GIMP/C2/Selective-Sharpening/Oriya

From Script | Spoken-Tutorial
Jump to: navigation, search
Time Narration
00:21 Meet The GIMPର ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ୱାଗତ
00:26 ଆଜି, ମୁଁ ଆପଣଙ୍କୁ Selective Sharpening ବିଷୟରେ ଶିକ୍ଷା ଦେବି
00:31 କ୍ୟାମେରାରୁ ବାହାରିଥିବା ପ୍ରତ୍ୟେକ ଡିଜିଟଲ୍ ଇମେଜ୍ କୁ ଶାର୍ପେନ୍ କରିବା ଦରକାର, କାରଣ ସେଗୁଡ଼ିକ ଭଙ୍ଗୁର ନଥାଏ, ଯଦି ଆପଣ ର (Raw) ଇମେଜ୍ ନେଇଥା’ନ୍ତି ଏବଂ କ୍ୟାମେରାରେ ଥିବା ପ୍ରୋସେସର୍ କୁ, ଇମେଜ୍ କୁ ଶାର୍ପେନ୍ କରିବା ପାଇଁ ଅନୁମତି ଦେଇନଥା’ନ୍ତି
00:48 କିନ୍ତୁ, ଯଦି ଆପଣ ତାହାକୁ GIMP ବ୍ୟବହାର କରି ନିଜେ କରନ୍ତି, ଆପଣ ଶାର୍ପେନିଙ୍ଗ୍ କୁ ନିୟନ୍ତ୍ରଣ କରିପାରିବେ,

ଆଉ ଆଜିର ଟ୍ୟୁଟୋରିଆଲରେ, ତାହା କିପରି କରାଯାଏ, ମୁଁ ଆପଣଙ୍କୁ ଦେଖାଇବି

01:02 ଏଠାରେ ଥିବା ଏହି ଇମେଜ୍ କୁ ଦେଖନ୍ତୁ
01:06 ଏହି ଇମେଜରେ, ବ୍ୟାକଗ୍ରାଉଣ୍ଡରେ ଥିବା ତାର ଜାଲି ସାମାନ୍ୟ ଶାର୍ପ ନହୋଇଥିବା କ୍ଷେତ୍ର ହୋଇଥିବାବେଳେ ଏଠାରେ ଥିବା ଫୁଲ ସାମାନ୍ୟ ଶାର୍ପ ହୋଇଛି
01:17 ତେଣୁ, ମୁଁ ଫୁଲକୁ ଆଉ ଟିକିଏ ଶାର୍ପ କରିବାକୁ ଏବଂ ବ୍ୟାକଗ୍ରାଉଣ୍ଡକୁ ସେହିପରି ରଖିବାକୁ ଚାହୁଁଛି
01:25 ହେଲେ, ମୁଁ ପ୍ରଥମେ ଆପଣଙ୍କୁ ଦେଖାଇବାକୁ ଚାହୁଁଛି ଯେ, ମୁଁ କାହିଁକି ବ୍ୟାକଗ୍ରାଉଣ୍ଡକୁ ଶାର୍ପ କରିବାକୁ ଚାହୁଁନାହିଁ
01:31 ଏହା ଏବେ ଶାର୍ପ ହୋଇନାହିଁ ଏବଂ ସାମାନ୍ୟ ଶାର୍ପ କଲେ ଏହାର କୌଣସି କ୍ଷତି ହେବନାହିଁ
01:37 ତେଣୁ, ମୁଁ ଟୂଲ୍ ବାର୍ ରେ ଥିବା Filters ଉପରେ କ୍ଲିକ୍ କରି Sharpen Toolକୁ ସିଲେକ୍ଟ କରିବି ଏବଂ Sharpness ସ୍ଲାଇଡର୍ କୁ ଉପରକୁ ଉଠାଇବି. ଆପଣ ଦେଖିପାରିବେ ଯେ, ବ୍ୟାକଗ୍ରାଉଣ୍ଡର ମୂଳତ୍ୱ ନଷ୍ଟ ହୋଇଗଲା
01:52 କିନ୍ତୁ, ଯଦି ଆପଣ ଏଠାରେ ଦେଖିବେ ଏବଂ ମୁଁ ଏଠାକୁ Sharpen Tool ନେବି ଓ ଯେତେବେଳେ ମୁଁ ସ୍ଲାଇଡରକୁ ଉଚ୍ଚତମ ଭାଲ୍ୟୁ ପର୍ଯ୍ୟନ୍ତ ନିଏ, ଛବିଟି ଲୁପ୍ତ ହୋଇଯାଏ
02:03 ତେଣୁ, ଶାର୍ପ ହୋଇନଥିବା କ୍ଷେତ୍ରକୁ ଶାର୍ପ କରିବା କିମ୍ୱା ବିବରଣୀ ଦ୍ୱାରା ପୂରଣ ନହୋଇ ରଙ୍ଗ ଦ୍ୱାରା ପୂରଣ ହୋଇଥିବା କ୍ଷେତ୍ରଗୁଡ଼ିକ ଇମେଜକୁ ନଷ୍ଟ କରିଦିଏ.

ଆଉ ଏହାର କାରଣ ହେଉଛି, ଇମେଜରେ ଥିବା ରଙ୍ଗଗୁଡ଼ିକ, ଯାହାକୁ ଶାର୍ପେନିଙ୍ଗ୍ ଦରକାର ନାହିଁ, ତାହା ଶାର୍ପେନ୍ ହୋଇଯାଏ

02:21 ମୁଁ ଆପଣଙ୍କୁ Selective Sharpeningର ପଦ୍ଧତି ବିଷୟରେ କହିବି, ଯାହା ଇମେଜକୁ ନଷ୍ଟ କରେ ନାହିଁ
02:29 Selective Sharpening କରିବା ପାଇଁ, ମୁଁ Layersରେ କାମ କରିବି
02:35 ଏଥରକ ମୁଁ, କେବଳ Background Layerର କପୀ କରିବି ଓ ତାକୁ Sharpen ନାମ ଦେବି
02:43 ଏବେ, ମୁଁ ଗୋଟିଏ Layer Maskକୁ Sharpen Layerରେ ଆଡ୍ କରିବି, ଲେୟର୍ ମାସ୍କ ଭାବେ ଲେୟର୍ ର Grayscale Copy ସିଲେକ୍ଟ କରି Add ବିକଳ୍ପ ଉପରେ କ୍ଲିକ୍ କରିବି. ଆପଣ କୌଣସି ପରିବର୍ତ୍ତନ ଦେଖିପାରିବେ ନାହିଁ, କାରଣ Layer ମୋଡ୍ Normalରେ ଅଛି
03:07 କିନ୍ତୁ, ଯେତେବେଳେ ମୁଁ ମୂଳ Background Layerକୁ ଡି-ସିଲେକ୍ଟ କରେ, ଦେଖନ୍ତୁ, ଇମେଜରେ କେବଳ ଉଜ୍ଜ୍ୱଳ ଭାଗ ହିଁ ଦେଖାଯାଉଛି
03:19 ଆଉ ଯଦି ଆପଣ ମନେପକାଇବେ, ଲେୟର୍ ମାସ୍କରେ ଥିବା ଧଳା, ଉଜ୍ଜ୍ୱଳ ଭାଗକୁ ଦେଖାଏ ଏବଂ କଳା ଲୁଚାଏ. ଆପଣ ଏଠାରେ ଦେଖିପାରିବେ ଯେ, ଅଧିକାଂଶ ଲେୟର୍ ମାସ୍କ ଗାଢ ଅଟେ; ତେଣୁ, ସେଗୁଡ଼ିକ ଲୁଚିରହିଛି, କେବଳ ଉଜ୍ଜ୍ୱଳ ଭାଗ ଏଠାରେ ଦେଖାଦେଉଛି
03:36 ଏବେ, ଲେୟର୍ ମାସ୍କ ଉପରେ ମୁଁ ଯେତେବେଳେ ଶାର୍ପେନିଙ୍ଗ୍ ଅଲଗୋରିଦମ୍ ବ୍ୟବହାର କରେ, କେବଳ ଫୁଲ ହିଁ ଶାର୍ପେନ୍ ହେବ
03:43 ଆଉ ମୁଁ ପତ୍ର ଭାଗକୁ ମଧ୍ୟ ଶାର୍ପେନ୍ କରିବାକୁ ଚାହୁଁଛି
03:48 ଶାର୍ପେନ୍ ଇମେଜରେ ଥିବା ଫୁଲରେ ମୁଁ ଧଳା ଏରିଆ ରଖିବାକୁ ଚାହୁଁନାହିଁ, କେବଳ ସ୍ପଷ୍ଟ ବିବରଣୀ ହିଁ ରଖିବାକୁ ଚାହୁଁଛି
03:57 ତାହା କରିବାକୁ ମୁଁ, 2ୟ ଫିଲ୍ଟର୍ ବ୍ୟବହାର କରିବି, ଏହା ହେଉଛି Edge-Detect
04:04 ଏହା, ଅଲଗୋରିଦମ୍ ହିଁ ଅଟେ, ଯାହା ଇମେଜରେ ଉଜ୍ଜ୍ୱଳ ଓ ଫିକା ଭାଗ ମଧ୍ୟରେ ଧାର ଖୋଜିବାରେ ସାହାଯ୍ୟ କରେ, ସେଠାରେ ଧଳା ଗାର ତିଆରି କରି ସେଗୁଡ଼ିକୁ ବୃଦ୍ଧି କରେ
04:20 ଏହି ଅପ୍ସନଗୁଡ଼ିକୁ ଆପଣ ଏଠାରେ ଅପରିବର୍ତ୍ତିତ ଛାଡ଼ିଦେଇପାରିବେ, କାରଣ ଏହି ଅଲଗୋରିଦମଗୁଡ଼ିକ ମଧ୍ୟରେ ବିଶେଷ ପ୍ରଭେଦ ନାହିଁ.

କିନ୍ତୁ, ମୁଁ Amountର ଭାଲ୍ୟୁକୁ ବଢାଇ 4 କରିବି ଓ Previewରେ ଦେଖିବି

04:41 ଆପଣ ଏଠାରେ ଦେଖିପାରିବେ କି, ବ୍ୟାକଗ୍ରାଉଣ୍ଡରେ ସଂରଚନାର ଅଳ୍ପକିଛି ଅଛି ଏବଂ ଇଜ୍ଜ୍ୱଳ ଭାଗରେ ମୋଟା ଧଳା ରେଖାମାନ ଅଛି
04:54 ମୁଁ OKରେ କ୍ଲିକ୍ କରିବି ଏବଂ ଇମେଜରେ ଅଲଗୋରିଦମ୍ ଲାଗୁ ହେବାପାଇଁ ଅପେକ୍ଷା କରିବି
05:06 ଏହା କାମ କଲା ଓ ଏବେ ମୁଁ, ସମସ୍ତ ଧାରଗୁଡ଼ିକର ଧଳା ପେଣ୍ଟିଙ୍ଗ୍ ପାଇଲି
05:15 ମୁଁ, 1 ଦାବି ଇମେଜରେ ଯୂମ୍ କରିବି ଏବଂ ଆପଣ ଏଠାରେ ଦେଖିପାରିବେ ଯେ, ସମସ୍ତ ଉଜ୍ଜ୍ୱଳ ଭାଗଗୁଡ଼ିକରେ ଏବେ, ଧଳା ବର୍ଡର୍ ଓ ଧଳା ଗାର ଅଛି ତଥା ସମସ୍ତ ଅନ୍ୟ ଏରିଆଗୁଡ଼ିକ ପ୍ରାୟ କଳା ଅଛି
05:43 ମୁଁ ଯେତେବେଳେ Layer Mask ଓ Background Layerକୁ ସ୍ୱିଚ୍ ଅଫ୍ କରେ, ଫୁଲର କେବଳ ଧାର, ଅର୍ଥାତ୍ ଉଜ୍ଜ୍ୱଳ ଭାଗ ହିଁ ଦେଖାଦିଏ
05:57 ଏବେ ମୁଁ, ବ୍ୟାକଗ୍ରାଉଣ୍ଡରେ ଥିବା ରଙ୍ଗ ଓ ଫୁଲରେ ଥିବା ରଙ୍ଗକୁ ପ୍ରଭାବିତ ନକରି ଫୁଲର ଧାରକୁ ଶାର୍ପେନ୍ କରିପାରିବି
06:08 କିନ୍ତୁ, ଏହା ଏକ ଅଜବ ଇଫେକ୍ଟ ଦେବ, ଯେପରି ଏକ କାଦୁଆ ବ୍ୟାକଗ୍ରାଉଣ୍ଡରେ ଗୋଟିଏ ଶାର୍ପ ଲାଇନ୍
06:20 ଆଉ ତାକୁ ଏଡ଼ାଇବା ପାଇଁ, ମୁଁ Blur ନାମକ ଅନ୍ୟଏକ ଫିଲ୍ଟର୍ ଏହି ଲେୟର୍ ଉପରେ ବ୍ୟବହାର କରିବି
06:28 ମୁଁ Layer Maskର ଚୟନ କରି ଏହି ଧଳା ଲାଇନକୁ ଅଳ୍ପ କମେଇବା ପାଇଁ Gaussian Blur ବ୍ୟବହାର କରିବି ଏବଂ Horizontal Blur Radiusରେ ଭାଲ୍ୟୁକୁ ପ୍ରାୟ 8 ପର୍ଯ୍ୟନ୍ତ ବଢ଼ାଇ OKରେ କ୍ଲିକ୍ କରିବି
06:46 ଫିଲ୍ଟର୍ ସମ୍ପୂର୍ଣ୍ଣ ହେବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ. ଏବେ ଆପଣ ଦେଖିପାରିବେ ଯେ, ଫୁଲର ଧାର ଟିକିଏ ଅଧିକ ନରମ ହୋଇଗଲା.

ମୁଁ ଭାବୁଛି, ମୋତେ ଇମେଜରେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦରକାର

06:59 ତେଣୁ, ମୁଁ Curves Tool ସିଲେକ୍ଟ କରି କର୍ଭସ୍ ପାଇବା ପାଇଁ ଇମେଜ୍ ଉପରେ କ୍ଲିକ୍ କରିବି ଏବଂ ଗାଢ ରଙ୍ଗ ପାଇବା ପାଇଁ କର୍ଭକୁ ସାମାନ୍ୟ ତଳକୁ ଭିଡ଼ିବି ତଥା ଧଳା ରଙ୍ଗ ପାଇବା ପାଇଁ ଉଜ୍ଜ୍ୱଳ ଭାଗକୁ ଉପରକୁ କରିବି
07:15 OK ଉପରେ କ୍ଲିକ୍ କରନ୍ତୁ. ମୋତେ ଏବେ ଧଳା ରେଖାମାନ ମିଳିଲା, ଯେଉଁଠାରେ ଶାର୍ପେନିଙ୍ଗ୍ ଆବଶ୍ୟକ ଏବଂ କଳା ଭାଗରେ ଶାର୍ପେନିଙ୍ଗ୍ ର ଦରକାର ନାହିଁ
07:30 ମୁଁ କଳା ଭାଗ ଉପରେ କାମ କରିପାରିବି, କିନ୍ତୁ ତାହା କୌଣସି ଇଫେକ୍ଟ ଦେଖାଇବ ନାହିଁ
07:37 ଏବେ ମୁଁ, ଏଠାରେ ଥିବା ଲେୟର୍ ମାସ୍କକୁ ଡିସାବଲ୍ କରିଦେବି ଏବଂ ସମ୍ପୂର୍ଣ୍ଣ ଇମେଜ୍ ଦେଖିବା ପାଇଁ Shift+Ctrl+E ଦାବିବି
07:47 ସମ୍ପୂର୍ଣ୍ଣ ଇମେଜ୍ ଦେଖିବା ପାଇଁ Shift+Ctrl+E ଦବାଯାଏ
07:51 ମୁଁ ଯେତେବେଳେ ମୂଳ ବ୍ୟାକଗ୍ରାଉଣ୍ଡ ଲେୟରକୁ ଡିସାବଲ୍ କରେ, ଇମେଜର ପ୍ରାୟ କିଛି ଦେଖିପାରେ ନାହିଁ
07:57 White Layer Fill Type ସହିତ ଏକ ନୂଆ ଲେୟର୍ ଆଡ୍ କରିବା ଦ୍ୱାରା କ’ଣ ହୁଏ, ତାହା ମୁଁ ଆପଣଙ୍କୁ ବୁଝାଉଛି. OK ଦାବନ୍ତୁ
08:06 ଶାର୍ପେନ୍ ହେବାକୁ ଥିବା ଏରିଆଗୁଡ଼ିକୁ ଆପଣ ଏବେ ଦେଖିପାରୁଥିବେ
08:10 ଏବେ, ଚାଲନ୍ତୁ ଏହି ଇମେଜକୁ ଶାର୍ପେନ୍ କରିବା.

ମୁଁ, ଟୂଲ୍ ବାର୍ ରେ ଥିବା Filters ଓ Enhance ଉପରେ କ୍ଲିକ୍ କରି Sharpen ସିଲେକ୍ଟ କରିବି

08:25 ଫୁଲ ଥିବା କ୍ଷେତ୍ରକୁ ଯାଆନ୍ତୁ, ଯେଉଁଠାରେ ଶାର୍ପେନିଙ୍ଗ୍ କରିବାକୁ ଅଛି. ସେଠାରେ Sharpen Layer ସିଲେକ୍ଟ ହୋଇଥିବାର ଦେଖନ୍ତୁ, କାରଣ ଧଳା ଲେୟର୍ ରେ ଶାର୍ପେନ୍ କରିବାକୁ କିଛି ନାହିଁ
08:37 Sharpen Layer ଓ ତା’ପରେ Filter ଓ Re-Show Sharpen ସିଲେକ୍ଟ କରନ୍ତୁ. ଆପଣ ଏଠାରେ ଫୁଲକୁ ଦେଖିପାରିବେ.

ଆଉ ଏବେ ମୁଁ Sharpness Sliderକୁ ଉପରକୁ ଟାଣିପାରିବି, ଯେପର୍ଯ୍ୟନ୍ତ ମୁଁ ଏକ ଭଲ ଶାର୍ପ ହୋଇଥିବା ଇମେଜ୍ ପାଇନାହିଁ

08:55 ତା’ପରେ OK ଦାବି ଅଲଗୋରିଦମ୍ କାମ କରିବା ପାଇଁ ଅପେକ୍ଷା କରିବି
09:01 ଏହା କାମ କଲା
09:04 ଏବେ ଆପଣ ଦେଖିପାରିବେ ଯେ, ଲାଇନଗୁଡ଼ିକରେ ଅଧିକ ସ୍ପଷ୍ଟତା ଅଛି
09:09 ଚାଲନ୍ତୁ, ଧଳା ଲେୟର୍ ବନ୍ଦ କରିଦେଇ ସମ୍ପୂର୍ଣ୍ଣ ଇମେଜକୁ ଦେଖିବା
09:16 Sharpen Layerକୁ ବନ୍ଦ କରିଦିଅନ୍ତୁ, କିନ୍ତୁ ଏହି ମେଗ୍ନିଫିକେଶନ୍ ରେ କୌଣୈସ ପରିବର୍ତ୍ତନ ଦେଖାଯାଏନାହିଁ
09:23 ଇମେଜ୍ ଉପରେ ଯୂମ୍ କରନ୍ତୁ
09:27 ଆଉ ମୁଁ ଭାବୁଛି, ଆପଣ ଇଫେକ୍ଟକୁ ଭଲ ଭାବରେ ଦେଖିପାରୁଥିବେ
09:31 ମୁଁ ଯେତେବେଳେ Sahrpen ଲେୟର୍ କୁ ON କରେ, ଆପଣ ଶାର୍ପେନ୍ ହୋଇଥିବା ଇମେଜକୁ ଦେଖନ୍ତି ଏବଂ ଯେତେବେଳେ ତାହାକୁ OFF କରେ, ଇମେଜଟି ଶାର୍ପେନ୍ ନଥାଏ
09:40 Opacity ସ୍ଲାଇଡର୍ ସାହାଯ୍ୟରେ, ମୁଁ ଇଫେକ୍ଟର ପରିମାଣକୁ ନିୟନ୍ତ୍ରଣ କରିପାରିବି
09:47 ଏବେ ମୁଁ, ବ୍ୟାକଗ୍ରାଉଣ୍ଡକୁ ଦେଖିବି. ଆପଣ ଦେଖିପାରୁଥିବେ ଯେ, ମୁଁ ଏହାକୁ କ୍ଷତି ପହଞ୍ଚାଇନାହିଁ
09:54 ମୁଁ ବର୍ତ୍ତମାନ କିଛି ଫାଇନ୍ ଟ୍ୟୁନିଙ୍ଗ୍ କରିବି
10:10 ଆଉ ମୁଁ ଇମେଜରେ ଅଧିକ ଶାର୍ପେନ୍ ହୋଇଥିବା ଏରିଆ ଓ ଜିନିଷକୁ ଖୋଜୁଛି, ଯାହା ଭଲ ଭାବରେ ଶାର୍ପେନ୍ ହୋଇନାହିଁ
10:20 ଫୁଲ ଓ ବ୍ୟାକଗ୍ରାଉଣ୍ଡ ମଧ୍ୟରେ ଥିବା ବର୍ଡର୍, କୌଣସି ଆଡ୍ ଇଫେକ୍ଟସ୍ ବିନା ବହୁତ ଭଲ ଭାବରେ ଶାର୍ପେନ୍ ହୋଇଛି
10:30 କିନ୍ତୁ, ମୁଁ ଯେତେବେଳେ ଫୁଲକୁ ଯାଏ, ଏହି ଭାଗ ସାମାନ୍ୟ କୃତ୍ରିମ ଲାଗେ, ଆଉ ଏଠାରେ ଥିବା ଏହି ଭାଗ ନିଶ୍ଚିତ ଭାବେ ଅଧିକ ଶାର୍ପେନ୍ ହୋଇଛି
10:41 ଆଉ ଏଠାରେ ଥିବା ଏହି ଫୁଲ କଢିଟି ଅଧିକ ଶାର୍ପ ହୋଇନାହିଁ, କାରଣ Edge Detect କୌଣସି ଧାର ପାଇନାହିଁ
10:52 ସେଥିରେ କିଛି ଧାର ଥିବାର ଆପଣ ଦେଖିପାରୁଥିବେ. Levels Tool କିମ୍ୱା Curves Tool ସାହାଯ୍ୟରେ ମୋତେ ଏହି ଭାଗକୁ ଆଉ ଟିକିଏ ସ୍ପଷ୍ଟ କରିବାର ଥିଲା
11:06 ଆପଣଙ୍କ କାର୍ଯ୍ୟ ପ୍ରବାହରେ, ଶାର୍ପେନିଙ୍ଗ୍ ସବୁବେଳେ ଶେଷ ପଦାଙ୍କ ହେବା ଉଚିତ
11:11 ଠିକ୍ ଅଛି.

ମୁଁ ସେଥିପାଇଁ ପରେ ଆସିବି

11:16 ମୁଁ ଏବେ, ଏହି ଭାଗର ଶାର୍ପେନେସ୍ କୁ ହ୍ରାସ କରିବି
11:21 ଏହା ସହଜ. କେବଳ ଏତିକି ନିଶ୍ଚିତ କରନ୍ତୁ କି ଆପଣ Sharpen Layer ସିଲେକ୍ଟ କରିଛନ୍ତି.

Brush Tool ଚୟନ କରନ୍ତୁ

11:30 ନରମ ଧାର ବିଶିଷ୍ଟ ଏକ ବ୍ରଶ୍ ର ଚୟନ କରନ୍ତୁ ଏବଂ ସ୍କେଲ୍ ସ୍ଲାଇଡର୍ କୁ ଟାଣି ଏହି କାମ ପାଇଁ ବ୍ରଶ୍ କୁ ବଡ଼ କରନ୍ତୁ. ଏବେ, କଳା ରଙ୍ଗ ଚୟନ କରନ୍ତୁ, କାରଣ ଆପଣଙ୍କର ମନେଥିବ, କଳା ଲୁଚାଏ ଓ ଧଳା ଦେଖାଏ
11:53 ଆଉ ଆପଣଙ୍କ ବ୍ରଶ୍ ର Opacityକୁ ପ୍ରାୟ 20% ପର୍ଯ୍ୟନ୍ତ ଟାଣନ୍ତୁ
12:03 ମୁଁ ଯେତେବେଳେ ଏଠାରେ ବ୍ରଶ୍ କୁ ଚଲାଇ ପେଣ୍ଟ କରିବା ଆରମ୍ଭ କରେ, ଦେଖନ୍ତୁ, ଶାର୍ପେନିଙ୍ଗ୍ ହ୍ରାସ ହୋଇଗଲା
12:14 Layer Mask ସାହାଯ୍ୟରେ ଏଠାରେ ପ୍ରକୃତରେ କ’ଣ ଘଟେ, ତାହା ମୁଁ ଆପଣଙ୍କୁ ଦେଖାଇବି
12:21 ମୁଁ ଲେୟର୍ ମାସ୍କ ON କଲି ଏବଂ ଯେତେବେଳେ ଧଳା ଭାଗ ଉପରେ ମୁଁ ପେଣ୍ଟ କରେ, ଏହା ଗାଢ ହୋଇଯାଏ
12:36 କିନ୍ତୁ, ଯେତେବେଳେ ମୁଁ ଲେୟର୍ ମାସ୍କକୁ OFF କରେ, ମୁଁ ଇମେଜକୁ ଓ ମୋ କାର୍ଯ୍ୟର ପରିଣାମକୁ ଦେଖିପାରେ
12:47 ମୁଁ ପରେ ସବିଶେଷ ଦେଖିବି
12:52 ଏବେ ମୁଁ, ଏଠାରେ ଥିବା ଏହି ଭାଗରେ ଅଧିକ ଶାର୍ପେନିଙ୍ଗ୍ କରିବି
12:58 ମୁଁ X କୀ ଦାବି ରଙ୍ଗ ବଦଳାଇବି ଓ ପେଣ୍ଟ କରିବା ଆରମ୍ଭ କରିବି
13:06 ଆପଣ ଯେପରି ଦେଖିପାରୁଛନ୍ତି, ଏହି ଭାଗ ଶାର୍ପର୍ ଓ ଗାଢ ହୋଇଯାଉଛି
13:13 ଆଉ ମୁଁ ଭାବୁଛି, ଏହା ବହୁତ ଭଲ. ମୋ କାମ ଯାଞ୍ଚ କରିବା ପାଇଁ ମୁଁ ଲେୟର୍ ମାସ୍କକୁ ସ୍ୱିଚ୍ ଅନ୍ କରୁଛି. ଆପଣ ଦେଖିପାରୁଥିବେ ଯେ, ଧଳା ଭାଗଟିକୁ ମୁଁ ପେଣ୍ଟ କରିଛି ଓ ଟିକିଏ ଅଧିକ କରିଦେଇଛି
13:31 ତେଣୁ, ମୁଁ ଲେୟର୍ କୁ ଫେରିଯିବି ଓ କଲର୍ କୁ X କୀ ଦାବି ବଦଳାଇ କରିଥିବା କାମକୁ ପୁଣିଥରେ କରିବି
13:43 ଆମେ ଏଠାରେ Layers ସହିତ କାମ କରୁଛେ; ତେଣୁ, ଡେଟା ହରାଇବାର କୌଣସି ବିପଦ ନାହିଁ
13:51 କେବଳ ଯେଉଁ ଜିନିଷକୁ ମୁଁ ଏବେ ନଷ୍ଟ କରିପାରିବି, ତାହା ହେଉଛି ଫିଲ୍ଟର୍ ଦ୍ୱାରା ନିର୍ମିତ ଏଜ୍ (Edge) ଡେଟା
14:00 କିନ୍ତୁ, ତାହା ସହଜରେ ପୁଣିଥରେ କରିହେବ
14:03 ଏଠାରେ, ମୁଁ ଫୁଲର ଧାର ଉପରେ ଯୂମ୍ କରିଛି, ଯେଉଁଠାରେ ଶାର୍ପେନିଙ୍ଗ୍ କରାଯିବାର ଅଛି
14:12 ଆଉ ଯେପରି ଆପଣ ଦେଖିପାରୁଛନ୍ତି, ଏଠାରେ ଧାରଟି ଶାର୍ପେନ୍ ହୋଇସାରିଛି
14:18 ଏହି ଦୁଇଟି ରଙ୍ଗ ମଧ୍ୟରେ, ବର୍ଡର୍ ର ଗାଢ ଓ ଉଜ୍ଜ୍ୱଳ ଭାଗ ମଧ୍ୟରେ ଏକ ଉଜ୍ଜ୍ୱଳ ଓ ଗାଢ ଲାଇନ୍ ପାଇବା ପାଇଁ ଶାର୍ପେନିଙ୍ଗ୍ ସାହାଯ୍ୟ କରିଥାଏ
14:30 ଗାଢ ଭାଗର ଧାରକୁ ଗାଢ କରାଯାଇଛି ଏବଂ ଉଜ୍ଜ୍ୱଳ ଭାଗକୁ ଉଜ୍ଜ୍ୱଳ
14:37 ଆଉ, ମାସ୍କ ବ୍ୟବହାର କରି, କେବଳ ଆପଣ ରଖିବାକୁ ଚାହୁଁଥିବା ଏରିଆରେ ହିଁ ଇଫେକ୍ଟକୁ ରଖିପାରିବେ
14:50 ଏବେ ମୁଁ ଆପଣଙ୍କୁ ଶାର୍ପେନିଙ୍ଗ୍ ବିଷୟକ ଅଧିକ ବିସ୍ତୃତ ସଂସାଧନ ବିଷୟରେ କହୁଛି
14:56 କ୍ରିସ୍ ମାର୍କୱାଙ୍କ ବ୍ରୋଡକାଷ୍ଟ ସାଇଟ୍ tips from the top floor.comକୁ ଯାଆନ୍ତୁ.

ଆଉ ସେଠାରେ ବାମପଟେ କେଉଁଠାରେ, ଆପଣଙ୍କୁ Photoshop Corner ମିଳିବ

15:12 ସେଠାରେ, ତାଙ୍କ ପାଖରେ ଫୋଟୋଶପ୍ ବିଷୟକ ଅନେକ ବ୍ରୋଡକାଷ୍ଟ ଅଛି, ଯାହା GIMPରେ ମଧ୍ୟ ବ୍ୟବହାରଯୋଗ୍ୟ ପାଖାପାଖି ଅଟେ.

ଆଉ ସେ ବ୍ରୋଡକାଷ୍ଟରେ କୁହନ୍ତି ଯେ, ଲେଖିବା ପାଇଁ ସେ ବହୁତ ପ୍ରୟାସ କରିଛନ୍ତି ତଥା ତାହାର କିଛି ଛବି ମଧ୍ୟ ତିଆରି କରିଛନ୍ତି. ମୁଁ ସେଠାରୁ କିଛି ସାମଗ୍ରୀ ନେବି, ଯେଉଁଥିରୁ ଏଠାରେ ସିଧାସଳଖ ସଂସାଧନକୁ ପଏଣ୍ଟ କରିପାରିବି

15:44 ଏବଂ ଏଠାରେ ଆପଣ, ଶାର୍ପେନିଙ୍ଗ୍ ର ଇଫେକ୍ଟ ଦେଖିପାରିବେ, ଯାହା ବିଷୟରେ ମୁଁ ଏହି ଟ୍ୟୁଟୋରିଆଲରେ ଆଲୋଚନା କରିସାରିଛି
15:52 ସେ, Unsharp Mask ଓ ସବିଶେଷରେ Halosକୁ ଏଡ଼ାଇବାର ପ୍ରକ୍ରିୟାକୁ ମଧ୍ୟ କଭର୍ କରନ୍ତି
16:00 ଏବଂ ଇମେଜ୍ ଶାର୍ପେନ୍ କରିବାକୁ ଅନେକ ବିଭିନ୍ନ କୌଶଳ ଦେଖାନ୍ତି
16:05 କିନ୍ତୁ, ମୁଁ ଯେଉଁଟିକୁ ଆପଣଙ୍କୁ ଦେଖାଇଲି, ତାହା ଏହି ସାଇଟରେ ନାହିଁ
16:12 ଆଉ, ଯେତେବେଳେ ଆପଣ ଏହି ସାଇଟରେ ଅଛନ୍ତି, କର୍ମଶାଳା ଦେଖିବା ପାଇଁ ଶିକ୍ଷା ଉପରେ ଏବେସୁଦ୍ଧା କିଛି ସ୍ଥାନ ଅଛି କି ନାହିଁ, ଯାଞ୍ଚ କରନ୍ତୁ
16:23 ଏହି ଟ୍ୟୁଟୋରିଆଲ୍ ପାଇଁ ଏତିକି.

ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ

16:35 ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
16:40 ମୁଁ ଆପଣଙ୍କଠାରୁ ଜାଣିବାକୁ ଚାହୁଁଛି.
16:43 ଆପଣଙ୍କୁ କ’ଣ ଭଲ ଲାଗିଲା, ମୁଁ ଆଉ କ’ଣ ଭଲ କରିପାରିଥା’ନ୍ତି, ଭବିଷ୍ୟତରେ ଆପଣ ଆଉ କ’ଣ ଦେଖିବାକୁ ଚାହୁଁଛନ୍ତି ମୋତେ କୁହନ୍ତୁ
16:51 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି

Contributors and Content Editors

PoojaMoolya, Pradeep