Introduction-to-Computers/C2/Getting-to-know-computers/Oriya
From Script | Spoken-Tutorial
| Time | Narration |
| 00:01 | Getting To Know Computersର ପରିଚୟ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, |
| 00:09 | ଗୋଟିଏ କମ୍ପ୍ୟୁଟରର ବିଭିନ୍ନ କମ୍ପୋନେଣ୍ଟ |
| 00:11 | ବିଭିନ୍ନ କମ୍ପୋନେଣ୍ଟ କନେକ୍ଟ କରିବା ବିଷୟରେ ମଧ୍ୟ ଆମେ ଶିଖିବା |
| 00:15 | ସାଧାରଣତଃ ଦୁଇ ପ୍ରକାରର କମ୍ପ୍ୟୁଟର୍ସ ଥାଏ - |
| 00:18 | ଡେସ୍କଟପ୍ କିମ୍ୱା ପର୍ସୋନାଲ୍ କମ୍ପ୍ୟୁଟର୍ ଓ ଲାପଟପ୍ |
| 00:23 | ଆଜି-କାଲି ଟାବଲେଟ୍ ପି.ସି. ବା ଟାବ୍ସ ମଧ୍ୟ ବହୁତ ଲୋକପ୍ରିୟ ହୋଇଛି |
| 00:31 | କମ୍ପ୍ୟୁଟରର କାର୍ଯ୍ୟ |
| 00:33 | ନିଜ ଆକାରଠାରୁ ଅଧିକ ଗୋଟିଏ କମ୍ପ୍ୟୁଟର୍ ପାଞ୍ଚୋଟି ମୁଖ୍ୟ କାର୍ଯ୍ୟ କରିଥାଏ - |
| 00:40 | Input ମାଧ୍ୟମରେ ଏହା ଡେଟା ବା ନିର୍ଦ୍ଦେଶ ଗ୍ରହଣ କରିଥାଏ |
| 00:45 | ୟୁଜରଙ୍କ ଆବଶ୍ୟକତା ଅନୁସାରେ ଏହା ଡେଟା ପ୍ରୋସେସ୍ କରିଥାଏ |
| 00:50 | ଏହା ଡେଟା ଷ୍ଟୋର୍ କରିଥାଏ |
| 00:52 | Output ଆକାରରେ ଏହା ପରିଣାମ ଦେଇଥାଏ |
| 00:56 | କମ୍ପ୍ୟୁଟର୍ ଭିତରେ ଏହା ସମସ୍ତ କାର୍ଯ୍ୟ ନିୟନ୍ତ୍ରଣ କରିଥାଏ |
| 01:01 | କମ୍ପ୍ୟୁଟରର ମୌଳିକ ରଚନା ଏହି ବ୍ଲକ୍ ଡାୟଗ୍ରାମରେ ଦର୍ଶାଯାଇଛି |
| 01:08 | ଇନପୁଟ୍ ୟୁନିଟ୍,ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ |
| 01:11 | ଆଉଟପୁଟ୍ ୟୁନିଟ୍ |
| 01:14 | ଇନପୁଟ୍ ୟୁନିଟ୍, |
| 01:16 | ବ୍ୟବସ୍ଥିତ ଢଙ୍ଗରେ ଏକ କମ୍ପ୍ୟୁଟର୍ ସିଷ୍ଟମ ଭିତରେ ଡେଟା ଓ ପ୍ରୋଗ୍ରାମ୍ସ ଏଣ୍ଟର୍ କରେ |
| 01:23 | କୀ’ବୋର୍ଡ, ମାଉସ୍, କ୍ୟାମେରା ଓ ସ୍କାନର୍ ହେଉଛି Input Deviseଗୁଡ଼ିକରୁ କିଛି |
| 01:31 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ |
| 01:33 | ଆରିଥମେଟିକ୍ ଓ ଲଜିକାଲ୍ ଅପରେସନ୍ସ ପରି ଅପରେସନ୍ସ ପ୍ରଦର୍ଶନ କରେ ଏବଂ |
| 01:38 | ଡେଟା ଓ ନିର୍ଦ୍ଦେଶମାନ ଷ୍ଟୋର୍ କରେ |
| 01:41 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବା CPU ଏହିପରି ଦେଖାଯାଏ |
| 01:48 | ୟୁନିଟ୍ ର ଆଗରେ ଓ ପଛରେ ଅନେକ Ports ଥାଏ |
| 01:53 | ଆମେ ସେଗୁଡ଼ିକ ବିଷୟରେ କିଛି ସମୟ ପରେ ଶିଖିବା |
| 01:57 | ଏହା, ଡେଟା ଓ ନିର୍ଦ୍ଦେଶଗୁଡ଼ିକ ନିଏ, ସେଗୁଡ଼ିକ ପ୍ରୋସେସ୍ କରେ ଓ ଆଉଟପୁଟ୍ ବା ପରିଣାମ ଦିଏ |
| 02:05 | ଅପରେସନ୍ସ ପ୍ରଦର୍ଶନ କରିବା କାମକୁ ପ୍ରୋସେସିଙ୍ଗ କୁହାଯାଏ |
| 02:11 | ତାହାପରେ, ଷ୍ଟୋରେଜ୍ ୟୁନିଟରେ ଡେଟା ଓ ନିର୍ଦ୍ଦେଶଗୁଡ଼ିକ ସହିତ ଆଉଟପୁଟ୍ ଷ୍ଟୋର୍ ହୁଏ |
| 02:18 | ଡେଟାରୁ, ପରିଣାମ ଉତ୍ପାଦନର ପ୍ରକ୍ରିୟାକୁ ସପୋର୍ଟ କରୁଥିବା ୟୁନିଟକୁ ଆଉଟପୁଟ୍ ୟୁନିଟ୍ କୁହାଯାଏ |
| 02:26 | ଆଉଟପୁଟ୍ ଡିଭାଇସଗୁଡ଼ିକ ମଧ୍ୟରୁ କିଛି ହେଉଛି ମନିଟର୍ ଓ ପ୍ରିଣ୍ଟର୍ |
| 02:33 | ସାଧାରଣତଃ, ଗୋଟିଏ ଡେସ୍କଟପ୍ କମ୍ପ୍ୟୁଟରରେ 4ଟି ମୁଖ୍ୟ ଭାଗ ଥାଏ: |
| 02:38 | ମନିଟର୍, CPU |
| 02:40 | କୀ’ବୋର୍ଡ ଓ ,ମାଉସ୍ |
| 02:43 | ଗୋଟିଏ କ୍ୟାମେରା, ପ୍ରିଣ୍ଟର୍ ବା ସ୍କାନର୍ ମଧ୍ୟ ଏକ କମ୍ପ୍ୟୁଟରରେ କନେକ୍ଟ କରାଯାଇପାରିବ |
| 02:50 | ଏହା ହେଉଛି ମନିଟର୍ ବା କମ୍ପ୍ୟୁଟର ସ୍କ୍ରୀନ୍ |
| 02:55 | ଏହା ଏକ ଟିଭି ସ୍କ୍ରୀନ୍ ପରି ଦେଖାଯାଏ |
| 02:57 | ଏହା, ଏକ କମ୍ପ୍ୟୁଟରର ଭିଜୁଆଲ୍ ଡିସପ୍ଲେ ୟୁନିଟ୍ ଅଟେ |
| 03:02 | କମ୍ପ୍ୟୁଟରର ୟୁଜର୍ ଇଣ୍ଟରଫେସ୍ ଏହା ପ୍ରଦର୍ଶନ କରେ |
| 03:05 | ଜଣେ ବିଭିନ୍ନ ପ୍ରୋଗ୍ରାମ୍ସ ଖୋଲିପାରିବ ଏବଂ କୀ’ବୋର୍ଡ ଓ ମାଉସ୍ ବ୍ୟବହାର କରି କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହୋଇପାରିବ |
| 03:13 | ଗୋଟିଏ କମ୍ପ୍ୟୁଟରରେ ଟେକ୍ସଟ୍, କ୍ୟାରେକ୍ଟର୍ସ ଓ ଅନ୍ୟାନ୍ୟ କମାଣ୍ଡଗୁଡ଼ିକ ଏଣ୍ଟର କରିବା ପାଇଁ କୀ’ବୋର୍ଡକୁ ଡିଜାଇନ୍ କରାଯାଇଛି |
| 03:21 | ଏହା ହେଉଛି କମ୍ପ୍ୟୁଟର ମାଉସ୍ |
| 03:24 | ଏଥିରେ ବିଶେଷକରି 2ଟି କ୍ଲିକ୍ କରିହେଉଥିବା ବଟନ୍ ଓ ମଝିରେ ଗୋଟିଏ ସ୍କ୍ରୋଲ୍ ବଟନ୍ ଅଛି |
| 03:31 | ବାମ ମାଉସ୍ ବଟନକୁ ଦାବିଲେ, ତାହା ଅଧିକାଂଶ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ |
| 03:35 | ଡାହାଣ ମାଉସ୍ ବଟନ୍ ଦାବିଲେ, ତାହା ଶର୍ଟକଟ୍ ପରି ଅଧିକ ନନ-ଷ୍ଟାଣ୍ଡାର୍ଡ ଆକ୍ସନ୍ସ ଆକ୍ଟିଭେଟ୍ କରିଥାଏ |
| 03:43 | ସ୍କ୍ରୋଲ୍ ବଟନକୁ ଗଡ଼ାଇ ଉପରକୁ ଓ ତଳକୁ ସ୍କ୍ରୋଲ୍ କରିବା ପାଇଁ ମାଉସ୍ ହ୍ୱୀଲ୍ ବ୍ୟବହାର କରାଯାଏ |
| 03:49 | କୀ’ବୋର୍ଡ ବ୍ୟତୀତ କମ୍ପ୍ୟୁଟର୍ ସହିତ କଥାବାର୍ତ୍ତା ହେବାପାଇଁ ଅନ୍ୟଏକ ବିକଳ୍ପ ମାର୍ଗ ହେଉଛି କମ୍ପ୍ୟୁଟର୍ ମାଉସ୍ |
| 03:57 | ଏବେ ଚାଲନ୍ତୁ, CPUର ବିଭିନ୍ନ ଭାଗ ଦେଖିବା |
| 04:02 | CPU ସାମ୍ନାରେ ଗୋଟିଏ ବଡ଼ ବଟନ୍ ଅଛି, ଯାହା ହେଉଛି Power On ସ୍ୱିଚ୍ |
| 04:08 | କମ୍ପ୍ୟୁଟର୍ ଅନ୍ କରିବା ପାଇଁ ଜଣଙ୍କୁ ଏହି ସ୍ୱିଚ୍ ଦାବିବାକୁ ପଡ଼ିଥାଏ |
| 04:14 | ଏକ ରିସେଟ୍ ବଟନ୍ ମଧ୍ୟ ଅଛି, ଯାହା, ଆବଶ୍ୟକ ହେଲେ କମ୍ପ୍ୟୁଟର୍ ରିଷ୍ଟାର୍ଟ କରିବାରେ ଆମକୁ ସାହାଯ୍ୟ କରିଥାଏ |
| 04:21 | ସାମ୍ନାପଟେ ଆପଣ, 2 କିମ୍ୱା ଅଧିକ USB ପୋର୍ଟ୍ସ ଓ ଏକ DVD/CD-ROM ରିଡର୍/ରାଇଟର୍ ମଧ୍ୟ ଦେଖିପାରିବେ |
| 04:30 | କମ୍ପ୍ୟୁଟର ସହିତ ପେନ୍-ଡ୍ରାଇଭ୍ସ କନେକ୍ଟ କରିବାକୁ USB ପୋର୍ଟ୍ସ ବ୍ୟବହାର କରାଯାଏ |
| 04:35 | ଏବଂ DVD/CD-ROM ରିଡର୍-ରାଇଟର୍, ଏକ CD କିମ୍ୱା DVD ରିଡ୍ କିମ୍ୱା ରାଇଟ୍ କରିବାକୁ ବ୍ୟବହୃତ ହୋଇଥାଏ |
| 04:43 | ଏବେ, କମ୍ପ୍ୟୁଟର୍ ପଛପଟ ଦେଖିବା |
| 04:48 | ପଛରେ ଥିବା ପୋର୍ଟଗୁଡ଼ିକ, କମ୍ପ୍ୟୁଟରର ଅନ୍ୟାନ୍ୟ ଡିଭାଇସଗୁଡ଼ିକୁ CPU ସହିତ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 04:55 | ଏହାକୁ କେବଲ୍ସ ବ୍ୟବହାର କରି କରାଯାଏ |
| 04:58 | CPU ଭିତରେ ଅନେକ କମ୍ପୋନେଣ୍ଟସ୍ ରହିଛି |
| 05:02 | ଯେତେବେଳେ କମ୍ପ୍ୟୁଟର ଅନ୍ ହୁଏ, ଏହି ସମସ୍ତ କମ୍ପୋନେଣ୍ଟଗୁଡ଼ିକ କାମ କରେ ଓ ଗରମ ଉତ୍ପାଦନ କରେ |
| 05:08 | ପଛପଟେ ଥିବା ଫ୍ୟାନ୍, କମ୍ପୋନେଣ୍ଟଗୁଡ଼ିକୁ ଥଣ୍ଡା ରଖିବା ପାଇଁ ବାୟୁ ପ୍ରବାହିତ କରେ |
| 05:14 | ଅନ୍ୟଥା, ଅଧିକ ଗରମ ହେଲେ CPUକୁ କ୍ଷତି ପହଞ୍ଚି ଡେଟା ଲସ୍ ହୋଇପାରେ |
| 05:21 | ଏହା ହେଉଛି କେସ୍ କୂଲିଙ୍ଗ ଫ୍ୟାନ୍ |
| 05:23 | ଏହା CPUର ତାପମାତ୍ରାକୁ ନର୍ମାଲ୍ ରଖେ ଓ ଅଧିକ ଗରମ ହେବାକୁ ରୋକେ |
| 05:30 | ପାୱର୍ ସପ୍ଲାଇ ୟୁନିଟ୍, ଯାହାକୁ PSU ମଧ୍ୟ କୁହାଯାଏ, କମ୍ପ୍ୟୁଟରକୁ ପାୱର୍ ସପ୍ଲାଇ କରିଥାଏ |
| 05:37 | ଏବେ ଚାଲନ୍ତୁ, CPU ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକ କିପରି କନେକ୍ଟ କରାଯାଏ, ଶିଖିବା |
| 05:42 | ଦେଖାଯାଇଥିବା ପରି ସମସ୍ତ କମ୍ପୋନେଣ୍ଟକୁ ଟେବଲ୍ ଉପରେ ରଖନ୍ତୁ |
| 05:46 | ଦେଖାଯାଇଥିବା ପରି ସମସ୍ତ କେବଲଗୁଡ଼ିକୁ ଟେବଲ୍ ଉପରେ ରଖନ୍ତୁ |
| 05:51 | ପ୍ରଥମେ, ମନିଟରକୁ CPU ସହିତ କନେକ୍ଟ କରିବା |
| 05:55 | ଯେପରି ଦେଖାଯାଇଛି, ପାୱର୍ କେବଲକୁ ମନିଟର୍ ସହିତ କନେକ୍ଟ କରନ୍ତୁ |
| 06:00 | ଏବେ, ଅନ୍ୟ ମୁଣ୍ଡକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ |
| 06:04 | ଏହା ହେଉଛି CPUର ପାୱର୍ କେବଲ୍ |
| 06:08 | ଏହାକୁ CPU ସହିତ କନେକ୍ଟ କରନ୍ତୁ |
| 06:11 | ତାହାପରେ, ଏହାକୁ ପାୱର୍ ସପ୍ଲାଇ ସକେଟ୍ ସହିତ କନେକ୍ଟ କରନ୍ତୁ |
| 06:14 | ଏବେ, କୀ’ବୋର୍ଡ କେବଲକୁ CPU ସହିତ କନେକ୍ଟ କରନ୍ତୁ |
| 06:19 | କୀ’ବୋର୍ଡର ପୋର୍ଟ ସାଧାରଣତଃ ବାଇଗଣୀ ରଙ୍ଗର ହୋଇଥାଏ |
| 06:23 | ସବୁଜ ରଙ୍ଗରେ ଥିବା ପୋର୍ଟ ସହିତ ମାଉସକୁ କନେକ୍ଟ କରନ୍ତୁ |
| 06:28 | ବିକଳ୍ପ ଭାବରେ, ଆପଣ USB କୀ’ବୋର୍ଡ ଓ ମାଉସକୁ ଯେକୌଣସି USB ପୋର୍ଟରେ କନେକ୍ଟ କରିପାରିବେ |
| 06:35 | ବଳକା USB ପୋର୍ଟଗୁଡ଼ିକ ପେନ୍ ଡ୍ରାଇଭ୍, ହାର୍ଡ ଡିସ୍କ ଆଦି କନେକ୍ଟ କରିବା ପାଇଁ ବ୍ୟବହୃତ କରାଯାଇପାରେ |
| 06:42 | ଏହା ହେଉଛି ଏକ LAN କେବଲ୍ |
| 06:44 | ଓ ଏହା ଏକ LAN ପୋର୍ଟ ଅଟେ |
| 06:46 | ଏହା ହେଉଛି ଏକ ତାରଲଗା କନେକ୍ସନ୍, ଯାହା ଗୋଟିଏ କମ୍ପ୍ୟୁଟରକୁ ଏକ ନେଟୱର୍କ ସହିତ କନେକ୍ଟ କରାଇଥାଏ |
| 06:52 | LAN କେବଲର ଅନ୍ୟ ମୁଣ୍ଡ ଏକ ମୋଡେମ୍ କିମ୍ୱା ଏକ ୱାଇ-ଫାଇ ରାଉଟର୍ ସହିତ କନେକ୍ଟ ହେବ |
| 06:58 | ଅନ୍ୟଏକ ଟ୍ୟୁଟୋରିଆଲରେ ଆପଣ ୱାଇ-ଫାଇ କନେକ୍ସନ୍ସ ବିଷୟରେ ଶିଖିବେ |
| 07:03 | ଯେତେବେଳେ LAN ପୋର୍ଟ ଆକ୍ଟିଭ୍ ଥିବ ଓ ଆକ୍ଟିଭିଟୀ ଗ୍ରହଣ କରୁଥିବ, LED ଲାଇଟ୍ ଧପଧପ ହେବ |
| 07:10 | ଦେଖନ୍ତୁ, CPUରେ ଅନ୍ୟ ସିରିୟଲ୍ ପୋର୍ଟ୍ସ ଅଛି |
| 07:15 | PDA, ମୋଡେମ୍ କିମ୍ୱା ଅନ୍ୟ ସିରିୟଲ୍ ଡିଭାଇସଗୁଡ଼ିକୁ କନେକ୍ଟ କରିବା ପାଇଁ ଏଗୁଡ଼ିକ ବ୍ୟବହୃତ ହୋଇଥାଏ |
| 07:21 | CPUରେ କିଛି ପାରାଲେଲ୍ ପୋର୍ଟ୍ସ ଥିବାର ମଧ୍ୟ ଦେଖନ୍ତୁ |
| 07:25 | ଏଗୁଡ଼ିକ, ପ୍ରିଣ୍ଟର୍, ସ୍କାନର୍ ଆଦି ପରି ଡିଭାଇସଗୁଡ଼ିକ କନେକ୍ଟ କରିବା ପାଇଁ ବ୍ୟବହୃତ ହୋଇଥାଏ |
| 07:31 | ଏବେ, ଅଡିଓ ଜ୍ୟାକ୍ କୁ ଦେଖନ୍ତୁ |
| 07:34 | ମାଇକ୍ରୋଫୋନ୍ କନେକ୍ଟ କରିବାକୁ ଗୋଲାପୀ ପୋର୍ଟ ବ୍ୟବହାର କରାଯାଏ |
| 07:38 | ନୀଳ ରଙ୍ଗର ପୋର୍ଟ, ଲାଇନ୍-ଇନ୍ କନେକ୍ଟ କରିବା ପାଇଁ, ଯେପରି ରେଡିଓ କିମ୍ୱା ଟେପ୍ ପ୍ଲେୟାର୍ |
| 07:45 | ସବୁଜ ରଙ୍ଗର ପୋର୍ଟଟି ହେଉଛି ହେଡଫୋନ୍/ସ୍ପିକର୍ କିମ୍ୱା ଲାଇନ୍ ଆଉଟ୍ କନେକ୍ସନ୍ ପାଇଁ |
| 07:51 | ଏବେ, ଯେତେବେଳେ ଆମର ସମସ୍ତ ଡିଭାଇସଗୁଡ଼ିକ କନେକ୍ଟ ହୋଇସାରିଲାଣି, ଚାଲନ୍ତୁ କମ୍ପ୍ୟୁଟର୍ ଅନ୍ କରିବା |
| 07:57 | ପ୍ରଥମେ, ମନିଟର୍ ଓ CPUର ପାୱର୍ ସପ୍ଲାଇ ବଟନଗୁଡ଼ିକ ଅନ୍ କରନ୍ତୁ |
| 08:03 | ଏବେ, ମନିଟରର ପାୱର୍ ଅନ୍ ବଟନ୍ ଦାବନ୍ତୁ |
| 08:07 | ଓ ତାହାପରେ CPUର ସାମ୍ନାରେ ଥିବା ପାୱର୍ ଅନ୍ ସ୍ୱିଚ୍ ଦାବନ୍ତୁ |
| 08:12 | ସାଧାରଣତଃ, ଯେତେବେଳେ ଆପଣଙ୍କ କମ୍ପ୍ୟୁଟର୍ ପ୍ରଥମେ ଅନ୍ ହୁଏ, ଏକ କଳା ସ୍କ୍ରୀନ୍ ଉପରେ ଶବ୍ଦଗୁଡ଼ିକର ଏକ ଷ୍ଟ୍ରିଙ୍ଗ ଦେଖାଦିଏ |
| 08:18 | ଏହା ହେଉଛି BIOS ସିଷ୍ଟମ୍, ଯାହା କମ୍ପ୍ୟୁଟରର |
| 08:22 | ସେଣ୍ଟ୍ରାଲ୍ ପ୍ରୋସେସିଙ୍ଗ ୟୁନିଟ୍ ବିଷୟରେ |
| 08:25 | କମ୍ପ୍ୟୁଟରରେ କେତେ ମେମୋରୀ ଅଛି ସେହି ବିଷୟରେ |
| 08:28 | ଓ ହାର୍ଡ ଡିସ୍କ ଡ୍ରାଇଭ୍ ଓ ଫ୍ଲପୀ ଡିସ୍କ ଡ୍ରାଇଭ୍ ବିଷୟରେ ସୂଚନା ପ୍ରଦର୍ଶିତ କରେ |
| 08:33 | BIOS ହେଉଛି ସେହି ସଫ୍ଟୱେର୍, ଯାହା କମ୍ପ୍ୟୁଟର୍ ଅନ୍ ହେବାବେଳେ CPUକୁ ତାହାର ପ୍ରଥମ ନିର୍ଦ୍ଦେଶମାନ ଦେଇଥାଏ |
| 08:41 | ଅପରେଟିଙ୍ଗ ସିଷ୍ଟମର ସମଗ୍ର ଲୋଡିଙ୍ଗ ପ୍ରକ୍ରିୟାକୁ କମ୍ପ୍ୟୁଟର୍ ବୂଟିଙ୍ଗ କୁହାଯାଏ |
| 08:48 | ଯେତେବେଳେ ସମସ୍ତ ଆବଶ୍ୟକ ଯାଞ୍ଚ ହୋଇଯାଏ, ଆପଣ ଅପରେଟିଙ୍ଗ ସିଷ୍ଟମର ଇଣ୍ଟର୍ଫେସ୍ ଦେଖିପାରିବେ |
| 08:54 | ଜଣେ ଉବୁଣ୍ଟୁ ଲିନକ୍ସ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ |
| 08:58 | ଓ ଜଣେ ୱିଣ୍ଡୋସ୍ ୟୁଜର୍, ଏହି ସ୍କ୍ରୀନ୍ ଦେଖିବ |
| 09:02 | ଏବେ, ଚାଲନ୍ତୁ ଲାପଟପ୍ ଉପରେ ନଜର ପକାଇବା |
| 09:06 | ଲାପଟପ୍ସ ହେଉଛି ପୋର୍ଟେବଲ୍ ଓ କମ୍ପାକ୍ଟ କମ୍ପ୍ୟୁଟର୍ସ |
| 09:09 | ଗୋଟିଏ ଲାପଟପ୍ ହେଉଛି ଛୋଟ ଓ ବ୍ୟବହାର ସମୟରେ ଜଣେ ବ୍ୟକ୍ତିଙ୍କ କୋଳରେ ରଖିବା ପାଇଁ ପର୍ଯ୍ୟାପ୍ତ ହାଲୁକା |
| 09:16 | ତେଣୁ ଏହାକୁ ଲାପଟପ୍ କୁହାଯାଏ |
| 09:18 | ଏଥିରେ, ଡେସ୍କଟପ୍ ପରି ପ୍ରାୟ ସମାନ କମ୍ପୋନେଣ୍ଟମାନ ଅଛି, ଯେପରି |
| 09:23 | ଏକ ଡିସପ୍ଲେ,ଏକ କୀ’ବୋର୍ଡ |
| 09:25 | ଏକ ଟଚ୍ ପ୍ୟାଡ୍, ଯାହା ହେଉଛି ପଏଣ୍ଟିଙ୍ଗ ଓ ନେଭିଗେଟିଙ୍ଗ ଡିଭାଇସ୍ |
| 09:29 | ଏକ CD/DVD ରିଡର୍-ରାଇଟର୍ ଏବଂ |
| 09:32 | ମାଇକ୍ ଓ ସ୍ପିକର୍ସ, ଯାହା ଏକ ସିଙ୍ଗଲ୍ ୟୁନିଟରେ ଗଠନ ହୋଇଛି |
| 09:36 | ଏଥିରେ ଏକ LAN ପୋର୍ଟ ଓ USB ପୋର୍ଟ୍ସ ମଧ୍ୟ ଅଛି |
| 09:40 | ସେଥିରେ ଏକ ଭିଡିଓ ପୋର୍ଟ ମଧ୍ୟ ଅଛି, ଯାହାକୁ ବ୍ୟବହାର କରି ଜଣେ ଲାପଟପ୍ ସହିତ ଗୋଟିଏ ପ୍ରୋଜେକ୍ଟର୍ କନେକ୍ଟ କରିପାରିବ |
| 09:46 | ମାଇକ୍ ଓ ହେଡଫୋନ୍ସ ପାଇଁ ଆଇକନ୍ ସହିତ ଅଡିଓ ଜ୍ୟାକ୍ସକୁ ସହଜରେ ଚିହ୍ନି ହେବ |
| 09:53 | ଲାପଟପରେ ଏହା ହେଉଛି ଇନବିଲ୍ଟ କୂଲିଙ୍ଗ ଫ୍ୟାନ୍ |
| 09:57 | ଏହା, ଲାପଟପକୁ ଅଧିକ ଗରମ ହେବାକୁ ରୋକିବାରେ ସାହାଯ୍ୟ କରିଥାଏ |
| 10:01 | ଏକ AC ଆଡାପ୍ଟର୍ ମାଧ୍ୟମରେ ଗୋଟିଏ ଲାପଟପ୍ ବିଦ୍ୟୁତ୍ ଦ୍ୱାରା ଚାଳିତ ହୋଇଥାଏ ଏବଂ ଏଥିରେ ଗୋଟିଏ ରିଚାର୍ଜେବଲ୍ ବ୍ୟାଟେରୀ ଅଛି |
| 10:09 | ତେଣୁ, ଏହା ପୋର୍ଟେବଲ୍ ହୋଇଥିବା ସହିତ ପାୱର୍ ସୋର୍ସରୁ ଦୂରରେ ବ୍ୟବହାର କରିହେବ |
| 10:16 | ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, |
| 10:20 | ଡେସ୍କଟପ୍ ଓ ଲାପଟପର ବିଭିନ୍ନ କମ୍ପୋନେଣ୍ଟସ୍ |
| 10:23 | ଏବଂ ଗୋଟିଏ ଡେସ୍କଟପ୍ ସହିତ ବିଭିନ୍ନ କମ୍ପୋନେଣ୍ଟଗୁଡ଼ିକୁ କିପରି କନେକ୍ଟ କରାଯାଏ |
| 10:28 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ |
| 10:31 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:34 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:37 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:42 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 10:46 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:52 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:56 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:01 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 11:06 | ଆଇଆଇଟି ବମ୍ୱେ ତରଫରୁ ମୁଁ |
| 11:11 | ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |
| 11:16 | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |