Firefox/C2/Setting-General-Privacy-Options/Oriya

From Script | Spoken-Tutorial
Jump to: navigation, search
Time Narration
00:00 ମୋଜିଲା ଫାୟାରଫକ୍ସର ଏହି ସ୍ପୋକେନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:04 ଏଠାରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିବା |
00:11 ଏହି ଟ୍ୟୁଟୋରିଆଲ୍ ରେ ଆମେ ଉବୁଣ୍ଟୁ ଲିନକ୍ସ ୧୦.୦୪ରେ ଫାୟାରଫକ୍ସ ଭର୍ସନ୍ ୭.୦ ବ୍ୟବହାର କରିବୁ |
00:18 ବାରମ୍ୱାର କରାଯାଉଥିବା କାମକୁ ସହଜରେ କରିବା ପାଇଁ ଫାୟାରଫକ୍ସ ମଧ୍ୟରେ ଥିବା ପ୍ରିଫରେନ୍ସେସ୍ ଆମକୁ ସାହାଯ୍ୟ କରେ |
00:24 ୱିଣ୍ଡୋ ୟୁଜର୍ସଙ୍କ ପାଇଁ, ଏହି ଫିଚର୍ କୁ ଅପ୍ସନ୍ କୁହାଯାଏ |
00:29 ଧରନ୍ତୁ, ଆମେ ନିଜ ଇମେଲ୍ ଲଗିନ୍ ପେଜ୍ କୁ ଆମର ହୋମ୍ ପେଜ୍ ଭାବରେ ସେଟ୍ କରିବାକୁ ଚାହୁଁଛେ |
00:33 ସେଥିପାଇଁ ଆମେ ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରିବା |
00:37 ୱିଣ୍ଡୋ ୟୁଜର୍ସ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
00:42 ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ଖୋଲିବ | ଡାୟଲଗ୍ ବକ୍ସ ଉପରେ, ଅନେକ ଟ୍ୟାବ୍ସ ଅଛି |
00:50 ପ୍ରତ୍ୟେକର କାର୍ଯ୍ୟ ଭିନ୍ନ |
00:53 ଜେନେରାଲ୍ ପେନେଲ୍ ରେ ସବୁଠାରୁ ସାଧାରଣ ଭାବେ ବ୍ୟବହୃତ ସେଟିଙ୍ଗ୍ସ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ରହିଛି, ଯେପରି: ଫାୟାରଫକ୍ସ ହୋମ୍ ପେଜ୍ ସେଟ୍ କରିବା, ଫାଇଲ୍ ଡାଉନଲୋଡ୍ ଲୋକେଶନ୍ ସେଟ୍ କରିବା |
01:04 ଜିମେଲ୍ କୁ ଆମର ଡିଫଲ୍ଟ ହୋମ୍ ପେଜ୍ ଭାବରେ କିପରି ସେଟ୍ କରାଯିବ, ଚାଲନ୍ତୁ ଶିଖିବା |
01:08 ଷ୍ଟାର୍ଟ ଅପ୍ ରେ ଅନ୍ତର୍ଗତ ‘When Firefox starts’ ଡ୍ରପ୍ ଡାଉନ୍ ମେନୁରେ ଥିବା ‘Show my home page’ ସିଲେକ୍ଟ କରନ୍ତୁ |
01:16 ବାଇ ଡିଫଲ୍ଟ ’ହୋମ୍ ପେଜ୍’ ଫିଲ୍ଡ ‘Mozilla Firefox Start Page’ରେ ସେଟ୍ ଅଛି |
01:22 ’ହୋମ୍ ପେଜ୍’ ଫିଲ୍ଡରେ କ୍ଲିକ୍ କରି ‘www.gmail.com’ ଟାଇପ୍ କରନ୍ତୁ |
01:29 ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
01:33 ଆମ ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
01:36 ଏବେ, ଏହି ଫାୟାରଫକ୍ସ ୱିଣ୍ଡୋ ବନ୍ଦ କରିଦେଇ
01:40 ଏକ ନୂଆ ଫାୟାରଫକ୍ସ ୱିଣ୍ଡୋ ଖୋଲନ୍ତୁ |
01:42 ଦେଖନ୍ତୁ, ଜିମେଲ୍ ଲଗିନ୍ ପେଜ୍, ହୋମ୍ ପେଜ୍ ହୋଇଗଲା |
01:46 ଏବେ ଚାଲନ୍ତୁ, ମୋଜିଲା ଫାୟାରଫକ୍ସ ଡାଉନଲୋଡଗୁଡ଼ିକୁ କିପରି ସମ୍ଭାଳେ, ଶିଖିବା |
01:51 ଏଡିଟ୍ ଓ ପ୍ରିଫରେନ୍ସେସ୍ ଉପରେ କ୍ଲିକ୍ କରନ୍ତୁ |
01:54 ପୂର୍ବପରି, ୱିଣ୍ଡୋ ୟୁଜରମାନେ ଟୁଲ୍ସ ଓ ଅପ୍ସନ୍ସ ଉପରେ କ୍ଲିକ୍ କରିବେ |
01:58 ଜେନେରାଲ୍ ଟ୍ୟାବ୍ ରେ କ୍ଲିକ୍ କରନ୍ତୁ |
02:02 ’ଡାଉନଲୋଡ୍ସ’ ଅପ୍ସନ୍ ରେ ଥିବା ‘Show the Downloads window when downloading a file’ ଚେକ୍ ବକ୍ସରେ ଚେକ୍ କରନ୍ତୁ |
02:09 ଏବେ, ‘Save files to’ କହୁଥିବା ରେଡିଓ ବଟନ୍ ଚେକ୍ କରନ୍ତୁ |
02:12 ବ୍ରାଉଜ୍ ବଟନ୍ କ୍ଲିକ୍ କରି ଡିଫଲ୍ଟ ଫୋଲ୍ଡର୍ ଡେସ୍କଟପ୍ କୁ ଚେଞ୍ଜ କରନ୍ତୁ |
02:18 ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
02:24 ପୂର୍ବପରି, ଆମ ସେଟିଙ୍ଗ୍ ଗୁଡ଼ିକ ଅଟୋମେଟିକାଲୀ ସେଭ୍ ହୋଇଯିବ |
02:28 ବ୍ରାଉଜର୍ ସର୍ଚ୍ଚ ବାର୍ ରେ, ‘flowers’ ଟାଇପ୍ କରି ଡାହାଣପଟେ ଥିବା ଯବକାଚ ଉପରେ କ୍ଲିକ୍ କରନ୍ତୁ |
02:34 ପ୍ରଥମ ପ୍ରଦର୍ଶିତ ପରିଣାମରେ ରାଇଟ୍-କ୍ଲିକ୍ କରି
02:38 ‘Save Link As’ ଉପରେ କ୍ଲିକ୍ କରନ୍ତୁ |
02:40 ଡିଫଲ୍ଟ ଭାବରେ ଏହି ଲିଙ୍କ୍ ଡେସ୍କଟପ୍ ରେ ଡାଉନଲୋଡ୍ ହେବ
02:46 ’ସେଭ୍’ ବଟନ୍ ରେ କ୍ଲିକ୍ କଲେ ଫାଇଲ୍ ଟି ଡେସ୍କଟପ୍ ଉପରେ ସେଭ୍ ହୋଇଯିବ |
02:51 ଟ୍ୟାବ୍ଡ ବ୍ରାଉଜିଙ୍ଗ୍ ଫିଚର୍ ସହ ସମ୍ୱନ୍ଧିତ ପ୍ରିଫରେନ୍ସେସ୍ ଏହି ଟ୍ୟାବ୍ସ ପେନେଲ୍ ରେ ରହିଛି |
02:56 ୱେବ୍-ସାଇଟ୍ ଗୁଡ଼ିକ କିପରି ପ୍ରଦର୍ଶିତ ହେବେ ସେହି ସମ୍ପର୍କିତ ପ୍ରିଫରେନ୍ସେସ୍ କଣ୍ଟେଣ୍ଟ ପେନେଲ୍ ରେ ରହିଛି |
03:02 ଆପ୍ଲିକେଶନ୍ ପେନେଲ୍ ରୁ ଆପଣ ନିଷ୍ପତ୍ତି କରିପାରିବେ ଯେ, ବିଭିନ୍ନ ପ୍ରକାର ଫାଇଲ୍ ଗୁଡ଼ିକୁ ମୋଜିଲା ଫାୟାରଫକ୍ସ କିପରି ସମ୍ଭାଳିବ |
03:11 ଏହା ଏକ PDF ଡକ୍ୟୁମେଣ୍ଟ କିମ୍ୱା ଏକ ଅଡିଓ ଫାଇଲ୍ ହୋଇପାରେ |
03:13 ଏକ ଆସାଇନମେଣ୍ଟ ଭାବରେ ଏହି ଟ୍ୟାବ୍ସ ଓ ଅପ୍ସନ୍ସ ଏକ୍ସପ୍ଲୋର୍ କରନ୍ତୁ |
03:19 ୱେବ୍-ପ୍ରାଇଭେସୀ ସମ୍ପର୍କିତ ପ୍ରିଫରେନ୍ସେସ୍ ପ୍ରାଇଭେସୀ ପେନେଲ୍ ରେ ଅଛି |
03:25 ଟ୍ରାକିଙ୍ଗ୍ ରେ ‘Tell web sites I do not want to be tracked’ ଉପରେ ଚେକ୍ କରିବା |
03:30 ଏହି ଅପ୍ସନ୍ ର ଚୟନ, ଆପଣଙ୍କ ବ୍ରାଉଜିଙ୍ଗ୍ ବିହେଭିଅର୍ ବିଷୟରେ ସୂଚନାଗୁଡ଼ିକୁ ଷ୍ଟୋର୍ କରିବାରୁ ୱେବ୍-ସାଇଟ୍ ଗୁଡ଼ିକୁ ରୋକିଦେବ |
03:37 ହିଷ୍ଟ୍ରୀ ଅନ୍ତର୍ଗତ ଅନେକ ଅପ୍ସନ୍ସ ଅଛି |
03:41 ‘Firefox will’ ଫିଲ୍ଡରେ, ‘Never remember history’ ଚୟନ କରନ୍ତୁ |
03:45 ଏହି ଅପ୍ସନ୍ କୁ ଏନାବଲ୍ କଲେ ଆପଣଙ୍କର ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କମ୍ପ୍ୟୁଟର୍ ରେ ରହିବ ନାହିଁ |
03:53 ‘Clear all current history’ରେ କ୍ଲିକ୍ କଲେ ଆପଣଙ୍କ କମ୍ପ୍ୟୁଟର୍ ରେ ଷ୍ଟୋର୍ ହୋଇଥିବା ସମସ୍ତ ବ୍ରାଉଜିଙ୍ଗ୍ ହିଷ୍ଟ୍ରୀ କ୍ଲିଅର୍ ହୋଇଯିବ |
04:01 ଲୋକେଶନ୍ ବାର୍ କୁ ଆସିବା |
04:04 ‘When using the location bar, suggest:’ ଫିଲ୍ଡରେ ଆମେ ଡ୍ରପ୍ ଡାଉନ୍ ମେନୁରେ କ୍ଲିକ୍ କରି ‘Nothing’ ସିଲେକ୍ଟ କରିବା |
04:11 ଏପରି କଲେ, ଆପଣ ଯେବେବି ଆଡ୍ରେସ୍ ବାର୍ ରେ ଏକ ନୂଆ URL ଏଣ୍ଟର୍ କରିବେ, ଆପଣଙ୍କୁ କୌଣସି ପରାମର୍ଶ ମିଳିବ ନାହିଁ |
04:19 ଡାୟଲଗ୍ ବକ୍ସ ବନ୍ଦ କରିବା ପାଇଁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
04:23 ଆପଣଙ୍କ ପ୍ରାଇଭେସୀ ଏବେ ସମ୍ପୂର୍ଣ୍ଣ ସୁରକ୍ଷିତ |
04:26 ସିକ୍ୟୁରିଟୀ ପେନେଲ୍ ରେ ଆପଣଙ୍କର ୱେବ୍ ବ୍ରାଉଜିଙ୍ଗ୍ କୁ ସୁରକ୍ଷିତ ରଖିବା ସମ୍ପର୍କିତ ପ୍ରିଫରେନ୍ସେସ୍ ଅଛି |
04:32 ସିଙ୍କ୍ ପେନେଲ୍ ଦ୍ୱାରା ଏକ “Firefox Sync” ଆକାଉଣ୍ଟ ସେଟ୍-ଅପ୍ କିମ୍ୱା ମ୍ୟାନେଜ୍ କରାଯାଇପାରିବ |
04:36 ଫାୟାରଫକ୍ସ ସିଙ୍କ୍ ଦ୍ୱାରା ଆମେ ବିଭିନ୍ନ ଡିଭାଇସ୍ ରେ ଆମର ହିଷ୍ଟ୍ରୀ, ବୁକ୍ ମାର୍କ୍ସ ଓ ପାସୱର୍ଡ ବ୍ୟବହାର କରିପାରିବା |
04:45 ଆଡଭାନ୍ସ ପେନେଲ୍ ରେ କେତେକ ଜରୁରୀ ଫାୟାରଫକ୍ସ ସେଟିଙ୍ଗ୍ସ ରହିଛି |
04:49 ଫାୟାରଫକ୍ସର ବିହେଭିଅର୍ ନିୟନ୍ତ୍ରଣ କରିବା ପାଇଁ ଏଥିରେ ବ୍ରାଉଜିଙ୍ଗ୍ ଓ ସିଷ୍ଟମ୍ ଡିଫଲ୍ଟ ସେଟିଙ୍ଗ୍ସ ଅଛି |
04:57 ନେଟୱର୍କ ଅପ୍ସନ୍ ବ୍ୟବହାର କରି ଫାୟାରଫକ୍ସ ଇଣ୍ଟରନେଟ୍ କୁ ସଂଯୋଗ କରୁଥିବା ମାର୍ଗକୁ ମଧ୍ୟ ଆମେ କନଫିଗର୍ କରିପାରିବା |
05:03 କନେକ୍ସନ୍ସ ଅନ୍ତର୍ଗତ ନେଟୱର୍କ ଟ୍ୟାବ୍ ମଧ୍ୟରେ ଥିବା ସେଟିଙ୍ଗ୍ସ ବଟନ୍ ରେ କ୍ଲିକ୍ କରନ୍ତୁ |
05:09 ଏହା କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ଖୋଲିବ |
05:11 ଏଠାରେ ଆପଣ ପ୍ରୋକ୍ସି କନଫିଗର୍ କରିପାରିବେ |
05:15 ପର୍ଫର୍ମାନ୍ସ ଉନ୍ନତ କରିବାକୁ ଓ ଉତ୍ତମ ସୁରକ୍ଷା ପ୍ରଦାନ କରିବାକୁ ପ୍ରୋକ୍ସିଗୁଡ଼ିକ ବ୍ୟବହୃତ ହୋଇଥାଏ |
05:21 ବାଇ ଡିଫଲ୍ଟ, ‘Use system proxy settings’ ରେଡିଓ ବଟନ୍ ସିଲେକ୍ଟ ହୋଇଥାଏ |
05:26 ଏହି ଅପ୍ସନ୍, ଆପଣଙ୍କ ଅପରେଟିଙ୍ଗ୍ ସିଷ୍ଟମ୍ ପାଇଁ କନଫିଗର୍ ହୋଇଥିବା ସେଟିଙ୍ଗ୍ସ ବ୍ୟବହାର କରେ |
05:31 ମାନୁଆଲୀ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିବାକୁ, ମାନୁଆଲ୍ ପ୍ରୋକ୍ସି କନଫିଗରେଶନ୍ ରେଡିଓ ବଟନ୍ କ୍ଲିକ୍ କରନ୍ତୁ |
05:38 ଏବେ ଆପଣ ଏହିସବୁ ଫିଲ୍ଡଗୁଡ଼ିକରେ ପ୍ରୋକ୍ସି ସେଟିଙ୍ଗ୍ସ ଏଣ୍ଟର୍ କରିପାରିବେ |
05:42 କନେକ୍ସନ୍ ସେଟିଙ୍ଗ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:49 ପ୍ରିଫରେନ୍ସେସ୍ କିମ୍ୱା ଅପ୍ସନ୍ସ ଡାୟଲଗ୍ ବକ୍ସ ବନ୍ଦ କରିବାକୁ ପୁଣିଥରେ କ୍ଲୋଜ୍ ବଟନ୍ ରେ କ୍ଲିକ୍ କରନ୍ତୁ |
05:55 ଆପଣଙ୍କର ସେଟିଙ୍ଗ୍ସ ଅଟୋମେଟିକାଲୀ ସେଭ୍ ହୋଇଯିବ |
05:58 ଶେଷରେ ଆମେ, ଆଡଭାନ୍ସ ପେନେଲ୍ ରେ ଅପଡେଟ୍ ଟ୍ୟାବ୍ ବ୍ୟବହାର କରି ଫାୟାରଫକ୍ସକୁ ଅପଡେଟ୍ କରିପାରିବା |
06:05 ଏହା ଆମକୁ ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ |
06:08 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଜେନେରାଲ୍ ଓ ପ୍ରାଇଭେସୀ ପ୍ରିଫରେନ୍ସେସ୍ କିପରି ସେଟ୍ କରାଯାଏ, ଶିଖିଲେ |
06:15 କମ୍ପ୍ରେହେନ୍ସିଭ୍ ଆସାଇନମେଣ୍ଟ
06:19 ଏକ ନୂଆ ବ୍ରାଉଜର୍ ୱିଣ୍ଡୋ ଖୋଲନ୍ତୁ |
06:21 ‘spoken-tutorial.org’କୁ ହୋମ୍ ପେଜ୍ ଚେଞ୍ଜ କରନ୍ତୁ |
06:28 ’ହୋମ୍ ଫୋଲ୍ଡର୍’ କୁ ଡିଫଲ୍ଟ ଡାଉନଲୋଡ୍ ଲୋକେଶନ୍ କରନ୍ତୁ |
06:30 ‘When using the location bar, suggest:’ ସେଟିଙ୍ଗ୍ ହିଷ୍ଟ୍ରୀ ଓ ବୁକ୍ ମାର୍କ୍ସକୁ ପରିବର୍ତ୍ତନ କରନ୍ତୁ |
06:38 ନିମ୍ନ ଲିଙ୍କ୍ ରେ ଉପଲବ୍ଧ ଭିଡିଓକୁ ଦେଖନ୍ତୁ |
06:41 ଏହା ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
06:45 ଯଦି ଆପଣଙ୍କ ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରି ଦେଖିପାରିବେ |
06:48 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍
06:50 ସ୍ପୋକେନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାଏ |
06:54 ଅନଲାଇନ୍ ଟେଷ୍ଟରେ ପାସ୍ କରିଥିବା ଲୋକଙ୍କୁ ପ୍ରମାଣପତ୍ର ଦିଏ |
06:58 ଅଧିକ ବିବରଣୀ ପାଇଁ ଦୟାକରି କଣ୍ଟାକ୍ଟ ଆଟ୍ ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. (contact@spoken-tutorial.org)କୁ ଲେଖନ୍ତୁ |
07:04 ସ୍ପୋକେନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ |
07:07 ଯାହା, ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ଶିକ୍ଷା ମିଶନ୍ ଦ୍ୱାରା ସମର୍ଥିତ |
07:12 ଏହି ମିଶନ୍ ଉପରେ ଅଧିକ ବିବରଣୀ, ସ୍ପୋକେନ୍ ହାଇଫେନ୍ ଟ୍ୟୁଟୋରିଆଲ୍ ଡଟ୍ ଓ.ଆର୍.ଜି. ସ୍ଲାଶ୍ NMEICT ହାଇଫେନ୍ Introରେ (spoken-tutorial.org/NMEICT-Intro) ଉପଲବ୍ଧ |
07:27 ଆଇଆଇଟି ମୁମ୍ୱଇ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି | ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |

Contributors and Content Editors

Manoranjan, PoojaMoolya, Pradeep