Inkscape/C4/Special-effects-on-text/Oriya

From Script | Spoken-Tutorial
Jump to: navigation, search
Time Narration'
00:01 ବନ୍ଧୁଗଣ, Inkscapeରେ ଥିବା Special Effects on Textର ବ୍ୟବହାର ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ,

ପ୍ରତିଫଳିତ ଟେକ୍ସଟ Labeled ଟେକ୍ସଟ ଏବଂ ଟେକ୍ସଟର କେସକୁ ପରିବର୍ତ୍ତନ କରି ଶିଖିବା

00:16 ଏହାକୁ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି, Ubuntu Linux 12.04 OS
00:22 ଏହି ସିରିଜର ପୂର୍ବ ସମସ୍ତ ଟ୍ୟୁଟୋରିଆଲଗୁଡିକ 0.48.4ରେ ରେକର୍ଡ ହୋଇଛି
00:28 ଏହି ଟ୍ୟୁଟୋରିଆଲଠାରୁ ମୁଁ 0.91 ଭର୍ସନରେ ରେକର୍ଡ କରିବି ଯାହା ଅଦ୍ୟତମ ସ୍ଥିର ଭର୍ସନ୍ ଅଟେ
00:35 Inkscapeକୁ ଖୋଲନ୍ତୁ. ପ୍ରଥମେ, ଗୋଟିଏ ପ୍ରତିଫଳିତ ଟେକ୍ସଟ ସୃଷ୍ଟି କରି ଶିଖିବା
00:41 Text ଟୂଲକୁ ଚୟନ କରନ୍ତୁ ଏବଂ ୱର୍ଡ SPOKENକୁ ଟାଇପ୍ କରନ୍ତୁ. ଟେକ୍ସଟକୁ bold କରନ୍ତୁ
00:49 ଟେକ୍ସଟକୁ ଯୁମ୍ ଇନ୍ କରନ୍ତୁ ଯାହାଦ୍ଵାରା ଡେମୋକୁ ସ୍ପଷ୍ଟଭାବେ ଦେଖିପାରିବେ
00:54 ବର୍ତ୍ତମାନ, Object ମେନୁକୁ ଯା’ନ୍ତୁ ଏବଂ Fill and Stroke ଅପଶନକୁ ଚୟନ କରନ୍ତୁ
00:59 ତା’ପରେ Fill ଟାବ୍ ଅଧିନରେ ଥିବା Linear gradient ଉପରେ କ୍ଲିକ୍ କରନ୍ତୁ
01:03 ବର୍ତ୍ତମାନ ପ୍ରଦର୍ଶିତ ହେବା ଭଳି handles ଉପରେ କ୍ଲିକ୍ କରନ୍ତୁ ଏବଂ ଗ୍ରେଡିଏଣ୍ଟର କଲରଗୁଡିକୁ ରେଡ୍ ଓ ବ୍ଲୁରେ ପରିବର୍ତ୍ତନ କରନ୍ତୁ
01:12 ଗ୍ରେଡିଏଣ୍ଟକୁ ଭର୍ଟିକାଲୀ ଏଲାଇନ୍ କରନ୍ତୁ. ତେଣୁ ବର୍ତ୍ତମାନ, ସ୍କ୍ରୀନ୍ ଉପରେ ପ୍ରଦର୍ଶିତ ହେଲା ଭଳି ଗ୍ରେଡିଏଣ୍ଟର ଉପରିଭାଗ ରେଡ୍ ଓ ନିମ୍ନଭାଗ ବ୍ଲୁ ହେବ
01:21 Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟେକ୍ସଟକୁ ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ
01:27 ବର୍ତ୍ତମାନ ଡୁପ୍ଲିକେଟ୍ ହୋଇଥିବା ଟେକ୍ସଟକୁ ଫ୍ଲିପ୍ କରିବା ପାଇଁ, କୀବୋର୍ଡ ଉପରେ Vକୁ ଦାବନ୍ତୁ
01:32 ଫ୍ଲିପ୍ କରିବା ପାଇଁ Tool controls bar ଉପରେ ଉପଲବ୍ଧ ଥିବା ଅପଶନଗୁଡିକୁ ମଧ୍ୟ ବ୍ୟବହାର କରିପାରିବେ
01:39 ବର୍ତ୍ତମାନ, ଡୁପ୍ଲିକେଟ୍ ହୋଇଥିବା ଟେକ୍ସଟକୁ ଅସଲ ଟେକ୍ସଟର ନିମ୍ନଭାଗକୁ ଆଣନ୍ତୁ ଯେପରି ଏହା ଗୋଟିଏ ମିରର୍ ଇମେଜ୍ ଭଳି ଦୃଶ୍ୟମାନ ହେବ
01:46 ବର୍ତ୍ତମାନ, Gradient ଟୂଲକୁ ଚୟନ କରନ୍ତୁ ଏବଂ bottom gradient handle ଉପରେ କ୍ଲିକ୍ କରନ୍ତୁ
01:52 Fill and Stroke ଡାଇଲଗ୍ ବକ୍ସକୁ ଫେରିଆସନ୍ତୁ. ଏଠାରେ, Alphaର ଭେଲ୍ୟୁ 0କୁ ପରିବର୍ତ୍ତନ କରନ୍ତୁ
01:59 bottom handleକୁ ମଧ୍ୟ ଉପର ଦିଗକୁ ସାମାନ୍ୟ ଘୁଞ୍ଚାନ୍ତୁ
02:05 Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ବର୍ତ୍ତମାନ, Opacity, 80କୁ କମାଇଦିଅନ୍ତୁ ଏବଂ Enter ଦାବନ୍ତୁ
02:12 ବର୍ତ୍ତମାନ ପ୍ରତିଫଳିତ ଟେକ୍ସଟ ସମ୍ପୂର୍ଣ୍ଣ ହୋଇଛି. ଏହାକୁ ଭଲ ଭାବେ ଦେଖିବା ପାଇଁ ଯୁମ୍ ଆଉଟ୍ କରନ୍ତୁ
02:20 ତା’ପରେ, ଗୋଟିଏ labeled ଟେକ୍ସଟ ସୃଷ୍ଟି କରି ଶିଖିବା
02:23 ସର୍ବପ୍ରଥମେ, ଗ୍ରୀନ୍ କଲର୍ ବିଶିଷ୍ଟ ଗୋଟିଏ ଆୟତକ୍ଷେତ୍ର ସୃଷ୍ଟି କରନ୍ତୁ. ଯେହେତୁ Alpha ଭେଲ୍ୟୁ ଯିରୋ ଅଟେ, ବର୍ତ୍ତମାନ ଏହା ଦୃଶ୍ୟମାନହେବ ନାହିଁ
02:32 ଏହାକୁ 255ରେ ପରିବର୍ତ୍ତନ କରିବା ସହିତ Enter ଦାବନ୍ତୁ
02:36 ବର୍ତ୍ତମାନ, ଆୟତକ୍ଷେତ୍ର ଉପରେ ଟେକ୍ସଟ SPOKEN TUTORIAL ଟାଇପ୍ କରନ୍ତୁ
02:43 Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟେକ୍ସଟ ଅନୁସାରେ ଆୟତକ୍ଷେତ୍ରର ଆକାରକୁ ପରିବର୍ତ୍ତନ କରନ୍ତୁ
02:48 ତା’ପରେ, ଟେକ୍ସଟକୁ ଚୟନ କରନ୍ତୁ. ବର୍ତ୍ତମାନ, ଟେକ୍ସଟକୁ ଡୁପ୍ଲିକେଟ୍ କରିବା ପାଇଁ Ctrl + D ଦାବନ୍ତୁ
02:54 ଡୁପ୍ଲିକେଟ୍ ଟେକ୍ସଟ, ଅସଲ ଟେକ୍ସଟର ଠିକ୍ ଉପରେ ରହିବ
02:58 ଟେକ୍ସଟର କଲରକୁ ହ୍ଵାଇଟରେ ପରିବର୍ତ୍ତନ କରନ୍ତୁ, ତା’ପରେ Path ମେନୁକୁ ଯା’ନ୍ତୁ ଏବଂ Object to path ଅପଶନ୍ ଉପରେ କ୍ଲିକ୍ କରନ୍ତୁ
03:07 ବର୍ତ୍ତମାନ Object ମେନୁ ଉପରେ ଏବଂ ତା’ପରେ Ungroup ଅପଶନ୍ ଉପରେ କ୍ଲିକ୍ କରନ୍ତୁ
03:12 Path ମେନୁକୁ ପୁନର୍ବାର ଯା’ନ୍ତୁ ଏବଂ Union ଅପଶନ୍ ଉପରେ କ୍ଲିକ୍ କରନ୍ତୁ
03:17 Tool controls bar ଉପରେ ଥିବା Lower selection one step ଆଇକନ୍ ଉପରେ କ୍ଲିକ୍ କରନ୍ତୁ
03:23 ପୁଣି ଥରେ, Path ମେନୁକୁ ଯା’ନ୍ତୁ ଏବଂ ଏବେ Linked offset ଅପଶନ୍ ଉପରେ କ୍ଲିକ୍ କରନ୍ତୁ
03:30 ଟେକ୍ସଟ ଉପରେ ଦୃଶ୍ୟମାନ ହେଉଥିବା ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆଉଟଲାଇନକୁ ବଡ କରିବା ପାଇଁ ଏହାକୁ ଡ୍ରାଗ୍ କରନ୍ତୁ
03:37 Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ତା’ପରେ ଟେକ୍ସଟ ଉପରେ କ୍ଲିକ୍ କରିବା ସହିତ ଏହାକୁ ନିମ୍ନକୁ ଆଣନ୍ତୁ
03:43 ଏଠାରେ ଅନ୍ୟ ଏକ ଟେକ୍ସଟ ସୃଷ୍ଟି ହେବାର ଲକ୍ଷ୍ୟ କରନ୍ତୁ. ଟେକ୍ସଟକୁ ଚୟନ କରି ଏହାକୁ ଡିଲିଟ୍ କରନ୍ତୁ
03:49 ବର୍ତ୍ତମାନ, ଆଉଟଲାଇନ୍ ଅଂଶକୁ ଚୟନ କରନ୍ତୁ ଏବଂ Nodes ଟୂଲ୍ ଉପରେ କ୍ଲିକ୍ କରନ୍ତୁ
03:53 Tool controls bar ଉପରେ ଥିବା Convert selected object to path ଟୂଲ୍ ଉପରେ କ୍ଲିକ୍ କରନ୍ତୁ
03:58 ବର୍ତ୍ତମାନ ଆଉଟଲାଇନ୍ ଉପରେ ଥିବା ନୋଡଗୁଡିକୁ ଦେଖନ୍ତୁ. ଏଠରେ ପ୍ରଦର୍ଶିତ ହେବା ଭଳି, ମଧ୍ୟଭାଗରେ ଥିବା ଅନାବଶ୍ୟକ ନୋଡଗୁଡିକୁ ଚୟନ କରି ଡିଲିଟ୍ କରିଦିଅନ୍ତୁ
04:09 ପୁନର୍ବାର Selector ଟୂଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଟେକ୍ସଟକୁ ଏହାର ମୁଳ ସ୍ଥାନକୁ ଧରିଆଣନ୍ତୁ
04:14 ଟେକ୍ସଟର କଲରକୁ ଗ୍ରୀନରେ ପରିବର୍ତ୍ତନ କରନ୍ତୁ
04:18 ଆଉଟଲାଇନ୍ ଅଂଶକୁ ଚୟନ କରନ୍ତୁ ଏବଂ ଏହାକୁ ଡୁପ୍ଲିକେଟ୍ କରିବା ପାଇଁ Ctrl + D ଦାବନ୍ତୁ. ପୁଣି ଥରେ, ମନେରଖନ୍ତୁ ଯେ ଡୁପ୍ଲିକେଟ୍ ଆଉଟଲାଇନ୍ ଅସଲର ଠିକ୍ ଉପରେ ଅବସ୍ଥିତ ଅଛି
04:28 କଲରକୁ ବ୍ଲାକରେ ପରିବର୍ତ୍ତନ କରନ୍ତୁ
04:31 ତା’ପରେ Tool controls bar ଉପରେ ଥିବା Lower selection one step ଆଇକନ୍ ଉପରେ ତିନି ଥର କ୍ଲିକ୍ କରନ୍ତୁ
04:38 ଶେଷରେ, Fill and stroke ଡାଇଲଗ୍ ବକ୍ସ ମଧ୍ୟରେ, ଓପାସିଟୀ 60କୁ କମାଇଦିଅନ୍ତୁ ଏବଂ ବ୍ଲର୍ 7କୁ ବଢାଇଦିଅନ୍ତୁ
04:47 ଏହା କଲା ପରେ, ଲେବୁଲ୍ ପାଇଁ ଗୋଟିଏ ହ୍ୟାଙ୍ଗର୍ ସୃଷ୍ଟି କରନ୍ତୁ
04:50 ତେଣୁ Ellipse ଟୂଲ୍ ଉପରେ କ୍ଲିକ୍ କରନ୍ତୁ. ତା’ପରେ Ctrl କୀକୁ ଦାବି ଆୟତକ୍ଷେତ୍ରର ଉପର ବାମ ପଟେ ଗୋଟିଏ ବୃତ୍ତ ଡ୍ର କରନ୍ତୁ. ଯେହେତୁ ଲେବୁଲ୍ ଉପରେ ଗୋଟିଏ ଛିଦ୍ର ଆବଶ୍ୟକ ଅଟେ
05:00 ବୃତ୍ତକୁ ଡୁପ୍ଲିକେଟ୍ କରିବା ପାଇଁ Ctrl + Dକୁ ଦାବନ୍ତୁ. ଏବଂ ବୃତ୍ତକୁ ଆୟତକ୍ଷେତ୍ରର ଅନ୍ୟ ପ୍ରାନ୍ତକୁ ନେଇଯା’ନ୍ତୁ
05:06 ତା’ପରେ, Bezier ଟୂଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ ପ୍ରଦର୍ଶିତ ହେବା ଭଳି ଗୋଟିଏ କର୍ଭୀ ଲାଇନ୍ ଡ୍ର କରନ୍ତୁ
05:13 ଡ୍ର ହୋଇଥିବା ଲାଇନ୍ ଗୋଟିଏ ହ୍ୟାଙ୍ଗର୍ ଭଳି ଦେଖାଯିବା ଆବଶ୍ୟକ
05:16 Stroke style ଅଧିନରେ ଥିବା Fill and stroke ଡାଇଲଗ୍ ବକ୍ସ ଉପରେ ପ୍ରସ୍ଥକୁ 5ରେ ପରିବର୍ତ୍ତନ କରନ୍ତୁ
05:22 ବର୍ତ୍ତମାନ ଲେବୁଲଡ ଟେକ୍ସଟ ପ୍ରସ୍ତୁତ ଅଟେ. ଯୁମ୍ ଆଉଟ୍ କରି ଏହାକୁ ଭଲ ଭାବେ ଦେଖନ୍ତୁ
05:30 ତା’ପରେ, Inkscapeରେ କେସକୁ କିପରି ପରିବର୍ତ୍ତନ କରାଯାଏ ଚାଲନ୍ତୁ ଶିଖିବା
05:34 Text ଟୂଲ୍ ଉପରେ କ୍ଲିକ୍ କରନ୍ତୁ ଏବଂ canvas ଉପରେ ଆଲ୍ଫାବେଟଗୁଡିକୁ ଟାଇପ୍ କରନ୍ତୁ. ସମଗ୍ର ଟେକ୍ସଟ ଲୋୟର୍ କେସରେ ଥିବାର ଲକ୍ଷ୍ୟ କରନ୍ତୁ
05:43 ବର୍ତ୍ତମାନ Extensions ମେନୁକୁ ଯାଇ Text ନାମକ ଅପଶନ୍ ଏବଂ ତା’ପରେ Change Case ଉପରେ କ୍ଲିକ୍ କରନ୍ତୁ. କିଛି ଅପଶନଗୁଡିକୁ ଦେଖିବାକୁ ପାଇବେ
05:52 UPPERCASE ଅପଶନ୍ ଉପରେ କ୍ଲିକ୍ କରନ୍ତୁ. ଟେକ୍ସଟ ଆଲ୍ଫାବେଟଗୁଡିକର କେସ୍ ଅପର୍ କେସକୁ ପରିବର୍ତ୍ତନ ହେବାର ଲକ୍ଷ୍ୟ କରନ୍ତୁ
05:59 ପୁନର୍ବାର ଟେକ୍ସଟ ଉପରେ କ୍ଲିକ୍ କରନ୍ତୁ. Extensions ମେନୁକୁ ଯା’ନ୍ତୁ, ତା’ପରେ Text ଏବଂ ଶେଷରେ Change Caseକୁ ଯା’ନ୍ତୁ
06:07 ଏହିଥର, Random Case ଅପଶନକୁ ଚୟନ କରନ୍ତୁ. ଟେକ୍ସଟର କେସରେ ହେଉଥିବା ପରିବର୍ତ୍ତନକୁ ଲକ୍ଷ୍ୟ କରନ୍ତୁ
06:13 ଅନ୍ୟ ଅପଶନଗୁଡିକୁ ଆପଣ ନିଜେ ଚେଷ୍ଟା କରନ୍ତୁ
06:16 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ
06:19 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ

ପ୍ରତିଫଳିତ ଟେକ୍ସଟ Labeled ଟେକ୍ସଟ ଏବଂ ଟେକ୍ସଟର କେସକୁ lowercaseରୁ uppercase ଏବଂ random-caseକୁ ପରିବର୍ତ୍ତନ କରିବା ଶିଖିଲେ

06:31 ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି. ଗୋଟିଏ ସମତଳ ଉପରେ ପ୍ରତିଫଳିତ INKSCAPE ଟେକ୍ସଟ ସୃଷ୍ଟି କରନ୍ତୁ
06:37 ଟେକ୍ସଟ Inkscape ସୃଷ୍ଟି କରନ୍ତୁ ଏବଂ ଟେକ୍ସଟ କେସକୁ Flip caseରେ ପରିବର୍ତ୍ତନ କରନ୍ତୁ
06:42 ଆପଣଙ୍କ ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବ ଉଚିତ
06:45 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଦେଖନ୍ତୁ
06:51 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
06:58 ଅଧିକ ବିବରଣୀ ପାଇଁ, ଦୟାକରି ଆମକୁ ଲେଖନ୍ତୁ
07:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
07:06 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
07:10 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep