Health-and-Nutrition/C2/Importance-of-Calcium/Oriya

From Script | Spoken-Tutorial
Jump to: navigation, search
Time
Narration
00:00 “କ୍ୟାଲସିୟମ”ର ମହତ୍ତ୍ୱ ଉପରେ ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଅଲରେ ଆମେ ଶିଖିବା:
00:09 ଆମ ଶରୀରରେ “କ୍ୟାଲସିୟମ୍” ର ଭୂମିକା ଏବଂ ଏହାର ଆବଶ୍ୟକତା,
00:13 ଏହାର ଅଭାବଜନିତ ଲକ୍ଷଣ
00:16 ଏବଂ “କ୍ୟାଲସିୟମ୍” ସମୃଦ୍ଧ ଖାଦ୍ୟର ଉତ୍ସ
00:20 ଆମ ଶରୀରରେ ଥିବା ସର୍ବାଧିକ ଖଣିଜ ପଦାର୍ଥ ହେଉଛି “କ୍ୟାଲସିୟମ୍”
00:24 ଶରୀରର 99% “କ୍ୟାଲସିୟମ୍” ହାଡ଼ ଓ ଦାନ୍ତରେ ମିଳିଥାଏ
00:31 ଅବଶିଷ୍ଟ 1% ଆମ ରକ୍ତରେ ଥାଏ
00:34 ଏହା ଆମ ଶରୀରରୁ ମଳ, ପରିସ୍ରା ଏବଂ ଝାଳ ଦ୍ୱାରା ବାହାରିଥାଏ
00:41 “କ୍ୟାଲସିୟମ୍” ଆମ ଶରୀରରେ ଅନେକ କାର୍ଯ୍ୟ କରିଥାଏ
00:45 ମୁଖ୍ୟ କାର୍ଯ୍ୟ ହେଉଛି ହାଡ଼ର ବିକାଶ ଏବଂ ରକ୍ଷଣାବେକ୍ଷଣ
00:51 ଯଦି ଶରୀରରେ “କ୍ୟାଲସିୟମ୍” ଅଧିକ ଥାଏ, ତେବେ ଏହା ହାଡ଼ରେ ଜମା ହୋଇଯାଏ
00:58 ଅଭାବ ହେଲେ, ଏହାକୁ ହାଡ଼ରୁ ନିଆଯାଇପାରେ
01:03 ଆମ ଶରୀରରେ ସ୍ନାୟୁ ସଙ୍କେତ ସ୍ଥାନାନ୍ତର ପାଇଁ “କ୍ୟାଲସିୟମ୍” ଜରୁରୀ ଅଟେ
01:09 ଏହା ମାଂସପେଶୀ ସଂକୋଚନ ଏବଂ ଏହାର ଗତିବିଧିରେ ସାହାଯ୍ୟ କରେ
01:14 ଏହା କଟିଯିବା ପରେ ରକ୍ତ ପ୍ରବାହକୁ ବନ୍ଦ କରିବାରେ ମଧ୍ୟ ସାହାଯ୍ୟ କରିଥାଏ
01:18 “ଇନସୁଲିନ୍” ଓ “ଏଡ୍ରେନଲିନ୍” ପରି “ହରମୋନ୍” ର କ୍ଷରଣ ପାଇଁ କ୍ୟାଲସିୟମ ଆବଶ୍ୟକ
01:27 ଅନ୍ୟାନ୍ୟ ଲାଭ ହେଉଛି ଶରୀରର ଓଜନ, ରକ୍ତଚାପ ଏବଂ ହୃଦୟର ସ୍ୱାସ୍ଥ୍ୟ ବଜାୟ ରଖିବା
01:34 “କ୍ୟାଲସିୟମ୍” ପାଇଁ ଦୈନିକ ସୁପାରିସ କରାଯାଇଥିବା ଖାଦ୍ୟ ବିଭିନ୍ନ ବୟସ ବର୍ଗ ପାଇଁ ଭିନ୍ନ ହୋଇଥାଏ
01:41 ଶୈଶବାବସ୍ଥା ଏବଂ କିଶୋରାବସ୍ଥାରେ ଦ୍ରୁତ ଅଭିବୃଦ୍ଧି ସମୟରେ ଏହା ଅଧିକ ଥାଏ
01:49 12 ମାସ ପର୍ଯ୍ୟନ୍ତର ଶିଶୁମାନଙ୍କ ପାଇଁ, ପ୍ରତିଦିନ 500 ମିଲିଗ୍ରାମ୍ “କ୍ୟାଲସିୟମ୍” ସୁପାରିସ କରାଯାଏ
01:57 9 ବର୍ଷ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ, ପ୍ରତିଦିନ 600 ମିଲିଗ୍ରାମ ସୁପାରିସ କରାଯାଏ
02:03 କିଶୋରାବସ୍ଥାରେ ପ୍ରତିଦିନ 800 ମିଲିଗ୍ରାମ ପର୍ଯ୍ୟନ୍ତ ଆବଶ୍ୟକତା ବୃଦ୍ଧି ପାଇଥାଏ
02:10 ବୟସ୍କମାନଙ୍କ ପାଇଁ ଏହା ପ୍ରତିଦିନ 600 ମିଲିଗ୍ରାମ ଅଟେ
02:15 ଗର୍ଭଧାରଣ ଏବଂ ସ୍ତନ୍ୟପାନ ସମୟରେ ମଧ୍ୟ “କ୍ୟାଲସିୟମ୍” ଆବଶ୍ୟକତା ଅଧିକ ଥାଏ
02:21 ଗର୍ଭଧାରଣ ଏବଂ ସ୍ତନ୍ୟପାନ ସମୟରେ, 1,200 ମିଲିଗ୍ରାମ ସୁପାରିସ କରାଯାଏ
02:29 ଏବେ “କ୍ୟାଲସିୟମ୍” ଅଭାବଜନିତ ପ୍ରଭାବ ବିଷୟରେ ଆଲୋଚନା କରିବା
02:34 ଗର୍ଭାବସ୍ଥାରେ “କ୍ୟାଲସିୟମ୍” ର ଅଭାବ ରକ୍ତଚାପ ବୃଦ୍ଧି କରିପାରେ
02:42 ହାତ ଓ ପାଦରେ ଫୁଲା ଦେଖାଯାଏ
02:46 ମା'ର ଅନୁପଯୁକ୍ତ “କ୍ୟାଲସିୟମ୍” ଗ୍ରହଣ ଶିଶୁ ଉପରେ ମଧ୍ୟ ପ୍ରଭାବ ପକାଇପାରେ
02:53 ସେମାନଙ୍କର ଜନ୍ମବେଳେ ଓଜନ କମ ହୋଇପାରେ ଏବଂ ସେମାନଙ୍କ ବୃଦ୍ଧିରେ ବିଳମ୍ବ ହୋଇପାରେ
02:58 ସେମାନଙ୍କର ଶାରୀରିକ ଏବଂ ଜ୍ଞାନଗତ ବିକାଶ ନଷ୍ଟ ହୋଇପାରେ
03:03 ପିଲାମାନଙ୍କଠାରେ, “କ୍ୟାଲସିୟମ୍” ଅଭାବ “ରିକେଟ୍ସ”ର କାରଣ ହୋଇପାରେ
03:08 “ରିକେଟ୍ସ” ହେଉଛି କଙ୍କାଳ ପ୍ରଣାଳୀର ଏକ ବିକାର
03:12 ବୃଦ୍ଧି ବ୍ୟାହତ ହୋଇଯାଏ ଏବଂ ମେରୁଦଣ୍ଡର ଆକାରରେ ପରିବର୍ତ୍ତନ ଆସିଥାଏ
03:18 ଅନ୍ୟାନ୍ୟ ସଙ୍କେତଗୁଡ଼ିକ ହେଉଛି ପଶି ଯାଇଥିବା ପଞ୍ଜରା, ବାହାରି ଆସିଥିବା କପାଳ ଏବଂ ଧନୁ ଆକୃତିର ବଙ୍କା ଗୋଡ
03:26 ସ୍ୱଳ୍ପ ଉଚ୍ଚତା, ବଳାଗଣ୍ଠି, କହୁଣୀ, ଆଣ୍ଠୁ ଏବଂ ଗୋଡ଼ର ଗଣ୍ଠି ବିସ୍ତାର ହୋଇପାରେ
03:34 ବୟସ୍କମାନଙ୍କଠାରେ, “କ୍ୟାଲସିୟମ୍” ଅଭାବର ପ୍ରାରମ୍ଭିକ ଲକ୍ଷଣଗୁଡ଼ିକ ହେଉଛି ମାଂସପେଶୀ ଯନ୍ତ୍ରଣା
03:40 ଆଙ୍ଗୁଠିର ଅସ୍ଥିରତା କିମ୍ବା ଝିମ୍‌ଝିମ୍ ହେବା ମଧ୍ୟ ଦେଖାଯାଏ
03:46 ମାନସିକ ଦ୍ୱନ୍ଦ୍ୱ, କ୍ରୋଧ,
03:49 ଶୁଷ୍କ ଚର୍ମ, ଭଙ୍ଗା ନଖ
03:51 ଏବଂ ଦାନ୍ତ କ୍ଷୟ ମଧ୍ୟ ହୋଇପାରେ
03:55 “କ୍ୟାଲସିୟମ୍” ର ଦୀର୍ଘକାଳୀନ ଅଭାବ ଯୋଗୁଁ “ଓଷ୍ଟିଓପୋରୋସିସ୍” ହୋଇପାରେ
04:01 “ଓଷ୍ଟିଓପୋରୋସିସ୍” ରେ ହାଡ଼ର ଘନତା କମିଯାଏ
04:06 ହାଡ଼ଗୁଡ଼ିକ ଦୁର୍ବଳ ହୋଇଯାଏ ଏବଂ ଭାଙ୍ଗିବାର ଭୟ ଥାଏ
04:10 ଅନ୍ୟାନ୍ୟ ଲକ୍ଷଣଗୁଡ଼ିକ ହେଉଛି ଆଗକୁ ଝୁଙ୍କିବା ସ୍ଥିତି, ଉଚ୍ଚତା ହ୍ରାସ ଏବଂ ପିଠି ଯନ୍ତ୍ରଣା
04:18 ପୁରୁଷଙ୍କ ତୁଳନାରେ ମହିଳାମାନଙ୍କଠାରେ “ଓଷ୍ଟିଓପୋରୋସିସ୍” ହେବାର ଆଶଙ୍କା ଅଧିକ ଥାଏ
04:23 ଏହାର କାରଣ ହେଉଛି ରଜୋସ୍ରାବ ପରେ ମହିଳାମାନଙ୍କର “ଇଷ୍ଟ୍ରୋଜନ୍” ର ସ୍ତର କମିଯାଏ
04:29 ସେହିପରି, “କ୍ୟାଲସିୟମ୍” ଅବସୋସଣ କମିଯାଏ ଏବଂ ପରିସ୍ରା ମାଧ୍ୟମରେ ଏହାର ନିର୍ଗମନ ବୃଦ୍ଧି ପାଇଥାଏ
04:37 “କ୍ୟାଲସିୟମ୍” ଅଭାବକୁ ଏଡ଼ାଇବା ପାଇଁ, “କ୍ୟାଲସିୟମ୍” ସମୃଦ୍ଧ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଜରୁରୀ ଅଟେ
04:44 ସର୍ବୋତ୍ତମ ଉତ୍ସ ହେଉଛି ଦୁଗ୍ଧ ଏବଂ ଦୁଗ୍ଧ ଜାତୀୟ ପଦାର୍ଥ
04:48 ଏଥିରେ ଦହି, ପନୀର୍ (ଅଲଣା ଭାରତୀୟ ଛେନା), ଛେନା ଏବଂ ଖୁଆ (ମୋଟା ହୋଇଥିବା କ୍ଷୀର) ଅନ୍ତର୍ଭୁକ୍ତ
04:55 ସେଗୁଡିକରୁ ପ୍ରାପ୍ତ “କ୍ୟାଲସିୟମ୍” ଆମ ଶରୀରରେ ସହଜରେ ଅବସୋସିତ ହୁଏ
05:00 200 ମିଲିଲିଟର ଗାଈ କ୍ଷୀର 236 ମିଲିଗ୍ରାମ “କ୍ୟାଲସିୟମ୍” ଯୋଗାଏ
05:07 ଗାଈ କ୍ଷୀରରୁ ପ୍ରସ୍ତୁତ 100 ଗ୍ରାମ ଦହିରେ 150 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
05:14 ଗାଈ କ୍ଷୀରରୁ ପ୍ରସ୍ତୁତ 30 ଗ୍ରାମ ପନୀର୍‌ରେ 142 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
05:21 କିଛି ମାଂସାହାରୀ ଖାଦ୍ୟ ମଧ୍ୟ “କ୍ୟାଲସିୟମ୍” ରେ ଭରପୂର
05:25 ଉଦାହରଣସ୍ୱରୂପ: ଚିଙ୍ଗୁଡ଼ି ଶୁଖୁଆ, ବମ୍ବେ ଡକ୍ ମାଛ, ଚିଙ୍ଗୁଡ଼ି, ବାଗଦା ଚିଙ୍ଗୁଡ଼ି ଏବଂ ମାଛ ଶୁଖୁଆ
05:34 100 ଗ୍ରାମ ଚିଙ୍ଗୁଡ଼ିରେ 67 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
05:40 20 ଗ୍ରାମ ଚିଙ୍ଗୁଡ଼ି ଶୁଖୁଆରେ 73 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
05:46 15 ଗ୍ରାମ ବମ୍ବେ ଡକ୍ ମାଛ ଶୁଖୁଆରେ 208 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
05:54 ମଞ୍ଜି ହେଉଛି “କ୍ୟାଲସିୟମ୍” ର ଏକ ଉତ୍କୃଷ୍ଟ ଉତ୍ସ
05:58 ଉଦାହରଣସ୍ୱରୂପ: ରାଶି, ନାଇଜର୍ ସୀଡ୍ସ, ଫ୍ଲାକ୍ସ ସୀଡ୍ସ, ଡିଲ୍ ମଞ୍ଜି ଏବଂ ପୋସ୍ତ ମଞ୍ଜି
06:05 1 ଟେବଲ୍ ଚାମଚ କିମ୍ବା 5 ଗ୍ରାମ ରାଶିରେ 64 ମିଲିଗ୍ରାମ “କ୍ୟାଲସିୟମ୍” ଥାଏ
06:14 ଏଗୁଡ଼ିକ ବ୍ୟତୀତ ଆଲମଣ୍ଡ ଓ ଅଖରୋଟ୍ ପରି ବାଦାମ ମଧ୍ୟ “କ୍ୟାଲସିୟମ୍” ରେ ଭରପୂର ଅଟେ
06:21 ଅନେକ ତାଜା ଶାଗରେ ଭଲ ପରିମାଣର “କ୍ୟାଲସିୟମ୍” ଥାଏ
06:26 ଉଦାହରଣସ୍ୱରୂପ: କୋଶଳା, ଅଗସ୍ତି, ଶଜନା ଏବଂ ମେଥି ଶାଗ
06:33 ଏପରିକି ମୂଳା ପତ୍ର, ସାରୁ ପତ୍ର ଏବଂ ସୋରିଷ ପତ୍ର ମଧ୍ୟ ଭଲ ଉତ୍ସ
06:39 100 ଗ୍ରାମ କୋଶଳା ଶାଗରେ 330 ମିଲିଗ୍ରାମ “କ୍ୟାଲସିୟମ୍” ଅଛି
06:46 100 ଗ୍ରାମ ମେଥି ଶାଗରେ 274 ମିଲିଗ୍ରାମ “କ୍ୟାଲସିୟମ୍” ଅଛି
06:52 ସୋୟାବିନ୍, ଚଣା ଏବଂ ମୋଥ୍ ବିନ୍ ପରି କିଛି ବିନ୍ସରେ “କ୍ୟାଲସିୟମ୍” ରହିଛି
07:00 50 ଗ୍ରାମ କୋଳଥ 135 ମିଲିଗ୍ରାମ “କ୍ୟାଲସିୟମ୍” ଦେଇଥାଏ
07:07 ମାଣ୍ଡିଆ ମଧ୍ୟ “କ୍ୟାଲସିୟମ୍” ର ଏକ ସମୃଦ୍ଧ ଉତ୍ସ
07:11 30 ଗ୍ରାମ ମାଣ୍ଡିଆ 110 ମିଲିଗ୍ରାମ “କ୍ୟାଲସିୟମ୍” ଯୋଗାଏ
07:18 ଖାଦ୍ୟ ଗ୍ରହଣ ସହିତ, “କ୍ୟାଲସିୟମ୍” ଅବସୋସଣ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ
07:24 “ଅକ୍ସାଲେଟ୍ସ”, “ଫାଇଟେଟ୍ସ” ଏବଂ ଫାଇବର୍‌ର ଉପସ୍ଥିତି “କ୍ୟାଲସିୟମ୍” ଅବସୋସଣକୁ ପ୍ରଭାବିତ କରେ
07:30 ସେଗୁଡ଼ିକ ବାଦାମ, ମଞ୍ଜି, ଡାଲି ଏବଂ ତାଜା ଶାଗରେ ରହିଛି
07:38 ଏହି ପଦାର୍ଥଗୁଡ଼ିକ “କ୍ୟାଲସିୟମ୍” ସହିତ ବାନ୍ଧିହୋଇ ଏକ ଅଦ୍ରବଣୀୟ ମିଶ୍ରଣ ଗଠନ କରିପାରନ୍ତି
07:45 ଫଳସ୍ୱରୂପ, ଶରୀରରେ “କ୍ୟାଲସିୟମ୍” ଅବସୋସଣ ପ୍ରତିବନ୍ଧିତ ହୁଏ
07:50 ବିଭିନ୍ନ ରନ୍ଧନ କୌଶଳ ବ୍ୟବହାର କରି ଅବସୋସଣକୁ ବୃଦ୍ଧି କରାଯାଇପାରିବ
07:56 ଉଦାହରଣସ୍ୱରୂପ: ବତୁରାଇବା, ଗଜା କରିବା, ଫୁଟାଇବା, ପୋଡ଼ିବା ଏବଂ ପଚାଇବା
08:05 “କ୍ୟାଲସିୟମ୍” ଅବସୋସଣ ପାଇଁ, “କ୍ୟାଲସିୟମ୍” ସମୃଦ୍ଧ ଖାଦ୍ୟ ସହିତ ଚାହା, କଫୀ ଏବଂ କୋଲାଠାରୁ ଦୂରେଇ ରୁହନ୍ତୁ
08:13 ସେଗୁଡ଼ିକରେ “କ୍ୟାଫୀନ୍” ଥାଏ, ଯାହା ପରିସ୍ରା ମାଧ୍ୟମରେ “କ୍ୟାଲସିୟମ୍” ନିର୍ଗମନକୁ ବଢ଼ାଇଥାଏ
08:20 ସର୍ବାଧିକ “କ୍ୟାଲସିୟମ୍” ଅବସୋସଣ ପାଇଁ, ଅନ୍ୟ କିଛି ପୋଷକ ତତ୍ତ୍ୱ ଆବଶ୍ୟକ
08:25 ଉଦାହରଣସ୍ୱରୂପ: “ଭିଟାମିନ୍ D, ମେଗ୍ନେସିୟମ୍, ପୋଟାଶିୟମ୍” ଏବଂ “ଫସଫରସ୍”
08:32 ପୁଷ୍ଟିକର ଖାଦ୍ୟ ବ୍ୟତୀତ ପର୍ଯ୍ୟାପ୍ତ ଶାରୀରିକ କାର୍ଯ୍ୟକଳାପ ଏବଂ ବ୍ୟାୟାମ ମଧ୍ୟ ଆବଶ୍ୟକ
08:39 ଏହା ହାଡ଼ର ଦ୍ରବ୍ୟମାନ ଏବଂ ହାଡ଼ର ଶକ୍ତି ବୃଦ୍ଧି କରିବ
08:44 ଏସବୁ ବ୍ୟତୀତ, ବୟସ “କ୍ୟାଲସିୟମ୍” ଅବସୋସଣକୁ ମଧ୍ୟ ପ୍ରଭାବିତ କରେ
08:50 ଶୈଶବ ଏବଂ ବାଲ୍ୟକାଳରେ ଏହା ସର୍ବାଧିକ
08:55 ବୟସ୍କ ଅବସ୍ଥାରେ ଅବସୋସଣ ମଧ୍ୟମ ଅଟେ ଏବଂ ଏହା ବୟସ ବଢ଼ିବା ସହିତ କମିଯାଏ
09:02 ତେଣୁ, ପିଲାଦିନରୁ “କ୍ୟାଲସିୟମ୍” ସମୃଦ୍ଧ ଖାଦ୍ୟ ପର୍ଯ୍ୟାପ୍ତ ପରିମାଣରେ ଗ୍ରହଣ କରିବା ଜରୁରୀ ଅଟେ
09:09 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ

IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep