GChemPaint/C2/Basic-operations/Oriya
From Script | Spoken-Tutorial
| Time | Narration |
| 00:01 | ନମସ୍କାର,GChemPaintରେ Basic Operations ଉପରେ ଟ୍ୟୁଟୋରିଆଲକୁ ସ୍ୱାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା - |
| 00:11 | ଏକ ବିଦ୍ୟମାନ ଫାଇଲ୍ ଖୋଲିବା |
| 00:14 | ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା |
| 00:17 | ଅବଜେକ୍ଟଗୁଡ଼ିକୁ ସିଲେକ୍ଟ, ମୁଭ୍, ଫ୍ଲିପ୍ ଓ ରୋଟେଟ୍ କରିବା |
| 00:21 | ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା |
| 00:25 | ଅବଜେକ୍ଟଗୁଡ଼ିକୁ କଟ୍, କପୀ, ପେଷ୍ଟ ଓ ଡିଲିଟ୍ କରିବା |
| 00:30 | ଏଠାରେ ମୁଁ ବ୍ୟବହାର କରୁଛି, |
| 00:32 | Ubuntu Linux OS ଭର୍ସନ୍ 12.04, |
| 00:36 | GChemPaint ଭର୍ସନ୍ 0.12.10. |
| 00:42 | ଏହି ଟ୍ୟୁଟୋରିଆଲ୍ କରିବାକୁ ଆପଣ |
| 00:48 | GChemPaint କେମିକାଲ୍ ଷ୍ଟ୍ରକଚର୍ ଏଡିଟର୍ ସହ ପରିଚିତ ଥିବା ଦରକାର |
| 00:52 | ଯଦି ନୁହେଁ, ତେବେ ସମ୍ପର୍କିତ ଟ୍ୟୁଟୋରିଆଲ୍ ପାଇଁ ଦୟାକରି ଆମ ୱେବସାଇଟ୍ ଦେଖନ୍ତୁ |
| 00:58 | ଏକ ନୂଆ GChemPaint ଆପ୍ଲିକେଶନ୍ ଖୋଲିବାକୁ |
| 01:01 | Dash home ଉପରେ କ୍ଲିକ୍ କରନ୍ତୁ |
| 01:04 | ଖୋଲିଥିବା ସର୍ଚ ବାର୍ ରେ GChemPaint ଟାଇପ୍ କରନ୍ତୁ |
| 01:08 | GChemPaint ଆଇକନ୍ ଉପରେ କ୍ଲିକ୍ କରନ୍ତୁ |
| 01:12 | ଏକ ବିଦ୍ୟମାନ ଫାଇଲ୍ ଖୋଲି ଚାଲନ୍ତୁ ଟ୍ୟୁଟୋରିଆଲ୍ ଆରମ୍ଭ କରିବା |
| 01:16 | File ମେନୁରେ କ୍ଲିକ୍ କରନ୍ତୁ |
| 01:20 | Open ସିଲେକ୍ଟ କରି, ତାହା ଉପରେ କ୍ଲିକ୍ କରନ୍ତୁ |
| 01:24 | ଫାଇଲ୍ସ ଓ ଫୋଲ୍ଡର୍ସ ଥାଇ ଏକ ୱିଣ୍ଡୋ ଖୋଲିଲା |
| 01:29 | ଏଠାରୁ, propane ନାମକ ଫାଇଲ୍ ସିଲେକ୍ଟ କରନ୍ତୁ |
| 01:32 | ଫାଇଲ୍ ଖୋଲିବାକୁ Open ଉପରେ କ୍ଲିକ୍ କରନ୍ତୁ |
| 01:36 | Propane ଷ୍ଟ୍ରକଚର୍ ତଳକୁ କିଛି ଟେକ୍ସଟ୍ ଆଡ୍ କରନ୍ତୁ |
| 01:42 | ଟୁଲ୍ ବକ୍ସରୁ Add or modify a text ଟୁଲ୍ ସିଲେକ୍ଟ କରନ୍ତୁ |
| 01:47 | Property page ଟେକ୍ସଟ୍ ଟୁଲ୍ ଖୋଲିଲା |
| 01:50 | Property Pageରେ Family, Style, Size, Underline ଓ ଅନ୍ୟ କିଛି ଫିଲ୍ଡମାନ ରହିଛି |
| 02:02 | Familyରେ ଫଣ୍ଟ ନାମଗୁଡ଼ିକର ତାଲିକା ଅଛି |
| 02:06 | ତାଲିକାରେ ସ୍କ୍ରୋଲ୍ କରନ୍ତୁ |
| 02:11 | Family ରୁ ମୁଁ Arial Black ସିଲେକ୍ଟ କରିବି |
| 02:15 | Propane ଷ୍ଟ୍ରକଚର ତଳେ ଥିବା Display Area ଉପରେ କ୍ଲିକ୍ କରନ୍ତୁ |
| 02:20 | ଏକ ସବୁଜ ବାକ୍ସରେ ଗୋଟିଏ ଧପଧପ ହେଉଥିବା କର୍ସର୍ ଆପଣ ଦେଖିପାରିବେ |
| 02:25 | Propane ଭାଵରେ କମ୍ପାଉଣ୍ଡର ନାମ ଟାଇପ୍ କରନ୍ତୁ |
| 02:32 | ଏବେ, ଷ୍ଟାଇଲ୍ କୁ Bold Italicରେ ପରିବର୍ତ୍ତନ କରନ୍ତୁ |
| 02:35 | Propane ଟେକ୍ସଟ୍ ସିଲେକ୍ଟ କରି Bold Italic ସିଲେକ୍ଟ କରନ୍ତୁ |
| 02:42 | ମୂଁ ଫଣ୍ଟ ସାଇଜ 16କୁ ବଢ଼ାଇବି |
| 02:46 | 16କୁ ସ୍କ୍ରୋଲ୍ କରନ୍ତୁ |
| 02:48 | ଓ ତା’ଉପରେ କ୍ଲିକ୍ କରନ୍ତୁ |
| 02:50 | ଟେକ୍ସଟ୍ ଏ ପରିବର୍ତ୍ତନକୁ ଦେଖନ୍ତୁ |
| 02:53 | ଏହାପରେ ଚାଲନ୍ତୁ Underline ଫିଚର୍ ବ୍ୟବହାର କରିବା |
| 02:57 | ନିମ୍ନ ଅପ୍ସନ୍ସ ସହ ଏଥିରେ ଗୋଟିଏ ଡ୍ରପ୍ ଡାଉନ୍ ତାଲିକା ଅଛି - |
| 03:00 | None,Single, |
| 03:02 | Double,ଓ Low. |
| 03:05 | Single ସିଲେକ୍ଟ କରନ୍ତୁ |
| 03:09 | ଟେକ୍ସଟ୍ ର ରଙ୍ଗ ବଦଳାନ୍ତୁ |
| 03:12 | ଟେକ୍ସଟ୍ ର ଡିଫଲ୍ଟ ରଙ୍ଗ ହେଉଛି Black |
| 03:16 | କଲର୍ ଫିଲ୍ଡର ଡ୍ରପ୍ ଡାଉନ୍ ଏରୋରେ କ୍ଲିକ୍ କରନ୍ତୁ |
| 03:20 | ଆପଣ ଏଠାରେ ବିଭିନ୍ନ ରଙ୍ଗ ଦେଖିପାରିବେ |
| 03:24 | ମୁଁ Purple ସିଲେକେଟ କରିବି |
| 03:28 | ଆମେ ଟେକ୍ସଟ୍ ର ପୋଜିଶନ୍ ମଧ୍ୟ ବଦଳାଇପାରିବା |
| 03:32 | ପୋଜିଶନ୍ ଫିଲ୍ଡର ରେଞ୍ଜ -100ରୁ 100 ଥାଏ |
| 03:37 | ଦେଖନ୍ତୁ, କିପରି ଟେକ୍ସଟ୍ ବଦଳେ |
| 03:40 | ଟେକ୍ସଟ୍ ସିଲେକ୍ଟ କରନ୍ତୁ |
| 03:44 | ମାଉସ୍ ଦ୍ୱାରା ଅପ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରନ୍ତୁ |
| 03:48 | ଟେକ୍ସଟ୍ ଉପରକୁ ଘୁଞ୍ଚିଯିବ |
| 03:50 | ସେହିପରି, ଯଦି ଆମେ ଡାଉନ୍ ଏରୋ ତ୍ରିଭୁଜ ଉପରେ କ୍ଲିକ୍ କରିବା, ଟେକ୍ସଟ୍ ତଳକୁ ଘୁଞ୍ଚିବ |
| 03:59 | ଟେକ୍ସଟ୍ କୁ ନର୍ମାଲ୍ ପୋଜିଶନ୍ କୁ ଆଣନ୍ତୁ |
| 04:02 | ପୋଜିଶନ୍ ଫିଲ୍ଡରେ 0 ଟାଇପ୍ କରନ୍ତୁ |
| 04:05 | ଓ Display Areaରେ କ୍ଲିକ୍ କରନ୍ତୁ |
| 04:09 | ଏକ ଆସାଇନମେଣ୍ଟ ଭାବେ |
| 04:12 | ପ୍ରଥମ ଟ୍ୟୁଟୋରିଆଲର ଆସାଇନମେଣ୍ଟ ଖୋଲନ୍ତୁ |
| 04:15 | ଷ୍ଟ୍ରକଚର୍ କୁ n-hexane ଓ n-octane ଭାବେ ଚିହ୍ନିତ କରନ୍ତୁ |
| 04:19 | ଫଣ୍ଟ ନାମ, ଫଣ୍ଟ ଆକାର, ଅଣ୍ଡର୍ ଲାଇନ୍ ଓ ଟେକ୍ସଟ୍ ରଙ୍ଗ ବଦଳାନ୍ତୁ |
| 04:26 | ଆପଣଙ୍କ ଆସାଇନମେଣ୍ଟ ଏହିପରି ଦେଖାଯିବା ଉଚିତ |
| 04:31 | ଏବେ, ଅବଜେକ୍ଟଗୁଡ଼ିକୁ ସିଲେକ୍ଟ ଓ ମୂଭ୍ କରିବା ଶିଖିବା |
| 04:35 | Tool Bpxରୁ Select one or more objects ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 04:42 | Pentane ଉପରେ କ୍ଲିକ୍ କରନ୍ତୁ |
| 04:44 | ମାଉସ୍ ବଟନ୍ କୁ ନଛାଡ଼ି, ଗୋଟିଏ ଭିନ୍ନ ପୋଜିଶନ୍ କୁ ଡ୍ରାଗ୍ କରନ୍ତୁ |
| 04:49 | ଏବେ, ମାଊସ୍ କୁ ଛାଡ଼ିଦିଅନ୍ତୁ |
| 04:52 | ଗୋଟିଏ ଅବଜେକ୍ଟକୁ ଘୂରାନ୍ତୁ |
| 04:55 | ଅବଜେକ୍ଟ ଘୂରାଇବା ପାଇଁ Select one or more objects ଟୁଲ୍ ସିଲେକ୍ଟ କରନ୍ତୁ |
| 05:01 | ପ୍ରପର୍ଟିଜ୍ ପେଜ୍ ରେ ନିମ୍ନ ଟୁଲ୍ସ ରହିଛି, |
| 05:05 | Flip the selection horizontally, |
| 05:08 | Flip the selection vertically, |
| 05:10 | Rotate the selection |
| 05:13 | ଏହି ଟୁଲ୍ସ ବ୍ୟବହାର କରିବା ପାଇଁ,Pentane ଉପରେ କ୍ଲିକ୍ କରନ୍ତୁ |
| 05:17 | Rotate the selection ଅପ୍ସନ୍ ସିଲେକ୍ଟ କରନ୍ତୁ |
| 05:22 | Display areaକୁ ଯାଆନ୍ତୁ ଏବଂ ଅବଜେକ୍ଟ ଉପରେ ମାଉସ୍ କୁ ରଖନ୍ତୁ |
| 05:28 | Clock-wise ଓ anti-clock-wise ଦିଗରେ ମାଉସ୍ କୁ ଚଲାନ୍ତୁ |
| 05:34 | ଅବଜେକ୍ଟର ଘୂର୍ଣ୍ଣନକୁ ଦେଖନ୍ତୁ |
| 05:39 | ଏବେ, ଅବଜେକ୍ଟକୁ ଫ୍ଲିପ୍ କରିବା ବିଷୟରେ ଶିଖିବା |
| 05:42 | ଚାଲାନ୍ତୁ, Pentane ଷ୍ଟ୍ରକଚର୍ କୁ ଭୂସମାନ୍ତରରେ ଫ୍ଲିପ୍ କରିବା |
| 05:47 | ଷ୍ଟ୍ରକଚରକୁ ଭୂସମାନ୍ତର ଭାବେ ଫ୍ଲିପ୍ କରିବାକୁ Flip the selection horizontally ଟୁଲ୍ ଉପରେ କ୍ଲିକ୍ କରନ୍ତୁ |
| 05:55 | ଏଠାରେ ଟ୍ୟୁଟୋରିଆଲ୍ କୁ ରୋକନ୍ତୁ ଓ ନିଜକୁ ନିଜ Flip the selection vertically ବ୍ୟବହାର କରନ୍ତୁ |
| 06:03 | ଏବେ, ଅବଜେକ୍ଟକୁ ଗ୍ରୁପ୍ ଓ ଆଲାଇନ୍ କରନ୍ତୁ |
| 06:06 | ଅବଜେକ୍ଟସ୍ ଗ୍ରୁପ୍ କରିବା ପାଇଁ, ସମସ୍ତ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ |
| 06:09 | ଏଥିପାଇଁ, Edit ମେନୁକୁ ଯାଇ Select All ଉପରେ କ୍ଲିକ୍ କରନ୍ତୁ |
| 06:15 | କିମ୍ୱା ଆପଣ ଏକାସାଙ୍ଗରେ Ctrl ଓ A ଦାବିପାରିବେ |
| 06:20 | ଯେକୌଣସି ଗୋଟିଏ ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 06:24 | Context ମେନୁ ଖୋଲିଲା |
| 06:26 | Group and/or align objects ଅପ୍ସନ୍ ସିଲେକ୍ଟ କରନ୍ତୁ |
| 06:31 | ଗୋଟିଏ ଡାୟଲଗ୍ ବକ୍ସ ଖୋଲେ |
| 06:33 | Group ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 06:36 | ଯଦି Align ଓ Space evenly ଅପ୍ସନ୍ସ ସିଲେକ୍ଟ ହୋଇ ଥାଏ, ସେଗୁଡ଼ିକୁ ଅନଚେକ୍ କରନ୍ତୁ |
| 06:42 | OK କ୍ଲିକ୍ କରନ୍ତୁ |
| 06:45 | ଦେଖନ୍ତୁ, ଅବଜେକ୍ଟଗୁଡ଼ିକ ଗ୍ରୁପ୍ ହୋଇଗଲା |
| 06:51 | ଏବେ, ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରିବା |
| 06:54 | ଅବଜେକ୍ଟଗୁଡ଼ିକୁ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ |
| 06:58 | ଯେକୌଣସି ଅବଜେକ୍ଟ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
| 07:01 | Context ମେନୁ ଖୋଲିଲା |
| 07:04 | Group properties ଅପ୍ସନ୍ ସିଲେକ୍ଟ କରନ୍ତୁ |
| 07:09 | Align ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ |
| 07:12 | Align ଅପ୍ସନ୍ ରେ ଏକ ଡ୍ରପ୍ ଡାଉନ୍ ତାଲିକା ଅଛି |
| 07:17 | ଅବଜେକ୍ଟ ଆଲାଇନ୍ କରିବା ପାଇଁ ଏଥିରେ କିଛି ଅପ୍ସନ୍ସ ଅଛି |
| 07:22 | ମୁଁ Left ସିଲେକ୍ଟ କରିବି |
| 07:25 | OK କ୍ଲିକ୍ କରନ୍ତୁ |
| 07:29 | ପରିବର୍ତ୍ତନଗୁଡ଼ିକୁ ଦେଖନ୍ତୁ |
| 07:32 | ଏଠାରେ ଟ୍ୟୁଟୋରିଆଲକୁ ରୋକି ନିଜକୁ ନିଜ ଅନ୍ୟ ଆଲାଇନ୍ ଅପ୍ସନ୍ସ ସହିତ ଅବଜେକ୍ଟଗୁଡ଼ିକୁ ଆଲାଇନ୍ କରନ୍ତୁ |
| 07:41 | ଏବେ ଚାଲନ୍ତୁ Cut, Copy ଓ Paste ଅପ୍ସନ୍ସ ବ୍ୟବହାର ଶିଖିବା |
| 07:47 | Edit ମେନୁକୁ ଯାଆନ୍ତୁ |
| 07:49 | ଏଥିରେ Cut, Copy, Paste ଓ Clear ଅପ୍ସନ୍ସ ପରି ବେସିକ୍ Edit ଅପ୍ସନ୍ସ ରହିଛି |
| 07:57 | ଏହିସବୁ ଅପ୍ସନ୍ସ ପାଇଁ ସାଧାରଣ ଶର୍ଟ-କଟ୍ କୀଗୁଡ଼ିକ ହେଉଛି: |
| 08:00 | Ctrl+ X କଟ୍ ପାଇଁ |
| 08:02 | Ctrl+ C କପୀ ପାଇଁ |
| 08:05 | Ctrl+ V ପେଷ୍ଟ ପାଇଁ , ଯାହା GChemPaintରେ ମଧ୍ୟ କାମ କରିବ |
| 08:10 | Select one or more objects ଟୁଲ୍ ବ୍ୟବହାର କରି ଗୋଟିଏ କିମ୍ୱା ଅଧିକ ଅବଜେକ୍ଟ ସିଲେକ୍ଟ କରନ୍ତୁ |
| 08:16 | ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ |
| 08:18 | କଟ୍ କରିବା ପାଇଁ Ctrl+X ଦାବନ୍ତୁ |
| 08:22 | Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ ପେଷ୍ଟ କରିବା ପାଇଁ Ctrl+V ଦାବନ୍ତୁ |
| 08:29 | ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କଟ୍ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହୋଇଗଲା |
| 08:35 | ଏହାପରେ, ଚାଲନ୍ତୁ Display areaର ଏକ ଭିନ୍ନ ସ୍ଥାନରେ ଅବଜେକ୍ଟକୁ କପୀ ଓ ପେଷ୍ଟ କରିବା |
| 08:42 | ଅବଜେକ୍ଟ ଉପରେ କ୍ଲିକ୍ କରନ୍ତୁ, କପୀ କରିବା ପାଇଁ Ctrl+C ଓ ପେଷ୍ଟ ପାଇଁ Ctrl+V ଦାବନ୍ତୁ |
| 08:50 | ଦେଖନ୍ତୁ, ଆମେ ଯେତେବେଳେ ଅବଜେକ୍ଟକୁ କପୀ କଲେ, ତାହା ମୂଳ ସ୍ଥାନରୁ ଡିଲିଟ୍ ହେଲାନାହିଁ |
| 08:58 | Display area କ୍ଲିଅର୍ କରିବା ପାଇଁ, ସବୁ ଅବଜେକ୍ଟସ୍ ସିଲେକ୍ଟ କରନ୍ତୁ |
| 09:02 | ସମସ୍ତ ଅବଜେକ୍ଟ ସିଲେକ୍ଟ କରିବା ପାଇଁ Ctrl+A ଦାବନ୍ତୁ |
| 09:06 | Edit ମେନୁକୁ ଯାଆନ୍ତୁ |
| 09:08 | Clear ଉପରେ କ୍ଲିକ୍ କରନ୍ତୁ |
| 09:11 | ଆମର ମୂଳ ଷ୍ଟ୍ରକଚର୍ ଫେରି ପାଇବା ପାଇଁ, Edit ମେନୁକୁ ଯାଆନ୍ତୁ |
| 09:16 | Undo ଉପରେ କ୍ଲିକ୍ କରନ୍ତୁ |
| 09:19 | କିମ୍ୱା Ctrl+Z ଦାବନ୍ତୁ |
| 09:23 | କୀ’ବୋର୍ଡରୁ Delete କୀ’ ଦାବି ଗୋଟିଏ ଅବଜେକ୍ଟ ଡିଲିଟ୍ କରିବାକୁ, ଅବଜେକ୍ଟକୁ ସିଲେକ୍ଟ କରନ୍ତୁ |
| 09:29 | କୀ’ବୋର୍ଡରୁ Delete କୀ’ ଦାବନ୍ତୁ |
| 09:33 | ଏବେ ଚାଲନ୍ତୁ, ଷ୍ଟ୍ରକଚରର ଗୋଟିଏ ଭାଗ ଡିଲିଟ୍ କରିବା ପାଇଁ Eraser ଟୁଲ୍ ର ବ୍ୟବହାର ଶିଖିବା |
| 09:39 | ଟୁଲ୍ ବକ୍ସରୁ Eraser ଟୁଲ୍ ସିଲେକ୍ଟ କରନ୍ତୁ |
| 09:43 | ଷ୍ଟ୍ରକଚରଗୁଡ଼ିକ ମଧ୍ୟରୁ ଯେକୌଣସି ଗୋଟିଏ ଫାଖରେ ମାଉସ୍ କୁ ରଖନ୍ତୁ |
| 09:48 | ଷ୍ଟ୍ରକଚରର ଭାଗ ନାଲି ରଙ୍ଗରେ ବଦଳି ଯାଏ |
| 09:53 | ଡିଲିଟ୍ କରିବା ପାଇଁ ଷ୍ଟ୍ରକଚରର ନାଳି ରଙ୍ଗ ହୋଇଥିବା ଭାଗ ଉପରେ କ୍ଲିକ୍ କରନ୍ତୁ |
| 09:59 | ଆମର ମୂଳ ଷ୍ଟ୍ରକଚର୍ ପାଇବା ପାଇଁ ଏବେ ପରିବର୍ତ୍ତନଗୁଡ଼ିକୁ Undo କରନ୍ତୁ |
| 10:08 | ଏବେ ଫାଇଲ୍ କୁ ସେଭ୍ କରନ୍ତୁ |
| 10:11 | ଟୁଲ୍ ବାର୍ ରେ ଥିବା Save the current file ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 10:16 | ଏଥିସହିତ, ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ |
| 10:22 | ସଂକ୍ଷିପ୍ତରେ |
| 10:24 | ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ, କିପରି - |
| 10:27 | ଏକ ବିଦ୍ୟମାନ ଫାଇଲ୍ ଖୋଲିବା |
| 10:29 | Display Areaରେ ଟେକ୍ସଟ୍ ଆଡ୍ ଓ ଏଡିଟ୍ କରିବା |
| 10:33 | ଅବଜେକ୍ଟକୁ ସିଲେକ୍ଟ, ମୂଭ୍, ଫ୍ଲିପ୍ ଓ ରୋଟେଟ୍ କରିବା |
| 10:36 | ଅବଜେକ୍ଟଗୁଡ଼ିକୁ ଗ୍ରୁପ୍ ଓ ଆଲାଇନ୍ କରିବା |
| 10:39 | ଅବଜେକ୍ଟଗୁଡ଼ିକୁ Cut, Copy, Paste ଓ Delete କରିବା |
| 10:44 | ଏକ ଆସାଇନମେଣ୍ଟ ଭାବେ, Eraser ଟୁଲ୍ ବ୍ୟବହାର କରି |
| 10:48 | n-octane ଷ୍ଟ୍ରକଚର୍ କୁ n-pentaneରେ |
| 10:52 | n-hexane ଷ୍ଟ୍ରକଚର୍ କୁ Ethaneରେ ବଦଳାନ୍ତୁ |
| 10:56 | ଆସାଇନମେଣ୍ଟର ଆଉଟପୁଟ୍ ଏହିପରି ଦେଖାଯିବା ଉଚିତ |
| 11:00 | ଏହି URLରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
| 11:04 | ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 11:08 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡ୍ଥ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
| 11:13 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ଟିମ୍: |
| 11:15 | ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 11:18 | ଅନଲାଇନ୍ ଟେଷ୍ଟ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ଦିଅନ୍ତି |
| 11:21 | ଅଧିକ ବିବରଣୀ ପାଇଁ ଦୟାକରି ନିମ୍ନ ଇମେଲ୍ କୁ ଲେଖନ୍ତୁ (contact@spoken-tutorial.org) |
| 11:28 | ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ. ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 11:32 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 11:39 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ୍ ରେ ଉପଲବ୍ଧ (spoken-tutorial.org/NMEICT-Intro) |
| 11:46 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |