Drupal/C3/Menu-and-Endpoints/Oriya

From Script | Spoken-Tutorial
Jump to: navigation, search
Time Narration
00:01 Menu and Endpoints ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ URL Patterns ସେଟ୍ କରିବା ବିଷୟରେ ଶିଖିବା. ଆମେ Menu Management ବିଷୟରେ ମଧ୍ୟ ଶିଖିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି: ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ଏହି ଟ୍ୟୁଟୋରିଆଲରେ ଆମେ, ଆମ ୱେବ୍ ସାଇଟ୍ ପାଇଁ ସଟିକ୍ URL Paths କ୍ରିଏଟ୍ କରିବାର ପ୍ରକ୍ରିୟା ବିଷୟରେ କଥା ହେବା
00:36 Endpoints ଓ Aliases - Endpoints ହେଉଛି URL Paths, ଯାହା ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ପ୍ରଦର୍ଶିତ କରେ
00:45 ଡିଫଲ୍ଟ ଭାବରେ Drupalରେ ଏକ Nodeର Endpoint ହେଉଛି Node/[node:id]
00:53 ଏହାକୁ ଗୋଟିଏ ସର୍ଭର୍ କୁ ପଠାଇଲେ, ତାହା Nodeର କଣ୍ଟେଣ୍ଟ ପ୍ରଦର୍ଶିତ କରିବ. IDରେ ଥିବା ଏକ ସଂଖ୍ୟା, ମନୁଷ୍ୟ ପଠନଯୋଗ୍ୟ ନୁହେଁ
01:02 ଅର୍ଥାତ୍, ଆମେ ସହଜରେ Node/278162 ସହିତ ଏକ ନିର୍ଦ୍ଦିଷ୍ଟ କଣ୍ଟେଣ୍ଟ ସଂଗଠିତ କରିପାରିବା ନାହିଁ. ଏକ Alias ତିଆରି ଦ୍ୱାରା ମାନବ ପଠନଯୋଗ୍ୟ Endpoint ଉପଲବ୍ଧ ହେବ
01:19 ସେହି କଣ୍ଟେଣ୍ଟ ପାଇଁ Alias ହେଉଛି ଏକ ଅବିକଳ୍ପ URL Path. ସେହି କଣ୍ଟେଣ୍ଟ ପ୍ରଦର୍ଶିତ କରିବା ପାଇଁ ଆମେ ମୂଳ କିମ୍ୱା ଅନେକ Aliases ମଧ୍ୟରୁ ଗୋଟିଏର ବ୍ୟବହାର କରିପାରିବା
01:34 ଉଦାହରଣସ୍ୱରୂପ, Node/278162 ଓ content/drupal-camp-mumbai-2015
01:47 ଉଭୟ ସମାନ କଣ୍ଟେଣ୍ଟ ପ୍ରଦର୍ଶିତ କରନ୍ତି. ଦ୍ୱିତୀୟଟି ମନେରଖିବାକୁ ସହଜ
01:54 ଏବେ ଚାଲନ୍ତୁ URL Patterns କ୍ରିଏଟ୍ କରିବା, ଯାହା ଆମ ପାଖରେ ଥିବା ସମସ୍ତ କଣ୍ଟେଣ୍ଟ ସହିତ ଲାଗୁ ହେବ
01:59 URL Paths ସେଟ୍ କରିବାକୁ ତିନୋଟି Modules ଦରକାର
02:04 ସେହି ତିନୋଟି Modules ହେଉଛି Pathauto, Token ଓ CToools
02:13 ଦୟାକରି ଆପଣଙ୍କ ମେସିନ୍ ରେ Pathauto ଇନଷ୍ଟଲ୍ କରନ୍ତୁ
02:18 Pathauto ପ୍ରୋଜେକ୍ଟ ପେଜ୍ କୁ ଫେରିଆସନ୍ତୁ. ଏଠାରେ ଆପଣ ଲକ୍ଷ୍ୟ କରିବେ ଯେ, Pathauto, Token ଓ CTools ଆବଶ୍ୟକ କରେ
02:27 Token ଓ CTools ଇନଷ୍ଟଲ୍ କରନ୍ତୁ. ଏହି Moduleଗୁଡ଼ିକ ଇନଷ୍ଟଲ୍ କରିସାରିବା ପରେ, ସେଗୁଡ଼ିକୁ ON କରନ୍ତୁ
02:37 ଥରେ ଆମେ ତାହା କରିସାରିବା ପରେ, ଆମେ ଆଗକୁ ବଢ଼ିବାକୁ ପ୍ରସ୍ତୁତ
02:40 Configuration ଉପରେ କ୍ଲିକ୍ କରନ୍ତୁ. ଏଠାରେ, ବାମପଟେ, Search and Metadata ସେକ୍ସନ୍ ଅନ୍ତର୍ଗତ, ଆପଣ URL Aliases ଦେଖିବେ
02:52 ଡିଫଲ୍ଟ ଭାବରେ, କୌଣସି URL Aliases ଉପଲବ୍ଧ ନାହିଁ
02:58 Patterns ଟାବ୍ ଉପରେ କ୍ଲିକ୍ କରନ୍ତୁ. Add Pathauto Pattern ବଟନ୍ ଉପରେ କ୍ଲିକ୍ କରନ୍ତୁ
03:05 Pattern Type ଡ୍ରପ୍-ଡାଉନ୍ ରେ କ୍ଲିକ୍ କରନ୍ତୁ
03:09 ଏଠାରେ ଆମେ, Forum, Content, Taxonomy Term ଓ User ପାଇଁ ପୃଥକ ପାଟର୍ନ୍ସ କ୍ରିଏଟ୍ କରିପାରିବା
03:17 ଉଦାହାରଣସ୍ୱରୂପ, ମୁଁ Content ସିଲେକ୍ଟ କରିବି. Path Pattern ଫିଳ୍ଡରେ, ଆମକୁ ପାଟର୍ନ ଟେମ୍ପଲେଟ୍ ପ୍ରଦାନ କରିବାକୁ ହେବ
03:27 ଟେମ୍ପଲେଟ୍ ଭେରିଏବଲ୍ସକୁ Tokens କୁହାଯାଏ. ସେଗୁଡ଼ିକ ପ୍ରତ୍ୟେକ Entity ପାଇଁ ଜେନେରେଟ୍ ହୋଇଥାଏ
03:36 ଏହି ଭେରିଏବଲଗୁଡ଼ିକୁ Token Module ପ୍ରଦାନ କରିଥାଏ. ଯେକୌଣସି Input Formରେ ଯେତେବେଳେ ଆପଣ Browse Available Tokens ଦେଖିବେ, ତେବେ ପ୍ରାକ୍-ପରିଭାଷିତ Tokens ପ୍ରବିଷ୍ଟ କରିପାରିବେ
03:49 Token ପ୍ରବେଶ କରାଇବାକୁ ଚାହୁଁଥିବା ସ୍ଥାନରେ Path Pattern ବକ୍ସରେ କ୍ଲିକ୍ କରନ୍ତୁ
03:55 ଟାଇପ୍ କରନ୍ତୁ Content/. ତା’ପରେ Browse Available Tokens ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
04:02 Available Tokens ଦେଖାଇବା ପାଇଁ ଏକ ପପ୍-ଅପ୍ ୱିଣ୍ଡୋ ଖୋଲିବ
04:07 ମନେକରନ୍ତୁ, ଆମେ Content/[Title of the Page] ପରି ପାଟର୍ନ ଚାହୁଁଛେ, ପେଜ୍ ର Title ପାଇଁ Token, Nodes ସେକ୍ସନ୍ ଅନ୍ତର୍ଗତ ଅଛି
04:18 Nodes ସେକ୍ସନ୍ ର ଡାହାଣ ତୀର ବଟନ୍ ଉପରେ କ୍ଲିକ୍ କରନ୍ତୁ
04:23 Token [Node:Title] ଚୟନ କରନ୍ତୁ, ଯାହା ପେଜ୍ ର Title ଦ୍ୱାରା ସ୍ଥାନାନ୍ତରିତ କରାଯିବ
04:32 ଏହା, Form ବକ୍ସରେ କର୍ସର୍ ଲୋକେଶନଠାରେ [Node:Title] ପ୍ରବେଶ କରାଇବ
04:38 ଯଦି ତାହା ହୁଏ ନାହିଁ, ତେବେ ବକ୍ସ ଉପରେ କ୍ଲିକ୍ କରନ୍ତୁ ଓ ଆବଶ୍ୟକ ଅନୁସାରେ କର୍ସର୍ କୁ ସ୍ଥାନିତ କରନ୍ତୁ. ତା’ପରେ ପୁଣିଥରେ Token ସିଲେକ୍ଟ କରନ୍ତୁ
04:49 Content Type ଅନ୍ତର୍ଗତ, କେଉଁ Entity Typeରେ ଏହି ପାଟର୍ନ ଲାଗୁ ହେବା ଉଚିତ, ତାହା ଆମେ ସିଲେକ୍ଟ କରିପାରିବା
04:56 ସମସ୍ତ Types ସିଲେକ୍ଟ କରନ୍ତୁ, ଯେଉଁଥିରୁ ସେଗୁଡ଼ିକ ସବୁ ପାଇଁ ଏହି ପାଟର୍ନ ଡିଫଲ୍ଟ ହେବ
05:04 ଏକ ନିର୍ଦ୍ଦିଷ୍ଟ Type ପାଇଁ ଏହି ସେଟିଙ୍ଗ୍ କୁ ଓଭର୍ ରାଇଡ୍ କରାଯାଇପାରିବ. ଉଦାହରଣସ୍ୱରୂପ, ଆମେ, Usergroup/[Node:Title] କ୍ରିଏଟ୍ କରି ତାହାକୁ କେବଳ User Group ପାଇଁ ଲାଗୁ କରିପାରିବା
05:18 Label ଫିଲ୍ଡରେ, ଟାଇପ୍ କରନ୍ତୁ Content Type. ତା’ପରେ Save ବଟନ୍ ଉପରେ କ୍ଲିକ୍ କରନ୍ତୁ. ଏଠାରେ ଆମେ, କ୍ରିଏଟ୍ କରିଥିବା ନୂଆ ପାଟର୍ନ ଯାଞ୍ଚ କରିପାରିବା
05:31 ସମସ୍ତ ନୂଆ ଭାବେ ଆଡ୍ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases ଜେନେରେଟ୍ କରିବାକୁ ଏହି ପାଟର୍ନ ଲାଗୁ ହେବ. କିନ୍ତୁ ଏହା, ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ URL Aliases କ୍ରିଏଟ୍ କରିବ ନାହିଁ
05:45 ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ପାଇଁ ଏହାକୁ ଲାଗୁ କରିବାକୁ, Bulk Generate ଟାବ୍ ଉପରେ କ୍ଲିକ୍ କରନ୍ତୁ. Content Type ସିଲେକ୍ଟ କରି Update ବଟନ୍ ଉପରେ କ୍ଲିକ୍ କରନ୍ତୁ
05:58 ଏହା, URL Aliases ଜେନେରେଟ୍ କରିବା ଆରମ୍ଭ କରିବ. ବିଦ୍ୟମାନ କଣ୍ଟେଣ୍ଟଗୁଡ଼ିକ ଉପରେ ନିର୍ଭର କରି ଏହା କିଛି ସମୟ ନେଇପାରେ
06:08 ଏବେ, List ଟାବ୍ ଉପରେ କ୍ଲିକ୍ କରନ୍ତୁ. ଆମେ, ଆମର କଣ୍ଟେଣ୍ଟ ପାଇଁ URL Aliases ଦେଖିପାରିବା
06:15 ଆମ ସାଇଟ୍ ର ପ୍ରତ୍ୟେକ Nodeର /Node/NodeID ସିଷ୍ଟମ୍ ପାଥ୍ ଅଛି
06:24 ପ୍ରଥମ Alias କଲମ୍ ରେ ନୂଆ ଭାବେ ଜେନେରେଟ୍ ହୋଇଥିବା URL Alias ଅଛି
06:30 ଦେଖନ୍ତୁ, ସମସ୍ତ Aliases, ସମାନ Pattern ଅନୁସରଣ କରୁଛନ୍ତି. ପ୍ରତ୍ୟେକ ଥର ନୂଆ ଭାବେ କ୍ରିଏଟ୍ କରୁଥିବା Content Type ପାଇଁ ଆପଣଙ୍କୁ ଏହା କରିବାକୁ ହେବ
06:41 Patterns କ୍ରିଏଟ୍ କରିବା ପାଇଁ ନିମ୍ନ Thumb Rules ବ୍ୟବହାର କରନ୍ତୁ: ଲୋୟର୍ କେସ୍ ଶବ୍ଦ ବ୍ୟବହାର କରନ୍ତୁ ଶବ୍ଦଗୁଡ଼ିକ ମଧ୍ୟରେ ସ୍ପେସ୍ ଦିଅନ୍ତୁ ନାହିଁ
06:52 Hyphen ଦ୍ୱାରା ଶବ୍ଦଗୁଡ଼ିକୁ ଅଲଗା କରନ୍ତୁ, Underscore ଦ୍ୱାରା ନୁହେଁ Search Engine Optimization (SEO) ପାଇଁ URLରେ ମାନବ ପଠନଯୋଗ୍ୟ, ଅର୍ଥପୂର୍ଣ୍ଣ ଶବ୍ଦଗୁଡ଼ିକର ବ୍ୟବହାର କରନ୍ତୁ
07:07 ସମୟ ଦ୍ୱାରା ଶ୍ରେଣୀଭୂକ୍ତ ହୋଇଥିବା କଣ୍ଟେଣ୍ଟଗୁଡ଼ିକ ପାଇଁ Date Tokens ବ୍ୟବହାର କରନ୍ତୁ
07:12 Settings ଟାବ୍ ରେ URL Alias ପାଟର୍ନ ନିୟନ୍ତ୍ରଣ କରିବା ପାଇଁ ଅଧିକ ଅପ୍ସନ୍ସ ଉପଲବ୍ଧ ଅଛି. ଏଠାରେ ଆମେ, ଡିଫଲ୍ଟ Separator, Lenght ଆଦି ଦେଖିପାରିବା
07:26 ଆମେ ଆହୁରି ମଧ୍ୟ ଦେଖୁଛେ ଯେ, ଡିଫଲ୍ଟ ଭାବରେ, ଅନେକ ସାଧାରଣ ଶବ୍ଦଗୁଡ଼ିକ, ପାଟର୍ନରୁ ହଟିଯାଇଛି. Endpointକୁ କମ୍ପାକ୍ଟ ଓ ଅର୍ଥପୂର୍ଣ୍ଣ ରଖିବା ପାଇଁ ଏହା କରାଯାଇଥାଏ
07:38 ସଂକ୍ଷିପ୍ତରେ - Pathauto ଓ Token Modules ସହିତ ଆମେ URL Patterns ସେଟ୍ କରିପାରିବା
07:46 ଯେକୌଣସି ସମୟରେ Aliases ଓ Bulk Generate Aliases ଡିଲିଟ୍ କରିପାରିବା
07:52 ଏବେ ପରଠାରୁ, ପ୍ରତ୍ୟେକ ନୂଆ Node, ଆମେ ସ୍ଥାପିତ କରିଥିବା Patterns ବ୍ୟବହାର କରିବେ
07:59 ଚାଲନ୍ତୁ ଏବେ ଆମେ Menus ବିଷୟରେ କଥା ହେବା
08:03 ଆମେ, ଆମ ସାଇଟ୍ ରେ ଯାଦୃଚ୍ଛିକ ଭାବେ Menus ଆଡ୍ କରୁଛୁ, ଅଧିକାଂଶ, Views ଓ ବେସିକ୍ ପେଜ୍ ଉପରେ ଭିତ୍ତି କରି
08:10 ମେନୁ ସିଷ୍ଟମ୍ କୁ କିପରି ଆମେ ମ୍ୟାନେଜ୍ କରିପାରିବା, ଚାଲନ୍ତୁ ଏବେ ଦେଖିବା
08:15 Structureକୁ ଯାଇ ତଳକୁ ସ୍କ୍ରୋଲ୍ କରନ୍ତୁ ଓ Menus ଉପରେ କ୍ଲିକ୍ କରନ୍ତୁ
08:21 ଏଠାରେ, ଆମ ପାଖରେ ଅନେକ ଭିନ୍ନ ଭିନ୍ନ ମେନୁଜ୍ ଅଛି, ଯାହା Drupal ସହିତ ଡିଫଲ୍ଟ ଭାବେ ଆସିଥାଏ. ଆମ ପାଖରେ ଠିକ୍ ଛଅଟି ମେନୁଜ୍ ଅଛି
08:31 ଆମେ, Main Navigation Menuରେ ବିଶେଷ ଆଗ୍ରହୀ. ତେଣୁ, Edit Menu ଉପରେ କ୍ଲିକ୍ କରନ୍ତୁ
08:38 ଆମର ମେନୁ ଲିଙ୍କ୍ସକୁ ଏଠାରେ ଆମେ କ୍ଲିକ୍, ଡ୍ରାଗ୍ ଓ ପୁନଃବ୍ୟବସ୍ଥିତ କରିବାକୁ ସକ୍ଷମ ହେବା
08:44 ଚାଲନ୍ତୁ, Home ଓ Upcoming Eventsକୁ ଉପରକୁ ଡ୍ରାଗ୍ କରିବା
08:49 ନିଜ ଇଚ୍ଛାନୁସାରେ ଆପଣ ଏହାକୁ ପୁନଃବ୍ୟବସ୍ଥିତ କରିପାରିବେ. ହୋଇଗଲା ପରେ Save କ୍ଲିକ୍ କରନ୍ତୁ
08:56 ଏବେ, ଆମ ପାଖରେ Events ଓ Upcoming Events ଅଛି. Events ଉପରେ କ୍ଲିକ୍ କରି ଉପରକୁ ଡ୍ରାଗ୍ କରନ୍ତୁ ଓ ତା’ପରେ Upcoming Eventsକୁ ଡାହାଣକୁ ଡ୍ରାଗ୍ କରନ୍ତୁ
09:07 ଏହା ଏକ Sub-Menu କ୍ରିଏଟ୍ କରିବ
09:10 ତାହା ବହୁତ ସରଳ. Save କ୍ଲିକ୍ କରି ଆମ ଫ୍ରଣ୍ଟ ପେଜ୍ ଚାଲନ୍ତୁ ଦେଖିବା
09:15 ଧ୍ୟାନଦିଅନ୍ତୁ ଯେ, ଏବେ ଆମ ପାଖରେ ଚାରୋଟି ମେନୁ ଅଛି
09:19 ଆମର Event Sub-Menu କୁଆଡ଼େ ଗଲା?
09:23 ଦୟାକରି ମନେପକାନ୍ତୁ, Drupalରେ ସମସ୍ତ Themes, ସବ୍-ମେନୁ କିମ୍ୱା ଡ୍ରପ୍-ଡାଉନ୍ ମେନୁଗୁଡ଼ିକୁ ସପୋର୍ଟ କରେ ନାହିଁ. ସେଗୁଡ଼ିକ ମଧ୍ୟରୁ Bartik Theme ଗୋଟିଏ
09:32 ଏବେପାଇଁ, Structure > Menuକୁ ଫେରିଯାଇ Main Menu ଏଡିଟ୍ କରିବା. Upcoming Eventକୁ ଏଠାକୁ ପୁଣିଥରେ ଡ୍ରାଗ୍ କରି Save କ୍ଲିକ୍ କରନ୍ତୁ
09:44 ଗୋଟିଏ ନିର୍ଦ୍ଦିଷ୍ଟ Node ପାଇଁ କିମ୍ୱା ଆମ ସାଇଟ୍ ର ଗୋଟିଏ ନିର୍ଦ୍ଦିଷ୍ଟ ସେକ୍ସନ୍ ପାଇଁ ଯଦି ଆମକୁ ଏକ Link ଦରକାର ହୁଏ, ତେବେ କ’ଣ ହେବ?
09:51 ଉଦାହରଣସ୍ୱରୂପ, ଯଦି ମୁଁ, ମୋର Forums ପାଇଁ ଏକ Menu Link ଚାହିଁବି, ତେବେ ପ୍ରଥମେ ମୁଁ ସାଇଟ୍ ଫେରିଯିବି
09:58 Forums Pageକୁ ଯାଇ ପ୍ରକୃତ URL କପୀ କରନ୍ତୁ, ଯାହା ହେଉଛି କେବଳ /forum
10:05 ତା’ପରେ ଫେରିଆସି Edit Menu ଓ ତା’ପରେ Add Link ଉପରେ କ୍ଲିକ୍ କରନ୍ତୁ
10:12 ଏହାକୁ Forum ନାମରେ Titile ଦିଅନ୍ତୁ ଓ Copy ହୋଇଥିବା ଲିଙ୍କ୍ Paste କରନ୍ତୁ
10:17 ଯଦି ଆପଣ କଣ୍ଟେଣ୍ଟର ନିର୍ଦ୍ଦିଷ୍ଟ ଭାଗ ଖୋଜୁଛନ୍ତି, ତେବେ କେବଳ ଗୋଟିଏ ଅକ୍ଷର ଟାଇପ୍ କରନ୍ତୁ, ଯେପରି F କିମ୍ୱା G.ସେହି ଅକ୍ଷରରେ ଆରମ୍ଭ ହେଉଥିବା ସମସ୍ତ Nodes ଦେଖାଦେବ
10:28 ଉଦାହରଣସ୍ୱରୂପ, ଯଦି ଆମେ ଗୋଟିଏ A ଟାଇପ୍ କରୁଛେ, ତେବେ Titleରେ A ଥିବା ସମସ୍ତ Nodes ଦେଖାଦେବ
10:38 ଆମେ ଖୋଜୁଥିବା ସେହି ଗୋଟିକୁ ସିଲେକ୍ଟ କରିବା ଏବଂ ତାହା ଆମକୁ କହିବ ଯେ, ତାହାର Node ID Number 1 ଅଟେ
10:46 ଯଦି ଆମେ ଏକ ଇଣ୍ଟରନଲ୍ ପାଥ୍ ଚାହୁଁଛେ, ଯେପରି ଏକ Node ଆଡ୍ କରିବାର ସାମର୍ଥ୍ୟତା, ତେବେ ତାହା /node/add ହେବ
10:56 ଯଦି ଆମେ ତାହାକୁ Homepage ସହିତ ଲିଙ୍କ୍ କରିବାକୁ ଚାହୁଁଛେ, ତେବେ ତାହା Front ହେବ. କିନ୍ତୁ ଆମେ ଏଠାରେ /forum ଚାହୁଁଛେ, ଯାହା Forumକୁ ଏକ ଲିଙ୍କ୍ ଅଟେ
11:08 Save କ୍ଲିକ୍ କରନ୍ତୁ ଓ ଏବେ, ଆମ ପାଖରେ Forum ପାଇଁ ଏକ ଲିଙ୍କ୍ ଅଛି
11:14 Save କ୍ଲିକ୍ କରନ୍ତୁ. ତାହା କାମ କରୁଛି କି ନାହିଁ ଜାଣିବା ପାଇଁ ପୁଣିଥରେ ଯାଞ୍ଚ କରନ୍ତୁ
11:21 ତେଣୁ, ଏହାକୁ ଭଲ ଭାବରେ ବୁଝିବା ପାଇଁ ଏହା ଉପରେ କାମ କରନ୍ତୁ. ଆମର Menu Systemରେ ଏହା ସହିତ, ଗୋଟିଏ View କିମ୍ୱା ଏକ Content Type ପାଇଁ Menu Item କ୍ରିଏଟ୍ କରିବା ସହଜ ହେବ
11:34 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
11:38 ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, URL Patterns ସେଟ୍ କରିବା Menu management
11:59 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
12:09 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
12:17 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
12:26 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
12:39 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep