Git/C2/The-git-checkout-command/Oriya
From Script | Spoken-Tutorial
| |
|
| 00:01 | ବନ୍ଧୁଗଣ, git checkout command ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:06 | ଏହି ଟ୍ୟୁଟୋରିଆଲରେ ଆମେ: *Git repositoryରେ ଏକାଧିକ ଫାଇଲକୁ ସଂଯୁକ୍ତ କରିବା, ଶିଖିବା |
| 00:12 | Git repositoryରୁ ଗୋଟିଏ ଫାଇଲକୁ ବାହାର କରିବା |
| 00:16 | ବାହାର ହୋଇଥିବା ଫାଇଲକୁ ପୁନରୁଦ୍ଧାର କରିବା |
| 00:18 | ଗୋଟିଏ ଫାଇଲରେ ହୋଇଥିବା ପରିବର୍ତ୍ତନକୁ ବାହାର କରିବା ଏବଂ |
| 00:21 | ଗୋଟିଏ ପୂର୍ବ ରିଭିଜନକୁ ପୁନରୁଦ୍ଧାର କରିବା |
| 00:25 | ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux 14.04 |
| 00:31 | Git 2.3.2. ଓ Gedit ଟେକ୍ସଟ ଏଡିଟର୍ |
| 00:36 | ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ |
| 00:40 | ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ |
| 00:47 | ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ |
| 00:52 | ବର୍ତ୍ତମାନ, ଚାଲନ୍ତୁ Git repositoryରେ ଏକାଧିକ ଫାଇଲକୁ କିପରି ସଂଯୁକ୍ତ କରାଯାଏ ଦେଖିବା |
| 00:58 | Ctrl+Alt+Tକୁ ଦାବି terminalକୁ ଖୋଲନ୍ତୁ |
| 01:02 | Git ରିପୋଜିଟୋରୀ mywebpageକୁ ଯା’ନ୍ତୁ ଯାହାକୁ ପୂର୍ବେ ସୃଷ୍ଟି କରାଯାଇଛି |
| 01:09 | ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ |
| 01:14 | ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ |
| 01:19 | ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ |
| 01:23 | ବର୍ତ୍ତମାନ ଦୁଇଟି html ଫାଇଲ୍ ସୃଷ୍ଟି କରନ୍ତୁ |
| 01:27 | ତେଣୁ ଟାଇପ୍ କରନ୍ତୁ: gedit ସ୍ପେସ୍ mystory.html ସ୍ପେସ୍ mynovel.html ସ୍ପେସ୍ ଆମ୍ପର୍ସାଣ୍ଡ |
| 01:37 | ପ୍ରମ୍ପ୍ଟକୁ ମୁକ୍ତ କରିବା ପାଇଁ & (ଆମ୍ପର୍ସାଣ୍ଡ)କୁ ବ୍ୟବହାର କରାଯାଏ. Enter ଦାବନ୍ତୁ |
| 01:43 | ପୂର୍ବରୁ ସେଭ୍ କରାଯାଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲଗୁଡିକ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ |
| 01:50 | ଏହି ଫାଇଲଗୁଡିକୁ save କରନ୍ତୁ |
| 01:53 | ପ୍ରଥମେ, terminalରେ git ସ୍ପେସ୍ status ଏବଂ Enter ଦାବି Git statusକୁ ଯାଞ୍ଚ କରନ୍ତୁ |
| 02:03 | ଏହା ଦୁଇଟି untracked filesକୁ ପ୍ରଦର୍ଶନ କରିବ |
| 02:06 | ବର୍ତ୍ତମାନ tracking ପାଇଁ ଅନଟ୍ରାକଡ ଫାଇଲଗୁଡିକୁ ସଂଯୁକ୍ତ କରନ୍ତୁ |
| 02:10 | ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ ଡଟ୍ ଏବଂ Enter ଦାବନ୍ତୁ |
| 02:17 | git add dot କମାଣ୍ଡ, staging areaରେ ସମଗ୍ର untracked ଫାଇଲଗୁଡିକୁ ସଂଯୁକ୍ତ କରିବ |
| 02:23 | ତେଣୁ, staging areaରେ mystory.html ଓ mynovel.html ନାମକ ଦୁଇଟି ଫାଇଲ୍ ସଂଯୁକ୍ତ ହୋଇଛି |
| 02:32 | git ସ୍ପେସ୍ status ଏବଂ Enter ଦାବି Git statusକୁ ପୁନର୍ବାର ଯାଞ୍ଚ କରନ୍ତୁ |
| 02:40 | ବର୍ତ୍ତମାନ, Git repositoryର staging areaରେ ଉଭୟ ଫାଇଲ୍ ସଂଯୁକ୍ତ ହୋଇଥିବାର ଆପଣ ଦେଖିପାରିବେ |
| 02:47 | mystory.html ଓ mynovel.html ଫାଇଲକୁ ଫେରିଆସନ୍ତୁ |
| 02:54 | ବର୍ତ୍ତମାନ, ଏହି ଫାଇଲଗୁଡିକରେ କୋଡର କିଛି ଅଧିକ ଲାଇନକୁ ସଂଯୁକ୍ତ କରନ୍ତୁ |
| 03:00 | ପୂର୍ବ ଭଳି, Writer ଡକୁମେଣ୍ଟରୁ କପୀ-ପେଷ୍ଟ କରନ୍ତୁ |
| 03:05 | ପୁନର୍ବାର ଫାଇଲଗୁଡିକୁ ସେଭ୍ ଓ ବନ୍ଦ କରନ୍ତୁ |
| 03:08 | git ସ୍ପେସ୍ status ଏବଂ Enter ଦାବି Git statusକୁ ଯାଞ୍ଚ କରନ୍ତୁ |
| 03:16 | ଏହା Changes not staged for commit ଓ modified: mynovel.html ଓ mystory.htmlକୁ ପ୍ରଦର୍ଶନ କରିବ |
| 03:26 | ଏହାର ଅର୍ଥ ହେଉଛି କରାଯାଇଥିବା ପରିବର୍ତ୍ତନ staging areaରେ ସଂଯୁକ୍ତ ହୋଇନାହିଁ |
| 03:32 | ବର୍ତ୍ତମାନ ଏହି ବିନ୍ଦୁରେ କାମକୁ commit କରନ୍ତୁ |
| 03:36 | ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ a ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ବିନା Added two files ଏବଂ Enter ଦାବନ୍ତୁ |
| 03:50 | ଧ୍ୟାନଦିଅନ୍ତୁ ଯେ କମିଟ୍ କରିବା ପୂର୍ବରୁ ସେହି ରୂପାନ୍ତର ଫାଇଲଗୁଡିକୁ staging areaରେ ସଂଯୁକ୍ତ କରାଯାଇ ନାହିଁ ଏବଂ |
| 03:57 | ପୂର୍ବ ଟ୍ୟୁଟୋରିଆଲରେ ଦେଖାଯିବା ଭଳି committing message ପାଇଁ ମଧ୍ୟ ଏଡିଟର୍ ଖୋଲିବ ନାହିଁ |
| 04:03 | ଏହାର କାରଣ ଏଠାରେ ହାଇଫେନ୍ a ଓ ହାଇଫେନ୍ m ଫ୍ଲାଗଗୁଡିକର ବ୍ୟବହାର କରାଯାଇଛି |
| 04:10 | ତେଣୁ, ଏହି ଫ୍ଲାଗଗୁଡିକ କ’ଣ ପାଇଁ ଅଛି? |
| 04:13 | ସ୍ଲାଇଡକୁ ଫେରିଆସନ୍ତୁ |
| 04:15 | staging areaରେ ସମସ୍ତ ରୂପାନ୍ତରିତ ଫାଇଲଗୁଡିକୁ ସଂଯୁକ୍ତ କରିବା ପାଇଁ, ହାଇଫେନ୍ a ଫ୍ଲାଗକୁ ବ୍ୟବହାର କରାଯାଇଛି |
| 04:21 | ଯେତେବେଳେ ହାଇଫେନ୍ a ଫ୍ଲାଗ୍ ବ୍ୟବହାର କରାଯାଏ, staging areaରେ ରୂପାନ୍ତରୀତ ଫାଇଲଗୁଡିକୁ ସଂଯୁକ୍ତ କରିବା ପାଇଁ git add କମାଣ୍ଡକୁ ଅଲଗା ଭାବେ ବ୍ୟବହାର କରିବା ଆବଶ୍ୟକତା ନ’ଥାଏ |
| 04:30 | command lineରେ commit messageକୁ ପ୍ରଦାନ କରିବା ପାଇଁ, ହାଇଫେନ୍ m ଫ୍ଲାଗ୍ ବ୍ୟବହୃତ ହୋଇଥାଏ |
| 04:36 | ହାଇଫେନ୍ a ଓ ହାଇଫେନ୍ m ଫ୍ଲାଗଗୁଡିକୁ ହାଇଫେନ୍ am ଭାବେ ମଧ୍ୟ ବ୍ୟବହାର କରାଯାଇପାରିବ |
| 04:42 | terminal କୁ ଫେରିଆସନ୍ତୁ |
| 04:45 | git ସ୍ପେସ୍ log ଟାଇପ୍ କରି ଏବଂ Enterକୁ ଦାବି Git logକୁ ଯାଞ୍ଚ କରନ୍ତୁ |
| 04:52 | commitsର ତାଲିକାକୁ ଦେଖିପାରିବେ |
| 04:54 | ଧ୍ୟାନଦିଅନ୍ତୁ ଯେ ଅଦ୍ୟତନ commitsଗୁଡିକ ପ୍ରଥମେ ତାଲିକାଭୁକ୍ତ ହୋଇଛନ୍ତି |
| 04:58 | ଯାହାର ଅର୍ଥ କମିଟଗୁଡିକ ସମୟ କ୍ରମାନୁସାରେ ତାଲିକାଭୁକ୍ତ ହୋଇଛନ୍ତି |
| 05:03 | Git repositoryରେ ଗୋଟିଏ ଭୁଲ୍ ଫାଇଲ୍ ସଂଯୁକ୍ତ ହୋଇଥିବା କ୍ଷେତ୍ରରେ, ଏହାକୁ ସହଜରେ ବାହାର କରିଦିଆଯାଇପାରିବ |
| 05:10 | ଉଦାହରଣସ୍ଵରୂପ, ମୁଁ mypage.html ଫାଇଲକୁ ବାହାର କରିବାକୁ ଚାହୁଁଛି |
| 05:16 | ଟାଇପ୍ କରନ୍ତୁ: git ସ୍ପେସ୍ rm ସ୍ପେସ୍ ହାଇଫେନ୍ ହାଇଫେନ୍ cached ସ୍ପେସ୍ mypage ଡଟ୍ html ଏବଂ Enter ଦାବନ୍ତୁ |
| 05:26 | ଏହି କମାଣ୍ଡ staging areaରୁ mypage.html ଫାଇଲକୁ ବାହାର କରିଦେବ |
| 05:32 | ବର୍ତ୍ତମାନ Git statusକୁ ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ, git ସ୍ପେସ୍ status ଏବଂ Enter ଦାବନ୍ତୁ |
| 05:40 | ଏହା, mypage.html ଫାଇଲ୍ untracked ବୋଲି କହିବ |
| 05:45 | ବର୍ତ୍ତମାନ, rm ସ୍ପେସ୍ mypage ଡଟ୍ html ଟାଇପ୍ କରି ଏବଂ Enterକୁ ଦାବି, |
| 05:49 | ଫାଇଲକୁ ଫାଇଲ୍ ସିଷ୍ଟମରୁ ଡିଲିଟ୍ କରିପାରିବେ |
| 05:55 | ଏହି କମାଣ୍ଡ, mywebpage ଫୋଲ୍ଡରରୁ ଫାଇଲଟିକୁ ସମ୍ପୂର୍ଣ୍ଣ ଭାବେ ବାହାର କରିଦେବ |
| 06:00 | ବର୍ତ୍ତମାନ, Git repositoryରୁ ଫାଇଲଟି ବାହାର ହୋଇଛି କି ନାହିଁ ଯାଞ୍ଚ କରନ୍ତୁ |
| 06:06 | ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ status ଏବଂ Enter ଦାବନ୍ତୁ |
| 06:12 | ଏହା, deleted: mypage.html ବାର୍ତ୍ତା ପ୍ରଦର୍ଶନ କରିବ |
| 06:16 | ବର୍ତ୍ତମାନ, ls ଟାଇପ୍ କରି ଏବଂ Enterକୁ ଦାବି ଫାଇଲଗୁଡିକୁ ତାଲିକାଭୁକ୍ତ କରନ୍ତୁ |
| 06:21 | ଏଠାରେ, mypage.html ଫାଇଲକୁ ଆଉ ଦେଖିପାରିବା ନାହିଁ ଯେହେତୁ ଏହା ଡିଲିଟ୍ ହୋଇସାରିଛି |
| 06:28 | ଏହି ବିନ୍ଦୁରେ, କୋଡକୁ ଫ୍ରୀଜ୍ କରନ୍ତୁ |
| 06:32 | commit ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଫେନ୍ am ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Deleted mypage.html ଏବଂ Enter ଦାବନ୍ତୁ |
| 06:45 | git ସ୍ପେସ୍ logକୁ ଟାଇପ୍ କରି ଏବଂ Enter ଦାବି Git logକୁ ଦେଖନ୍ତୁ |
| 06:51 | ବାହାର ହେବା ପାଇଁ କୀବୋର୍ଡରେ q କୀକୁ ଦାବନ୍ତୁ |
| 06:55 | ଏଠାରେ, କମିଟ୍ ବାର୍ତ୍ତାକୁ ପଢିବା ସହିତ ଅଦ୍ୟତନ କମିଟକୁ ପ୍ରାପ୍ତ କରିପାରିବେ |
| 06:59 | ବର୍ତ୍ତମାନ, ଧରିନିଅନ୍ତୁ ଭୁଲବଶତଃ mypage.html ଫାଇଲକୁ ଡିଲିଟ୍ କରିଦେଇଛେ ଏବଂ ଏହାକୁ ପୁନରୁଦ୍ଧାର କରିବାକୁ ଚାହୁଁଛେ |
| 07:08 | କ’ଣ କରାଯାଇପାରିବ? ଡିଲିଟ୍ ହୋଇଥିବା ଫାଇଲକୁ ପୂର୍ବ କମିଟଗୁଡିକରୁ ପୁନରୁଦ୍ଧାର କରିପାରିବା |
| 07:13 | ଚାଲନ୍ତୁ ଫାଇଲକୁ ଦ୍ଵିତୀୟ commitରୁ ପୁନରୁଦ୍ଧାର କରିବା ଯାହାର commit ବାର୍ତ୍ତା ହେଉଛି Added two files |
| 07:20 | ଦ୍ଵିତୀୟ commit hashରୁ ପ୍ରଥମ ପାଞ୍ଚୋଟି ସଂଖ୍ୟାକୁ ଚୟନ କରନ୍ତୁ |
| 07:24 | ଏବଂ ସେଗୁଡିକୁ କପୀ କରିବା ପାଇଁ Ctrl + Shift + C କୀଗୁଡିକୁ ଦାବନ୍ତୁ |
| 07:28 | ପ୍ରଥମ ପାଞ୍ଚୋଟି ସଂଖ୍ୟା ପର୍ଯ୍ୟାପ୍ତ ଅଟେ |
| 07:31 | କିନ୍ତୁ ଯଦି ଆପଣ ଚାହାଁନ୍ତି ତେବେ ପାଞ୍ଚୋଟିରୁ ଅଧିକ ସଂଖ୍ୟାକୁ ମଧ୍ୟ କପୀ କରିପାରିବେ |
| 07:36 | ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ ଏବଂ commit hashକୁ ପେଷ୍ଟ କରିବା ପାଇଁ Ctrl + Shift + V କୀ କୁ ଦାବନ୍ତୁ |
| 07:45 | ବର୍ତ୍ତମାନ ଫାଇଲ୍ ନେମ୍ mypage.htmlକୁ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ |
| 07:51 | git ସ୍ପେସ୍ statusକୁ ଟାଇପ୍ କରି ଏବଂ Enterକୁ ଦାବି, Git statusକୁ ଯାଞ୍ଚ କରନ୍ତୁ |
| 07:58 | ବର୍ତ୍ତମାନ, mypage.html ଫାଇଲକୁ ଦେଖିପାରିବେ |
| 08:02 | ଏହି ବିନ୍ଦୁରେ କାମକୁ commit କରନ୍ତୁ |
| 08:05 | ଧ୍ୟାନଦିଅନ୍ତୁ ଯେ ଯେତେବେଳେ କୌଣସି ଫାଇଲକୁ ଆଡ୍ କିମ୍ବା ଡିଲିଟ୍ କରାଯାଏ, କାମକୁ commit କରିବା ଅତ୍ୟନ୍ତ ଜରୁରୀ ଅଟେ |
| 08:12 | ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ am ସ୍ପେସ୍ Restored mypage.html ଏବଂ Enter ଦାବନ୍ତୁ |
| 08:22 | ବର୍ତ୍ତମାନ, ls ଟାଇପ୍ କରି ଏବଂ Enter ଦାବି ଫାଇଲଗୁଡିକୁ ତାଲିକାଭୁକ୍ତ କରନ୍ତୁ |
| 08:28 | mypage.html ଫାଇଲ୍ ପୁନରୁଦ୍ଧାର ହୋଇଥିବା, ଦେଖିପାରିବେ |
| 08:33 | ତା’ପରେ, ଗୋଟିଏ ଫାଇଲରେ କରାଯାଇଥିବା ପରିବର୍ତ୍ତନଗୁଡିକୁ କିପରି ବାହାର କରିହେବ, ଦେଖିବା |
| 08:38 | gedit ସ୍ପେସ୍ mypage.html ସ୍ପେସ୍ mystory.html ସ୍ପେସ୍ ଆମ୍ପର୍ସାଣ୍ଡ ଟାଇପ୍ କରି ଏବଂ Enter ଦାବି ଫାଇଲଗୁଡିକୁ ଖୋଲନ୍ତୁ |
| 08:50 | mypage.html ଓ mystory.htmlରେ କିଛି ରୂପାନ୍ତର କରନ୍ତୁ |
| 08:58 | ଉଭୟ ଫାଇଲରେ କିଛି ଲାଇନକୁ ଡିଲିଟ୍ କରନ୍ତୁ |
| 09:03 | ତା’ପରେ ଫାଇଲଗୁଡିକୁ save କରିବା ସହ ବନ୍ଦ କରନ୍ତୁ |
| 09:06 | କିଛି ନିର୍ଦ୍ଦିଷ୍ଟ ଅବସ୍ଥାରେ, ଏହି ପରିବର୍ତ୍ତନଗୁଡିକ ସହ କାମକୁ ଜାରି ରଖିବାକୁ ଚାହିଁ ନ’ପାରୁ |
| 09:11 | ଯାହାର ଅର୍ଥ, ଆମେ କାମର ପୂର୍ବ stageକୁ ଫେରିଯିବାକୁ ଚାହୁଁଛୁ |
| 09:16 | ଏହାକୁ କିପରି କରଯାଏ ଚାଲନ୍ତୁ ଶିଖିବା |
| 09:19 | ପ୍ରଥମେ, git ସ୍ପେସ୍ statusକୁ ଟାଇପ୍ କରି ଏବଂ Enterକୁ ଦାବି, Git statusକୁ ଯାଞ୍ଚ କରନ୍ତୁ |
| 09:27 | କିଛି ଫାଇଲ୍ ରୂପାନ୍ତର ହୋଇଛି ବୋଲି ଏହା କହିବ |
| 09:30 | ବର୍ତ୍ତମାନ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ ଡଟ୍ ଏବଂ Enter ଦାବନ୍ତୁ |
| 09:37 | ଏହି କମାଣ୍ଡ ଆମ କାମରେ ହୋଇଥିବା ଅଦ୍ୟତନ ପରିବର୍ତ୍ତନଗୁଡିକୁ ଡିଲିଟ୍ କରିଦେବ |
| 09:41 | git ସ୍ପେସ୍ statusକୁ ଟାଇପ୍ କରି ଏବଂ Enterକୁ ଦାବି, Git statusକୁ ଯାଞ୍ଚ କରନ୍ତୁ |
| 09:48 | ଏହା nothing to commit ବୋଲି କହିବ |
| 09:51 | ପରିବର୍ତ୍ତନଗୁଡିକ ଅଛି କି ନାହିଁ ଦେଖିବା ପାଇଁ ଫାଇଲଗୁଡିକୁ ଯାଞ୍ଚ କରନ୍ତୁ |
| 09:57 | ଟାଇପ୍ କରନ୍ତୁ: gedit ସ୍ପେସ୍ mypage.html ସ୍ପେସ୍ mystory.html & ଏବଂ Enter ଦାବନ୍ତୁ |
| 10:07 | ରୂପାନ୍ତରଗୁଡିକ ବାହାର ହୋଇଯାଇଥିବା ଦେଖିପାରିବେ.ଫାଇଲଗୁଡିକୁ ବନ୍ଦ କରନ୍ତୁ |
| 10:13 | ବର୍ତ୍ତମାନ, git ସ୍ପେସ୍ logକୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ |
| 10:20 | ଏହା commitsର ତାଲିକାକୁ ପ୍ରଦର୍ଶନ କରିବ |
| 10:23 | ଅଧିକ ଦେଖିବା ପାଇଁ down arrow କୀକୁ ଦାବନ୍ତୁ |
| 10:26 | ବାହାର ହେବା ପାଇଁ କୀବୋର୍ଡରେ q କୀକୁ ଦାବନ୍ତୁ |
| 10:30 | ଯଦି commits listକୁ ଗୋଟିଏ ଲାଇନରେ ଦେଖିବାକୁ ଚାହାଁନ୍ତି, ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline ଏବଂ Enter ଦାବନ୍ତୁ |
| 10:42 | ଏଠାରେ, commits listକୁ ସେମାନଙ୍କ commit hash ଓ commit messages ସହିତ ଗୋଟିଏ ଲାଇନରେ ଦେଖିପାରିବେ |
| 10:48 | କାମର ଗୋଟିଏ ପୂର୍ବ ରିଭିଜନକୁ କିପରି ଯାଇପାରିବେ? |
| 10:53 | ବର୍ତ୍ତମାନ ଆମ repositoryରେ ଚାରୋଟି କମିଟ୍ ଅଛି |
| 10:56 | ଯାହାର ଅର୍ଥ, ଆମ ପାଖରେ କାମର ଚାରୋଟି ରିଭିଜନ୍ ଅଛି |
| 11:01 | ଧରିନିଅନ୍ତୁ, ଆମେ Initial commit ସୋପାନକୁ ଫେରିଯିବାକୁ ଚାହୁଁଛେ |
| 11:05 | ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍, ତା’ପରେ Initial commitର commit hashକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ |
| 11:15 | lsକୁ ଟାଇପ୍ କରିବା ସହ Enterକୁ ଦାବି ଫାଇଲଗୁଡିକୁ ତାଲିକାଭୁକ୍ତ କରନ୍ତୁ |
| 11:19 | ଏଠାରେ mypage.html ନାମକ କେବଳ ଗୋଟିଏ ଫାଇଲକୁ ଦେଖିପାରିବେ କାରଣ ଏହି stageରେ କେବଳ ଏହି ଗୋଟିଏ ଫାଇଲ୍ ଅଛି |
| 11:28 | ବର୍ତ୍ତମାନ, git ସ୍ପେସ୍ logକୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ |
| 11:34 | କେବଳ ପ୍ରଥମ commitକୁ ଦେଖିପାରିବେ ଯାହା Initial commit ଅଟେ |
| 11:39 | ସାମ୍ପ୍ରତିକ ରିଭିଜନକୁ ଫେରିଆସିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ |
| 11:48 | ଆଗତ ଟ୍ୟୁଟୋରିଆଲଗୁଡିକରେ ଟର୍ମ master ବିଷୟରେ ଅଧିକ ଜାଣିବା |
| 11:53 | Git logକୁ ପୁନର୍ବାର ଯାଞ୍ଚ କରିବା ପାଇଁ ଟାଇପ୍ କରନ୍ତୁ |
| 11:57 | git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline ଏବଂ Enter ଦାବନ୍ତୁ |
| 12:03 | ବର୍ତ୍ତମାନ ସମସ୍ତ ଚାରୋଟି commitsକୁ ଦେଖିପାରିବେ. ତେଣୁ, ବର୍ତ୍ତମାନ ଆମେ ଅଦ୍ୟତନ stageରେ ଅଛନ୍ତି |
| 12:10 | ଏହିପରି ଭାବେ, ଆମେ କାମର ଯେକୌଣସି ସୋପାନକୁ ଯାଇପାରିବା |
| 12:14 | ପୁରାତନ ରିଭିଜନକୁ ଯିବା ପାଇଁ ଅନ୍ୟ ଏକ ମାର୍ଗ ଅଛି |
| 12:18 | ଟାଇପ୍ କରନ୍ତୁ: git ସ୍ପେସ୍ reset ସ୍ପେସ୍ ହାଇଫେନ୍ ହାଇଫେନ୍ hard |
| 12:23 | ତା’ପରେ, Initial commitର commit hashକୁ copy ଓ paste କରିବା ସହ Enter ଦାବନ୍ତୁ |
| 12:29 | git ସ୍ପେସ୍ logକୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ |
| 12:35 | ଏହା ପ୍ରଦର୍ଶନ କରୁଛି ଯେ ବର୍ତ୍ତମାନ ଆମେ Initial commit ସୋପାନରେ ଅଛେ |
| 12:39 | ବର୍ତ୍ତମାନ, ଅଦ୍ୟତନ ରିଭିଜନକୁ ଫେରିଯିବା ପାଇଁ ଚେଷ୍ଟା କରନ୍ତୁ |
| 12:43 | ପୂର୍ବ ଭଳି ଟାଇପ୍ କରନ୍ତୁ: git ସ୍ପେସ୍ checkout ସ୍ପେସ୍ master ଏବଂ Enter ଦାବନ୍ତୁ |
| 12:51 | ଆମେ ଅଦ୍ୟତନ ରିଭିଜନକୁ ଫେରିଯିବା ପାଇଁ ଅକ୍ଷମ ଅଟୁ |
| 12:55 | ଏହା ବ୍ୟତିତ ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ: Already on master |
| 12:58 | ଏହାର ଅର୍ଥ ଏହା ଅଦ୍ୟତନ ରିଭିଜନ ଅଟେ |
| 13:02 | ତେଣୁ, ଧ୍ୟାନଦିଅନ୍ତୁ ଯଦି ଥରେ git reset hyphen hyphen hard କମାଣ୍ଡକୁ ବ୍ୟବହାର କରନ୍ତି ତେବେ ଅଦ୍ୟତନ ସୋପାନକୁ ଫେରି ପାରିବେ ନାହିଁ |
| 13:11 | ତେଣୁ, ଏହି କମାଣ୍ଡ ପ୍ରତି ସତର୍କ ରୁହନ୍ତୁ |
| 13:15 | ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ |
| 13:18 | ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ କିପରି: *Git ରିପୋଜିଟୋରୀରେ ଏକାଧିକ ଫାଇଲକୁ ସଂଯୁକ୍ତ କରିବା |
| 13:27 | Git ରିପୋଜିଟୋରୀରୁ ଗୋଟିଏ ଫାଇଲକୁ ବାହାର କରିବା. * ବାହାର ହୋଇଥିବା ଫାଇଲକୁ ପୁନରୁଦ୍ଧାର କରିବା |
| 13:32 | ଗୋଟିଏ ଫାଇଲରେ ହୋଇଥିବା ପରିବର୍ତ୍ତନଗୁଡିକୁ ବହାର କରିବା ଏବଂ * ପୂର୍ବ ରିଭିଜନକୁ ପୁନରୁଦ୍ଧାର କରିବା |
| 13:39 | ଗୋଟିଏ ଆସାଇନମେଣ୍ଟ ଭାବେ- ପୂର୍ବ ଆସାଇନମେଣ୍ଟରେ ସୃଷ୍ଟି କରାଯାଇଥିବା Git ରିପୋଜିଟୋରୀକୁ ଯା’ନ୍ତୁ |
| 13:46 | ଟେକ୍ସଟ ଫାଇଲରେ କିଛି ରୂପାନ୍ତର କରନ୍ତୁ |
| 13:49 | ପରିବର୍ତ୍ତନଗୁଡିକୁ Commit କରନ୍ତୁ |
| 13:52 | ପୁରାତନ ରିଭିଜନକୁ ପୁନରୁଦ୍ଧାର କରିବା ପାଇଁ ଚେଷ୍ଟା କରନ୍ତୁ |
| 13:55 | ପୁନର୍ବାର ଟେକ୍ସଟ ଫାଇଲରେ କିଛି ରୂପାନ୍ତର କରିବା ସହ ପରିବର୍ତ୍ତନଗୁଡିକୁ ବାହାର କରିବା ପାଇଁ ଚେଷ୍ଟା କରନ୍ତୁ |
| 14:02 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ |
| 14:11 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 14:18 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 14:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ |
| 14:29 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 14:34 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |