GChemPaint/C3/Features-of-GChem3D/Oriya

From Script | Spoken-Tutorial
Jump to: navigation, search
Time Narration
00:01 ନମସ୍କାର, Features of GChem3D ର ଏହି ଟ୍ୟୁଟୋରିଆଲ୍ ରେ ଆପଣଙ୍କୁ ସ୍ୱାଗତ
00:07 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା
00:10 ମେନ୍ୟୁବାର୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
00:13 ଅନେକ ପ୍ରକାରର ମଡେଲ୍ ଟାଇପ୍ସ ଏବଂ
00:15 ବ୍ୟାକ୍ ଗ୍ରାଉଣ୍ଡ୍ କଲର୍ ବଦଳାଇବା
00:18 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ OS ଭର୍ସନ୍ 12.04
00:24 GChemPaint ଭର୍ସନ୍ 0.12.10 ଓ
00:29 GChem3D ଭର୍ସନ୍ 0.12.10
00:34 ଏହି ଟ୍ୟୁଟୋରିଆଲ୍ ଅନୁସରଣ ପାଇଁ ଆପଣ GChemPaint ସହ ପରିଚିତ ଥିବା ଉଚିତ୍
00:38 ଯଦି ନାହାନ୍ତି, ତେବେ ସମ୍ବନ୍ଧିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବ୍ ସାଇଟ୍ ଦେଖନ୍ତୁ
00:44 ମୁଁ ଏକ ନୂଆ GChemPaint ୱିଣ୍ଡୋ ଖୋଲିଛି
00:47 ଟେମ୍ପଲେଟ୍ସ ଡ୍ରପ୍ ଡାଉନ୍ ବ୍ୟବହାର କରି,
00:49 ମୁଁ ଡିସପ୍ଲେ ଏରିଆରେ Adenosine (ଏଡେନୋସିନ୍) ଷ୍ଟ୍ରକଚରକୁ ଲୋଡ୍ କରିବି
00:53 ଫାଇଲ୍ କୁ ସେଭ୍ କରିବା ପାଇଁ, ଟୁଲବାର ରେ ଥିବା ସେଭ୍ ଆଇକନ୍ ଉପରେ କ୍ଲିକ୍ କରନ୍ତୁ
00:58 Save as ଡାଇଲଗ୍ ବକ୍ସ ଖୋଲିବ
01:02 ଫାଇଲ୍ କୁ GChem3D ରେ ଦେଖିବା ପାଇଁ, ଏହାକୁ .mol, .mdl ଓ .pdb ଫାଇଲ୍ ଫର୍ମାଟ୍ ରେ ସେଭ୍ କରିବାକୁ ପଡିଥାଏ
01:11 ଫାଇଲ୍ ର ନାମ ଭାବରେ Adenosine.pdb ଟାଇପ୍ କରନ୍ତୁ
01:15 ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ ଡେକ୍ସଟପ୍ ଉପରେ କ୍ଲିକ୍ କରନ୍ତୁ
01:18 ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
01:21 ମୁଁ GChemPaint ୱିଣ୍ଡୋ ବନ୍ଦ କରିବି
01:25 ଏବେ GChem3D ଆପ୍ଲିକେସନ୍ ବାବଦରେ ଶିଖିବା
01:29 'Gchem3D'କୁ, 'GchemPaint' ର ୟୁଟିଲିଟି ସଫ୍ଟୱେର୍ ଭଳି Synaptic Package Manager ବ୍ୟବହାର କରି ଇନଷ୍ଟଲ୍ କରାଯାଇପାରିବ
01:38 'Synaptic Package Manager' କୁ ଯାଆନ୍ତୁ
01:40 'Quick Filter' ବକ୍ସରେ 'gchempaint' ଟାଇପ୍ କରନ୍ତୁ
01:44 GChemPaint ୟୁଟିଲିଟିଜ୍ର ସଂପୂର୍ଣ୍ଣ ଇନଷ୍ଟଲେଶନ୍ ପାଇଁ 'gcu-plugin', 'libgcu-dbg' ଓ 'gcu-bin' ଇନଷ୍ଟଲ୍ କରନ୍ତୁ
01:55 ମୁଁ ପୂର୍ବରୁ ହିଁ ସମସ୍ତ ଫାଇଲ୍ ଇନଷ୍ଟଲ୍ କରିସାରିଥିଲି
01:59 GChem3d ହେଉଛି 3 ଡାଇମେନ୍ସନାଲ୍ ମଲିକ୍ୟୁଲାର୍ ଷ୍ଟ୍ରକ୍ଚର୍ ଭିଜୁଆଲାଇଜର୍
02:04 ଏହା GChemPaint ର ୟୁଟିଲିଟି ଫିଚର୍ ଅଟେ
02:07 GChemPaint ରେ ତିଆରି ହୋଇଥିବା ଷ୍ଟ୍ରକଚର୍ GChem3D ରେ ଦେଖାଯାଇ ପାରିବ
02:12 GChem3D ଖୋଲିବା ପାଇଁ, ଡାଶ୍ ହୋମ୍ ଉପରେ କ୍ଲିକ୍ କରନ୍ତୁ
02:15 ପ୍ରଦର୍ଶିତ ସର୍ଚ ବାର୍ ରେ, gchem3d ଟାଇପ୍ କରନ୍ତୁ
02:20 Molecules viewer ଆଇକନ୍ ଉପରେ କ୍ଲିକ୍ କରନ୍ତୁ
02:24 GChem3d Viewer ୱିଣ୍ଡୋରେ, ମେନ୍ୟୁବାର୍ ଓ ଡିସପ୍ଲେ ଏରିଆ ଅଛି
02:30 ମେନ୍ୟୁବାର୍ ରେ ସେହିସବୁ କମାଣ୍ଡସ୍ ଅଛି, ଯାହା ଆପଣଙ୍କୁ GChem3D ରେ କାମ କରିବା ପାଇଁ ଦରକାର
02:36 ଡିସପ୍ଲେ ଏରିଆ, ଖୋଲା ଥିବା ଫାଇଲ୍ ର ବିଷୟବସ୍ତୁ ପ୍ରଦର୍ଶିତ କରିଥାଏ
02:40 ଫାଇଲ୍ ଖୋଲିବା ପାଇଁ File ସିଲେକ୍ଟ କରି Open ରେ କ୍ଲିକ୍ କରନ୍ତୁ
02:46 Open ଡାଇଲଗ୍ ବକ୍ସ ଖୋଲିବ
02:49 ଆପଣ ଖୋଲିବାକୁ ଚାହୁଁଥିବା ଫାଇଲ୍ ସିଲେକ୍ଟ କରନ୍ତୁ
02:52 ମୁଁ ମୋ ଡେସ୍କଟପ୍ ରେ ଥିବା Adenosine.pdb ସିଲେକ୍ଟ କରିବି
02:57 Open ବଟନ୍ ଉପରେ କ୍ଲିକ୍ କରନ୍ତୁ
02:59 Display area ରେ ଫାଇଲ୍ ପ୍ରଦର୍ଶିତ ହୋଇଛି
03:02 ଏବେ ଦୃଶ୍ୟକୁ ଇମେଜ୍ ଭାବରେ ସେଭ୍ କରିବା ଶିଖନ୍ତୁ
03:05 ଫାଇଲ୍ ଉପରେ କ୍ଲିକ୍ କରି 'Save as image' କୁ ଯାଆନ୍ତୁ
03:10 'Save as image' ଡାଇଲଗ୍ ବକ୍ସ ଖୋଲିବ
03:12 ତଳେ ଥିବା 'Width' ଓ 'Height' ପାରାମିଟର୍ ଉପରେ ଧ୍ୟାନ ଦିଅନ୍ତୁ
03:17 ଡିଫଲ୍ଟ ଇମେଜ୍ ସାଇଜ୍ ରେ, Width '300 pixels' ଓ Height '300 pixels' ଅଛି
03:24 ଆପଣ scrollers ବ୍ୟବହାର କରି ଭ୍ୟାଲ୍ୟୁକୁ ବଢ଼ାଇ କିମ୍ବା କମାଇ ପାରିବେ
03:29 ଏବେ ଫାଇଲ୍ ଟାଇପ୍ ବିକଳ୍ପରେ
03:31 GChem3D ଅନେକ ଫାଇଲ୍ ଫର୍ମାଟ୍ କୁ ସପୋର୍ଟ କରିଥାଏ
03:35 ଫାଇଲ୍ ଟାଇପ୍, ଯେପରି 'VRML, PDF, PNG' ଇତ୍ୟାଦି ଡ୍ରପ୍ ଡାଉନ୍ ସୂଚୀରେ ଉପଲବ୍ଧ ଅଛି
03:45 ଯଦି ଫାଇଲ୍ ର ପ୍ରକାର ସ୍ପଷ୍ଟ କରାନଯାଏ, ତେବେ GChem3d ଫାଇଲ୍ ନାମରୁ ଫାଇଲ୍ ର ପ୍ରକାରକୁ ନିର୍ଦ୍ଧାରିତ କରିବା ପାଇଁ ଚେଷ୍ଟା କରେ
03:52 ଯଦି ଏହା ସଫଳ ହୁଏ ନାହିଁ, ତେବେ ଡିଫଲ୍ଟ ଫାଇଲ୍ ଟାଇପ୍ ରେ VRML ବ୍ୟବହାର କରାଯିବ
03:58 ଏବେ ଷ୍ଟ୍ରକଚରକୁ VRML ଫାଇଲ୍ ଫର୍ମାଟ୍ ରେ ସେଭ୍ କରନ୍ତୁ
04:03 VRML document ବିକଳ୍ପ ସିଲେକ୍ଟ କରନ୍ତୁ
04:07 ଫାଇଲ୍ ର ନାମ Adenosine ଟାଇପ୍ କରନ୍ତୁ
04:11 ଡେସ୍କଟପ୍ ରେ ଫାଇଲ୍ ସେଭ୍ କରିବା ପାଇଁ, ଡେସ୍କଟପ୍ ଉପରେ କ୍ଲିକ୍ କରନ୍ତୁ
04:14 ସେଭ୍ ବଟନ୍ ଉପରେ କ୍ଲିକ୍ କରନ୍ତୁ
04:17 ଏବେ ଆମେ ଶିଖିବା ଯେ, ବାସ୍ତବରେ VRML File type କ’ଣ
04:22 VRML ହେଉଛି, '.wrl' ଏକ୍ସଟେନ୍ସନ୍ ଥିବା ଏକ ଟେକ୍ସଟ୍ ଫାଇଲ୍ ଫର୍ମାଟ୍
04:28 3D ପଲିଗନ୍ ପ୍ରପର୍ଟିଜ୍, ଯେପରି 'vertices', 'edges', 'surface color' ଉଲ୍ଲିଖିତ କରାଯାଇପାରିବ
04:35 VRML ଫାଇଲ୍ସ ପ୍ଲେନ୍ ଟେକ୍ସଟ୍ ଅଟେ, ଯାହା gzip ରେ କମ୍ପ୍ରେସ୍ ହୋଇଥାଏ
04:40 3D ମଡେଲିଂ ପ୍ରୋଗ୍ରାମ୍ସ, ଅବଜେକ୍ଟ ଓ ସିନ୍ସକୁ ଏଥିରେ ସେଭ୍ କରିଥାଏ
04:45 ଏବେ ସେଭ୍ ହୋଇଥିବା ଫାଇଲ୍ ଖୋଲନ୍ତୁ
04:48 Adenosine.wrl ଉପରେ ରାଇଟ୍ କ୍ଲିକ୍ କରନ୍ତୁ, Open with Text Editor ବିକଳ୍ପ ବାଛନ୍ତୁ
04:55 ଟେକ୍ସଟ୍ ଏଡିଟର୍, ଷ୍ଟ୍ରକଚର୍ ବାବଦରେ ସମସ୍ତ ବିବରଣୀ ଦର୍ଶାଇଥାଏ
05:01 ଏବେ 'Page setup' କୁ ଯିବା
05:04 GChem3d ପ୍ରିଣ୍ଟିଙ୍ଗ୍ ସମୟରେ '300 dpi' ରେଜୋଲ୍ୟୁସନ୍ ବ୍ୟବହାର କରିଥାଏ
05:09 Page Setup ପ୍ରପର୍ଟିଜ୍, GChemPaint ର ପ୍ରପର୍ଟିଜ୍ ଭଳି ଅଟେ
05:14 ଏହି କ୍ରମରେ GChemPaint ଟ୍ୟୁଟୋରିଆଲ୍ ରେ ମୁଁ ପୂର୍ବରୁ ଆଲୋଚନା କରିସାରିଛି
05:19 ମୁଁ ୱିଣ୍ଡୋ ବନ୍ଦ କରିବି
05:21 ଏବେ View ମେନ୍ୟୁକୁ ଯାଆନ୍ତୁ
05:25 View ମେନ୍ୟୁ ସିଲେକ୍ଟ କରନ୍ତୁ
05:27 GChem3D, ନିମ୍ନ ଚାରୋଟି ମଡେଲ୍ ଟାଇପ୍ସ ବ୍ୟବହାର କରି ଏକ ମଲେକ୍ୟୁଲ୍ସ ପ୍ରଦର୍ଶିତ କରିଥାଏ:
05:32 Balls and sticks* ସ୍ପେସ୍ ଫିଲିଙ୍ଗ୍
05:35 Cylinders ଓ * ୱାୟର୍ ଫ୍ରେମ୍
05:39 Balls and sticks ଡିଫଲ୍ଟ ମଡେଲ୍ ଅଟେ
05:42 ଏହି ମଡେଲ୍ କୁ ବ୍ୟବହାର କରି ମଲ୍ଟିପଲ୍ ବଣ୍ଡ୍ ଓ କରେକ୍ଟ ବଣ୍ଡ୍ ସ୍ଥିତିଗୁଡ଼ିକୁ ଦେଖାଯାଇପାରିବ
05:48 ମୁଁ 'Space filling' ଉପରେ କ୍ଲିକ୍ କରିବି ଏବଂ ଆପଣ ଭିନ୍ନତା ଦେଖିପାରୁଛନ୍ତି
05:53 'Space filling' ମଡେଲ୍, ମଲେକ୍ୟୁଲ୍ସକୁ କମ୍ପାକ୍ଟ ଫର୍ମରେ ଦର୍ଶାଇଥାଏ
05:58 'Cylinders' ମଡେଲ୍, ଷ୍ଟ୍ରକଚର୍ସକୁ 'cylindrical pipes' ଫର୍ମରେ ଦର୍ଶାଇଥାଏ
06:03 'Wireframe' ମଡେଲ୍, ଷ୍ଟ୍ରକଚର୍ ର ଢାଞ୍ଚା ଦର୍ଶାଇଥାଏ
06:08 'Balls and sticks କୁ ଫେରିବା
06:11 ଏବେ ଆମେ Background color କୁ ଯିବା
06:14 ଡିଫଲ୍ଟ ବ୍ୟାକଗ୍ରାଉଣ୍ଡ୍ କଲର୍ “black” ଅଟେ
06:17 View ମେନ୍ୟୁ ସିଲେକ୍ଟ କରି Background color କୁ ଯାଆନ୍ତୁ
06:21 ଏକ ସବମେନ୍ୟୁ ଖୋଲିବ
06:23 ସବମେନ୍ୟୁ ଶେଷରେ Custom color ସିଲେକ୍ଟ କରନ୍ତୁ
06:26 'Background Colour' ୱିଣ୍ଡୋ ଖୋଲିବ
06:30 ଆମେ ଚାହୁଁଥିବା ରଙ୍ଗ ବାଛିବା ପାଇଁ ଏହି ୱିଣ୍ଡୋରେ ଆନେକ ଫିଲ୍ଡସ୍ ଅଛି
06:35 Hue (ହ୍ୟୁ) ବ୍ୟବହାର କରି ଆମେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇ ପାରିବା
06:39 Scroller କ୍ଲିକ୍ କରନ୍ତୁ, color circle ର ଭ୍ୟାଲ୍ୟୁ ଓ ଗତିବିଧିରେ ପରିବର୍ତ୍ତନ ଦେଖନ୍ତୁ
06:45 Saturation ବ୍ୟବହାର କରି ଆମେ କଲର୍ ର concentration ବଦଳାଇପାରିବା
06:51 Value ବ୍ୟବହାର କରି, ସମାନ କଲର୍ ର ବିଭିନ୍ନ ସେଡ୍ସ ପାଇବା ପାଇଁ RGB combination ବଦଳାଇପାରିବା
06:59 ଏହା ପରେ ଏକ eyedropper ଆଇକନ୍ ସହ Preview box ଅଛି
07:04 eyedropper ଆଇକନ୍ ଉପରେ କ୍ଲିକ୍ କରନ୍ତୁ
07:07 ନିଜ ପସନ୍ଦର କଲର୍ ବାଛିବା ପାଇଁ କଲର୍ ରିଙ୍ଗ୍ ର ଯେକୌଣସି ସ୍ଥାନରେ କ୍ଲିକ୍ କରନ୍ତୁ
07:11 OK ବଟନ୍ ରେ କ୍ଲିକ୍ କରନ୍ତୁ, ସ୍କ୍ରିନ୍ ରେ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳିଗଲା
07:18 ସଂକ୍ଷେପରେ
07:20 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ବିଷୟରେ ଶିଖିଲେ
07:23 ବିଭିନ୍ନ ମେନ୍ୟୁଜ୍,ଫାଇଲ୍ ଟାଇପ୍ ଫର୍ମାଟ୍ସ
07:26 ମଡେଲ୍ ଟାଇପ୍ସ ଓ ବ୍ୟାକଗ୍ରାଉଣ୍ଡ୍ କଲର୍ ବଦଳାଇବା
07:30 ଏକ ଆସାଇନମେଣ୍ଟ ଭାବେ
07:33 1.GChemPaint ରୁ Saccharide ଲୋଡ୍ କରନ୍ତୁ ଏବଂ ଫାଇଲ୍ କୁ '.mdl' ଫର୍ମାଟ୍ ରେ ସେଭ୍ କରନ୍ତୁ
07:39 2. Molecules viewer ରେ ଷ୍ଟ୍ରକଚର୍ ଖୋଲନ୍ତୁ
07:42 3. ଇମେଜ୍ କୁ 'PNG' ଓ 'PDF' ଫାଇଲ୍ ଟାଇପ୍ସରେ ସେଭ୍ କରନ୍ତୁ
07:46 4. ବିଭିନ୍ନ ବ୍ୟାକଗ୍ରାଉଣ୍ଡ୍ କଲର୍ କରିବାକୁ ଚେଷ୍ଟା କରନ୍ତୁ
07:49 ଏହି URL ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ http://spoken-tutorial.org/What_is_a_Spoken_ Tutorial
07:53 ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ
07:56 ଯଦି ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଆପଣ ଏହାକୁ ଡାଉନଲୋଡ କରି ଦେଖିପାରିବେ
08:01 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି
08:06 ଅନଲାଇନ୍ ଟେଷ୍ଟ୍ ପାସ୍ କରିଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି
08:10 ଅଧିକ ବିବରଣୀ ପାଇଁ, ଦୟାକରି contact@spoken-tutorial.org କୁ ଲେଖନ୍ତୁ
08:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟକ୍-ଟୁ-ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ
08:22 ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍‍ ଦ୍ୱାରା ସମର୍ଥିତ
08:29 ଏହି ମିଶନ୍ ଉପରେ ଅଧିକ ବିବରଣୀ ଏହି ଲିଙ୍କ୍ ରେ ଉପଲବ୍ଧ: http://spoken-tutorial.org/NMEICT-Intro
08:35 ଆଇ.ଆଇ.ଟି ବମ୍ବେରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି,ଆମ ସହିତ ଜଡ଼ିତ ହୋଇଥିବାରୁ - ଧନ୍ୟବାଦ

Contributors and Content Editors

PoojaMoolya, Pradeep