FrontAccounting-2.4.7/C2/Overview-of-FrontAccounting/Oriya

From Script | Spoken-Tutorial
Jump to: navigation, search
Time Narration
00:01 Overview of FrontAccounting ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:06 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା :

FrontAccounting

00:11 FrontAccountingର ଫିଚର୍‌ଗୁଡ଼ିକ ଓ
00:14 ଏହି ଶୃଙ୍ଖଳାର ବିଭିନ୍ନ ଟ୍ୟୁଟୋରିଆଲରେ ଉପଲବ୍ଧ ଥିବା କଣ୍ଟେଣ୍ଟ
00:19 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି: Ubuntu Linux OS ଭର୍ସନ୍ 16.04

ଓ FrontAccounting ଭର୍ସନ୍ 2.4.7

00:31 ଏହି ଟ୍ୟୁଟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଓ ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:40 FrontAccounting ଗୋଟିଏ ଓପନ୍ ସୋର୍ସ, ୱେବ୍ ଆଧାରିତ ଆକାଉଣ୍ଟିଙ୍ଗ ସଫ୍ଟୱେର୍ ଅଟେ
00:45 ଏହା କ୍ଷୁଦ୍ରରୁ ମଧ୍ୟମ ଆକାରର ଉଦ୍ୟୋଗ ପାଇଁ ଅତି ଉପଯୋଗୀ ଅଟେ
00:49 ଏହା Linux, Windows ଓ Mac ଅପରେଟିଙ୍ଗ ସିଷ୍ଟମ୍‌ରେ କାମ କରିଥାଏ
00:54 ଏହା ଦ୍ଵାରା ଆକାଉଣ୍ଟିଙ୍ଗ କାର୍ଯ୍ୟ ସ୍ଵୟଂଚାଳିତ ହୋଇଥାଏ
00:57 ଏହାଦ୍ଵାରା ତ୍ରୁଟିର ସମ୍ଭାବନା ହ୍ରାସ ହୋଇଥାଏ
01:00 FrontAccounting ଦ୍ଵାରା ଗୋଟିଏ ପ୍ରଫେସନାଲ୍ ଆଉଟପୁଟ୍ ମିଳିଥାଏ
01:03 ଏଥିରେ ତୁରନ୍ତ ବ୍ୟବହାର ହେବା ପାଇଁ ଥିବା ରିପୋର୍ଟଗୁଡ଼ିକ ଥାଏ
01:07 ବ୍ୟବସାୟର ସମସ୍ତ ଆସ୍ପେକ୍ଟକୁ ପରିଚାଳନା କରିବା ପାଇଁ ଏହା ସାହାଯ୍ୟ କରିଥାଏ

ଯେପରି, ଜବ୍ କଷ୍ଟିଙ୍ଗଠାରୁ ଆରମ୍ଭ କରି ଇନଭେଣ୍ଟୋରୀ ମ୍ୟାନେଜମେଣ୍ଟରୁ ଫାଇନାନସିଆଲ୍ ଷ୍ଟେଟମେଣ୍ଟ ପର୍ଯ୍ୟନ୍ତ

01:16 FrontAccountingକୁ ଆକାଉଣ୍ଟାଣ୍ଟ, ଫାଇନାନ୍ସ ପ୍ରଫେସନାଲ୍, କମର୍ସ ଶିକ୍ଷକ ଓ
01:21 ଛାତ୍ରମାନେ ବ୍ୟବହାର କରିପାରିବେ
01:24 ବର୍ତ୍ତମାନ ଆମେ ଏହି ଶୃଙ୍ଖଳାରେ ଥିବା ପ୍ରତ୍ୟେକ ଟ୍ୟୁଟୋରିଆଲକୁ ସଂକ୍ଷେପରେ ପଢ଼ିବା
01:30 ଏହି ଶୃଙ୍ଖଳାର ପ୍ରଥମ ଟ୍ୟୁଟୋରିଆଲରେ,

Ubuntu Linux ଅପରେଟିଙ୍ଗ ସିଷ୍ଟମ୍ ରେ FrontAccountingର ଇନଷ୍ଟଲେଶନ୍ ବିଷୟରେ ବର୍ଣ୍ଣନା କରାଯାଇଛି

01:38 ଇନଷ୍ଟଲେଶନ୍ ପାଇଁ ପ୍ରାକ୍ ଆବଶ୍ୟକତା ଭାବେ Apache, PHP5 ଓ MySQL ସର୍ଭର୍ ଦରକାର
01:46 କିପରି FrontAccounting ପାଇଁ ଗୋଟିଏ ଡାଟାବେସ୍ ତିଆରି କରିବା
01:50 ଏଠାରେ ଏହି ଟ୍ୟୁଟୋରିଆଲ୍ ଉପରେ ସମ୍ୟକ ଧାରଣା ଦିଆଯାଇଛି
Default Language ଭାବେ English ଚୟନ କରନ୍ତୁ. Install ବଟନ୍‌ରେ କ୍ଲିକ୍ କରନ୍ତୁ. ଆମେ ସ୍କ୍ରୀନ୍ ଉପରେ ଅନ୍ତିମ ମେସେଜ୍, FrontAccounting ERP has been installed successfullyକୁ ଦେଖିପାରିବା
02:10 ପରବର୍ତ୍ତୀ ଟ୍ୟୁଟୋରିଆଲ୍, Linux OSରେ FrontAccountingର ଇନଷ୍ଟଲେଶନ୍ ଉପରେ ଆଧାରିତ ଅଟେ
02:16 FrontAccounting ସଫ୍ଟୱେର୍‌କୁ ଡାଉନଲୋଡ୍ କରିବା, FrontAccounting ପାଇଁ ଗୋଟିଏ ଡାଟାବେସ୍ ତିଆରି କରିବା
02:21 ଏବଂ Windows OSରେ FrontAccounting ଇନଷ୍ଟଲ୍ କରିବା ବିଷୟରେ ଏହି ଟ୍ୟୁଟୋରିଆଲରେ ବର୍ଣ୍ଣନା କରାଯାଇଛି
02:28 ଏହି ଟ୍ୟୁଟୋରିଆଲକୁ ଦେଖନ୍ତୁ
Address barରେ localhost/account ଟାଇପ୍ କରିବା ପରେ Enter ଦାବନ୍ତୁ. FrontAccounting ୱେବ୍ ପେଜ୍ ରେ Step 1: System Diagnostics ଶୋ’ ହେଉଥିବା ଆମେ ଦେଖିପାରିବା. Select install wizard language ପାଇଁ English ଚୟନ ହୋଇଥିବା ସୁନିଶ୍ଚିତ କରନ୍ତୁ. ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନ ଭାଗରେ ଥିବା Continue ବଟନ୍‌ରେ କ୍ଲିକ୍ କରନ୍ତୁ
02:54 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Setup in FrontAccounting ଉପରେ ଆଧାରିତ ଅଟେ
02:58 ଏଠାରେ ଆମେ, FrontAccounting ଇଣ୍ଟରଫେସ୍
03:03 Setup ଟାବ୍‌ରେ ଥିବା ବିଭିନ୍ନ module
03:06 ନିଜର Organization କିମ୍ବା Company ତିଆରି କରିବା
03:10 User accounts ସେଟ-ଅପ୍ କରିବା
03:13 Accessର ପରମିସନ୍ ସେଟ-ଅପ୍ ଏବଂ ଡିସପ୍ଲେ ସେଟ-ଅପ୍ କରିବା ବିଷୟରେ ଶିଖିବା
03:19 ଏଠାରେ ଏହି ଟ୍ୟୁଟୋରିଆଲ୍ ଉପରେ ସମ୍ୟକ ଧାରଣା ଦିଆଯାଇଛି
ତା’ପରେ ଏଠାରେ ପ୍ରଦର୍ଶିତ ହେବା ଭଳି ନିର୍ଦ୍ଦିଷ୍ଟ ଫିଲ୍ଡରେ Company ଆଡ୍ରେସ୍, Domicile , Phone no, Email address ଏବଂ Company GST ନମ୍ବର୍ ଟାଇପ୍ କରନ୍ତୁ
03:38 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Banking and General Ledger in FrontAccounting ଉପରେ ଆଧାରିତ ଅଟେ
03:43 ଏହା ଆମକୁ, ଜେନେରଲ୍ ଲେଜର୍ କ୍ଲାସେସ୍,
03:46 ଜେନେରଲ୍ ଲେଜର୍ ଗ୍ରୁପ୍,
03:49 ଏବଂ ଜେନେରାଲ୍ ଲେଜର୍ ଆକାଉଣ୍ଟ
03:52 ତିଆରି କରିବାରେ ସାହାଯ୍ୟ କରିବ
03:55 ଏହି ଟ୍ୟୁଟୋରିଆଲକୁ ଚଲାନ୍ତୁ
Maintenance ପ୍ୟାନେଲ୍‌ରେ ଥିବା GL Account Classes ଲିଙ୍କରେ କ୍ଲିକ୍ କରନ୍ତୁ. ଏଠାରେ Class Name ଓ Class Typeକୁ ଡିଫଲ୍ଟ ଭାବେ Assets , Liabilities, Income ଓ Expenseରେ ପରିଭାଷିତ କରାଯାଇଛି
04:15 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Journal Entry and Balance sheet in FrontAccounting ଉପରେ ଆଧାରିତ ଅଟେ
04:20 ଏଠାରେ ଆମେ ଗୋଟିଏ Journal Entry ପାସ୍ କରିବା
04:24 Balance Sheetରେ ପ୍ରତିଫଳ ଦେଖିବା ଏବଂ ଗୋଟିଏ transactionକୁ Void କରିବା ବିଷୟରେ ଶିଖିବା
04:30 ଏହି ଟ୍ୟୁଟୋରିଆଲକୁ ଚଲାନ୍ତୁ
04:34 ବର୍ତ୍ତମାନ ଏହି Journal Entryର ନ୍ୟାରେଶନ୍ ପାଇଁ Memo ଫିଲ୍ଡରେ କ୍ଲିକ୍ କରନ୍ତୁ. ଏଠାରେ Being capital introduced in the business ଟାଇପ୍ କରନ୍ତୁ. Entryକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Process Journal Entry ବଟନ୍‌ରେ କ୍ଲିକ୍ କରନ୍ତୁ. ଉପର ଭାଗରେ ଥିବା ମେସେଜ୍, Journal entry has been enteredକୁ ଆପଣ ଦେଖିପାରିବେ
04:57 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Items and Inventory in FrontAccounting ଉପରେ ଆଧାରିତ ଅଟେ
05:02 ଏହି ଟ୍ୟୁଟୋରିଆଲରେ ଆମେ Units of Measure, Items
05:08 Item Category ଓ Sales Pricing ବିଷୟରେ ଶିଖିବା
05:12 ଏହି ଟ୍ୟୁଟୋରିଆଲକୁ ଦେଖନ୍ତୁ
ଆମେ କିଣୁଥିବା ଏବଂ ବିକ୍ରି କରୁଥିବା itemsର ଗ୍ରୁପ୍ କରିବା ପାଇଁ Item Categories ସାହାଯ୍ୟ କରିଥାଏ. Item Categories ଲିଙ୍କରେ କ୍ଲିକ୍ କରନ୍ତୁ. ଏଠାରେ କିଛି ଡିଫଲ୍ଟ Item categories ଥିବା ଆମେ ଦେଖିପାରିବା - Charges, Components, Services ଏବଂ Systems
05:36 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Taxes and Bank Accounts in FrontAccounting ଉପରେ ଆଧାରିତ ଅଟେ
05:41 ଏଠାରେ ଆମେ, ଗୋଟିଏ ନୂଆ Tax ଯୋଡ଼ିବା,
05:45 Bank Accounts ସେଟ-ଅପ୍ କରିବା
05:47 Deposits ଯୋଡ଼ିବା
05:49 Bank Accountକୁ ଆମାଉଣ୍ଟ ଟ୍ରାନ୍ସଫର୍ କରିବା
05:52 ଏବଂ Bank Accountକୁ Reconcile କରିବା ବିଷୟରେ ଶିଖିବା
05:55 ଏଠାରେ ଏହି ଟ୍ୟୁଟୋରିଆଲ୍ ଉପରେ ସମ୍ୟକ ଧାରଣା ଦିଆଯାଇଛି
ବର୍ଣ୍ଣନାକୁ GSTରେ ଏବଂ ପର୍ସେଣ୍ଟେଜ୍‌କୁ 12ରେ ପରିବର୍ତ୍ତନ କରନ୍ତୁ. Sales GL account ଓ Purchase GL Accountକୁ Sales tax ଭାବେ ରଖନ୍ତୁ. ୱିଣ୍ଡୋର ନିମ୍ନ ଭାଗରେ ଥିବା Update ବଟନ୍‌ରେ କ୍ଲିକ୍ କରନ୍ତୁ. ଆମେ ସଫଳତାର ସହ ଡିଫଲ୍ଟ ଏଣ୍ଟ୍ରୀ Taxକୁ GSTରେ ବଦଳାଇଦେଲେ
06:22 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Setup for Sales in FrontAccounting ଉପରେ ଆଧାରିତ ଅଟେ
06:27 ଏଥିରେ Sales Types,
06:31 Sales Persons

Sales Areasକୁ ସେଟ-ଅପ୍ କରିବା

06:35 ଗ୍ରାହକମାନଙ୍କୁ ଯୋଡ଼ିବା ଓ ପରିଚାଳନା କରିବା ଏବଂ ଶାଖାଗୁଡ଼ିକ ବିଷୟରେ ବର୍ଣ୍ଣନା କରାଯାଇଛି
06:40 ଏଠାରେ ଏହି ଟ୍ୟୁଟୋରିଆଲ୍ ଉପରେ ସମ୍ୟକ୍ ଧାରଣା ଦିଆଯାଇଛି
ଆମେ Retail ଓ Wholesaleକୁ Sales Types ଭାବେ ଦେଖିବାକୁ ପାଇବା. ଉଦାହରଣସ୍ଵରୂପ, ଆମ ବ୍ୟବସାୟର ଏକ ବଡ଼ ଅଂଶ Retail ବୋଲି ଗ୍ରହଣ କରାଯାଇଛି. ତେଣୁ, ଆମେ ରିଟେଲ୍ ପ୍ରାଇସିଙ୍ଗକୁ Base ପ୍ରାଇସ୍ ଲିଷ୍ଟ ଭାବେ ରଖିପାରିବା
07:01 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Place Sales Order in FrontAccounting ଉପରେ ଆଧାରିତ ଅଟେ
07:06 ଏଠାରେ ଆମେ Sales Quotation Entry

Sales Order Entry

07:14 Make Delivery ଓ

Sales Order Inquiry ବିଷୟରେ ଶିଖିବା

07:19 ଏଠାରେ ଏହି ଟ୍ୟୁଟୋରିଆଲ୍ ଉପରେ ସମ୍ୟକ ଧାରଣା ଦିଆଯାଇଛି
ତେଣୁ, Make Sales Order Against This Quotation ଲିଙ୍କରେ କ୍ଲିକ୍ କରନ୍ତୁ. Sales Order Entry ପାଇଁ ଗୋଟିଏ ୱିଣ୍ଡୋ ଖୋଲିବ. ଏଠାରେ itemର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ. ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ୱିଣ୍ଡୋର ନିମ୍ନ ଭାଗରେ ଥିବା Place Order ବଟନ୍‌ରେ କ୍ଲିକ୍ କରନ୍ତୁ
07:43 ପରବର୍ତ୍ତୀ ଟ୍ୟୁଟୋରିଆଲ୍ Purchases and Reports in FrontAccounting ଉପରେ ଆଧାରିତ ଅଟେ
07:49 ଏଠାରେ ଆମେ Suppliers ଯୋଡ଼ିବା
07:53 Purchase Order Entry କରିବା
07:56 Suppliers invoice ତିଆରି କରିବା ଏବଂ

transactions ଉପରେ ବିଭିନ୍ନ ରିପୋର୍ଟ ପ୍ରସ୍ତୁତ କରିବା ବିଷୟରେ ଶିଖିବା

08:04 ଏହି ଟ୍ୟୁଟୋରିଆଲକୁ ଦେଖନ୍ତୁ
ୱିଣ୍ଡୋରେ ଥିବା Receive Items on this Purchase Order ଲିଙ୍କରେ କ୍ଲିକ୍ କରନ୍ତୁ. ଆମେ ଆମର Purchase Order ଦ୍ଵାରା ପ୍ରାପ୍ତ କରିଥିବା itemsର ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବା. ୱିଣ୍ଡୋର ନିମ୍ନ ଭାଗରେ ଥିବା Process Receive Items ବଟନ୍‌ରେ କ୍ଲିକ୍ କରନ୍ତୁ
08:24 ଏହି ଟ୍ୟୁଟୋରିଆଲଗୁଡ଼ିକ ଆକାଉଣ୍ଟିଙ୍ଗର ମୌଳିକ ବ୍ୟବହାର ଉପରେ ଧାରଣା ପ୍ରଦାନ କରିବ
08:29 ଭବିଷ୍ୟତରେ ଆମେ ଏହି ଶୃଙ୍ଖଳାରେ ଅଧିକ କିଛି ଯୋଡ଼ିବାର ସମ୍ଭାବନା ଅଛି
08:34 ଏଗୁଡ଼ିକ FrontAccountingର କିଛି ଆଧୁନିକ ସ୍ତରର କାର୍ଯ୍ୟକଳାପ ଉପରେ ଆଧାରିତ ହୋଇପାରେ
08:39 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
08:44 ଏହି ଟ୍ୟୁଟୋରିଆଲ୍ ରେ ଆମେ FrontAccounting ବିଷୟରେ ଏବଂ ଏହି ଶୃଙ୍ଖଳାରେ ଥିବା ଅନ୍ୟାନ୍ୟ ଟ୍ୟୁଟୋରିଆଲଗୁଡ଼ିକ ବିଷୟରେ ମଧ୍ୟ ଜାଣିଲେ
08:52 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
09:07 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି?

ଦୟାକରି ଏହି ସାଇଟ୍‌କୁ ଯାଆନ୍ତୁ

09:12 ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରିବା ସହିତ ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ
09:19 ଆମ ଟିମ୍‌ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବେ
09:22 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି
09:27 ଦୟାକରି ଏଗୁଡ଼ିକରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପୋଷ୍ଟ କରନ୍ତୁ ନାହିଁ
09:32 ଏହାଦ୍ଵାରା କ୍ଲଟର୍ ହ୍ରାସ ହେବ

କମ କ୍ଲଟର୍‌ରେ ଆମେ ଏହି ଆଲୋଚନାକୁ ଶିକ୍ଷାଦାନ ସମ୍ବନ୍ଧୀୟ ସାମଗ୍ରୀ ଭାବେ ବ୍ୟବହାର କରିପାରିବୁ

09:41 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ

IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep