FrontAccounting-2.4.7/C2/Installation-of-FrontAccounting-on-Linux-OS/Oriya

From Script | Spoken-Tutorial
Jump to: navigation, search
Time
Narration
00:01 Installation of FrontAccounting on Linux Operating System ଉପରେ ଥିବା ସ୍ପୋକନ୍ ଟ୍ୟୁଟୋରିଅଲ୍‌କୁ ସ୍ଵାଗତ
00:08 ଏହି ଟ୍ୟୁଟୋରିଅଲ୍‌ରେ ଆମେ ଶିଖିବା:

XAMPP ଇନଷ୍ଟଲ୍ କରିବା

00:13 FrontAccounting ସଫ୍ଟୱେର୍ ଡାଉନଲୋଡ୍ କରିବା
00:15 Linux OSରେ database setup ଓ FrontAccounting ଇନଷ୍ଟଲ୍ କରିବା
00:22 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବା ପାଇଁ ମୁଁ ବ୍ୟବହାର କରୁଛି,

Ubuntu Linux OS ଭର୍ସନ୍ 16.04

00:29 XAMPP 5.5.19 ମାଧ୍ୟମରେ ପ୍ରାପ୍ତ Apache, MySQL ଓ PHP
00:36 FrontAccounting 2.4.7
00:40 Firefox web browser ଓ ଗୋଟିଏ କାର୍ଯ୍ୟକ୍ଷମ Internet ସଂଯୋଗ
00:45 ଆପଣ ନିଜ ପସନ୍ଦର ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:50 FrontAccounting ଗୋଟିଏ server ବେସଡ୍ ଆକାଉଣ୍ଟିଙ୍ଗ ସିଷ୍ଟମ୍ ଅଟେ
00:54 ତେଣୁ, ନିଜ ମେସିନ୍‌ରେ web server ସେଟ-ଅପ୍ କରିବା ପାଇଁ XAMPP ବ୍ୟବହାର କରନ୍ତୁ
00:59 ଗୋଟିଏ web browser ଖୋଲନ୍ତୁ.

Address barରେ URL ଟାଇପ୍ କରିବା ପରେ Enter ଦାବନ୍ତୁ

01:06 ଏହା, ଆମକୁ XAMPPର ଡାଉନଲୋଡ୍ ପେଜ୍‌କୁ ନେଇଯିବ
01:10 ସମସ୍ତ ଅପରେଟିଙ୍ଗ ସିଷ୍ଟମ୍‌କୁ ସପୋର୍ଟ କରୁଥିବା XAMPP, ଏଠାରେ ଡାଉନଲୋଡ୍ ହେବା ପାଇଁ ଉପଲବ୍ଧ ଅଛି
01:15 ଏହି ସବୁଜ ବଟନ୍‌ରେ କ୍ଲିକ୍ କରି XAMPPର ଅଦ୍ୟତନ ଭର୍ସନ୍‌କୁ ଡାଉନଲୋଡ୍ କରାଯାଇପାରିବ
01:20 ହେଲେ, ଆପଣଙ୍କ ସଫ୍ଟୱେର୍‌ର ଆବଶ୍ୟକତା ଅନୁସାରେ XAMPPର ଗୋଟିଏ ଅଲଗା ଭର୍ସନ୍ ଆପଣଙ୍କର ଆବଶ୍ୟକ ହୋଇପାରେ
01:27 ମୋ ପାଇଁ XAMPP ଭର୍ସନ୍ 5.5.19 ଆବଶ୍ୟକ
01:33 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ XAMPP Linux ଚୟନ କରନ୍ତୁ
01:37 ଆଜି ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିବା XAMPPର ସମସ୍ତ ଭର୍ସନ୍ ଏହି ରିଡାଇରେକ୍ଟେଡ୍ ପେଜ୍‌ରେ ପ୍ରଦର୍ଶିତ ହେବ
01:42 ଏହି ଇନଷ୍ଟଲେଶନ୍ ପାଇଁ XAMPP ଭର୍ସନ୍ 5.5.19କୁ ଚୟନ କରନ୍ତୁ
01:49 ମୋ ସିଷ୍ଟମ୍ ଗୋଟିଏ 64bit Operating System ଅଟେ. ତେଣୁ ମୁଁ xampp-linux-x64-5.5.19-0-installer.runକୁ ଡାଉନଲୋଡ୍ କରିବି
02:05 ବର୍ତ୍ତମାନ Save file ବଟନ୍‌ରେ କ୍ଲିକ୍ କରନ୍ତୁ ଏବଂ ତା’ପରେ OK ବଟନ୍‌ରେ କ୍ଲିକ୍ କରନ୍ତୁ
02:10 ମୋ ମେସିନ୍‌ରେ ଏହା Downloads ଫୋଲ୍ଡର୍ ରେ ସେଭ୍ ହୋଇଯାଇଛି
02:14 Ctrl + Alt + T କୀକୁ ଏକା ସାଙ୍ଗରେ ଦାବି ଗୋଟିଏ terminalକୁ ଖୋଲନ୍ତୁ
02:21 Terminalରେ command, cd space Downloads ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
02:27 ଏହା ଦ୍ଵାରା current working directory, Downloadsକୁ ପରିବର୍ତ୍ତନ ହୋଇଯିବ
02:31 ତା’ପରେ ଏଠାରେ ପ୍ରଦର୍ଶିତ commandକୁ ଟାଇପ୍ କରି Enter ଦାବନ୍ତୁ
02:36 ବର୍ତ୍ତମାନ installer ଫାଇଲ୍‌କୁ run କରନ୍ତୁ, ପ୍ରଦର୍ଶିତ command ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ

ଯଦି ପ୍ରମ୍ପ୍ଟ ହୁଏ, ତେବେ admin password ଲେଖନ୍ତୁ

02:46 ବର୍ତ୍ତମାନ Setup wizard ଡାଇଲଗ୍ ବକ୍ସ ଖୋଲିଯିବ
02:50 ପ୍ରମ୍ପ୍ଟ କରାଗଲେ Next ବଟନ୍‌ରେ କ୍ଲିକ୍ କରନ୍ତୁ ଏବଂ ପ୍ରଦର୍ଶିତ ହେଉଥିବା ଇନଷ୍ଟେଲେଶନ୍ ପଦାଙ୍କଗୁଡ଼ିକର ଅନୁସରଣ କରନ୍ତୁ
02:56 Learn more about Bitnami for XAMPP ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ.

ତା’ପରେ Next ବଟନ୍‌ରେ କ୍ଲିକ୍ କରି ଇନଷ୍ଟେଲେଶନ୍ ପ୍ରକ୍ରିୟାକୁ ଜାରି ରଖନ୍ତୁ

03:05 ଥରେ ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହୋଇଗଲେ, Launch XAMPP ଚେକ୍ ବକ୍ସକୁ ଅନଚେକ୍ କରନ୍ତୁ
03:10 ଶେଷରେ Finish ବଟନ୍‌ରେ କ୍ଲିକ୍ କରନ୍ତୁ
03:13 ବର୍ତ୍ତମାନ ଆମ ମେସିନ୍‌ରେ XAMPP ସଫଳତାର ସହ ଇନଷ୍ଟଲ୍ ହୋଇଛି କି ନାହିଁ, ତାହା ଯାଞ୍ଚ କରିବା ଆବଶ୍ୟକ
03:19 Terminalରେ sudo space slash opt slash lampp slash lampp space start ଟାଇପ୍ କରି XAMPP serviceକୁ ଚାଲୁ କରନ୍ତୁ
03:31 ପ୍ରମ୍ପ୍ଟ ହେବା କ୍ଷଣି admin password ଟାଇପ୍ କରି Enter ଦାବନ୍ତୁ
03:36 ଏଠାରେ ପ୍ରଦର୍ଶିତ ହେଉଥିବା ଭଳି ମେସେଜ୍ ଆପଣ ଦେଖିପାରନ୍ତି.

ଆପଣଙ୍କ ମେସିନ୍‌ରେ XAMPP ଇନଷ୍ଟଲ୍ ହୋଇଛି ଏବଂ ଆପଣ service ଚାଲୁ କରିଛନ୍ତି ବୋଲି ଏହା ଦ୍ଵାରା ସୂଚିତ କରିଥାଏ

03:46 ଯଦି ଆପଣ Command not found ମେସେଜ୍ ପ୍ରାପ୍ତ କରନ୍ତି, ତେବେ ଆପଣଙ୍କ ମେସିନ୍‌ରେ XAMPP ଇନଷ୍ଟଲ୍ ହୋଇନାହିଁ
03:54 ଆପଣ କିଛି ଏରର୍ ମେସେଜ୍ ପ୍ରାପ୍ତ କରିପାରନ୍ତି, ଯେପରି Apache shutdown unexpectedly କିମ୍ବା
04:00 Port 80 in use for Apache Server କିମ୍ବା
04:05 Unable to connect to any of the specified MySQL hosts for MySQL database
04:13 Apache ଓ MySQL ପାଇଁ ଥିବା ଡିଫଲ୍ଟ portଗୁଡ଼ିକ ଅନ୍ୟ ସଫ୍ଟୱେର୍ ଦ୍ଵାରା ବ୍ୟବହାର ହେଉଥିବା କାରଣରୁ ଏହା ହୋଇଥାଏ
04:21 Apache ପାଇଁ ଡିଫଲ୍ଟ port ସଂଖ୍ୟା 80 ଏବଂ MySQL ପାଇଁ 3306 ଅଟେ
04:30 ଏହି portଗୁଡ଼ିକୁ ବଦଳାଇବା ପାଇଁ ଏହି ଟ୍ୟୁଟୋରିଅଲ୍‌ର Additional Reading Materialକୁ ଦେଖନ୍ତୁ
04:36 ଏବଂ ଆଗକୁ ବଢ଼ିବା ପୂର୍ବରୁ ସଠିକ୍ port ସଂଖ୍ୟା ପ୍ରଦାନ କରନ୍ତୁ. ଉଦାହରଣସ୍ଵରୂପ: 8080
04:44 ବର୍ତ୍ତମାନ Firefox web browser ଖୋଲନ୍ତୁ.

Address barରେ localhost ଟାଇପ୍ କରିବା ପରେ Enter ଦାବନ୍ତୁ

04:52 ଆମେ XAMPP ସ୍କ୍ରୀନ୍ ଦେଖିବାରେ ସକ୍ଷମ ହେବା
04:56 ଯଦି ଭାଷା ଚୟନ ପାଇଁ ପ୍ରମ୍ପଟ୍ କରାଯାଏ, ତେବେ English ଚୟନ କରନ୍ତୁ
05:01 ଆମେ ବର୍ତ୍ତମାନ XAMPP homepageରେ ଅଛେ
05:04 ସ୍କ୍ରୀନ୍‌ର ବାମ କଡ଼ରେ ଥିବା ମେନୁରେ PHPinfoରେ କ୍ଲିକ୍ କରନ୍ତୁ
05:10 ବର୍ତ୍ତମାନ Ctrl + F କୀ’କୁ ଦାବନ୍ତୁ ଏବଂ DOCUMENT underscore ROOTକୁ ସର୍ଚ୍ଚ କରନ୍ତୁ
05:18 ଏହା Apache Environment ଟେବୁଲ୍‌ରେ ପ୍ରାପ୍ତ ହେବ
05:22 DOCUMENT underscore ROOTର ମୂଲ୍ୟ slash opt slash lampp slash htdocs କିମ୍ବା slash var slash www ହୋଇପାରେ
05:35 ମୋ ମେସିନ୍ ପାଇଁ ଏହା slash opt slash lampp slash htdocs ଅଟେ
05:41 ଦୟାକରି ଏହି ପାଥ୍‍କୁ ନୋଟ୍ କରନ୍ତୁ.

ଆମେ ଏଠାରେ FrontAccounting ଇନଷ୍ଟଲ୍ କରିବାକୁ ଯାଉଛେ

05:47 Front Accountingକୁ ଡାଉନଲୋଡ୍ କରିବା ଆରମ୍ଭ କରନ୍ତୁ
05:50 Web browserରେ ଆଉ ଗୋଟିଏ ଟାବ୍ ଖୋଲନ୍ତୁ ଏବଂ ଏହି URLକୁ ଯା’ନ୍ତୁ
05:57 frontaccounting-2.4.7.tar.gzରେ କ୍ଲିକ୍ କରନ୍ତୁ
06:04 ଡାଉନଲୋଡ୍ ହେବା ଆରମ୍ଭ ହୋଇଯିବ.

Save File ବଟନ୍‌ରେ ଏବଂ ପରେ OK ବଟନ୍ ରେ କ୍ଲିକ୍ କରନ୍ତୁ

06:12 Terminalକୁ ଫେରିଆସନ୍ତୁ
06:15 ତା’ପରେ ଆମେ ଡାଉନଲୋଡ୍ କରିଥିବା tar.gz ଫାଇଲ୍‌ର କଣ୍ଟେଣ୍ଟଗୁଡ଼ିକୁ ଏକ୍ସଟ୍ରାକ୍ଟ କରିବାକୁ ପଡ଼ିବ
06:22 ତେଣୁ ଟାଇପ୍ କରନ୍ତୁ, sudo space tar space hyphen zxvf space frontaccounting hyphen 2.4.7.tar.gz
06:39 ଯଦି admin password ପାଇଁ ପ୍ରମ୍ପଟ୍ କରାଯାଏ, ତେବେ Enter ଦାବନ୍ତୁ
06:44 ଏକ୍ସଟ୍ରାକ୍ଟ ହେଲା ପରେ ଏହି FrontAccounting ଫୋଲ୍ଡର୍‌କୁ account ଭାବେ ରିନେମ୍ କରନ୍ତୁ
06:50 କମାଣ୍ଡ mv space frontaccounting space account ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
06:58 ଫୋଲ୍ଡର୍‌କୁ ରିନେମ୍ କରିବା ବାଧ୍ୟତାମୂଳକ ନୁହେଁ, ହେଲେ, ଗୋଟିଏ ମେସିନ୍‌ରେ ଇନଷ୍ଟଲ୍ ହୋଇଥିବା FrontAccountingର ଅନେକ ଇନଷ୍ଟାନ୍ସକୁ ଚିହ୍ନଟ କରିବାରେ ଏହା ସହାୟକ ହୋଇଥାଏ
07:08 Terminalକୁ ଫେରିଆସନ୍ତୁ
07:11 ବର୍ତ୍ତମାନ account ଫୋଲ୍ଡର୍‌କୁ apache home directoryରେ ରଖନ୍ତୁ
07:17 account ଫୋଲ୍ଡର୍‌କୁ apache home directoryରେ ରଖିବା ପାଇଁ sudo space mv space account space /opt/lampp/htdocs/ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:34 ବର୍ତ୍ତମାନ apache home ଡାଇରେକ୍ଟୋରୀକୁ ଯାଆନ୍ତୁ
07:37 ଏହା କରିବା ପାଇଁ cd space /opt/lampp/htdocs/ ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
07:47 account ଫୋଲ୍ଡର୍ permissionକୁ ବଦଳାଇବା ପାଇଁ sudo space chmod space -R space 777 space account slash ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ
08:01 ଆମେ ସଫଳତାର ସହ XAMPP ସର୍ଭର୍ ଇନଷ୍ଟଲ୍ କରିସାରିଛେ
08:05 FrontAccounting installer, ୱେବ୍ ସର୍ଭର୍‌ର root directoryରେ ଅଛି ବୋଲି ସୁନିଶ୍ଚିତ କରନ୍ତୁ
08:11 ତା’ପରେ, ଆଗକୁ ବଢ଼ିବା ପାଇଁ ଆମକୁ FrontAccounting ପାଇଁ ଗୋଟିଏ database ତିଆରି କରିବାକୁ ହେବ
08:17 ଏହାକୁ phpmyadminରେ କରିବାକୁ ହେବ, ଯାହା MySQLର graphical user interface ଅଟେ.

ଏହା XAMPP ଇନଷ୍ଟଲେଶନ୍ ସହିତ ଆସିଥାଏ

08:28 ବ୍ରାଉଜର୍ ରେ XAMPP ପେଜ୍‌କୁ ଫେରିଯାଆନ୍ତୁ.

XAMPP ପେଜ୍‌ର ବାମ କଡ଼ରେ ଥିବା ମେନୁରେ phpMyadmin ଉପରେ କ୍ଲିକ୍ କରନ୍ତୁ

08:39 ଉପର ମେନୁରେ ଥିବା Usersରେ ଏବଂ ତା’ପରେ Add Userରେ କ୍ଲିକ୍ କରନ୍ତୁ
08:47 ଖୋଲିଥିବା ନୂଆ ୱିଣ୍ଡୋରେ ଆପଣ ନିଜ ପସନ୍ଦର ଗୋଟିଏ username ଲେଖନ୍ତୁ.

ମୁଁ ମୋର username ଭାବେ frontacc ଟାଇପ୍ କରିବି

08:56 Hostର ଡ୍ରପ୍-ଡାଉନ୍ ତାଲିକାରେ Local ଚୟନ କରନ୍ତୁ.
09:01 Password ଟେକ୍ସଟ୍ ବକ୍ସରେ ଆପଣ ନିଜ ପସନ୍ଦର ଗୋଟିଏ Password ଲେଖନ୍ତୁ
09:06 ମୁଁ ମୋର password ଭାବେ admin123 ଟାଇପ୍ କରିବି
09:11 ସମାନ passwordକୁ Re-type ଟେକ୍ସଟ୍ ବକ୍ସରେ ଟାଇପ୍ କରନ୍ତୁ
09:16 ବର୍ତ୍ତମାନ ପାଇଁ Generate Password promptରେ କ୍ଲିକ୍ କରନ୍ତୁ ନାହିଁ
09:21 Database for user ଅଧିନରେ ଆମେ

Create database with the same name and grant all privileges ବିକଳ୍ପକୁ ଦେଖିପାରିବା

09:29 ସେହି ବିକଳ୍ପକୁ ଚେକ୍ କରିବା ସହିତ ତଳକୁ ସ୍କ୍ରୋଲ୍ କରନ୍ତୁ
09:33 ତା’ପରେ ପେଜ୍‌ର ନିମ୍ନ ଡାହାଣ କଡ଼ରେ ଥିବା Go ବଟନ୍‌ରେ କ୍ଲିକ୍ କରନ୍ତୁ
09:38 You have added a new user ମେସେଜ୍ ଦୃଶ୍ୟମାନ ହେବ.

ଏହାର ଅର୍ଥ frontacc ନାମକ ଗୋଟିଏ database ଏବଂ ଏହାର ଗୋଟିଏ ୟୁଜର୍ ମଧ୍ୟ ତିଆରି କରାଯାଇଛି

09:50 ଏହି username ଓ password କେବଳ Database login ପାଇଁ ଉଦ୍ଦିଷ୍ଟ ଅଟେ
09:56 username, password ଓ database ନାମକୁ ଲେଖି ରଖନ୍ତୁ
10:01 FrontAccounting ଇନଷ୍ଟଲେଶନ୍‌କୁ ସମ୍ପୂର୍ଣ୍ଣ କରିବା ପାଇଁ ପରେ ଏଗୁଡ଼ିକ ଆବଶ୍ୟକ ହେବ
10:06 ଦୟାକରି ଧ୍ୟାନ ଦିଅନ୍ତୁ: Database ନାମ ଓ username ସମାନ ହେବା ଉଚିତ ନୁହେଁ
10:11 ଭିନ୍ନ ନାମ ପାଇଁ, ପ୍ରଥମେ database ତିଆରି କରନ୍ତୁ ଏବଂ ପରେ ସେହି database ପାଇଁ ଗୋଟିଏ user ତିଆରି କରନ୍ତୁ
10:18 ନେମିଙ୍ଗ କନଭେନଶନ୍ ଅନୁସାରେ usernameର କୌଣସି ସ୍ଥାନରେ ସ୍ପେସ୍ ରହିବ ନାହିଁ
10:25 ବର୍ତ୍ତମାନ ଆମର XAMPP ଚାଲୁ ରହିଛି ଏବଂ database ମଧ୍ୟ ପ୍ରସ୍ତୁତ ହୋଇଯାଇଛି
10:29 ବର୍ତ୍ତମାନ ଆମେ Front Accounting ଇନଷ୍ଟଲ୍ କରିବା ପାଇଁ ପ୍ରସ୍ତୁତ
10:33 web browserରେ ଗୋଟିଏ ନୂଆ ଟାବ୍ ଖୋଲନ୍ତୁ.

ଆଡ୍ରେସ୍ ବାର୍‌ରେ localhost/account ଟାଇପ୍ କରନ୍ତୁ ଏବଂ Enter ଦାବନ୍ତୁ

10:44 FrontAccounting ୱେବ୍ ପେଜ୍‌ରେ Step 1: System Diagnostics ସୋ ହେଉଥିବା ଆମେ ଦେଖିପାରିବା
10:51 Select install wizard language ପାଇଁ English ଚୟନ ହୋଇଥିବା ସୁନିଶ୍ଚିତ କରନ୍ତୁ
10:56 ତଳକୁ ସ୍କ୍ରୋଲ୍ କରନ୍ତୁ ଏବଂ ପେଜ୍‌ର ନିମ୍ନ ଭାଗରେ ଥିବା Continue ବଟନ୍‌ରେ କ୍ଲିକ୍ କରନ୍ତୁ
11:02 ପରବର୍ତ୍ତୀ ୱେବ୍-ପେଜ୍‌ର ଟାଇଟଲ୍ Step 2: Database Server Settings ଅଟେ
11:08 ଏଠାରେ server portକୁ ଖାଲି ରଖନ୍ତୁ
11:12 ଯଦି ଆପଣ MySQLର ଡିଫଲ୍ଟ port 3306 ବଦଳରେ ଅନ୍ୟ କିଛି ରଖିଥାଆନ୍ତି, ତେବେ ଏଠାରେ ସେହି ପୋର୍ଟ ସଂଖ୍ୟାକୁ ଲେଖନ୍ତୁ
11:21 ଆମେ ପୂର୍ବରୁ ତିଆରି କରିଥିବା ନିମ୍ନଲିଖିତ ବିବରଣୀ ଲେଖନ୍ତୁ-

database Name ପାଇଁ frontacc database user ପାଇଁ frontacc

11:33 ଏବଂ database password ପାଇଁ admin123 ଲେଖନ୍ତୁ
11:38 ଅନ୍ୟ ବିକଳ୍ପଗୁଡ଼ିକୁ ଅଣଦେଖା କରନ୍ତୁ ଏବଂ ନିମ୍ନ ଭାଗରେ ଥିବା Continue ବଟନ୍‌ରେ କ୍ଲିକ୍ କରନ୍ତୁ
11:45 ତା’ପରେ ଆପଣଙ୍କୁ ନିଜ କମ୍ପାନୀର ସମ୍ପୂର୍ଣ୍ଣ ବିବରଣୀ ଦେବାକୁ ପଡ଼ିବ.

ଏହାକୁ କିପରି କରାଯାଏ, ତାହା ମୁଁ ପ୍ରଦର୍ଶନ କରିବି

11:53 Company Name ଫିଲ୍ଡରେ ST Company Pvt Ltd ଟାଇପ୍ କରନ୍ତୁ
11:59 Admin Loginକୁ admin ରଖନ୍ତୁ
12:02 ତା’ପରେ Admin password ପାଇଁ spoken ଟାଇପ୍ କରନ୍ତୁ.

ଆପଣ ନିଜ ପସନ୍ଦର ଯେକୌଣସି password ଦେଇପାରିବେ

12:10 ସମାନ passwordକୁ ଆଉ ଥରେ ଲେଖନ୍ତୁ.

ଏହା login password ବୋଲି ମନେରଖନ୍ତୁ

12:16 ତା’ପରେ ଆମେ Charts of Accounts ପାଇଁ ଥିବା ଦୁଇଟି ବିକଳ୍ପକୁ ଦେଖିବା
12:21 Standard new company American COAକୁ ଚୟନ କରନ୍ତୁ
12:26 Default Language ଭାବେ English ଚୟନ କରନ୍ତୁ
12:30 Install ବଟନ୍‌ରେ କ୍ଲିକ୍ କରନ୍ତୁ
12:34 ଆମେ ସ୍କ୍ରୀନ୍ ଉପରେ ଅନ୍ତିମ ମେସେଜ୍, FrontAccounting ERP has been installed successfullyକୁ ଦେଖିପାରିବା

ଯାହା, ଆମର ଇନଷ୍ଟଲେଶନ୍ ସଫଳ ହୋଇଛି ବୋଲି ସୁନିଶ୍ଚିତ କରିଥାଏ

12:46 FrontAccounting ଇଣ୍ଟରଫେ‌ରେ ଲଗ୍-ଇନ୍ କରିବା ପାଇଁ Click here to start ଲିଙ୍କରେ କ୍ଲିକ୍ କରନ୍ତୁ
12:53 ଲଗ୍-ଇନ୍ ସ୍କ୍ରୀନ୍‌ରେ ନିମ୍ନଲିଖିତ ବିବରଣୀ ଲେଖନ୍ତୁ:

User name ପାଇଁ admin Password ପାଇଁ spoken

13:03 Company ପାଇଁ ST Company Pvt. Ltd. ଲେଖନ୍ତୁ

ଏବଂ Login ବଟନ୍‌ରେ କ୍ଲିକ୍ କରନ୍ତୁ

13:11 ଆମେ Front Accounting Administration ପେଜ୍ କୁ ଆସିଗଲେ.

ଏହି ପେଜ୍‌ରେ ଅନେକ ଟାବ୍ ଥିବା ଆପଣ ଦେଖିପାରିବେ

13:18 ଏହି ଶୃଙ୍ଖଳାର ପରବର୍ତ୍ତୀ ବିଭାଗରେ ଏଗୁଡ଼ିକୁ କିପରି ବ୍ୟବହାର କରାଯାଏ, ଆମେ ଶିଖିବା
13:23 ଏଥିସହିତ ଆମେ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆସିଲେ. ସଂକ୍ଷିପ୍ତରେ -
13:28 ଏହି ଟ୍ୟୁଟୋରିଆଲ୍‌ରେ ଆମେ, XAMPPକୁ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା
13:34 FrontAccounting ସଫ୍ଟୱେର୍ ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା
13:38 ଏବଂ Linux OSରେ database setup କରିବା ଶିଖିଲେ
13:42 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଅଲ୍ ପ୍ରୋଜେକ୍ଟକୁ ସାରାଂଶିତ କରିଥାଏ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
13:50 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
14:00 ଏହି ସ୍ପୋକନ୍ ଟ୍ୟୁଟୋରିଆଲ୍ ଉପରେ ଆପଣଙ୍କର କିଛି ପ୍ରଶ୍ନ ଅଛି କି?

ଦୟାକରି ଏହି ସାଇଟ୍‌କୁ ଯାଆନ୍ତୁ

14:05 ଆପଣଙ୍କର ପ୍ରଶ୍ନ ଥିବା ମିନିଟ୍ ଓ ସେକେଣ୍ଡକୁ ଚୟନ କରିବା ସହିତ ନିଜର ପ୍ରଶ୍ନକୁ ସଂକ୍ଷେପରେ ବର୍ଣ୍ଣନା କରନ୍ତୁ
14:12 ଆମ ଟିମ୍‌ରୁ କେହି ଜଣେ ସେଗୁଡ଼ିକର ଉତ୍ତର ଦେବ
14:15 ଏହି ଟ୍ୟୁଟୋରିଆଲ୍ ଉପରେ ନିର୍ଦ୍ଦିଷ୍ଟ ପ୍ରଶ୍ନ ପାଇଁ ସ୍ପୋକନ୍ ଟ୍ୟୁଟୋରିଆଲ୍ ଫୋରମ୍ ଅଛି

ଦୟାକରି ଏଗୁଡ଼ିକରେ ଅସମ୍ପର୍କିତ ଓ ସାଧାରଣ ପ୍ରଶ୍ନ ପୋଷ୍ଟ କରନ୍ତୁ ନାହିଁ

14:25 ଏହା ଦ୍ଵାରା କ୍ଲଟର୍ ହ୍ରାସ ହେବ

କମ କ୍ଲଟର୍‌ରେ ଆମେ ଏହି ଆଲୋଚନାକୁ ଶିକ୍ଷାଦାନ ସମ୍ବନ୍ଧୀୟ ସାମଗ୍ରୀ ଭାବେ ବ୍ୟବହାର କରିପାରିବୁ

14:34 ସ୍ପୋକନ୍ ଟ୍ୟୁଟୋରିଅଲ୍ ପ୍ରୋଜେକ୍ଟ, ଭାରତ ସରକାରଙ୍କ ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟର NMEICT ଦ୍ୱାରା ଅନୁଦାନ ପ୍ରାପ୍ତ

ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ ଅଛି

14:40 IIT Bombay ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ, ଧନ୍ୟବାଦ

Contributors and Content Editors

Pradeep