Java/C2/Switch-Case/Oriya
From Script | Spoken-Tutorial
| Time | Narration |
| 00:02 | Javaରେ Switch Case ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ, Javaରେ Switch Case Construct କିପରି ବ୍ୟବହାର କରାଯାଏ, ଶିଖିବା |
| 00:11 | ଏହି ଟ୍ୟୁଟୋରିଆଲ୍ ପାଇଁ ଆମେ ବ୍ୟବହାର କରୁଛୁ
Ubuntu 11.10 JDK 1.6 ଓ Eclipse 3.7 |
| 00:21 | ଏହି ଟ୍ୟୁଟୋରିଆଲ୍ ପାଇଁ Javaରେ ଆପଣଙ୍କର If ଷ୍ଟେଟମେଣ୍ଟ ଉପରେ ଜ୍ଞାନ ଥିବା ଉଚିତ |
| 00:25 | ଯଦି ନାହିଁ, ତେବେ ଦୟାକରି ଆମ ୱେବସାଇଟ୍ ରେ ଥିବା ଏହି ବିଷୟ ଉପରେ ଉପଲବ୍ଧ ଟ୍ୟୁଟୋରିଆଲ୍ ଦେଖନ୍ତୁ [1] |
| 00:32 | Switch Case: ଗୋଟିଏ ଭେରିଏବଲର ଭାଲ୍ୟୁ ଉପରେ ଭିତ୍ତିକରି କାର୍ଯ୍ୟ ପ୍ରଦର୍ଶନ ପାଇଁ Switch Case ବ୍ୟବହୃତ ହୋଇଥାଏ |
| 00:39 | ଏହା ହେଉଛି ଗୋଟିଏ Switch Case ପାଇଁ ସିଣ୍ଟାକ୍ସ |
| 00:44 | ଚାଲନ୍ତୁ, ଏବେ ଏହାକୁ ବ୍ୟବହାର କରିବା |
| 00:47 | ମୁଁ Eclipse ଖୋଲିସାରିଛି |
| 00:49 | ମୁଁ, SwitchCaseDemo ନାମକ ଗୋଟିଏ Class କ୍ରିଏଟ୍ କରିସାରିଛି |
| 00:53 | ଏବେ ଆଉ କିଛି ଭେରିଏବଲ୍ସ ଆଡ୍ କରିବା |
| 00:57 | ଏବେ ଚାଲନ୍ତୁ, Main Method ଭିତରେ, Int ଟାଇପ୍ ର ଏକ ଭେରିଏବଲ୍ day କ୍ରିଏଟ୍ କରିବା |
| 01:02 | ତେଣୁ, Main Method ଭିତରେ ଟାଇପ୍ କରନ୍ତୁ: int day, ଆଉ ଆମେ ଏହାକୁ ଗୋଟିଏ ଭାଲ୍ୟୁ ଇକ୍ୱାଲ୍ ଟୁ (=) 3 ସେମିକଲନ୍ ଦେଇପାରିବା |
| 01:12 | ଟାଇପ୍ Stringର dName ଭେରିଏବଲ୍ କ୍ରିଏଟ୍ କରନ୍ତୁ |
| 01:18 | ଷ୍ଟ୍ରିଙ୍ଗ୍ dNameକୁ ଆମେ ଶୂନ୍ ରୁ ଆରମ୍ଭ କରିପାରିବା |
| 01:25 | ଏଠାରେ, ସପ୍ତାହର ଦିନଗୁଡ଼ିକର ନାମ ଧରିରଖିବା ପାଇଁ dName ହେଉଛି ଏକ ଭେରିଏବଲ୍ |
| 01:34 | day, ଦିନ ସଂଖ୍ୟା ଷ୍ଟୋର୍ କରେ |
| 01:36 | ଏବେ ଆମେ, Switch Case ଷ୍ଟେଟମେଣ୍ଟ ଟାଇପ୍ କରିବା. ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
| 01:43 | switch ବ୍ରାକେଟ୍ସ ମଧ୍ୟରେ day, ତା’ପରେ ଖୋଲା କର୍ଲୀ ବ୍ରାକେଟ୍, ଏଣ୍ଟର୍ ଦାବନ୍ତୁ |
| 01:52 | Cases ପାଇଁ କେଉଁ ଭେରିଏବଲ୍ କୁ ବିଚାର କରାଯାଏ, ତାହାକୁ ଏହି ଷ୍ଟେଟମେଣ୍ଟ ପରିଭାଷିତ କରେ |
| 01:59 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: |
| 02:01 | case 0 କଲନ୍ |
| 02:04 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Sunday ସେମିକଲନ୍ |
| 02:14 | ତା’ପରେ ଟାଇପ୍ କରନ୍ତୁ: ପରବର୍ତ୍ତୀ ଲାଇନ୍ ରେ Break; |
| 02:17 | ଏହି ଷ୍ଟେଟମେଣ୍ଟ କୁହେ ଯେ, ଯଦି day ହେଉଛି 0, ତେବେ dName ନିଶ୍ଚିତ ଭାବେ Sunday ସେଟ୍ ହେବା ଦରକାର |
| 02:26 | ଧ୍ୟାନଦିଅନ୍ତୁ ଯେ, ଗୋଟିଏ Break ଷ୍ଟେଟମେଣ୍ଟ ନିଶ୍ଚିତ ଭାବେ ପ୍ରତ୍ୟେକ Caseର ଶେଷରେ ବ୍ୟବହୃତ ହେବା ଆବଶ୍ୟକ |
| 02:31 | Break ଷ୍ଟେଟମେଣ୍ଟ ବିନା, Switch Case ଏକ ଜଟିଳ ଶୈଳୀରେ କାର୍ଯ୍ୟ କରିଥାଏ |
| 02:35 | ଟ୍ୟୁଟୋରିଆଲ୍ ର ପରବର୍ତ୍ତୀ ଭାଗରେ ଏହା ବର୍ଣ୍ଣନା କରାଯିବ |
| 02:40 | ସେହିପରି, ଚାଲନ୍ତୁ ଅବଶିଷ୍ଟ Cases ଟାଇପ୍ କରିବା |
| 02:45 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 1 କଲନ୍ |
| 02:50 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Monday ସେମିକଲନ୍ |
| 02:56 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
| 02:58 | ତା’ପରେ ଟାଇପ୍ କରନ୍ତୁ: case 2 କଲନ୍ |
| 03:01 | ପରବର୍ତ୍ତୀ ଲାଇନ୍, dName ଇକ୍ୱାଲ୍ ଟୁ Tuesday ସେମିକଲନ୍ |
| 03:06 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
| 03:08 | ତା’ପର ଲାଇନ୍, Case 3 କଲନ୍ |
| 03:12 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wednesday, ତା’ପରେ ସେମିକଲନ୍ |
| 03:18 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ break; |
| 03:20 | ତା’ପରେ case 4 କଲନ୍ |
| 03:24 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Thursday ସେମିକଲନ୍ |
| 03:32 | ତା’ପରେ break |
| 03:24 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: case 5 କଲନ୍ |
| 03:37 | dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Friday, ତା’ପରେ ସେମିକଲନ୍ |
| 03:41 | ତା’ପରେ break |
| 03:43 | ତା’ପରେ case 6 କଲନ୍ |
| 03:47 | ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Saturday, ତା’ପରେ ସେମିକଲନ୍ |
| 03:55 | ତା’ପରେ ଟାଇପ୍ କରନ୍ତୁ: break ସେମିକଲନ୍ |
| 03:59 | ତା’ପରେ ବ୍ରାକେଟ୍ସ ବନ୍ଦ କରନ୍ତୁ |
| 04:03 | ଏବେ, କୋଡ୍ କୁ କାର୍ଯ୍ୟରେ ଦେଖିବା ପାଇଁ ଗୋଟିଏ ପ୍ରିଣ୍ଟ ଷ୍ଟେଟମେଣ୍ଟ ଯୋଡ଼ନ୍ତୁ |
| 04:07 | ତେଣୁ, ପରବର୍ତ୍ତୀ ଲାଇନ୍ ରେ ଟାଇପ୍ କରନ୍ତୁ: System ଡଟ୍ out ଡଟ୍ println ବ୍ରାକେଟ୍ ଭିତରେ dName ତା’ପରେ ସେମିକଲନ୍ |
| 04:16 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 04:20 | Ctrl S ଓ Ctrl F11 କୀଜ୍ ଦାବନ୍ତୁ |
| 04:25 | ଆମେ, ନିମ୍ନ ଆଉଟପୁଟ୍ ପାଇଲେ: Wednesday, ଯାହା Case 3 ସହିତ ସମ୍ୱନ୍ଧିତ |
| 04:31 | ଏବେ ଚାଲନ୍ତୁ, dayର ଭାଲ୍ୟୁକୁ ବଦଳାଇ ଆଉଟପୁଟ୍ ଦେଖିବା |
| 04:35 | 3କୁ 0ରେ ବଦଳାନ୍ତୁ |
| 04:38 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 04:40 | ଆମେ ଦେଖିପାରୁଛେ ଯେ, ଆଉଟପୁଟ୍ ହେଉଛି Sunday, ଯାହା Case 0 ସହ ସମ୍ୱନ୍ଧିତ ଅଟେ |
| 04:46 | ବର୍ତ୍ତମାନ, ଯଦି ଭାଲ୍ୟୁ ସହିତ ସମ୍ୱନ୍ଧିତ କୌଣସି Case ନଥିବ, ତେବେ କ’ଣ ହେବ? ଚାଲନ୍ତୁ, ତାହା ଦେଖିବା |
| 04:52 | day ଇକ୍ୱାଲ୍ ଟୁ -1କୁ ବଦଳାଇ ଫାଇଲ୍ ସେଭ୍ କରନ୍ତୁ ଓ ରନ୍ କରନ୍ତୁ |
| 04:58 | ଦେଖନ୍ତୁ, କୌଣସି ଆଉଟପୁଟ୍ ନାହିଁ |
| 05:01 | କିନ୍ତୁ, ଯଦି ଆମେ ଅନ୍ୟ ସମସ୍ତ ଭାଲ୍ୟୁଗୁଡ଼ିକ ପାଇଁ Case ରଖିପାରିବା, ତେବେ ଭଲ ହେବ |
| 05:06 | ତାହା, Default କୀୱର୍ଡ ବ୍ୟବହାର କରାଯାଇ, କରିହେବ |
| 05:09 | ତେଣୁ, ଶେଷ Case ପରେ ଟାଇପ୍ କରନ୍ତୁ: |
| 05:12 | default କଲନ୍ |
| 05:14 | ପରବର୍ତ୍ତୀ ଲାଇନ୍ ହେଉଛି, dName ଇକ୍ୱାଲ୍ ଟୁ ଡବଲ୍ କ୍ୱୋଟ୍ସ ମଧ୍ୟରେ Wrong Choice ସେମିକଲନ୍ |
| 05:24 | ପରବର୍ତ୍ତୀ ଲାଇନ୍ ରେ Break ସେମିକଲନ୍ |
| 05:27 | ଆମେ, Case Default; କହୁନାହେଁ |
| 05:30 | ଧ୍ୟାନଦିଅନ୍ତୁ ଯେ, ଆମେ କେବଳ କୀୱର୍ଡ Default ବ୍ୟବହାର କଲେ |
| 05:34 | ମୁଁ ଏବେ କୋଡ୍ ରନ୍ କରୁଛି. ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 05:38 | ଆମେ ଦେଖିପାରୁଛେ ଯେ, ଡିଫଲ୍ଟ Case ନିଷ୍ପାଦିତ ହେଲା ଓ ଆବଶ୍ୟକ ମେସେଜ୍ Wrong Choice ପ୍ରିଣ୍ଟ ହେଲା |
| 05:45 | ଚାଲନ୍ତୁ, ଅନ୍ୟ ଯାଦୃଚ୍ଛିକ ଭାଲ୍ୟୁ ସହିତ ଦେଖିବା |
| 05:48 | -1କୁ 15ରେ ବଦଳାନ୍ତୁ |
| 05:51 | ଆମେ ଦେଖିପାରୁଛେ ଯେ, ପୁଣିଥରେ ଡିଫଲ୍ଟ Case ନିଷ୍ପାଦିତ ହେଲା |
| 05:57 | ଏବେ, Break ଷ୍ଟେଟମେଣ୍ଟ କାଢ଼ିଦେଲେ କ’ଣ ହୁଏ, ଚାଲନ୍ତୁ ଦେଖିବା |
| 06:01 | day = 15କୁ day = 4ରେ ବଦଳାନ୍ତୁ |
| 06:07 | day = 4 ପାଇଁ ସମ୍ୱନ୍ଧିତ Break ଷ୍ଟେଟମେଣ୍ଟକୁ କାଢ଼ିଦିଅନ୍ତୁ |
| 06:12 | ଏବେ, ଫାଇଲ୍ କୁ ସେଭ୍ କରି Run କରନ୍ତୁ |
| 06:15 | ଯଦିଓ Case ହେଉଛି 4, ତଥାପି ଆମେ ଆଉଟପୁଟ୍ ଭାବେ Friday ପାଇଲେ, Thursday ନୁହେଁ |
| 06:20 | ଏହାର କାରଣ ହେଉଛି Switch Case କାମ କରିବାର ମାର୍ଗ |
| 06:24 | ପ୍ରଥମେ, dayର ଭାଲ୍ୟୁ 0 ସହିତ |
| 06:29 | ତା’ପରେ, 1, 2 ଓ ଏହିପରି ସମସ୍ତ ସମ୍ଭାବ୍ୟ Cases ସହିତ ତୁଳନା କରାଗଲା |
| 06:34 | ମେଳ ମିଳିବା ପରେ, ସେହିଠାରୁ ସମସ୍ତ Caseକୁ ଏହା ନିଷ୍ପାଦିତ କଲା |
| 06:42 | ଆମ ମାମଲାରେ, ଏହା Case 4 ପରେ Case 5 ନିଷ୍ପାଦିତ କରିଛି |
| 06:47 | ତା’ପରେ, Case 5ରେ Break ଷ୍ଟେଟମେଣ୍ଟ କାରଣରୁ ଏହା ବନ୍ଦ ହୋଇଗଲା |
| 06:53 | ତାହାକୁ ଏଡ଼ାଇବା ପାଇଁ, ଆମକୁ ପ୍ରତ୍ୟେକ Caseରେ Break ଷ୍ଟେଟମେଣ୍ଟ ଯୋଡ଼ିବାକୁ ହେବ |
| 06:57 | ଏବେ ଚାଲନ୍ତୁ, ଆମେ କାଢ଼ିଦେଇଥିବା Break ଷ୍ଟେଟମେଣ୍ଟକୁ ଯୋଡ଼ିବା |
| 07:00 | ଟାଇପ୍ କରନ୍ତୁ: break ସେମିକଲନ୍ |
| 07:05 | ଏବେ କୋଡ୍ ରନ୍ କରନ୍ତୁ |
| 07:08 | ଆମେ ଦେଖିପାରୁଛେ ଯେ, ଏବେ କେବଳ Case 4 ନିଷ୍ପାଦିତ ହେଲା |
| 07:13 | ନିୟମ ଅନୁସାରେ, Errors ଏଡ଼ାଇବା ପାଇଁ ପ୍ରତ୍ୟେକ Caseରେ Break ଷ୍ଟେଟେମେଣ୍ଟ ବ୍ୟବହାର କରିବାକୁ ଭୁଲନ୍ତୁ ନାହିଁ |
| 07:20 | ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ |
| 07:22 | ଏହି ଟ୍ୟୁଟୋରିଆଲ୍ ରେ ଆମେ, Switch Case Construct ଓ Break ଷ୍ଟେଟମେଣ୍ଟ କିପରି ବ୍ୟବହାର କରାଯାଏ, ଶିଖିଲେ |
| 07:30 | ଏକ ଆସାଇନମେଣ୍ଟ ଭାବେ, ଏପରି ଏକ ପ୍ରୋଗ୍ରାମ୍ ଲେଖନ୍ତୁ, ଯାହାର ଭେରିଏବଲ୍ ଭାବେ ଏକ ନାମ ଓ ଲିଙ୍ଗ ଥିବ. ଏକ Switch Case ଷ୍ଟେଟମେଣ୍ତ ବ୍ୟବହାର କରନ୍ତୁ, ଯାହା ପୁରୁଷଙ୍କ ପାଇଁ Hello Mr... ଓ ମହିଳାଙ୍କ ପାଇଁ Hello Ms... ପ୍ରିଣ୍ଟ କରିବ |
| 07:44 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ବିଷୟରେ ଅଧିକ ଜାଣିବା ପାଇଁ ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ, ଏହା ସ୍ପୋକନ୍-ଟ୍ୟୁଟୋରିଆଲ୍ କୁ ସାରାଂଶିତ କରେ.. |
| 07:53 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 07:58 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 08:06 | ଅଧିକ ବିବରଣୀ ପାଇଁ ଦୟାକରି, କଣ୍ଟାକ୍ଟ ଆଟ୍ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି (contact@spoken-tutorial.org)କୁ ଲେଖନ୍ତୁ |
| 08:12 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ ଏବଂ ଏହା |
| 08:17 | ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 08:22 | ଏହି ମିଶନ୍ ଉପରେ ଅଧିକ ବିବରଣୀ ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ ଏନଏମଇଆଇସିଟି ହାଇଫେନ୍ ଇଣ୍ଟ୍ରୋ (spoken-tutorial.org/NMEICT-Intro)ରେ ଉପଲବ୍ଧ |
| 08:31 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |