Git/C2/Tagging-in-Git/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, Tagging in Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ,

Tagging ଓ taggingର ପ୍ରକାର ବିଷୟରେ ଶିଖିବା

00:12 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି:

Ubuntu Linux 14.04, Git 2.3.2. ଓ Gedit ଟେକ୍ସଟ ଏଡିଟର୍ ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ

00:28 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ. ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:41 ଚାଲନ୍ତୁ tagging ବିଷୟରେ ଶିଖିବା
00:44 ଗୋଟିଏ commitର ସୋପାନ ଗୁରୁତ୍ଵପୂର୍ଣ୍ଣ ବୋଲି ଚିହ୍ନିତ କରିବା ପାଇଁ Tagging ବ୍ୟବହୃତ ହୁଏ
00:49 ଭବିଷ୍ୟତରେ ରେଫରେନ୍ସ ପାଇଁ, bookmark ଭଳି ଗୋଟିଏ commitକୁ tag କରାଯାଇପାରିବ
00:54 ନିର୍ଦ୍ଦିଷ୍ଟଭାବେ, ଗୋଟିଏ ପ୍ରୋଜେକ୍ଟର ରିଲିଜ ପଏଣ୍ଟକୁ ଚିହ୍ନିତ କରିବା ପାଇଁ ଏହା ବ୍ୟବହୃତ ହୁଏ ଯେପରି v1.0
01:02 ଏଠାରେ ଦୁଇ ପ୍ରକାରର tags ଅଛି:

Lightweight tag ଓ Annotated tag

01:09 ପ୍ରଥମେ, ଗୋଟିଏ lightweight tag କିପରି ସୃଷ୍ଟି କରାଯାଏ ପ୍ରଦର୍ଶନ ହେବ
01:15 Git repository mywebpageକୁ ଯା’ନ୍ତୁ ଯାହାକୁ ପୂର୍ବେ ସୃଷ୍ଟି କରାଯାଇଛି
01:21 terminalକୁ ଫେରିଆସନ୍ତୁ ଏବଂ ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
01:30 ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ
01:34 ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ
01:39 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରି Git logକୁ ଯାଞ୍ଚ କରନ୍ତୁ ଏବଂ Enter ଦାବନ୍ତୁ
01:48 ବର୍ତ୍ତମାନ ଆମ repositoryରେ Added colors, Added history.html ଏବଂ Initial commit ନାମକ ତିନୋଟି କମିଟ୍ ଅଛି
01:59 ବର୍ତ୍ତମାନ, ଅଦ୍ୟତନ Added colors କମିଟରେ ଗୋଟିଏ lightweight tag ସୃଷ୍ଟି କରନ୍ତୁ
02:05 ଯେତେବେଳେ ଗୋଟିଏ tag ସୃଷ୍ଟି ହେବ, ଡିଫଲ୍ଟ ଭାବେ ଏହା ଅଦ୍ୟତନ commitରେ ସୃଷ୍ଟି ହେବ
02:12 ଟାଇପ୍ କରନ୍ତୁ: git ସ୍ପେସ୍ tag ସ୍ପେସ୍ v1.1 ଏବଂ Enter ଦାବନ୍ତୁ
02:20 ଏଠାରେ, ଟାଗ୍ ନେମ୍ ଭାବେ v1.1 ପ୍ରଦାନ କରନ୍ତୁ. ଆପଣ ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
02:29 ଆପଣ git ସ୍ପେସ୍ tagକୁ ଟାଇପ୍ କରିବା ଦ୍ଵାରା ଟାଗକୁ ଦେଖିପାରିବେ ଏବଂ Enter ଦାବନ୍ତୁ
02:35 ବର୍ତ୍ତମାନ, ଆମ repositoryରେ କେବଳ ଗୋଟିଏମାତ୍ର ଟାଗ୍ ଅଛି
02:39 ତା’ପରେ, ଗୋଟିଏ annotated tag କିପରି ସୃଷ୍ଟି କରାଯାଏ ଚାଲନ୍ତୁ ଦେଖିବା
02:44 ପ୍ରଥମେ, ପ୍ରଦର୍ଶନ ଉଦ୍ଦେଶ୍ୟରେ mypage.html ଫାଇଲରେ କିଛି ରୂପାନ୍ତର କରନ୍ତୁ
02:52 ଟାଇପ୍ କରନ୍ତୁ: gedit ସ୍ପେସ୍ mypage.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ. ଫାଇଲରେ କିଛି ଲାଇନକୁ ସଂଯୁକ୍ତ କରନ୍ତୁ
03:04 ତା’ପରେ ଫାଇଲକୁ save କରିବା ସହ close କରନ୍ତୁ
03:07 ଏହି ବିନ୍ଦୁରେ କାର୍ଯ୍ୟକୁ commit କରନ୍ତୁ
03:11 ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ a m ସ୍ପେସ୍, ଡବଲ୍ କ୍ଵୋଟ୍ ରହିତ, mypage.htmlରେ କଣ୍ଟେଣ୍ଟକୁ ସଂଯୁକ୍ତ କରନ୍ତୁ ଏବଂ Enter ଦାବନ୍ତୁ
03:25 ଧରିନିଅନ୍ତୁ ଯେ ଏହି ନିର୍ଦ୍ଦିଷ୍ଟ ସୋପାନ ପ୍ରୋଜେକ୍ଟ ପାଇଁ ଅତ୍ୟନ୍ତ ଜରୁରୀ ଅଟେ
03:31 ତେଣୁ, ଏହି commit ବିନ୍ଦୁରେ ଗୋଟିଏ ଟାଗ୍ ସୃଷ୍ଟି କରନ୍ତୁ
03:35 ଏଠାରେ, ଗୋଟିଏ annotated tag ସୃଷ୍ଟି କରନ୍ତୁ
03:39 ଟାଇପ୍ କରନ୍ତୁ: git ସ୍ପେସ୍ tag ସ୍ପେସ୍ ହାଇଫେନ୍ a ସ୍ପେସ୍ v1.2 ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ସହିତ My Version 1.2 ଏବଂ Enter ଦାବନ୍ତୁ
03:55 -m flagକୁ ବ୍ୟବହାର କରି, ଆପଣ ନିଜ ପସନ୍ଦର ଯେକୌଣସି ଟାଗ୍ ବାର୍ତ୍ତାକୁ ପ୍ରଦାନ କରିପାରିବେ
04:01 ଏଠାରେ, tag message ବାଧ୍ୟତାମୁଳକ ନୁହେଁ
04:05 ଟାଗର ତାଲିକା ଦେଖିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ tag ଏବଂ Enter ଦାବନ୍ତୁ. ବର୍ତ୍ତମାନ ଏଠାରେ ଦୁଇଟି ଟାଗ୍ ଅଛି
04:14 ଏଠାରେ, v1.1, lightweight tag ଏବଂ v1.2, annotated tag ଅଟେ
04:21 ଟାଗଗୁଡିକ ମଧ୍ୟରେ ଥିବା ଭିନ୍ନତାକୁ କିପରି ଚିହ୍ନଟ କରିବେ?
04:24 git show କମାଣ୍ଡକୁ ବ୍ୟବହାର କରି, ଟାଗଗୁଡିକ ମଧ୍ୟରେ ଥିବା ଭିନ୍ନତାକୁ ଚିହ୍ନଟ କରାଯାଇପାରିବ
04:31 ଟାଇପ୍ କରନ୍ତୁ: git ସ୍ପେସ୍ show ସ୍ପେସ୍ v1.1 ଏବଂ Enter ଦାବନ୍ତୁ
04:38 ଏଠାରେ, lightweight tag v1.1ର ସମ୍ପୂର୍ଣ୍ଣ ବିବରଣୀକୁ ଦେଖାଯାଇପାରିବେ
04:44 ଏହା କେବଳ commitର ବିବରଣୀ ଓ ଫାଇଲରେ ପରିବର୍ତ୍ତନଗୁଡିକୁ ପ୍ରଦର୍ଶନ କରିବ
04:50 ତା’ପରେ, annotated tag v1.2ର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିବା. ଟାଇପ୍ କରନ୍ତୁ: git ସ୍ପେସ୍ show ସ୍ପେସ୍ v1.2 ଏବଂ Enter ଦାବନ୍ତୁ
05:03 ଏଠାରେ ଆମେ ଦେଖିବା:

Tag ନେମ୍, taggerର ସମ୍ପୂର୍ଣ୍ଣ ବିବରଣୀ, ଟାଗ୍ ହୋଇଥିବା commitରେ ତାରିଖ ଦିଅନ୍ତୁ, Tag ବାର୍ତ୍ତା, commitର ବିବରଣୀ ଓ ଫାଇଲରେ ପରିବର୍ତ୍ତନଗୁଡିକ

05:17 ପରସ୍ପର ସହଯୋଗରେ କାମ କରିବା ସମୟରେ Annotated tagକୁ ବ୍ୟବହାର କରିବା ପାଇଁ ସର୍ବଦା ପରାମର୍ଶ ଦିଆଯାଉଛି
05:23 ବର୍ତ୍ତମାନ ପୁରାତନ commitsରେ କିପରି ଟାଗଗୁଡିକୁ ଚିହ୍ନିତ କରାଯାଏ, ଚାଲନ୍ତୁ ଶିଖିବା
05:29 ପ୍ରଥମେ, git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହ Git logକୁ ଯାଞ୍ଚ କରନ୍ତୁ ଏବଂ Enter ଦାବନ୍ତୁ
05:39 ବର୍ତ୍ତମାନ, କିଛି କ୍ଷଣ ପାଇଁ, ମୁଁ ମୋ’ର ଦ୍ଵିତୀୟ commitରେ Added history.html ନାମକ ଗୋଟିଏ ଟାଗକୁ ସୃଷ୍ଟି କରିବା ପାଇଁ ଚାହୁଁଛି
05:47 ଟାଇପ୍ କରନ୍ତୁ: git ସ୍ପେସ୍ tag ସ୍ପେସ୍ ହାଇଫେନ୍ a ସ୍ପେସ୍ v1.0 ସ୍ପେସ୍. ତା’ପରେ, Added history.htmlର commit hashକୁ କପୀ ଓ ପେଷ୍ଟ କରନ୍ତୁ, ସ୍ପେସ୍, ଟାଇପ୍ କରନ୍ତୁ: ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ My Version 1.0 ଏବଂ Enter ଦାବନ୍ତୁ
06:09 ଟାଗକୁ ଦେଖିବା ସମ୍ଭବ ହେବ ଯାହାକୁ ବର୍ତ୍ତମାନ git space tag ଟାଇପ୍ କରିବା ଦ୍ଵାରା ସୃଷ୍ଟି କରାଯାଇଛି ଏବଂ Enter ଦାବନ୍ତୁ
06:19 ଏଠାରେ ଆପଣ tag v1.0 ସୃଷ୍ଟି ହୋଇଥିବାର ଦେଖିପାରିବେ
06:24 ତା’ପରେ, Git log ସହିତ ଟାଗଗୁଡିକୁ କିପରି ଦେଖିହେବ, ଶିଖିବା
06:29 ଟାଇପ୍ କରନ୍ତୁ: git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline ସ୍ପେସ୍ ହାଇଫେନ୍ ହାଇଫେନ୍ decorate ଏବଂ Enter ଦାବନ୍ତୁ
06:40 ଟାଗ୍ ନେମଗୁଡିକ ସହିତ Git logକୁ ଦେଖିପାରିବେ
06:44 ବର୍ତ୍ତମାନ, ଗୋଟିଏ ଅନାବଶ୍ୟକ ଟାଗକୁ ଡିଲିଟ୍ କରିବା, ଶିଖିବା
06:49 ଧରିନିଅନ୍ତୁ, ମୁଁ tag v1.1କୁ ଡିଲିଟ୍ କରିବାକୁ ଚାହୁଁଛି
06:53 ଟାଇପ୍ କରନ୍ତୁ: git ସ୍ପେସ୍ tag ସ୍ପେସ୍ ହାଇଫେନ୍ d ସ୍ପେସ୍ v1.1 ଏବଂ Enter ଦାବନ୍ତୁ
07:02 ଏହା, ଡିଲିଟ୍ ହୋଇଥିବା tag v1.1 ର ବାର୍ତ୍ତା ଏବଂ ଏହାର commit hashକୁ ପ୍ରଦର୍ଶନ କରିବ
07:08 ଟାଗ୍ ଡିଲିଟ୍ ହୋଇଛି କି ନାହିଁ ଯାଞ୍ଚ କରନ୍ତୁ
07:14 ଟାଇପ୍ କରନ୍ତୁ: git ସ୍ପେସ୍ tag ଏବଂ Enter ଦାବନ୍ତୁ
07:19 ବର୍ତ୍ତମାନ, tag v1.1କୁ ଦେଖିପାରିବା ନାହିଁ ଯେହେତୁ ଏହା ସଫଳତାର ସହ ଡିଲିଟ୍ ହୋଇଯାଇଛି
07:25 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
07:29 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

Tagging ଓ taggingର ପ୍ରକାର

07:38 ଗୋଟିଏ ଆସାଇନମେଣ୍ଟ ଭାବେ-

ଗୋଟିଏ lightweight tag ଓ annotated tag ସୃଷ୍ଟି କରନ୍ତୁ ଏବଂ ଉଭୟ ଟାଗ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ବୁଝନ୍ତୁ

07:47 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
07:56 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି
08:03 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:08 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ. ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
08:20 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep