Firefox/C2/Tabbed-Browsing-Blocking-Pop-ups/Oriya

From Script | Spoken-Tutorial
Jump to: navigation, search
Time Narration
00:00 ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏଠାରେ ଆମେ, ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା ବିଷୟରେ ଶିଖିବା
00:13 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:21 ଗୋଟିଏ ବ୍ରାଉଜର୍ ୱିଣ୍ଡୋ ମଧ୍ୟରେ ଫାୟାରଫକ୍ସ ପୃଥକ ଟ୍ୟାବ୍ସରେ ମଲ୍ଟିପଲ୍ ୱେବ୍-ପେଜେସ୍ ଲୋଡ୍ କରିବାକୁ ଆପଣଙ୍କୁ ଅନୁମତି ଦେଇଥାଏ |
00:29 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ର ସବୁଠାରୁ ବଡ଼ ସୁବିଧା ହେଉଛି, ଏଥିରେ ବିଭିନ୍ନ ବ୍ରାଉଜର୍ ୱିଣ୍ଡୋ ଖୋଲିବାକୁ ଆବଶ୍ୟକ ହୋଇନଥାଏ |
00:36 ଆଉ ଏହା ଆମକୁ କ୍ଲଟର୍ ମୁକ୍ତ ଡେସ୍କଟପ୍ ରଖିବାରେ ସାହାଯ୍ୟ କରେ |
00:40 ପ୍ରଦର୍ଶନ ବେଳେ ପ୍ରତ୍ୟେକ ଟ୍ୟାବ୍ ବ୍ରାଉଜର୍ ର ସମଗ୍ର ଭ୍ୟୁୟିଙ୍ଗ୍ ଏରିଆରେ ଦେଖାଯାଏ |
00:45 ଖୋଲିଥିବା ବ୍ରାଉଜର୍ ୱିଣ୍ଡୋକୁ ବାରମ୍ୱାର ରିସାଇଜ୍ ଓ ରିପୋଜିଶନ୍ କରିବାର ଆବଶ୍ୟକତାକୁ ଏହା ଦୂର କରେ |
00:52 ଟାଇଲ୍ଡ ୱିଣ୍ଡୋ ବ୍ରାଉଜିଙ୍ଗ୍ ତୁଳନାରେ ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ରେ କମ୍ ମେମୋରୀ ସହ ଅପରେଟିଙ୍ଗ୍ ସିଷ୍ଟମ୍ ରିସୋର୍ସେସ୍ ର ଖର୍ଚ୍ଚ କମ୍ ହୋଇଥାଏ |
01:00 କିନ୍ତୁ, ୟୁଜର୍ ଏକାସାଙ୍ଗରେ ଅନେକ ଟ୍ୟାବ୍ସ ନଖୋଲିଥିବା ଦରକାର |
01:05 ଧରନ୍ତୁ, ଆପଣ ଏକ ନିର୍ଦ୍ଦିଷ୍ଟ ୱେବ୍-ପେଜ୍ ରେ ଅଛନ୍ତି |
01:08 ଏଠାରେ ଏକ ଲିଙ୍କ୍ ହେଉଛି – “Firefox for Desktop”
01:11 ଆପଣ ଏହି ଲିଙ୍କ୍ କୁ ଏକ ନୂଆ ଟ୍ୟାବ୍ ରେ ଖୋଲିପାରିବେ |
01:14 ଏପରି କରିବାକୁ, ଲିଙ୍କ୍ ଉପରେ ରାଇଟ୍ କ୍ଲିକ୍ କରନ୍ତୁ |
01:17 କଣ୍ଟେକ୍ସଟ୍ ମେନୁରେ ‘Open link in new tab’ ଉପରେ କ୍ଲିକ୍ କରନ୍ତୁ |
01:21 ଦେଖନ୍ତୁ, ସେହି ବ୍ରାଉଜର୍ ୱିଣ୍ଡୋରେ ଖୋଲିଥିବା ଟ୍ୟାବ୍ ର ଡାହାଣପଟକୁ ଏକ ନୂଆ ଟ୍ୟାବ୍ ଖୋଲିଲା |
01:28 ୱିଣ୍ଡୋକୁ ବନ୍ଦ ନକରି କିମ୍ୱା ସେଥିରୁ ବାହାରକୁ ନଯାଇ, ଆପଣ ସେହି ସମାନ ୱିଣ୍ଡୋରେ ଆଉଏକ ୱେବ୍-ପେଜ୍ ଖୋଲିପାରିବେ |
01:34 ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ମଧ୍ୟ ଆପଣ ଏକ ନୂଆ ଟ୍ୟାବ୍ ଖୋଲିପାରିବେ |
01:40 ଏହାପାଇଁ ଶର୍ଟକଟ କୀ ହେଉଛି CTRL+T |
01:44 ଦେଖନ୍ତୁ, ଆପଣ ନୂଆ ଟ୍ୟାବ୍ ଖୋଲିବା ମାତ୍ରେ ତାହା ତୁରନ୍ତ ଆକ୍ଟିଭ୍ ହୋଇଯାଇଛି |
01:50 ଏବେ, URL ବାର୍ କୁ ଯାଇ ‘www.google.com’ ଟାଇପ୍ କରନ୍ତୁ |
01:56 ଭିନ୍ନ ଭିନ୍ନ ୱେବ୍-ପେଜ୍ ସହିତ ଏବେ ଏଠାରେ ୩ଟି ଟ୍ୟାବ୍ସ ଅଛି |
02:01 ସବୁଠାରୁ ଡାହାଣପଟ ଟ୍ୟାବ୍ ର ଡାହାଣପଟେ ଥିବା ’+’ ବଟନ୍ ରେ କ୍ଲିକ୍ କରି ମଧ୍ୟ ଏକ ନୂଆ ଟ୍ୟାବ୍ ଖୋଲିହେବ |
02:08 ଆମ ଆବଶ୍ୟକତା ଅନୁସାରେ ମଧ୍ୟ ଆମେ ଟ୍ୟାବ୍ ଗୁଡ଼ିକୁ ବ୍ୟବସ୍ଥିତ କରିପାରିବା |
02:11 ଟ୍ୟାବ୍ ଉପରେ କ୍ଲିକ୍ କରି ଓ ମାଉସ୍ ବଟନ୍ କୁ ନଛାଡ଼ି ତାହାକୁ ଆବଶ୍ୟକ ସ୍ଥାନକୁ ନିଅନ୍ତୁ |
02:17 ଏବେ, ମାଉସ୍ ବଟନ୍ କୁ ଛାଡ଼ିଦିଅନ୍ତୁ |
02:20 ଟ୍ୟାବ୍ ଟି ଏବେ ଇପ୍ସିତ ସ୍ଥାନରେ ଅଛି |
02:23 ଚାଲନ୍ତୁ କିଛି ବେସିକ୍ ଅପରେଶନ୍ସ ଦେଖିବା, ଯାହା କରିବାକୁ ଫାୟାରଫକ୍ସ ଆମକୁ ଅନୁମତି ଦେଇଥାଏ |
02:29 ସର୍ଚ୍ଚ ଇଞ୍ଜିନ୍ “ଗୁଗଲ୍”କୁ ପରିବର୍ତ୍ତନ କରିବା |
02:32 ସର୍ଚ୍ଚ ବାର୍ ରେ ‘email wikipedia’ ଲେଖି ତାହାର ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
02:40 ସମ୍ୱନ୍ଧିତ ୱିକିପିଡିଆ ପେଜ୍ ହେଉଛି ପ୍ରଥମ ସର୍ଚ୍ଚ ପରିଣାମ |
02:44 ଲିଙ୍କ୍ ରେ କ୍ଲିକ୍ କରି ଏହି ପେଜ୍ ଖୋଲିବା |
02:48 ଏବେ, ଫାଇଲ୍ ରେ କ୍ଲିକ୍ କରି “Save Page As” ଉପରେ କ୍ଲିକ୍ କରନ୍ତୁ |
02:52 ‘search.html’ ନାମରେ ଫାଇଲ୍ କୁ ଡେସ୍କଟପ୍ ରେ ସେଭ୍ କରନ୍ତୁ |
02:59 ବର୍ତ୍ତମାନ, ଫାଇଲ୍ ଓ ନ୍ୟୁ ଟ୍ୟାବ୍ ଉପରେ କ୍ଲିକ୍ କରି ବ୍ରାଉଜର୍ ୱିଣ୍ଡୋରେ ଏକ ନୂଆ ଟ୍ୟାବ୍ ଖୋଲିବା |
03:05 ଏହି ନୂଆ ଟ୍ୟାବ୍ ୱିଣ୍ଡୋରେ ଆମେ ସେଭ୍ କରିଥିବା ପେଜ୍ ଖୋଲନ୍ତୁ |
03:10 ଫାଇଲ୍ ଓ ଓପନ୍ ଫାଇଲ୍ ରେ କ୍ଲିକ୍ କରନ୍ତୁ |
03:12 ବ୍ରାଉଜ୍ କରି ସେଭ୍ ହୋଇଥିବା ଫାଇଲ୍ କୁ ଖୋଲନ୍ତୁ |
03:17 ଦେଖନ୍ତୁ, URL ବାର୍ ରେ ଥିବା ଆଡ୍ରେସ୍ ଟି ଇଣ୍ଟରନେଟ୍ ଆଡ୍ରେସ୍ ନହୋଇ ଆପଣଙ୍କ କମ୍ପ୍ୟୁଟରର ଲୋକାଲ୍ ଲୋକେଶନ୍ ଅଟେ |
03:25 ଆପଣ ଅଫଲାଇନ୍ ରେ ଥିଲେ ମଧ୍ୟ ଏବେ ଏହି ପେଜ୍ କୁ ପଢ଼ିପାରିବେ |
03:29 ପପ୍-ଅପ୍ ହେଉଛି ସେହି ୱିଣ୍ଡୋସ୍, ଯାହା ବିନା ଅନୁମତିରେ ଆପଣା ଛାଏଁ-ଛାଏଁ ଦେଖାଦିଏ |
03:34 ପ୍ରିଫରେନ୍ସେସ୍ ୱିଣ୍ଡୋ ମଧ୍ୟରେ ଥିବା କଣ୍ଟେଣ୍ଟ ଟ୍ୟାବ୍ ମାଧ୍ୟମରେ ଫାୟାରଫକ୍ସ ଉଭୟ ପପ୍-ଅପ୍ସ ଓ ପପ୍-ଅଣ୍ଡର୍ସରୁ ନିୟନ୍ତ୍ରଣ କରିଥାଏ |
03:42 ୱିଣ୍ଡୋସ୍ରେ ଏହା ଅପ୍ସନ୍ ୱିଣ୍ଡୋ ମଧ୍ୟରେ ଥାଇପାରେ |
03:46 ବାଇ ଡିଫଲ୍ଟ ପପ୍-ଅପ୍ ବ୍ଲକିଙ୍ଗ୍ ଅନ୍ ହୋଇ ରହିଥାଏ |
03:50 ଏଡିଟ୍ ଓ ପ୍ରିଫରେନ୍ସେସ୍ ରେ କ୍ଲିକ୍ କରନ୍ତୁ |
03:52 ୱିଣ୍ଡୋ ୟୁଜର୍ସ, ଟୁଲ୍ସ ଓ ଅପ୍ସନ୍ ରେ କ୍ଲିକ୍ କରନ୍ତୁ |
03:56 ’କଣ୍ଟେଣ୍ଟ’ ଟ୍ୟାବ୍ ରେ ପ୍ରଥମ ଅପ୍ସନ୍, ଡିଫଲ୍ଟ ଭାବରେ ‘Block pop-up windows’ ଚେକ୍ ହୋଇଥାଏ |
04:02 ଯଦି ହୋଇନଥିବ, ତେବେ ତାହାକୁ ଚେକ୍ କରନ୍ତୁ |
04:05 ଅନ୍ୟଏକ ଟ୍ୟୁଟୋରିଆଲ୍ ରେ ଏହି ଡାୟଲଗ୍ ବକ୍ସର ବିଭିନ୍ନ ଅପ୍ସନ୍ ବିଷୟରେ ଆଲୋଚନା କରାଯିବ |
04:11 କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:13 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
04:16 ସଂକ୍ଷେପରେ ଆମେ ଯାହା ଶିଖିଲେ:
04:19 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଅଫଲାଇନ୍ କଣ୍ଟେଣ୍ଟ ଷ୍ଟୋର୍ କରିବା ପପ୍-ଅପ୍ସ ବ୍ଲକ୍ କରିବା
04:25 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
04:29 ଏକ ନୂଆ ଟ୍ୟାବ୍ ଖୋଲନ୍ତୁ ,ସର୍ଚ୍ଚ ଇଞ୍ଜିନ୍ ’ଗୁଗଲ୍’କୁ ପରିବର୍ତ୍ତନ କରନ୍ତୁ |
04:33 ‘The history of email’ ଖୋଜନ୍ତୁ |
04:36 ପ୍ରଥମ ପରିଣାମ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ତାହାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:43 ସର୍ଚ୍ଚ ଇଞ୍ଜିନ୍ ’ବିଙ୍ଗ୍’କୁ ପରିବର୍ତ୍ତନ କରନ୍ତୁ |
04:46 ପୁଣି, ‘The history of email’ ଖୋଜନ୍ତୁ |
04:49 ‘History of Email & Ray Tomlinson’ ସେଭ୍ କରି, ଏକ ଅଫଲାଇନ୍ ଡକ୍ୟୁମେଣ୍ଟ ଭାବରେ ଦେଖିବାକୁ ଏକ ନୂଆ ଟ୍ୟାବ୍ ରେ ଖୋଲନ୍ତୁ |
04:58 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
05:02 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
05:04 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
05:09 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
05:14 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
05:18 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
05:25 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
05:29 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
05:37 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
05:48 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି |ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, Nancyvarkey, PoojaMoolya, Pradeep