FrontAccounting-2.4.7/C2/Setup-for-Sales-in-FrontAccounting/Oriya
From Script | Spoken-Tutorial
Time | Narration |
00:01 | Setup for Sales in FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
00:07 | ଏହି ଟ୍ୟୁଟୋରିଆଲରେ ଆମେ
Sales Types |
00:12 | Sales Persons |
00:14 | Sales Areasକୁ ସେଟ୍-ଅପ୍ କରିବା |
00:16 | Add and Manage Customers ଓ Customer Branches ବିଷୟରେ ଶିଖିବା |
00:22 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,
Ubuntu Linux OS ଭର୍ସନ୍ 16.04 |
00:30 | FrontAccounting ଭର୍ସନ୍ 2.4.7 |
00:35 | ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ
ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ |
00:45 | ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ |
00:52 | ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍କୁ ଯାଆନ୍ତୁ |
00:58 | FrontAccounting ଇଣ୍ଟରଫେସ୍ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ |
01:04 | Sales, ବିକ୍ରୟ ସହିତ ଜଡ଼ିତ ଗୋଟିଏ କାର୍ଯ୍ୟକଳାପ ଅଟେ |
01:08 | ଏହା ଗୋଟିଏ ପ୍ରଦତ୍ତ ଅବଧିରେ ବିକ୍ରୟ ହୋଇଥିବା ଦ୍ରବ୍ୟ କିମ୍ବା ସେବାର ପରିମାଣ ଅଟେ |
01:14 | ବର୍ତ୍ତମାନ FrontAccounting ଇଣ୍ଟରଫେସ୍କୁ ଖୋଲନ୍ତୁ |
01:19 | ଗୋଟିଏ browser ଖୋଲନ୍ତୁ.
localhost/account ଟାଇପ୍ କରିବା ପରେ Enter ଦାବନ୍ତୁ |
01:27 | login ପେଜ୍ ଦୃଶ୍ୟମାନ ହେବ |
01:30 | ୟୁଜର୍ ନେମ୍ ପାଇଁ admin ଏବଂ password ଟାଇପ୍ କରନ୍ତୁ.
ତା’ପରେ Login ବଟନ୍ରେ କ୍ଲିକ୍ କରନ୍ତୁ |
01:38 | FrontAccounting ଇଣ୍ଟରଫେସ୍ ଖୋଲିଯିବ
Sales ଟାବ୍ରେ କ୍ଲିକ୍ କରନ୍ତୁ |
01:44 | Sales ଓ Customer ବିବରଣୀକୁ setup କରିବା ପାଇଁ Maintenance ପ୍ୟାନେଲ୍ ବ୍ୟବହାର କରାଯାଏ |
01:50 | ବର୍ତ୍ତମାନ ଚାଲନ୍ତୁ Salesରେ setup ପାଇଁ ଥିବା ପଦାଙ୍କଗୁଡ଼ିକୁ ଦେଖିବା |
01:56 | ପଦାଙ୍କ 1 - Setup Sales |
01:59 | ପଦାଙ୍କ 2 - Setup Customers |
02:03 | Setup Salesରେ ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ସେଟ୍ କରିବା ଆବଶ୍ୟକ |
02:08 | Sales Types |
02:10 | Sales Persons ଓ Sales Areas
ଏହା କିପରି କରାଯାଏ, ଚାଲନ୍ତୁ ଶିଖିବା |
02:18 | FrontAccounting ଇଣ୍ଟରଫେସ୍କୁ ଫେରିଆସନ୍ତୁ |
02:22 | Maintenance ପ୍ୟାନେଲ୍ରେ ଥିବା Sales Types ଲିଙ୍କରେ କ୍ଲିକ୍ କରନ୍ତୁ |
02:27 | ନିର୍ଦ୍ଦିଷ୍ଟ ଗ୍ରାହକମାନଙ୍କ ପାଇଁ ମୂଲ୍ୟର ସ୍ତରକୁ ପରିଭାଷିତ କରିବା ପାଇଁ ଏହା ସାହାଯ୍ୟ କରିଥାଏ |
02:33 | ଆମେ Retail ଓ Wholesaleକୁ Sales Types ଭାବେ ଦେଖିବାକୁ ପାଇବା |
02:39 | ଉଦାହରଣସ୍ଵରୂପ, ଆମ ବ୍ୟବସାୟର ଏକ ବଡ଼ ଅଂଶ Retail ବୋଲି ଗ୍ରହଣ କରନ୍ତୁ |
02:45 | ତେଣୁ ଆମେ ରିଟେଲ୍ ପ୍ରାଇସିଙ୍ଗକୁ Base ପ୍ରାଇସ୍ ଲିଷ୍ଟ ଭାବେ ରଖିପାରିବା |
02:51 | ଡିଫଲ୍ଟ ଭାବେ Tax included ଫିଲ୍ଡକୁ Yesରେ ସେଟ୍ କରାଯାଇଛି |
02:56 | ଏହାର ଅର୍ଥ taxକୁ ସର୍ବଦା salesରେ ସଂଯୁକ୍ତ କରାଯିବ |
03:01 | Wholesaleକୁ ଲୋକେଟ୍ କରନ୍ତୁ ଏବଂ Edit ଆଇକନ୍ରେ କ୍ଲିକ୍ କରନ୍ତୁ |
03:06 | Calculation Factor ଫିଲ୍ଡକୁ ଯାଆନ୍ତୁ |
03:09 | ଯଦି ଆପଣ ମୂଳ ମୂଲ୍ୟକୁ ଆଡଜଷ୍ଟ କରିବାକୁ ଚାହାନ୍ତି, ତେବେ ସେହି ମୂଲ୍ୟକୁ Calculation factorରେ ଟାଇପ୍ କରନ୍ତୁ |
03:15 | ଏହାକୁ ସେହିପରି ରଖନ୍ତୁ |
03:18 | ତା’ପରେ Tax included ଫିଲ୍ଡ ବିଷୟରେ ଜାଣିବା |
03:22 | ହିସାବ କରିବା ସମୟରେ ଯଦି taxes ଗୋଟିଏ କାରକ ହେବା ଉଚିତ୍ ତେବେ, ଏହି ବକ୍ସକୁ ଚୟନ କରନ୍ତୁ |
03:28 | Tax included ଚେକ୍-ବକ୍ସକୁ ଚେକ୍ କରନ୍ତୁ |
03:32 | ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Update ବଟନ୍ରେ କ୍ଲିକ୍ କରନ୍ତୁ |
03:37 | ବିବରଣୀଗୁଡ଼ିକ ଅପଡେଟ୍ ହୋଇଯାଇଛି ବୋଲି ସୂଚାଉଥିବା ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
03:43 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ |
03:48 | ବର୍ତ୍ତମାନ, ଜଣେ ନୂଆ Sales Personଙ୍କୁ କିପରି ଯୋଡ଼ାଯାଏ, ଚାଲନ୍ତୁ ଜାଣିବା |
03:53 | Maintenance ପ୍ୟାନେଲ୍ରେ ଥିବା Sales Persons ଲିଙ୍କରେ କ୍ଲିକ୍ କରନ୍ତୁ |
03:58 | Sales Person ସମ୍ବନ୍ଧୀତ ଜରୁରୀ ତଥ୍ୟଗୁଡ଼ିକୁ ଏଠାରେ ପୂରଣ କରିବା ଆବଶ୍ୟକ |
04:05 | ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
04:09 | ଜଣେ Sales Personଙ୍କ ଦ୍ଵାରା Provision ଫିଲ୍ଡ ବ୍ୟବହାର ହୋଇଥାଏ |
04:13 | ନିଜେ କରୁଥିବା ବିକ୍ରି ଉପରେ ସେ ଗୋଟିଏ commission କିମ୍ବା provision ପାଆନ୍ତି |
04:18 | ତେଣୁ, Provision ଫିଲ୍ଡରେ ମୁଁ commission ପାଇଁ 5% ଟାଇପ୍ କରିବି |
04:25 | ତା’ପରେ Turnover Break Point Level ବିଷୟରେ ଜାଣିବା |
04:29 | ଏହା ଜଣେ Sales Personଙ୍କ ପାଇଁ ବ୍ୟବହାର କରାଯାଏ |
04:32 | ଯଦି break point ଠାରୁ ଆମାଉଣ୍ଟ ଅଧିକ ହୁଏ, ତେବେ ସେ provision ପାଇବା ପାଇଁ ଯୋଗ୍ୟ ହେବେ |
04:37 | ତେଣୁ, Break point ଫିଲ୍ଡରେ ମୁଁ one lakh ଟାଇପ୍ କରିବି |
04:42 | ଯଦି Sales Person, break pointରୁ ଅଧିକ ବିକ୍ରୟ କରନ୍ତି, ତେବେ ସେ 5% commission ପାଇବେ |
04:50 | ଆମ ପାଇଁ ଏହା one lakh rupees ଅଟେ |
04:54 | ଯଦି Sales Person, break pointରୁ କମ୍ ବିକ୍ରୟ କରନ୍ତି, ତେବେ Provision 2 ଫିଲ୍ଡ ବ୍ଯବହୃତ ହେବ |
05:01 | ମୁଁ ଏଠାରେ 3 ଟାଇପ୍ କରିବି.
ଏହାର ଅର୍ଥ, ଯଦି Sales Person, 1 lakhରୁ କମ୍ ବିକ୍ରୟ କରନ୍ତି, ତେବେ ସେ 3% commission ପାଇବେ |
05:12 | ୱିଣ୍ଡୋର ନିମ୍ନ ଭାଗରେ ଥିବା Add item ବଟନ୍ରେ କ୍ଲିକ୍ କରନ୍ତୁ |
05:17 | ତା’ପରେ FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ |
05:23 | ବର୍ତ୍ତମାନ ଗୋଟିଏ ନୂଆ Sales Area ସୃଷ୍ଟି କରିବା ବିଷୟରେ ଶିଖିବା |
05:28 | Maintenance ପ୍ୟାନେଲ୍ରେ ଥିବା Sales Areas ଲିଙ୍କରେ କ୍ଲିକ୍ କରନ୍ତୁ |
05:33 | Sales Area ଆଧାରରେ, ଆମେ sales orders ତିଆରି କରିପାରିବା ଏବଂ dispatches ମଧ୍ୟ କରିପାରିବା |
05:40 | ଆମେ ସୃଷ୍ଟି କରିବା ପାଇଁ ଚାହୁଁଥିବା ନୂଆ Area Nameକୁ ଟାଇପ୍ କରନ୍ତୁ.
ମୁଁ South Mumbai ଟାଇପ୍ କରିବି |
05:47 | ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍ରେ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ |
05:53 | ଅପଡେଟ୍ ଏଣ୍ଟ୍ରୀ ଥିବା ଟେବଲ୍କୁ ମଧ୍ୟ ଆପଣ ଦେଖିପାରିବେ |
05:58 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ |
06:03 | ଗୋଟିଏ Sales Order କୋଟ୍ କରିବା ପୂର୍ବରୁ ନିମ୍ନଲିଖିତ set up କରନ୍ତୁ: |
06:08 | Add and Manage Customers ଓ Customer Branches |
06:14 | Customer ହେଉଛନ୍ତି ଜଣେ ବ୍ୟକ୍ତି କିମ୍ବା ବ୍ୟବସାୟ, ଯିଏ ଦ୍ରବ୍ୟ କିମ୍ବା ସେବା କ୍ରୟ କରନ୍ତି |
06:21 | ଆମର ଦ୍ରବ୍ୟ ବିକ୍ରୟ କରିବା ପାଇଁ customersକୁ ଯୋଡ଼ିବା ଆବଶ୍ୟକ |
06:25 | FrontAccounting ଇଣ୍ଟରଫେସ୍କୁ ଫେରିଆସନ୍ତୁ |
06:29 | Maintenance ପ୍ୟାନେଲ୍ର ନିମ୍ନ ବାମ କଡ଼ରେ ଥିବା Add and Manage Customersରେ କ୍ଲିକ୍ କରନ୍ତୁ |
06:36 | ପ୍ରଦର୍ଶିତ ହେବା ଭଳି Customerଙ୍କର ଜରୁରୀ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
06:42 | Customer’s Currency ଡ୍ରପ୍-ଡାଉନ୍ ବକ୍ସରେ Indian Rupees ଚୟନ କରନ୍ତୁ |
06:47 | Sales Type or Price List ଡ୍ରପ୍-ଡାଉନ୍ ବକ୍ସରେ Retail ଚୟନ କରନ୍ତୁ |
06:53 | ପ୍ରଦର୍ଶିତ ହେବା ଭଳି Customerଙ୍କର ଯୋଗାଯୋଗ ବିବରଣୀଗୁଡ଼ିକୁ ପୂରଣ କରନ୍ତୁ |
06:58 | Sales Personଙ୍କ ନାମ ପାଇଁ ମୁଁ Rahul ଚୟନ କରିଛି, ଯାହା ପୂର୍ବରୁ ସୃଷ୍ଟି ହୋଇସାରିଛି |
07:05 | ଡାହାଣ କଡ଼ରେ ଥିବା Sales କଲମ୍କୁ ଦେଖନ୍ତୁ |
07:09 | ସେହି customerଙ୍କ ପାଇଁ ପ୍ରଯୁଜ୍ୟ Discount, Credit ଓ ଅନ୍ୟାନ୍ୟ ସର୍ତ୍ତାବଳୀକୁ ପୂରଣ କରନ୍ତୁ |
07:16 | ଡିଫଲ୍ଟ ସେଟିଙ୍ଗଗୁଡ଼ିକରେ କୌଣସି ପରିବର୍ତ୍ତନ କରନ୍ତୁ ନାହିଁ |
07:20 | ତଳକୁ ସ୍କ୍ରୋଲ୍ କରନ୍ତୁ.
ୱିଣ୍ଡୋର ନିମ୍ନ ଭାଗରେ ଥିବା Add New Customer ବଟନ୍ରେ କ୍ଲିକ୍ କରନ୍ତୁ |
07:28 | ଡିଫଲ୍ଟ branch ଯୋଡ଼ି ହୋଇଯାଇଛି ବୋଲି ଗୋଟିଏ ମେସେଜ୍ ଦୃଶ୍ୟମାନ ହେବ |
07:33 | sales କିମ୍ବା delivery orders ଇସୁ କରିବା ପାଇଁ ଜଣେ customerଙ୍କର ନିଶ୍ଚିତ ରୂପେ ଗୋଟିଏ customer branch ରହିବା ଆବଶ୍ୟକ |
07:40 | ପ୍ରଥମେ ନୂଆ Sales Entry ପାଇଁ ଏହି ପରିବର୍ତ୍ତନଗୁଡ଼ିକୁ ଲାଗୁ କରିବା ଆବଶ୍ୟକ,.
ତଳକୁ ସ୍କ୍ରୋଲ୍ କରନ୍ତୁ |
07:49 | ୱିଣ୍ଡୋର ନିମ୍ନ ଭାଗରେ ଥିବା Update Customer ବଟନ୍ରେ କ୍ଲିକ୍ କରନ୍ତୁ |
07:54 | Customer ବିବରଣୀଗୁଡ଼ିକ ଅପଡେଟ୍ ହୋଇଯାଇଛି ବୋଲି ସଫଳ ବାର୍ତ୍ତା ଦ୍ଵାରା ସୂଚିତ ହେଉଛି |
08:00 | FrontAccounting ଇଣ୍ଟରଫେସ୍କୁ ଫେରିଯିବା ପାଇଁ Back ଲିଙ୍କରେ କ୍ଲିକ୍ କରନ୍ତୁ |
08:05 | ଡିଫଲ୍ଟ branch ଯୋଡ଼ି ହୋଇଛି କି ନାହିଁ ବର୍ତ୍ତମାନ ଚାଲନ୍ତୁ ଦେଖିବା |
08:11 | Maintenance ପ୍ୟାନେଲ୍ରେ ଥିବା Customer Branches ଲିଙ୍କରେ କ୍ଲିକ୍ କରନ୍ତୁ |
08:16 | customerରେ ଗୋଟିଏ ଡିଫଲ୍ଟ branch Global ଯୋଡ଼ି ହୋଇଯାଇଥିବା ଆପଣ ଦେଖିପାରିବେ |
08:22 | ପ୍ରଦତ୍ତ entryରେ ପରିବର୍ତ୍ତନ କରିବା ପାଇଁ ଡାହାଣ କଡ଼ରେ ଥିବା Edit ଆଇକନ୍ରେ କ୍ଲିକ୍ କରନ୍ତୁ |
08:28 | Sales ପ୍ୟାନେଲ୍ରେ ଥିବା Sales Area ଡ୍ରପ୍-ଡାଉନ୍ ବକ୍ସରେ South Mumbai ଚୟନ କରନ୍ତୁ |
08:36 | ଅନ୍ୟ ଫିଲ୍ଡ ଏଣ୍ଟ୍ରୀଗୁଡ଼ିକୁ ପରିବର୍ତ୍ତନ କରନ୍ତୁ ନାହିଁ |
08:40 | Mailing address ଓ Billing address, customer address ଭଳି ସମାନ ରହିବ |
08:46 | ଯଦି ଆପଣଙ୍କର ଗୋଟିଏ ଅଲଗା address ଥାଏ, ତେବେ ଏହାକୁ ଏଠାରେ ପରିବର୍ତ୍ତନ କରିପାରିବେ |
08:50 | ତା’ପରେ ଏହି ପରିବର୍ତ୍ତନକୁ ସେଭ୍ କରିବା ପାଇଁ ନିମ୍ନ ଭାଗରେ ଥିବା Update ବଟନ୍ରେ କ୍ଲିକ୍ କରନ୍ତୁ |
08:56 | branch ଅପଡେଟ୍ ହୋଇଯିବ’ଏବଂ ଉପର ଭାଗରେ ସଫଳ ବାର୍ତ୍ତା ଦୃଶ୍ୟମାନ ହେବ |
09:01 | ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ - |
09:07 | ଏହି ଟ୍ୟୁଟୋରିଆଲରେ ଆମେ
Sales Types |
09:13 | Sales Persons |
09:15 | Sales Areas ସେଟ୍-ଅପ୍ କରିବା |
09:17 | Add and manage Customers ଓ Customer Branches ବିଷୟରେ ଜାଣିଲେ |
09:23 | ଗୋଟିଏ ଆସାଇନମେଣ୍ଟ ଭାବେ, ଆଉ ଗୋଟିଏ customer ଯୋଡ଼ନ୍ତୁ |
09:28 | ନୂଆ customer ବିବରଣୀ ପାଇଁ ଏହି ଟ୍ୟୁଟୋରିଆଲର Assignment ଲିଙ୍କକୁ ରେଫର୍ କରନ୍ତୁ |
09:34 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
09:42 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
09:52 | ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ |
09:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ |
10:02 | IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ |