Health-and-Nutrition/C2/Pre-pregnancy-Nutrition/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ପ୍ରାକ୍-ଗର୍ଭାବସ୍ଥା ପୋଷଣ ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ, ପ୍ରଜନନ ବୟସ ଓ ପ୍ରାକ୍-ଗର୍ଭାବସ୍ଥା ଅବଧି ସମୟରେ ପୋଷଣର ଆବଶ୍ୟକତା ବିଷୟରେ ଶିଖିବା
00:14 ଆସନ୍ତୁ, "ପ୍ରୋଟିନ୍"ରୁ ଆରମ୍ଭ କରିବା
00:17 "ପ୍ରୋଟିନ୍” ଦ୍ୱାରା ମାଂସପେଶୀ ତନ୍ତୁର ବୃଦ୍ଧି ଓ ରକ୍ଷଣା-ବେକ୍ଷଣ ହୋଇଥାଏ
00:22 ଏହା, ଆଣ୍ଠୁ-ଗଣ୍ଠି ସମେତ କୋଷିକା ମରାମତି ଓ ହାଡ଼ର ବିକାଶ କରିଥାଏ,
00:27 ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବା ସହ ସୁସ୍ଥ ଲିଭର୍ ରକ୍ଷା କରିଥାଏ ଏବଂ ଶକ୍ତି ମଧ୍ୟ ଦେଇଥାଏ
00:34 "ପ୍ରୋଟିନ୍” ଦ୍ୱାରା ଗଠିତ କେମିକଲ୍ ପାଚନ, ଶରୀରରେ ବିଷାକ୍ତ ପଦାର୍ଥକୁ ଭାଙ୍ଗିବା,
00:41 ରକ୍ତଶର୍କରାକୁ ସନ୍ତୁଳିତ ରଖିବା ଏବଂ ମସ୍ତିଷ୍କରୁ ସଂକେତ ନେବା ଆଣିବାରେ ସାହାଯ୍ୟ କରିଥାଏ
00:47 “ପ୍ରୋଟିନ୍” ଅଭାବରୁ ବୟସ ଅନୁଯାୟୀ ଭ୍ରୁଣର କମ ବିକାଶ,
00:52 ସଂକ୍ରମଣର ଉଚ୍ଚ ବିପଦ ସମେତ ଶିଶୁଠାରେ ନିମ୍ନମାନର ଉଚ୍ଚତା, ସ୍ମୃତି ଓ ଗତି
01:00 ବୟସ୍କମାନଙ୍କଠାରେ ଏହା ଚର୍ମ କୁଞ୍ଚନ, ଚୁଟି ଝଡ଼ିବା
01:05 କ୍ଲାନ୍ତି ଓ ଦୁର୍ବଳତା,
01:08 ବାରମ୍ୱାର ସଂକ୍ରମଣ ଓ ମାଂସପେଶୀ ହାନି ହୋଇଥାଏ
01:11 "କେରାଟିନ୍” ନାମକ ଏନ୍ୟ ଏକ "ପ୍ରୋଟିନ୍" ହେଉଛି ଚୁଟି, ନଖ ଓ ଚର୍ମର ଏକ ମହତ୍ତ୍ୱପୂର୍ଣ୍ଣ ଅଂଶ
01:18 ଏହା ଜାଣିରଖିବା ଉଚିତ ଯେ, "ଅମିନୋ ଏସିଡ୍" ନାମକ ବିଭିନ୍ନ ପଦାର୍ଥରୁ "ପ୍ରୋଟିନ୍" ତିଆରି ହୋଇଥାଏ
01:24 ସମୁଦାୟ 22ଟି "ଅମିନୋ ଏସିଡ୍” ଥାଏ, ଯେଉଁଥିରୁ 9ଟି "ଅମିନୋ ଏସିଡ୍”କୁ ଆହାରରୁ ନିଆଯାଇଥାଏ
01:33 ଏବେ ଆସନ୍ତୁ, ଦୁଇ ପ୍ରକାର "ପ୍ରୋଟିନ୍” ବିଷୟରେ ଜାଣିବା, ଯାହା ହେଉଛି ସମ୍ପୂର୍ଣ୍ଣ "ପ୍ରୋଟିନ୍” ଓ ଅସମ୍ପୂର୍ଣ୍ଣ "ପ୍ରୋଟିନ୍”
01:41 ପୂର୍ବେ ଉଲ୍ଲିଖିତ ସମସ୍ତ 9ଟି "ଅମିନୋ ଏସିଡ୍” ପଶୁ "ପ୍ରୋଟିନ୍"ରେ ରହିଥାଏ
01:46 ସେଥିପାଇଁ ପଶୁ "ପ୍ରୋଟିନ୍"କୁ ସମ୍ପୂର୍ଣ୍ଣ "ପ୍ରୋଟିନ୍” କୁହାଯାଏ
01:51 ଅନ୍ୟ ପକ୍ଷରେ, ଉଦ୍ଭିଦ ଆଧାରିତ "ପ୍ରୋଟିନ୍"ରେ - ଏହି 9ଟି ଆବଶ୍ୟକ "ଅମିନୋ ଏସିଡ୍”ରୁ କେତେକ କମ୍ ମାତ୍ରାରେ ରହିଥାଏ
02:00 ଉଦାହରଣସ୍ୱରୂପ, ଅନାଜରେ "ଲାଇସିନ୍” କମ ଥିଲାବେଳେ ଡାଲିରେ "ମେଥିଓନିନ୍” କମ ଥାଏ
02:07 ସେଥିପାଇଁ, ବିଭିନ୍ନ ଉଦ୍ଭିଦ "ପ୍ରୋଟିନ୍"କୁ ମିଶାମିଶି କରି ଖାଇବା ଜରୁରୀ
02:13 ଉଦାହରଣସ୍ୱରୂପ, ଚାଉଳ ଓ ଡାଲି ଏକାଠି ମିଶାଇ ଖାଇବା ଦରକାର, କାରଣ ଉଭୟରେ ପର୍ଯ୍ୟାପ୍ତ ମାତ୍ରାରେ ଆବଶ୍ୟକ "ଅମିନୋ ଏସିଡ୍” ରହିଥାଏ
02:23 ଏବେ ଆମେ, ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପୋଷକ "ଫ୍ୟାଟ୍” ବିଷୟରେ ଜାଣିବା
02:28 ଉତ୍ତମ ସ୍ୱାସ୍ଥ ପାଇଁ ଖାଦ୍ୟରୁ ଉତ୍ତମ ଫ୍ୟାଟ୍ ଜରୁରୀ ଅଟେ
02:32 "ଓମେଗା-3 ଫ୍ୟାଟୀ ଏସିଡ୍” ଭଳି କେତେକ ଫ୍ୟାଟ୍ ଶରୀରରୁ ଉତ୍ପାଦିତ ହୋଇପାରେନାହିଁ.

ତେଣୁ, ସେଗୁଡ଼ିକୁ ଖାଦ୍ୟରୁ ଗ୍ରହଣ କରିବା ଉଚିତ

02:40 ଏହିସବୁ ଫ୍ୟାଟ୍ ହୃଦୟର ସ୍ୱାସ୍ଥ୍ୟ ରକ୍ଷା କରିଥାଏ
02:42 ଶରୀରରେ ଜ୍ୱଳନ ହ୍ରାସ କରିଥାଏ ଏବଂ ଗର୍ଭବତୀ ହେବାର ସମ୍ଭାବନାକୁ ବିକାଶ କରିଥାଏ
02:48 ଶିଶୁର ଅପରିପକ୍ୱ ଜନ୍ମର ବିପଦକୁ ମଧ୍ୟ ହ୍ରାସ କରିବା ସହ ଶିଶୁଠାରେ ବୁଦ୍ଧିମତାକୁ ବୃଦ୍ଧି କରିଥାଏ
02:56 ପ୍ରୋଟିନ୍ ଓ ଫ୍ୟାଟ୍ ବିଷୟରେ ଶିଖିବା ପରେ, ଏବେ ଆମେ "ଭିଟାମିନ୍-ଏ” ବିଷୟରେ ଶିଖିବା
03:01 "ଭିଟାମିନ୍-ଏ” କାରଣରୁ ଆଖି ସୁସ୍ଥ ରହିଥାଏ.

ଏହା କୋଷିକା ବୃଦ୍ଧି କରିଥାଏ

03:07 ଗର୍ଭଧାରଣର ସମ୍ଭାବନା ବଢ଼ାଇଥାଏ ଏବଂ ପ୍ରାକ୍-ଗର୍ଭାବସ୍ଥା ସମୟରେ ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇଥାଏ
03:14 "ଭିଟାମିନ୍-ଏ" ଭଳି, ସମ୍ପୂର୍ଣ୍ଣ "ଭିଟାମିନ୍-ବି କମ୍ପ୍ଲେକ୍ସ" ଜୀବନର ସମସ୍ତ ପର୍ଯ୍ୟାୟରେ ମହିଳାମାନଙ୍କର ଶକ୍ତି ଓ ସ୍ୱାସ୍ଥ୍ୟରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିଥାଏ
03:24 ସମସ୍ତ "ବି-ଭିଟାମିନ୍” ମଧ୍ୟରେ ଆମେ ପ୍ରଥମେ "ଭିଟାମିନ୍ ବି6” - “ପିରିଡୋକ୍ସିନ୍ (Pyridoxine)” ଉପରେ ନଜର ପକାଇବା
03:31 "ଭିଟାମିନ୍ ବି6 - ପିରିଡୋକ୍ସିନ୍” ନର୍ଭସ୍ ସିଷ୍ଟମ୍‌ର କାର୍ଯ୍ୟକାରିତା ପାଇଁ ଦରକାର, ଯେଉଁଥିରୁ ମସ୍ତିଷ୍କର ବିକାଶ ହୋଇଥାଏ
03:39 ଗର୍ଭାବସ୍ଥା ସମ୍ପର୍କିତ ବାନ୍ତିରୁ ମଧ୍ୟ ଏହା ଆରାମ ଦେଇଥାଏ
03:44 ଆହୁରି ଗୋଟିଏ ପୋଷକ ହେଉଛି "ଭିଟାମିନ୍ ବି12", ଯାହା "ଫୋଲେଟ୍” ଓ "କୋଲିନ୍” ସହିତ ମିଶି ସାହାଯ୍ୟ କରିଥାଏ -

“ରକ୍ତିହିନତା” ଓ "ତନ୍ତ୍ରିକା ନଳୀ ଦୋଷ"କୁ ପ୍ରତିରୋଧ କରିବାରେ

03:54 "ତନ୍ତ୍ରିକା ନଳୀ ଦୋଷ" ଏକ ଜନ୍ମ ଦୋଷ ଅଟେ - ଯାହା ଗର୍ଭାବସ୍ଥାର ପ୍ରଥମ ମାସରେ ଗଠିତ ହୋଇ ଶିଶୁର ମେରୁଦଣ୍ଡ ଓ କେନ୍ଦ୍ରୀୟ ତନ୍ତ୍ରିକା ପ୍ରଣାଳୀକୁ ପ୍ରଭାବିତ କରିଥାଏ
04:04 ଧ୍ୟାନ ଦିଅନ୍ତୁ ଯେ, "ତନ୍ତ୍ରିକା ନଳୀ” ହେଉଛି ଭ୍ରୁଣର ଏକ ଅଂଶ, ଯାହା ମସ୍ତିଷ୍କ ଓ ମେରୁଦଣ୍ଡରେ ବିକଶିତ ହୋଇଥାଏ
04:11 ତେଣୁ, ଗର୍ଭଧାରଣ କରିବା ପୂର୍ବରୁ ଶରୀରରେ ପର୍ଯ୍ୟାପ୍ତ ମାତ୍ରାରେ "ଫୋଲେଟ୍", "ଭିଟାମିନ୍ ବି12” ଓ "କୋଲିନ୍” ଗ୍ରହଣ କରିବା ଜରୁରୀ ଅଟେ
04:20 "ଭିଟାମିନ୍ ବି12” ଅଭାବ କାରଣରୁ "ରକ୍ତହିନତା", "ବାଞ୍ଝପଣ” ଓ "ଗର୍ଭପାତ” ମଧ୍ୟ ହୋଇପାରେ
04:27 ଏବେ ଆମେ, ଅନ୍ୟ ଏକ ମହତ୍ତ୍ୱପୂର୍ଣ୍ଣ ପୋଷକ "ଫୋଲେଟ୍” ବିଷୟରେ ଜାଣିବା
04:31 "ଭିଟାମିନ୍ ବି9” ନାମରେ ମଧ୍ୟ ପରିଚିତ "ଫୋଲେଟ୍", ଶରୀରରେ ସୁସ୍ଥ ନୂତନ କୋଷିକା ତିଆରି କରିଥାଏ
04:38 ଏହି କୋଷିକାଗୁଡିକ, ଫୁସଫୁସ୍‌ରୁ "ଅମ୍ଳଜାନ” ନେଇ ଶରୀରର ସମସ୍ତ ଭାଗରେ ପହଞ୍ଚାଇଥା’ନ୍ତି
04:43 ଗର୍ଭବତୀ ମା’ମାନଙ୍କଠାରେ "ଫୋଲେଟ୍"ର ଅଭାବ କାରଣରୁ "ରକ୍ତହିନତା” ହୋଇଥାଏ ଏବଂ ମସ୍ତିଷ୍କ ଓ ମେରୁଦଣ୍ଡର ଦୋଷକୁ "ତନ୍ତ୍ରିକା ନଳୀ ଦୋଷ” କୁହାଯାଏ
04:52 ଧ୍ୟାନ ଦିଅନ୍ତୁ ଯେ: ଏହି ଟ୍ୟୁଟୋରିଆଲରେ "ତନ୍ତ୍ରିକା ନଳୀ ଦୋଷ” ବିଷୟରେ ବର୍ଣ୍ଣନା କରାଯାଇସାରିଛି
04:58 ଏବେ ଆମେ, "ଆଇରନ୍"ର ଭୂମିକା ବିଷୟରେ ଜାଣିବା.

ରକ୍ତରେ "ହିମୋଗ୍ଲୋବିନ୍”ର ନିର୍ମାଣ ଓ ଭ୍ରୁଣ ବୃଦ୍ଧି ପାଇଁ ଆଇରନ୍ ଦରକାର ହୋଇଥାଏ

05:07 ଗର୍ଭାବସ୍ଥା ସମୟରେ "ହିମୋଗ୍ଲୋବିନ୍"ର ନିମ୍ନ ସ୍ତର ରହିଲେ ଉଚ୍ଚ ରକ୍ତ ଚାପ
05:13 ଅପରିପକ୍ୱ ପ୍ରସବ
05:15 କମ ଓଜନ ବିଶିଷ୍ଟ ଶିଶୁ ଓ ଗର୍ଭପାତ ହୋଇଥାଏ
05:18 ଏହା ଛଡ଼ା, "ହିମୋଗ୍ଲୋବିନ୍”, ଅନ୍ୟ ତନ୍ତୁ ଓ କୋଷିକାଗୁଡ଼ିକୁ "ଅମ୍ଳଜାନ” ଯୋଗାଇଥାଏ
05:25 "ହିମୋଗ୍ଲୋବିନ୍” କିମ୍ୱା "ଆଇରନ୍”ର ନିମ୍ନ ସ୍ତର କାରଣରୁ ରକ୍ତହିନତା ହୋଇଥାଏ
05:30 ଅଧିକନ୍ତୁ, ମହିଳାମାନଙ୍କଠାରେ ନିମ୍ନ କାରଣରୁ "ଆଇରନ୍” ଅଭାବ ହୋଇପାରେ - ମାସିକ ଧର୍ମ,
05:36 କୃମି ସଂକ୍ରମଣ
05:38 ନିମ୍ନ "ଆଇରନ୍” ଯୁକ୍ତ ଆହାର ଏବଂ ଖାଦ୍ୟରେ "ଫାଇଟିକ୍ ଏସିଡ୍” ଓ "ଓକ୍ସାଲେଟ୍ସ” କାରଣରୁ ନିମ୍ନ ଅବଶୋଷଣ
05:45 "ଫାଇଟିକ୍ ଏସିଡ୍” ଓ "ଓକ୍ସାଲେଟ୍ସ” କମାଇବା ପାଇଁ ଏବଂ ପୋଷକର ଅବଶୋଷଣ ବଢ଼ାଇବା ପାଇଁ -
05:52 ରନ୍ଧା ପୂର୍ବ ପ୍ରଣାଳୀ ବ୍ୟବହାର କରନ୍ତୁ, ଯେପରି - ବତୁରାଇବା, ଗଜା କରିବା, ଭାଜିବା ଓ ପଚାଇବା
06:00 "ଆଇରନ୍” ଅଭାବଗ୍ରସ୍ତ "ରକ୍ତହିନତା"ର ଚିହ୍ନଗୁଡିକ ହେଉଛି - କ୍ଲାନ୍ତି ଓ ଶକ୍ତିର ଅଭାବ
06:06 ଅଣନିଶ୍ୱାସୀ, ବର୍ଦ୍ଧିତ ହୃଦ୍ ସ୍ପନ୍ଦନ
06:10 ଓ ରଙ୍ଗହୀନ ଚର୍ମ
06:11 ମନେରଖନ୍ତୁ, ଆଇରନ୍ ସହିତ ସର୍ବଦା "ଭିଟାମିନ୍ ସି” ସମୃଦ୍ଧ ଖାଦ୍ୟ ଖାଆନ୍ତୁ, କାରଣ ଏହା ଆଇରନ୍ ଅବଶୋଷଣରେ ସାହାଯ୍ୟ କରିଥାଏ
06:19 ଏହା ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ସଂକ୍ରମଣକୁ ହ୍ରାସ କରିଥାଏ
06:25 ଏହାପରେ ଆମେ, "କାଲ୍‌ସିୟମ୍” ଓ "ଭିଟାମିନ୍ ଡି"ର ମହତ୍ତ୍ୱ ବିଷୟରେ ଶିଖିବା
06:30 ହାଡ଼ ବିକାଶରେ ସାହାଯ୍ୟ କରୁଥିବାରୁ "କାଲ୍‌ସିୟମ୍” ଖାଇବାର ପରାମର୍ଶ ଦିଆଯାଇଥାଏ
06:35 ହାଡ଼ ଓ ଦାନ୍ତର ବିକାଶ ପାଇଁ ଭ୍ରୁଣକୁ "କାଲ୍‌ସିୟମ୍” ଦରକାର ହୋଇଥାଏ
06:39 "କାଲ୍‌ସିୟମ୍” ଅଭାବ ହେଲେ ହାଡ଼ ଦୁର୍ବଳ ହୋଇପାରେ
06:43 ହେଲେ ମନେରଖନ୍ତୁ ଯେ, ଶରୀରରେ "କାଲ୍‌ସିୟମ୍” ଅବଶୋଷଣ କରିବାକୁ "ଭିଭାମିନ୍ ଡି” ଦରକାର ହୋଇଥାଏ
06:50 “ଭିଟାମିନ୍ ଡି” ପାଇବାର ସବୁଠାରୁ ଭଲ ମାର୍ଗ ହେଉଛି, ସକାଳ 11ଟାରୁ ଦିନ 3ଟା ମଧ୍ୟରେ 15-20 ମିନିଟ୍ ପର୍ଯ୍ୟନ୍ତ ସୂର୍ଯ୍ୟାଲୋକ ଗ୍ରହଣ କରିବା
06:59 ଏବେ ଆମେ "କୋଲିନ୍” ବିଷୟରେ ଶିଖିବା
07:02 ଶିଶୁର ମସ୍ତିଷ୍କ ବିକାଶ ପାଇଁ "କୋଲିନ୍” ଜରୁରୀ ଅଟେ, କାରଣ ଏହା ସ୍ମୃତି ଓ ଧ୍ୟାନର ଅବଧି ବଢ଼ାଇଥାଏ
07:09 "କୋଲିନ୍” ଅଭାବରୁ ବୟସ୍କମାନଙ୍କଠାରେ ଫ୍ୟାଟୀ ଲିଭର୍
07:13 ଗର୍ଭପାତ ଓ ଭ୍ରୁଣରେ "ତନ୍ତ୍ରିକା ନଳୀ ଦୋଷ” ହୋଇଥାଏ, ଯାହା ଏହି ଟ୍ୟୁଟୋରିଆଲରେ ପୂର୍ବରୁ କୁହାଯାଇସାରିଛି
07:20 ଏବେ ଆସନ୍ତୁ, “ଜିଙ୍କ୍"ର ମହତ୍ତ୍ୱ ବିଷୟରେ ଜାଣିବା
07:24 ରୋଗ ପ୍ରତିରୋଧ ଓ କୋଷିକା ବୃଦ୍ଧି ପାଇଁ "ଜିଙ୍କ୍” ଜରୁରୀ ଅଟେ -

ଏହା, ଶରୀରରେ ଆନୁବଂଶିକ ସାମଗ୍ରୀ ଓ "ପ୍ରୋଟିନ୍” ତିଆରି କରିଥାଏ

07:31 ଘା’ ଭରିବାରେ ଏହା ସାହାଯ୍ୟ କରିବା ସହ ମହିଳାମାନଙ୍କଠାରେ ଡିମ୍ୱ କ୍ଷରଣ ଓ ପ୍ରଜନନରେ ମଧ୍ୟ ଯୋଗଦାନ କରିଥାଏ
07:37 ଏବଂ ଭ୍ରୁଣ ବୃଦ୍ଧି ପାଇଁ ଏହା ଜରୁରୀ ଅଟେ
07:40 ଧ୍ୟାନ ଦିଅନ୍ତୁ ଯେ, “ଜିଙ୍କ୍” ଖାଦ୍ୟର ଅଭାବ, ସ୍ୱାଦ ଓ ଘ୍ରାଣ ଇନ୍ଦ୍ରିୟ ଉପରେ ପ୍ରଭାବ ପକାଇପାରେ
07:46 ଗର୍ଭନାଳ, ଯାହା ହେଉଛି ମା’ଠାରୁ ଭ୍ରୁଣକୁ ପୋଷଣ ଯୋଗାଉଥିବା ନଳୀ, ତାହାର ବୃଦ୍ଧିରେ ବିଳମ୍ୱ
07:53 “ଜିଙ୍କ୍"ର ଅଭାବ କାରଣରୁ ଭ୍ରୁଣର ବୃଦ୍ଧି ପ୍ରଭାବିତ ହୋଇଥାଏ ଏବଂ ଶିଶୁର ଜନ୍ମ ଓଜନ କମ ହୋଇଥାଏ
08:00 ଏନ୍ୟ ଏକ ପୋଷକ ତତ୍ତ୍ୱ ହେଉଛି "ଆୟୋଡିନ୍”
08:05 ଥାଇରୋଏଡ୍ ହର୍ମୋନ୍‌ର ସାଧାରଣ ସ୍ତର ରକ୍ଷା କରିବା ପାଇଁ ଶରୀର ଏହାକୁ ଆବଶ୍ୟକ କରିଥାଏ, ଯାହା "ଥାଇରୋଏଡ୍ ଗ୍ଲାଣ୍ଡ” ଦ୍ୱାରା ଉତ୍ପାଦିତ ହୋଇଥାଏ
08:13 ମା’ଠାରେ "ଆୟୋଡିନ୍"ର ଅଭାବ ହେଲେ ଗର୍ଭପାତ ଓ ମୃତ ଶିଶୁ ଜନ୍ମର ସମ୍ଭାବନା ଥାଏ
08:21 ଏହି କାରଣରୁ ଶିଶୁଠାରେ - ଜନ୍ମ କୁରୂପତା, ନିମ୍ନ ଜନ୍ମ ଓଜନ, ଅବିକଶିତ ବୃଦ୍ଧି ତଥା ମାନସିକ ମନ୍ଦତା ଦେଖାଦେଇପାରେ
08:30 ଅନ୍ୟ ଏକ ପୋଷଣ “ମାଗ୍ନିସିୟମ୍”, ତନ୍ତ୍ରିକା ପ୍ରଣାଳୀ (ନର୍ଭସ୍ ସିଷ୍ଟମ୍)କୁ ଶାନ୍ତ ରଖିବାରେ ସାହାଯ୍ୟ କରିଥାଏ
08:35 ମସ୍ତିଷ୍କରେ ରକ୍ତ ବାହିକାଗୁଡିକୁ ଆରାମ ଦେଇ ଏହା କ୍ରାମ୍ପ୍ସ ଓ ମାଇଗ୍ରେନ୍ ମୁଣ୍ଡବିନ୍ଧାକୁ ରୋକିଥାଏ
08:41 ଏହା, ସୁସ୍ଥ ରକ୍ତ ଚାପ ଓ ହୃଦୟର ଲୟକୁ ମଧ୍ୟ ରକ୍ଷା କରିଥାଏ
08:45 ଆନୁବଂଶିକ ସାମଗ୍ରୀର ଉତ୍ପାଦନ ଓ ହାଡ଼ ବିକାଶରେ ଏହା ସାହାଯ୍ୟ କରିଥାଏ
08:51 ସୁସ୍ଥ ଗର୍ଭଧାରଣ ପାଇଁ ସୁସ୍ଥ ପୋଷଣ ବ୍ୟତୀତ - ମାଦକ ସେବନକୁ ମଧ୍ୟ ଏଡ଼ାଇବା ଜରୁରୀ ଅଟେ, ଯେହେତୁ ଏହା କାରଣରୁ ଗର୍ଭପାତ କିମ୍ୱା ଭ୍ରୁଣ ଦୁର୍ବଳ ହୋଇଥାଏ
09:00 ଏଡ଼ାଇବା ପାଇଁ ଥିବା ଅନ୍ୟ ଜିନିଷଗୁଡ଼ିକ ହେଉଛି - ତମାଖୁ
09:03 ସିଗାରେଟ୍, ଡ୍ରଗ୍ସ
09:06 ସ୍ୱ ଔଷଧ ସେବନ, ଚିନି, ଚାହା ଓ କଫୀ, ଜଙ୍କ୍ ଫୂଡ୍ ଓ ମିଠାଯୁକ୍ତ ପାନୀୟର ମାତ୍ରାଧିକ ସେବନ
09:15 ଏହି ଉପାଦାନଗୁଡ଼ିକ ପ୍ରଜନନ ସ୍ୱାସ୍ଥ୍ୟ ସମେତ ଗର୍ଭଧାରଣ ଉପରେ ପ୍ରତିକୂଳ ପ୍ରଭାବ ପକାଇପାରେ
09:20 ଧ୍ୟାନ ଦିଅନ୍ତୁ ଯେ, ଗର୍ଭବତୀ ହେବା ପୂର୍ବରୁ ଓଜନକୁ ନିୟନ୍ତ୍ରଣ କରିବା ମଧ୍ୟ ଜରୁରୀ ଅଟେ
09:25 କମ ଓଜନ ବିଶିଷ୍ଟ ମହିଳାମାନେ ଛୋଟ କିମ୍ୱା ଅପରିପକ୍ୱ ଶିଶୁମାନଙ୍କୁ ଜନ୍ମ ଦେଇଥା’ନ୍ତି, ଯେଉଁମାନେ ଗର୍ଭଧାରଣର 7-8 ମାସରେ ଜନ୍ମ ହୋଇଥା’ନ୍ତି
09:34 ଏହିଭଳି ଶିଶୁମାନଙ୍କର ଅକାଳ ମୃତ୍ୟୁ ହେବାର ଆଶଂକା ଥାଏ
09:38 ହେଲେ ଅନ୍ୟ ପକ୍ଷରେ, ଅଧିକ ଓଜନ ବିଶିଷ୍ଟ ମହିଳାମାନଙ୍କର ଗର୍ଭାବଧି ମଧୁମେହ ଓ ରକ୍ତଚାପର ଆଶଂକା ରହିଥାଏ
09:45 ଏହି କାରଣରୁ ଶିଶୁଠାରେ ଜଟିଳତା ମଧ୍ୟ ଦେଖାଦେଇପାରେ
09:49 ସେଥିପାଇଁ, ମହିଳାମାନେ ଗର୍ଭଧାରଣ କରିବା ପୂର୍ବରୁ ଠିକ୍ ଓଜନ ରଖିବା ପାଇଁ କୌଣସି ଚିକିତ୍ସକଙ୍କ ସହ ପରାମର୍ଶ କରିନେବା ଉଚିତ
09:55 ଏହା ସହିତ, ଏକ ସୁସ୍ଥ, ସନ୍ତୁଳିତ ଖାଦ୍ୟ ଖାଇବା ବହୁତ ଜରୁରୀ ଅଟେ, ଯେଉଁଥିରେ - ନିରାମିଷ ଓ/କିମ୍ୱା ଆମିଷ ଖାଦ୍ୟ ଥିବ
10:05 ମନେରଖନ୍ତୁ ଯେ, ସମସ୍ତ ଆମିଷ ଖାଦ୍ୟରେ "ପ୍ରୋଟିନ୍’, "ଓମେଗା-3 ଫ୍ୟାଟୀ ଏସିଡ୍", "ଭିଟାମିନ୍ ବି12", "ଭିଟାମିନ୍ ବି9", "ଜିଙ୍କ୍", "ଆଇରନ୍", "କାଲ୍‌ସିୟମ୍", "କୋଲିନ୍” ଓ "ଭିଟାମିନ୍ ଡି” ରହିଥାଏ
10:18 ପଶୁ ବ୍ୟୁତ୍ପନ୍ନ ଭୋଜନ ସମେତ, ଉଦ୍ଭିଦରୁ ପ୍ରାପ୍ତ ଖାଦ୍ୟ ପଦାର୍ଥ, ଡାଲି, ବାଜରା, ଅନାଜ, ବାଦାମ ଓ ବିହନ ନିମ୍ନଲିଖିତ ଗଠନ କରିବାରେ ସାହାଯ୍ୟ କରିଥାଏ -
10:30 ରୋଗ ପ୍ରତିରୋଧକ ପ୍ରଣାଳୀ, ମାଂସପେଶୀ, ହାଡ଼
10:33 ଯକୃତ, କେଶ, ଚର୍ମ, ଆଖି ଓ ମସ୍ତିଷ୍କ
10:36 ଏହିଗୁଡ଼ିକ ଛଡ଼ା, ଶିଶୁର ହାଡ଼ ଓ ଦାନ୍ତ ଗଠନରେ ଦୁଗ୍ଧଜାତୀୟ ଉତ୍ପାଦ ମଧ୍ୟ ସାହାଯ୍ୟ କରିଥାଏ
10:43 ବିକଳ୍ପ ଭାବରେ, ଶାଗ ଓ ମଞ୍ଜିଗୁଡ଼ିକରେ ମଧ୍ୟ "କାଲ୍‌ସିୟମ୍” ରହିଥାଏ ଏବଂ ଶିଶୁର ହାଡ଼ ଓ ଦାନ୍ତ ଗଠନରେ ସାହାଯ୍ୟ କରିଥାଏ
10:52 ଶାଗ ଭଳି, ଫଳଗୁଡ଼ିକରେ ମଧ୍ୟ "ଭିଟାମିନ୍ ସି” ରହିଥାଏ, ଯାହା ସାହାଯ୍ୟ କରିଥାଏ -

ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇବାରେ, ଆଇରନ୍ ଅବଶୋଷଣରେ ଏବଂ ସଂକ୍ରମଣ ରୋକିବାରେ

11:04 ମହିଳାଙ୍କର ପ୍ରଜନନ କ୍ଷମତା ଏବଂ ଶିଶୁର ବୃଦ୍ଧି ପାଇଁ - ଅନ୍ୟାନ୍ୟ ଆମିଷ ଖାଦ୍ୟ ସହିତ ବିନ୍ସ, ବାଦାମ ଓ ମଞ୍ଜିଜାତୀୟ ଦ୍ରବ୍ୟ ମଧ୍ୟ ଖାଇବା ଉଚିତ
11:14 ବିଭିନ୍ନ ଆମିଷ ଖାଦ୍ୟ, ଯେପରି ମାଛ, ଅଣ୍ଡା ଆଦି ସାଧାରଣ ଥାଇରଏଡ୍ ହର୍ମୋନ୍ ରକ୍ଷା କରିବାରେ,

ବୃଦ୍ଧି ବିକାଶ କରିବାରେ ଓ ଶାରୀରିକ ଦୋଷ ପ୍ରତିରୋଧ କରିବାରେ ସାହାଯ୍ୟ କରିଥାଏ

11:27 ବାଦାମ ଓ ମଞ୍ଜିଜାତୀୟ ଦ୍ରବ୍ୟରେ "ମାଗ୍ନେସିୟମ୍” ରହିଥାଏ, ଯାହା ତନ୍ତ୍ରିକା ପ୍ରଣାଳୀର କାର୍ଯ୍ୟକାରିତା ଓ ଗୋଡ଼ କ୍ରାମ୍ପ୍ସ ପ୍ରତିରୋଧ ପାଇଁ ଅତି ଦରକାରୀ ଅଟେ
11:35 ଏଥିସହିତ ଆମେ “ପ୍ରାକ୍-ଗର୍ଭାବସ୍ଥା ପୋଷଣ” ଉପରେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.

ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep