Health-and-Nutrition/C2/Breastfeeding-latching/Oriya

From Script | Spoken-Tutorial
Jump to: navigation, search
Time
Narration
00:02 ନମସ୍କାର, ବ୍ରେଷ୍ଟଫିଡିଂ ଲାଚିଂ ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ, ସ୍ତନ ସହିତ ଶିଶୁ ନିବିଡ଼ ଭାବେ ସଂଯୁକ୍ତ ହେବା ଏବଂ ବାରମ୍ବାର ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ଲାଚିଂ ପଦ୍ଧତି ବିଷୟରେ ଜାଣିବା
00:20 ଆମେ ଆରମ୍ଭ କରିବା ପୂର୍ବରୁ, ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଉତ୍ତମ ରୂପେ ସ୍ତନ୍ୟପାନ କରାଇବା ପାଇଁ ସଠିକ୍ ଲାଚିଂ ଅତ୍ୟନ୍ତ ଜରୁରୀ ଅଟେ
02:29 ସ୍ତନ ସହିତ ଶିଶୁର ପାଟି ସଠିକ ଭାବେ ସଂଯୁକ୍ତ ନ ହେଲେ, କେବଳ ନିପଲ୍ ଫିଡିଂ ହେବ
00:36 ଏହା ଦ୍ଵାରା ଶିଶୁ ଅତି କମ୍ କ୍ଷୀର ପାନ କରିପାରିବ
00:40 ଯେତେବେଳେ କି, ଆରିଓଲାର ନିମ୍ନ ଭାଗ ସହିତ ଶିଶୁର ନିବିଡ଼ ସଂଯୋଗ ଦ୍ଵାରା ସେ ଯଥେଷ୍ଟ ପରିମାଣର କ୍ଷୀର ପାନ କରିପାରିବ
00:50 ଦୟାକରି ଧ୍ୟାନ ଦିଅନ୍ତୁ ଯେ, ଆରିଓଲା ହେଉଛି ନିପଲ୍ ଚାରିପଟେ ଥିବା ଗାଢ଼ କଳା ଅଂଶ
00:56 ବର୍ତ୍ତମାନ ଚାଲନ୍ତୁ ଆରମ୍ଭ କରିବା. ଆରମ୍ଭ କରିବା ପାଇଁ ମା’ ନିଜର ଶିଶୁକୁ ଉପଯୁକ୍ତ ଶୈଳୀରେ ଧରିବା ଉଚିତ
01:05 ଏହି ସିରିଜ୍‌ର ଅନ୍ୟ ଭିଡିଓଗୁଡ଼ିକରେ ଧରିବା ଶୈଳୀଗୁଡ଼ିକୁ ସମ୍ପୂର୍ଣ୍ଣ ରୂପେ ବର୍ଣ୍ଣନା କରାଯାଇଛି
01:11 ଏହି ଟ୍ୟୁଟୋରିଆଲକୁ କ୍ରସ୍ କ୍ରେଡଲ୍ ହୋଲ୍ଡ ବ୍ୟବହାର କରି ବର୍ଣ୍ଣନା କରାଯିବ
01:16 ମନେରଖନ୍ତୁ, ଉତ୍ତମ ଲାଚିଂ ଓ ସ୍ତନ୍ୟପାନ କରାଇବା ପାଇଁ ଶିଶୁକୁ ସଠିକ୍ ପୋଜିଶନ୍‌ରେ ରଖିବା ଜରୁରୀ ଅଟେ
01:24 ଏହି ଛବିରେ ମା’ ଶିଶୁକୁ କ୍ରସ୍ କ୍ରେଡଲ୍ ହୋଲ୍ଡ ଶୈଳୀରେ ଧରିଛନ୍ତି
01:31 ଏବଂ ଶିଶୁଟି ସ୍ତନ୍ୟପାନ କରିବା ପାଇଁ ଲାଚ୍ ହେବା ନିମନ୍ତେ ପ୍ରସ୍ତୁତ
01:35 ଲାଚିଂ ପୂର୍ବରୁ, ହାଇ ମାରିବା ଭଳି ଶିଶୁଟି ନିଜର ପାଟିକୁ ମେଲା କରିବା ଅତ୍ୟନ୍ତ ଜରୁରୀ
01:42 କାହିଁକି? ଏହାକୁ ବୁଝିବା ପାଇଁ ଜଣେ ବୟସ୍କ ଲୋକ ବଡା ପାଓ କିମ୍ବା ବର୍ଗର୍ ଖାଉଥିବା ଦେଖନ୍ତୁ
01:49 ବଡା ପାଓ କିମ୍ବା ବର୍ଗର୍‌ର ଗୋଟିଏ ବଡ଼ ଖଣ୍ଡ ଖାଇବା ପାଇଁ ଆମେ ଆମର ପାଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲିଦେଇଥାଉ
01:56 ସେହିପରି ପାଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ଦ୍ଵାରା ସ୍ତନର ଗୋଟିଏ ବଡ଼ ଅଂଶ ପାଟିରେ ନେବା ପାଇଁ ଶିଶୁଟିକୁ ସୁବିଧା ହେବ
02:04 ନିଜର ପାଟିକୁ ସମ୍ପୂର୍ଣ୍ଣ ରୂପେ ଖୋଲିବା ପାଇଁ ଶିଶୁକୁ ଉତ୍ସାହିତ କରିବା ଏବଂ ନିଜର ପାଟିକୁ ସମ୍ପୂର୍ଣ୍ଣ ରୂପେ ନ ଖୋଲିବା ପର୍ଯ୍ୟନ୍ତ ମା’ ନିଜର ନିପଲ୍‌କୁ ଶିଶୁର ଉପର ଓଠରେ ଘଷିବା ଉଚିତ
02:16 ଧୈର୍ଯ୍ୟ ରଖନ୍ତୁ. ବେଳେବେଳେ ଶିଶୁ ନିଜର ପାଟିକୁ ସମ୍ପୂର୍ଣ୍ଣ ଖୋଲିବା ପାଇଁ କିଛି ସେକେଣ୍ଡରୁ 2 ମିନିଟ୍ ସମୟ ନେଇପାରେ
02:25 ମନେରଖନ୍ତୁ, ଯେକୌଣସି ସ୍ତନ୍ୟପାନ ସ୍ଥିତି ପାଇଁ ସ୍ତନକୁ ଧରିଥିବା ମା’ଙ୍କର ଆଙ୍ଗୁଠି ଓ ବୁଢ଼ା ଆଙ୍ଗୁଠି, ଶିଶୁର ଓଠ ସହିତ ସମାନ୍ତର ହୋଇରହିବା ଆବଶ୍ୟକ
02:36 ଯେତେବେଳେ ଶିଶୁଟି ନିଜର ପାଟିକୁ ସମ୍ପୂର୍ଣ୍ଣ ଖୋଲିବ, ସେତେବେଳେ ତା’ର ନିମ୍ନ ଓଠ ଆରିଓଲାର ତଳ ଭାଗରେ ରହିବା ଆବଶ୍ୟକ
02:43 ଏବଂ ନିପଲ୍‌ଟି ତା’ର ପାଟିର ଉପର ଆଡ଼କୁ ରହିବା ଆବଶ୍ୟକ, ମଧ୍ୟ ଭାଗକୁ ନୁହେଁ
02:50 ବର୍ତ୍ତମାନ ଖୁବ ଶୀଘ୍ର ମା’ ଶିଶୁର ପାଟିରେ ସ୍ତନକୁ ରଖିଦେବେ
02:55 ପ୍ରଥମେ ଶିଶୁର ମୁଣ୍ଡକୁ ବାହାରକୁ ବଙ୍କା କରି, ତା’ର ଥୋଡ଼ିକୁ ସ୍ତନରେ ଚାପ ଦିଅନ୍ତୁ
03:02 ମା’ ନିଜର ପିଠିକୁ କଦାପି ବଙ୍କା କରିବା କିମ୍ବା ଶିଶୁର ପାଟି ପାଖରେ ପହଞ୍ଚାଇବା ପାଇଁ ନିଜର ସ୍ତନକୁ ଠେଲିବେ ନାହିଁ
03:08 ଶିଶୁଟିର କାନ୍ଧକୁ ପଛପଟୁ ସାମାନ୍ୟ ଭାବେ ଠେଲି ତା’କୁ ସ୍ତନ ନିକଟକୁ ଆଣନ୍ତୁ
03:15 ଲାଚିଂ ପଦ୍ଧତିର ସବୁଠାରୁ ଗୁରୁତ୍ଵପୂର୍ଣ୍ଣ କଥା ହେଉଛି, ମା’ଙ୍କ ଆରିଓଲାର ନିମ୍ନ ଅଂଶ ଶିଶୁର ପାଟି ଭିତରେ ରହିବା ଦରକାର
03:25 ଶିଶୁର ପାଟିରେ ନିପଲ୍ ଗୋଟିଏ ସୁବିଧାଜନକ ସ୍ଥାନରେ ରହିବା ପାଇଁ ଏହା ସାହାଯ୍ୟ କରିବ
03:31 ଶିଶୁଟି ନିଜର ନିମ୍ନ ଓଠ ନିକଟରେ ଥିବା ଆରିଓଲାର ଅଂଶକୁ ତା’ର ଜିଭ ସାହାଯ୍ୟରେ ଚାପ ଦେବା ଉଚିତ
03:37 ଏହା ଦ୍ଵାରା ବହୁ ପରିମାଣର କ୍ଷୀରର ଧାର ଉପରେ ଚାପ ପଡ଼ିବ ଏବଂ ବହୁତ କ୍ଷୀର କ୍ଷରଣ ହେବ
03:42 ପରବର୍ତ୍ତୀ ସୋପାନ ହେଉଛି, ଶିଶୁଟି ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହୋଇଛି କି ନାହିଁ ଦେଖିବା
03:48 ନିବିଡ଼ ସଂଯୋଗକୁ ସୁନିଶ୍ଚିତ କରିବା ପାଇଁ, ମା’ ନିମ୍ନଲିଖିତ ସଂକେତଗୁଡ଼ିକୁ ଜାଣିବା ଆବଶ୍ୟକ:
03:54 ଶିଶୁଟିର ପାଟି ସମ୍ପୂର୍ଣ୍ଣ ଖୋଲା ଅଛି,
03:57 ଶିଶୁର ନିମ୍ନ ଓଠ ବ୍ୟତୀତ ଉପର ଓଠ ନିକଟରେ ଆରିଓଲାର ଅଧିକ ଅଂଶ ଦେଖାଦେବା
04:06 ଶିଶୁର ଥୋଡ଼ି ମା’ଙ୍କର ସ୍ତନ ସହିତ ସମ୍ପୂର୍ଣ୍ଣ ରୂପେ ଲାଗିଛି
04:11 କ୍ଷୀର ଢୋକିବାବେଳେ ଶିଶୁଟିର ମାଢ଼ି ପୃଥକ ଭାବେ ତଳକୁ ହେଉଥିବା ଦେଖନ୍ତୁ
04:16 ଏବଂ ଶିଶୁଟିର ନିମ୍ନ ଓଠ ବାହାର ଆଡ଼କୁ ମୋଡ଼ି ହୋଇଥିବ
04:22 ଅଧିକାଂଶ କ୍ଷେତ୍ରରେ ସଠିକ ଭାବେ ସ୍ତନ ସହିତ ସଂଯୁକ୍ତ ହୋଇଥିବା ଶିଶୁଠାରେ ଏହା ଦେଖାଦେଇନଥାଏ
04:28 ଏପରି କ୍ଷେତ୍ରରେ ଶିଶୁର ନିମ୍ନ ଓଠ ନିକଟରେ ଥିବା ସ୍ତନରେ ସାମାନ୍ୟ ଚାପ ଦିଅନ୍ତୁ ଏବଂ ଶିଶୁର ନିମ୍ନ ଓଠ ବାହାର ଆଡ଼କୁ ମୋଡ଼ି ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
04:41 ତା’ପରେ ଶିଶୁଟିର ନାକକୁ ଲକ୍ଷ୍ୟ କରନ୍ତୁ. ଯଦି ଶିଶୁର ନାକ ମା’ର ସ୍ତନରେ ଚାପି ହୋଇ ରହିଥାଏ, ତେବେ
04:49 ମା’ ଶିଶୁର ମୁଣ୍ଡକୁ ବାହାର ଆଡ଼କୁ ସାମାନ୍ୟ ବଙ୍କା କରିବା ଆବଶ୍ୟକ, ଯାହା ଦ୍ଵାରା ଶିଶୁର ଓଠ ସ୍ତନ ସହିତ ଚାପି ହୋଇ ରହିବ,
04:58 ଏବଂ ଶିଶୁର ନାକ ଓ କପାଳ ସ୍ତନଠାରୁ ଦୂରେଇଯିବ
05:04 ଏହା କରିବା ଦ୍ଵାରା ଶିଶୁ, ସ୍ତନ ସହିତ ନିବିଡ଼ ଭାବେ ସଂଯୁକ୍ତ ହେବ
05:09 ଶିଶୁର ସମ୍ପୂର୍ଣ୍ଣ ମୁହଁକୁ ସ୍ତନଠାରୁ ଦୂରକୁ ନିଅନ୍ତୁ ନାହିଁ
05:13 ଏହା ନିପଲ୍ ଫିଡିଂର କାରଣ ହୋଇପାରେ
05:16 ମନେରଖନ୍ତୁ, ସ୍ତନ୍ୟପାନ ପ୍ରକ୍ରିୟା ମା’ଙ୍କ ପାଇଁ ଆରାମଦାୟକ ହେବା ଉଚିତ୍
05:21 ସେ ନିଜ ନିପଲ୍‌ରେ ଚିମୁଟିହେବା, ଟାଣିହେବା କିମ୍ବା ଘର୍ଷଣ ଅନୁଭବ ଯେପରି ନ କରନ୍ତି
05:27 ଯଦି ସ୍ତନ୍ୟପାନ ପ୍ରକ୍ରିୟା ମା’ଙ୍କ ପାଇଁ କଷ୍ଟଦାୟକ ହୁଏ, ତେବେ ଶିଶୁଟି ଠିକ୍ ଭାବେ ସଂଯୁକ୍ତ ହୋଇନାହିଁ ବୋଲି ଜାଣିବେ
05:35 ଚାଲନ୍ତୁ, ଦୁର୍ବଳ ସଂଯୋଗର କାରଣଗୁଡ଼ିକ ମଧ୍ୟରୁ ଗୋଟିଏ ବିଷୟରେ ଆଲୋଚନା କରିବା
05:40 ଶିଶୁର ପାଟି ମଧ୍ୟରେ କେବଳ ନିପଲ୍କୁ ରଖିବା ପାଇଁ ଅନେକ ମା’ ସେମାନଙ୍କର ଆରିଓଲାକୁ ଚିମୁଟି ଥାଆନ୍ତି
05:48 ଏପରି କ୍ଷେତ୍ରରେ ଶିଶୁଟିର ପାଟି ସମ୍ପୂର୍ଣ୍ଣ ରୂପେ ଖୋଲିନଥାଏ
05:52 ଶିଶୁ କେବଳ ନିପଲ୍ ସହିତ ସଂଯୁକ୍ତ ହୋଇଥାଏ
05:56 ଏଠାରେ ଶିଶୁର ଉପର ଓ ନିମ୍ନ ଓଠ ନିକଟରେ ଆରିଓଲାର ସମାନ ଅଂଶ ଦେଖାଦେଇଥାଏ
06:04 ଶିଶୁଟିର ଓଠ ସ୍ତନଠାରୁ ଦୂରରେ ରହିଥାଏ
06:07 ନିୟମିତ ରୂପେ ଶୀଘ୍ର କ୍ଷୀର ପିଇବାର ଡାଞ୍ଚା ଶିଶୁଠାରେ ରହିଥାଏ
06:14 କ୍ଷୀର ପିଇବା ସମୟରେ ଶିଶୁର ଗାଲରେ ଡିମ୍ପଲ୍ ସୃଷ୍ଟି ହୋଇଥାଏ
06:17 କ୍ଷୀର ଢୋକିବା ସମୟରେ, ତା’ର ମାଢ଼ି ପୃଥକ ରୂପେ ତଳକୁ ଗତି କରେନାହିଁ
06:23 ଏବଂ ନିପଲ୍ ଚିମୁଟି ହୋଇଥାଏ ତଥା ଶିଶୁ ପାଟିର କଠିନ ଅଂଶ ଦ୍ଵାରା ଚାପି ହୋଇଥାଏ
06:31 ଏହା ମା’ଙ୍କ ପାଇଁ ଯନ୍ତ୍ରଣାଦାୟକ ହୋଇଥାଏ ଏବଂ ନିପଲ୍‌ରେ କ୍ଷତ ହୋଇପାରେ
06:37 ନିପଲ୍ ଫିଡିଂ ସମୟରେ ମଧ୍ୟ ଶିଶୁ ଆରିଓଲାର ନିମ୍ନରେ ଥିବା ଅନେକ କ୍ଷୀର ଧାରରୁ କ୍ଷୀର ପାଇପାରିବ ନାହିଁ
06:45 ତେଣୁ, ଶିଶୁଟି ଯଥେଷ୍ଟ କ୍ଷୀର ପାଇପାରେନାହିଁ
06:50 ଯଦି ଶିଶୁଟି କେବଳ ନିପଲ୍ରୁ ଫିଡିଂ କରିଥାଏ, ତେବେ
06:54 ମା’ ନିଜର ସଫା କାଣି ଆଙ୍ଗୁଠିକୁ ଶିଶୁ ପାଟିର କୋଣ ମଧ୍ୟରେ ରଖିବା ଉଚିତ
06:59 ସେ ନିଜର ନିପଲ୍‌ରେ ଶିଶୁର ଟାଣିବା ପ୍ରକ୍ରିୟାକୁ ରିଲିଜ୍ କରିବା ପାଇଁ ଏହାକୁ ବ୍ୟବହାର କରିପାରିବେ
07:04 ତା’ପରେ ଗୋଟିଏ ଉତ୍ତମ ଲାଚ୍‌କୁ ସୁନିଶ୍ଚିତ କରିବା ପାଇଁ ସେ ଶିଶୁକୁ ସମାନ ସ୍ତନରେ ପୁନର୍ବାର ସଂଯୁକ୍ତ କରିବା ଆବଶ୍ୟକ
07:11 ସଠିକତାର ସହ ଲାଚିଂ କରିବା ପରେ ଶିଶୁ ଉଭୟ ସମ୍ମୁଖ ଓ ପଶ୍ଚାତ ଭାଗର କ୍ଷୀର ଯଥେଷ୍ଟ ପରିମାଣରେ ପାଉଥିବା ମା’ ସୁନିଶ୍ଚିତ କରିବା ଆବଶ୍ୟକ
07:19 ସ୍ତନର ଅଗ୍ରଭାଗରେ ଗଚ୍ଛିତ ଥିବା ସମ୍ମୁଖ ଭାଗର କ୍ଷୀର ସାମାନ୍ୟ ପାଣିଆ ଅଟେ
07:25 ଏହା ପାଣି ଓ ପ୍ରୋଟିନ୍‌ରୁ ତିଆରି ହୋଇଥାଏ
07:29 ଶିଶୁର ଶରୀର ବୃଦ୍ଧି ଏବଂ ସବଳ କରିବା ପାଇଁ ଏହା ଜରୁରୀ
07:36 ସ୍ତନର ପଛ ଭାଗରେ ଗଚ୍ଛିତ ଥିବା ପଶ୍ଚାତ କ୍ଷୀର ସାମାନ୍ୟ ବହଳିଆ
07:42 ଏହା ମୁଖ୍ୟତଃ ଫ୍ୟାଟ୍ରୁ ତିଆରି ହୋଇଥାଏ
07:46 ଶିଶୁର ମାନସିକ ବିକାଶ ଏବଂ ଓଜନ ଲାଭ କରିବା ପାଇଁ ଏହା ଜରୁରୀ ଅଟେ
07:53 ଶିଶୁ ଉଭୟ ସମ୍ମୁଖ ଓ ପଶ୍ଚାତ କ୍ଷୀର ପ୍ରାପ୍ତିକୁ ସୁନିଶ୍ଚିତ କରିବା ପାଇଁ ମା’ ଗୋଟିଏ ସ୍ତନରୁ ସମ୍ପୂର୍ଣ୍ଣ ଖୁଆଇବା ପରେ ଅନ୍ୟ ସ୍ତନରୁ କ୍ଷୀର ପ୍ରଦାନ କରିବା ଆବଶ୍ୟକ
08:05 ଶିଶୁକୁ ଗୋଟିଏ ସ୍ତନରୁ ସମ୍ପୂର୍ଣ୍ଣ ଭାବେ ଖୁଆଇଛନ୍ତି କି ନାହିଁ ଦେଖିବା ପାଇଁ ମା’ ନିଜ ହାତ ଦ୍ଵାରା ସ୍ତନରୁ କ୍ଷୀର ବାହାର କରିବେ
08:15 ଯଦି ପତଳା ପାଣିଆ କ୍ଷୀର ସ୍ତନରୁ ବାହାରେ
08:19 କିମ୍ବା ଚାପିବା ଦ୍ଵାରା ଯଦି ଭଲ ମୋଟା କ୍ଷୀର ବାହାରେ, ତେବେ
08:24 ମା’ ସେହି ସ୍ତନ ସହ ଶିଶୁକୁ ପୁନର୍ବାର ସଂଯୁକ୍ତ କରିବେ
08:29 ହାତରେ ଚାପିବା ଦ୍ଵାରା ଯଦି ବହଳିଆ କ୍ଷୀର ହ୍ରାସ ପାଇ କିଛି ବୁନ୍ଦା ରହିଯାଇଥାଏ,
08:35 ତେବେ ଏହାର ଅର୍ଥ ହେଉଛି, ମା’ ସେହି ସ୍ତନରୁ ଶିଶୁକୁ ସମ୍ପୂର୍ଣ୍ଣ ରୂପେ କ୍ଷୀର ପାନ କରାଇସାରିଛନ୍ତି
08:41 କିନ୍ତୁ ଅନ୍ୟ ସ୍ତନରୁ ଖୁଆଇବା ପୂର୍ବରୁ, ମା’ ଶିଶୁକୁ ହାକୁଟି ମାରିବା ପାଇଁ ଉତ୍ସାହିତ କରିବା ପାଇଁ ତା’କୁ ନିଜ କୋଳରେ ବସାଇବା ଉଚିତ୍, ତା’ପରେ ଶିଶୁର ଶରୀରକୁ ଆଗକୁ ସାମାନ୍ୟ ବଙ୍କା କରି ଶିଶୁର ମାଢ଼ିକୁ ନିଜ ହାତରେ କପ୍ ଆକାରରେ ଧରିବା ଆବଶ୍ୟକ
09:00 ଶିଶୁ 2 ରୁ 3 ମିନିଟ୍ ମଧ୍ୟରେ ହାକୁଡ଼ି ମାରିବା ଉଚିତ
09:04 ଯଦି ପରବର୍ତ୍ତୀ 5 ମିନିଟ୍‌ରେ ହାକୁଡ଼ି ହୁଏନାହିଁ ତେବେ,
09:08 ଏହାର ଅର୍ଥ ହେଉଛି, ସ୍ତନ ସହିତ ଶିଶୁର ସଂଯୋଗ ବହୁତ ଭଲ ଥିଲା
09:14 ଶିଶୁ କ୍ଷୀର ପାନ କରିବା ସମୟରେ ଅତ୍ୟଧିକ ପବନ ଗ୍ରହଣ କରିନାହିଁ
09:21 ବର୍ତ୍ତମାନ ମା’ ତାଙ୍କର ଅନ୍ୟ ସ୍ତନରୁ କ୍ଷୀର ଖୁଆଇପାରିବେ
09:26 ଯଦି ଶିଶୁର ପେଟ ପୂରିଯାଇଥାଏ, ତେବେ ସେ ଅନ୍ୟ ସ୍ତନରୁ ଖୁଆଇବା ଆବଶ୍ୟକ ହୋଇନପାରେ
09:32 କିନ୍ତୁ, ମା’ ସର୍ବଦା ଶିଶୁକୁ ଖୁଆଇବା ପାଇଁ ଉଭୟ ସ୍ତନ ଦେବା ଆବଶ୍ୟକ
09:39 ଅନ୍ତିମ ନିଷ୍ପତ୍ତି ନେବାର ଅଧିକାର ସେ ଶିଶୁ ଉପରେ ଛାଡ଼ିଦେବା ଦରକାର
09:45 ଯଦି ସ୍ତନ୍ୟପାନ କରିବା ସମୟରେ ଶିଶୁଟି ଶୋଇପଡ଼େ, ତେବେ ମା’ ଶିଶୁ ପାଦର ତଳ ଅଂଶରେ ସାମାନ୍ୟ ଆଘାତ କରି ତା’କୁ ଉଠାଇଦେବା ଦରକାର
09:55 କିମ୍ବା ଶିଶୁର ପିଠିରେ ସାମାନ୍ୟ କୁତୁକୁତୁ କରିବେ
09:59 କିମ୍ବା ହାକୁଡ଼ି ପାଇଁ ପ୍ରଦର୍ଶିତ ଅବସ୍ଥାରେ ଶିଶୁକୁ ବସାଇବେ
10:04 ସଠିକ କୌଶଳ ସହିତ ବାରମ୍ବାର ସ୍ତନ୍ୟପାନ କରାଇବାର ଅବଧି ମଧ୍ୟ ଜରୁରୀ ଅଟେ
10:12 24 ଘଣ୍ଟା ମଧ୍ୟରେ ମା’ ନିଜର ଶିଶୁକୁ ଅତିକମରେ 12ଥର ସ୍ତନ୍ୟପାନ କରାଇବା ଆବଶ୍ୟକ
10:17 ଯେଉଁଥିରେ ସେ ରାତିରେ ଅତିକମରେ 2 ରୁ 3 ଥର ସ୍ତନ୍ୟପାନ କରାଇବା ଉଚିତ୍
10:24 ଶିଶୁକୁ ସ୍ତନ୍ୟପାନ କରାଇବା ପାଇଁ, ମା’ ଶିଶୁ ଭୋକିଲା ହେବାର ସଂକେତଗୁଡ଼ିକୁ ଜାଣିବା ଦରକାର, ଯେପରି, ଛାଟିପିଟି ହେବା,
10:32 ପାଟିକୁ ଖୋଲିବା, ମୁଣ୍ଡ ଏପଟ ସେପଟ କରିବା, ନିଜର ହାତକୁ ପାଟି ପାଖକୁ ନେବା,
10:37 ଆଙ୍ଗୁଠିକୁ ଚୁସିବା ଏବଂ ଭିଡ଼ି ମୋଡ଼ି ହେବା
10:42 ଯଦି ସ୍ତନ୍ୟପାନ କରିବା ପାଇଁ ଶିଶୁଟି କାନ୍ଦିବା ଆରମ୍ଭ କରେ, ତେବେ ଏହାର ଅର୍ଥ ହେଉଛି ଯେ, ବହୁତ ବିଳମ୍ବ ହୋଇଯାଇଛି
10:49 ଦୟାକରି ଧ୍ୟାନ ଦିଅନ୍ତୁ - 2 ସପ୍ତାହ, 6 ସପ୍ତାହ ଏବଂ 3 ମାସ ମଧ୍ୟରେ ଶିଶୁର ଶରୀର କ୍ଷୀପ୍ର ଭାବେ ବୃଦ୍ଧି ହୋଇଥାଏ
10:59 ଏବଂ ଶିଶୁ ପାଇଁ ଅଧିକ କ୍ଷୀର ଆବଶ୍ୟକ ହୋଇଥାଏ
11:05 ଯଦି ଶିଶୁକୁ ବାରମ୍ବାର ସ୍ତନ୍ୟପାନ କରାଯାଏ, ତେବେ ମା’ର ସ୍ତନରେ କ୍ଷୀରର ପରିମାଣ ମଧ୍ୟ ବୃଦ୍ଧି ହୋଇଥାଏ
11:12 ତେଣୁ, ଏହି କ୍ଷୀପ୍ର ବୃଦ୍ଧି ସମୟରେ ମା’ ଅଧିକରୁ ଅଧିକ ସ୍ତନ୍ୟପାନ କରାଇବା ଉଚିତ
11:19 ମନେରଖନ୍ତୁ, ଶିଶୁ ଜୀବନ କାଳର ପ୍ରଥମ 6 ମାସ ପାଇଁ ମା’ କ୍ଷୀର ସବୁଠାରୁ ଉତ୍ତମ ପୋଷକ ଭାବେ ପରିଗଣିତ ହୋଇଥାଏ
11:30 ଏବଂ ଉତ୍ତମ ସଂଯୋଗ ସଫଳ ସ୍ତନ୍ୟପାନର ଚାବିକାଠି ଅଟେ
11:36 ଏହା ଦ୍ଵାରା ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:41 ଏହି ଟ୍ୟୁଟୋରିଆଲରେ ଆମେ ଶିଶୁକୁ ସ୍ତନ ସହିତ ନିବିଡ଼ ସଂଯୋଗ କରାଇବା ପାଇଁ ସଠିକ୍ ଲାଚିଂ କୌଶଳ ଏବଂ ବାରମ୍ବାର ସ୍ତନ୍ୟପାନ କରିବା ଅବଧି ବିଷୟରେ ଜାଣିଲେ
11:54 ଏହି ଟ୍ୟୁଟୋରିଆଲ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଆଇଆଇଟି ବମ୍ବେ ଦ୍ଵାରା ପ୍ରସ୍ତୁତ କରାଯାଇଛି
12:02 ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRDର NMEICT ଦ୍ଵାରା ଅନୁଦାନ ପ୍ରାପ୍ତ
12:15 ଏହି ଟ୍ୟୁଟୋରିଆଲ୍ ଆଂଶିକ ଭାବରେ WHEELS Global Foundation ଦ୍ଵାରା ନିରପେକ୍ଷ ଅନୁଦାନ ପ୍ରାପ୍ତ
12:22 ଏହି ଟ୍ୟୁଟୋରିଆଲ୍, “ମା’ ଓ ଶିଶୁ ପୋଷଣ ପ୍ରୋଜେକ୍ଟ”ର ଏକ ଅଂଶ. ଟ୍ୟୁଟୋରିଆଲର ଡୋମେନ୍ ସମୀକ୍ଷକ ଭାବେ ଡାକ୍ତର ରୂପଲ ଦଲାଲ, MD, ଶିଶୁ ଚିକିତ୍ସା ଉପସ୍ଥିତ ଅଛନ୍ତି
12:34 ଏହି ଟ୍ୟୁଟୋରିଆଲ୍ ଅମିତ କୁମାରଙ୍କ ଦ୍ୱାରା ଅନୁବାଦିତ ହୋଇଛି. ଆଇଆଇଟି ବମ୍ବେ ତରଫରୁ ମୁଁ ରଶ୍ମିତା ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Indiantranslators2012, Pradeep