Firefox/C3/Bookmarks/Oriya
From Script | Spoken-Tutorial
| Time | Narration |
| 00:00 | ବନ୍ଧୁଗଣ, Mozilla Firefoxରେ ଥିବା Organizing Bookmarks and Printing ଉପରେ ସ୍ପୋକନ୍ ଟ୍ୟୁଟୋରିଆଲକୁ ସ୍ଵାଗତ |
| 00:07 | ଏହି ଟ୍ୟୁଟୋରିଆଲରେ ଆମେ Bookmarks ବିଷୟରେ ଶିଖିବା |
| 00:11 | ଆମେ ଶିଖିବା କିପରି ବୂକମାର୍କଗୁଡିକୁ ବ୍ୟବସ୍ଥିତ କରିବା, Firefox ପେଜକୁ ସେଟପ୍ କରିବା, ଏହାକୁ ପ୍ରିଭ୍ୟୁ ଓ ପ୍ରିଣ୍ଟ କରିବା |
| 00:18 | ଏଠାରେ ଆମେ Ubuntu 10.04 ସହିତ Firefox version 7.0 ବ୍ୟବହାର କରୁଛୁ |
| 00:26 | Firefox ବ୍ରାଉଜରକୁ ଖୋଲନ୍ତୁ |
| 00:29 | ଡିଫଲ୍ଟ ଭାବେ yahooର home page ଖୋଲିବ |
| 00:32 | Bookmarks ଆପଣ ବାରମ୍ବାର ବ୍ୟବହାର କରୁଥିବା pageକୁ ନାଭିଗେଟ୍ କରିବାରେ ସାହାଯ୍ୟ କରିବ |
| 00:37 | ଗୋଟିଏ ପୂର୍ବ ଟ୍ୟୁଟୋରିଆଲରେ ଆମେ Bookmarks ବିଷୟରେ ଅଳ୍ପ କିଛି ଶିଖିଛେ |
| 00:42 | ଆମେ ସେଠାରେ gmail ପାଇଁ ଗୋଟିଏ ବୂକମାର୍କକୁ ମଧ୍ୟ ସଂଯୁକ୍ତ କରିଥିଲେ |
| 00:46 | gmail home pageକୁ ଖୋଲିବା ପାଇଁ ଏହା ଉପରେ କ୍ଲିକ୍ କରନ୍ତୁ |
| 00:50 | ଆପଣ gmail home pageକୁ ଚାଲିଯିବେ |
| 00:53 | Address ବାରସ୍ଥିତ gmail ଆଡ୍ରେସର ଡାହାଣ ପଟେ ଥିବା ହଳଦିଆ ଷ୍ଟାରକୁ ଲକ୍ଷ୍ୟ କଲେ କି? |
| 00:59 | ଏହା, ଏହି ସାଇଟ୍ ବୂକମାର୍କ ହୋଇଛି ବୋଲି ସୂଚିତ କରେ |
| 01:03 | ଆପଣ ଗୋଟିଏ ବୂକମାର୍କର ନାମକୁ ପରିବର୍ତ୍ତନ କରିବା ସହ ଏହାକୁ ଅନ୍ୟ ଏକ ଫୋଲ୍ଡରରେ ଷ୍ଟୋର୍ କରିବା ପାଇଁ ମଧ୍ୟ ଷ୍ଟାରକୁ ବ୍ୟବହାର କରିପାରିବେ |
| 01:09 | gmailର ନାମକୁ mygmailpageରେ ପରିବର୍ତ୍ତନ କରିବା ସହିତ ଏହାକୁ MyNewBookmarks ନାମକ ଗୋଟିଏ ନୁତନ ଫୋଲ୍ଡରରେ ଷ୍ଟୋର୍ କରନ୍ତୁ |
| 01:18 | Address ବାରରେ ଥିବା ହଳଦିଆ ଷ୍ଟାର୍ ଉପରେ କ୍ଲିକ୍ କରନ୍ତୁ |
| 01:22 | Edit This Bookmark ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 01:25 | Name ଫିଲ୍ଡରେ mygmailpageକୁ ପ୍ରବେଶ କରନ୍ତୁ |
| 01:29 | Folder ଡ୍ରପ୍-ଡାଉନ୍ ଉପରେ କ୍ଲିକ୍ କରିବା ସହ Choose ଚୟନ କରନ୍ତୁ |
| 01:34 | Bookmarks menuକୁ ଚୟନ କରିବା ସହ New folder ଉପରେ କ୍ଲିକ୍ କରନ୍ତୁ |
| 01:39 | ଗୋଟିଏ New Folder ସୃଷ୍ଟି ହେବ |
| 01:41 | ଏହି MyBookmarks ଫୋଲ୍ଡରକୁ ରିନେମ୍ କରନ୍ତୁ |
| 01:45 | Tagsରେ ଟାଇପ୍ କରନ୍ତୁ: email |
| 01:49 | Tag ବୂକମାର୍କଗୁଡିକୁ ଶ୍ରେଣୀଭୁକ୍ତ କରିବରେ ସାହାଯ୍ୟ କରେ |
| 01:52 | ଗୋଟିଏ ବୂକମାର୍କ ସହିତ ଆପଣ ଅନେକ ଟାଗଗୁଡିକୁ ସଂଯୁକ୍ତ କରିପାରିବେ |
| 01:55 | ଉଦାହରଣସ୍ଵରୂପ, ଯେତେବେଳେ ଆପଣ ଗୋଟିଏ ସପିଙ୍ଗ ସାଇଟକୁ ବୂକମାର୍କ କରିବେ, |
| 01:58 | ଆପଣ ଶବ୍ଦଗୁଡିକ ଯେପରି gifts, books କିମ୍ବା toys ସହିତ ଟାଗ୍ କରିପାରନ୍ତି |
| 02:03 | Done ଉପରେ କ୍ଲିକ୍ କରନ୍ତୁ |
| 02:06 | ଅନ୍ୟ ଭାବେ, ପେଜକୁ ବୂକମାର୍କ କରିବା ପାଇଁ |
| 02:09 | ଆପଣ Ctrl ଓ D କୀଗୁଡିକୁ ମଧ୍ୟ ଦାବି ପାରିବେ |
| 02:12 | Menu ବାରରେ ଥିବା Bookmarks ଉପରେ କ୍ଲିକ୍ କରନ୍ତୁ |
| 02:16 | Bookmarks ମେନୁରେ MyBookMarks ଫୋଲ୍ଡର୍ ଦୃଶ୍ୟମାନ ହୋଇଛି |
| 02:20 | ଫୋଲ୍ଡର୍ ଉପରେ କର୍ସରକୁ ରଖନ୍ତୁ |
| 02:23 | ବୂକମାର୍କ mygmailpage ସେଠାରେ ସେଭ୍ ହୋଇଛି |
| 02:27 | ବର୍ତ୍ତମାନ, Address ବାରରେ ଟାଗ୍ emailକୁ ଟାଇପ୍ କରନ୍ତୁ |
| 02:31 | mygmailpage ସାଇଟ୍ ତାଲିକାରେ ପ୍ରଥମ ବିକଳ୍ପ ଭାବେ ପ୍ରଦର୍ଶିତ ହୋଇଥିବାକୁ ଲକ୍ଷ୍ୟ କରନ୍ତୁ |
| 02:38 | ତେଣୁ, ବୂକମାର୍କକୁ ରିନେମ୍ କରିବା ସହ ଏହାକୁ ଅନ୍ୟ ଏକ ଫୋଲ୍ଡରରେ ସେଭ୍ କରାଯାଇଛି ଏବଂ ଗୋଟିଏ ଟାଗ୍ ବ୍ୟବହାର କରି ସ୍ଥାପିତ କରାଯାଇଛି! |
| 02:45 | ବର୍ତ୍ତମାନ, ୱେବସାଇଟ୍ www dot google dot comକୁ ବୂକମାର୍କ କରନ୍ତୁ |
| 02:53 | Address ବାରରେ ଆଡ୍ରେସକୁ ଚୟନ କରିବା ସହ ଏହାକୁ ଡିଲିଟ୍ କରନ୍ତୁ |
| 02:56 | ବର୍ତ୍ତମାନ ଟାଇପ୍ କରନ୍ତୁ, www ଡଟ୍ google ଡଟ୍ କମ୍ |
| 03:01 | Enter ଦାବନ୍ତୁ |
| 03:03 | ବର୍ତ୍ତମାନ, Address barର ଡାହାଣ ପଟ କୋଣରେ ଥିବା star ଉପରେ କ୍ଲିକ୍ କରନ୍ତୁ |
| 03:08 | google ୱେବସାଇଟ୍ ବୂକମାର୍କ ହୋଇଯାଇଛି |
| 03:12 | ସମାନରୂପେ, ଚାରୋଟି ସାଇଟ୍ Spoken Tutorial, Yahoo, Firefox Add-ons ଓ Ubuntuକୁ ବୂକମାର୍କ କରନ୍ତୁ |
| 03:36 | ଧ୍ୟାନଦିଅନ୍ତୁ ଯେ ଏହି ବୂକମାର୍କଗୁଡିକୁ ଆମେ ଗୋଟିଏ ଫୋଲ୍ଡରରେ ସେଭ୍ କରିନାହାଁନ୍ତି |
| 03:40 | ଏବଂ ଆମେ ସୃଷ୍ଟି କରିଥିବା ଗୋଟିଏ ବୂକମାର୍କକୁ କିପରି ଡିଲିଟ୍ କରିବା? |
| 03:44 | ନିଶ୍ଚିତରୂପେ, ଆପଣ Edit This Bookmark ଡାଇଲଗ୍ ବକ୍ସରେ ଥିବା Remove bookmark ବଟନକୁ ଲକ୍ଷ୍ୟ କରିସାରିଥିବେ |
| 03:50 | www.google.com ବୂକମାର୍କକୁ ଡିଲିଟ୍ କରନ୍ତୁ |
| 03:55 | Address ବାରରେ ଟାଇପ୍ କରନ୍ତୁ: www.google.com. ହଳଦିଆ ଷ୍ଟାର୍ ଉପରେ କ୍ଲିକ୍ କରନ୍ତୁ |
| 04:03 | Edit This Bookmark ଡାଇଲଗ୍ ବକ୍ସରେ ଥିବା Remove Bookmark ବଟନ୍ ଉପରେ କ୍ଲିକ୍ କରନ୍ତୁ |
| 04:09 | Menu ବାରରେ ଥିବା Bookmarks and MyBookmarks ଉପରେ କ୍ଲିକ୍ କରନ୍ତୁ |
| 04:14 | Bookmark ମେନୁରେ ବୂକମାର୍କ google ଦୃଶ୍ୟମାନ ହେବ ନାହିଁ |
| 04:19 | ଆପଣ ସୃଷ୍ଟି କରିଥିବା ବୂକମାର୍କଗୁଡିକୁ କିପରି ଆକ୍ସେସ୍ କରିପାରିବେ? |
| 04:23 | ବୂକମାର୍କଗୁଡିକୁ ଆପଣ ଅନେକ ମାର୍ଗରେ ଆକ୍ସେସ୍ କରିପାରିବେ |
| 04:26 | ଆପଣ ବୂକମାର୍କ କରିଥିବା ସାଇଟକୁ ଆକ୍ସେସ୍ କରିବା ପାଇଁ ସବୁଠାରୁ ସହଜ ମାର୍ଗ ହେଉଛି, Address ବାରରେ ଏହାର ନାମକୁ ଟାଇପ୍ କରିବା |
| 04:33 | Address ବାର୍ ଉପରେ କ୍ଲିକ୍ କରିବା ସହ ପ୍ରଦର୍ଶିତ ହେଉଥିବା ଆଡ୍ରେସକୁ ଚୟନ କରନ୍ତୁ ଏବଂ ଡିଲିଟ୍ କରନ୍ତୁ |
| 04:39 | ବର୍ତ୍ତମାନ Address ବାରରେ, ଅକ୍ଷର Gକୁ ଟାଇପ୍ କରନ୍ତୁ |
| 04:43 | ଧ୍ୟାନଦିଅନ୍ତୁ ଯେ Gରୁ ଆରମ୍ଭ ହୋଇଥିବା ୱେବସାଇଟଗୁଡିକର ଗୋଟିଏ ତାଲିକା ଦୃଶ୍ୟମାନ ହୋଇଛି |
| 04:49 | ଏଗୁଡିକ ମଧ୍ୟ ଆପଣ ବୂକମାର୍କ, ଟାଗ୍ ଓ ଭିଜିଟ୍ କରିଥିବା ସାଇଟଗୁଡିକ ଅଟନ୍ତି |
| 04:55 | ଆପଣ Library ୱିଣ୍ଡୋରେ ବୂକମାର୍କଗୁଡିକୁ ଦେଖିବା ସହିତ ବ୍ୟବସ୍ଥିତ ମଧ୍ୟ କରିପାରିବେ |
| 05:00 | Menu ବାରରେ ଥିବା Bookmarks ଉପରେ କ୍ଲିକ୍ କରିବା ସହିତ Show All Bookmarksକୁ ଚୟନ କରନ୍ତୁ |
| 05:06 | Library ୱିଣ୍ଡୋ ଖୋଲିଯିବ |
| 05:09 | ଡିଫଲ୍ଟ ଭାବେ, ସମସ୍ତ ବୂକମାର୍କଗୁଡିକ ଆପଣ ସୃଷ୍ଟି କରିଥିବା Unsorted Bookmarks ଫୋଲ୍ଡର ମଧ୍ୟରେ ସେଭ୍ ହୋଇଯାଇଛି |
| 05:16 | ଧ୍ୟାନଦିଅନ୍ତୁ ଯେ ବୂକମାର୍କଗୁଡିକ ଯେପରି Yahoo, Spoken Tutorial, Ubuntu ଓ FireFox Add-ons ଏଠାରେ ତାଲିକାଭୁକ୍ତ ହୋଇଛନ୍ତି |
| 05:24 | କହିବାକୁ ଗଲେ, ଆମେ Yahoo India ବୂକମାର୍କକୁ Bookmarks ମେନୁରେ ସଂଯୁକ୍ତ କରିବାକୁ ଚାହୁଁଛୁ |
| 05:29 | ପ୍ରଥମେ, Library ୱିଣ୍ଡୋକୁ ସ୍କ୍ରୀନର କେନ୍ଦ୍ରକୁ ଆଣନ୍ତୁ |
| 05:34 | ବର୍ତ୍ତମାନ, Menu bar ଓ ବିକଳ୍ପଗୁଡିକୁ ସ୍ପଷ୍ଟଭାବେ ଦେଖାଯାଇପାରିବ |
| 05:39 | Unsorted Bookmarks ଫୋଲ୍ଡର୍ ମଧ୍ୟରୁ ବୂକମାର୍କ Yahooକୁ ଚୟନ କରନ୍ତୁ |
| 05:43 | left mouse ବଟନକୁ ଦାବନ୍ତୁ ଏବଂ ବୂକମାର୍କକୁ Bookmarks ମେନୁ ମଧ୍ୟକୁ ଡ୍ରାଗ୍ କରନ୍ତୁ |
| 05:49 | ସୁନିଶ୍ଚିତ କରନ୍ତୁ ଯେ କର୍ସର Bookmarks ମେନୁ ଉପରେ ଅଛି |
| 05:53 | Bookmark ମେନୁ ବିସ୍ତାରିତ ହେବ |
| 05:56 | ମେନୁ ଉପରେ mouse pointerକୁ ରଖନ୍ତୁ ଏବଂ left mouse ବଟନକୁ ଛାଡିଦିଅନ୍ତୁ |
| 06:01 | ବର୍ତ୍ତମାନ Bookmark menu ଉପରେ କ୍ଲିକ୍ କରନ୍ତୁ |
| 06:04 | Yahoo ବୂକମାର୍କ ବର୍ତ୍ତମାନ Bookmark ମେନୁ ମଧ୍ୟରେ ଦୃଶ୍ୟମାନ ହେବ |
| 06:08 | Library ୱିଣ୍ଡୋରୁ ଗୋଟିଏ ବୂକମାର୍କକୁ ସିଧାସଳଖ ଖୋଲିବା ପାଇଁ ଏହା ଉପରେ ଡବଲ୍ କ୍ଲିକ୍ କରନ୍ତୁ |
| 06:15 | ବର୍ତ୍ତମାନ, Library ୱିଣ୍ଡୋକୁ ବନ୍ଦ କରନ୍ତୁ |
| 06:19 | ବୂକମାର୍କଗୁଡିକୁ ସର୍ଟ କରିବା ପାଇଁ Firefox ମଧ୍ୟ ଅନୁମତି ଦେଇଥାଏ |
| 06:23 | ନାମ ଅନୁସାରେ ବୂକମାର୍କଗୁଡିକୁ ସର୍ଟ କରନ୍ତୁ |
| 06:26 | Menu ବାରସ୍ଥିତ View ଉପରେ କ୍ଲିକ୍ କରିବା ସହିତ Sidebarକୁ ଚୟନ କରନ୍ତୁ ଏବଂ Bookmarksରେ କ୍ଲିକ୍ କରନ୍ତୁ |
| 06:32 | ବାମ ପଟ ପ୍ୟାନେଲରେ Bookmarks ସାଇଡ୍ ବାର୍ ଖୋଲିବ |
| 06:37 | ପୁନର୍ବାର Google.comକୁ ବୂକମାର୍କ କରନ୍ତୁ |
| 06:42 | Bookmarks ସାଇଡ୍ ବାରରୁ Unsorted Bookmarks ଫୋଲ୍ଡରକୁ ଚୟନ କରିବା ସହିତ ଏହା ଉପରେ କ୍ଲିକ୍ କରନ୍ତୁ |
| 06:48 | Sort By Nameକୁ ଚୟନ କରନ୍ତୁ |
| 06:51 | ବୂକମାର୍କଗୁଡିକ ନାମ ଅନୁସାରେ ସର୍ଟ ହୋଇଛି |
| 06:54 | ଆପଣ ବୂକମାର୍କଗୁଡିକୁ ମାନୁଆଲୀ ମଧ୍ୟ ପୁନଃବ୍ୟବସ୍ଥିତ କରିପାରିବେ |
| 06:57 | Bookmarks ସାଇଡବାରରେ ଥିବା Bookmarks Menu ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହ ଖୋଲନ୍ତୁ |
| 07:03 | ତା’ପରେ, Unsorted Bookmarks ଫୋଲ୍ଡର୍ ଉପରେ କ୍ଲିକ୍ କରିବା ସହ ଖୋଲନ୍ତୁ |
| 07:08 | Spoken Tutorial ବୂକମାର୍କ ଉପରେ mouseକୁ ରଖନ୍ତୁ |
| 07:12 | ବର୍ତ୍ତମାନ, left mouse ବଟନକୁ ଦାବିବା ସହିତ ବୂକମାର୍କକୁ Bookmarks Sidebarରେ ଥିବା Ubuntu and Free Software ପର୍ଯ୍ୟନ୍ତ ଡ୍ରାଗ୍ କରନ୍ତୁ |
| 07:22 | mouse-buttonକୁ ଛାଡିଦିଅନ୍ତୁ |
| 07:25 | ବୂକମାର୍କ Ubuntu and Free Software ଫୋଲ୍ଡର୍ ମଧ୍ୟକୁ ଚାଲିଆସିବ |
| 07:30 | ଆପଣ Bookmarks Sidebarରେ କରିଥିବା ପରିବର୍ତ୍ତନ Bookmarks ମେନୁରେ ମଧ୍ୟ ପ୍ରତିଫଳିତ ହେବ |
| 07:35 | ଅପଣ ବୂକମାର୍କଗୁଡିକୁ ଅଟୋମାଟିକାଲୀ ମଧ୍ୟ ସର୍ଟ କରିପାରିବେ |
| 07:39 | Menu ବାରସ୍ଥିତ Bookmarks ଉପରେ କ୍ଲିକ୍ କରିବା ସହ Show all bookmarksକୁ ଚୟନ କରନ୍ତୁ |
| 07:45 | ବାମପଟ ପ୍ୟାନେଲରେ ଦୃଶ୍ୟମାନ ହେଉଥିବା Library ୱିଣ୍ଡୋରେ Unsorted bookmarksକୁ ଚୟନ କରନ୍ତୁ |
| 07:51 | ବର୍ତ୍ତମାନ, Views, Sort ଓ Sort by Addedକୁ ଚୟନ କରନ୍ତୁ |
| 07:57 | ବୂକମାର୍କ ଭାବେ ସଂଯୁକ୍ତ ହେବା କ୍ରମରେ ଆଡ୍ରେସଗୁଡିକ ସର୍ଟ ହୋଇଛି. Close ଉପରେ କ୍ଲିକ୍ କରନ୍ତୁ |
| 08:04 | ଶେଷରେ, ୱେବ ପେଜକୁ କିପରି ପ୍ରିଣ୍ଟ କରାଯାଏ ଚାଲନ୍ତୁ ଶିଖିବା |
| 08:08 | ପ୍ରଥମେ ପ୍ରିଣ୍ଟ କରିବା ପାଇଁ ଏହି ୱେବ୍ ପେଜକୁ ସେଟ ଅପ୍ କରନ୍ତୁ |
| 08:12 | Firefox ମେନୁବାରସ୍ଥିତ File ଉପରେ କ୍ଲିକ୍ କରିବା ସହ Page Setupକୁ ଚୟନ କରନ୍ତୁ |
| 08:17 | Page Setup ଡାଇଲଗ୍ ବକ୍ସ ଦୃଶ୍ୟମାନ ହେବ |
| 08:21 | Paper Sizeକୁ A4 ଭାବେ ଚୟନ କରନ୍ତୁ |
| 08:24 | Orientationକୁ Portrait ଭାବେ ଚୟନ କରନ୍ତୁ |
| 08:28 | Applyରେ କ୍ଲିକ୍ କରନ୍ତୁ |
| 08:30 | ସେଟିଙ୍ଗଗୁଡିକ କିପରି କାର୍ଯ୍ୟକାରୀ ହୋଇଛି ଯାଞ୍ଚ କରିବା ପାଇଁ File ଉପରେ କ୍ଲିକ୍ କରିବା ସହ Print Previewକୁ ଚୟନ କରନ୍ତୁ |
| 08:36 | ପ୍ରିଣ୍ଟରେ ଯେପରି ହେବ ଆପଣ ପେଜକୁ ଠିକ୍ ସେହି ଭଳି ଦେଖିପାରିବେ |
| 08:40 | ବାହାର ହେବା ପାଇଁ Close ଉପରେ କ୍ଲିକ୍ କରନ୍ତୁ |
| 08:42 | Firefoxର Menu ବାରସ୍ଥିତ File ଉପରେ କ୍ଲିକ୍ କରିବା ସହ Print ଚୟନ କରନ୍ତୁ |
| 08:47 | Print ଡାଇଲଗ୍ ବକ୍ସ ସ୍କ୍ରୀନ୍ ଉପରେ ଦୃଶ୍ୟମାନ ହେବ |
| 08:50 | ଏଠାରେ, General ଟାବରେ ଥିବା ବିକଳ୍ପ Generic Printerକୁ ଚୟନ କରନ୍ତୁ |
| 08:55 | ତା’ପରେ, Range ଫିଲ୍ଡରେ All Pagesକୁ ଚୟନ କରନ୍ତୁ |
| 09:01 | Copiesରେ 1 ଚୟନ କରନ୍ତୁ |
| 09:04 | Options ଟାବ୍ ଉପରେ କ୍ଲିକ୍ କରିବା ସହିତ Ignore Scaling and Shrink To Fit Page Widthକୁ ଚୟନ କରନ୍ତୁ |
| 09:10 | Printରେ କ୍ଲିକ୍ କରନ୍ତୁ |
| 09:12 | ଯଦି ପ୍ରିଣ୍ଟର୍ ଠିକ୍ ଭାବେ କନଫିଗର୍ ହୋଇଥିବ ତେବେ ବର୍ତ୍ତମାନ ପ୍ରିଣ୍ଟ ଆରମ୍ଭ ହୋଇଯିବ |
| 09:17 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ. ଏହି ଟ୍ୟୁଟୋରିଆଲରେ ଆମେ ଶିଖିଲେ |
| 09:23 | Bookmarks. ଏହା ମଧ୍ୟ ଶିଖିଲେ ଯେ ବୂକମାର୍କଗୁଡିକୁ କିପରି ବ୍ୟବସ୍ଥିତ କରିବା, Firefox ପେଜକୁ ସେଟ ଅପ୍ କରିବା, Preview ଓ Print କରିବା |
| 09:32 | ଏଠାରେ ଆପଣଙ୍କ ପାଇଁ ଗୋଟିଏ ଆସାଇନମେଣ୍ଟ ଅଛି |
| 09:35 | ଗୋଟିଏ ନୁତନ Mozilla Firefox ୱିଣ୍ଡୋକୁ ଖୋଲନ୍ତୁ |
| 09:38 | ପାଞ୍ଚୋଟି ନୁତନ ସାଇଟକୁ ଯା’ନ୍ତୁ |
| 09:41 | ସେସମସ୍ତଙ୍କୁ ବୂକମାର୍କ କରନ୍ତୁ |
| 09:43 | ବୂକମାର୍କଗୁଡିକୁ ଗୋଟିଏ ନୁତନ ଫୋଲ୍ଡରରେ Save କରନ୍ତୁ |
| 09:47 | ବୂକମାର୍କଗୁଡିକୁ ଅକ୍ଷରର ବିପରୀତ କ୍ରମେରେ ବ୍ୟବସ୍ଥିତ କରନ୍ତୁ |
| 09:51 | ବୂକମାର୍କ ହୋଇଥିବା ଶେଷ ସାଇଟକୁ ଯା’ନ୍ତୁ |
| 09:55 | ପ୍ରିଣ୍ଟ ପାଇଁ ୱେବ ପେଜକୁ ସେଟ ଅପ୍ କରିବା ସହ ପ୍ରିଣ୍ଟ କରନ୍ତୁ |
| 09:58 | ନିମ୍ନ ଲିଙ୍କରେ ଉପଲବ୍ଧ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
| 10:02 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
| 10:05 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
| 10:10 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
| 10:15 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
| 10:18 | ଅଧିକ ବିବରଣୀ ପାଇଁ ଦୟାକରି contact@spoken-tutorial.orgକୁ ଲେଖନ୍ତୁ |
| 10:25 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
| 10:29 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ |
| 10:37 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କରେ ଉପଲବ୍ଧ |
| 10:40 | ସ୍ପୋକନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓଆରଜି ସ୍ଲାଶ୍ NMEICT ହାଇଫେନ୍ ଇଣ୍ଟ୍ରୋ |
| 10:52 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |