Inkscape/C2/Create-and-edit-multiple-objects/Oriya

From Script | Spoken-Tutorial
Jump to: navigation, search
Time Narration
00:01 Inkscape ବ୍ୟବହାର କରି Create and edit multiple objects ଉପରେ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:08 ଏହି tutorial ରେ ଆମେ ଶିଖିବା objects କୁ copy ଓ paste କରିବା
00:13 Objects ର duplicate ଓ clone କରିବା
00:16 ବିଭିନ୍ନ Objects କୁ group ଓ Order କରିବା
00:19 Multiple ଓ invert selection କରିବା
00:22 Clipping ଓ Masking କରିବା
00:25 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି Ubuntu Linux OS ଭର୍ସନ୍ 12.04
00:31 Inkscape ଭର୍ସନ୍ 0.48.4
00:35 Dash home କୁ ଯାଆନ୍ତୁ ଓ Inkscape ଟାଇପ୍ କରନ୍ତୁ
00:39 Logo ଉପରେ କ୍ଲିକ୍ କରି ମଧ୍ୟ ଆପଣ Inkscape ଖୋଲିପାରିବେ
00:42 ଚାଲନ୍ତୁ ପୂର୍ବରୁ ତିଆରି କରାଯାଇଥିବା Assignment_1.svg ଫାଇଲକୁ ଖୋଲିବା
00:49 ମୁଁ ଏହାକୁ Documents ଫୋଲଡର୍ ଭିତରେ ସେଭ୍ କରିଥିଲି
00:52 ପ୍ରଥମେ ଆମେ ଗୋଟିଏ objectକୁ କିପରି copy ଓ paste କରାଯାଏ, ଶିଖିବା
00:56 ଏହା କରିବା ପାଇଁ ପ୍ରଥମେ pentagon ସିଲେକ୍ଟ କରନ୍ତୁ
01:02 ବର୍ତ୍ତମାନ ଏହାକୁ copy କରିବା ପାଇଁ Ctrl + C ଦାବନ୍ତୁ
01:07 ପେଷ୍ଟ କରିବା ପାଇଁ Ctrl + V ଦାବନ୍ତୁ. ଆପଣ କ୍ୟାନଭାସ୍ ଉପରେ pentagonର ଏକ ପ୍ରତିରୂପ ଦେଖିପାରିବେ
01:17 ଅନ୍ୟ ତିନୋଟି ଉପାୟରେ ଅବଜେକ୍ଟର ପ୍ରତିରୂପ କରିହେବ
01:21 ଏହି ସମସ୍ତ ତିନୋଟି ଉପାୟରେ ମୂଳ ଅବଜେକ୍ଟର ଠିକ୍ ଉପରେ ତାହାର ପ୍ରତିରୂପ ତିଆରି ହୁଏ
01:29 ପ୍ରଥମ ଉପାୟ ହେଉଛି Paste Special
01:32 ମନେପକାନ୍ତୁ ଯେ, ଆମେ ଅବଜେକ୍ଟର copy କରିବା ପାଇଁ Ctrl + C ଦାବିସାରିଛେ
01:38 ଯେଉଁଠାରୁ କପୀ କରାଯାଇଥିଲା ଠିକ୍ ସେହି ସ୍ଥାନରେ ଅବଜେକ୍ଟ ପେଷ୍ଟ କରିବାକୁ Ctrl + Alt + V ଦାବନ୍ତୁ
01:47 ତଳେଥିବା ମୂଳ ଅବଜେକ୍ଟକୁ ଦେଖିବା ପାଇଁ କପି ହୋଇଥିବା ଅବଜେକ୍ଟକୁ ଘୁଞ୍ଚାନ୍ତୁ
01:54 ଚାଲନ୍ତୁ ଏହି ଦୁଇ ଅବଜେକ୍ଟକୁ ଘୁଞ୍ଚାଇ କଡରେ ରଖିଦେବା
01:57 ଦ୍ଵିତୀୟ ଉପାୟ ହେଉଛି Duplication. Duplication କରିବା ପାଇଁ ଆମକୁ ଅବଜେକ୍ଟ କପି କରିବାକୁ ପଡିବନାହିଁ
02:05 Pentagon ସିଲେକ୍ଟ କରି କିବୋର୍ଡରେ Ctrl + D ଦାବନ୍ତୁ
02:13 ବର୍ତ୍ତମାନ ଏକ ଡୁପ୍ଲିକେଟ୍ ପେଣ୍ଟାଗନ୍, ଓରିଜିନାଲ୍ ପେଣ୍ଟାଗନ୍ ର ଠିକ୍ ଉପରେ ତିଆରି ହେଲା
02:19 ମୂଳ ଅବଜେକ୍ଟକୁ ଦେଖିବା ପାଇଁ ଡୁପ୍ଲିକେଟ ଅବଜେକ୍ଟକୁ ଘୁଞ୍ଚାନ୍ତୁ
02:25 ଡୁପ୍ଲିକେଟ ଅବଜେକ୍ଟରେ ହୋଇଥିବା ପରିବର୍ତ୍ତନ ମୂଳ ଅବଜେକ୍ଟକୁ ପ୍ରଭାବିତ କରିବନାହିଁ
02:32 ଚାଲନ୍ତୁ ଏହାର ରଙ୍ଗକୁ ସବୁଜରେ ପରିବର୍ତ୍ତନ କରି ଏବଂ ଆକାରକୁ ହ୍ରାସ କରି ଯାଞ୍ଚ କରିବା
02:40 ତୃତୀୟ ଉପାୟ ହେଉଛି Cloning
02:44 Ellipse ଉପରେ କ୍ଲିକ କରନ୍ତୁ ଏବଂ ଏକ clone କରିବା ପାଇଁ Alt + D ଦାବନ୍ତୁ
02:49 ପୂର୍ବପରି କ୍ଲୋନ ଅବଜେକ୍ଟ, ମୂଳ ଅବଜେକ୍ଟର ଠିକ ଉପରେ ତିଆରି ହେଲା
02:55 ଏହାକୁ ଦୃଶ୍ୟମାନ କରାଇବା ପାଇଁ ଗୋଟିଏ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
02:58 ମନେରଖନ୍ତୁ, କ୍ଲୋନ ଅବଜେକ୍ଟ ସର୍ବଦା ମୂଳ ଅବଜେକ୍ଟ ସହିତ ଲିଙ୍କ ହୋଇକରି ଥିବ
03:04 ମୂଳ ଅବଜେକ୍ଟକୁ ଏହାର ପ୍ୟାରେଣ୍ଟ୍ ବୋଲି ମଧ୍ୟ କୁହାଯାଏ
03:08 ମୂଳ ଅବଜେକ୍ଟର ଆକାର, ରଙ୍ଗ, ଇତ୍ୟାଦିରେ କୌଣସି ପରିବର୍ତ୍ତନ, ତାହାର cloneକୁ ପ୍ରଭାବିତ କରିବ
03:16 ମୂଳ ଅବଜେକ୍ଟର ରଙ୍ଗ ଗୋଲାପୀକୁ ବଦଳାଇ, ଏହାକୁ ଘୂରାଇ ଏବଂ ଆକାରକୁ ଛୋଟକରି ଚାଲନ୍ତୁ ଏହାକୁ ଯାଞ୍ଚ କରିବା
03:30 ଦେଖନ୍ତୁ, ସମାନ ପରିବର୍ତ୍ତନ କ୍ଲୋନ ଅବଜେକ୍ଟ ଉପରେ ଆପେଆପେ ହୋଇଗଲା
03:36 Clone କୁ ମୂଳ ଅବଜେକ୍ଟରୁ ଅଲଗା କରିବା ପାଇଁ, ପ୍ରଥମେ cloneକୁ ସିଲେକ୍ଟ କରନ୍ତୁ ଓ Shift + Alt + D ଦାବନ୍ତୁ
03:44 ଏବେ, ପୁଣିଥରେ ମୂଳ ଅବଜେକ୍ଟକୁ ସିଲେକ୍ଟ କରି ଆକାର ବଦଳାନ୍ତୁ
03:50 ଦେଖନ୍ତୁ, କ୍ଲୋନ ଅବଜେକ୍ଟଟି ପ୍ରଭାବିତ ହେବ ନାହିଁ
03:54 ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ ଗୁଡ଼ିକୁ command bar ରେ ଦେଖିବାକୁ ପାଇବେ
04:01 ଏକାଧିକ ଅବଜେକ୍ଟ ସିଲେକ୍ଟ କରିବା ପାଇଁ, Shift କି କୁ ଦାବିଧରି ସିଲେକ୍ଟ କରିବାକୁ ଚାହୁଥିବା ଅବଜେକ୍ଟଗୁଡ଼ିକ ଉପରେ କ୍ଲିକ କରନ୍ତୁ
04:08 ମୁଁ ପ୍ରଥମେ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି. ତା’ପରେ Shift କୁ ଦାବିଧରି ଆଉ ଗୋଟିଏ ଏଲିପ୍ସ ସିଲେକ୍ଟ କରିବି
04:15 ଦେଖନ୍ତୁ, ଉଭୟ ଅବଜେକ୍ଟସ୍ ସିଲେକ୍ଟ ହୋଇଗଲା
04:19 ସେଗୁଡ଼ିକୁ ଗ୍ରୁପ୍ କରିବା ପାଇଁ ଏକାସଙ୍ଗେ Ctrl + G ଦାବନ୍ତୁ
04:24 ଦେଖନ୍ତୁ, ଏଲିପ୍ସଗୁଡିକ ଗ୍ରୁପ୍ ହୋଇ ଗୋଟିଏ ଅବଜେକ୍ଟ ହୋଇଗଲା
04:28 ଆପଣ ସେଗୁଡ଼ିକୁ ଚାରିଆଡ଼େ ବୁଲାଇଲେ, ଉଭୟ ଅବଜେକ୍ଟ ଗୋଟିଏ ଅବଜେକ୍ଟ ଭଳି ଘୁଞ୍ଚିବାର ଦେଖିବେ
04:35 ଗ୍ରୁପ୍ କୁ ରିସାଇଜ୍ କରିବା ପାଇଁ ଚେଷ୍ଟା କଲେ ଉଭୟ ଅବଜେକ୍ଟ ସମାନ ଅନୁପାତରେ ରିସାଇଜ୍ ହେବ
04:43 ରଙ୍ଗକୁ ନୀଳ କରନ୍ତୁ ଏବଂ ଉଭୟ ଅବଜେକ୍ଟ ସମାନ ରଙ୍ଗକୁ ବଦଳି ଯିବାର ଦେଖନ୍ତୁ
04:53 ଗ୍ରୁପ୍ ରେ ଥିବା କୌଣସି ଗୋଟିଏ ଅବଜେକ୍ଟର ପ୍ରପର୍ଟି ବଦଳାଇବାକୁ ଚାହିଁଲେ, ଆମେ କ’ଣ କରିବା?
05:01 ଗ୍ରୁପ୍ ମଧ୍ୟରେ ଥିବା କୌଣସି ଗୋଟିଏ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ, Ctrl କୁ ଦାବି ତାହା ଉପରେ କ୍ଲିକ୍ କରନ୍ତୁ
05:08 ଏହିପରି, ଆମେ ଗ୍ରୁପ୍ ଭିତରେ ପ୍ରବେଶ କରି ପୃଥକ୍ ଅବଜେକ୍ଟ ଚୟନ କରିପାରିବା
05:13 ଗ୍ରୁପ୍ ରୁ ବାହାରିବା ପାଇଁ, କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
05:18 ଅବଜେକ୍ଟଗୁଡିକୁ ଅନଗ୍ରୁପ କରିବା ପାଇଁ, ପ୍ରଥମେ ଗ୍ରୁପ ସିଲେକ୍ଟ କରି Ctrl + Shift + G କିମ୍ବା Ctrl + U ଦାବନ୍ତୁ
05:28 ଏବେ, ଏଲିପ୍ସଗୁଡିକ ଅନଗ୍ରୁପ ହୋଇଗଲେ
05:31 ଏହି ଅପରେସନଗୁଡିକର ସର୍ଟକଟ ଆଇକନ୍ସ, ପ୍ରଦର୍ଶିତ କମାଣ୍ଡ ବାରରେ ଅଛି
05:36 କାନଭାସରେ ଥିବା ସମସ୍ତ ଅବଜେକ୍ଟକୁ ସିଲେକ୍ଟ କରିବା ପାଇଁ Ctrl + A ଦାବନ୍ତୁ
05:42 କାନଭାସରେ ଖାଲିଥିବା ଯେକୌଣସି ସ୍ଥାନରେ କ୍ଲିକ୍ କଲେ ଅବଜେକ୍ଟଗୁଡିକ ଅନ୍-ସିଲେକ୍ଟ ହୋଇଯିବ
05:48 ଗୋଟିଏ ଅବଜେକ୍ଟ କୁ ଛାଡି, ବାକି ଅବଜେକ୍ଟଗୁଡିକୁ ସିଲେକ୍ଟ କରିବା ପାଇଁ ଆମେ Invert Selection option ବ୍ୟବହାର କରିପାରିବା
05:55 ଯେପରି, ଯଦି ଆମେ ଆରୋ ବ୍ୟତୀତ ଅନ୍ୟ ସମସ୍ତ ଅବଜେକ୍ଟ ସିଲେକ୍ଟ କରିବାକୁ ଚାହୁଁଥିବା
05:59 ତେବେ, ପ୍ରଥମେ ଆରୋ ଉପରେ କ୍ଲିକ୍ କରି Edit ମେନୁରେ ଥିବା Invert selection ରେ କ୍ଲିକ୍ କରିବା
06:08 ଦେଖନ୍ତୁ, କାନଭାସରେ ଆରୋ ବ୍ୟତୀତ ସମସ୍ତ ଅବଜେକ୍ଟ ସିଲେକ୍ଟ ହୋଇଛି
06:16 ଏବେ, ଅବଜେକ୍ଟଗୁଡିକୁ କ୍ରମରେ ରଖିବା ବିଷୟରେ ଶିଖିବା
06:20 ମୁଁ ଛୋଟ ପେଣ୍ଟାଗନକୁ ବଡ ପେଣ୍ଟାଗନ ଉପରକୁ ଘୁଞ୍ଚାଇବି
06:25 ବର୍ତ୍ତମାନ, ଗୋଟିଏ ଷ୍ଟାର ଆଙ୍କି ତାହାକୁ ଛୋଟ ପେଣ୍ଟାଗନ ଉପରେ ରଖିବା
06:36 ଛୋଟ ପେଣ୍ଟାଗନକୁ ସିଲେକ୍ଟ କରି, Object ମେନୁରେ ଥିବା Raise ଉପରେ କ୍ଲିକ କରନ୍ତୁ
06:42 ଦେଖନ୍ତୁ, ଛୋଟ ପେଣ୍ଟାଗନଟି ଏବେ ବଡ ହୋଇ ଷ୍ଟାର ଉପରକୁ ଚାଲିଆସିଲା
06:47 ଏବେ, ଷ୍ଟାର ଉପରେ କ୍ଲିକ କରି Object ମେନୁରେ ଥିବା Lower ଉପରେ କ୍ଲିକ କରନ୍ତୁ
06:53 ବର୍ତ୍ତମାନ, ଷ୍ଟାର ତଳକୁ ଚାଲିଯିବ ଏବଂ ତାହା ଉପରେ ଏବେ ବଡ ପେଣ୍ଟାଗନ ଦୃଶ୍ୟମାନ ହେବ
07:00 ମୁଁ ଏବେ ବଡ ପେଣ୍ଟାଗନ ଉପରେ କ୍ଲିକ କରି Object ମେନୁରେ ଥିବା Raise to top ଉପରେ କ୍ଲିକ କରିବି. ବଡ ପେଣ୍ଟାଗନଟି ଏବେ ଉପରେ ଦେଖାଗଲା
07:11 ପୁନର୍ବାର Object ମେନୁରେ ଥିବା Lower to bottom ଉପରେ କ୍ଲିକ କରିବି. ଦେଖନ୍ତୁ, ବଡ ପେଣ୍ଟାଗନଟି ଏବେ ତଳକୁ ଚାଲିଗଲା
07:20 ଆମେ ଏହି ଅପ୍ସନଗୁଡିକ Tool controls bar ରେ ମଧ୍ୟ ପାଇପାରିବା
07:25 ଏହାପରେ କିପରି Clipping କରାଯାଏ, ଶିଖିବା
07:28 Clipping ଆପଣଙ୍କର ଜଟିଳ ଅବଜେକ୍ଟଗୁଡିକୁ ଦ୍ରୁତ
07:31 ଓ ସରଳତାର ସହ ସେଗୁଡ଼ିକର ପୂର୍ଣ୍ଣ ଆକାରକୁ ବଦଳାଇ
07:35 ଆପଣଙ୍କ ଡିଜାଇନର ଅନ୍ୟ element ବା ଆକାରକୁ ତାହା ଅନୁରୂପ କରିଥାଏ
07:39 ଏହି ପ୍ରଦର୍ଶନ ପାଇଁ ମୋ ପାଖରେ ଥିବା ଏକ ନୂଆ Inkscape ଫାଇଲରେ ଥିବା ଗୋଟିଏ ଇମେଜ୍ ବ୍ୟବହାର କରିବି
07:45 ଏହି image ଉପରେ ମୁଁ ଗୋଟିଏ ଏଲିପ୍ସ ଆଙ୍କିବି
07:49 ଏବେ, ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ
07:53 ଅବଜେକ୍ଟ ମେନୁକୁ ଯାଇ Clip ଉପରେ ଓ ତା’ପରେ Set ଉପରେ କ୍ଲିକ କରନ୍ତୁ
07:59 ବର୍ତ୍ତମାନ ଦେଖନ୍ତୁ ଯେ, ଇମେଜଟି ଏଲିପ୍ସର ଆକାର ସହ କ୍ଲିପ ହୋଇଯାଇଛି
08:04 କ୍ଲିପିଂରେ, କ୍ଲିପ ଭାବରେ ବ୍ୟବହୃତ ଅବଜେକ୍ଟର ଆକାର, ଦୃଶ୍ୟମାନ ଏରିଆକୁ ବୁଝାଇଥାଏ
08:09 ଆମେ Object ମେନୁକୁ ଫେରି ପ୍ରଥମେ Clip ଉପରେ ଓ ତା’ପରେ Release ଉପରେ କ୍ଲିକ କରି କ୍ଲିପକୁ ହଟାଇ ପାରିବା
08:17 ବର୍ତ୍ତମାନ clip ହଟିଗଲା
08:19 ଏହାପରେ Masking କରିବା ବିଷୟରେ ଶିଖିବା
08:22 Masking, Clipping ପରି ସମାନ ଅଟେ
08:25 Masking ରେ ଗୋଟିଏ ଅବଜେକ୍ଟର transparency ବା lightness, ଦ୍ଵିତୀୟ ଅବଜେକ୍ଟର opacityକୁ ନିର୍ଦ୍ଧାରଣ କରିଥାଏ
08:32 Maskingକୁ ଦେଖାଇବା ପାଇଁ ମୁଁ ପ୍ରଥମେ ଗ୍ରେଡିଏଣ୍ଟ ଟୁଲ ବ୍ୟବହାର କରି ଏଲିପ୍ସକୁ ଅର୍ଦ୍ଧ-ପାରଦର୍ଶୀ କରିବି
08:38 ବର୍ତ୍ତମାନ ଏଲିପ୍ସକୁ ସିଲେକ୍ଟ କରନ୍ତୁ
08:40 Object ମେନୁକୁ ଯାଆନ୍ତୁ. Fill and stroke ଉପରେ କ୍ଲିକ କରନ୍ତୁ
08:44 Radial gradient ଉପରେ କ୍ଲିକ କରି Edit ଉପରେ କ୍ଲିକ କରନ୍ତୁ
08:50 କଲରକୁ ଧଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୁରା ଡାହାଣକୁ ଘୁଞ୍ଚାନ୍ତୁ
09:00 Stop ଡ୍ରପ ଡାଉନ ଆରୋ ଉପରେ କ୍ଲିକ କରନ୍ତୁ ଏବଂ ଅନ୍ୟ Stopକୁ ସିଲେକ୍ଟ କରନ୍ତୁ
09:05 କଲରକୁ କଳା କରିବା ପାଇଁ RGB ସ୍ଲାଇଡର୍ସକୁ ପୂରା ବାମକୁ ଘୁଞ୍ଚାଇନିଅନ୍ତୁ ଏବଂ alphaର ଭାଲ୍ୟୁକୁ 255କୁ ବଦଳାନ୍ତୁ
09:15 ମଝିରେ ଅନ୍ୟ ଏକ କଲର ଦେବାପାଇଁ Add stop ଉପରେ କ୍ଲିକ କରନ୍ତୁ
09:20 Node tool ଉପରେ କ୍ଲିକ କରି ଡାଇମଣ୍ଡ ହ୍ୟାଣ୍ଡଲକୁ ଉପର ଆଡକୁ ଘୁଞ୍ଚାନ୍ତୁ
09:27 ଏବେ ଇମେଜ ଓ ଏଲିପ୍ସକୁ ସିଲେକ୍ଟ କରନ୍ତୁ
09:30 Object ମେନୁକୁ ଯାଆନ୍ତୁ
09:32 ପ୍ରଥମେ Mask ଉପରେ ଏବଂ ତା’ପରେ Set ଉପରେ କ୍ଲିକ କରନ୍ତୁ
09:36 ଦେଖନ୍ତୁ, ଇମେଜ ଉପରେ ଏକ mask ତିଆରି ହୋଇଗଲା
09:40 ଲକ୍ଷ୍ୟ କରନ୍ତୁ ଯେ, ଇମେଜଟି masking ଅବଜେକ୍ଟର ସମସ୍ତ ପାରଦର୍ଶି ଗୁଣକୁ ଆହରଣ କରିଛି, ଯାହା ଏଲିପ୍ସ ଅଟେ
09:47 ମାସ୍କକୁ ହଟାଇବା ପାଇଁ Object ମେନୁକୁ ଫେରନ୍ତୁ
09:51 ପ୍ରଥମେ Mask ଉପରେ ଏବଂ ତା’ପରେ Release ଉପରେ କ୍ଲିକ କରନ୍ତୁ
09:54 ବର୍ତ୍ତମାନ maskଟି ହଟିଗଲା
09:56 ସଂକ୍ଷିପ୍ତରେ,ଏହି ଟ୍ୟୁଟୋରିଆଲରେ ଆମେ ଅବଜେକ୍ଟ Copy ଓ paste କରିବା
10:02 ଅବଜେକ୍ଟ Duplicate ଓ clone କରିବା
10:05 ବିଭିନ୍ନ ଅବଜେକ୍ଟ Group ଓ Order କରିବା
10:08 Multiple selection ଓ invert selection
10:10 Clipping ଓ Masking କରିବା ବିଷୟରେ ଶିଖିଲେ
10:12 ଏଠାରେ ଆପଣଙ୍କ ପାଇଁ ଦୁଇଟି ଆସାଇନମେଣ୍ଟ ଅଛି
10:15 ପାଉଁଶିଆ ରଙ୍ଗର ଏକ ଭର୍ଟିକଲ୍ ଏଲିପ୍ସ ଏବଂ କଳା ରଙ୍ଗର ଏକ ବୃତ୍ତ ଆଙ୍କନ୍ତୁ
10:20 ବୃତ୍ତଟିକୁ ଏଲିପ୍ସର ଉପର କେନ୍ଦ୍ରରେ ରଖନ୍ତୁ
10:23 ଏହା ଏକ ଆଖି ଭଳି ଦେଖାଯିବା ଉଚିତ
10:25 ବର୍ତ୍ତମାନ ସେଗୁଡ଼ିକୁ ଗ୍ରୁପ କରନ୍ତୁ
10:27 ଆଉ ଗୋଟିଏ ଆଖି ବନାଇବା ପାଇଁ ଏକ clone କ୍ରିଏଟ୍ କରନ୍ତୁ
10:31 ଆଖି ଦୁଇଟିକୁ ଦୃଶ୍ୟମାନ କରିବାପାଇଁ ତାହାକୁ ପାର୍ଶ୍ୱକୁ ଘୁଞ୍ଚାନ୍ତୁ
10:35 ନୀଳ ରଙ୍ଗର ଏକ ବୃତ୍ତ ଏବଂ ନାଲି ରଙ୍ଗର ଏକ ବର୍ଗକ୍ଷେତ୍ର ବନାନ୍ତୁ
10:40 ବର୍ଗକ୍ଷେତ୍ରର ଏକ ନକଲ କରନ୍ତୁ ଏବଂ ଦୁଇ ବର୍ଗକ୍ଷେତ୍ରକୁ ତେର୍ଛା ବିପରୀତ ଦିଗରେ ରଖନ୍ତୁ
10:45 ଉଭୟ ବର୍ଗକ୍ଷେତ୍ରକୁ ସିଲେକ୍ଟ କରି ସେଗୁଡ଼ିକୁ ଗୋଟିଏ ଅବଜେକ୍ଟରେ ଗ୍ରୁପ କରନ୍ତୁ
10:50 ଗ୍ରୁପ ହୋଇଥିବା ବର୍ଗକ୍ଷେତ୍ରଗୁଡ଼ିକର ଉପର କେନ୍ଦ୍ରରେ ବୃତ୍ତକୁ ରଖନ୍ତୁ
10:54 ଉଭୟକୁ ସିଲେକ୍ଟ କରି clip କରନ୍ତୁ. ଏହା ଏକ ଧନୁ ପରି ଦେଖାଯିବା ଦରକାର
11:00 ଆପଣଙ୍କର ସମ୍ପୂର୍ଣ୍ଣ ହୋଇଥିବା ଆସାଇନମେଣ୍ଟ ଏହି ଭଳି ଦେଖାଯିବା ଉଚିତ
11:03 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ ଟ୍ୟୁଟୋରିଆଲକୁ ସାରାଂଶିତ କରେ. ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ ନାହିଁ, ଏହାକୁ ଡାଉନଲୋଡ କରି ଦେଖିପାରିବେ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ତ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
11:21 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:23 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ
11:31 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:35 ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:38 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep