Inkscape/C2/Create-and-Format-Text/Oriya

From Script | Spoken-Tutorial
Jump to: navigation, search
Time Narration
00:01 Inkscape ପ୍ରୟୋଗ କରି Create and format text ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏଥିରେ ଆମେ ନିମ୍ନ ବିଷୟରେ ଶିଖିବା

ଟେକ୍ସଟ୍ ଇନ୍ସର୍ଟ କରିବା ଟେକ୍ସଟ୍ କୁ ଫର୍ମାଟ୍ ଓ ଆଲାଇନ୍ କରିବା ସ୍ପେସିଙ୍ଗ୍ ଓ ବୁଲେଟ୍

00:15 ସରଳ ଫ୍ଲାୟର କିପରି ତିଆରି କରାଯାଇଥାଏ, ତାହା ମଧ୍ୟ ଆମେ ଶିଖିବା
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି

ଉବୁଣ୍ଟୁ ଲିନକ୍ସ 12.04 OS Inkscape ଭର୍ସନ୍ 0.48.4

00:29 ମୁଁ ଏହି ଟ୍ୟୁଟୋରିଆଲ୍ କୁ ଅଧିକତମ ରିଜୋଲ୍ୟୁଶନ୍ ମୋଡ୍ ରେ ରେକର୍ଡ କରିବି. ପ୍ରଦର୍ଶିତ ହେବାକୁ ଥିବା ସମସ୍ତ ଟୂଲ୍ସକୁ ଏହା ସମାହିତ କରିବ
00:38 Inkscape ଖୋଲନ୍ତୁ
00:40 Tool box ରୁ Text tool ବ୍ୟବହାର କରି ଟେକ୍ସଟ୍ ଇନ୍ସର୍ଟ କରାଯାଇପାରିବ
00:45 ଆମେ ଟେକ୍ସଟ୍ କୁ ଦୁଇଟି ଉପାୟରେ ଯୋଡିପାରିବା

ରେଗୁଲାର୍ (Regular) ଟେକ୍ସଟ୍ ଫ୍ଲୋଡ୍ (Flowed) ଟେକ୍ସଟ୍

00:50 ପ୍ରଥମେ ଆମେ ରେଗୁଲାର୍ ଟେକ୍ସଟ୍ ବିଷୟରେ ଶିଖିବା. Text tool ଉପରେ କ୍ଲିକ୍ କରି କାନଭାସ୍ ଉପରେ କ୍ଲିକ୍ କରନ୍ତୁ
00:57 Spoken ଶଦ୍ଦ ଟାଇପ୍ କରି ଦେଖନ୍ତୁ କି ଟେକ୍ସଟ୍ ବକ୍ସ ଟେକ୍ସଟକୁ ସମାହିତ କରବା ପାଇଁ ବଡ ହୋଇଯାଉଛି
01:03 ଲାଇନ୍ ବ୍ରେକ୍ ଗୁଡିକୁ ମାନୁଆଲୀ ଯୋଡିବାକୁ ପଡିଥାଏ. ଏଣୁ ପରବର୍ତ୍ତୀ ଲାଇନ୍ କୁ ଯିବା ପାଇଁ ଏଣ୍ଟର ଦବାନ୍ତୁ ଏବଂ ଟାଇପ୍ କରନ୍ତୁ Tutorial
01:11 ଶଦ୍ଦକୁ ପୁର୍ବ ଲାଇନ୍ କୁ ନେବାପାଇଁ, କର୍ସରକୁ ଅକ୍ଷର T’ ପୁର୍ବରୁ ରଖନ୍ତୁ. ଏବେ backspace ଦବାନ୍ତୁ ଏବଂ ଦୁଇଟି ଶଦ୍ଦ ମଧ୍ୟରେ ସ୍ପେସ୍ ଦିଅନ୍ତୁ
01:22 ସେହିପରି , Spoken Tutorial ତଳେ ଏକ ନୂଆ ଲାଇନ୍ ରେ http://spoken-tutorial.org/ ଟାଇପ୍ କରନ୍ତୁ
01:33 ଏବେ ଆମେ Flowed text ଦ୍ୱାରା ଟେକ୍ସଟ୍ କୁ ଏଣ୍ଟର୍ କରିବା ବିଷୟରେ ଶିଖିବା
01:38 ଏଥର ମୁଁ ଲିବର୍ ଅଫିସ୍ ରାଇଟର୍ ଫାଇଲ୍ ରୁ ଟେକ୍ସଟ୍ କପି କରିବି ଯାହା ମୁଁ ପୂର୍ବରୁ ସେଭ୍ କରିଥିଲି
01:45 ସମଗ୍ର ଟେକ୍ସଟ୍ ଚୟନ କରିବା ପାଇଁ Ctrl + A ଦବାନ୍ତୁ ଏବଂ ତାହାକୁ କପି କରିବା ପାଇଁ Ctrl + C' ଦବାନ୍ତୁ
01:52 ଏବେ, Inkscape କୁ ଫେରିଆସନ୍ତୁ. ନିଶ୍ଚିତ କରନ୍ତୁ କି ଟେକ୍ସଟ୍ ଟୁଲ୍ ଚୟନିତ ହୋଇଛି.
01:58 କାନଭାସ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଆୟତାକାର କିମ୍ୱା ବର୍ଗାକାର ଟେକ୍ସଟ୍ କ୍ଷେତ୍ର ତିଆରି କରିବା ପାଇଁ ଟାଣନ୍ତୁ
02:03 ଦେଖନ୍ତୁ, ମାଉସ୍ ବଟନ୍ କୁ ଛାଡିବା ପରେ କାନଭାସ୍ ଉପରେ ଏକ ନୀଳ ଆୟତାକାର ବକ୍ସ ତିଆରି ହୋଇଗଲା
02:10 ଏବେ ଟେକ୍ସଟ୍ ବକ୍ସ ଭିତରେ, ଉପର ବାମପଟ କୋଣରେ ବ୍ଲିଙ୍କ୍ କରୁଥିବା Text Prompt କୁ ଦେଖନ୍ତୁ
02:17 'Ctrl + V' ଦବାଇ କପୀ ହୋଇଥିବା ଟେକ୍ସଟ୍ କୁ ପେଷ୍ଟ କରନ୍ତୁ
02:22 ଦେଖନ୍ତୁ, ଟେକ୍ସଟ୍ ବକ୍ସର ରଙ୍ଗ ବଦଳିକରି ଲାଲ୍ ହୋଇଗଲା
02:25 ଏହାର କାରଣ ହେଉଛି, ଏଣ୍ଟର କରାଯାଇଥିବା ଟେକ୍ସଟ୍, ଟେକ୍ସଟ୍ ବକ୍ସ ବାଉଣ୍ଡ୍ରୀଠାରୁ ଅଧିକ ହୋଇଯାଇଛି
02:31 ଟେକ୍ସଟ୍ ବକ୍ସର ଡହାଣ କୋଣରେ ଥିବା ଛୋଟ ଡାୟମଣ୍ଡ ହ୍ୟାଣ୍ଡଲ୍ ପ୍ରୟୋଗ କରି ଆମେ ଏହାକୁ ଠିକ୍ କରିପାରିବା
02:38 ଏହା ଉପରେ କ୍ଲିକ୍ କରି ସେପର୍ଯ୍ୟନ୍ତ ଟାଣନ୍ତୁ ଯେପର୍ଯ୍ୟନ୍ତ ରଙ୍ଗ ନୀଳ ହୋଇନଯାଇଛି
02:44 ଟେକ୍ସଟ୍ ର ଶେଷ ବାକ୍ୟ ପୂର୍ବ ବାକ୍ୟ ସହିତ ଯୋଡ଼ି ହୋଇଗଲା
02:48 ତାହାକୁ ଅଲଗା କରିବା ପାଇଁ ଶେଷ ବାକ୍ୟ ଆରମ୍ଭରେ ଦୁଇଥର ଏଣ୍ଟର ଦବାନ୍ତୁ
02:53 ଏହାପରେ, ବିଭିନ୍ନ ଫର୍ମାଟିଙ୍ଗ୍ ବିକଳ୍ପଗୁଡିକ ବିଷୟରେ ଶିଖିବା . ଶଦ୍ଦ Spoken Tutorial ଉପରେ କ୍ଲିକ୍ କରନ୍ତୁ
03:01 Main menu କୁ ଯାଇ, Text ଓ ତା’ପରେ Text and Font ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
03:09 Font ଓ Text ନାମକ ଦୁଇଟି ବିକଳ୍ପ ସହିତ ଏକ ଡାୟଲଗ୍ ବକ୍ସ ଦେଖାଯାଇଥାଏ . Font ଟ୍ୟାବ୍ ରେ ଅନେକ ବିକଳ୍ପ ଅଛି
03:17 Font family ରେ ସମସ୍ତ ଫଣ୍ଟର ତାଲିକା ଅଛି . ଆପଣ ନିଜ ପସନ୍ଦର ଯେକୌଣସି ଫଣ୍ଟ ବାଛିପାରନ୍ତି
03:25 ଆପଣ ପ୍ରିଭ୍ୟୁ ବକ୍ସରେ ଚୟନିତ ଫଣ୍ଟକୁ ଦେଖିପାରିବେ. ମୋର ଚୟନିତ ଫଣ୍ଟ ହେଉଛି Bitstream Charter
03:33 ଚାରୋଟି Style ବିକଳ୍ପ ହେଉଛି Normal, Italic, Bold' ଓ 'Bold Italic. ନିଜ ଆବଶ୍ୟକତା ଅନୁଯାୟୀ ଷ୍ଟାଇଲ୍ ବାଛନ୍ତୁ. ମୁଁ Bold ଚୟନ କରିବି
03:46 ଫଣ୍ଟ ସାଇଜ୍ ବଦଳାଇବାପାଇଁ, ଡ୍ରପ୍ ଡାଉନ୍ ଆରୋ ଉପରେ କ୍ଲିକ୍ କରି, ସାଇଜ୍ ବାଛନ୍ତୁ. ଏହା ଟାଇଟଲ୍ ହୋଇଥିବାରୁ ମୁଁ 64 ଚୟନ କରିବି
03:57 ପରବର୍ତ୍ତୀ ହେଉଛି Layout
03:59 ଏହି ବିକଳ୍ପ ପାଇଁ ପ୍ରିଭ୍ୟୁ ନଦେଖାଉଥିବାରୁ ଆମେ ଏହା ବାବଦରେ କିଛି ସମୟ ପରେ ଶିଖିବା
04:04 ଏବେ, Font tab ପାଖରେ ଥିବା Text tab ଉପରେ କ୍ଲିକ୍ କରନ୍ତୁ. ଏଠାରେ ଟେକ୍ସଟ୍ ସହିତ ପ୍ରିଭ୍ୟୁ ୱିଣ୍ଡୋ ଦେଖାଯାଏ
04:12 ଏଠାରେ ଟେକ୍ସଟ୍ ରେ ଯେକୌଣସି ପରିବର୍ତ୍ତନ କରାଯାଇପାରେ
04:16 Apply ଉପରେ କ୍ଲିକ୍ କରି, ଡାୟଲଗ୍ ବକ୍ସ ବନ୍ଦ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ଫର୍ମାଟ୍ ହୋଇଗଲା
04:23 ଆମେ, ତଳେ ଥିବା color palette ପ୍ରୟୋଗ କରି ଟେକ୍ସଟ୍ ର ରଙ୍ଗ ବଦଳାଇପାରିବା. ମୁଁ ମରୁନ୍ ରଙ୍ଗ ଉପରେ କ୍ଲିକ୍ କରଛି
04:30 ଏବେ [http://spoken-tutorial.org/ URL ପାଇଁ ଟେକ୍ସଟ୍ ଚୟନ କରନ୍ତୁ
04:40 ଟେକ୍ସଟ୍ ଫର୍ମାଟିଙ୍ଗ୍ ବିକଳ୍ପ Tool controls bar ରେ ମଧ୍ୟ ଉପଲବ୍ଧ
04:44 ମୁଁ ଫଣ୍ଟକୁ Bitstream charter' ରେ, ସାଇଜ୍ କୁ 28ରେ ଏବଂ ରଙ୍ଗକୁ ନୀଳରେ ବଦଳାଇବି
04:54 ଏବେ ପାରାଗ୍ରାଫ୍ ଟେକ୍ସଟ୍ ଚୟନ କରିବା
04:57 ଯଦି ଟେକ୍ସଟ୍ ଟୁଲ୍ ଆଗରୁ ଚୟନିତ ଅଛି, ତେବେ ଟେକ୍ସ ବକ୍ସକୁ ଯିବାପାଇଁ କେବଳ ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ
05:04 ମୁଁ ଟେକ୍ସଟ୍ ର ଫଣ୍ଟ ସାଇଜ୍ 25 କରିବି
05:08 କାନଭାସ୍ ଭିତରକୁ ଟେକ୍ସଟ୍ ଆଣିବାପାଇଁ ଡାୟମଣ୍ଡ ହ୍ୟାଣ୍ଡଲ୍ ଉପରେ କ୍ଲିକ୍ କରି ଟାଣନ୍ତୁ
05:15 ଏବେ ଟେକ୍ସକୁ ଆଲାଇନ୍ କରିବା
05:19 Tool controls bar ଉପରେ ଇଟାଲିକ୍ ଆଇକନ୍ ର ପରେ ଚାରୋଟି ଆଇକନ୍ସ ଟେକ୍ସଟ୍ କୁ ନିମ୍ନ ସଦୃଶ ଆଲାଇନ୍ କରିବାରେ ସାହାଯ୍ୟ କରିଥାନ୍ତି

ଲେଫ୍ଟ ସେଣ୍ଟର କିମ୍ବା ରାଇଟ୍

05:30 ଚତୁର୍ଥ ବିକଳ୍ପ ଟେକ୍ସଟ୍ ବକ୍ସର ବାଉଣ୍ଡ୍ରୀରେ ଟେକ୍ସଟ୍ କୁ ଜଷ୍ଟିଫାଏ କରିବ . ଆଗକୁ ବଢିବା ପୂର୍ବରୁ ମୁଁ ଲେଫ୍ଟ ଆଲାଇନ୍ ଉପରେ କ୍ଲିକ୍ କରିବି
05:39 ଆମେ Align and distribute' ବିକଳ୍ପ ପ୍ରୟୋଗ କରି ମଧ୍ୟ ଟେକ୍ସଟ୍ କୁ ଆଲାଇନ୍ କରିପାରିବା
05:43 'Main menu କୁ ଯାଇ, Object menu ଉପରେ କ୍ଲିକ୍ କରନ୍ତୁ. ତା’ପରେ Align and Distribute ବିକଳ୍ପ ଉପରେ କ୍ଲିକ୍ କରନ୍ତୁ
05:51 ଏବେ ଆମେ ଶଦ୍ଦ 'Spoken Tutorial' କୁ ସେଣ୍ଟର୍ କୁ ଆଣିବା. ତେଣୁ ଏହା ଉପରେ କ୍ଲିକ୍ କରନ୍ତୁ
05:57 Relative to ପାରାମିଟର Page ରେ ସେଟ୍ ଅଛି କି ନାହିଁ ପ୍ରଥମେ ପରଖନ୍ତୁ
06:01 Centre on vertical axis ଉପରେ କ୍ଲିକ୍ କରନ୍ତୁ. ଦେଖନ୍ତୁ, ଟେକ୍ସଟ୍ ଏବେ ସେଣ୍ଟର୍ ରେ ଆଲାଇନ୍ ହୋଇଯାଇଛି
06:10 ଏବେ ତଳ ଖାଲି ସ୍ଥାନରେ କିଛି ଟେକ୍ସଟ୍ ଯୋଡିବା
06:13 ଟାଇପ୍ କରନ୍ତୁ FOSS Categories ଓ Centre on vertical axis ଉପରେ କ୍ଲିକ୍ କରି ଏହାକୁ ପେଜ୍ ର ସେଣ୍ଟର୍ ରେ ଆଲାଇନ୍ କରନ୍ତୁ
06:25 କାନଭାସ୍ ଉପରେ ଅଲଗା- ଅଲଗା ଏବଂ ବିନା କୌଣସି କ୍ରମରେ କିଛି Foss ର ନାମ ଲେଖନ୍ତୁ, ଯେପରି Linux, LaTeX, Scilab, Python'
06:39 ଏବେ ଏହି ଟେକ୍ସଟ୍ ଗୁଡିକୁ ଗୋଟିଏ ରୋରେ, ସମାନ ବ୍ୟବଧାନରେ ଆଲାଇନ୍ କରନ୍ତୁ
06:44 Shift ର ପ୍ରୟୋଗ କରି ଚାରୋଟିଯାକ ଟେକ୍ସଟ୍ସ ଚୟନ କରନ୍ତୁ

Align baseline of text ଓ Distribute baseline of text horizontally ଉପରେ କ୍ଲିକ୍ କରନ୍ତୁ

06:58 ଦେଖନ୍ତୁ, ଶଦ୍ଦଗୁଡିକ ମଧ୍ୟର ବ୍ୟବଧାନ ସମାନ ନାହିଁ
07:02 ପ୍ରଥମ ଶଦ୍ଦର ପ୍ରଥମ ଅକ୍ଷର ଓ ଅନ୍ୟ ଶଦ୍ଦଟିର ପ୍ରଥମ ଅକ୍ଷର ସମାନ ବ୍ୟବଧାନରେ ଅଛନ୍ତି, କିନ୍ତୁ ଶବ୍ଦଗୁଡ଼ିକ ସମାନ ବ୍ୟବଧାନରେ ନାହାଁନ୍ତି
07:10 ଏହା ଊର୍ଦ୍ଧ୍ୱାଧର ଟେକ୍ସଟ୍ ପାଇଁ ମଧ୍ୟ ସମାନ ଭାବରେ କାର୍ଯ୍ୟ କରିଥାଏ
07:15 ଏହି ବିକଳ୍ପଗୁଡ଼ିକ କିଛି ସ୍ଥିତିରେ ଉପଯୋଗୀ ହୋଇପାରେ
07:20 ଆମେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ରଖିବା
07:23 ଏଥିପାଇଁ 'Distribute ରେ ଥିବା ପ୍ରଥମ ରୋ’ର ଚତୁର୍ଥ ଆଇକନ୍ ଉପରେ କ୍ଲିକ୍ କରନ୍ତୁ. ଏବେ ଶଦ୍ଦଗୁଡିକ ମଧ୍ୟରେ ସମାନ ବ୍ୟବଧାନ ଅଛି
07:32 ଏବେ ଆମେ, ପାରାଗ୍ରାଫ୍ ର ଲାଇନ୍ ଗୁଡିକ ମଧ୍ୟର ବ୍ୟବଧାନକୁ ବ୍ୟବସ୍ଥିତ କରିବା ବିଷୟରେ ଶିଖିବା
07:38 ଟେକ୍ସଟ୍ ବକ୍ସ ଭିତରକୁ ଯିବାପାଇଁ ପାରାଗ୍ରାଫ୍ ଟେକ୍ସଟ୍ ଉପରେ ଡବଲ୍ କ୍ଲିକ୍ କରନ୍ତୁ
07:44 Tool controls ବାର୍ ରେ ଥିବା Spacing between lines ଆଇକନ୍, ଲାଇନ୍ ଗୁଡିକ ମଧ୍ୟର ସ୍ଥାନକୁ କମ୍ କିମ୍ୱା ବେଶୀ କରିବାରେ ସାହାଯ୍ୟ କରିଥାଏ
07:50 ସ୍ପେସିଙ୍ଗ୍ କୁ ବଢ଼ାଇଲେ କ’ଣ ହେଉଛି, ଦେଖନ୍ତୁ
07:55 ମୁଁ ଲାଇନ୍ ସ୍ପେସିଙ୍ଗ୍ କୁ 1.50 ରଖୁଛି
07:59 ପରବର୍ତ୍ତୀ ଆଇକନ୍, ଅକ୍ଷରଗୁଡିକ ମଧ୍ୟର ସ୍ଥାନକୁ ବ୍ୟବସ୍ଥିତ କରିବାରେ ସାହାଯ୍ୟ କରିଥାଏ. ପୁଣିଥରେ ଅପ୍ ଓ ଡାଉନ୍ ଆରୋଗୁଡିକ ଉପରେ କ୍ଲିକ୍ କରି ପରିବର୍ତ୍ତନକୁ ଦେଖନ୍ତୁ
08:07 ମୁଁ, ସ୍ପେସ୍ ପାରାମିଟର୍ କୁ ୦ ରଖୁଛି
08:12 କାନଭାସ୍ ର ଉଭୟ ଊର୍ଦ୍ଧ୍ୱାଧର କୋଣରେ ଥିବା ଖାଲି ସ୍ଥାନରେ ଆମେ କିଛି ଟେକ୍ସଟ୍ ଭରି ପାରିବା
08:19 କାନଭାସ୍ ବାହାରେ ଯେକୌଣସି ସ୍ଥାନରେ Learn Open Source Software for free ଟାଇପ୍ କରନ୍ତୁ
08:24 ଫଣ୍ଟକୁ Ubuntu ଓ ସାଇଜ୍ କୁ 22ରେ ବଦଳାଇ ଏହାକୁ Bold କରନ୍ତୁ
08:34 ଏବେ, Tool controls barରେ ଥିବା ଶେଷ ଆଇକନ୍, Vertical text ଉପରେ କ୍ଲିକ୍ କରନ୍ତୁ
08:39 ଦେଖନ୍ତୁ, ଟେକ୍ସଟ୍ ଏବେ ଊର୍ଦ୍ଧ୍ୱାଧର ଦିଗରେ ଆଲାଇନ୍ ହୋଇଗଲା
08:43 Selector tool ବ୍ୟବହାର କରି ଟେକ୍ସଟ୍ ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ କାନଭାସ୍ ର ବାମ କୋଣକୁ ଆଣନ୍ତୁ
08:49 Ctrl + D ଦବାଇ ଏହାକୁ ଡୁପ୍ଲିକେଟ୍ କରନ୍ତୁ ଏବଂ Ctrl key ସାହାଯ୍ୟରେ କପୀକୁ ପେଜ୍ ର ଅନ୍ୟ କୋଣକୁ ଆଣନ୍ତୁ
08:59 ଏବେ ଆମେ, ପାରାଗ୍ରାଫ୍ ରେ ଥିବା ଟେକ୍ସଟ୍ ରେ ବୁଲେଟ୍ ପଏଣ୍ଟସ୍ ଯୋଡ଼ିବା
09:03 Inkscape, ଟେକ୍ସଟ୍ ପାଇଁ ବୁଲେଟ୍ କିମ୍ୱା ନମ୍ୱର୍ ସୂଚୀ ପ୍ରଦାନ କରେ ନାହିଁ, ତେଣୁ ବୁଲେଟ୍ ପଏଣ୍ଟସ୍ କୁ ମାନୁଆଲୀ କ୍ରିଏଟ୍ କରିବାକୁ ହେବ
09:11 ellipse tool ଉପରେ କ୍ଲିକ୍ କରି ଗୋଟିଏ ଛୋଟ ଲାଲ ବୃତ୍ତ ବନାନ୍ତୁ
09:17 ଏହି ବୁଲେଟ୍ କୁ ପାରାଗ୍ରାଫ୍ ର ପ୍ରଥମ ଲାଇନ୍ କୁ ଆଣନ୍ତୁ. ଏହାକୁ ଡୁପ୍ଲିକେଟ୍ କରି ତାହାର କପୀକୁ ପରବର୍ତ୍ତୀ ବାକ୍ୟକୁ ଆଣନ୍ତୁ
09:27 ସମସ୍ତ ବାକ୍ୟ ପାଇଁ ଏହାକୁ ରିପିଟ୍ କରନ୍ତୁ
09:32 ଆମ ଆବଶ୍ୟକତା ଅନୁସାରେ ଏବେ ଆମ ପାଖରେ ସମସ୍ତ ଟେକ୍ସଟ୍ ଅଛି
09:36 ଶେଷରେ, ଏହାକୁ ଫ୍ଲାୟର୍ ପରି ବନାଇବା ପାଇଁ କିଛି ସୌନ୍ଦର୍ଯୀକରଣ କରିବା
09:41 ଏହା ହେଉଛି ସମ୍ପୂର୍ଣ୍ଣ ହୋଇଥିବା ଫ୍ଲାୟର୍
09:45 ମୁଁ ଉପରେ ଓ ତଳେ ବର୍ଡର୍ସ ଯୋଡ଼ିବା ସହ ଟେକ୍ସଟ୍ କୁ ଗୋଲାକାର କୋଣ ବିଶିଷ୍ଟ ରେକ୍ଟାଙ୍ଗଲ୍ ଓ ଏଲିପ୍ସ ଶେପ୍ସ ଦ୍ୱାରା କଭର୍ କରିଛି
09:51 ଆପଣ ନିଜ ଫ୍ଲାୟର୍ ପାଇଁ ବିଭିନ୍ନ ଲେଆଉଟ୍ ଓ ଡିଜାଇନ୍ସ ବନାଇବା ନିମନ୍ତେ ନିଜ ରଚନାତ୍ମକତାର ପ୍ରୟୋଗ କରିପାରିବେ
09:57 ସଂକ୍ଷେପରେ
09:59 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ

ଟେକ୍ସଟ୍ ଏଣ୍ଟର୍ କରିବା ଟେକ୍ସଟ୍ ଫର୍ମାଟ୍ ଓ ଆଲାଇନ୍ କରିବା ସ୍ପେସିଙ୍ଗ୍ ଓ ବୁଲେଟ୍ ସୂଚୀ

10:06 ଆମେ ଏକ ସରଳ ଫ୍ଲାୟର୍ ବନାଇବା ମଧ୍ୟ ଶିଖିଲେ
10:09 ଏକ ଆସାଇନମେଣ୍ଟ ଭାବେ
10:11 ଏହିଭଳି ଗୋଟିଏ ଫ୍ଲାୟର୍ ତିଆରି କରନ୍ତୁ

ଟେକ୍ସଟ୍ ଟାଇପ୍ କରିବା ପାଇଁ ଟେକ୍ସଟ୍ ଟୂଲ୍ ର ପ୍ରୟୋଗ କରନ୍ତୁ ରେକ୍ଟାଙ୍ଗଲ୍ ଟୂଲ୍ ପ୍ରୟୋଗ କରି ବୁଲେଟ୍ସ ଓ ବକ୍ସେସ୍ ବନାନ୍ତୁ

10:19 ଷ୍ଟାର୍ ଟୂଲ୍ ବ୍ୟବହାର କରି 10 କୋଣ ବିଶିଷ୍ଟ ଏକ ଷ୍ଟାର୍ ତିଆରି କରନ୍ତୁ

Color Palette ଓ Fill and stroke ବ୍ୟବହାର କରି ରଙ୍ଗ ବଦଳାନ୍ତୁ Align and distribute ବ୍ୟବହାର କରି ଟେକ୍ସଟ୍ ଆଲାଇନ୍ କରନ୍ତୁ

10:31 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସାରାଶିଂତ କରେ. ଯଦି ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ତେବେ ଏହାକୁ ଡାଉନଲୋଡ୍ କରି ଦେଖିପାରିବେ.
10:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ ସ୍ପୋକନ୍ ଟ୍ୟୁଟୋରିଆଲ୍ସର ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି
10:47 ଅଧିକ ବିବରଣୀ ପାଇଁ ଆମକୁ ଲେଖନ୍ତୁ. ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ.
10:57 ଏହି ମିଶନ୍ ଉପରେ ଅଧିକ ସୂଚନା ନିମ୍ନ ଲିଙ୍କରେ ଉପଲବ୍ଧ
11:01 ଆମେ ଏହି ଟ୍ୟୁଟୋରିଆଲ୍ ର ଶେଷକୁ ଆସିଯାଇଛେ
11:03 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep