Git/C3/Hosting-Git-Repositories/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, Hosting Git Repositories ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ, Git repository hosting services ବିଷୟରେ ଶିଖିବା
00:11 ଗୋଟିଏ GitHub account ସୃଷ୍ଟି କରିବା
00:14 GitHubରେ ଗୋଟିଏ repository ଏବଂ repositoryରେ ଗୋଟିଏ tag ସୃଷ୍ଟି କରିବା
00:20 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04 ଓ Firefox web browser
00:29 ଆପଣ ନିଜ ପସନ୍ଦର ଯେକୌଣସି ବ୍ରାଉଜରକୁ ବ୍ୟବହାର କରିପାରିବେ
00:32 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କର ଗୋଟିଏ କାର୍ଯ୍ୟକାରୀ Internet ସଂଯୋଗ ଥିବା ଆବଶ୍ୟକ
00:37 ଆପଣଙ୍କର Git କମାଣ୍ଡଗୁଡିକ ଉପରେ ମଧ୍ୟ ମୌଳିକ ଜ୍ଞାନ ଥିବା ଆବଶ୍ୟକ
00:42 ଯଦି ନାହିଁ ତେବେ ଦୟାକରି ସମ୍ପର୍କୀତ ଟ୍ୟୁଟୋରିଆଲ୍ ପାଇଁ ପ୍ରଦର୍ଶିତ linkକୁ ଯା’ନ୍ତୁ
00:47 ପ୍ରଥମେ, ଚାଲନ୍ତୁ Git repository hosting services ବିଷୟରେ ଶିଖିବା
00:52 ବର୍ତ୍ତମାନ ଅନେକ ୱେବ୍ ଭିତ୍ତିକ ସେବାଗୁଡିକ ଉପଲବ୍ଧ ଅଛି ଯେପରି, Bitbucket, CloudForge ଓ GitHub
01:00 ଆପଣ ଏଠାରେ ଆପଣଙ୍କ Git repositoriesକୁ ବିନା ମୂଲ୍ୟରେ ଇମ୍ପୋର୍ଟ କରିପାରିବେ
01:05 ସେମାନେ ଆପଣଙ୍କ repositoryକୁ ସେୟାର୍ କରିବା ପାଇଁ ଗୋଟିଏ କେନ୍ଦ୍ରୀତ ସ୍ଥାନ ପ୍ରଦାନ କରିବେ, ଯାହାଦ୍ଵାରା ଅନେକ ଲୋକ ଗୋଟିଏ ପ୍ରୋଜେକ୍ଟ ଉପରେ ସହଜରେ ସହଯୋଗ ପ୍ରଦାନ କରିପାରିବେ
01:14 ସେମାନେ ଆପଣଙ୍କୁ ଅନ୍ୟ ପ୍ରୋଜେକ୍ଟଗୁଡିକୁ ବିନା ମୁଲ୍ୟରେ ଡାଉନଲୋଡ୍ ଓ ଅଧ୍ୟୟନ କରିବା ପାଇଁ ଅନୁମତି ପ୍ରଦାନ କରିବେ
01:19 ତା’ପରେ, GitHubକୁ କାହିଁକି ବ୍ୟବହାର କରିବା, ଚାଲନ୍ତୁ ଦେଖିବା
01:23 GitHub, Open Source Softwareକୁ ରଖିବା ପାଇଁ ସର୍ବାଧିକ ଲୋକପ୍ରିୟ ୱେବସାଇଟ୍ ହୋଇଯାଇଛି
01:28 GitHubରେ, ଆପଣଙ୍କ ଟିମ୍ ସହିତ ସୁଚାରୁରୂପେ ପରିବର୍ତ୍ତନଗୁଡିକୁ ଦେଖିବା ସହିତ ଆଲୋଚନା ଓ ପର୍ଯ୍ୟାଲୋଚନା କରିପାରିବେ
01:35 GitHubରେ ବ୍ୟବହାର ହେଉଥିବା କାର୍ଯ୍ୟ ପନ୍ଥା, ଅନ୍ୟ ଫ୍ରୀ Git hosting ୱେବସାଇଟଗୁଡିକ ଭଳି ସମାନ ଅଟେ
01:42 ପରେ ସେଗୁଡିକୁ ଆପଣ ନିଜେ ଆବିଷ୍କାର କରିପାରିବେ
01:45 ତା’ପରେ, GitHubରେ କିପରି ଗୋଟିଏ account ସୃଷ୍ଟି କରାଯାଏ, ଶିଖିବା
01:49 ୱେବ୍ ବ୍ରାଉଜର୍ ଖୋଲନ୍ତୁ ଏବଂ www.github.comକୁ ଯା’ନ୍ତୁ
01:56 ଏଠାରେ, ହୋମପେଜରେ ପଞ୍ଜିକରଣ ପାଇଁ ଆପଣଙ୍କର ସମ୍ପୂର୍ଣ୍ଣ ବିବରଣୀ ପ୍ରଦାନ କରିବାକୁ ହେବ
02:01 ୟୁଜର୍ ନେମ୍ ଭାବେ, priya-spoken ଏବଂ
02:07 ଇମେଲ୍ ଆଇଡି ଭାବେ priyaspoken@gmail.com, ଟାଇପ୍ କରନ୍ତୁ
02:11 ଦୟାକରି ଆପଣଙ୍କର ଚୟନିତ ୟୁଜର୍ ନେମ୍ ଓ ବୈଧ ଇମେଲ୍ ଆଇଡିକୁ ଟାଇପ୍ କରନ୍ତୁ
02:16 ତା’ପରେ, ପାସୱର୍ଡକୁ ଟାଇପ୍ କରନ୍ତୁ
02:19 ଆପଣ ନିଜ ପସନ୍ଦର ଯେକୌଣସି ପାସୱର୍ଡ ପ୍ରଦାନ କରିପାରିବେ
02:23 ବର୍ତ୍ତମାନ, ନିମ୍ନର ଡାହାଣ ପଟେ ଥିବା Sign up for GitHub ବଟନ୍ ଉପରେ କ୍ଲିକ୍ କରନ୍ତୁ
02:28 ତା’ପରେ, Step 2ରେ ନିଜର ଯୋଜନାକୁ ଚୟନ କରିବାକୁ ହେବ
02:32 ମୁଁ Free ପ୍ଲାନକୁ ଚୟନ କରିବି ଯେହେତୁ, ଫ୍ରୀ ସେବାକୁ ବ୍ୟବହର କରିବାକୁ ଚାହେଁ
02:37 ବର୍ତ୍ତମାନ, Finish sign up ବଟନ୍ ଉପରେ କ୍ଲିକ୍ କରନ୍ତୁ
02:40 ତା’ପରେ, GitHubରେ ଗୋଟିଏ repository ସୃଷ୍ଟି କରିବା
02:44 ଡାହାଣ ପଟ ବକ୍ସରେ ଗୋଟିଏ New repository ବଟନକୁ ଦେଖିବାକୁ ପାଇବେ, ଏହା ଉପରେ କ୍ଲିକ୍ କରନ୍ତୁ
02:51 ଏହା, Please verify your email address ଭାବେ ଗୋଟିଏ ବାର୍ତ୍ତା ପ୍ରଦର୍ଶନ କରିବ
02:55 GitHub, ଆପଣଙ୍କ ପଞ୍ଜିକୃତ ଇମେଲ୍ ଆଇଡିରେ ଗୋଟିଏ ସତ୍ୟାପନ ମେଲ୍ ପ୍ରେରଣ କରିବ
02:59 ତେଣୁ, ଇମେଲ ଆକାଉଣ୍ଟକୁ ଖୋଲିବା ସହିତ GitHub ଦ୍ଵାରା ପ୍ରେରଣ କରାଯାଇଥିବା ଇମେଲ୍ ଉପରେ କ୍ଲିକ୍ କରନ୍ତୁ
03:06 GitHub ସହିତ ପଞ୍ଜିକୃତ ହୋଇଥିବା ଇମେଲ୍-ଆଇଡିରେ ମୁଁ ସାଇନ୍-ଇନ୍ କରିସାରିଛି
03:11 ଏହାକୁ ଖୋଲନ୍ତୁ
03:13 GitHubରୁ ଗୋଟିଏ ଇମେଲ୍ ପ୍ରାପ୍ତ ହୋଇଛି
03:16 ଏହା ଉପରେ କ୍ଲିକ୍ କରନ୍ତୁ
03:18 ବିଷୟର ଲାଇନ୍, Please verify your email address ବୋଲି କହୁଛି
03:23 ଯଦି ଆପଣ Inboxରେ ମେଲ୍ ପ୍ରାପ୍ତ କରିପାରିବେ ନାହିଁ, ଦୟାକରି Spam କିମ୍ବ Junk ଫୋଲ୍ଡରଗୁଡିକରେ ଯାଞ୍ଚ କରନ୍ତୁ
03:29 ବର୍ତ୍ତମାନ, Verify email address ବଟନ୍ ଉପରେ କ୍ଲିକ୍ କରନ୍ତୁ
03:32 GitHub Homepageକୁ ଫେରିଆସନ୍ତୁ
03:36 ଏହା ସୂଚିତ କରୁଛି ଯେ GitHubରେ ସଫଳତାର ସହ account ସୃଷ୍ଟି କରାଯାଇଛି
03:42 GitHubରେ ଗୋଟିଏ repository ସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତୁ
03:45 ବର୍ତ୍ତମାନ, ଡାହାଣ ପଟ ବକ୍ସରେ ଥିବା New repository ବଟନ୍ ଉପରେ କ୍ଲିକ୍ କରନ୍ତୁ
03:50 ବର୍ତ୍ତମାନ repository ସୃଷ୍ଟି କରିବା ପାଇଁ ସକ୍ଷମ ବୋଲି ଆପଣ ଦେଖିପାରିବେ
03:54 storiesକୁ Repository Name ଭାବେ ଟାଇପ୍ କରନ୍ତୁ
03:58 ଯଦି repository ବିଷୟରେ କୌଣସି ବର୍ଣ୍ଣନା ପ୍ରଦାନ କରିବାକୁ ଚାହାଁନ୍ତି, ଏଠାରେ ତାହାକୁ କରିପାରିବେ
04:04 ତା’ପରେ, ବିକଳ୍ପ Publicକୁ ଚୟନ କରନ୍ତୁ ଯାହା ବିନା ମୁଲ୍ୟର ଅଟେ
04:09 ଯଦି Private ବିକଳ୍ପକୁ ଚୟନ କରିବେ, ତେବେ repositoryକୁ ପ୍ରାଇଭେଟ୍ ରଖିବା ପାଇଁ କିଛି ମୁଲ୍ୟ ଦେବାକୁ ପଡିବ
04:16 ଏହାର ଅର୍ଥ ହେଉଛି ଅନ୍ୟ ୟୁଜରମାନେ ଆମ repositoryକୁ ପାଇବେ ନାହିଁ ଏବଂ ଡାଉନଲୋଡ୍ କରିପାରିବେ ନାହିଁ
04:21 ପୁନର୍ବାର Public ଉପରେ କ୍ଲିକ୍ କରନ୍ତୁ
04:24 ଏହି Initialize this repository with a README ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
04:28 ଏହା ଗୋଟିଏ readme ଫାଇଲ୍ ସୃଷ୍ଟି କରିବ
04:31 ଏହି ଫାଇଲରେ, କୋଡର ବ୍ୟବହାର କିମ୍ବା ଇନଷ୍ଟଲେଶନ୍ ନିର୍ଦ୍ଦେଷାବଳୀଗୁଡିକ ବିଷୟରେ ଥିବା ତଥ୍ୟକୁ ଲେଖିପାରିବେ
04:37 ଏହା ସମଗ୍ର ସହଯୋଗକାରୀଙ୍କ ପାଇଁ ଦରକାରୀ ହେବ
04:42 ଯାହାହେଉ, ଯଦି ଗୋଟିଏ ବିଦ୍ୟମାନ repositoryକୁ ଇମ୍ପୋର୍ଟ କରୁଛନ୍ତି ତେବେ ଏହି ବକ୍ସ ଅନଚେକଡ ହେବା ଆବଶ୍ୟକ
04:48 ବର୍ତ୍ତମାନ, Create repository ବଟନ୍ ଉପରେ କ୍ଲିକ୍ କରନ୍ତୁ
04:52 ଆପଣଙ୍କ ୟୁଜର୍ ନେମ୍ ସହିତ repository ନେମ୍ ସଫଳତାର ସହ ସୃଷ୍ଟି ହୋଇଥିବା ଆପଣ ଦେଖିପାରିବେ
04:58 ଥରେ repository ସୃଷ୍ଟି ହେଲା ପରେ, ନିମ୍ନ ବାମପଟେ readme ଫାଇଲ୍ ଉପରେ ଲେବଲ୍ ସୃଷ୍ଟି ହୋଇଥିବା ଦେଖିପାରିବେ
05:05 ପରବର୍ତ୍ତୀ ସମୟରେ ଏହି ଫାଇଲରେ କିଛି ତଥ୍ୟକୁ ଲେଖିପାରିବେ
05:09 ଡିଫଲ୍ଟ ଭାବେ, ଗୋଟିଏ commit ଯାହା Initial commit ଅଟେ, ଗୋଟିଏ branch ଯାହା master ବ୍ରାଞ୍ଚ ଏବଂ ଗୋଟିଏ contributorକୁ ଦେଖିପାରିବେ
05:18 ପ୍ରତ୍ୟେକ ଲିଙ୍କ ଉପରେ କ୍ଲିକ୍ କରିବା ସହ ନିଜ ସୁବିଧାନୁସାରେ ସେଗୁଡିକୁ ଆବିଷ୍କାର କରିପାରିବେ
05:23 ବର୍ତ୍ତମାନ, ଏହି repositoryରେ କାମ ଆରମ୍ଭ କରନ୍ତୁ
05:27 ଆମ ରିପୋଜିଟୋରୀରେ ଗୋଟିଏ ଫାଇଲକୁ ସଂଯୁକ୍ତ କରି ଆରମ୍ଭ କରନ୍ତୁ
05:31 ମଧ୍ୟ ପ୍ୟାନେଲରେ ଥିବା New file ବଟନ୍ ଉପରେ କ୍ଲିକ୍ କରନ୍ତୁ
05:34 ଗୋଟିଏ ଫାଇଲ୍ ସୃଷ୍ଟି କରିବା ପାଇଁ ଏକ ନୁତନ form ଖୋଲିବ
05:38 ଏଠାରେ, kids-story.htmlକୁ ଫାଇଲ୍ ନେମ୍ ଭାବେ ପ୍ରଦାନ କରନ୍ତୁ
05:44 ପୂର୍ବରୁ ସେଭ୍ କରାଯାଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲ୍ ମଧ୍ୟରେ copy ଓ paste କରନ୍ତୁ
05:51 ସେହିପରି ଏହି ଫାଇଲ୍ ମଧ୍ୟରେ କିଛି କଣ୍ଟେଣ୍ଟକୁ ସଂଯୁକ୍ତ କରିପାରିବେ
05:55 ବର୍ତ୍ତମାନ ଏହି ନୁତନ ଫାଇଲକୁ commit କରନ୍ତୁ
05:58 କମିଟ୍ ବାର୍ତ୍ତା ପ୍ରଦାନ କରିବା ପାଇଁ ପେଜକୁ ସ୍କ୍ରୋଲ୍ ଡାଉନ୍ କରନ୍ତୁ
06:01 ଏଠାରେ, commit message ଫିଲ୍ଡରେ, ଆପଣ Create kids-story.htmlକୁ ଡିଫଲ୍ଟ ବାର୍ତ୍ତା ଭାବେ ଦେଖିପାରିବେ
06:09 ଡିଫଲ୍ଟ ବାର୍ତ୍ତାକୁ ରଖିପାରିବେ କିମ୍ବା ଗୋଟିଏ ନୁତନ ବାର୍ତ୍ତାକୁ ଟାଇପ୍ କରିପାରିବେ
06:13 ମୁଁ ଡିଫଲ୍ଟ ବାର୍ତ୍ତାକୁ ରଖିବି
06:16 ଏଠାରେ, ପରବର୍ତ୍ତୀ ଫିଲ୍ଡରେ, commitର ଗୋଟିଏ ବର୍ଦ୍ଧିତ ବର୍ଣ୍ଣନାକୁ ପ୍ରଦାନ କରିପାରିବେ
06:22 ତେଣୁ ଏଠାରେ ଟାଇପ୍ କରନ୍ତୁ: Added first file of the repository
06:27 ଡିଫଲ୍ଟ ଭାବେ, master branchକୁ commit କରନ୍ତୁ
06:31 ବର୍ତ୍ତମାନ Commit new file ବଟନ୍ ଉପରେ କ୍ଲିକ୍ କରନ୍ତୁ
06:34 ନୁତନ ଫାଇଲ୍ kids-story.htmlକୁ ରିପୋଜିଟୋରୀରେ ସଂଯୁକ୍ତ କରନ୍ତୁ
06:39 ଧ୍ୟାନଦିଅନ୍ତୁ ଯେ ବର୍ତ୍ତମାନ commit number ବର୍ଦ୍ଧିତ ହୋଇ two ହୋଇଛି
06:43 ଏହା ଉପରେ କ୍ଲିକ୍ କରନ୍ତୁ
06:45 ଏଠାରେ, commit message ପରେ ଥିବା ତିନୋଟି ଡଟକୁ ଦେଖିପାରିବେ
06:49 ଏହା ଉପରେ କ୍ଲିକ୍ କରନ୍ତୁ
06:51 ଏହା commitର ବ୍ୟାଖ୍ୟାକୁ ପ୍ରଦର୍ଶନ କରିବ
06:54 commitରେ କ’ଣ କରାଯାଇଛି, ତାହା ଜାଣିବା ପାଇଁ ସେହି ନିର୍ଦ୍ଦିଷ୍ଟ commit message ଉପରେ କ୍ଲିକ୍ କରନ୍ତୁ
07:00 ବର୍ତ୍ତମାନ commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ
07:03 commit listକୁ ଫେରିଆସନ୍ତୁ
07:06 ଏଥି ପାଇଁ, ବ୍ରାଉଜରର ଉପର ବାମ ପଟ କୋଣରେ ଥିବା ଲେଫ୍ଟ ଆରୋ ବଟନ୍ ଉପରେ କ୍ଲିକ୍ କରନ୍ତୁ
07:11 ଡାହାଣ ପଟେ, commitର hash valueକୁ ଦେଖିପାରିବେ
07:15 repositoryକୁ ଫେରିଆସିବା ପାଇଁ ଉପର ବାମ ପଟ କୋଣରେ ଥିବା Code ଟାବ୍ ଉପରେ କ୍ଲିକ୍ କରନ୍ତୁ
07:21 ତା’ପରେ, GitHubରେ କିପରି ଗୋଟିଏ ନୁତନ branch ସୃଷ୍ଟି କରାଯିବ, ପ୍ରଦର୍ଶନ ହେବ
07:26 ବାମ ପଟେ, ଲେବଲ୍ ନାମ Branch ଥିବା ଗୋଟିଏ ଡ୍ରପ୍-ଡାଉନ୍ ତାଲିକାକୁ ଦେଖିପାରିବେ
07:31 ଗୋଟିଏ ନୁତନ branch ସୃଷ୍ଟି କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
07:34 ଗୋଟିଏ ପପ୍-ଅପ୍ ୱିଣ୍ଡୋ ଖୋଲିଯାଇଥିବା ଦେଖିପାରିବେ
07:38 ପପ୍-ଅପ୍ ୱିଣ୍ଡୋରେ, Find or create a branch ଫିଲ୍ଡକୁ ଦେଖିପାରିବେ
07:43 ଟାଇପ୍ କରନ୍ତୁ: ନୁତନ branch ଭାବେ new-chapter ଏବଂ Enter ଦାବନ୍ତୁ
07:49 ଆପଣ ଦେଖିପାରିବେ ଯେ new-chapter branch ସୃଷ୍ଟି ହୋଇଛି ଏବଂ ଏହା ସାମ୍ପ୍ରତୀକ ବ୍ରାଞ୍ଚ ଅଟେ
07:55 ତା’ପରେ, branching processକୁ ଭଲ ଭାବେ ବୁଝିବା ପାଇଁ new-chapter branchରେ ଗୋଟିଏ commitର ନିର୍ମାଣ କରନ୍ତୁ
08:02 ପ୍ରଦର୍ଶନ ଉଦ୍ଦେଶ୍ୟରେ kids-story.html ଫାଇଲରେ କିଛି ପରିବର୍ତ୍ତନ କରନ୍ତୁ
08:09 ରିପୋଜିଟୋରୀରେ, kids-story.html ଫାଇଲକୁ ଖୋଲିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
08:14 ଏଡିଟର୍ ପ୍ୟାନେଲର ଉପର ଡାହାଣ ପଟ କୋଣରେ ଥିବା ଗୋଟିଏ edit iconକୁ ଦେଖିପାରିବେ
08:19 ଏହି ଫାଇଲକୁ edit କରିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ
08:22 Writer ଡକୁମେଣ୍ଟରୁ କପୀ କରିଥିବା କିଛି ଲାଇନକୁ ଏଠାରେ ସଂଯୁକ୍ତ କରନ୍ତୁ
08:27 ଏହିପରି କରିପାରିବେ
08:30 ବର୍ତ୍ତମାନ, ଏହି ପରିବର୍ତ୍ତନକୁ commit କରନ୍ତୁ
08:33 default commit messageକୁ ଯାହା ଥିଲା ସେହିପରି ରଖନ୍ତୁ
08:37 ଏଠାରେ branch ନେମକୁ new-chapter ଭାବେ ଦେଖିପାରିବେ ଯେଉଁଠି ଏହି commit ସୃଷ୍ଟି କରାଯାଇଥିଲା
08:43 commit କରିବା ପାଇଁ Commit changes ବଟନ୍ ଉପରେ କ୍ଲିକ୍ କରନ୍ତୁ
08:46 ରିପୋଜିଟୋରୀକୁ ଫେରିଆସିବା ପାଇଁ Code ଟାବ୍ ଉପରେ କ୍ଲିକ୍ କରନ୍ତୁ
08:50 ତା’ପରେ, master ଓ new-chapter branchesର commitsକୁ ଯାଞ୍ଚ କରନ୍ତୁ
08:56 commits ଲିଙ୍କ ଉପରେ କ୍ଲିକ୍ କରନ୍ତୁ
08:59 ଏଠାରେ, Branch ନାମକ ଡ୍ରପ୍ ଡାଉନରେ, ଦେଖିବାକୁ ଚାହୁଁଥିବା branch ନେମକୁ ଚୟନ କରିପାରିବେ
09:04 ତାଲିକାରେ master ବ୍ରାଞ୍ଚକୁ ଚୟନ କରନ୍ତୁ
09:08 ଥରେ ଚୟନ ହେଲାପରେ, master ବ୍ରାଞ୍ଚର commitsଗୁଡିକ ତାଲିକାଭୁକ୍ତ ହୋଇଯିବେ
09:13 new-chapter branchର commitsଗୁଡିକୁ ଦେଖିବା ପାଇଁ, Branchର ଡ୍ରପ୍ ଡାଉନରେ new-chapterକୁ ଚୟନ କରନ୍ତୁ
09:19 ବର୍ତ୍ତମାନ, new-chapter branchର commitsଗୁଡିକୁ ଦେଖିପାରିବେ
09:24 ରିପୋଜିଟୋରୀକୁ ଫେରିଆସିବା ପାଇଁ Code ଟାବ୍ ଉପରେ କ୍ଲିକ୍ କରନ୍ତୁ
09:28 ତା’ପରେ GitHubରେ କିପରି ଗୋଟିଏ ଟାବ୍ ସୃଷ୍ଟି କରାଯାଏ ଚାଲନ୍ତୁ ଦେଖିବା
09:32 ଆମେ ଜାଣିଛେ ଯେ ଗୋଟିଏ commit stageକୁ ଇମ୍ପୋର୍ଟାଣ୍ଟ ଭାବେ ଚିହ୍ନଟ କରିବା ପାଇଁ tagging ବ୍ୟବହୃତ ହୋଇଥାଏ
09:38 ଉଦାହରଣସ୍ଵରୂପ, ଧରିନିଅନ୍ତୁ kids-story.html ଫାଇଲକୁ ସଂଯୁକ୍ତ କରିବା ପରେ master ବ୍ରାଞ୍ଚରେ ମୁଁ ଗୋଟିଏ tag ସୃଷ୍ଟି କରିବାକୁ ଚାହୁଁଛି
09:46 ଗୋଟିଏ tag ସୃଷ୍ଟି କରିବା ପାଇଁ ପ୍ରଥମେ releases ଲିଙ୍କ ଉପରେ କ୍ଲିକ୍ କରନ୍ତୁ
09:50 Create a new release ବଟନ୍ ଉପରେ କ୍ଲିକ୍ କରନ୍ତୁ
09:54 ଗୋଟିଏ ନୁତନ form ଖୋଲିଯିବ
09:56 Tag Version ବକ୍ସରେ V1.0 ଟାଇପ୍ କରନ୍ତୁ
10:01 Release title ବକ୍ସରେ, Version one ଟାଇପ୍ କରନ୍ତୁ
10:05 Write ବକ୍ସରେ, tagର ବ୍ୟାଖ୍ୟାକୁ ପ୍ରଦାନ କରିପାରିବେ
10:10 ଟାଇପ୍ କରନ୍ତୁ: This is the version one
10:13 ବର୍ତ୍ତମାନ Publish release ବଟନ୍ ଉପରେ କ୍ଲିକ୍ କରନ୍ତୁ
10:18 ଏଠାରେ, ବାମ ପଟେ ଅଦ୍ୟତନ commitର hash valueକୁ ଦେଖିପାରିବେ
10:24 ଏହା ଜଣାଅଛି ଯେ ଡିଫଲ୍ଟ ଭାବେ ଅଦ୍ୟତନ commitରେ tagକୁ ସୃଷ୍ଟି କରାଯାଇଛି
10:30 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
10:33 ସଂକ୍ଷିପ୍ତରେ
10:35 ଏହି ଟ୍ୟୁଟୋରିଆଲରେ ଆମେ ଶିଖିଛେ:
10:38 ଅନଲାଇନ୍ Git hosting servicesର ଗୁରୁତ୍ଵ
10:42 ଗୋଟିଏ GitHub account ସୃଷ୍ଟି କରିବା
10:44 GitHubରେ ଗୋଟିଏ repository ସୃଷ୍ଟି କରିବା ଏବଂ ରିପୋଜିଟୋରୀରେ ଗୋଟିଏ tag ସୃଷ୍ଟି କରିବା
10:50 ଗୋଟିଏ ଆସାଇନମେଣ୍ଟ ଭାବେ -
10:52 GitHubରେ ଗୋଟିଏ repository ସୃଷ୍ଟି କରନ୍ତୁ
10:54 repositoryରେ କିଛି ଫାଇଲକୁ ସଂଯୁକ୍ତ କରନ୍ତୁ
10:57 ଫାଇଲଗୁଡିକୁ ଏଡିଟ୍ କରିବା ସହିତ କିଛି commits କରନ୍ତୁ ଏବଂ ରିପୋଜିଟୋରୀରେ branches ଓ tags ସୃଷ୍ଟି କରିବା ପାଇଁ ଚେଷ୍ଟା କରନ୍ତୁ
11:05 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
11:10 ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
11:12 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
11:20 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:23 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
11:29 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
11:34 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep