Git/C2/Inspection-and-Comparison-of-Git/Oriya

From Script | Spoken-Tutorial
Jump to: navigation, search
Time
Narration
00:01 ବନ୍ଧୁଗଣ, Inspection and comparison of Git ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା:

git diff, git show, git blame ଓ git help କମାଣ୍ଡଗୁଡିକ

00:17 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି-

Ubuntu Linux 14.04 Git 2.3.2. ଓ Gedit ଟେକ୍ସଟ ଏଡିଟର୍

00:29 ଆପଣ ନିଜ ପସନ୍ଦର ଯେକୌଣସି editorକୁ ବ୍ୟବହାର କରିପାରିବେ
00:33 ଏହି ଟ୍ୟୁଟୋରିଆଲକୁ ଅନୁସରଣ କରିବା ପାଇଁ ନିଶ୍ଚିତରୂପେ ଟର୍ମିନଲରେ Linux କମାଣ୍ଡଗୁଡିକୁ ରନ୍ କରିବା ଉପରେ ଆପଣଙ୍କର ଜ୍ଞାନ ଥିବା ଆବଶ୍ୟକ
00:40 ଯଦି ନାହିଁ, ସମ୍ପର୍କୀତ Linux ଟ୍ୟୁଟୋରିଆଲଗୁଡିକ ପାଇଁ, ଆମ ୱେବସାଇଟକୁ ଯା’ନ୍ତୁ
00:46 ଚାଲନ୍ତୁ git diff କମାଣ୍ଡରୁ ଆରମ୍ଭ କରିବା
00:50 ଏହି କମାଣ୍ଡ, ଫାଇଲଗୁଡିକର ସାମ୍ପ୍ରତିକ ଷ୍ଟେଟସରେ ହୋଇଥିବା ପରିବର୍ତ୍ତନଗୁଡିକୁ ପ୍ରଦର୍ଶନ କରିବ
00:55 ବର୍ତ୍ତମାନ, ଏହା କିପରି କାର୍ଯ୍ୟକରେ ପ୍ରଦର୍ଶିତ ହେବ. Ctrl+Alt+Tକୁ ଦାବି terminalକୁ ଖୋଲନ୍ତୁ
01:03 Git ରିପୋଜିଟୋରୀ mywebpageକୁ ଯା’ନ୍ତୁ ଯାହାକୁ ପୂର୍ବେ ସୃଷ୍ଟି କରାଯାଇଛି
01:09 ଟାଇପ୍ କରନ୍ତୁ: cd ସ୍ପେସ୍ mywebpage ଏବଂ Enter ଦାବନ୍ତୁ
01:15 ପ୍ରଦର୍ଶନ ପାଇଁ html ଫାଇଲଗୁଡିକର ବ୍ୟବହାରକୁ ଜାରି ରଖନ୍ତୁ
01:20 ଆପଣ ଆପଣଙ୍କ ପସନ୍ଦର ଯେକୌଣସି ଫାଇଲର ପ୍ରକାରକୁ ବ୍ୟବହାର କରିପାରିବେ
01:24 ପ୍ରଥମେ history.html ନାମକ ଗୋଟିଏ html ଫାଇଲ୍ ସୃଷ୍ଟି କରିବା ସହ ପ୍ରଦର୍ଶନ କରିବା ପାଇଁ ଏହାକୁ commit କରନ୍ତୁ
01:32 ଟାଇପ୍ ଅରନ୍ତୁ: gedit ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡ ଏବଂ Enter ଦାବନ୍ତୁ
01:41 ପୂର୍ବରୁ ସେଭ୍ କରାଯାଇଥିବା Writer ଡକୁମେଣ୍ଟରୁ କିଛି କୋଡକୁ ଏହି ଫାଇଲଗୁଡିକ ମଧ୍ୟରେ କପୀ ଓ ପେଷ୍ଟ କରନ୍ତୁ
01:48 ଫାଇଲକୁ save କରିବା ସହ ବନ୍ଦ କରନ୍ତୁ
01:51 ମନେପକାନ୍ତୁ ଯେ, ଯେତେବେଳେ କୌଣସି ଫାଇଲକୁ ଆଡ୍ କିମ୍ବା ଡିଲିଟ୍ କରାଯାଏ, କାମକୁ commit କରିବାକୁ ପଡିଥାଏ
01:58 staging areaରେ ଫାଇଲକୁ ସଂଯୁକ୍ତ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ history.html ଏବଂ Enter ଦାବନ୍ତୁ
02:08 କାମକୁ କମିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍ ଡବଲ୍ କ୍ଵୋଟ୍ ମଧ୍ୟରେ Added history.html ଏବଂ Enter ଦାବନ୍ତୁ
02:21 git ସ୍ପେସ୍ logକୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଦେଖନ୍ତୁ
02:28 ବର୍ତ୍ତମାନ ଆମ repositoryରେ ଦୁଇଟି commit ଅଛି
02:33 gedit ସ୍ପେସ୍ mypage.html ସ୍ପେସ୍ history.html ସ୍ପେସ୍ ଆମ୍ପର୍ସାଣ୍ଡକୁ ଟାଇପ୍ କରି mypage.html ଓ history.html ଫାଇଲକୁ ଖୋଲନ୍ତୁ
02:47 ଏଠାରେ, mypage.html ଗୋଟିଏ ଫାଇଲ୍ ଯାହାକୁ ପୂର୍ବ ଟ୍ୟୁଟୋରିଆଲରେ ସୃଷ୍ଟି କରାଯାଇଥିଲା. ବର୍ତ୍ତମାନ Enter ଦାବନ୍ତୁ
02:56 ଏହି ଫାଇଲଗୁଡିକରେ କିଛି ଲାଇନକୁ ଆଡ୍ ଓ ଡିଲିଟ୍ କରନ୍ତୁ
03:01 ତା’ପରେ ଫାଇଲଗୁଡିକୁ save ଓ close କରନ୍ତୁ
03:05 କିଛି ନିର୍ଦ୍ଦିଷ୍ଟ ପରିସ୍ଥିତିରେ, ଫାଇଲଗୁଡିକରେ କରିଥିବା ପରିବର୍ତ୍ତନଗୁଡିକୁ ଆମେ ଭୁଲି ଯାଇପାରୁ
03:11 git ସ୍ପେସ୍ status ଏବଂ Enter ଦାବି Git statusକୁ ଯାଞ୍ଚ କରନ୍ତୁ
03:19 ଏହା କେବଳ ରୂପାନ୍ତରୀତ ଫାଇଲ୍ ନାମଗୁଡିକୁ ପ୍ରଦର୍ଶନ କରିବ. କିନ୍ତୁ ଅନ୍ୟ କୌଣସି ବିବରଣୀ ପ୍ରାପ୍ତ କରିପାରିବା ନାହିଁ
03:26 ଫାଇଲଗୁଡିକରେ ହୋଇଥିବା ପ୍ରକୃତ ପରିବର୍ତ୍ତନଗୁଡିକୁ ଆମେ ଜାଣିବାକୁ ଚାହୁଁଛୁ. ଏହାକୁ କିପରି ଯାଞ୍ଚ କରାଯାଏ ଚାଲନ୍ତୁ ଦେଖିବା
03:35 ଟାଇପ୍ କରନ୍ତୁ: git ସ୍ପେସ୍ diff ଏବଂ Enter ଦାବନ୍ତୁ
03:40 ଏହି କମାଣ୍ଡ ଅଦ୍ୟତନ କମିଟ୍ ସହିତ ଫାଇଲଗୁଡିକର ସାମ୍ପ୍ରତିକ ଅବସ୍ଥାକୁ ତୂଳନା କରିବ
03:46 ଏଠାରେ history.html ଫାଇଲର ଦୁଇଟି ଭର୍ସନକୁ ଦେଖିବାକୁ ପାଇବେ
03:51 a slash history.html ହେଉଛି ଶେଷ କମିଟର ଭର୍ସନ୍. ଏବଂ ଗୋଟିଏ ମାଇନସ୍ ଚିହ୍ନ ଦ୍ଵାରା ରିପ୍ରେଜେଣ୍ଟ ହୋଇଛି
04:00 b slash history.html ହେଉଛି ସାମ୍ପ୍ରତିକ ଅବସ୍ଥାର ଭର୍ସନ୍. ଏବଂ ଏହା ଗୋଟିଏ ପ୍ଲସ୍ ଚିହ୍ନ ଦ୍ଵାରା ରିପ୍ରେଜେଣ୍ଟ ହୋଇଛି
04:09 ତେଣୁ, ଏଠାରେ ରେଡ୍ କଲର୍ ଲାଇନ୍ ସହିତ ଥିବା ମାଇନସ୍ ଚିହ୍ନ ପୁରାତନ ଭର୍ସନ୍ ଅଟେ
04:15 ଏବଂ ଗ୍ରୀନ୍ କଲର୍ ଲାଇନ୍ ସହିତ ଥିବା ପ୍ଲସ୍ ଚିହ୍ନ ନୁତନ ଭର୍ସନ୍ ଅଟେ
04:20 ଅଧିକ ଦେଖିବା ପାଇଁ down arrow କୀକୁ ଦାବନ୍ତୁ
04:23 ଏହି ଲାଇନଗୁଡିକୁ ନୁତନ ଭର୍ସନ୍ ସହିତ ସଂଯୁକ୍ତ କରାଯାଇଛି
04:28 ଫାଇଲ୍ mypage.htmlରେ ହୋଇଥିବା ପରିବର୍ତ୍ତନଗୁଡିକୁ ମଧ୍ୟ ଦେଖିପାରିବେ. down arrow କୀକୁ ଦାବନ୍ତୁ
04:35 ବାହାର ହେବା ପାଇଁ q କୀକୁ ଦାବନ୍ତୁ
04:38 ଏଠାରେ, ଆଉଟପୁଟ୍ କଲରଗୁଡିକ ସହ ପ୍ରଦର୍ଶିତ ହେବ
04:42 ଯଦି ଲାଇନଗୁଡିକୁ କଲରରେ ଦେଖିପାରିବେ ନାହିଁ ତେବେ ଟାଇପ୍ କରନ୍ତୁ: git ସ୍ପେସ୍ କନଫିଗ୍ ସ୍ପେସ୍ ହାଇଫେନ୍ ହାଇଫେନ୍ global ସ୍ପେସ୍ color ଡଟ୍ ui ସ୍ପେସ୍ true ଏବଂ Enter ଦାବନ୍ତୁ
04:57 ଯଦି କଲରଗୁଡିକୁ ଦେଖିବାକୁ ଚାହାଁନ୍ତି ନାହିଁ, ତେବେ ଦୟାକରି ଏହି କମାଣ୍ଡରେ true ବ୍ୟତିତ falseକୁ ବ୍ୟବହାର କରନ୍ତୁ
05:03 ଟାଇପ୍ କରନ୍ତୁ: git ସ୍ପେସ୍ diff ଏବଂ Enter ଦାବନ୍ତୁ. ବର୍ତ୍ତମାନ ଆଉଟପୁଟ୍ ବିନା କଲରରେ ପ୍ରଦର୍ଶିତ ହୋଇଛି
05:13 ତା’ପରେ, ଗୋଟିଏ ନିର୍ଦ୍ଦିଷ୍ଟ ଫାଇଲରେ ପରିବର୍ତ୍ତନଗୁଡିକୁ କିପରି ଦେଖିପାରିବେ ପ୍ରଦର୍ଶନ ହେବ
05:18 ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ history.html ଏବଂ Enter ଦାବନ୍ତୁ
05:25 ଏଠାରେ, କେବଳ history.html ଫାଇଲରେ ହୋଇଥିବା ପରିବର୍ତ୍ତନଗୁଡିକୁ ଦେଖିପାରିବେ
05:31 ବର୍ତ୍ତମାନ staging areaରେ ଫାଇଲଗୁଡିକୁ ସଂଯୁକ୍ତ କରନ୍ତୁ. ଟାଇପ୍ କରନ୍ତୁ: git ସ୍ପେସ୍ add ସ୍ପେସ୍ history.html ସ୍ପେସ୍ mypage.html ଏବଂ Enter ଦାବନ୍ତୁ
05:44 git ସ୍ପେସ୍ diff ଏବଂ Enter ଦାବି Git diff କୁ ପୁନର୍ବାର ଯାଞ୍ଚ କରନ୍ତୁ
05:52 ଏଥର, କୌଣସି ଆଉଟପୁଟ୍ ପ୍ରାପ୍ତ ହେବ ନାହିଁ କାରଣ ଫାଇଲଗୁଡିକ staging areaରେ ସଂଯୁକ୍ତ ହୋଇଛି
05:59 ଏପରି କ୍ଷେତ୍ରରେ, ଟାଇପ୍ କରିପାରିବେ: git ସ୍ପେସ୍ diff ସ୍ପେସ୍ ହାଇଫେନ୍ ହାଇଫେନ୍ staged ଏବଂ Enter ଦାବନ୍ତୁ
06:08 ବର୍ତ୍ତମାନ, git diff କମାଣ୍ଡରେ ପ୍ରାପ୍ତ ହେବା ଭଳି ସମାନ ଆଉଟପୁଟକୁ ଦେଖିପାରିବେ
06:15 ସମାନ ପରିଣାମ ପ୍ରାପ୍ତ କରିବା ପାଇଁ hyphen hyphen staged ବ୍ୟତିତ hyphen hyphen cachedକୁ ବ୍ୟବହାର କରିପାରିବେ
06:23 ସାମ୍ପ୍ରତିକ ଅବସ୍ଥା ସହିତ ପୂର୍ବ କମିଟକୁ କିପରି ତୂଳନା କରିପାରିବେ?
06:28 ପ୍ରଥମେ git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ onelineକୁ ଟାଇପ୍ କରିବା ସହିତ Enterକୁ ଦାବି Git logକୁ ଦେଖିପାରିବେ
06:38 ବର୍ତ୍ତମାନ, ଧରିନିଅନ୍ତୁ ମୁଁ ସାମ୍ପ୍ରତିକ ଅବସ୍ଥାକୁ Initial commit ସହିତ ତୂଳନା କରିବାକୁ ଚାହୁଁଛି
06:43 ତେଣୁ ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍, ତା’ପରେ Initial commitର commit hashକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ
06:52 ଏଠାରେ, ପାର୍ଥକ୍ୟକୁ ଦେଖିପାରିବେ
06:55 ଏହିପରି ଭାବେ, repositoryରେ ସାମ୍ପ୍ରତିକ ଅବସ୍ଥାକୁ ପୂର୍ବ କମିଟ୍ ସହିତ ତୂଳନା କରିପାରିବେ
07:02 ଏହି ମାର୍ଗରେ, git diff କମାଣ୍ଡକୁ ବ୍ୟବହାର କରି ରୂପାନ୍ତରିତ ଫାଇଲଗୁଡିକରେ ହୋଇଥିବା ସମସ୍ତ ପରିବର୍ତ୍ତନଗୁଡିକୁ ଦେଖିପାରିବେ
07:09 କମିଟ୍ କରିବା ପୂର୍ବରୁ ପ୍ରକୃତରେ କରିଥିବା ପରିବର୍ତ୍ତନଗୁଡିକୁ ସୁନିଶ୍ଚିତ କରିବା ପାଇଁ ଏହା ସାହାଯ୍ୟ କରିବ
07:15 ଏହି ବିନ୍ଦୁରେ କର୍ଯ୍ୟକୁ freeze କରନ୍ତୁ
07:19 କମିଟ୍ କରିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ commit ସ୍ପେସ୍ ହାଇଫେନ୍ m ସ୍ପେସ୍, ଡବଲ୍ କ୍ଵୋଟ୍ ମଧ୍ୟରେ Added colors ଏବଂ Enter ଦାବନ୍ତୁ
07:30 ତା’ପରେ, ଦୁଇଟି କମିଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ କିପରି ଦେଖିପାରିବା, ଚାଲନ୍ତୁ ଶିଖିବା
07:35 git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline କୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ
07:44 ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ ତା’ପରେ Initial commit ସ୍ପେସର commit hashକୁ କପୀ ଓ ପେଷ୍ଟ କରନ୍ତୁ.

ବର୍ତ୍ତମାନ commit hashର Added colorsକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ

07:58 ବର୍ତ୍ତମାନ ଦୁଇଟି ପ୍ରଦତ୍ତ କମିଟ୍ ମଧ୍ୟରେ ଥିବା ପାର୍ଥକ୍ୟକୁ ଦେଖିପାରିବେ
08:03 ତା’ପରେ, ଶେଷ ରିଭିଜନକୁ ଦ୍ଵିତୀୟ ରିଭିଜନ ସହିତ ତୂଳନା କରନ୍ତୁ
08:08 ଟାଇପ୍ କରନ୍ତୁ: git ସ୍ପେସ୍ diff ସ୍ପେସ୍ HEAD ସ୍ପେସ୍ HEAD tilde ଏବଂ Enter ଦାବନ୍ତୁ
08:16 HEAD ଶେଷ ରିଭିଜନକୁ ସୂଚିତ କରିବ ଯାହାର Added colors ଭାବେ କମିଟ୍ ବାର୍ତ୍ତା ରହିଛି
08:22 HEAD tilde ଶେଷ ଦ୍ଵିତୀୟ ରିଭିଜନକୁ ସୂଚିତ କରିବ ଯାହାର Added history.html ନାମକ କମିଟ୍ ବାର୍ତ୍ତା ଅଛି
08:30 ଅଦ୍ୟତନ ରିଭିଜନ୍ ସର୍ବଦା HEAD ଅଟେ. ଅଦ୍ୟତନ ମାଇନସ୍ 1 ରିଭିଜନ୍ ସର୍ବଦା HEAD tilde ଅଟେ
08:39 ସେହିପରି, ଅଦ୍ୟତମ ମାଇନସ୍ 2, HEAD tilde 2, ଅଦ୍ୟତମ ମାଇନସ୍ 3, HEAD tilde 3 ଅଟେ ଏବଂ ଏହି ପରି
08:50 terminalକୁ ଫେରିଆସନ୍ତୁ
08:53 ବର୍ତ୍ତମାନ ଚାଲନ୍ତୁ git show କମାଣ୍ଡ ବିଷୟରେ ଶିଖିବା ଯାହା ଗୋଟିଏ କମିଟର ସମଗ୍ର ବିବରଣୀକୁ ଦେଖିବାରେ ସାହାଯ୍ୟ କରିବ
09:00 ଟାଇପ୍ କରନ୍ତୁ: git ସ୍ପେସ୍ show ଏବଂ Enter ଦାବନ୍ତୁ
09:04 ଏହି କମାଣ୍ଡ repositoryରେ ଥିବା ଅଦ୍ୟତନ କମିଟର ସମ୍ପୂର୍ଣ୍ଣ ବିବରଣୀକୁ ପ୍ରଦର୍ଶନ କରିବ
09:10 ଏହା କମିଟର ସମ୍ପୂର୍ଣ୍ଣ ବିବରଣୀ ସହିତ ଫାଇଲଗୁଡିକରେ ହୋଇଥିବା ପରିବର୍ତ୍ତନଗୁଡିକୁ ପ୍ରଦର୍ଶନ କରିବ
09:16 ମିଳିମିଶି କାମ କରିବା ସମୟରେ ଏହି ଫିଚର୍ ସାହାଯ୍ୟକାରୀ ହେବ
09:20 ବର୍ତ୍ତମାନ, git ସ୍ପେସ୍ log ସ୍ପେସ୍ ହାଇଫେନ୍ ହାଇଫେନ୍ oneline କୁ ଟାଇପ୍ କରି ଏବଂ Enterକୁ ଦାବି, Git log କୁ ଯାଞ୍ଚ କରନ୍ତୁ
09:30 Initial commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ show ସ୍ପେସ୍. ତା’ପରେ Initial commitର କମିଟ୍ ହାଶକୁ କପୀ ଓ ପେଷ୍ଟ କରିବା ସହ Enter ଦାବନ୍ତୁ
09:42 ଏଠାରେ, Initial commitର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ
09:46 ଏହିପରି ଭାବେ, ଆମ ରିପୋଜିଟୋରୀରେ ଥିବା ଯେ କୌଣସି କମିଟର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ
09:51 ତା’ପରେ, ଗୋଟିଏ ଫାଇଲର ସମଗ୍ର ହିଷ୍ଟୋରୀକୁ କିପରି ଦେଖିପାରିବା ଚାଲନ୍ତୁ ଶିଖିବା
09:56 mypage.htmlର ସମଗ୍ର ହିଷ୍ଟୋରୀକୁ ଦେଖିବା ପାଇଁ ଟାଇପ୍ କରନ୍ତୁ: git ସ୍ପେସ୍ blame ସ୍ପେସ୍ mypage.html ଏବଂ Enter ଦାବନ୍ତୁ
10:07 ଏଠାରେ, mypage.html ଫାଇଲର ସମଗ୍ର ହିଷ୍ଟୋରୀକୁ ଦେଖିବା ପାଇଁ ଯାହା ଆରମ୍ଭ ବିନ୍ଦୁରୁ ସାମ୍ପ୍ରତିକ ସୋପାନ ପର୍ଯ୍ୟନ୍ତ
10:17 ସେହିପରି, repositoryରେ ଯେକୌଣସି ଫାଇଲର ସମ୍ପୂର୍ଣ୍ଣ ବିବରଣୀକୁ ଦେଖିପାରିବେ
10:22 ଶେଷରେ, Gitରୁ କିପରି ସାହାଯ୍ୟ ପ୍ରାପ୍ତ କରାଯାଏ, ଦେଖିବା
10:27 ସାହାଯ୍ୟ ପ୍ରାପ୍ତ ପାଇଁ ଥିବା ସିଣ୍ଟାକ୍ସ ନିମ୍ନରେ ପ୍ରଦତ୍ତ ଅଛି-

git help <verb> କିମ୍ବା

git <verb> hyphen hyphen help କିମ୍ବା

man git <verb>

10:40 ଉଦାହରଣସ୍ଵରୂପ: git help show
10:44 ଏହାକୁ ପ୍ରଦର୍ଶନ କରାଯାଉଛି. terminalକୁ ଫେରିଆସିବା ସହ ଟାଇପ୍ କରନ୍ତୁ: git ସ୍ପେସ୍ help ସ୍ପେସ୍ show ଏବଂ Enter ଦାବନ୍ତୁ
10:55 ଏଠାରେ, show commandର ମାନୁଆଲକୁ ଦେଖିପାରିବେ
10:59 ଏହା ସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଯାଇଛେ
11:03 ସଂକ୍ଷିପ୍ତରେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ:

git diff, git show, git blame ଓ git help କମାଣ୍ଡଗୁଡିକ

11:15 ଗୋଟିଏ ଆସାଇନମେଣ୍ଟ ଭାବେ ନିମ୍ନଲିଖିତ କମାଣ୍ଡଗୁଡିକୁ ଆବିଷ୍କାର କରନ୍ତୁ:

git reflog, git diff HEAD tilde HEAD, git show HEAD ଓ man git diff

11:29 ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରିବା ସହ ଦେଖନ୍ତୁ
11:37 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
11:48 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଭାରତ ସରକାରଙ୍କ MHRDର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ
11:55 ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ
12:00 ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

Pradeep