GIMP/C2/Questions-And-Answers/Oriya

From Script | Spoken-Tutorial
Jump to: navigation, search
Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:31 ଆଜିର ଟ୍ୟୁଟୋରିଆଲ୍ ପାଇଁ ମୁଁ ଆପଣଙ୍କୁ ଏକ ପ୍ରଶ୍ନୋତ୍ତର ସଂସ୍କରଣର ପ୍ରତିଶ୍ରୁତି ଦେଇଥିଲି, ତେଣୁ ଚାଲନ୍ତୁ କିଛି ସମାଚାରରୁ ଆରମ୍ଭ କରିବା
00:40 ମୁଁ ଆପଣଙ୍କୁ ପୂର୍ବରୁ gimpusers.com ବିଷୟରେ ସୂଚନା ଦେଇସାରିଛି ଏବଂ ସେମାନଙ୍କ ପାଖରେ GIMPର ଏକ ଭିଡିଓ ପୋଡକାଷ୍ଟ ବିଷୟରେ ବଢ଼ିଆ ଖବର ଅଛି, କିନ୍ତୁ ମୁଁ ଭାବୁଛି, ଆପଣ ସେହି ପୋଡକାଷ୍ଟ ବିଷୟରେ ଆଗରୁ ଜାଣିଥିବେ
00:55 ତେଣୁ, ଚାଲନ୍ତୁ ଡାଉନଲୋଡ୍ ପେଜ୍ କୁ ଯିବା ଓ ଏଠାରେ ଆପଣ, GIMP 2.4.0 ରିଲିଜ୍ କ୍ୟାଣ୍ଡିଡେଟ୍ ଓ ତାହା Windows ପାଇଁ, ଆଉ ମୁଁ ଭାବୁଛି Apple Macintosh ତଥା ମୋ ବ୍ୟତୀତ ଅଧିକାଂଶ Linux ସିଷ୍ଟମ୍ ପାଇଁ ଉପଲବ୍ଧ ଥିବାର ଦେଖିପାରିବେ
01:19 କାରଣ, ଆବଶ୍ୟକ ଲାଇବ୍ରେସିଜ୍ କୁ Ubuntu ସମ୍ଭାଳିବାରେ ସକ୍ଷମ ନୁହେଁ
01:27 ତେଣୁ, GIMP 2.4.0 ଏଠାରେ ଅଛି ଏବଂ ଯେତେବେଳେ ଆପଣ gimpusers.comରେ ଅଛନ୍ତି, ସ୍କ୍ରୀନ୍ ଉପରେ ଏହି ଏରିଆକୁ ଦେଖନ୍ତୁ
01:42 ଏହା ହେଉଛି ଦୁଇଟି ମେଲିଙ୍ଗ୍ ତାଲିକାର ଦର୍ପଣ, ଯାହା GIMP ବିଷୟରେ ବହୁତ ସୂଚନା ଦେଇଥାଏ
01:49 ପ୍ରଥମଟି ହେଉଛି GIMP User ମେଲିଙ୍ଗ୍ ତାଲିକା ଓ ତାକୁ ପଢିବାକୁ ମୁଁ ଆପଣଙ୍କୁ ପରାମର୍ଶ ଦେଉଛି
02:02 ମୋ ମୁଣ୍ଡ ଉପରେ, ଆଉ ବୋଧହୁଏ ଆପଣଙ୍କ ମୁଣ୍ଡ ଉପରେ ମଧ୍ୟ GIMP Developer ତାଲିକା ଅଛି
02:12 ଆଉ ଏଠାରେ ଏକ ଆଲୋଚନା ଅଛି, ଯାହା ଗୋଟିଏ ପ୍ରଶ୍ନର ଉତ୍ତର ଦିଏ. ମୁଁ ତାହା ବିଷୟରେ ଜାଣିନାହିଁ
02:20 ତାହାକୁ ଏଠାରେ ଦେଖିବା
02:22 Alex Burs ଏଠାରେ ପ୍ରଥମ ପ୍ରଶ୍ନ ପଚାରିଛନ୍ତି ଯେ, ସାମ୍ପଲ୍ ପଏଣ୍ଟ ଟାବ୍ କ’ଣ କଲା?
02:34 ଆଉ ମୁଁ ପ୍ରଶ୍ନଟିକୁ ବୁଝିପାରୁନାହିଁ
02:38 କିନ୍ତୁ, ମୁଁ ଆଲେକ୍ସଙ୍କୁ ଜାଣିଛି, କାରଣ ସେ, ଆପଣଙ୍କୁ ଫାଇଲ୍ସ ପ୍ରଦାନ କରିବାରେ ଏବଂ ଗୁଗଲ୍ ସାଇଟ୍ ସେଟ୍ କରିବାରେ ମୋତେ ସାହାଯ୍ୟ କରିବାକୁ ଚେଷ୍ଟା କରିଥିଲେ
02:51 ଏଠାରେ Tim Jedlicka ଉତ୍ତର ଦେଇଛନ୍ତି. ମୁଁ Timଙ୍କୁ ମଧ୍ୟ ଜାଣିଛି, କାରଣ Timଙ୍କ ପାଖରେ ଇଣ୍ଟରନେଟ୍ ରେ ବଡ଼ ସର୍ଭର୍ ଏବଂ ଇଣ୍ଟରନେଟ୍ ମାଧ୍ୟମରେ ଏକ ବଡ଼ ପାଇପ୍ ଅଛି. ଆଉ, ମୁଁ ଏଠାରେ ବ୍ୟବହାର କରୁଥିବା ଫାଇଲଗୁଡ଼ିକୁ ଆପଣ ମଧ୍ୟ ଡାଉନଲୋଡ୍ କରିପାରିବାର ପ୍ରକ୍ରିୟାକୁ ଆମେ ସମ୍ଭବ କରିବାର ଚେଷ୍ଟାରେ ଲାଗିଛୁ
03:14 ମୁଁ ଏହି ବିଷୟରେ ଆପଣଙ୍କୁ ସୂଚିତ କରୁଥିବି. Meetthegimp.orgରେ ଥିବା ବ୍ଲକ୍ ଆଡ଼େ ଦେଖନ୍ତୁ, ଆଉ ଦେଖନ୍ତୁ ଯଦି ଆପଣ ସେଠାରେ ଏକ ଡାଉନଲୋଡ୍ ଆଇକନ୍ ପାଇବେ
03:29 ଏଠାରେ Alexଙ୍କ ପ୍ରଶ୍ନର ଉତ୍ତର Tim ଦେଇଛନ୍ତି
03:33 ଆଉ ଏଠାରେ ଏହି ପ୍ରଶ୍ନତ୍ତୋର ବାର୍ତ୍ତାଳାପ ପାଇଁ ମୁଁ ଉଭୟଙ୍କୁ ଧନ୍ୟବାଦ ଦେଉଛି
03:40 Tim ଲେଖନ୍ତି ଯେ, ସାମ୍ପଲ୍ ପଏଣ୍ଟସ୍, ଗାଇଡ୍ ସହିତ ସମାନ ଭାବରେ ତିଆରି ହୋଇଥାଏ, ଏହା ବ୍ୟତୀତ ଯେ, ଆପଣ Ctrl କୀ ଦାବି ଧରିଥିବେ ଏବଂ ଆପଣ ସାମ୍ପଲ୍ କରିବାକୁ ଚାହୁଁଥିବା ସ୍ଥାନ ପର୍ଯ୍ୟନ୍ତ ଡ୍ରାଗ୍ କରିବାବେଳେ Ctrl କୀ ଦାବିଧରି Measurement Barରେ କର୍ସର୍ ରଖି ଆପଣ ଏକ ସାମ୍ପଲ୍ ପଏଣ୍ଟ କ୍ରିଏଟ୍ କରିପାରିବେ
04:03 ଆଉ ସେଥିରେ କିଛି ଅଧିକ ପ୍ରଶ୍ନ ଅଛି, ହେଲେ ମୁଁ ସେଗୁଡ଼ିକୁ ପରେ ଦେଖିବି
04:08 ମୁଁ ତାହା ବିଷୟରେ କେବେବି ଶୁଣିନାହିଁ, ଆଉ ମୋତେ ତାହା ଚେଷ୍ଟା କରିବାକୁ ହେବ
04:13 ତାହା କରିବା ପାଇଁ, ମୁଁ GIMP ଆରମ୍ଭ କରି ସେଥିରେ ଇମେଜ୍ ଲୋଡ୍ କରିଛି, ଯାହା My Ship in the Fog ଭାବରେ ଜଣାଯିବ
04:25 ଏବେ, ମୁଁ ବାମପଟେ ଥିବା Rulersକୁ ଯିବି, Ctrl କୀ ଦାବି Rulerକୁ ବାହାରକୁ ଟାଣିଆଣିବି. ଏଠାରେ ଦେଖନ୍ତୁ, ମାଉସ୍ କର୍ସର୍ ଏକ ଆଇ ଡ୍ରପର୍ ରେ ବଦଳିଗଲା ଓ ମୋତେ ଗୋଟିଏ ବଦଳରେ ଦୁଇଟି ଲାଇନ୍ସ ମିଳିଲା
04:45 Ctrl କୀ ଓ ମାଉସ୍ ବଟନ୍ କୁ ଛାଡ଼ି ଦିଅନ୍ତୁ. ଆପଣଙ୍କୁ ୱନ୍ (1) ସଂଖ୍ୟା ସହିତ ସେଥିରେ ଗୋଟିଏ ପଏଣ୍ଟ ମିଳିବ
04:54 ଆଉ, ମୁଁ ଯେତେବେଳେ Ctrl କୀ ନଦାବି ମାଉସ୍ ବଟନ୍ ଦବାଇରଖି ରୁଲର୍ କୁ ବାହାରକୁ ଟାଣିବି, ମୋତେ ଏଠାରେ କେବଳ ଗୋଟିଏ ଲାଇନ୍ ମିଳିବ, ଯାହା ସେଥିରେ ଥିବା ଜିନିଷଗୁଡ଼ିକୁ ଆଡଜଷ୍ଟ କରିବା ପାଇଁ ବ୍ୟବହାର କରାଯାଏ
05:09 ଚାଲନ୍ତୁ, ଉପରେ ଥିବା ରୁଲରରୁ ସମାନ ପ୍ରକ୍ରିୟା ଚେଷ୍ଟା କରିବା
05:13 ମୁଁ Ctrl କୀ ଓ ମାଉସ୍ ବଟନ୍ ଦାବି Rulerକୁ ତଳକୁ ଟାଣି ଆଣିଲି ଓ ଏଠାରେ ତାକୁ ଛାଡ଼ିଦେଲି
05:20 ଏଠାରେ ମୋ ପାଖରେ ସଂଖ୍ୟା ଦୁଇ (2) ଅଛି ଓ ସଂଖ୍ୟା ଏକ (1) ସେଠାରେ ଆଗରୁ ଅଛି, କିନ୍ତୁ ଏଠାରେ ମୋତେ କୌଣସି ଡାୟଲଗ୍ ଦେଖାଯାଉନାହିଁ
05:28 ତେଣୁ, ଟୂଲ୍ ଅପ୍ସନ୍ ରେ କ୍ଲିକ୍ କରନ୍ତୁ ଓ ଟୂଲ୍ ବକ୍ସରୁ Color Picker ସିଲେକ୍ଟ କରନ୍ତୁ, ହେଲେ ମୁଁ ଏଠାରେ କିଛି ଦେଖିପାରୁନାହିଁ
05:39 କିନ୍ତୁ ମନେରଖନ୍ତୁ, ଫାଇଲଗୁଡ଼ିକରେ ଏକ ଡାୟଲଗ୍ ଥିଲା; ତେଣୁ, ମୁଁ File ଉପରେ କ୍ଲିକ୍ କରି Dialogsକୁ ଯିବି, ଆଉ ଏହା ହେଉଛି Sample Points ନାମକ ଡାୟଲଗ୍
05:53 ଯେତେବେଳେ ଆପଣ ଏହା ଉପରେ କ୍ଲିକ୍ କରିବେ, ଏଠାରେ 1 ଓ 2 ପାଇଁ ସାମ୍ପଲ୍ ପଏଣ୍ଟସ୍ ପାଇବେ
06:01 ଏବଂ ଇମେଜରେ ବିଭିନ୍ନ ପଏଣ୍ଟଗୁଡ଼ିକ ବିଷୟରେ ରଙ୍ଗ ସୂଚନା ପାଇବାକୁ ଏହା ହେଉଛି ଗୋଟିଏ ପ୍ରଣାଳୀ
06:10 ଆଉ ଏବେ, ରଙ୍ଗ ସୂଚନା ପାଇବା ପାଇଁ ଏକ ଉତ୍ତମ ମାର୍ଗ ମୁଁ ଜାଣିଛି
06:17 ମୁଁ ଏଠାରେ ପିକ୍ସେଲ୍ କୁ RGBରେ ବଦଳାଇପାରିବି ଏବଂ Red, Green, Blue ପାଇଁ ଭାଲ୍ୟୁଜ୍ ପାଇବି ତଥା ଶତକଡ଼ାର ଟର୍ମ୍ସରେ Alpha ପ୍ରଦର୍ଶିତ ହୋଇଛି
06:32 ଏଠାରେ, ପିକ୍ସେଲ୍ ସହିତ ଆପଣ ରଙ୍ଗର ପ୍ରକୃତ ଅଙ୍କ ଭାଲ୍ୟୁ ଦେଖନ୍ତି. ଯେତେବେଳେ RGB ଚୟନ ହୋଇଥାଏ, ଆପଣ ଏଠରେ HTML ପାଇଁ Hex Code ଦେଖନ୍ତି ଏବଂ ମୁଁ, RGBକୁ HSV କଲର୍ ମଡେଲ୍ କିମ୍ୱା CMYK କଲର୍ ମଡେଲ୍ କୁ ବଦଳାଇପାରିବି. ତାହାକୁ ମୁଁ ପରେ କଭର୍ କରିବି
07:03 ପରବର୍ତ୍ତୀ ପ୍ରଶ୍ନଟି ମଧ୍ୟ କଲର୍ ଓ କଲର୍ ପିକର୍ ସମ୍ପର୍କିତ
07:10 ମୋର Ship in the Fogର ପୋଡକାଷ୍ଟରେ ମୁଁ ଉଲ୍ଲେଖ କରିଛି ଯେ, ଆପଣ Color Picker ନେଇପାରିବେ ଓ ଇମେଜର ରଙ୍ଗ ସୂଚନା ପାଇପାରିବେ. ଏଠାରେ Glulio ପଚାରିଛନ୍ତି ଯେ, ପରିଣାମୀ ରଙ୍ଗର ରଙ୍ଗ ସୂଚନା କିପରି ପ୍ରାପ୍ତ କରାଯାଏ, ଗୋଟିଏ ଲେୟର୍ ରଙ୍ଗର ନୁହେଁ
07:36 ତାହାର ଗୋଟିଏ ମାର୍ଗ ଏବେ ଆପଣ ଦେଖିଛନ୍ତି, ହେଲେ ଆଉଗୋଟିଏ ମାର୍ଗ ମଧ୍ୟ ଅଛି
07:42 ମୁଁ Color Picker ଚୟନ କରି ରଖିଛି ଏବଂ ଯେତେବେଳେ ମୁଁ Shift ଦାବି ଇମେଜ୍ ଉପରେ କ୍ଲିକ୍ କରେ, ମୋତେ ସାମ୍ପ୍ରତିକ ରଙ୍ଗ ସୂଚନା ମିଳେ. ଆଉ ଏଠାରେ ଆପଣ ଜାହାଜ, ଗଛ ଓ ଆକାଶ ଧଳା ଥିବାର ଦେଖିପାରିବେ, ଯାହା ବେଶୀ ସନ୍ତୋଷଜନକ ପରିଣାମ ନୁହେଁ
08:02 ଏହାର କାରଣ ହେଉଛି, ମୁଁ ଧଳା ବ୍ୟାକଗ୍ରାଉଣ୍ଡ ଚୟନ କରିଛି
08:06 ତେଣୁ, ମୁଁ Layers ଡାୟଲଗକୁ ଯିବି ଓ ତାକୁ ମୂଳ Background Layerକୁ ବଦଳାଇବି. ଦେଖନ୍ତୁ, ଆପଣ ସ୍କ୍ରୀନ୍ ରେ ଯେପରି ଦେଖୁଥିଲେ, ଏହା ତାହାଠାରୁ ସମ୍ପୂର୍ଣ୍ଣ ଭିନ୍ନ ରଙ୍ଗ ଅଟେ
08:18 Layers ଡାୟଲଗରେ Sample Merged ନାମକ ଏକ ଅପ୍ସନ୍ ଅଛି, ଆଉ ଯେତେବେଳେ ଆପଣ ତାହାକୁ ସକ୍ରିୟ କରନ୍ତି, ସମସ୍ତ ଷ୍ଟାକ୍ ହୋଇଥିବା ଲେୟର୍ସର ପରିଣାମ ମିଳେ. Sample Merged ସହିତ ଆପଣ, Color Picker Informationରେ, ସବୁ ସମୟରେ Foreground Color ବଦଳୁଥିବାର ଦେଖିପାରିବେ
08:42 Sample Merged ସକ୍ରିୟ ଥିବା ସହିତ ଆପଣ, ସମସ୍ତ ଲେୟର୍ସ ର ପରିଣାମ ପ୍ରାପ୍ତ କରିବେ
08:54 ଯେତେବେଳେ ଆପଣ Sample Merged ଅପ୍ସନକୁ ନିଷ୍କ୍ରିୟ କରନ୍ତି, ତେବେ ଆପଣ ସକ୍ରିୟ ଲେୟରରୁ କେବଳ ରଙ୍ଗ ସୂଚନା ପ୍ରାପ୍ତ କରନ୍ତି, ଏହାକୁ ମୁଁ ପୂର୍ବ ଟ୍ୟୁଟୋରିଆଲରେ କହିବାକୁ ଭୁଲିଯାଇଥିଲି, ଆଉ ଯେତେବେଳେ ଆପଣ ନୀଳ ଲେୟର୍ ସିଲେକ୍ଟ କରନ୍ତି, ତେବେ ନୀଳ ରଙ୍ଗର ସୂଚନା ପାଆନ୍ତି
09:13 ପଛକୁ ଫେରିଯାଇ Sample Merged ଚୟନ କରନ୍ତୁ. ଆପଣ ସମସ୍ତ ଲେୟର୍ସର ପରିଣାମ ପାଇବେ
09:20 ଏଠାରେ, Sample Average ନାମକ ଆଉ ଗୋଟିଏ ଅପ୍ସନ୍ ଅଛି. ଆପଣ ଯେତେବେଳେ ଏହାକୁ ସିଲେକ୍ଟ କରନ୍ତି, ଏକ ବଡ଼ Color Picker ମିଳେ ଏବଂ ସେହି କ୍ଷେତ୍ରରେ ସମସ୍ତ ପିକ୍ସେଲ୍ସର ହାରାହାରି ପାଆନ୍ତି
09:37 ଏହା, ନଏଜୀ ଇମେଜ୍ ପାଇଁ ରଙ୍ଗ ସୂଚନା ପ୍ରାପ୍ତ କରିବାକୁ ଭଲ ଅପ୍ସନ୍, ଯେଉଁଠାରେ ଆପଣଙ୍କ ପାଖରେ ସିଙ୍ଗଲ୍ ପିକ୍ସେଲ୍ସ ମଧ୍ୟରେ ବଡ଼ ବ୍ୟବଧାନ ଅଛି
09:54 GIMP ପାଇଁ Glulioଙ୍କ ପାଖରେ ଆଉ ଏକ ଟିପ୍ ଅଛି
09:58 ଯଦି ଆପଣ, ଏକ ଫାଇଲ୍ ନାମ ଭାବରେ ନାକେବଳ .xcf, ବରଂ xcf.pz2 କିମ୍ୱା xcf.bz2 ବ୍ୟବହାର କରନ୍ତି, ତେବେ GIMP ଇମେଜକୁ କମ୍ପ୍ରେସ୍ କରେ ଓ ଆପଣ ଏକ ଛୋଟ ଫାଇଲ୍ ସାଇଜ୍ ପାଆନ୍ତି
10:17 Windows ମେସିନ୍ ରେ ମଧ୍ୟ ଏହା କାମ କରେ କି ନାହିଁ ମୁଁ ଜାଣିନି. ଆପଣଙ୍କୁ ତାହା ଦେଖିବାକୁ ହେବ
10:24 ଯଦି ଆପଣ ଫାଇଲ୍ ନାମକୁ xcf.zip କରନ୍ତି, ତେବେ ବୋଧହୁଏ ଏହା Windowsରେ କାମ କରିପାରେ, ହେଲେ ମୁଁ ଜାଣିନି ଏହା ସତ୍ୟ କି ନୁହେଁ
10:35 କେହିଜଣ ଏହାକୁ ଚେଷ୍ଟା କରି ବ୍ଲଗ୍ ରେ ପୋଷ୍ଟ କରିବା ଉଚିତ
10:43 ଆଉଏକ ପ୍ରଶ୍ନ Dmitryଙ୍କଠାରୁ ଆସିଛି
10:47 ସେ ପଚାରିଛନ୍ତି ଯେ, ଭିନ୍ନ କୋଡେକ୍ ବ୍ୟବହାର କରି ଭିଡିଓର କ୍ୱାଲିଟୀକୁ ମୁଁ ବୃଦ୍ଧି କରିପାରିବି କି?
10:55 କିନ୍ତୁ, ଲିନକ୍ସ ପାଇଁ ଫ୍ରୀ ଭର୍ସନ୍ ରେ ମୁଁ ଏହି Codec H 264 ପାଇଲି ନାହିଁ
11:03 ଏକ କମର୍ଶିଅଲ୍ ଭର୍ସନ୍ ଅଛି, ହେଲେ ତାହା ମୋ ପାଇଁ ବହୁତ ଦାମିକିଆ
11:08 ଏହା ମୋର କେବଳ ସଉକ ମାତ୍ର. ମୁଁ ଜିନିଷ ଅପଲୋଡିଙ୍ଗ୍ ପାଇଁ ପୈଠ କରୁଛି, ଏହା ବେଶୀ ନୁହେଁ, ମାତ୍ର ଏଠାରେ ମୁଁ ଏହା ଉପରେ ପଇସା ଖର୍ଚ୍ଚ କରିବାକୁ ଚାହୁଁନାହିଁ
11:23 କିନ୍ତୁ ମୋ ପାଖରେ ଆପଣଙ୍କ ପାଇଁ ଏକ କ୍ୱାଲିଟୀ ପ୍ରଶ୍ନ ଅଛି
11:26 ମୁଁ ଏହାକୁ 800/600 ପିକ୍ସେଲ୍ସରେ ରେକର୍ଡିଙ୍ଗ୍ କରୁଛି ତଥା ଏହାକୁ 640/480 ପିକ୍ସେଲ୍ସକୁ ହ୍ରାସ କରିଛି, କାରଣ ସମସ୍ତେ ଏହା କରନ୍ତି, ଆଉ ଏହିଭଳି ଏହା Apple TV ଆଦିରେ କାମ କରେ
11:44 ଆପଣଙ୍କ ପାଇଁ ମୋର ପ୍ରଶ୍ନ ହେଉଛି: ଆପଣ, ମୂଳ ଫାଇଲ୍ ସାଇଜ୍ କୁ 800/600ରେ ପସନ୍ଦ କରନ୍ତି କି?
11:52 ଇମେଜଟି ସ୍ପଷ୍ଟ ଅଟେ ଏବଂ ଆପଣ ତାକୁ ଭଲ ଭାବରେ ଦେଖିପାରିବେ
11:56 ଫାଇଲଗୁଡ଼ିକ ସାମାନ୍ୟ ବଡ଼ ହୋଇଗଲା ଏବଂ ଏପରି ଲୋକମାନେ ଅଛନ୍ତି, ଯେଉଁମାନେ ଏହି ବଡ଼ ଫାଇଲଗୁଡ଼ିକୁ ପ୍ରକୃତରେ ଦେଖିପାରନ୍ତି ନାହିଁ
12:09 ମୁଁ, 800/600ରେ ଏକ ଟେଷ୍ଟ ପାଇଲ୍ ତିଆରି କରି ଅପଲୋଡ୍ କରିବି. ଆପଣ ଏହାକୁ ଚେଷ୍ଟା କରି, ମୋତେ କିଛି ମତାମତ ଦେଇପାରନ୍ତି
12:21 ଏଠାରେ ଥିବା, Rodrigoଙ୍କ ପରବର୍ତ୍ତୀ ଟିପ୍ପଣୀକୁ ନେଇ ମୁଁ ବହୁତ ଖୁସି. ସେ କୁହନ୍ତି ଯେ, Photoshop କିଣିବା ବଦଳରେ ତାଙ୍କର ଗ୍ରାଫିକ୍ କାମ ପାଇଁ ସେ GIMP ନେବେ
12:37 ଇମେଲ୍ ମାଧ୍ୟମରେ Vitaly ପଠାଇଥିବା ଗୋଟିଏ ପ୍ରଶ୍ନ ମୋ ପାଖରେ ଅଛି, ଯାହା କୁହେ: କିଛି ନଷ୍ଟ ନକରି Curves Tool ବ୍ୟବହାର କରିବାର କୌଣସି ମାର୍ଗ ଅଛି କି?
12:48 ଏହି ପ୍ରଶ୍ନର ଉତ୍ତର ହେଉଛି "ନା, GIMPରେ ନାହିଁ"
12:51 ଏହି ଆଡଜଷ୍ଟମେଣ୍ଟ ଲେୟର୍ ସହିତ ଫୋଟୋଶପ୍ ତାହା କରିପାରିବ, ଆଉ ସେପରି ଅନେକ GIMP ପ୍ରୋଗ୍ରାମର୍ସ ଅଛନ୍ତି, ଯେଉଁମାନେ ତାହା ଉପରେ କାମ କରୁଛନ୍ତି ଓ ତାହା ଲାଗୁ କରିବାକୁ ଚେଷ୍ଟା କରୁଛନ୍ତି
13:03 କିନ୍ତୁ, ଏପର୍ଯ୍ୟନ୍ତ ଯଦି ଆପଣ Levels Tool ସହିତ ରଙ୍ଗ ବଦଳାଇଛନ୍ତି, ତେବେ ଆପଣ ତାହା କରିବା ପରେ କରିଥିବା ସମସ୍ତ ପଦାଙ୍କକୁ Undo ନକରି ନିଜ କାମକୁ Undo କରିପାରିବେ ନାହିଁ
13:20 ଆଉ ଗୋଟିଏ ପ୍ରଶ୍ନ Dudleyଙ୍କଠାରୁ ଆସିଛି. ଏଠାରେ ଥିବା ମୋ ପୋଡକାଷ୍ଟ ପର୍ଯ୍ୟନ୍ତ ସେ, Tips From the Top Floor ସହିତ ଆସିଛନ୍ତି ଏବଂ ନିଜ ସିଷ୍ଟମରେ GIMP 2.2.17 ଇନଷ୍ଟଲ୍ କରିଛନ୍ତି. ମୁଁ ତାଙ୍କୁ 2.3 କିମ୍ୱା 2.4 ରିଲିଜ୍ କ୍ୟାଣ୍ଡିଡେଟ୍ ର ପରାମର୍ଶ ଦେବି, କାରଣ ସେଗୁଡ଼ିକ 2.2 ଶୃଙ୍ଖଳାଠାରୁ ବହୁତ ଭଲ
13:55 ସେ, ଗୋଟିଏ ବହି ବିଷୟରେ ପଚାରିଛନ୍ତି, ଯାହା: Akkana Peckଙ୍କ ଦ୍ୱାରା ଲିଖିତ Beginning GIMP: From Novice to Professional ଅଟେ ଓ ମୋ ପାଖରେ ଏହି ବହି ଅଛି
14:07 ଏହା ପ୍ରକୃତରେ ବହୁତ ଭଲ ଯଦି ଆପଣ GIMP ଆରମ୍ଭ କରୁଥିବେ କିମ୍ୱା ସାମାନ୍ୟ ଜ୍ଞାନ ଥିବ, ତେବେ ଏହା ବହୁତ ଭଲ ବହି ତଥା ଏହା ଏକ ପ୍ରାୟୋଗିକ ବହି ଅଟେ
14:19 ଆଉ ମୁଁ ପ୍ରକୃତରେ ସେହି ବହିର ସୁପାରିଶ କରିବି
14:25 ଏବଂ ଯଦି ଆପଣ ଏହାକୁ କିଣିବାକୁ ଚାହୁଁଥିବେ ଓ ଆପଣ ସଂଯୁକ୍ତ ରାଜ୍ୟରେ ରହୁଥିବେ,. ତେବେ ମୁଁ ବ୍ଲକ୍ ରେ ଗୋଟିଏ ଲିଙ୍କ୍ ରଖିବି, ଯେଉଁଠାରୁ ଆପଣ ଏହି ବହି କିଣିପାରିବେ, ଅଫର୍ ମାଧ୍ୟମରେ ତଥା ଦୋକାନୀ ମଧ୍ୟ ସେଥିରୁ କିଛି ପଇସା ଆୟ କରିପାରିବ
14:43 ଖରାଛୁଟି ପରେ, ଗତକାଲି ମୋତେ ଗୋଟିଏ ଖରାପ ଧକ୍କା ଲାଗିଲା, ଯେତେବେଳେ ମୁଁ ପୁଣିଥରେ ମୋ କାମ ଆରମ୍ଭ କଲି. ଆଉ ତାହା ବହୁତ ଶକିଙ୍ଗ୍ ହେବା ଉଚିତ, ହେଲେ ମୁଁ ପ୍ରଥମଥର କରି ଗୋଟିଏ Windows କମ୍ପ୍ୟୁଟରରେ Meet The GIMP ବ୍ଲକ୍ ଦେଖିଲି, ତାହାବି ପୁଣି Internet Explorerରେ
15:04 ମୁଁ ପ୍ରକୃତରେ ସ୍ତମ୍ଭିତ ହୋଇଗଲି, କାରଣ ସବୁ ଇମେଜଗୁଡ଼ିକ ଉଡ଼ିଯାଇଛି ଓ କିଛିବି ଫ୍ରେମଗୁଡ଼ିକରେ ଫିଟ୍ ହେଉନି ଓ ଆହୁରି ବହୁତ
15:17 ଶୋ’ର ଶେଷ ଜିନିଷ ଭାବରେ, ମୋ ପାଖରେ ଆପଣଙ୍କ ପାଇଁ ଏକ ଲିଙ୍କ୍ ଟିପ୍ ଅଛି
15:23 ଫୋଟୋ ପୋଡକାଷ୍ଟ ପାଇଁ ବଢିଆ ସ୍ରୋତ ହେଉଛି Photocast Network, ଆଉ ମୁଁ ପୂର୍ବରୁ ସେଥିରେ ସଦସ୍ୟ ଅଛି, ହେଲେ ୱେବ୍ ସାଇଟ୍ ରେ ନାହିଁ
15:37 ୱେବ୍ ସାଇଟ୍ ଦେଖନ୍ତୁ. ସେଥିରେ, Photocast Network ସଦସ୍ୟମାନଙ୍କ ଦ୍ୱାରା ତିଆରି କରାଯାଇଥିବା ଏକ ପୋଡକାଷ୍ଟ ଅଛି ଓ ତାହାର ନାମ ହେଉଛି Focus Ring, ଆଉ ଆଜି ହିଁ ଏପିସୋଡ୍ 8 ଆସିଛି
15:52 ଏବଂ ପରିଶେଷରେ, ବାମପଟେ ଏଠାରେ Meet The GIMP ସାମ୍ନାକୁ ଆସିବ
15:59 ମୁଁ ଆପଣଙ୍କଠାରୁ ଏକ ଅନୁଗ୍ରହ ଚାହୁଁଛି, Meet The GIMP ବିଷୟରେ ପ୍ରଚାର କରନ୍ତୁ. ଯଦି ଆପଣ କିଛି ମତାମତ ଦେବାକୁ ଚାହୁଁଛନ୍ତି, ତେବେ ଦୟାକରି info@meetthegimp.orgକୁ ଲେଖନ୍ତୁ. ଅଧିକ ବିବରଣୀ ପାଇଁ http://meetthegimp.orgକୁ ଯାଆନ୍ତୁ
16:22 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

Pradeep