GIMP/C2/How-To-Fix-An-Underexposed-Image/Oriya

From Script | Spoken-Tutorial
Jump to: navigation, search
Time Narration
00:23 Meet The GIMPକୁ ସ୍ୱାଗତ.
00:25 ଏହି ଟ୍ୟୁଟୋରିଆଲ୍, ଉତ୍ତର ଜର୍ମାନୀର ରଲ୍ଫ ଷ୍ଟେଇନର୍ଟଙ୍କ ଦ୍ୱାରା ବ୍ରେମେନ୍ ରେ ପ୍ରସ୍ତୁତ କରାଯାଇଛି
00:32 ନର୍ମନ୍ ଙ୍କଠାରୁ ଏକ ଇ-ମେଲ୍ ସହିତ ମୁଁ ଏହି ଇମେଜଟିକୁ ପାଇଛି
00:35 ସେ, ଏହାକୁ ସେଭ୍ କରିବାକୁ କହିଛନ୍ତି
00:39 ଏହି ଇମେଜକୁ ସେ,RAW Converter ବ୍ୟବହାର କରିବା ପରେ ପାଇଛନ୍ତି ଏବଂ ଏଠାରେ ଥିବା ଇମେଜଟି ହେଉଛି ମୂଳ ଇମେଜ୍
00:48 ଇମେଜଗୁଡ଼ିକୁ ତୁଳନା କଲେ ଏହା ସ୍ପଷ୍ଟ ଜଣାପଡ଼େ ଯେ, ନର୍ମନ୍ ଏହାକୁ କରିଛନ୍ତି
00:53 ପ୍ରଥମେ, ସେ ଇମେଜକୁ ରୋଟେଟ୍ କଲେ ଓ ତା’ପରେ Foregroundରେ ରଙ୍ଗ ଓ ବ୍ରାଇଟନେସ୍ ପାଇବା ପାଇଁ Curves Tool ଦ୍ୱାରା ଇମେଜକୁ ଏଡିଟ୍ କଲେ ତଥା ବାଦଲଗୁଡ଼ିକୁ ଅଧିକ ଗାଢ଼ ନକରିବାକୁ ମଧ୍ୟ ସେ ଚେଷ୍ଟା କରିଛନ୍ତି
01:09 ଆପଣ ଯେତେବେଳେ ଏଠାରେ ଇମେଜଟିକୁ ଦେଖିବେ, ବାଦଲଗୁଡ଼ିକ ବହୁତ ସୁନ୍ଦର ଦେଖାଯିବ
01:14 ମୋତେ ସେଗୁଡ଼ିକ ବହୁତ ଭଲ ଲାଗିଲା ଏବଂ ଶୋ’ରେ ଦେଖାଇବା ପାଇଁ ମୁଁ ତାଙ୍କଠାରୁ ଅନୁମତି ମାଗିଲି. ମୁଁ, ତାଙ୍କ କାମକୁ ଆଉଥରେ କରିବାକୁ ଚେଷ୍ଟା କରିବି ଓ ତା’ପରେ ତାଙ୍କ ଇମେଜରେ ବାଦଲଗୁଡ଼ିକୁ ଆହୁରି ଭଲ କରିବାକୁ ଚେଷ୍ଟା କରିବି
01:33 କିନ୍ତୁ, ପ୍ରଥମେ ଚାଲନ୍ତୁ ଦେଖିବା, ଆମେ ଏହି ଇମେଜ ବିଷୟକ କିଛି EXIF ସୂଚନା ପାଇବା କି ନାହିଁ, ଯାହା କ’ଣ ଭୁଲ୍ ହେଲା ତାହାର କ୍ଲୁ ଦେବ
01:43 ଦେଖନ୍ତୁ, ଏହା ହେଉଛି ଏକ Panasonic Camera ଏବଂ ଏହି କ୍ୟାମେରାର ବହୁତ ଛୋଟ ସେନ୍ସର୍ ଅଛି
01:51 ଏହି କ୍ୟାମେରାକୁ ଆପଣ ନିଜ ଶର୍ଟ ପକେଟ୍ ରେ ରଖିପାରିବେ
01:57 ଆଉ ଏଠାରେ, ଆମ ପାଖରେ ଏକ୍ସପୋଜର୍ ଡେଟା ଅଛି
02:02 ଏକ ସେକେଣ୍ଡର ଏକ ହଜାର ହେଉଛି Exposure Time ଓ Aperture ହେଉଛି 5.6
02:09 ଫ୍ଲାଶ୍ ଅନ୍ ଅଛି ଓ କ୍ୟାମେରା, ଇମେଜରେ ଥିବା ଫ୍ଲାଶ୍ ର ଇଫେକ୍ଟ ଗଣନା କରୁଛି
02:16 ଆଉ, ଏହି ଛୋଟ କ୍ୟାମେରାର ଫ୍ଲାଶ୍, ଏହିପରି ସିନ୍ ସହ କାର୍ଯ୍ୟ କରେନାହିଁ
02:24 ମୁଁ ଭାବୁଛି, ଇମେଜର ଏହି ଭାଗକୁ ଉଜ୍ଜ୍ୱଳ କରିବା ପାଇଁ ଆପଣଙ୍କୁ ଏକ ଛୋଟ ପରମାଣୁ ବୋମା ପରି କିଛି ଦରକାର
02:36 ଏହି ଇମେଜକୁ JPEGରେ ସେଭ୍ କରାଯାଇଛି, ଯାହା ଆଉ ଗୋଟିଏ ସମସ୍ୟା
02:42 ଏଠାରେ ଥିବା ଏହି କ୍ଷେତ୍ର, ଯାହା ହେଉଛି ଏହି ଇମେଜର ପ୍ରକୃତରେ ମଜାଦାର ଭାଗ, JPEG କମ୍ପ୍ରେଶନ୍ କାରଣରୁ ବହୁତ ଗାଢ ହୋଇଯାଇଛି
02:53 ଆଉ ମୁଁ ଯେତେବେଳେ ହରିଯୋନ୍ ରେ ଯୂମ୍ କରେ, ଟିକିଏ ଅଧିକ ଶାର୍ପେନ୍ ହୋଇଥିବା ଏକ ଉତ୍ତମ ପରିଭାଷିତ ଜିନିଷ ଦେଖେ ଏବଂ ହରିଯୋନ୍ ରେ ଏକ ଜାହାଜ ମଧ୍ୟ ଅଛି
03:08 ବାଦଲଗୁଡ଼ିକ ବହୁତ ଭଲ ଅଛି, ହେଲେ ଯେତେବେଳେ ମୁଁ ଏହି ଗାଢ ଭାଗକୁ ଯାଏ, ଏଠାରେ ଏକ ଗଛ ବ୍ୟତୀତ ଆଉ କିଛି ସ୍ପଷ୍ଟ ଭାବେ ଦେଖାଯାଏ ନାହିଁ
03:19 ଏହାର କାରଣ ହେଉଛି, ଇମେଜର ସେହି ଭାଗକୁ JPEG ଛାଡ଼ିଦିଏ, ଯାହାକୁ କ୍ୟାମେରାରେ ଥିବା କମ୍ପ୍ୟୁଟର୍ ପ୍ରୋଗ୍ରାମ୍, ଆପଣ କେବେ ଦେଖିବେ ବୋଲି ଭାବି ନଥାଏ
03:32 କିନ୍ତୁ, ଏଠାରେ ଥିବା ଜିନିଷକୁ ମୁଁ ଦେଖିବାକୁ ଚାହୁଁଛି ଏବଂ JPEG କମ୍ପ୍ରେଶନ୍ ରେ ମୁଁ ଟିକିଏ ଅଟକିଯାଇଛି, କାରଣ ଏଠାରେ ହଜିଯିବା ବିବରଣୀ ଆଉ କେବେବି ଦେଖାଯିବନି
03:45 ଆପଣ ଯେତେବେଳେ ଏହି RAWକୁ ଶୂଟ୍ କରିବେ, ଏହିପରି ସମସ୍ୟାକୁ ଏଡ଼ାଇପାରିବେ. ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ମୁଁ ଆପଣଙ୍କୁ UF Raw Converter ଓ GIMPରେ ତାହାର ବ୍ୟବହାର ଦେଖାଇବି, ଆଉ ମୁଁ ଭାବୁଛି ପରବର୍ତ୍ତୀ ଟ୍ୟୁଟୋରିଆଲ୍ ପାଇଁ ତାହା ଠିକ୍ ବିଷୟ ହେବ
04:06 ଏଠାରେ ଥିବା ଟୂଲ୍ ବକ୍ସକୁ ଟାଣିଆଣି, ମୁଁ GIMPରେ ଇମେଜକୁ ଲୋଡ୍ କରି ୱିଣ୍ଡୋକୁ ବଡ଼ କଲି
04:17 ଏବେ, ଏହି ଇମେଜକୁ ସାଇଜିଙ୍ଗ୍ କରିବା ମୋର ପ୍ରଥମ ପଦକ୍ଷେପ ହେବ, କାରଣ ଇମେଜଟି ଏତେ ବଡ଼ ଯେ, ଏହା XCF ଫାଇଲ୍ କୁ 40 ମେଗା ବାଇଟ୍ ରୁ ଅଧିକ କରିଦେଉଛି
04:29 ଟୂଲ୍ ବାର୍ ରେ ଥିବା Image ଉପରେ କ୍ଲିକ୍ କରି, Scale Image ସିଲେକ୍ଟ କରି ସାଇଜିଙ୍ଗ୍ କରିହେବ. ମୁଁ Widthକୁ ପ୍ରାୟ 1000 ପିକ୍ସେଲ୍ କୁ ବଦଳାଇବି ଓ ଯେତେବେଳେ ମୁଁ Tab ଦାବେ, ମୁଁ 750 ପିକ୍ସେଲ୍ସ ଭାବେ Height ପାଏ ତଥା ମୋ ପାଖରେ ସର୍ବୋତ୍ତମ Interpolation ଚୟନିତ ଅଛି, ତେଣୁ ମୁଁ Scale ଉପରେ କ୍ଲିକ୍ କରିବି
05:01 ଏଠାରେ ଥିବା ଫ୍ରେମ୍ ରେ ଇମେଜକୁ ପୂରଣ କରିବା ପାଇଁ Shift+Ctrl+E ଦାବନ୍ତୁ. ମୁଁ ଏବେ, ଏହି ଇମେଜକୁ ଏଡିଟ୍ କରିବାକୁ ପ୍ରସ୍ତୁତ
05:11 ପ୍ରଥମ ପଦକ୍ଷେପ ହେବ, ରୋଟେଟିଙ୍ଗ୍
05:14 ପୂର୍ବବର୍ତ୍ତୀ ଟ୍ୟୁଟୋରିଆଲଗୁଡ଼ିକରେ, ଇମେଜକୁ ରୋଟେଟ୍ କରିବାର ଦୁଇଟି ମାର୍ଗ ମୁଁ ଆପଣଙ୍କୁ ଦେଖାଇଥିଲି, ଆଉ ଆଜି ତୃତୀୟ ମାର୍ଗ ଦେଖାଇବି
05:23 ତେଣୁ, ମୁଁ ଇମେଜରେ ଯୂମ୍ କରିବାର ସେହି ସମାନ ପଦାଙ୍କ ଅନୁସରଣ କରିବି, ଯେଉଁଠାରେ ଏକ ହୋରିଯୋଣ୍ଟାଲ୍ ଲାଇନ୍ ଦେଖିପାରିବି. ହୋରିଯୋଣ୍ଟାଲ୍ ଲାଇନ୍ ହୋରିଯୋନ୍ ଉପରେ ଅଛି, କାରଣ ପରିଭାଷା ଦ୍ୱାରା ହୋରିଯୋନ୍ ହେଉଛି ହୋରିଯୋଣ୍ଟାଲ୍
05:39 ତା’ପରେ ଟୂଲ୍ ବକ୍ସରୁ ମୁଁ ମାପ ଟୂଲ୍ ଚୟନ କରିବି. ମୁଁ info window ଚୟନ କଲି ନାହିଁ, କାରଣ ଏହା ଇମେଜ୍ ଫ୍ରେମ୍ ମଝିରେ ଚାଲିଆସେ. କିନ୍ତୁ, ମୁଁ ଏଠାରେ, ତଳେ ଥିବା ଷ୍ଟାଟସ୍ ବାର୍ ରେ ପୂର୍ଣ୍ଣ ସୂଚନା ପାଇପାରିବି
06:01 ଏବେ, ହୋରିଯୋନ୍ ର ଆଙ୍ଗଲ୍ ପାଇବା ସରଳ. ହୋରିଯୋନ୍ ଉପରେ କର୍ସର୍ କୁ ରଖନ୍ତୁ, ମାଉସ୍ ବଟନ୍ କୁ ଦାବନ୍ତୁ ଓ ଟାଣି ଆଣନ୍ତୁ
06:15 ଅନ୍ୟ ପାର୍ଶ୍ୱକୁ ଲାଇନ୍ କୁ ଟାଣି ଆଣନ୍ତୁ ଓ ହୋରିଯୋନ୍ ସହ ସମାନ୍ତରାଳରେ ରଖି ବଟନ୍ କୁ ଛାଡ଼ିଦିଅନ୍ତୁ
06:25 ଷ୍ଟାଟସ୍ ବାର୍ ରେ ଥିବା ଆଙ୍ଗଲ୍ ଇନଫୋକୁ ଦେଖନ୍ତୁ, ଆଉ ଏଠାରେ ଆଙ୍ଗଲ୍ 1.64 ଡିଗ୍ରୀ ଦେଖାଯାଉଛି
06:38 ଏବେ ମୁଁ, Rotate Tool ସିଲେକ୍ଟ କରିବି ଓ ଇମେଜ୍ ଉପରେ କ୍ଲିକ୍ କରି -1.63 ଡିଗ୍ରୀ ଟାଇପ୍ କରିବି. ମାଇନସ୍, କାରଣ, ମୁଁ ପ୍ଲସ୍ 1.63 ଡିଗ୍ରୀର ବିପରୀତ କରିବାକୁ ଚାହୁଁଛି
06:58 Rotate ଉପରେ କ୍ଲିକ୍ କଲେ ଆପଣ ଏକ ରୋଟେଟ୍ ହୋଇଥିବା ଇମେଜ୍ ପାଇବେ
07:05 କେବଳ ହୋରିଯୋନ୍ ପରୀକ୍ଷା କରିବା ପାଇଁ, ଆମେ ସ୍କେଲ୍ ତଳକୁ ଟାଣି ଆଣିବା ଓ ଏହା ହେଉଛି ହୋରିଯୋଣ୍ଟାଲ୍
07:14 ପରବର୍ତ୍ତୀ ପଦକ୍ଷେପ ହେବ, ଇମେଜକୁ କ୍ରପ୍ କରିବା. ମାତ୍ର, ମୁଁ ଏବେ ଇମେଜକୁ Crop କରିପାରିବି ନାହିଁ, କାରଣ ଇମେଜର ଏହି ଭାଗ ଦେଖାଯାଉନାହିଁ. ତେଣୁ, ମୁଁ ଜିନିଷଗୁଡ଼ିକୁ ବିଚାର କରିପାରିବି ନାହିଁ
07:31 ମୁଁ ଜାଣିନାହିଁ କେଉଁଠାକୁ କ୍ରପ୍ କରିବି, ତେଣୁ, ପ୍ରଥମେ ଇମେଜର ଏହି ଭାଗକୁ ଉଜ୍ଜ୍ୱଳ କରିବା
07:43 ମୁଁ Curves Toolରେ କାମ କରିବାକୁ ଚାହୁଁଛି, ମାତ୍ର ତାହାପୂର୍ବରୁ ମୁଁ Layerର ଏକ କପୀ କରିଦିଏ
07:50 କାରଣ, ଯେତେବେଳେ ଆମେ Curves Tool ବ୍ୟବହାର କରିବା, ଇମେଜର ସୂଚନା ହଜିଯିବ
07:56 ତେଣୁ, ଇମେଜ୍ ସହିତ କେବେବି ଏପରି କିଛି କରନ୍ତୁ ନାହିଁ, ଯାହାକୁ ଆପଣ ଫେରିପାଇବେ ନାହିଁ
08:01 ମୁଁ ଏହାକୁ ରୋଟେଟ୍ କରିଛି, କିନ୍ତୁ ପରବର୍ତ୍ତୀ ପଦାଙ୍କରେ, ମୂଳ ଇମେଜ୍ ରେ କେବେବି କିଛି କରନ୍ତୁ ନାହିଁ
08:08 ପ୍ରଥମେ, ମୁଁ ଭୂମି ଭାଗକୁ ଏଡିଟ୍ କରିବି; ତେଣୁ, ମୁଁ ଏହି ଲେୟରର ନାମ Land ଦେଇ Field ଉପରେ ଡବଲ୍ କ୍ଲିକ୍ କରିବି, ଯେଉଁଠାରେ ନାମ ରହିଛି ଓ ରିଟର୍ନ ଦାବିବି
08:22 ଏବେ, ଲେୟର୍ ର ନାମ ହେଉଛି Land
08:25 ମୁଁ, Curves Tool ସିଲେକ୍ଟ କରି ଇମେଜ୍ ଉପରେ କ୍ଲିକ୍ କରିବି ଓ ଏବେ ମୁଁ ଇମେଜ୍ ଉପରେ କାମ କରିବି
08:34 ଇମେଜର ଏହି ଭାଗ ପ୍ରକୃତରେ ବହୁତ ଗାଢ, ଜଣେ ଏହାକୁ ସହଜରେ ଜାଣିପାରିବ, ଏଠାରେ ଥିବା ଘାସଗୁଡ଼ିକ ମଧ୍ୟ ବହୁତ ଗାଢ
08:46 ଗ୍ରେ ସ୍କେଲ୍ ର ଏହି ଭାଗ ପାଣି ପରି ଦେଖାଯାଉଛି ଏବଂ ଆକାଶ ନିଶ୍ଚିତ ଭାବେ ଏହି ଭାଗ
09:01 ତେଣୁ, ମୁଁ ଇମେଜରେ ଭୂମିକୁ ଉଜ୍ଜ୍ୱଳ କରିଦେଇଛି, ଆଉ ତାହାକୁ ମୁଁ କେବଳ ଏହାକୁ ଉପରକୁ ଟାଣି କରିଛି
09:15 ଏବେ, ଯେଉଁ ପ୍ରଶ୍ନଟି ମନକୁ ଆସୁଛି, ତାହା ହେଉଛି କେତେ ଦୂର ପର୍ଯ୍ୟନ୍ତ ମୁଁ ଏହାକୁ ଟାଣିବି, କାରଣ ଯଦି ମୁଁ ବହୁତ ଦୂରକୁ ଚାଲିଯାଏ, ଏହା କୃତ୍ରିମ ଦେଖାଯିବ
09:28 ଆଉ ଯଦି ମୁଁ ଆକାଶ ଓ ଭୂମିକୁ କର୍ଭସ୍ ରେ ବଡ଼ ବ୍ୟବଧାନ ସହିତ ମିଶାଇବି, ତେବେ ଏହା ଏକ ପ୍ରକୃତ ଇମେଜ୍ ପରି ଦେଖାଯିବ ନାହିଁ
09:40 ତେଣୁ, ମୁଁ ଏହାକୁ ଅଳ୍ପ ତଳକୁ ଭିଡ଼ିବି
09:44 ଏହାକୁ ଦେଖିବା
09:49 ଏହା ଏଠାରେ ଭଲ ଦେଖାଯାଉଛି
09:52 ସମୁଦ୍ର ବେଶୀ ଉଜ୍ଜ୍ୱଳ ନୁହେଁ ତଥା ଗୀର୍ଜା ଘର ମଧ୍ୟ ଦେଖାଯାଉଛି
10:00 OK ଉପରେ କ୍ଲିକ୍ କରନ୍ତୁ
10:06 ଭୂମି ଭାଗ ଏଡିଟ୍ କରିସାରିବା ପରେ, ମୁଁ ଏବେ ଆକାଶକୁ ଯିବି
10:12 ପୁଣିଥରେ ମୂଳ ଲେୟର୍ ର ଏକ କପୀ କରନ୍ତୁ ଏବଂ ତାକୁ ଉପରକୁ ନେଇ Sky ନାମ ଦିଅନ୍ତୁ
10:21 Layer ଉପରେ ଡବଲ୍ କ୍ଲିକ୍ କରନ୍ତୁ. ନାମ ଭାବରେ Sky ଟାଇପ୍ କରନ୍ତୁ. ରିଟର୍ନ କୀ ଦାବନ୍ତୁ, ଆଉ ଆମ ପାଖକୁ Sky ଆସିଗଲା
10:28 ଅନ୍ୟ ଲେୟରଗୁଡ଼ିକୁ କୌଣସି କ୍ଷତି ନପହଞ୍ଚାଇ ମୁଁ କେବଳ Sky Layer ଏଡିଟ୍ କରିବାକୁ ଚାହୁଁଛି, ଆଉ ତାହା କରିବାକୁ ମୁଁ ଏକ Layer Maskରେ କାମ କରିବି
10:37 Sky Layer ଉପରେ ରାଇଟ୍ କ୍ଲିକ୍ କରନ୍ତୁ. Add Layer Mask ଉପରେ କ୍ଲିକ୍ କରି White Layer Mask, ଅର୍ଥାତ୍ Full Opacity ସିଲେକ୍ଟ କରନ୍ତୁ. ତାହାର ଅର୍ଥ ହେଉଛି, ଏହି ଲେୟର୍ ପୂର୍ଣ୍ଣ ଦୃଶ୍ୟମାନ ଓ ଧଳା ଅଟେ
10:54 ମୁଁ ଭୂମି ଲେୟର୍ ଲୁଚାଇବାକୁ ଚାହୁଁଛି ତଥା ସମୁଦ୍ର ଓ ଆକାଶ ମଝିରେ ଥିବା ଧାରକୁ ଶାର୍ପ କରିବାକୁ ଚାହୁଁନାହିଁ. ସେଥିପାଇଁ ମୁଁ Gradient Tool ବ୍ୟବହାର କରିବି
11:07 ଏକ ଗ୍ରେଡିଏଣ୍ଟ ହେଉଛି, କଳା ଓ ଧଳା ମଧ୍ୟରେ କେବଳ ଗୋଟିଏ ଜିନିଷ
11:13 ଏକ ସ୍କ୍ରାପ୍ ଲେୟର୍ ରେ ମୁଁ ଆପଣଙ୍କୁ ଏହା ଦେଖାଉଛି
11:34 ମୁଁ, Gradient Tool ସିଲେକ୍ଟ କରିଛି ଏବଂ ଦୁର୍ଘଟଣାବଶତଃ ମୁଁ ଏହି ନୂଆ ଜିନିଷ ପାଇଛି ଯେ, ଆପଣ ଯେତେବେଳେ ଟୂଲ୍ ଆଇକନ୍ ଉପରେ ଡବଲ୍ କ୍ଲିକ୍ କରିବେ, ଟୂଲ୍ ବିକଳ୍ପ ନିଜକୁ ନିଜେ ସିଲେକ୍ଟ ହୋଇଯିବ
11:50 ଏହା ଆପଣଙ୍କ ପାଇଁ ନୂଆ ହୋଇଥିବ ବୋଲି ମୁଁ ଭାବୁନାହିଁ, ହେଲେ ମୋ ପାଇଁ ନୂଆ
11:56 ଭଲ ଜିନିଷଟିଏ ଜାଣିଲି
11:59 Gradient Toolକୁ ଫେରିଯାଇ, ବାମ ମାଉସ୍ ବଟନ୍ କୁ ଚାପିଧରି ଯେତେବେଳେ ଏଠାରେ ଥିବା ଏହି ରେଖାକୁ ଟାଣି ବଟନ୍ କୁ ଛାଡ଼ିଦିଏ,
12:09 ପ୍ରାରମ୍ଭିକ ବିନ୍ଦୁର ବାମପଟ କ୍ଷେତ୍ର, କଳାରେ ପୂରଣ ହୋଇଯାଏ ଏବଂ ଶେଷ ବିନ୍ଦୁର ଡାହାଣପଟ କ୍ଷେତ୍ର, ଧଳାରେ ପୂରଣ ହୋଇଯାଏ, ଯାହା ଗ୍ରେଡିଏଣ୍ଟର ଅନ୍ୟ ପାର୍ଶ୍ୱ ଅଟେ
12:26 ଏବଂ ଧଳା ଓ କଳାର ମଧ୍ୟ ଭାଗରେ ଗ୍ରେର ବିଭିନ୍ନ ଶୃଙ୍ଖଳା ଅଛି, ଯାହାକୁ Gradient କୁହାଯାଏ
12:38 ମୁଁ ଦୀର୍ଘ ଗ୍ରେଡିଏଣ୍ଟ କିମ୍ୱା କ୍ଷୁଦ୍ର ଗ୍ରେଡିଏଣ୍ଟ ତିଆରି କରିପାରେ
12:44 ଏଠାରେ ବିଭିନ୍ନ Gradient Tools ଅଛି. ମୁଁ କେବଳ ଏଠାରେ ଥିବା କଳା ଓ ଧଳା ସହିତ ରହିବି
12:56 ଆଉ ସେଥିରେ ଅନେକ ବିକଳ୍ପମାନ ଅଛି, ଯେପରି Radial, ଯେଉଁଠାରେ ଆପଣ ବୃତ୍ତ କରିପାରିବେ
13:04 ଆହୁରି ଅନେକ ଅପ୍ସନ୍ସ ଅଛି, ଯାହାକୁ ଆପଣ ବ୍ୟବହାର କରିପାରିବେ
13:10 ଏହି ଟୂଲ୍ ର ଅପ୍ସନଗୁଡ଼ିକ ଜାଣିବାଯୋଗ୍ୟ
13:15 ତେଣୁ, ମୁଁ ଶେପ୍ କୁ Linearରେ ସେଟ୍ କରି ଏଠାରେ ଥିବା ସ୍କ୍ରାପ୍ ଲେୟର୍ କୁ ଡିଲିଟ୍ କରିଦେଲି
13:25 ଏବେ, ମୁଁ ଏଠାରେ ଥିବା Sky Layer ଉପରେ କାମ କରୁଛି. ଇମେଜକୁ ପାରଦର୍ଶୀ କରିବାଠାରୁ ଆରମ୍ଭ କରି ଦୃଶ୍ୟମାନ କରିବା ପର୍ଯ୍ୟନ୍ତ କଳାରୁ ଧଳା ଗ୍ରେଡିଏଣ୍ଟ ସେଟ୍ କରାଯାଇଛି. ମୁଁ, ଲେୟର୍ ଡାୟଲଗ୍ କୁ ଫେରିଯାଇ ଦେଖିବି ଯେ, ଲେୟର୍ କୁ ସକ୍ରିୟ କରିଛି କି ନାହିଁ, କାରଣ ମୁଁ ମୂଳ ଇମେଜକୁ ପେଣ୍ଟ କରିବାକୁ ଚାହୁଁନାହିଁ
13:54 ମୁଁ Layer Mask ପେଣ୍ଟ କରିବାକୁ ଚାହୁଁଛି
13:59 ଆଉ ଇମେଜକୁ ଯୂମ୍ କରିବା ପାଇଁ Zoom Tool ସିଲେକ୍ଟ କଲି
14:04 ଏହା ପାଇଁ ଟିକେ ଅଭ୍ୟାସ ଦରକାର
14:14 ମୁଁ, ଏହିଠାରୁ ଆରମ୍ଭ କରି ଏହିଠାରେ ସାରିବି
14:20 ଗ୍ରେଡିଏଣ୍ଟକୁ ସିଧା ରଖିବାକୁ ମୁଁ ଚାହୁଁଛି, କାରଣ ଏହିଭଳି ଗ୍ରେଡିଏଣ୍ଟକୁ ରଖିଲେ, ଏପରି ଏକ ଇମେଜ୍ ମିଳିବ, ଯାହା ମୁଁ ଚାହୁଁନାହିଁ
14:32 ପଦାଙ୍କକୁ Undo କରିବା ପାଇଁ Ctrl+Z ଦାବନ୍ତୁ
14:37 Ctrl କୀକୁ ଦାବି ଏଠାରେ ସ୍ଲାଇଡର୍ ର ଚଳନକୁ ମୁଁ 5 ଡିଗ୍ରୀରେ ସୀମିତ କଲି
14:49 ମୁଁ, ଏହିଠାରୁ ତିଆରି ଆରମ୍ଭ କରି ଏହି ବିନ୍ଦୁ ପର୍ଯ୍ୟନ୍ତ ନେବି
14:58 ଯେତେବେଳେ ଆପଣ ପୂର୍ଣ୍ଣ ଇମେଜକୁ ଯିବେ, ମୋର ଗ୍ରେଡିଏଣ୍ଟକୁ ଦେଖିବାକୁ ପାଇବେ
15:06 ଆଉ ଯେତେବେଳେ ମୁଁ ଅନ୍ୟ ଲେୟରଗୁଡ଼ିକୁ ବନ୍ଦ କରିଦିଏ, ଇମେଜର କେବଳ ଉପର ଭାଗଟି ଲେୟରର ଉପରେ ଓ ଅନ୍ୟଗୁଡ଼ିକ ବ୍ୟାକଗ୍ରାଉଣ୍ଡରେ ଦେଖାଦିଏ
15:23 କିନ୍ତୁ, ମୁଁ ଭାବୁଛି ଏହା ସେତେ ଠୋସ୍ ନୁହେଁ
15:27 ଏହା ଟିକିଏ କୃତ୍ରିମ ପରି ଦେଖାଯାଉଛି. ତେଣୁ, ମୁଁ ଏବେ ଆକାଶକୁ ଆଉ ଟିକିଏ ଉଜ୍ଜ୍ୱଳ କରିବି
15:34 ତାହା କରିବା ପାଇଁ, ପ୍ରଥମେ ମୋତେ Layer Maskକୁ ଡିଆକ୍ଟିଭେଟ୍ କରି କାମ କରିବା ପାଇଁ Layerକୁ ହିଁ ଆକ୍ଟିଭେଟ୍ କରିବାକୁ ହେବ. ଅନ୍ୟଥା, ମୋତେ Layer Mask ଉପରେ Curves Tool ବ୍ୟବହାର କରିବାକୁ ହେବ
15:48 ଲେୟର୍ ଚାରିପଟେ ଧଳା ଫ୍ରେମ୍ ଦ୍ୱାରା ଲେୟର୍ ର ସକ୍ରିୟ ଭାଗକୁ ଆପଣ ସର୍ବଦା ଚିହ୍ନଟ କରିପାରିବେ
15:56 ତେଣୁ, ତାହାକୁ ଏଠାରେ ଦେଖିବା
15:59 ଏବେ ଆମେ ଆକାଶକୁ ଉଜ୍ଜ୍ୱଳମୟ କରିବା. ମୁଁ ଏହାକୁ ଉପରକୁ ଟାଣୁଛି
16:12 ମୁଁ ଭାବୁଛି ଏହା ଏବେ ଠୋସ୍ ଦେଖାଗଲା, କାରଣ ଆକାଶ ଉଜ୍ଜ୍ୱଳ ଅଛି ଏବଂ ସମୁଦ୍ର ଓ ଆକାଶ ମଧ୍ୟର ବର୍ଡର୍ ଉଭାନ୍ ହୋଇଯାଇଛି
16:29 ମୁଁ ଭାବୁଛି ଏହା କାମ କରିବ
16:32 Sky Layer ଓ ତା’ ତଳେ ଥିବା ଲେୟରଗୁଡ଼ିକୁ ବନ୍ଦ କରି ଚାଲନ୍ତୁ ଇମେଜକୁ ତୁଳନା କରିବା
16:42 ଆପଣ ପାର୍ଥକ୍ୟ ଦେଖିପାରିବେ
16:46 ଏହା ହେଉଛି ମୂଳ ଇମେଜ୍
16:50 ଏହି ଲେୟର୍ ହେଉଛି ନୂଆ ଆକାଶ ଓ ତଳେ ନୂଆ ଭୂମି ଅଛି
16:57 ଭୂମିରେ ଆଉ ଟିକିଏ କଣ୍ଟ୍ରାଷ୍ଟ ଦରକାର ହେବ ବୋଲି ଭାବୁଛି, ହେଲେ ମୁଁ ନିଶ୍ଚିତ ନୁହେଁ, ତେଣୁ ମୋତେ ଏହାକୁ ଦେଖିବାକୁ ପଡ଼ିବ
17:07 Land Layer ଉପରେ ଡବଲ୍ କ୍ଲିକ୍ କରି Overlay ମୋଡ୍ ଚୟନ କରନ୍ତୁ, ଯାହା ଆପଣଙ୍କୁ ଆଉ ଟିକିଏ ଅଧିକ କଣ୍ଟ୍ରାଷ୍ଟ ଦେବ. କିନ୍ତୁ, ଏହା ନିଶ୍ଚିତ ଭାବେ ବହୁତ ଅଧିକ. ତେଣୁ, ମୁଁ Opacityକୁ କମାଇବି
17:25 ଏହା ଭଲ ଦେଖାଯାଉଛି ନା ନାହିଁ?? ମୁଁ ଭାବୁଛି, ଏହା ବହୁତ ବଢ଼ିଆ ହେଲା
17:33 ଏବେ ମୋ ପାଖରେ ଚାରୋଟି ଲେୟର୍ସ ଅଛି
17:36 Background, ମୂଳ ଇମେଜ୍, ଯାହା ଏବେ ଆଉ ଦରକାର ନାହିଁ, Land Layer, ଗୋଟିଏ Land Copy ତଥା Layer Mask ସହିତ Sky
17:50 ଆଉ ମୁଁ ଏଠାରେ, ଇମେଜ୍ ସୂଚନାକୁ ନହରାଇ, ସମସ୍ତ ଭାଲ୍ୟୁ ବଦଳାଇପାରିବି
17:58 Layers ବ୍ୟବହାର କରିବାର ଏହା ହେଉଛି ସବୁଠାରୁ ବଡ଼ ସୁବିଧା
18:03 ଏବେ, ଶେଷ ଭାଗ Cropping: ନର୍ମନ୍, ଏହାକୁ 7:5 ଅନୁପାତରେ କ୍ରପ୍ କରିବାକୁ ଚାହିଁଛନ୍ତି, କାରଣ ତାଙ୍କ ପ୍ରିଣ୍ଟର୍ 7/5 ଇଞ୍ଚର କାଗଜ ବ୍ୟବହାର କରେ
18:18 ତେଣୁ, ଚାଲନ୍ତୁ ସେପରି କରିବା. 7:5, ଏକ Fixed Aspect Ratio
18:27 କେଉଁଠାରେ କ୍ରପ୍ କରିବା?? ଏହି ଇମେଜକୁ ନର୍ମନ୍ କେଉଁଠାରେ କ୍ରପ୍ କରିଥିଲେ, ମୁଁ ଭୁଲିଯାଇଛି
18:34 ତେଣୁ, ଚାଲନ୍ତୁ ଏଠାରେ ଦେଖିବା
18:36 ମୁଁ ଭାବୁଛି, ଗଛକୁ ମିଶାଇବା ଉଚିତ ଓ ଶୁଖିଲା ଘାସକୁ ମିଶାଇବା ଉଚିତ
18:43 ତେଣୁ, ମୁଁ, ଏଠାରୁ, ଡାହାଣ କୋଣରୁ ଆରମ୍ଭ କରି Crop Toolକୁ ଉପରକୁ ଭିଡ଼ିବି
18:58 ଏହା କେବଳ ଟେଷ୍ଟର କଥା, ପମ୍ପିଙ୍ଗ୍ ସହିତ ଏହାର କୌଣସି କାରବାର ନାହିଁ, ଜଣେ ଶିଖିପାରିବ
19:06 ସେଥିରେ Rule of Thirds ଅଛି,
19:08 ଏହାକୁ ମୁଁ ଭିତରେ ରଖୁଛି
19:13 ଏଠାରେ ଦେଖନ୍ତୁ, ଗୀର୍ଜା ଘରର ସାମ୍ନା ପଟ, ଏବେ ଗୋଟିଏ ଆଗ୍ରହର ବିନ୍ଦୁ ଅଟେ
19:20 ଏଠାରେ, ଅତ୍ୟନ୍ତ କଳାତ୍ମକ Golden Section ଅଛି ଏବଂ ଏହା ସାହାଯ୍ୟକାରୀ ହୋଇପାରେ, କିନ୍ତୁ ମୁଁ ଭାବୁଛି କେବଳ ଆପଣଙ୍କ ଆଖି ହିଁ ବହୁତ ଭଲ ହେବ
19:33 ମୁଁ ଭାବୁଛି ଏହା କାମ କରିବ
19:37 ମୁଁ ଏହି ଇମେଜକୁ JPEG ଇମେଜ୍ ଭାବରେ ସେଭ୍ କରିବାକୁ ଚାହୁଁଛି
19:42 ଆଉ ତାହା ପୂର୍ବରୁ, ମୋତେ ଏହାକୁ ଆଉ ଟିକିଏ ଶାର୍ପେନ୍ କରିବାକୁ ହେବ
19:47 ମୋର ସମସ୍ତ ବିନ୍ୟାସ କରିବା ପୂର୍ବରୁ ଦେଖାଯାଉଥିବା ଶାର୍ପେନିଙ୍ଗ୍ ର ଚିହ୍ନ ଚାଲିଯାଇଛି
19:55 Hallows ଦେଖିବା ପାଇଁ ଧଳା ରେଖାଗୁଡ଼ିକ ଦୃଶ୍ୟମାନ ହେଉଛି
20:00 ମୁଁ ଭାବୁଛି, ଏଥରକ ମଧ୍ୟ ମୁଁ Filters, Enhance, Sharpen ମୋଡ୍ ବ୍ୟବହାର କରିବି
20:16 ଏହିଟି ସାଧାରଣତଃ ଏକ ଅନ୍-ଶାର୍ପଡ୍ ମାସ୍କ ଅଟେ, କିଛି ଷ୍ଟାଣ୍ଡାର୍ଡ ଭାଲ୍ୟୁଜ୍ ପ୍ରି-ସେଟ୍ ସହିତ ଶାର୍ପେନିଙ୍ଗ୍ କରନ୍ତୁ
20:24 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ମୁଁ ଅନ୍-ଶାର୍ପଡ୍ ମାସ୍କ କଭର୍ କରିବି
20:30 ମୁଁ ତାହାକୁ କେବେବି ବ୍ୟବହାର କରିନି, ଆଉ ସେଥିପାଇଁ ମୋତେ ନିଜେ ଏହାକୁ ଶିଖିବାକୁ ହେବ
20:37 ଯେଉଁଥିରୁ ମୁଁ ତାହା ବିଷୟରେ କିଛି କହିପାରିବି
20:44 ମୁଁ ଭାବୁଛି ଏହା ଏଠାରେ କାମ କରିବ
20:50 ମୁଁ ଏବେ ଇମେଜକୁ ସେଭ୍ କରିପାରିବି
21:02 ମୁଁ କିଛି କୌତୁକିଆ ଜିନିଷ ଆଜି ଟାଇପ୍ କରୁଛି
21:10 ଠିକ୍ ଅଛି. ମୁଁ ଜାଣିଛି ଯେ, ବହୁବିଧ ଲେୟର୍ସ ସହିତ JPEG ଇମେଜକୁ ହ୍ୟାଣ୍ଡଲ୍ କରିପାରିବ ନାହିଁ, ତେଣୁ ଇମେଜକୁ ଏବେ ଏକ୍ସପୋର୍ଟ କରାଗଲା ଏବଂ ସମସ୍ତ ଲେୟର୍ ସୂଚନା ହଜିଗଲା
21:22 ଆଉ GIMP କେବଳ ଏକ ସତର୍କ ସୂଚନା ଦିଏ
21:26 ମୁଁ ଭାବୁଛି 85% କ୍ୱାଲିଟୀ ଭଲ ଅଛି
21:31 ଫାଇଲ୍ ସାଇଜ୍ ଓ ଇମେଜ୍ କ୍ୱାଲିଟୀ ମଧ୍ୟରେ ସଠିକ୍ ତାଳମେଳ
21:39 ଆଉ ଏବେ, ମୁଁ ମୋର ଇମେଜ୍ ଶାର୍ପେନିଙ୍ଗ୍ ଓ ରିସାଇଜିଙ୍ଗ୍ କରି ଏପରି କିଛି କରିବାକୁ ଫେରିପାରିବି, ଯାହାକୁ ମୁଁ ଶୋ’ ନୋଟ୍ସ ପାଇଁ ମୋ ବ୍ଲଗ୍ ରେ ରଖିପାରିବି
21:55 Image >> Scale Imageକୁ ଯାଇ Widthକୁ 600 pixels କରନ୍ତୁ
22:08 ତାହାକୁ Scale କରନ୍ତୁ
22:11 ଆଉ ଏବେ, ମୁଁ ଏହାକୁ ପୁଣିଥରେ ଶାର୍ପେନ୍ କରିବି. ଆପଣ, ଇମେଜ୍ ସହିତ କରିଥିବା କାମଗୁଡ଼ିକର ଶୃଙ୍ଖଳାରେ ଶାର୍ପେନିଙ୍ଗ୍ ଶେଷ ପଦାଙ୍କ ହେବା ଉଚିତ
22:23 ଏହା ପ୍ରକୃତରେ ଶେଷ ପଦାଙ୍କ
22:33 ଆଲଗୋରିଦମ୍ ସଠିକ୍ ଭାବେ କାମ କରିବ, କେବଳ ଯଦି ଆପଣ ତାହାପରେ ଆଉକିଛି ବଦଳାଇବେ ନାହିଁ
22:39 କୌଣସି ରିସାଇଜିଙ୍ଗ୍ ମଧ୍ୟ ନୁହେଁ
22:41 ଚାଲନ୍ତୁ ଏହାକୁ ଦେଖିବା
22:47 ମୁଁ ଭାବୁଛି ମୁଁ ଆଉ ଟିକିଏ ରଖିପାରିବି
22:52 ସମ ପରିମାଣରେ ସାଧାରଣତଃ ଶେଷ ହୁଏ
22:57 ମୁଁ ଏବେ ଏହି ଇମେଜ୍ ସହିତ ଖୁସି. ମୁଁ ଏହାକୁ ". (ଡଟ୍) 600" ଭାବରେ ସେଭ୍ କରିବି, ଯେଉଁଥିରୁ ଜାଣିପାରିବେ ଯେ, ପରେ ବ୍ଲଗ୍ ରେ କେଉଁ ଇମେଜକୁ ରଖାଯିବ
23:20 ଚାଲନ୍ତୁ, 2ଯାକ ଇମେଜକୁ ତୁଳନା କରିବା
23:23 ଏହି ଗୋଟିକ ନର୍ମନ୍ ତିଆରି କରିଥିଲେ, ଆଉ ଏହି ଗୋଟିକ ମୁଁ ତିଆରି କରିଛି
23:30 ମୋର ଆକାଶଟି ନିଶ୍ଚିତ ଭାବେ ଭଲ ଏବଂ ମୁଁ ଭାବୁଛି, ସମୁଦ୍ର ଓ ଗୀର୍ଜାଘର ସହିତ ନର୍ମନ୍ ଭଲ କାମ କରିଛନ୍ତି
23:40 ଆଉ ଏହାର ସମ୍ମିଶ୍ରଣ ପ୍ରକୃତରେ ଏକ ଉତ୍ତମ ଛବି ଦେବ
23:47 ଏଠାରେ ବୋଧହୁଏ ମୁଁ ଟିକିଏ ଅଧିକ ଉଜ୍ଜ୍ୱଳ କରିଦେଇଛି
23:54 ଠିକ୍ ଅଛି, ଏଠାରେ ମୁଁ ସହଜ ମାର୍ଗରେ ସମୁଦ୍ର ଲେୟର୍ କୁ ଫିକ୍ସ କରିବାକୁ ଫେରିଆସିଛି
24:00 Background Layer ଉପରେ ମୂଳର ମୁଁ ଏକ କପୀ ତିଆରି କରିବି
24:06 ଏହାକୁ ରିନେମ୍ କରି Sea ଦେବି
24:10 ଏବେ, ଏହାକୁ Land କପୀ ଉପରକୁ ଓ sky ତଳକୁ ଟାଣି ଆଣନ୍ତୁ
24:16 ଦେଖନ୍ତୁ, ଏହାଦ୍ୱାରା Sky Layer ରେ କୌଣସି ପରିବର୍ତ୍ତନ ହୋଇନି, କେବଳ ଭୂମିରେ ପରିବର୍ତ୍ତନ ହୋଇଛି
24:25 କିନ୍ତୁ, ମୁଁ ତାକୁ ଲୁଚାଇଦେବି
24:27 ତାହା କରିବା ପାଇଁ, ମୁଁ ଗୋଟିଏ ଲେୟାର୍ ମାସ୍କ ଯୋଡୁଛି
24:31 ରାଇଟ୍ କ୍ଲିକ୍, Add Layer Mask ଏବଂ Grayscale Copy of the Layer ନିଅନ୍ତୁ
24:40 ଏବେ ଏଠାରେ ଆପଣ ଭୂମିକୁ ଦେଖିପାରିବେ, ଏହା ଉଜ୍ଜ୍ୱଳ ହୋଇଯାଇଛି
24:45 ଏହା ସେପରି ନୁହେଁ ଯେପରି ଏଠାରେ ଥିଲା, ମାତ୍ର ଆପଣ ପାଣିରେ ବଡ଼ ପରିବର୍ତ୍ତନ ଦେଖିପାରିବେ
24:54 ଏବେ ଚାଲନ୍ତୁ, ଏଠାରେ ଥିବା ଲେୟର୍ ମାସ୍କ ଉପରେ ଟିକିଏ କାମ କରିବା
24:58 Show Layer Mask ଉପରେ କ୍ଲିକ୍ କରନ୍ତୁ
25:01 ଆପଣ ତାହାକୁ ଏଠାରେ ଦେଖିପାରିବେ ଏବଂ Skyକୁ ଅଫ୍ କରିଦିଅନ୍ତୁ
25:05 ମୁଁ ଏବେ Curves Tool ସିଲେକ୍ଟ କରିବି ଏବଂ ଭୂମି ଯେପରି ଗାଢ ହେବ, ସେହି ମାର୍ଗରେ Curvesକୁ ଆଡଜଷ୍ଟ କରିବି
25:17 ଆଉ ସମୁଦ୍ର ଓ ଆକାଶ ଉଜ୍ଜ୍ୱଳ ହେଲା
25:29 ଚାଲନ୍ତୁ ଇମେଜକୁ ଦେଖିବା
25:33 Show Layer Maskକୁ ଅନ୍-କ୍ଲିକ୍ କରନ୍ତୁ
25:39 ବର୍ତ୍ତମାନ ଦେଖନ୍ତୁ, ପାଖାପାଖି କୌଣସି ପାର୍ଥକ୍ୟ ବିନା ଭୂମିଟି ବହୁତ ସୁନ୍ଦର ଦେଖାଗଲା ଓ ସମୁଦ୍ର ମଧ୍ୟ ଭଲ ଦେଖାଯାଉଛି
25:51 ମୁଁ ଯେତେବେଳେ Sea ଲେୟର୍ ସିଲେକ୍ଟ କରେ, ଦେଖନ୍ତୁ ସମୁଦ୍ରଟି ଭଲ ଦେଖାଗଲା
25:59 ଏବେ ମୁଁ, Curves Tool ବ୍ୟବହାର କରି ଇମେଜରେ ଭାଲ୍ୟୁଗୁଡ଼ିକୁ ବଦଳାଇବି
26:09 ଆଉ ମୁଁ ଭାବୁଛି, ମୋତେ ସମୁଦ୍ରରେ
26:16 ଆଉ ଟିକିଏ କଣ୍ଟ୍ରାଷ୍ଟ ଦେବା ଉଚିତ ହେବ
26:24 ଯେପରି ଏଠାରେ ଅଛି
26:31 ଇମେଜରେ ଏଠାରେ ଥିବା ଗଡ଼ାଣିଆଠାରେ ଅଧିକ କଣ୍ଟ୍ରାଷ୍ଟ ଅଛି
26:37 ହିଷ୍ଟୋଗ୍ରାମର ଏହି ଭାଗ ସମୁଦ୍ର ଥିଲା
26:41 ତେଣୁ, ଏଠାରେ ମୋତେ ବହୁତ କଣ୍ଟ୍ରାଷ୍ଟ ମିଳେ
26:49 ଆଉ କର୍ଭକୁ ଟିକିଏ ଟଣା ଓଟରା କରନ୍ତୁ, ଯେପର୍ଯ୍ୟନ୍ତ ଏହା ଫିଟ୍ ନହୋଇଯାଇଛି
26:56 ମୁଁ ଏହାକୁ ପୂର୍ବରୁ କେବେ କରିନାହିଁ; ତେଣୁ ଏଠାରେ ମୋତେ ଟିକିଏ ପରୀକ୍ଷଣ କରିବାକୁ ହେବ
27:10 ମୁଁ ଭାବୁଛି, ମୋ ପାଖରେ ପୂର୍ବରୁ ଯାହା ଥିଲା, ଏହି ମାର୍ଗ ତାହାଠାରୁ ବହୁତ ଭଲ
27:17 ଏବେ ଚାଲନ୍ତୁ, ଏଠାକାର ପଥର ଓ ସମୁଦ୍ର ମଝିରେ ଥିବା ବର୍ଡର୍ ଉପରେ ନଜର ପକାଇବା
27:24 ସେଠାରେ ପୂର୍ବରୁ ଏକ ବଡ଼ ସମସ୍ୟା ଥିଲା
27:28 ତେଣୁ, ଏଥରକ ମୋତେ Hallows ପ୍ରାୟ ଦେଖାଯାଉନାହିଁ
27:34 ଆଉ ଯେତେବେଳେ ମୁଁ ଏଠାରେ, ଏହା ଉପରେ ଯୂମ୍ କରେ,
27:41 ଆପଣ, Hallow ପରି କିଛି ଦେଖିପାରିବେ, କିନ୍ତୁ ତାହା କେବଳ ସମୁଦ୍ର ତଟରେ ଢେଉ ମାତ୍ର
27:51 ସେଠାରେ କୌଣସି Hallow ନାହିଁ
27:56 ମୋର ପ୍ରଥମ ଚେଷ୍ଟାରେ ମୁଁ ଭୂମି, ସମୁଦ୍ର ଓ ଆକାଶ ମଧ୍ୟରେ ଟିକିଏ ଅଧିକ ପ୍ରଭେଦ ଆଣିବାକୁ ଚେଷ୍ଟା କରିଥିଲି
28:05 ମୁଁ ତାହାକୁ ଟିକିଏ ଅଧିକ କରିଦେଲି
28:08 କିନ୍ତୁ ଏଠାରେ ଥିବା ଏହି ମାର୍ଗରେ, ମୁଁ ଭାବୁଛି, ଏହା ଭଲ ଭାବରେ କାମ କରେ. ତେବେ, ଆଉକିଛି କରିବା ବାକି ରହିଗଲା କି?
28:18 ଅଧିକ ସୂଚନା http://meetthegimp.orgରେ ଉପଲବ୍ଧ
28:25 ଯଦି ଆପଣ ମତାମତ ଦେବାକୁ ଚାହାଁନ୍ତି, ତେବେ info@meetthegimp.orgକୁ ଲେଖନ୍ତୁ
28:35 ବିଦାୟ ଓ ଆଶା କରୁଛି ଆଗାମୀ ଥର ଦେଖାହେବ
28:41 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି.

Contributors and Content Editors

PoojaMoolya, Pradeep