FrontAccounting-2.4.7/C2/Items-and-Inventory-in-FrontAccounting/Oriya

From Script | Spoken-Tutorial
Jump to: navigation, search
Time Narration
00:01 FrontAccountingରେ Items and Inventory ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ
00:07 ଏହି ଟ୍ୟୁଟୋରିଆଲରେ ଆମେ FrontAccountingରେ ନିମ୍ନଲିଖିତ ସବୁକୁ ଯୋଡ଼ିବା ଶିଖିବା:

Units of Measure

00:14 Items
00:16 Item Category ଓ Sales Pricing
00:20 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:28 FrontAccounting ଭର୍ସନ୍ 2.4.7
00:32 ଏହି ଟ୍ୟୁଟୋରିଆଲ୍ ଅଭ୍ୟାସ କରିବା ପାଇଁ ଆପଣଙ୍କର ହାୟର୍ ସେକେଣ୍ଡାରୀ କମର୍ସ ଆଣ୍ଡ ଆକାଉଣ୍ଟିଙ୍ଗ ଏବଂ ପ୍ରିନସିପଲ୍ସ ଅଫ୍ ବୁକ୍ କିପିଙ୍ଗ ଉପରେ ଜ୍ଞାନ ଥିବା ଆବଶ୍ୟକ
00:42 ଏବଂ ପୂର୍ବରୁ ଆପଣ FrontAccountingରେ ଗୋଟିଏ ସଂସ୍ଥା କିମ୍ବା Company ସେଟ୍-ଅପ୍ କରିଥିବା ଆବଶ୍ୟକ
00:48 ଯଦି ନାହିଁ, ତେବେ ପ୍ରାସଂଗିକ FrontAccounting ଟ୍ୟୁଟୋରିଆଲ୍ ପାଇଁ ଏହି ୱେବସାଇଟ୍‌କୁ ଯାଆନ୍ତୁ
00:54 FrontAccounting ଇଣ୍ଟରଫେସ୍‌ରେ କାମ ଆରମ୍ଭ କରିବା ପୂର୍ବରୁ XAMPP servicesକୁ ଚାଲୁ କରନ୍ତୁ
01:00 ଆରମ୍ଭ କରିବା ପୂର୍ବରୁ, FrontAccountingରେ ଥିବା Itemsକୁ ଚାଲନ୍ତୁ ବୁଝିବା
01:06 Items ହେଉଛି ଜିନିଷଗୁଡ଼ିକ, ଯାହାକୁ ବ୍ୟବସାୟରେ କ୍ରୟ ବା ବିକ୍ରୟ କରାଯାଏ
01:11 ଆମକୁ ଗୋଟିଏ ରେକର୍ଡ ରଖିବାକୁ ହେବ, ଯେଉଁଥିରେ inventory item ସମ୍ବନ୍ଧିତ ମୂଳ ତଥ୍ୟକୁ ତାଲିକାଭୂକ୍ତ କରାଯିବ
01:18 Inventory ହେଉଛି,

Stock in hand,

01:23 Work in progress,

Raw materials ଓ Finished goods in handର ଗୋଟିଏ ସମ୍ପୂର୍ଣ୍ଣ ତାଲିକା

01:30 Frontaccounting ଇଣ୍ଟରେଫେସ୍‌କୁ ଖୋଲନ୍ତୁ
01:34 ବ୍ରାଉଜର୍‌କୁ ଖୋଲନ୍ତୁ ଏବଂ localhost slash account ଟାଇପ୍ କରି Enter ଦାବନ୍ତୁ
01:43 login ପେଜ୍ ଦୃଶ୍ୟମାନ ହେବ
01:46 username ପାଇଁ admin ଏବଂ password ଟାଇପ୍ କରନ୍ତୁ.

Login ବଟନ୍‌ରେ କ୍ଲିକ୍ କରନ୍ତୁ

01:54 Frontaccounting ଇଣ୍ଟରଫେସ୍ ଖୋଲିଯିବ
01:57 Items and Inventory ଟାବ୍‌ରେ କ୍ଲିକ୍ କରନ୍ତୁ
02:01 Items and Inventory ବିବରଣୀକୁ ସେଟ୍-ଅପ୍ କରିବା ପାଇଁ Maintenance ପ୍ୟାନେଲ୍‌କୁ ବ୍ୟବହାର କରାଯାଇଛି
02:06 ସେଟ୍-ଅପ୍ କରିବା ପାଇଁ, ନିମ୍ନଲିଖିତ ବିକଳ୍ପଗୁଡ଼ିକୁ ବ୍ୟବହାର କରାଯାଇପାରିବ:

Units of Measure

02:13 Items ଓ Item Categories
02:18 Units of Measureକୁ କିପରି ସେଟ୍ କରାଯାଏ, ଚାଲନ୍ତୁ ଦେଖିବା
02:22 ପ୍ରତ୍ୟେକ Item ପାଇଁ Units of Measure ବିକଳ୍ପକୁ ନିର୍ଦ୍ଦିଷ୍ଟ କରାଯିବା ଉଚିତ
02:27 Maintenance ପ୍ୟାନେଲ୍‌ରେ ଥିବା Units of Measure ଲିଙ୍କରେ କ୍ଲିକ୍ କରନ୍ତୁ
02:32 ଡିଫଲ୍ଟ ଭାବେ ଆପଣ units of measure ପାଇଁ each ଓ hour ଥିବା ଆପଣ ଦେଖିପାରିବେ
02:38 kilograms ପାଇଁ କିପରି ଗୋଟିଏ ନୂଆ Units of Measureକୁ ଯୋଡ଼ାଯାଇପାରିବ, ଚାଲନ୍ତୁ ଦେଖିବା
02:43 ଏଠାରେ ପ୍ରଦର୍ଶିତ ହେଲା ଭଳି ୟୁନିଟ୍ kilograms ପାଇଁ ସମସ୍ତ ବିବରଣୀକୁ ଟାଇପ୍ କରନ୍ତୁ
02:48 Decimal places ଡ୍ରପ୍-ଡାଉନ୍ ବକ୍ସରେ zero ଚୟନ କରନ୍ତୁ
02:53 ଏହି unitକୁ ଯୋଡ଼ିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Add new ବଟନ୍‌ରେ କ୍ଲିକ୍ କରନ୍ତୁ
02:59 ସଫଳତାର ସହ ଗୋଟିଏ ନୂଆ unit ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ
03:04 ଅପଡେଟେଡ୍ ଏଣ୍ଟ୍ରୀ ଥିବା ଟେବଲ୍‌କୁ ମଧ୍ୟ ଆପଣ ଦେଖିପାରିବେ
03:08 ଏହିପରି ନିଜ କମ୍ପାନୀର items ପାଇଁ ଆପଣଙ୍କୁ Units of measureକୁ ଯୋଡ଼ିବା ଆବଶ୍ୟକ
03:15 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
03:22 ବର୍ତ୍ତମାନ ଶ୍ରେଣୀଭୁକ୍ତ ଥିବା ଗୋଟିଏ item ପାଇଁ Item Categoriesକୁ ସେଟ୍ କରନ୍ତୁ
03:28 ଆମେ କିଣୁଥିବା ଏବଂ ବିକ୍ରି କରୁଥିବା itemsର ଗ୍ରୁପ୍ କରିବା ପାଇଁ Item Categories ସାହାଯ୍ୟ କରିଥାଏ
03:33 Item Categories ଲିଙ୍କରେ କ୍ଲିକ୍ କରନ୍ତୁ
03:35 ଏଠାରେ କିଛି ଡିଫଲ୍ଟ Item categories ଥିବା ଆମେ ଦେଖିପାରିବା - Charges, Components, Services ଓ Systems
03:48 ଆମକୁ ନିଜର Item category ପ୍ରସ୍ତୁତ କରିବା ଆବଶ୍ୟକ, ଯେଉଁଥିରେ

Item tax type,

03:54 Item Type ଓ Units of Measure ପରିଭାଷିତ ହୋଇଥାଏ
03:58 ଉଦାହରଣସ୍ଵରୂପ, ଆମ କମ୍ପାନୀ ପ୍ରସ୍ତୁତ ହୋଇସାରିଥିବା ଜିନିଷର ବ୍ୟବସାୟ କରିଥାଏ, ଯେପରି Laptops
04:04 ତେଣୁ ଆମେ Finished Goods ନାମକ ଗୋଟିଏ ନୂଆ Item categoryକୁ ଯୋଡ଼ିବା
04:09 ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀ ଲେଖନ୍ତୁ.

Category Name – Finished Goods

04:15 Item Tax Type - Regular

Item Type - Purchased

04:21 Units of Measure - Each
04:24 ବଳକା ଫିଲ୍ଡଗୁଡ଼ିକରେ ଡିଫଲ୍ଟ ଭେଲ୍ୟୁଗୁଡ଼ିକୁ ଲେଖନ୍ତୁ
04:28 ଏଣ୍ଟ୍ରୀକୁ ସେଭ୍ କରିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Add New ବଟନ୍‌ରେ କ୍ଲିକ୍ କରନ୍ତୁ
04:34 ନୂତନ ଭାବେ ଯୋଡ଼ାଯାଇଥିବା ବିବରଣୀଗୁଡ଼ିକ ଉପରୋକ୍ତ ଟେବଲ୍‌ରେ ଅପଡେଟ୍ ହୋଇଯାଇଥିବା ଆପଣ ଦେଖିପାରିବେ
04:40 FrontAccounting ଇଣ୍ଟରଫେସ୍ କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
04:47 ତା’ପରେ ଏହି Item category ପାଇଁ ଚାଲନ୍ତୁ ଗୋଟିଏ ନୂଆ Item ତିଆରି କରିବା
04:52 Maintenance ପ୍ୟାନେଲ୍‌ରେ ଥିବା Items ଲିଙ୍କରେ କ୍ଲିକ୍ କରନ୍ତୁ
04:57 ଏଠାରେ item ପାଇଁ ସମସ୍ତ ଆବଶ୍ୟକୀୟ ତଥ୍ୟକୁ ପୂରଣ କରିବା ପାଇଁ ଆପଣଙ୍କୁ ପ୍ରମ୍ପ୍ଟ କରାଯିବ.

ଏଠାରେ ପ୍ରଦର୍ଶିତ ହେବା ଭଳି ବିବରଣୀକୁ ଲେଖନ୍ତୁ

05:06 ପ୍ରତ୍ୟେକ item ପାଇଁ ଆପଣ ଗୋଟିଏ ସ୍ଵତନ୍ତ୍ର କୋଡ୍ ପ୍ରଦାନ କରିଛନ୍ତି ବୋଲି ସୁନିଶ୍ଚିତ କରନ୍ତୁ.

ଏହା ବାଧ୍ୟତାମୂଳକ ଅଟେ

05:13 Category ଅର୍ଥ ହେଉଛି Item category, ଯେଉଁଥିରେ item ଶ୍ରେଣୀଭୁକ୍ତ ହୋଇଥିବ.

Finished Goodsକୁ ଚୟନ କରନ୍ତୁ

05:21 itemକୁ କେଉଁ ଉଦ୍ଦେଶ୍ୟରେ ବ୍ୟବହାର କରାଯାଇଛି, ତାହା ଜାଣିବା ପାଇଁ Item type ଅଛି, ଯେପରି:

ନିର୍ମାଣ ଉଦ୍ଦେଶ୍ୟରେ

05:28 ଜଣେ supplierଠାରୁ କିମ୍ବା ଗୋଟିଏ service ପାଇଁ କ୍ରୟ କରାଯାଇଥିଲା
05:33 ତଳକୁ ସ୍କ୍ରୋଲ୍ କରନ୍ତୁ.

ଏବଂ ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Insert New Item ବଟନ୍‌ରେ କ୍ଲିକ୍ କରନ୍ତୁ

05:41 ସଫଳତାର ସହ ଗୋଟିଏ ନୂଆ item ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ
05:47 ୱିଣ୍ଡୋର ଉପର ଭାଗରେ ଥିବା ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ
05:51 ନୂଆ itemଟି ଯୋଡ଼ି ହୋଇଯାଇଥିବା, ଆପଣ ଦେଖିପାରିବେ
05:56 ଗୋଟିଏ ଆସାଇନମେଣ୍ଟ ଭାବେ:

Item category- Finished goods ଅଧିନରେ ଦୁଇଟି ନୂଆ items ଯୋଡ଼ନ୍ତୁ

06:02 Item category- Components ଅଧିନରେ ଦୁଇଟି ନୂଆ items ଯୋଡ଼ନ୍ତୁ
06:07 ଏହି ଟ୍ୟୁଟୋରିଆଲର ସମ୍ପୂର୍ଣ୍ଣ ବିବରଣୀ ପାଇଁ Assignment ଲିଙ୍କକୁ ରେଫର୍ କରନ୍ତୁ
06:12 ଆସାଇନମେଣ୍ଟକୁ ସମ୍ପୂର୍ଣ୍ଣ କରିବା ପରେ ୱିଣ୍ଡୋର ଉପର ଭାଗରେ ଥିବା ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ
06:18 ବର୍ତ୍ତମାନ Components ଅଧିନରେ 2ଟି items ଏବଂ Finished goods ଅଧିନରେ 3ଟି items ଥିବା ଆପଣ ଦେଖିପାରିବେ
06:26 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
06:33 items ବା inventoryର ପ୍ରାଇସିଙ୍ଗ ଲେବଲ୍‌କୁ ଚୟନ କରିବା ପାଇଁ Pricing and Costs ପ୍ୟାନେଲ୍‌କୁ ବ୍ୟବହାର କରାଯାଇଛି
06:40 ଇଣ୍ଡିଭିଜୁଆଲ୍ Sales item ପାଇଁ sales prices ଆସାଇନ୍ କରିବା ପାଇଁ ଏହି ବିକଳ୍ପକୁ ବ୍ୟବହାର କରାଯାଇଛି.

Sales Pricing ଲିଙ୍କରେ କ୍ଲିକ୍ କରନ୍ତୁ

06:49 Item ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ.

ଆପଣ Sales Price ଆସାଇନ୍ କରିବାକୁ ଚାହୁଁଥିବା ଆଇଟମ୍ Dell Laptopକୁ ଚୟନ କରନ୍ତୁ

06:58 ବର୍ତ୍ତମାନ Currency ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ.
07:02 କରେନ୍ସୀ ପାଇଁ Indian Rupees ଚୟନ କରନ୍ତୁ
07:06 Sales Type ଡ୍ରପ୍-ଡାଉନ୍ ବକ୍ସରେ କ୍ଲିକ୍ କରନ୍ତୁ
07:10 ସେଠାରେ ଦୁଇଟି ବିକଳ୍ପ ଅଛି: Retail ଓ Wholesale
07:15 ଏଠାରେ Retail ବିକଳ୍ପକୁ ଚୟନ କରନ୍ତୁ
07:19 ତା’ପରେ Price ଫିଲ୍ଡରେ କ୍ଲିକ୍ କରନ୍ତୁ.

Itemର Price ସ୍ଥାନରେ 53,000 per each ଟାଇପ୍ କରନ୍ତୁ

07:28 ତା’ପରେ ୱିଣ୍ଡୋର ନିମ୍ନ ଭାଗରେ ଥିବା Add New ବଟନ୍‌ରେ କ୍ଲିକ୍ କରନ୍ତୁ
07:33 ସଫଳତାର ସହ item Dell Laptop ପାଇଁ ଗୋଟିଏ Sales price ଯୋଡ଼ି ହୋଇଯାଇଥିବା ପପ୍-ଅପ୍ ମେସେଜ୍ ଦ୍ଵାରା ପ୍ରଦର୍ଶିତ ହେବ
07:41 ଏଠାରେ ଥିବା ଟେବଲ୍‌ରେ ଆମେ ଅପଡେଟେଡ୍ ଭେଲ୍ୟୁଗୁଡ଼ିକୁ ମଧ୍ୟ ଦେଖିପାରିବା
07:45 FrontAccounting ଇଣ୍ଟରଫେସ୍‌କୁ ଫେରିଯିବା ପାଇଁ ୱିଣ୍ଡୋର ନିମ୍ନ ଭାଗରେ ଥିବା Back ଲିଙ୍କରେ କ୍ଲିକ୍ କରନ୍ତୁ
07:52 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ.
07:56 ସଂକ୍ଷିପ୍ତରେ -
07:58 ଏହି ଟ୍ୟୁଟୋରିଆଲରେ ଆମେ କିପରି

Units of Measure, Items

08:06 Item Category ଓ Sales Pricing ତିଆରି କରାଯାଏ, ଶିଖିଲେ
08:10 ଗୋଟିଏ ଆସାଇନମେଣ୍ଟ ଭାବେ, ନିମ୍ନଲିଖିତ items ପାଇଁ sales price ଯୋଡ଼ନ୍ତୁ:

Sales Typeକୁ Retail ରଖନ୍ତୁ

08:20 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
08:27 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
08:35 ଦୟାକରି ଏହି ଫୋରମରେ ନିଜର ସମୟବଦ୍ଧ ପ୍ରଶ୍ନ ପୋଷ୍ଟ୍ କରନ୍ତୁ
08:39 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ MHRD ଦ୍ୱାରା ଅନୁଦାନ ପ୍ରାପ୍ତ.

IIT Bombay ତରଫରୁ ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep