Drupal/C3/Modifying-the-Page-Layout/Oriya
From Script | Spoken-Tutorial
| Time | Narration |
| 00:01 | Modifying the Page Layout ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
| 00:06 | ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Layouts, Block Configuration ଓ Permissions ଓ - ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା |
| 00:16 | ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍ |
| 00:26 | ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ |
| 00:30 | ଆମେ ପ୍ରଥମେ Layout ବିଷୟରେ ଶିଖିବା. |
| 00:33 | ଏଠାରେ ଆମେ, Themes ଓ Blocks ପାଇଁ ପରିଚୟ ପାଇବା |
| 00:37 | Themes ଆମକୁ, ଆମ ସାଇଟ୍ ର ସାଧାରଣ ଲେଆଉଟ୍, ଲୂକ୍ ଓ ଫୀଲ୍ ଦେଇଥାଏ |
| 00:42 | ମୁଁ, କିଛି ସମୟ ମଧ୍ୟରେ ଆପଣଙ୍କୁ Themes ସହିତ ପରିଚୟ କରାଇବି |
| 00:47 | ଏବେପାଇଁ, ଏହା ବୁଝନ୍ତୁ ଯେ, କଣ୍ଟେଣ୍ଟରେ ପରିବର୍ତ୍ତନ ନକରି, ଗୋଟିଏ Themeକୁ, ଏକ Drupal Siteରେ ଲାଗୁ କରିହେବ |
| 00:54 | ଆଉ ଏହା, Blocksର କଲର୍ ସ୍କିମ୍, ଲୋକେଶନ୍ ଏବଂ ଟେକ୍ସଟ୍ ଓ ଇମେଜେସ୍ ପାଇଁ ସମସ୍ତ ଫର୍ମାଟିଙ୍ଗ୍ ଆମକୁ ଦେଇଥାଏ |
| 01:03 | ପୂର୍ବେ ଆମେ ଶିଖିଥିଲେ ଯେ, Blocks ହେଉଛି ସୂଚନା, ଯାହାକୁ ଆମେ ଗୋଟିଏ ସାଇଟ୍ ର ବିଭିନ୍ନ ଏରିଆରେ ରଖିପାରିବା |
| 01:10 | Blocks, Block Regionsକୁ ଯାଏ ଏବଂ Theme ଦ୍ୱାରା Block Regions ନିର୍ଦ୍ଧାରିତ କରାଯାଇଥାଏ |
| 01:15 | ଡିଜାଇନ୍ ଏରିଆରେ, ଆମ ପାଖରେ Blocks,Themes ଓ * Menus ଅଛି |
| 01:23 | ଦୟାକରି ଧ୍ୟାନଦିଅନ୍ତୁ ଯେ, ଆମେ ପୂର୍ବରୁ Themes ବିଷୟରେ କଥା ହୋଇନଥିଲେ କିମ୍ୱା ଲାଗୁ କରିନଥିଲେ |
| 01:29 | ଗୋଟିଏ ସାଇଟ୍ ନିର୍ମାଣ ସମୟର ଯେକୌଣସି ପଏଣ୍ଟରେ ଆମେ Theme ଲାଗୁ କରିପାରିବା, ଏହି ସତ୍ୟତାକୁ ଉଲ୍ଲେଖ କରିବା ପାଇଁ ଏହା କରାଯାଇଥିଲା |
| 01:36 | ଏପର୍ଯ୍ୟନ୍ତ ଅପେକ୍ଷା କରିବାର କାରଣ ହେଉଛି, ପୂରା ଶେଷରେ ଗୋଟିଏ Theme ଲାଗୁ କରିବା ପାଇଁ ଆମେ ଅପେକ୍ଷା କରିପାରିବା ବୋଲି ଦେଖାଇବା |
| 01:42 | କିନ୍ତୁ, Theme ପ୍ରସ୍ତୁତ ହେବା କ୍ଷଣି ତାକୁ ଲାଗୁ କରିବାକୁ ମୁଁ ସବୁବେଳେ ପସନ୍ଦ କରେ |
| 01:49 | ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ. |
| 01:52 | Blocks ଓ Block Regions ସହିତ ଚାଲନ୍ତୁ ଏବେ Layout ଭିତରକୁ ଯିବା |
| 01:58 | ଆମ ସାଇଟ୍ ର ଯେକୌଣସି ସ୍ଥାନରେ ସୂଚନା ରଖିବାକୁ Blocks ଆମକୁ ସମର୍ଥ କରିଥାଏ |
| 02:03 | Structure ଓ Block Layoutକୁ ଯାଆନ୍ତୁ |
| 02:06 | ଏଠାରେ, ଆମର ସାମ୍ପ୍ରତିକ Themeରେ ଉପଲବ୍ଧ ସମସ୍ତ Blocks ଅଛି |
| 02:11 | ଉଦାହରଣସ୍ୱରୂପ: Header, Primary Menu, Secondary Menu ଓ ଅନ୍ୟାନ୍ୟ |
| 02:18 | ଆମେ ପ୍ରକୃତରେ, ଏଥିମଧ୍ୟରୁ କେତେକକୁ ରଖିସାରିଛେ |
| 02:22 | ମନେପକାନ୍ତୁ, ଆମେ Sidebarରେ Welcome To Drupalville, Custom Block ରଖିସାରିଛେ |
| 02:28 | ଏହି ନିର୍ଦ୍ଦିଷ୍ଟ Themeର ବାମ ସାଇଡ୍ ବାର୍ ରେ ଏହା ଦେଖାଦିଏ |
| 02:33 | ଆମର ବାମ Sidebarରେ ଆମେ Recent Events Added, View ମଧ୍ୟ ଆଡ୍ କରିଛେ |
| 02:39 | ଏବେ ଚାଲନ୍ତୁ, ଆମର Blocksକୁ କନଫିଗର୍ ଓ ପର୍ମିସନ୍ ଦେବା ବିଷୟରେ ଶିଖିବା |
| 02:44 | ପ୍ରଥମେ ଆମକୁ ଜାଣିବାକୁ ହେବ ଯେ, କେଉଁ Block Regions କ’ଣ କରେ |
| 02:48 | ଉପରେ Demonstrate Block Regions ଅଛି ତାହାକୁ କ୍ଲିକ୍ କରନ୍ତୁ |
| 02:53 | Drupalରେ, ପ୍ରତ୍ୟେକ Theme, Block Regions କେଉଁଠାରେ ଅଛି, ସେହି ପ୍ରକାରର ଏକ ଛବି ଆମକୁ ଦିଏ |
| 03:00 | Block Regions, Themes ଉପରେ ନିର୍ଭର କରିଥାଏ |
| 03:04 | Bartikରେ, ଆମ ପାଖରେ ନିମ୍ନ ଅପ୍ସନ୍ସ ଅଛି: |
| 03:07 | Secondary Menu, Header |
| 03:09 | Primary Menu, Highlighted, Featured top, Breadcrumb, Sidebar first, Content |
| 03:16 | Sidebar second |
| 03:18 | ଆମେ, ଯେକୌଣସି Blockକୁ, ଯେକୌଣସି Regionରେ ରଖିପାରିବା |
| 03:21 | Content Block ପରି ମହତ୍ୱପୂର୍ଣ୍ଣ Blockକୁ Content Regionରେ ଛାଡ଼ିଦେବା ଉଚିତ |
| 03:27 | Exit ଉପରେ କ୍ଲିକ୍ କରନ୍ତୁ |
| 03:30 | Breadcrumbs Blockକୁ, Breadcrumb Regionରେ ଛାଡ଼ିଦିଅନ୍ତୁ |
| 03:34 | କିନ୍ତୁ, ସେଠାରେ କିଛି ଅନ୍ୟ ଜିନିଷ ଅଛି, ଯାହାକୁ ଆମେ ଘୁଞ୍ଚାଇପାରିବା |
| 03:38 | କ୍ଲିକ୍ କରି କିମ୍ୱା ଡ୍ରାଗ୍ କରି Search Blockକୁ ଘୁଞ୍ଚାନ୍ତୁ କିମ୍ୱା |
| 03:43 | ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି Headerରେ ତାକୁ ରଖିଲେ ତାହା ଉପରକୁ ଘୁଞ୍ଚିଯିବ |
| 03:49 | ସମାନଭାବରେ, Sidebar Firstର ଉପରକୁ Welcome To Drupalville ଘୁଞ୍ଚାନ୍ତୁ |
| 03:55 | Save ବଟନ୍ କ୍ଲିକ୍ କରି ପରିବର୍ତ୍ତନଗୁଡ଼ିକୁ ସେଭ୍ କରନ୍ତୁ |
| 03:59 | ଏବେ, ଆମର ପରିବର୍ତ୍ତନଗୁଡ଼ିକୁ ଦେଖିବା ପାଇଁ ଚାଲନ୍ତୁ Homepageକୁ ଯିବା |
| 04:03 | ଏଠାରେ, Headerର ଉପରେ ଆମର Search Bar ଅଛି |
| 04:06 | ଆଉ ଆମର Welcome To Drupalville ଏବେ ପୂରା ଉପରେ ଅଛି |
| 04:11 | ଏହିପରି ଭାବେ ଆମେ, ଆମର Blocksକୁ ସ୍ଥାନିତ ଓ ବ୍ୟବସ୍ଥିତ କରିପାରିବା |
| 04:15 | ଏବେ ଆମେ, Blocksର Configuration ଓ Permissionsକୁ ଯିବା |
| 04:20 | Structure ଓ Block Layout ଉପରେ କ୍ଲିକ୍ କରନ୍ତୁ. |
| 04:24 | ଆଉ ଆମର Recent Events Added Blockକୁ ଖୋଜନ୍ତୁ |
| 04:27 | ଏବେ ଏହା, Sidebar Firstରେ ଅଛି ଓ ପ୍ରତ୍ୟେକ ପେଜ୍ ରେ ଦେଖାଯାଉଛି |
| 04:33 | Configure ଉପରେ କ୍ଲିକ୍ କରନ୍ତୁ. |
| 04:35 | ଏବେ, Recent Events Added Block ସବୁ ସ୍ଥାନରେ ଦେଖାଦେଉଛି |
| 04:40 | କିନ୍ତୁ, ଏହାକୁ ଆମେ କେବଳ Event Pageରେ ଦେଖାଇବାକୁ ଚାହିଁପାରେ |
| 04:44 | Eventରେ ଏକ ଚେକ୍-ମାର୍କ ରଖି Save Block କ୍ଲିକ୍ କରନ୍ତୁ |
| 04:49 | ପୁଣିଥରେ, ତଳକୁ ସ୍କ୍ରୋଲ୍ କରି Save Block ବଟନ୍ କ୍ଲିକ୍ କରନ୍ତୁ |
| 04:54 | Back to Site କ୍ଲିକ୍ କରନ୍ତୁ. |
| 04:56 | ଏବେ, Recent Events Added Block ଆଉ ସେଠାରେ ନାହିଁ |
| 05:00 | କିନ୍ତୁ, ଯଦି ଆମେ Eventକୁ ଯିବା, ତେବେ Recent Events Added ଦେଖିପାରିବା |
| 05:05 | ଏବେ ଏଠାରେ, Welcome To Drupalvilleରେ ଆମେ, Welcome ମେସେଜ୍ ଦେଖୁଛେ, ଯାହା, ଆମେ ଥରେ ଲଗ୍ ଇନ୍ କରିବା ପରେ ଆବଶ୍ୟକ ନାହିଁ |
| 05:15 | ତାକୁ ଲୁଚାଇ ଦିଅନ୍ତୁ |
| 05:17 | ଏଠାରେ ଥିବା ଛୋଟ Pencil ଉପରେ କ୍ଲିକ୍ କରି Configure Block ଚୟନ କରନ୍ତୁ |
| 05:22 | Drupal ବିଷୟରେ ସବୁଠାରୁ ଭଲ ଜିନିଷ ହେଉଛି, Pencil କିମ୍ୱା Gear ବ୍ୟବହାର କରି ଆମେ Front Endକୁ ଏଡିଟ୍ କରିପାରିବା |
| 05:29 | Content Type ଦ୍ୱାରା ସୀମିତ କରିବା ବଦଳରେ ଚାଲନ୍ତୁ ଏହାକୁ ଗୋଟିଏ ପେଜ୍ ରେ ସୀମିତ କରିବା |
| 05:35 | ଏଠାରେ ଦେଖନ୍ତୁ, Specify pages by using their paths.. |
| 05:40 | Front Pageରେ କିଛି ଦେଖାଇବା ପାଇଁ କିମ୍ୱା ଲୁଚାଇବା ପାଇଁ, ଏହି Angle Bracket-Front-Angle Bracket ବ୍ୟବହାର କରନ୍ତୁ |
| 05:47 | ଏହାକୁ Copy ଓ Paste କରନ୍ତୁ. ଏବେ, Show for the listed page ଚୟନ କରନ୍ତୁ |
| 05:52 | ଆମର Welcome Block କେବଳ Homepageରେ ରହିବ |
| 05:58 | ଆଉ ଗୋଟିଏ ପାଦ ଆଗକୁ ବଢ଼ିବା |
| 06:00 | Roles ଉପରେ କ୍ଲିକ୍ କରି Anonymous Userରେ ଗୋଟିଏ ଚେକ୍-ମାର୍କ ଦିଅନ୍ତୁ |
| 06:05 | ଆଉ, Save Block ଉପରେ କ୍ଲିକ୍ କରନ୍ତୁ |
| 06:07 | ଏବେ, ଏହା କେବଳ ସେତେବେଳେ ଦେଖାଦେବ, ଯେତେବେଳେ ଆମେ ଲଗ୍-ଇନ୍ କରିନଥିବା |
| 06:12 | ଆମେ ଏହି ମେସେଜ୍ କୁ ଦେଖିପାରୁନେ, କାରଣ ଏବେ ଆମେ ଲଗ୍-ଇନ୍ ଅଛେ |
| 06:16 | ଆମେ ଲଗ୍-ଆଉଟ୍ କଲେ, Welcome To Drupalville Block ପୁଣିଥରେ ଦେଖାଦେବ |
| 06:21 | କିନ୍ତୁ, ଯେତେବେଳେ ଆମେ ଲଗ୍-ଇନ୍ କରି Homeରେ କ୍ଲିକ୍ କରିବା, ତାହା ଆଉ ସେଠାରେ ନାହିଁ |
| 06:27 | ତେଣୁ, Blocksକୁ କନଫିଗର୍ କରିବା, ଘୁଞ୍ଚାଇବା ଓ Permissions ଦେବା ପ୍ରକୃତରେ ବହୁତ ସହଜ |
| 06:34 | ଏହାକୁ ଚାଲନ୍ତୁ ଆଉ ଅଧିକ ଅଭ୍ୟାସ କରିବା |
| 06:36 | Structure ଉପରେ କ୍ଲିକ୍ କରି Blocks ଉପରେ କ୍ଲିକ୍ କରନ୍ତୁ |
| 06:40 | Primary Menu Blockରେ ଆମ ପାଖରେ Main Navigation ଅଛି |
| 06:44 | ଯଦି ଆମେ ତାକୁ ଘୁଞ୍ଚାଇବା, ତେବେ ଆମ Main Navigation ସମ୍ପୂର୍ଣ୍ଣ ଭିନ୍ନ ସ୍ଥାନରେ ରହିବ |
| 06:51 | ଏଠାରେ, ତଳେ, ଆମ ପାଖରେ ଅଛି: Featured Bottom First, Second ଓ Third |
| 06:58 | Footer First, Second, Third, Fourth ଓ Fifth |
| 07:03 | Powered by Drupal ଓ Footer Menu, Footer Fifth ସ୍ଥାନରେ ଅଛି |
| 07:08 | ଏବେ, କୌଣସି ଡିଜାବଲ୍ ହୋଇଥିବା Blocks ନାହିଁ |
| 07:12 | Footer First Block Regionରେ ଚାଲନ୍ତୁ ଆମର ଗୋଟିଏ Menu ରଖିବା |
| 07:17 | ଉପରକୁ ସ୍କ୍ରୋଲ୍ କରନ୍ତୁ |
| 07:19 | ନିଜର User Account Menuକୁ Footer Firstରେ ରଖନ୍ତୁ |
| 07:25 | ଏହା ତୁରନ୍ତ ତଳକୁ ଚାଲିଯିବ |
| 07:28 | ଏବେ, Save Blocks ଉପରେ କ୍ଲିକ୍ କରନ୍ତୁ |
| 07:31 | ସାଇଟ୍ କୁ ପେରିଯାଆନ୍ତୁ |
| 07:33 | ତଳକୁ ସ୍କ୍ରୋଲ୍ କରି ସେହି User Accountକୁ ଦେଖନ୍ତୁ. ତାହା, ଉପରେ ରହିବା ବଦଳରେ ଏଠାରେ, ତଳେ Footerରେ ଅଛି |
| 07:40 | ତେଣୁ, ଯେକୌଣସି Blockକୁ, ଯେକୌଣସି ଉଦ୍ଦେଶ୍ୟ ପାଇଁ, ଯେକୌଣସି ସ୍ଥାନରେ ରଖିହେବ |
| 07:45 | Structure ଓ Block Layoutକୁ ଯାଆନ୍ତୁ |
| 07:49 | ଏବେ, ଗୋଟିଏ Block କାଢ଼ିଦିଅନ୍ତୁ |
| 07:52 | Footer Fifth Blockରୁ Powered by Drupal କାଢ଼ିଦେବା |
| 07:57 | ଡ୍ରପ୍-ଡାଉନ୍ ରେ କ୍ଲିକ୍ କରି None ଚୟନ କରନ୍ତୁ. ତା’ପରେ, Save Blocks ଉପରେ କ୍ଲିକ୍ କରନ୍ତୁ |
| 08:04 | ଏବେ, ତଳକୁ ସ୍କ୍ରୋଲ୍ କରନ୍ତୁ. |
| 08:06 | ଆମେ ଦେଖିପାରୁଛେ ଯେ, Powered by Drupal Block ଏବେ, Disabled Block Regionରେ ଅଛି |
| 08:12 | ତାହା ସମ୍ପୂର୍ଣ୍ଣ ଭାବେ ଚାଲିଯାଇଛି ବୋଲି ଦେଖିବା ପାଇଁ Back to Site ଉପରେ କ୍ଲିକ୍ କରନ୍ତୁ |
| 08:16 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
| 08:19 | ସଂକ୍ଷିପ୍ତରେ, |
| 08:21 | ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Layouts,Block Configuration ଓ Permissions ଓ ବ୍ଲକ୍ସ କାଢିବା ଓ ପୁନଃବ୍ୟବସ୍ଥିତ କରିବା |
| 08:42 | Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି |
| 08:50 | ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ |
| 08:56 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ |
| 09:04 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ |
| 09:15 | ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |