Health-and-Nutrition/C2/Complementary-food-for-6-to-24-month-old-babies/Oriya
From Script | Spoken-Tutorial
|
|
00:00 | "6 ରୁ 24 ମାସର ଶିଶୁମାନଙ୍କ ପାଇଁ ପରିପୂରକ ଖାଦ୍ୟ” ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲକୁ ସ୍ୱାଗତ |
00:09 | ଏହି ଟ୍ୟୁଟୋରିଅଲରେ ଆମେ ଘରେ ତିଆରି କରାଯାଇଥିବା ପୁଷ୍ଟିକର ପରିପୂରକ ଖାଦ୍ୟ ବିଷୟରେ ଶିଖିବା |
00:16 | ଆମେ ଏହାର ପରିମାଣ, |
00:18 | ପ୍ରକାର, |
00:20 | ଓ ବାରମ୍ୱାରତା ବିଷୟରେ ଆଲୋଚନା କରିବୁ |
00:23 | ଗୋଟିଏ 6 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ସହିତ ଆସନ୍ତୁ ଆରମ୍ଭ କରିବା |
00:29 | ମନେରଖନ୍ତୁ, ଶିଶୁଟିକୁ 6 ମାସ ପୂରିବା ପରେ ହିଁ ପରିପୂରକ ଖାଦ୍ୟ ଆରମ୍ଭ କରାଯିବା ଉଚିତ |
00:38 | ଶିଶୁର ପ୍ରଥମ ଆହାର କେବଳ ଗୋଟିଏ ଖାଦ୍ୟରୁ ପ୍ରସ୍ତୁତ ଚକଟା କିମ୍ୱା ଭର୍ତ୍ତା ହୋଇଥିବା ଦରକାର |
00:46 | ଏହି ଆହାର ପାଇଁ ବ୍ୟବହାର କରାଯାଇପାରିବା ଖାଦ୍ୟର କିଛି ଉଦାହରଣ ଆସନ୍ତୁ ଦେଖିବା |
00:52 | ଗୋଟା ମଞ୍ଜି, ଯେପରି ଗଜା ହୋଇଥିବା, ସିଝାଯାଇ ବଟା ଯାଇଥିବା ଚଣାକୁ ବ୍ୟବହାର କରାଯାଇପାରିବ |
01:00 | ଗଜା ହୋଇଥିବା, ସିଝାଯାଇ ବଟା ଯାଇଥିବା ମାଣ୍ଡିଆ ମଧ୍ୟ ବ୍ୟବହାର କରାଯାଇପାରିବ |
01:07 | ବତୁରା ଯାଇଥିବା, ସିଝାଇ ବଟା ଯାଇଥିବା ମୁଗ ଡାଲି ବ୍ୟବହାର କରାଯାଇପାରିବ |
01:16 | ସିଝାଇ ଚକଟା ଯାଇଥିବା ଅଣ୍ଡା, ଚିକେନ୍, ମାଛ ଭଳି ଆମିଷ ଖାଦ୍ୟକୁ ମଧ୍ୟ ବ୍ୟବହାର କରାଯାଇପାରିବ |
01:25 | ସେଗୁଡ଼ିକ ମଧ୍ୟରୁ ଯେଉଁଟିକୁ ଆପଣ ଭର୍ତ୍ତା କରିବା ପାଇଁ ବାଛିପାରିବେ |
01:30 | ଏଠାରେ, ପ୍ରଥମ ଖାଦ୍ୟ ଭାବରେ ଗଜା ହୋଇଥିବା, ସିଝାଇ ଚକଟା ଯାଇଥିବା ରାଜମାର ଚୟନ କରାଯାଇଛି |
01:38 | ଯଦି ଆବଶ୍ୟକ ହୁଏ, ତେବେ ଭର୍ତ୍ତା କରିବା ପାଇଁ ସାମାନ୍ୟ ସ୍ତନ କ୍ଷୀର ମିଶାନ୍ତୁ |
01:45 | ଯଦି ସ୍ତନ କ୍ଷୀର ଉପଲବ୍ଧ ନ ହୁଏ, ତେବେ ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ବ୍ୟବହାର କରନ୍ତୁ |
01:53 | ଚକଟା ବା ଭର୍ତ୍ତାର ସମାନତା ନିହାତି ଜରୁରୀ ଅଟେ |
01:59 | ତାହା, ଚାମଚରେ ରହିଲା ଭଳି ବହଳା ହେବା ଆବଶ୍ୟକ, ଚାମଚରୁ ପଡ଼ିଯାଉନଥିବ |
02:06 | ପ୍ରଥମ ଦିନରେ ଶିଶୁର ପ୍ରଥମ ଭୋଜନ ପାଇଁ 1 ଟେବଲ୍ ଚାମଚ ଖାଦ୍ୟ ଖୁଆନ୍ତୁ |
02:14 | ସେହି ଦିନ ଶିଶୁର ଦ୍ୱିତୀୟ ଭୋଜନ ପାଇଁ ପ୍ରଥମ ଖାଦ୍ୟର ଆଉ ଗୋଟିଏ ଟେବଲ୍ ଚାମଚ ଖାଦ୍ୟ ଖୁଆନ୍ତୁ |
02:21 | ପ୍ରଥମ ଦିନର ଏହି ଦୁଇଟି ଭୋଜନ ସହିତ ଶିଶୁକୁ ପର୍ଯ୍ୟାପ୍ତ ସ୍ତନ୍ୟପାନ କରାନ୍ତୁ |
02:29 | ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଏହି ଟ୍ୟୁଟୋରିଅଲରେ ବ୍ୟବହୃତ ଟେବଲ୍ ଚାମଚରେ ପ୍ରାୟ 15 ଗ୍ରାମ ଖାଦ୍ୟ ରହିଥାଏ |
02:37 | ଦ୍ୱିତୀୟ ଦିନରେ ସେହି ସମାନ ଖାଦ୍ୟର 2 ଚାମଚ ଖୁଆନ୍ତୁ |
02:44 | ସେହି ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
02:50 | ତୃତୀୟ ଦିନରେ, ପ୍ରତ୍ୟେକ ଭୋଜନରେ ସେହି ସମାନ ଖାଦ୍ୟର 3 ଚାମଚ ଖୁଆନ୍ତୁ |
02:57 | ସେହି ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
03:03 | 4ର୍ଥ ଦିନରେ ଦ୍ୱିତୀୟ ନୂଆ ଖାଦ୍ୟ ଆରମ୍ଭ କରନ୍ତୁ |
03:09 | ଯେକୌଣସି ଖାଦ୍ୟ ବର୍ଗରୁ ଗୋଟିଏ ନୂଆ ପୋଷଣରେ ଭରା ଆହାର ବାଛନ୍ତୁ |
03:15 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ଖାଦ୍ୟ ବର୍ଗ ବିଷୟରେ ବ୍ୟାଖ୍ୟା କରାଯାଇଛି |
03:22 | ଏଠାରେ, ଦ୍ୱିତୀୟ ଖାଦ୍ୟ ଭାବରେ ଗଜା ହୋଇଥିବା, ସିଝାଇ ଚକଟା ଯାଇଥିବା ମାଣ୍ଡିଆର ଚୟନ କରାଯାଇଛି |
03:30 | ଏହି ଖାଦ୍ୟକୁ ସ୍ତନ କ୍ଷୀର କିମ୍ୱା ଫୁଟାଯାଇ ଥଣ୍ଡା କରାଯାଇଥିବା ପାଣି ସାହାଯ୍ୟରେ ବହଳା ପେଷ୍ଟ ତିଆରି କରନ୍ତୁ |
03:38 | ଭୋଜନ ପିଛା ଦ୍ୱିତୀୟ ଖାଦ୍ୟର ଗୋଟିଏ ଟେବଲ୍ ଚାମଚରୁ ଆରମ୍ଭ କରନ୍ତୁ |
03:44 | ପ୍ରଥମ ଖାଦ୍ୟର 3 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ |
03:50 | ପ୍ରତ୍ୟେକ ଭୋଜନରେ ଖାଦ୍ୟ ପେଷ୍ଟର ମୋଟ 4 ଟେବଲ୍ ଚାମଚ ଦିଆଯିବା ଦରକାର |
03:57 | ଚତୁର୍ଥ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
04: 03 | ପଞ୍ଚମ ଦିନରେ, ଦ୍ୱିତୀୟ ଖାଦ୍ୟର ପରିମାଣକୁ ଭୋଜନ ପିଛା 2 ଟେବଲ୍ ଚାମଚକୁ ବୃଦ୍ଧି କରନ୍ତୁ |
04:11 | ପ୍ରତ୍ୟେକ ଭୋଜନରେ ପ୍ରଥମ ଖାଦ୍ୟର 2 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ |
04:18 | ପଞ୍ଚମ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
04:24 | ଷଷ୍ଠ ଦିନରେ, ଦ୍ୱିତୀୟ ଖାଦ୍ୟର ପରିମାଣକୁ ଭୋଜନ ପିଛା 3 ଟେବଲ୍ ଚାମଚକୁ ବୃଦ୍ଧି କରନ୍ତୁ |
04:32 | ପ୍ରତ୍ୟେକ ଭୋଜନରେ ପ୍ରଥମ ଖାଦ୍ୟର 1 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ |
04:39 | ଷଷ୍ଠ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
04:45 | ସପ୍ତମ ଦିନରେ, ତୃତୀୟ ନୂଆ ପୋଷଣରେ ଭରା ଖାଦ୍ୟ ଦେବା ଆରମ୍ଭ କରନ୍ତୁ |
04:53 | ଏହି ଛବିରେ, ତୃତୀୟ ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ ଅଣ୍ଡା ନିଆଯାଇଛି |
04:59 | ଭୋଜନ ପିଛା ତୃତୀୟ ଖାଦ୍ୟର ଗୋଟିଏ ଟେବଲ୍ ଚାମଚରୁ ଆରମ୍ଭ କରନ୍ତୁ |
05:05 | ପ୍ରଥମ ଓ ଦ୍ୱିତୀୟ ଖାଦ୍ୟରର 3 ଟେବଲ୍ ଚାମଚ ସହିତ ଏହାକୁ ଦିଅନ୍ତୁ |
05:12 | ପ୍ରତ୍ୟେକ ଭୋଜନରେ ଖାଦ୍ୟ ପେଷ୍ଟର ମୋଟ 4 ଟେବଲ୍ ଚାମଚ ଦିଆଯିବା ଦରକାର |
05:19 | ସପ୍ତମ ଦିନରେ ସ୍ତନ୍ୟପାନ ସମେତ ସେହିଭଳି ଦୁଇଟି ଆହାର ଦିଅନ୍ତୁ |
05:25 | ଧୀରେ ଧୀରେ ତୃତୀୟ ଖାଦ୍ୟର ପରିମାଣକୁ ବଢ଼ାଇ ଭୋଜନ ପିଛା 3 ଟେବଲ୍ ଚାମଚ କରନ୍ତୁ |
05:33 | ସର୍ବଦା ସମସ୍ତ ପୂର୍ବବର୍ତ୍ତୀ ଭର୍ତ୍ତା ସହିତ ଏହାକୁ ଦିଅନ୍ତୁ |
05:38 | ପ୍ରତ୍ୟେକ ଭୋଜନରେ ଖାଦ୍ୟ ଭର୍ତ୍ତାର ମୋଟ 4 ଟେବଲ୍ ଚାମଚ ଖୁଆନ୍ତୁ |
05:45 | ସ୍ତନ୍ୟପାନ ସହିତ 6 ମାସର ଶିଶୁକୁ ଦିନକୁ ଏହିପରି 2 ଟି ଭୋଜନ ଦିଅନ୍ତୁ |
05:53 | ସେହିଭଳି, ଦଶମ ଦିନରେ 4ର୍ଥ ନୂଆ ପୁଷ୍ଟିକର ଖାଦ୍ୟ ଭର୍ତ୍ତା ଦିଅନ୍ତୁ |
06:00 | ଏହି ଛବିରେ, ମାଛ ନିଆଯାଇଛି ଚତୁର୍ଥ ନୂଆ ଖାଦ୍ୟ ପ୍ରସ୍ତୁତ କରିବାକୁ |
06:07 | ତା’ପରେ, ପଞ୍ଚମ ନୂଆ ଖାଦ୍ୟ ଦିଅନ୍ତୁ ଏବଂ ଏହିପରି କରିଚାଲନ୍ତୁ |
06:14 | ପ୍ରତ୍ୟେକ ଚତୁର୍ଥ ଦିନରେ ଗୋଟିଏ ନୂଆ ଖାଦ୍ୟ ଯୋଡ଼ୁଥା’ନ୍ତୁ |
06:19 | ଶିଶୁ ସମସ୍ତ ଖାଦ୍ୟ ବର୍ଗରୁ ବିଭିନ୍ନ ପ୍ରକାରର ଖାଦ୍ୟ ନ ଖାଇବା ପର୍ଯ୍ୟନ୍ତ ଜାରି ରଖନ୍ତୁ |
06:26 | ନୂଆ କ୍ଷୀରୀ ଓ ଡାଲି ଆରମ୍ଭ କରିବା ପରେ ସର୍ବଦା ସେଗୁଡ଼ିକୁ ଶିଶୁର ଆହାରରେ ମିଶାନ୍ତୁ |
06:34 | 6 ମାସ ପରେ ଯଥା ଶୀଘ୍ର ସମ୍ଭବ ଏହିଭଳି ମିଶ୍ରଣ ଦିଅନ୍ତୁ |
06:41 | ସେଗୁଡ଼ିକ ଗୋଟିଏ ଶିଶୁକୁ ସମ୍ପୂର୍ଣ୍ଣ ପ୍ରୋଟିନ୍ ପ୍ରଦାନ କରିବ |
06:46 | ବିଭିନ୍ନ କୌଶଳ ବ୍ୟବହାର କରନ୍ତୁ, ଯାହା ଖାଦ୍ୟରୁ ପୁଷ୍ଟିକର ଅବଶୋଷଣକୁ ବଢ଼ାଇଥାଏ |
06:53 | କେତେକ ଉଦାହରଣ ହେଉଛି ଭାଜିବା, ବତୁରାଇବା, ଅଙ୍କୁରିତ କରିବା, କିଣ୍ୱନ କରିବା ଓ ସିଝାଇବା |
07:02 | ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ଏହି କୌଶଳଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି |
07:10 | ସ୍ୱଚ୍ଛ ଭାବରେ ପ୍ରସ୍ତୁତ ସତେଜ ଘରେ ତିଆରି ଖାଦ୍ୟ ଶିଶୁ ପାଇଁ ସର୍ବୋତ୍ତମ ଅଟେ |
07:17 | ଯଦି ଶିଶୁ ଖାଦ୍ୟକୁ ସଂରକ୍ଷଣ କରାଯିବାର ଅଛି, ତେବେ ଦୟାକରି ପରାମର୍ଶିତ ସୁରକ୍ଷା ନିର୍ଦ୍ଦେଶାବଳୀ ଅନୁସରଣ କରନ୍ତୁ |
07:25 | ଶିଶୁ ଖାଦ୍ୟର ନିରାପଦ ପ୍ରସ୍ତୁତି ଓ ସଂରକ୍ଷଣ ଅନ୍ୟ ଏକ ଟ୍ୟୁଟୋରିଅଲରେ ବର୍ଣ୍ଣନା କରାଯାଇଛି |
07:32 | ଶିଶୁ ଖାଦ୍ୟର ନିରାପଦ ପରିବେଷଣ ମଧ୍ୟ ସମାନ ଟ୍ୟୁଟୋରିଅଲରେ ଆଲୋଚନା କରାଯାଇଛି |
07:39 | ଅଧିକ ବିବରଣୀ ପାଇଁ ଦୟାକରି ଆମ ୱେବ୍ ସାଇଟକୁ ଯାଆନ୍ତୁ |
07:44 | ଏବେ ଆସନ୍ତୁ, 7 ମାସର ଶିଶୁ ପାଇଁ ପରିପୂରକ ଖାଦ୍ୟ ବିଷୟରେ ଆଲୋଚନା କରିବା |
07:51 | ଏହି ବୟସରେ, ଖାଦ୍ୟର ପରିମାଣକୁ ଧୀରେ ଧୀରେ ଅଧା କପକୁ ବୃଦ୍ଧି କରନ୍ତୁ |
07:58 | ସ୍ତନ୍ୟପାନ ସହିତ ଦିନ ପିଛା ଭୋଜନର ସଂଖ୍ୟାକୁ 3 କୁ ବୃଦ୍ଧି କରନ୍ତୁ |
08:06 | ଦୟାକରି ଧ୍ୟାନ ଦିଅନ୍ତୁ, ଏହି ଟ୍ୟୁଟୋରିଅଲରେ 250 ମି.ଲି. କପ୍ ବ୍ୟବହୃତ ହୋଇଛି |
08:14 | ଏହି ବୟସରେ ଖାଦ୍ୟର ସମାନତା ବଦଳାଇବା ଦରକାର |
08:21 | 7 ମାସର ଶିଶୁକୁ ଦିଆଯାଇଥିବା ଖାଦ୍ୟକୁ ଚକଟା କିମ୍ୱା ବିଣ୍ଡାଳିଆ କରାଯିବା ଉଚିତ |
08:28 | ଏହିଭଳି ଖାଦ୍ୟର ଗୋଟିଏ ଉଦାହରଣ ହେଉଛି ପଣଶ ମଞ୍ଜି ଖେଚେଡ଼ି |
08:33 | ଯେତେବେଳେ ଶିଶୁଟି 8 ମାସ ହୋଇଯିବ, ଖାଦ୍ୟ ସଂଖ୍ୟାକୁ ଦିନ ପିଛା 4 କୁ ବୃଦ୍ଧି କରନ୍ତୁ |
08:41 | ଭୋଜନ ପିଛା ଅଧା କପ୍ ଖାଦ୍ୟ ଦେବା ଜାରି ରଖନ୍ତୁ |
08:46 | ସ୍ତନ୍ୟପାନ ଜାରି ରଖନ୍ତୁ |
08:49 | ଏହି ବୟସରେ ଖାଦ୍ୟ ବଟା ଓ ଭର୍ତ୍ତା ଦେବା ବନ୍ଦ କରିଦିଅନ୍ତୁ |
08:56 | ନରମ ପୁଷ୍ଟିକର ଖାଦ୍ୟ ଖଣ୍ଡ ଦେବା ଆରମ୍ଭ କରନ୍ତୁ |
09:01 | ଏହିଭଳି ଖାଦ୍ୟର ଗୋଟିଏ ଉଦାହରଣ ହେଉଛି ଗଜା କରାଯାଇ ସିଝାଯାଇଥିବା ଚଣା |
09:08 | ଯେତେବେଳେ ଶିଶୁଟି 9 ରୁ 11 ମାସ ହେବ, ନରମ କଟା ଖାଦ୍ୟ ଦେବା ଆରମ୍ଭ କରନ୍ତୁ |
09:15 | କଟା ଖାଦ୍ୟର ଅର୍ଥ ହେଉଛି, ଯାହାକୁ ହାତ ସାହାଯ୍ୟରେ ସିଧାସଳଖ ଖାଇହେବ |
09:22 | ଏହିଭଳି ଖାଦ୍ୟର ଉଦାହରଣ ହେଉଛି ସିଝା ଅଣ୍ଡା ଓ ସିଝା ପରିବା ଖଣ୍ଡ |
09:29 | ଏହି ବୟସରେ ଖାଦ୍ୟ ସଂଖ୍ୟାକୁ ଦିନ ପିଛା 5 କୁ ବୃଦ୍ଧି କରନ୍ତୁ |
09:35 | ପ୍ରତ୍ୟେକ ଭୋଜନରେ ଅଧା କପ୍ ଖାଦ୍ୟ ଦେବା ଜାରି ରଖନ୍ତୁ |
09:41 | ସ୍ତନ୍ୟପାନ ଜାରି ରଖନ୍ତୁ |
09:44 | 12 ମାସ ପୂରିବା ପରେ, ଶିଶୁଟି ପାରିବାରିକ ଭୋଜନର ଏକ ଅଂଶ ଖାଇବା ଆରମ୍ଭ କରିପାରେ |
09:52 | ଏହି ବୟସରେ, ଖାଦ୍ୟର ପରିମାଣକୁ ଗୋଟିଏ କପକୁ ବୃଦ୍ଧି କରନ୍ତୁ |
09:59 | ସ୍ତନ୍ୟପାନ ସମେତ ଦିନକୁ 5 ଟି ଭୋଜନ ଦେବା ଜାରି ରଖନ୍ତୁ |
10:05 | ଦିନରେ 5 ଟି ଭୋଜନକୁ 3 ଟି ମୁଖ୍ୟ ଭୋଜନ ଏବଂ 2 ଟି ଜଳଖିଆ ଭାବରେ ଦିଆଯାଇପାରେ |
10:12 | ଜଳଖିଆ ପାଇଁ 1 କପ୍ ପୁଷ୍ଟିକର ଖାଦ୍ୟ ଦେବା ଉଚିତ |
10:19 | ଫଳ, ଦହୀ, ରନ୍ଧା ଛେନା ଓ ସିଝା ପରିବା ହେଉଛି ଜଳଖିଆର ଉଦାହରଣ |
10:28 | ରାନ୍ଧିବା ସମୟରେ ପୁଷ୍ଟିକର ବାଦାମ, ମଞ୍ଜି ଓ ପତ୍ର ଗୁଣ୍ଡ ସେଥିରେ ମିଶାନ୍ତୁ |
10:36 | ଏହି ଶୃଙ୍ଖଳାର ଅନ୍ୟ ଏକ ଟ୍ୟୁଟୋରିଆଲରେ ପୁଷ୍ଟିକର ପାଉଡର୍ ରେସିପି ବିଷୟରେ ବର୍ଣ୍ଣନା କରାଯାଇଛି |
10:44 | ମନେରଖନ୍ତୁ, ଅତିକମରେ 2 ବର୍ଷ ପର୍ଯ୍ୟନ୍ତ ସ୍ତନ୍ୟପାନ ଜାରି ରଖନ୍ତୁ |
10:51 | ଶିଶୁର ପ୍ରଥମ ଜନ୍ମ ଦିନ ପୂର୍ବରୁ ତାକୁ ଚିଙ୍ଗୁଡ଼ି ଓ କଙ୍କଡ଼ା ଖାଇବାକୁ ଦିଅନ୍ତୁ ନାହିଁ |
10:58 | ଶିଶୁ ପାଇଁ ପ୍ରସ୍ତୁତ କରାଯାଇଥିବା ଖାଦ୍ୟରେ ଲୁଣ ମଧ୍ୟ ମିଶାନ୍ତୁ ନାହିଁ |
11:05 | 2 ବର୍ଷ ବୟସ ପୂରିବା ପୂର୍ବରୁ, ଶିଶୁକୁ କୌଣସି ପ୍ରକାରର ମିଠା ଦିଅନ୍ତୁ ନାହିଁ |
11:13 | ଏଥିରେ ରହିଛି ଗୁଡ଼, ମହୁ ଓ ଫଳ ରସ |
11:19 | ଏଥିସହ ଚାହା, କଫୀ, ଡବା ଖାଦ୍ୟ କିମ୍ବା ପାନୀୟ |
11:25 | ଏବଂ ବାହାର ଖାଦ୍ୟ ଦିଅନ୍ତୁ ନାହିଁ |
11:29 | ଶିଶୁର ବୟସ ଅନୁସାରେ ଏହିସବୁ ନିର୍ଦ୍ଦିଷ୍ଟ ପରିପୂରକ ଆହାର ମାର୍ଗଦର୍ଶିକା ଥିଲା |
11:36 | ସବୁ ବୟସର ଶିଶୁମାନଙ୍କ ପାଇଁ ଆହୁରି ଅନେକ ଗୁରୁତ୍ୱପୂର୍ଣ୍ଣ ଖାଇବା ନିର୍ଦ୍ଦେଶାବଳୀ ରହିଛି |
11:43 | ଏହି ଶୃଙ୍ଖଳାର ଅନ୍ୟ ଟ୍ୟୁଟୋରିଅଲରେ ସେଗୁଡ଼ିକ ବିଷୟରେ ସବିଶେଷ ଆଲୋଚନା କରାଯାଇଛି |
11:50 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଗଲେ.
ଆଇଆଇଟି ବମ୍ୱେ ତରଫରୁ ପ୍ରଦୀପ ଚନ୍ଦ୍ର ମହାପାତ୍ରଙ୍କ ସହ ମୁଁ ରଶ୍ମିତା ମହାପାତ୍ର ଆପଣମାନଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |