GIMP/C2/Triptychs-In-A-New-Way/Oriya
From Script | Spoken-Tutorial
| Time | Narration |
| 00:23 | Meet The GIMPକୁ ସ୍ୱାଗତ. |
| 00:25 | ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି |
| 00:30 | ମୁଁ ନ୍ୟୁୟର୍କରେ ଜେସନ୍ ଙ୍କଠାରୁ ଗୋଟିଏ ଇ-ମେଲ୍ ପାଇଛି ଏବଂ ମୁଁ Triptychs ଆରମ୍ଭ କରିବା ପୂର୍ବରୁ, ଏହାକୁ କରିବାର ଏକ ଭିନ୍ନ ମାର୍ଗ ଖୋଜିବା ପାଇଁ ସେ, Triptychs ଶୋ’ ବନ୍ଦ କରିଦେଇଛନ୍ତି |
| 00:45 | ଏବଂ Layer Mask ବ୍ୟବହାର ସହିତ ସେ ଏକ ଭିନ୍ନ ମାର୍ଗ ପାଇଛନ୍ତି |
| 00:50 | ଆଉ ମୁଁ ଭାବୁଛି, ତାହାକୁ ମୁଁ ଏହି ଟ୍ୟୁଟୋରିଆଲରେ ଆପଣଙ୍କୁ ଦେଖାଇବା ଉଚିତ |
| 00:57 | ମୁଁ ଆପଣଙ୍କୁ ସେହି ଇମେଜ ଦେଖାଇପାରିବି ନାହିଁ, ଯାହା ଜେସନ୍, Triptychs କରିବା ପାଈଁ ବ୍ୟବହାର କରିଥିଲେ, କାରଣ ସେ ମାଗଣାରେ ଉପଲବ୍ଧ ଇମେଜଗୁଡ଼ିକୁ ବ୍ୟବହାର କରିନଥିଲେ, ତେଣୁ ମୁଁ ସେଗୁଡ଼ିକୁ ବ୍ୟବହାର କରିପାରିବି ନାହିଁ |
| 01:10 | Triptychs କରିବା ପାଇଁ ଲେୟାର୍ ମାସ୍କର ବ୍ୟବହାର କରିବା ବହୁତ ସହଜ ଏବଂ ଲେୟାର୍ ମାସ୍କ ବ୍ୟବହାର କରିବାର ତାଙ୍କ ପଦ୍ଧତିରେ ମୁଁ ସାମାନ୍ୟ ସଂଶୋଧନ କରିଛି |
| 01:21 | ମୋତେ କାହିଁକି ସେହି ଆଇଡିଆ ଆସିଲାନି କେଜାଣି |
| 01:25 | ଆଉ ମୁଁ, ଏଠାରେ ଥିବା ତିନୋଟି ଶଟ୍ସ ସହିତ Triptychs କରିବାକୁ ଚାହୁଁଛି |
| 01:31 | ଏହି ଇମେଜକୁ ମୁଁ ବାମ ପଟେ, 2ୟଟିକୁ ମଝିରେ ଓ ଏଇଟିକୁ ଡାହାଣ ପଟେ ରଖିବି |
| 01:42 | ମୁଁ ଏହି ସ୍କ୍ୱୟାର୍ ଫ୍ରେମ୍ ଗୁଡ଼ିକୁ ଏପରି କିଛିରେ ପରିବର୍ତ୍ତନ କରିବାକୁ ଚାହୁଁଛି, ଯାହା ଏହି ଇମେଜ ସହିତ ଖାପ ଖାଇବ |
| 01:49 | ଏହା କିପରି କାମ କରୁଛି, ତାହା ଆମେ ଦେଖିବା |
| 01:53 | ଏବେ, ଏଠାରେ ଥିବା ଇମେଜଗୁଡ଼ିକ ସହିତ ମୁଁ Triptychs କରିବା ଆରମ୍ଭ କରିବି ଏବଂ ମୋର ଟୂଲ୍ ବକ୍ସକୁ Foregroundକୁ ଆଣିବା ପାଇଁ ମୁଁ Tab ଦାବିବି |
| 02:05 | File ଉପରେ କ୍ଲିକ୍ କରି ଏକ ନୂଆ ଇମେଜ୍ କ୍ରିଏଟ୍ କରିବା ପାଇଁ New ସିଲେକ୍ଟ କରନ୍ତୁ ଏବଂ ଆମେ, ଓସାର ପାଇଁ 3400 ଓ ଉଚ୍ଚତା ପାଇଁ 1200 ଡିଫଲ୍ଟ ଭାଲ୍ୟୁ ପାଇବା |
| 02:19 | ମୋ ପାଖରେ ଏବେ, 1000 by 1000ର ତିନୋଟି ଇମେଜ ଅଛି, ସେଗୁଡ଼ିକ ମଧ୍ୟରେ 100 ପିକ୍ସେଲର ବର୍ଡର୍ ଅଛି |
| 02:31 | ଚାଲନ୍ତୁ ଦେଖିବା, ତାହା କିପରି କାମ କରୁଛି |
| 02:36 | ଏହି ଇମେଜକୁ, ନୂଆ ଇମେଜ ମଧ୍ୟକୁ ନେବାପାଇଁ ମୁଁ, ଟୂଲ୍ ବକ୍ସରୁ ଏହି ଇମେଜର Background Layerକୁ ଏଠାରେ ଥିବା ମୋର ନୂଆ ଇମେଜକୁ ଡ୍ରାଗ୍ କରିବି ଏବଂ ଆପଣ ଏଠାରେ Background Copy ପାଇବେ |
| 02:54 | ଏହା ହେଉଛି ମୋର ପୂରା ବାମପଟେ ଥିବା ଇମେଜ, ତେଣୁ ମୁଁ ଏହାର ନାମ ଭାବେ Left ଟାଇପ୍ କରିସାରି Return/Enter ଦାବିବି |
| 03:04 | ଏହି ଇମେଜ୍, ବାମପଟେ ରହିବା ଦରକାର |
| 03:08 | ଏବଂ ପରବର୍ତ୍ତୀ ଇମେଜକୁ ଆମେ ଡାହାଣପଟେ ରଖିବା. ତେଣୁ ମୁଁ, ସମାନ ଭାବରେ ଇମେଜକୁ ଟାଣି ଆଣିବି ଏବଂ ତଦନୁସାରେ ତାହାର ନାମ Right ଦେବି |
| 03:32 | ଆଉ ଏହା ହେଉଛି 3ୟ ଇମେଜ୍. ଏହା ମୋର ମଝି ୱିଣ୍ଡୋ ହେବ. ତେଣୁ, ଏହି ଇମେଜକୁ ମୁଁ ନୂଆ ଇମେଜକୁ ଟାଣି ଆଣି ଏହି ଲେୟାର୍ ନାମ Center ଦେବି |
| 03:49 | ମୁଁ, Right ଓ Central ଲେୟାର୍ସକୁ ଅଦୃଶ୍ୟ କରିଦେଇଛି ଏବଂ ଏବେ ମୁଁ, Left ଲେୟାରକୁ ସାମାନ୍ୟ ତଳକୁ ଖସାଇବାକୁ ଚାହୁଁଛି. ଯେତେବେଳେ ମୁଁ ଯୂମ୍ କୁ 10% କମାଇଲି, ଏହି ଲେୟାରର ବର୍ଡର୍ କୁ ଆପଣ ଦେଖିପାରିବେ ଏବଂ ଏବେ, ଇମେଜର ଫୂଲ୍ ଫ୍ରେମ୍ ଦେଖାଯାଉଛି |
| 04:16 | ମୁଁ ଏବେ, Move Tool ସିଲେକ୍ଟ କଲି, ଯେଉଁଥିରୁ ମୁଁ ଏହି ଇମେଜକୁ ଘୁଞ୍ଚାଇ ଟିକିଏ ଆଡଜଷ୍ଟ କରିପାରିବି |
| 04:26 | ଏହି ଇମେଜଟି ଘୁଞ୍ଚୁନାହିଁ, କାରଣ ମୁଁ Center Layer କୁ ସିଲେକ୍ଟ କରିଛି |
| 04:33 | ତେଣୁ, ମୁଁ Left Layer କୁ ସିଲେକ୍ଟ କରି, ତାକୁ ଘୁଞ୍ଚାଇ ବୋତଲକୁ ଠିକ୍ କଲି |
| 04:39 | ମୁଁ ଏହି ଲେୟାରକୁ ଟିକିଏ ତଳକୁ ଖସାଇବାକୁ ଚାହୁଁଛି, ତେଣୁ ମୁଁ ଟୂଲ୍ ବକ୍ସରୁ Scale Tool ସିଲେକ୍ଟ କଲି ଏବଂ Tool Infoକୁ ଯାଇ Aspect Ratio ଉପରେ କ୍ଲିକ୍ କଲି, ଆଉ Previewରେ Image ଅପ୍ସନ୍ ଚୟନ କଲି |
| 04:59 | ଆଉ ଏବେ, ମୁଁ ଲେୟାର୍ ଉପରେ କ୍ଲିକ୍ କଲି ଏବଂ Info ୱିଣ୍ଡୋକୁ ଗୋଟିଏ ପାଖକୁ ଟାଣି ଆଣିଲି ତଥା କୋଣରୁ ତାକୁ ହ୍ରାସ କଲି |
| 05:09 | ମୁଁ ଭାବୁଛି, ଅଧିକା କିମ୍ୱା ଟିକେ କମ୍ |
| 05:15 | ମୁଁ ଏହି ଇମଜକୁ ଧରି ଯେଉଁଠାକୁ ଚାହିଁବି ନେଇପାରିବି ଏବଂ ମୁଁ, ଏଠାରେ କିଛି ଗାଇଡ୍ ଲାଇନ୍ସ ରଖିବା ଉଚିତ ବୋଲି ଭାବୁଛି |
| 05:30 | ତେଣୁ ମୁଁ, ଇମେଜକୁ 100% ୟୂମ୍ କରି ଉପର ବାମପଟ କୋଣକୁ ଗଲି |
| 05:38 | ଏବେ, ମୁଁ ଉପରୁ ରୂଲର୍ସ ଟାଣି ଆଣି ଏଠାରେ ଗାଇଡ୍ ଲାଇନ୍ସ ପାଇଁ ରଖୁଛି |
| 05:43 | ମୁଁ ରୂଲର୍ କୁ କାହିଁକି ଘୁଞ୍ଚାଇପାରୁନି? ଏଠାରେ, Move the Active Layer ଅପ୍ସନ୍ ଅଛି. ଏହାକୁ ସିଲେକ୍ଟ କରି ମୁଁ, Active Layerକୁ ଘୁଞ୍ଚାଇପାରିବି |
| 06:01 | ଲେୟାରଗୁଡ଼ିକୁ ସୁରକ୍ଷିତ କରିବା ପାଇଁ ଏହା ଏକ ଉତ୍ତମ ଅପ୍ସନ୍ ଏବଂ ମୁଁ, ଡାହାଣପଟେ 100 ଭାବେ ଫ୍ରେମ୍ ର ଆକାର ସିଲେକ୍ଟ କରି ତଳକୁ ଗଲି ଓ ତାହାକୁ 1100 ସେଟ୍ କଲି ତଥା ଡାହାଣପଟେ ମୁଁ ତାହାକୁ 1100 ଭାବେ ସେଟ୍ କଲି |
| 06:31 | ମୋ ଇମେଜ ପାଇଁ ଏହା ହେଉଛି ଫ୍ରେମ୍ |
| 06:34 | Shift + Ctrl + E, ମୋତେ ସମଗ୍ର ଇମେଜ୍ ଦିଏ ଏବଂ ଏବେ ମୁଁ, Active Layer ଅପ୍ସନ୍ ସିଲେକ୍ଟ କଲି |
| 06:43 | ଆଉ Zoom Ratioରେ 10% ସିଲେକ୍ଟ କଲି |
| 06:48 | ମୁଁ ଭାବୁଛି, ମୁଁ 13% ସିଲେକ୍ଟ କରିବା ଉଚିତ ଓ ତାହା ଯଥେଷ୍ଟ |
| 06:59 | ମୁଁ Scale Tool ଉପରେ କରି Aspect Ratio ରଖିଲି ଏବଂ ଏହି Scale ୱିଣ୍ଡୋକୁ ଫ୍ରେମ୍ ବାହାରକୁ ଟାଣି ଆଣିଲି |
| 07:10 | ଏବେ ମୁଁ ଏହି ଇମେଜକୁ ସ୍କେଲ୍ କରିବି |
| 07:14 | ମୋ ପାଖରେ ଏବେ ଫ୍ରେମ୍ ଅଛି, ଯେଉଁଠାରେ ମୁଁ ଏହି ଇମେଜକୁ ରଖିବାକୁ ଚାହୁଁଛି |
| 07:21 | ଏବଂ ମୁଁ ଭାବୁଛି, ଏହାକୁ ମୁଁ ଆଉ ଟିକିଏ ଛୋଟ କରିବା ଉଚିତ, କାରଣ ମୁଁ ଇମେଜରେ ଏଠାରେ ଗ୍ଲାସ୍ ର ଛାଇ ରଖିବାକୁ ଚାହୁଁଛି |
| 07:40 | ମୁଁ ଏବେ Scale ଉପରେ କ୍ଲିକ୍ କରି ମୋର ସ୍କେଲ୍ ହୋଇଥିବା ଇମେଜ ପାଇଲି |
| 07:49 | ଇମେଜ ଚାରିପଟେ ଫ୍ରେମ୍ ପାଇଁ, ମୁଁ କେବଳ Layer Mask ଆଡ୍ କରିବି |
| 08:01 | ଆଉ ମୁଁ, ମୋର ଲେୟାର୍ କୁ Black କରିବି, ଯାହା ହେଉଛି Full Transparency |
| 08:07 | ଓ Add ଉପରେ କ୍ଲିକ୍ କରିବି |
| 08:13 | ଏବେ ମୁଁ, ଏଠାରେ ଥିବା ବର୍ଡର୍ସ ଭିତରେ ଗୋଟିଏ ଆୟତକ୍ଷେତ୍ର ସିଲେକ୍ଟ କରି ସେଥିରେ ଧଳା ଫିଲ୍ କରିବି |
| 08:23 | ମୁଁ ଏଠାକୁ ଧଳା ରଙ୍ଗ ଟାଣି ଆଣିଲି ଏବଂ ଦେଖନ୍ତୁ, ବୋତଲଟି ଦେଖାଦେଲା ଓ ଏଠାରେ ଥିବା ଫ୍ରେମ୍ କୁ ସମ୍ପୂର୍ଣ୍ଣ କରିବା ପାଇଁ ମୁଁ କେବଳ ତାହା ଉପରେ ଯୂମ୍ କରିବି |
| 08:36 | ଆଉ ମୁଁ, ଲେୟାର୍ ମାସ୍କ ଉପରେ ଅନିୟମିତ ଷ୍ଟ୍ରୋକ୍ସ ସହିତ ଧଳାରେ ପେଣ୍ଟ କରିବି |
| 08:44 | ତାହା କରିବା ପାଇଁ ମୁଁ, Brush Tool ସିଲେକ୍ଟ କରି ଏଠାରେ ଥିବା ଡାୟଲଗ୍ ବକ୍ସକୁ ଯିବି ଓ ପେଣ୍ଟିଙ୍ଗ୍ ପାଇଁ ଏଠାରେ ଏକ ନରମ ବ୍ରଶ୍ ସିଲେକ୍ଟ କରିବି |
| 09:01 | ପେଣ୍ଟ କରିବା ପୂର୍ବରୁ ମୋତେ, Shift + Ctrl + A ଦାବି ମୋର ସିଲେକ୍ସନ୍ କୁ ଡି-ସିଲେକ୍ଟ କରିବାକୁ ପଡ଼ିବ, ଆଉ ଏବେ ମୁଁ ଧଳାରେ ପେଣ୍ଟ କରିବା ଆରମ୍ଭ କରିପାରିବି |
| 09:13 | ଧଳା ସିଲେକ୍ଟ ହେଲା |
| 09:16 | ବର୍ତ୍ତମାନ ମୁଁ, ଏଠାରେ ଚାରିପଟେ ଧଳାରେ ପେଣ୍ଟ କରୁଛି ଆଉ ଦେଖନ୍ତୁ, ମୁଁ ଯେତେବେଳେ ଲେୟାର୍ ମାସ୍କ ଉପରେ ଧଳାରେ ପେଣ୍ଟ କରୁଛି, ତଳେ ଥିବା ଇମେଜକୁ ମୁଁ ପ୍ରକଟ କରୁଛି |
| 09:28 | ପେଣ୍ଟିଙ୍ଗଟି ଅନିୟମିତ ହେଲେ ବି ଠିକ୍ ଠାକ୍ ଅଟେ |
| 09:40 | ମୁଁ ଏବେ ଏକ ଭିନ୍ନ ବ୍ରଶ୍ ଚୟନ କରୁଛି ଓ ମୁଁ ଭାବୁଛି, ଏଇଟା ଭଲ ହେବ |
| 09:49 | ମୁଁ ଗୋଟିଏ ଅସ୍ପଷ୍ଟ କୋଣ ପାଇଲି |
| 09:52 | ମୁଁ ଇମେଜକୁ 100% ଯୂମ୍ କରୁଛି, ଯେଉଁଥିରୁ ଆପଣ ଏହାକୁ ଦେଖିପାରିବେ |
| 10:04 | ମୁଁ ଏଠାରେ ଏକ ପ୍ରକାରର ଅସ୍ପଷ୍ଟ ବର୍ଡର୍ ପାଇଲି ଓ ମୁଁ ଏହା ଉପରେ ଦୁଇଥର ପେଣ୍ଟ କରି ଗୋଟିଏ ମୁହୂର୍ତ୍ତରେ ଏହାକୁ ଆଉ ଟିକିଏ ଅସ୍ପଷ୍ଟ କରିବି |
| 10:16 | ଏବେ ଆପଣ ଦେଖିପାରୁଥିବେ ଯେ, ବର୍ଡର୍ ଟି ଆଉ ଟିକିଏ ଅଧିକ ଅନିୟମିତ ହୋଇଯାଉଛି |
| 10:22 | ବୋଧହୁଏ, ଏଠାରେ ଏହା ସଠିକ୍ ଟୂଲ୍ ନୁହେଁ, କିନ୍ତୁ ଆପଣ ଭିନ୍ନ ଟୂଲ୍ ବ୍ୟବହାର କରିପାରିବେ ଏବଂ ଏବେ ମୁଁ ଏହି ଇମେଜକୁ ଅଧିକ ଶାର୍ପ କରିବାକୁ ଚାହୁଁଛି |
| 10:35 | ଆପଣ ଦେଖିପାରୁଥିବେ ଯେ ମୁଁ, ଏପର୍ଯ୍ୟନ୍ତ ଲେୟାର୍ ମାସ୍କରେ କାମ କରୁଛି |
| 10:41 | ଆପଣ ଏଠାରେ ତାହାକୁ ଦେଖିପାରିବେ |
| 10:43 | ଏଠାରେ ଲେୟାର୍ ମାସ୍କ ଧଳାରେ ସିଲେକ୍ଟ ହୋଇଛି |
| 10:47 | ତେଣୁ, Filter, Blur, Gaussian Blur ଉପରେ କ୍ଲିକ୍ କରନ୍ତୁ. ମୁଁ ଏଠାରେ ଉଚ୍ଚ ବ୍ଲର୍ କାଉଣ୍ଟ ସିଲେକ୍ଟ କରିଛି ଓ ମୁଁ ଭାବୁଛି, ତାହା ଠିକ୍ ଅଛି |
| 11:03 | ଏବେ ମୋ ପାଖରେ ଏଠାରେ ପ୍ରକୃତରେ ଅସ୍ପଷ୍ଟ ବର୍ଡର୍ ଅଛି |
| 11:10 | ତେଣୁ, ଚାଲନ୍ତୁ ପୂରା ଇମେଜକୁ ଦେଖିବା. Shift + Ctrl + E |
| 11:17 | ମୋ ପାଖରେ ମୋ Triptychର ପ୍ରଥମ ଭାଗ ଅଛି ଏବଂ ମୁଁ ଅନ୍ୟଗୁଡ଼ିକୁ ସମାନ ମାର୍ଗରେ କରିବି |
| 11:26 | ମୁଁ ଅନ୍ୟ ଇମେଜଗୁଡ଼ିକ ସହିତ କାମ ପୂର୍ଣ୍ଣ କରିସାରିଛି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ମୁଁ ରୂଲର୍ସ ଉପରେ ଅଧିକ ପେଣ୍ଟ କରିଦେଇଛି ଓ ମୁଁ ଏଠାରେ ମଧ୍ୟ ତାହା କରିପାରିବି |
| 11:39 | ଏବେ ମୁଁ ରୂଲର୍ସ କାଢିଦେବାକୁ ଚାହୁଁଛି ଏବଂ ତାହା କରିବାର ନୂଆ ମାର୍ଗ ହେଉଛି, Image, Image Guidesକୁ ଯାଇ ଏଠାରେ ସମସ୍ତ ଗାଇଡ୍ସ କାଢିଦେଇପାରିବି |
| 11:54 | ଆଉ ମୁଁ ଜାଣିଲି ଯେ, ମୁଁ ଏଠାରେ ଗୋଟିଏ New Guide କରିପାରିବି ଏବଂ ଅଙ୍କ ଭାବେ ସ୍ଥିତି ସିଲେକ୍ଟ କରିପାରିବି |
| 12:03 | ଏହି ଅପ୍ସନଗୁଡ଼ିକର ଉପସ୍ଥିତି ଚମତ୍କାର |
| 12:08 | GIMPରେ ଅନେକ ଅପ୍ସନ୍ସ ଅଛି, ଯେଉଁ ସବୁକୁ ଆପଣ ମନେରଖିପାରିବେ ନାହିଁ |
| 12:14 | Viewକୁ ଯାଇ Layer Boundryକୁ ଡି-ସିଲେକ୍ଟ କରନ୍ତୁ |
| 12:18 | ମୁଁ ଏହି ବୋତଲକୁ କୋଣରେ ଆଉ ଟିକିଏ ଉପରେ ରଖିବାକୁ ଚାହୁଁଛି |
| 12:23 | ମୁଁ ଭାବୁଛି, ଏଠାରେ ଟିକିଏ ଅଧିକ ଜାଗା ଅଛି, ଆଉ ଏଠାରେ ଟିକିଏ କମ୍ ଅଛି |
| 12:30 | Right ଓ Center ଇମେଜ ଏଠାରେ ଠିକ୍ କୋଣରେ ଅଛି ବୋଲି ମୁଁ ଭାବୁଛି |
| 12:36 | ହେଲେ, ଏହି ବୋତଲଟି ସେଠାକୁ ଉପରକୁ ଯିବା ଉଚିତ |
| 12:41 | ତେଣୁ ମୁଁ, Full Screen Modeରୁ ବାହାରିଯିବି, |
| 12:45 | ମୁଁ Center ଓ Right ଲେୟାର୍ କୁ ଡି-ସିଲେକ୍ଟ କରି Left ଲେୟାର୍ ଉପରେ ଧ୍ୟାନକେନ୍ଦ୍ରିତ କରିବି |
| 12:54 | ଗାଇଡାନ୍ସ ପାଇଁ ମୋତେ ଏବେ ରୂଲର୍ସ ଦରକାର |
| 12:58 | ତେଣୁ, Image, Guides, New Guide ଉପରେ କ୍ଲିକ୍ କରି Horizontal Positionରେ 100 ଟାଇପ୍ କରନ୍ତୁ |
| 13:10 | ପୁଣିଥରେ Image, Guides, New Guideକୁ ଯାଇ Vertical Positionକୁ 100 ଭାବେ ସିଲେକ୍ଟ କରନ୍ତୁ |
| 13:20 | ଆଉ ମୁଁ ଏବେ, ମୋର Move Tool ସିଲେକ୍ଟ କରିବି. ଅପ୍ସନ୍ସକୁ ଯାଆନ୍ତୁ, Move The Active Layerକୁ ସିଲେକ୍ଟ କରନ୍ତୁ ଏବଂ ଏଠାରେ ଏହାକୁ ଉପରକୁ ଘୁଞ୍ଚାନ୍ତୁ |
| 13:37 | ମୁଁ ଭାବୁଛି, ମୁଁ ଗୋଟିଏ ଭୁଲ୍ କରିଦେଲି. ତେଣୁ ମୁଁ, Ctrl + Z ଦାବି ଏହି ପଦାଙ୍କକୁ Undo କରିବି ଏବଂ ଦେଖନ୍ତୁ, ଏଠାରେ ଦେଖନ୍ତୁ, ମାସ୍କଟି ସିଲେକ୍ଟ ହୋଇଗଲା |
| 13:49 | ମୁଁ ଲେୟାରଟିକୁ ଘୁଞ୍ଚାଇବାକୁ ଚାହୁଁଛି |
| 13:51 | ତେଣୁ, ଏବେ ମୁଁ ଇମେଜକୁ ସିଲେକ୍ଟ କରିବି ଏବଂ ଉପରକୁ ଭିଡ଼ିବି ଓ ତା’ ସହିତ ମାସ୍କଟି ମଧ୍ୟ ଘୁଞ୍ଚିଯିବ |
| 13:58 | ମାସ୍କକୁ ଲକ୍ କରିବା ପାଇଁ ମୁଁ କୌଣସି ମାର୍ଗ ପାଇଲି ନାହିଁ, କିନ୍ତୁ ମୁଁ ତାକୁ ଠିକ୍ କରିପାରିବି |
| 14:04 | ମୁଁ ଲେୟାର୍ ମାସ୍କ ସିଲେକ୍ଟ କଲି ଏବଂ ତାକୁ ଏଠାରେ ମୋ କୋଣକୁ ଟାଣି ଆଣିଲି |
| 14:13 | ମୁଁ ଭାବୁଛି, ଏବେ ଏହା ବଢ଼ିଆ ଦେଖାଗଲା |
| 14:19 | ଆଉ ଏବେ, ନ୍ୟୁୟର୍କରେ ଥିବା ଜେସନ୍ ଙ୍କ ସାହାଯ୍ୟରେ ଇମେଜଟି ସମ୍ପୂର୍ଣ୍ଣ ହେଲା |
| 14:28 | ନା, ଇମେଜଟି ସମ୍ପୂର୍ଣ୍ଣ ହୋଇନାହିଁ |
| 14:32 | ମୁଁ ସାଧାରଣତଃ କିଛି ଭୁଲେ ନାହିଁ, କିନ୍ତୁ ରେକର୍ଡିଙ୍ଗ୍ କରିବା ସମୟରେ ସବୁବେଳେ ଭୁଲିଯାଏ, କାରଣ ମୋତେ, ମୋର ଇମେଜ ତିଆରି କରିବା ବ୍ୟତୀତ ଅନ୍ୟ ଅନେକ ଜିନିଷ ବିଷୟରେ ଭାବିବାକୁ ହୋଇଥାଏ |
| 14:47 | ମୁଁ ପୁଣି ଏହାକୁ ସେଭ୍ କରିବାକୁ ଭୁଲିଗଲି |
| 14:56 | ଏହାକୁ jaegermeister.xcf ନାମରେ ସେଭ୍ କରନ୍ତୁ. xcfରେ ସମସ୍ତ ଲେୟାର୍ ସୂଚନା ରହିଥାଏ ଏବଂ ମୁଁ, ୱେବ୍ ପାଇଁ ରିସ୍କେଲିଙ୍ଗ୍ ବିଷୟକ ସମସ୍ତ ଜିନିଷକୁ କାଟି ଦେବି |
| 15:08 | meetthegimp.orgରେ ଶୋ’ ନୋଟ୍ସରେ ଆପଣ ଏହି ଫାଇଲ୍ କୁ ଏକ ଲିଙ୍କ ପାଇବେ ଏବଂ ଯଦି ଆପଣ କିଛି ମତାମତ ଛାଡ଼ିବାକୁ ଚାହୁଁଛନ୍ତି, ତେବେ ଦୟାକରି ତାହା କରନ୍ତୁ |
| 15:18 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. |