡିକୁ ଆବିଷ୍କାର କରିପାରିବେ
08:27 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ: * କ୍ରୀଷ୍ଟାଲୋଗ୍ରାଫୀ ଓପନ୍ ଡେଟାବେସରୁ CIFକୁ ଡାଉନଲୋଡ୍ କରିବା
08:35 Jmolରେ CIFକୁ ଖୋଲିବା
08:38 unit cell ଓ unit cell parameterଗୁଡିକୁ ପ୍ରଦର୍ଶନ କରିବା
08:41 ଏବଂ sodium chloride, graphite ଓ calciteର crystal structureକୁ ପ୍ରଦର୍ଶନ କରିବା
08:47 ଆସାଇନମେଣ୍ଟ ପାଇଁ: COD ଡେଟାବେସରୁ କ୍ଵାର୍ଯ କ୍ରୀଷ୍ଟାଲ୍ ପାଇଁ CIFକୁ ଡାଉନଲୋଡ୍ କରନ୍ତୁ
08:53 Jmol ପ୍ୟାନେଲ୍ ଉପରେ unit cellର ପ୍ରଦର୍ଶନ ସହିତ ସୀମେଟ୍ରୀ ବିକଳ୍ପଗୁଡିକୁ ଆବିଷ୍କାର କରନ୍ତୁ
08:59 ଏହି ଭିଡିଓ Spoken Tutorial ପ୍ରୋଜେକ୍ଟକୁ ସାରାଂଶିତ କରେ
09:02 ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ
09:06 ସ୍ପୋକନ୍ ଟ୍ୟୁଟୋରିଆଲଗୁଡିକୁ ବ୍ୟବହାର କରି କର୍ମଶାଳାମାନ ଚାଲିଥାଏ ଏବଂ ପ୍ରମାଣପତ୍ର ଦିଆଯାଏ. ଆମକୁ ସମ୍ପର୍କ କରନ୍ତୁ
09:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
09:18 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep