Drupal/C3/Drupal-Site-Management/Oriya

From Script | Spoken-Tutorial
Jump to: navigation, search
Time Narration
00:01 Drupal Site Management ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, ରିପୋର୍ଟ୍ସ ଦେଖିବା , Drupal ଅପଡେଟ୍ କରିବା , Modules ଓ Themes ଅପଡେଟ୍ କରିବା ଓ ଏକ ପୁରୁଣା ଭର୍ସନ୍ ରିଷ୍ଟୋର୍ କରିବା
00:18 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍, Drupal 8 ଓ Firefox ୱେବ୍ ବ୍ରାଉଜର୍ ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:33 Site Management କ’ଣ? Site Management ହେଉଛି: Drupal ପଛରେ କୋଡ୍ ଅପଡେଟ୍ କରିବା, ଯାହା Core,Modules ଓ Themes
00:44 Errors ଦେଖିବା ଓ ଫିକ୍ସ କରିବା ୟୁଜରମାନଙ୍କର ବ୍ୟବହାର ପଢ଼ିବା ଆଦି ବିଷୟକ
00:51 ଆମେ ପୂର୍ବରୁ ତିଆରି କରିଥିବା ୱେବ୍ ସାଇଟ୍ ଖୋଲନ୍ତୁ.
00:56 Site Managementର ଆରମ୍ଭ ହେଉଛି Reportsମେନୁ. ଯଦି ଆପଣଙ୍କୁ ଅତିରିକ୍ତ ସହାୟତା ଦରକାର, ତେବେ ଆପଣ Help ମେନୁ ମଧ୍ୟ ଦେଖିପାରିବେ
01:07 Reports ଉପରେ କ୍ଲିକ୍ କରନ୍ତୁ. ଆମେ, ରିପୋର୍ଟ୍ସରେ ଏକ ତାଲିକା ଦେଖିବା, ଯାହାକୁ ଆମର Drupal ସାଇଟ୍ ରେ ପାଇପାରିବା
01:14 Available Updates ଉପରେ କ୍ଲିକ୍ କରନ୍ତୁ.
01:17 ଯଦି କିଛି ନାଲି ବ୍ୟାକଗ୍ରାଉଣ୍ଡରେ ଥାଏ, ତାହାର ଅର୍ଥ ହେଉଛି ସେଥିରେ ଏକ Security Update ଅଛି ଓ ତାହା ଶୀଘ୍ର ଅପଡେଟ୍ ହେବା ଉଚିତ
01:25 ଯଦି ତାହା ହଳଦିଆରେ ଥାଏ, ତେବେ ଏହା Security Update ନୁହେଁ, କିନ୍ତୁ ତାହାର ଏକ ଉନ୍ନତ ଭର୍ସନ୍ ଉପଲବ୍ଧ ଅଛି
01:33 Settings ଟାବ୍ ରେ, ଆମେ Drupalକୁ କହିପାରିବା ଯେ, କେବେ ସେ Update ପାଇଁ ଯାଞ୍ଚ କରିବ
01:40 ଯଦି କୌଣସି Updates ଉପଲବ୍ଧ ଥାଏ, ତେବେ ଆମକୁ ଇମେଲ୍ କରିବାକୁ ମଧ୍ୟ ଆମେ ତାକୁ କହିପାରିବା. ଏହା କରିବାକୁ ସୁପାରିସ କରାଯାଉଛି
01:50 Drupal ପାଇଥିବା Errorଗୁଡ଼ିକର ଏକ ସୂଚୀ ଆମକୁ Reports ତଳେ ଥିବା Recent Log Message ଦେଇଥାଏ. କିଛି ସମୟରେ ଆମେ ସେଗୁଡ଼ିକୁ ଦେଖିବା
02:01 Drupal ଦ୍ୱାରା ଚିହ୍ନଟ କରାଯାଇଥିବା ଇନଷ୍ଟଲେଶନ୍ କିମ୍ୱା କନଫିଗରେଶନ୍ ସମସ୍ୟାକୁ Reports ତଳେ ଥିବା Status Report ଦେଖାଇଥାଏ
02:10 ଉଦାହରଣସ୍ୱରୂପ - ମୁଁ, MySQL 5.6.30ରେ ଅଛି ମୋର Drupal Core Status ଅପ୍-ଟୁ-ଡେଟ୍ ନାହିଁ, ମୋର Database ଅପ୍-ଟୁ-ଡେଟ୍ ଅଛି ଇତ୍ୟାଦି
02:25 Reports ତଳେ ଥିବା Top 'Access Denied' Errors ଓ Top 'Page Not Found' Errors ମଧ୍ୟ ମହତ୍ୱପୂର୍ଣ୍ଣ
02:34 ଏହିସବୁ ସରଳ ମାର୍ଗ ନିଶ୍ଚିତ କରେକି ଆମର ସାଇଟ୍, ତା’ ସାଧ୍ୟ ଅନୁସାରେ ପ୍ରଦର୍ଶନ କରୁଛି
02:41 Top Search Phrases, ଆପଣଙ୍କ ସାଇଟ୍ ର ସର୍ଚ ଫର୍ମ୍ସରେ ବାରମ୍ୱାର ବ୍ୟବହୃତ ଶବ୍ଦଗୁଡ଼ିକ ପ୍ରଦାନ କରିଥାଏ
02:49 ଆମ ସାଇଟ୍ ର ରକ୍ଷଣା-ବେକ୍ଷଣରେ, ଆମ Drupal ୱେବ୍ ସାଇଟ୍ ର ରିପୋର୍ଟିଙ୍ଗ୍ ସେକ୍ସନ୍ କୁ ବୁଝିବା ହେଉଛି ପ୍ରଥମ ପଦକ୍ଷେପ
02:57 ଏହାପରେ ଆମେ, Drupal ଅପଡେଟ୍ କରିବା ବିଷୟରେ ଶିଖିବା
03:01 Available Updates ଉପରେ କ୍ଲିକ୍ କରନ୍ତୁ.
03:04 ଆମେ ଦେଖୁଛେ ଯେ, Drupal Coreର ସାମ୍ପ୍ରତିକ ଭର୍ସନ୍ ହେଉଛି 8.1.0, ଆଉ ସୁପାରିସକୃତ ଭର୍ସନ୍ ହେଉଛି 8.1.6
03:15 ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି ଷ୍ଟାଟସ୍
03:20 ଆପଣ, ଏଠାରେ ଏକ ଭିନ୍ନ ସୁପାରିସକୃତ ଭର୍ସନ୍ ଦେଖିପାରନ୍ତି
03:24 ଧ୍ୟାନଦିଅନ୍ତୁ ଯେ, Drupal, ସାମ୍ପ୍ରତିକ ସୁପାରିସକୃତ ଭର୍ସନ୍ ଖୋଜିବା ପାଇଁ ଆପଣଙ୍କୁ ଏକ ଇଣ୍ଟରନେଟ୍ କନେକ୍ସନ୍ ଦରକାର
03:32 Drupal Core ଅପଡେଟ୍ କରିବା, କୋଡ୍ ଫାଇଲ୍ସ ଓ ଆପଣଙ୍କ ସାଇଟ୍ ରେ ଲାଗୁ କରିବା ପାଇଁ ମାନୁଆଲ୍ ଡାଉନଲୋଡିଙ୍ଗ୍ ଆବଶ୍ୟକ କରେ
03:40 ଅପଗ୍ରେଡିଙ୍ଗ୍ ପ୍ରକ୍ରିୟାକୁ ଆମେ ଗୋଟିଏ ଗୋଟିଏ ପଦାଙ୍କ କରି ଦେଖିବା
03:45 Bitnami Drupal Stack ପାଇଁ ନିମ୍ନଲିଖିତ ପଦାଙ୍କଗୁଡ଼ିକ ପ୍ରଯୁଜ୍ୟ
03:50 କିନ୍ତୁ, ଅଧିକାଂଶ ପଦାଙ୍କ ଅନ୍ୟ କୌଣସି Drupal Installation ପାଇଁ ମଧ୍ୟ ପ୍ରଯୁଜ୍ୟ
03:57 ପଦାଙ୍କ 1: ପ୍ରଥମେ, ଆପଣଙ୍କ ସାଇଟ୍ କୁ Maintenance Modeରେ ରଖନ୍ତୁ
04:03 ସେଥିପାଇଁ, Configurationକୁ ଯାଆନ୍ତୁ ଓ Developmentରେ ଥିବା Maintenance Modeରେ କ୍ଲିକ୍ କରନ୍ତୁ
04:11 Put site into maintenance mode ଅପ୍ସନ୍ କୁ ଚେକ୍ କରନ୍ତୁ
04:16 Save Configuration ବଟନ୍ କ୍ଲିକ୍ କରନ୍ତୁ
04:19 Maintenance Mode ସକ୍ରିୟ ହେଲେ, କେବଳ Administrator ଲଗ୍-ଇନ୍ କରିପାରିବ
04:26 ଯଦି ଭୁଲବଶତଃ, Adminରୁ ଆପଣ ଲଗ୍-ଆଉଟ୍ କରିଯାଆନ୍ତି, ତେବେ ଆପଣ /user ଥିବା ଆପଣଙ୍କ Homepageର URLରେ ଲଗ୍-ଇନ୍ କରିପାରିବେ
04:37 ଅନ୍ୟମାନେ, ସାଇଟ୍ ଟି Under Maintenace ମେସେଜ୍ ଦେଖିବେ
04:42 ପଦାଙ୍କ 2: ସାଂପ୍ରତିକ ଭର୍ସନ୍ ର ଡେଟାବେସ୍ କୁ ବ୍ୟାକ୍-ଅପ୍ କରନ୍ତୁ
04:47 ନିଜର Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲନ୍ତୁ
04:52 ଏହି କଣ୍ଟ୍ରୋଲ୍ ୱିଣ୍ଡୋକୁ କିପରି ଖୋଲାଯାଏ, ତାହା ମନେପକାଇବା ପାଇଁ Installation of Drupal ଟ୍ୟୁଟୋରିଆଲ୍ ଦେଖନ୍ତୁ
05:00 Open PhpMyAdmin ବଟନ୍ ଉପରେ କ୍ଲିକ୍ କରନ୍ତୁ
05:05 PhpMyAdmin ପେଜ୍ କୁ ଆମେ ରିଡାଇରେକ୍ଟ ହେବା
05:10 ଡିଫଲ୍ଟ ୟୁଜର୍ ନେମ୍ ହେଉଛି root
05:13 Drupal Admin ପାସୱର୍ଡ ଓ PhpMyAdmin ପାସୱର୍ଡ, ଉଭୟ ସମାନ
05:20 ତେଣୁ, ୟୁଜର୍ ନେମ୍ ଭାବେ root ଟାଇପ୍ କରନ୍ତୁ ଓ ନିଜର Drupal Admin Password ଟାଇପ୍ କରି Go ବଟନ୍ ଉପରେ କ୍ଲିକ୍ କରନ୍ତୁ
05:29 ଏକ ବ୍ୟାକ୍-ଅପ୍ ନେବା ପାଇଁ, ଉପର ପ୍ୟାନେଲ୍ ରେ ଥିବା Export ବଟନ୍ କ୍ଲିକ୍ କରନ୍ତୁ
05:36 ତା’ପରେ, Export Methodକୁ Custom ଭାବେ ଚୟନ କରନ୍ତୁ
05:40 Database ତାଲିକାରେ ଥିବା bitnami_drupal8 ସିଲେକ୍ଟ କରନ୍ତୁ
05:45 Output ସେକ୍ସନ୍ ଅନ୍ତର୍ଗତ, Filename Templetକୁ drupal-8.1.0 ନାମ ଦେଇ Compressionକୁ gzipped ସେଟ୍ କରନ୍ତୁ
05:58 ଆପଣଙ୍କର ସାମ୍ପ୍ରତିକ ଭର୍ସନ୍ କୁ ଭିତ୍ତିକରି Filename ଭିନ୍ନ ହୋଇପାରେ
06:03 Object Creation Options ଅନ୍ତର୍ଗତ ଥିବା Add DROP DATABASE Statement ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
06:12 Add DROP TABLE ଅପ୍ସନ୍ ଉପରେ ଏକ ଚେକ୍ ମାର୍କ ଦିଅନ୍ତୁ
06:16 ସ୍କ୍ରୋଲ୍ ଡାଉନ୍ କରି ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
06:21 ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
06:25 ଆପଣଙ୍କର Downloads ଫୋଲ୍ଡର୍ କୁ ଯାଆନ୍ତୁ ଓ drupal-8.1.0.sql.gz ବ୍ୟାକ୍-ଅପ୍ ଫାଇଲ୍ ଦେଖନ୍ତୁ
06:36 ପଦାଙ୍କ 3: ସମସ୍ତ ସର୍ଭର୍ କୁ ବନ୍ଦ କରିଦିଅନ୍ତୁ
06:42 ସମସ୍ତ ଚାଲୁଥିବା ସର୍ଭରକୁ ବନ୍ଦ କରିବା ପାଇଁ, Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
06:49 Manage Servers ଟାବ୍ କ୍ଲିକ୍ କରି Stop All ବଟନ୍ ଉପରେ କ୍ଲିକ୍ କରନ୍ତୁ
06:56 ପଦାଙ୍କ 4: Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ ଓ ତା’ପରେ Open Application Folder ବଟନ୍ ଉପରେ କ୍ଲିକ୍ କରନ୍ତୁ
07:04 ଏହା File Browser ଖୋଲିବ
07:07 ପ୍ରଥମେ ଫୋଲ୍ଡର୍ Apps, ତା’ପରେ Drupal ଓ ଶେଷରେ htdocs ନେଭିଗେଟ୍ କରନ୍ତୁ
07:15 ପଦାଙ୍କ 5: Drupalର ସାମ୍ପ୍ରତିକ ଭର୍ସନ୍ ପାଇଁ କୋଡ୍ ବ୍ୟାକ୍ଅପ୍ କରିବାକୁ ଆମକୁ ଏକ ଫୋଲ୍ଡର୍ କ୍ରିଏଟ୍ କରିବାକୁ ହେବ
07:24 ସାମ୍ପ୍ରତିକ ଭର୍ସନ୍ ସଂଖ୍ୟା ସହିତ ଏହି ଫୋଲ୍ଡର୍ ର ନାମ ଦିଅନ୍ତୁ
07:29 ଏହାପରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ କୁ drupal-8.1.0 ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
07:36 ପଦାଙ୍କ 6: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
07:42 ତା’ପରେ, drupal-8.1.0 ଫୋଲ୍ଡର୍ ରେ Core ଓ Vendor ସମେତ ଅନ୍ୟ ସମସ୍ତ ଫାଇଲ୍ସକୁ କଟ୍ ଓ ପେଷ୍ଟ କରନ୍ତୁ
07:55 ଏହା, ଉଭୟ ଡେଟାବେସ୍ ଓ କୋଡ୍ କୁ ଗୋଟିଏ ସ୍ଥାନରେ ରଖିବ
08:00 ଆପଣଙ୍କୁ ପୁନଃପ୍ରାପ୍ତ କରିବା କ୍ଷେତ୍ରରେ ଏହା ହେଉଛି Coreର ପୁରୁଣା ଭର୍ସନ୍ ର ଏକ ବ୍ୟାକ୍ଅପ୍ କପୀ
08:07 ପଦାଙ୍କ 7: htdocs ଫୋଲ୍ଡର୍ କୁ ଫେରିଯାଆନ୍ତୁ
08:13 ଏହାପରେ ଆମକୁ Drupalର ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରିବାକୁ ପଡ଼ିବ
08:18 ନିଜ ୱେବ୍ ବ୍ରାଉଜର୍ ଖୋଲନ୍ତୁ ଓ ପ୍ରଦର୍ଶିତ ଲିଙ୍କ୍ କୁ ଯାଆନ୍ତୁ: https://www.drupal.org/project/drupal
08:24 Drupal 8ର ସୁପାରିସକୃତ ଲାଟେଷ୍ଟ ଭର୍ସନ୍ ଡାଉନଲୋଡ୍ କରନ୍ତୁ
08:28 ଏହି ରେକର୍ଡିଙ୍ଗ୍ ସମୟରେ ଏହା ହେଉଛି Drupal Core 8.1.6
08:35 ଆପଣ ଦେଖୁଥିବା ସମୟରେ ଏହି ଭର୍ସନ୍ ଭିନ୍ନ ହୋଇଥାଇପାରେ
08:40 ଏହାକୁ ଖୋଲିବା ପାଇଁ କ୍ଲିକ୍ କରନ୍ତୁ
08:43 ଡାଉନଲୋଡ୍ କରିବା ପାଇଁ tar.gz କିମ୍ୱା zip ଫାଇଲ୍ ଉପରେ କ୍ଲିକ୍ କରନ୍ତୁ
08:49 ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
08:53 ଏବେ, ଆପଣଙ୍କର Download ଫୋଲ୍ଡର୍ କୁ ଯାଆନ୍ତୁ ଓ drupal zip ଫାଇଲ୍ କୁ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
09:01 ଏହି ଟ୍ୟୁଟୋରିଆଲ୍ ର ୱେବ୍ ପେଜ୍ ରେ ଥିବା କୋଡ୍ ଫାଇଲ୍ସ ଲିଙ୍କ୍ ରେ drupal-8.1.6 ଫାଇଲ୍ ପ୍ରଦାନ କରାଯାଇଛି
09:11 ଆପଣଙ୍କର ଇଣ୍ଟରନେଟ୍ କନେକ୍ସନ୍ ନଥିଲେ ଏହାକୁ ଡାଉନଲୋଡ୍ କରି ବ୍ୟବହାର କରନ୍ତୁ
09:18 ପଦାଙ୍କ 8: ଫାଇଲ୍ କୁ Unzip କରନ୍ତୁ. ଏହା, htdocs ଫୋଲ୍ଡର୍ ରେ drupal-8.1.6 ଫୋଲ୍ଡର୍ କ୍ରିଏଟ୍ କରିବ
09:30 ତାକୁ ଖୋଲିବା ପାଇଁ ତାହା ଉପରେ ଡବଲ୍ କ୍ଲିକ୍ କରନ୍ତୁ
09:34 ନୂଆ Drupal ଫୋଲ୍ଡର୍ ରୁ, Core ଓ Vendor ତଥା ଅନ୍ୟ ସମସ୍ତ ନିୟମିତ ଫାଇଲ୍ସ htdocs ଫୋଲ୍ଡର୍ କୁ ଘୁଞ୍ଚାନ୍ତୁ
09:44 ପଦାଙ୍କ 9: Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋକୁ ଯାଆନ୍ତୁ
09:51 ଏବେ, Manage Servers ଟାବ୍ କୁ ଯାଆନ୍ତୁ ଓ Start All ବଟନ୍ କ୍ଲିକ୍ କରି ସମସ୍ତ ସର୍ଭର୍ସ ଷ୍ଟାର୍ଟ କରନ୍ତୁ
10:00 ପଦାଙ୍କ 10: Go To Application ବଟନ୍ ଓ Access Drupal Linkକୁ ଯାଇ Welcome ଟାବ୍ ଉପରେ କ୍ଲିକ୍ କରି ଆମ ସାଇଟ୍ କୁ ଯାଆନ୍ତୁ
10:12 Reports ଓ Status Reportକୁ ଯାଆନ୍ତୁ
10:17 ଏଠାରେ ଆମେ, Drupal ଭର୍ସନ୍ ନମ୍ୱର୍ କୁ ସୁନିଶ୍ଚିତ କରିପାରିବା ଓ ତାହା ହେଉଛି ଲାଟେଷ୍ଟ
10:24 ହେଲେ ଆମର ଡେଟାବେସ୍ ପୁରୁଣା ଅଟେ
10:27 ପ୍ରତ୍ୟେକଥର, ଯେତେବେଳେ Core, Module କିମ୍ୱା ଏକ Theme ଅପଡେଟ୍ ହୁଏ, ଡେଟାବେସ୍ ମଧ୍ୟ ଅପଡେଟ୍ ହେବା ଦରକାର
10:36 ପଦାଙ୍କ 11: ଡେଟାବେସ୍ ଅପଡେଟ୍ ବିଷୟରେ ଶିଖିବା
10:42 Extend ମେନୁକୁ ଯାଇ Update Script ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
10:47 Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
10:51 ଏହା କୁହେ ଯେ, ଆମର କିଛି ଅପଡେଟ୍ସ ବାକି ଅଛି. ଆପଣଙ୍କ କ୍ଷେତ୍ରରେ ଏହା ଭିନ୍ନ ହୋଇପାରେ
10:58 Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
11:04 ଏବେ, Administration Pages ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ.
11:08 ଯଦି ସେଥିରେ କୌଣସି ଏରର୍ ନଥାଏ, ଆମେ ସଫଳତାପୂର୍ବକ Coreକୁ ଅପଡେଟ୍ କଲେ
11:14 ପଦାଙ୍କ 12: Go Online ଲିଙ୍କ୍ କ୍ଲିକ୍ କରନ୍ତୁ
11:18 Put site into maintenance mode ଅପ୍ସନ୍ ରୁ ଚେକ୍ ମାର୍କ କାଢ଼ିଦିଅନ୍ତୁ
11:25 Save Configuration ବଟନ୍ କ୍ଲିକ୍ କରନ୍ତୁ
11:29 ଏହା, ସମସ୍ତ ୟୁଜର୍ ମାନଙ୍କ ପାଇଁ ସାଇଟ୍ କୁ ଅନଲାଇନ୍ ମୋଡ୍ କୁ ଫେରାଇଆଣିବ
11:34 ଏପର୍ଯ୍ୟନ୍ତ ଆଲୋଚନା କରାଯାଇଥିବା ପଦାଙ୍କଗୁଡ଼ିକ Bitnami ଇନଷ୍ଟଲେଶନ୍ ପାଇଁ କାମ କରେ
11:40 ଯଦି ଆପଣ ଅନ୍ୟ ପଦ୍ଧତି ବ୍ୟବହାର କରନ୍ତି, ତେବେ Bitnami ସେକ୍ସନ୍ସ ବ୍ୟତୀତ ଅଧିକାଂଶ ପଦାଙ୍କ ସମାନ ଅଟେ
11:48 ଏବେ ଚାଲନ୍ତୁ, Themes ଓ Modules ଅପଡେଟ୍ କରିବା ବିଷୟରେ ଶିଖିବା
11:53 Core ଅପଡେଟ୍ ତୁଳନାରେ ଏହା ହେଉଛି ସହଜ, କାରଣ ଗୋଟିଏ ବଟନ୍ କ୍ଲିକ୍ ରେ Drupal ଏହା କରିବ
12:01 ବେଳେବେଳେ, କୌଣସି Core Update ବିନା ଆମ ପାଖରେ କେବଳ Modules କିମ୍ୱା Themes ଅପଡେଟ୍ସ ଥାଏ
12:09 ପଦାଙ୍କ 1: Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
12:15 Update ଟାବ୍ ଉପରେ କ୍ଲିକ୍ କରନ୍ତୁ
12:19 ଏଠାରେ, ଆମେ ଦେଖିପାରୁଛେ ଯେ, ଆମକୁ କିଛି Themes ଓ Modules ଅପଡେଟ୍ କରିବାକୁ ହେବ
12:25 ସେସବୁକୁ ସିଲେକ୍ଟ କରନ୍ତୁ
12:28 ତା’ପରେ Download These Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
12:33 Performing Updates in Maintenance Mode ପାଇଁ ଚେକ୍ ବକ୍ସ ON ଥିବାର ସୁନିଶ୍ଚିତ କରନ୍ତୁ
12:39 Updates ଲାଗୁ କରିବା ପାଇଁ Continue ବଟନ୍ କ୍ଲିକ୍ କରନ୍ତୁ
12:43 ଏହା, କୋଡ୍ କୁ ଅପଡେଟ୍ କରିବ ଓ ସାଇଟ୍ କୁ Online Modeକୁ ନେଇଆସିବ
12:49 ପଦାଙ୍କ 2: Run Database Updates ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
12:55 ଯଦି ଆପଣ ଡେଟାବେସ୍ ବ୍ୟାକ୍ଅପ୍ କରିନାହାଁନ୍ତି, ତେବେ ପୂର୍ବ ଅନୁସାରେ କରନ୍ତୁ
13:01 Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
13:04 Core Update ପରି, ଏହା ଡେଟାବେସ୍ କୁ ସେହିପରି ଅପଡେଟ୍ କରିବ
13:09 Apply Pending Updates ବଟନ୍ ଉପରେ କ୍ଲିକ୍ କରନ୍ତୁ
13:14 Administration Pages ଲିଙ୍କ୍ କ୍ଲିକ୍ କରନ୍ତୁ
13:18 Drupal, ସାଧାରଣ ଭାବେ ସାଇଟ୍ କୁ Online Modeକୁ ନେଇଆସିବ
13:24 ଯଦି ଏପରି ହୁଏ ନାହିଁ, ତେବେ Go Online ପାଇଁ ପେଜ୍ ର ଉପରେ ଆପଣ ଏକ ଅପ୍ସନ୍ ଦେଖିବେ
13:33 ପଦାଙ୍କ 3: ଶେଷରେ, ସବୁକିଛି ଅପ୍-ଟୁ-ଡେଟ୍ ଅଛି ବୋଲି ଯାଞ୍ଚ କରିବା
13:39 Reports Menuରେ କ୍ଲିକ୍ କରି Available Updates କ୍ଲିକ୍ କରନ୍ତୁ
13:44 ଏଠାରେ ଆମେ ଦେଖିପାରୁଛେ ଯେ, Drupal Core, Modules ଓ Themes ସବୁକିଛି ଅପ୍-ଟୁ-ଡେଟ୍ ଅଛି
13:51 ଏହାପରେ ଆମେ, ପୁରୁଣା ଭର୍ସନ୍ କୁ କିପରି ଫେରାଯାଏ, ଶିଖିବା
13:56 ଆମର ଅପଡେଟ୍ ବିଫଳ ହେବା କ୍ଷେତ୍ରରେ, କାରଣ କ’ଣ ଆପଣ ଜାଣିନାହାଁନ୍ତି, ଆମେ ଆମର ପୂର୍ବ ଭର୍ସନ୍ କୁ ଫେରିଯାଇପାରିବା
14:05 ଏଥିପାଇଁ ଆମକୁ, ପୁରୁଣା Core ଓ Databaseକୁ ରିଷ୍ଟୋର୍ କରିବାକୁ ହେବ
14:10 ପଦାଙ୍କ 1: ସାଇଟ୍ କୁ Maintenance Modeରେ ରଖନ୍ତୁ
14:17 ପଦାଙ୍କ 2: Drupal Stack Control ୱିଣ୍ଡୋରୁ ସମସ୍ତ ସର୍ଭର୍ କୁ ବନ୍ଦ କରନ୍ତୁ
14:25 ପଦାଙ୍କ 3: htdocs ଫୋଲ୍ଡର୍ ଖୋଲନ୍ତୁ
14:30 drupal-8.1.6 ଫୋଲ୍ଡର୍ କୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସ ନିଅନ୍ତୁ
14:40 htdocs ଫୋଲ୍ଡର୍ କୁ ଫେରିଯାଇ ପୂର୍ବବର୍ତ୍ତୀ ଭର୍ସନ୍ ଫୋଲ୍ଡର୍ ଖୋଲନ୍ତୁ
14:44 ତା’ପରେ drupal-8.1.6 ଫୋଲ୍ଡର୍ ରୁ Core, Vendor ଓ ଅନ୍ୟ ନିୟମିତ ଫାଇଲ୍ସକୁ htdocs ଫୋଲ୍ଡର୍ କୁ ନିଅନ୍ତୁ
15:00 ପଦାଙ୍କ 4: Drupal Stack Control ୱିଣ୍ଡୋରୁ Apache ଓ MySQL Servers ଆରମ୍ଭ କରନ୍ତୁ
15:11 ପଦାଙ୍କ 5: ପୁରୁଣା ଡେଟାବେସ୍ ରିଷ୍ଟୋର୍ ହେଉଛି
15:15 Drupal Stack Control ୱିଣ୍ଡୋରୁ PhpMyAdmin ପେଜ୍ ଖୋଲନ୍ତୁ
15:23 ଉପର ପାନେଲ୍ ରୁ Import ବଟନ୍ କ୍ଲିକ୍ କରନ୍ତୁ
15:27 Browse ବଟନ୍ ଉପରେ କ୍ଲିକ୍ କରନ୍ତୁ
15:30 ଏଠାରେ, ବ୍ୟାକ୍ଅପ୍ ଡେଟାବେସ୍ ଫାଇଲ୍ ଚୟନ କରନ୍ତୁ
15:34 ତା’ପରେ ତଳେ ଥିବା Go ବଟନ୍ ଉପରେ କ୍ଲିକ୍ କରନ୍ତୁ
15:38 ପଦାଙ୍କ 6: ଶେଷ ପଦାଙ୍କ ହେଉଛି, ପୁରୁଣା ଭର୍ସନ୍ କୁ ଆମେ ଫେରିଛେ କି ନାହିଁ ଯାଞ୍ଚ କରିବା
15:45 ଆମର Drupal ସାଇଟ୍ କୁ ଯାଆନ୍ତୁ
15:49 Reports Menuରେ କ୍ଲିକ୍ କରି Status Report କ୍ଲିକ୍ କରନ୍ତୁ
15:52 ଏଠାରେ ଆପଣ ଦେଖିପାରିବେ ଯେ, ଆମର Drupal ଭର୍ସନ୍ ହେଉଛି 8.1.0
15:59 ଧ୍ୟାନଦିଅନ୍ତୁ ଯେ, ଆମେ କେବଳ Core ଓ Databaseକୁ ହିଁ ପୁରୁଣା ଭର୍ସନ୍ କୁ ଫେରାଇପାରିବା
16:05 Drupal ଦ୍ୱାରା Modules ଓ Themes ଅପଡେଟ୍ କରାଗଲା
16:10 ପଦାଙ୍କ 6ରେ ଆମେ ଏହାର କପୀ କରିନାହେଁ, ତେଣୁ ଆମେ ଏଠାରେ ପୁରୁଣା ଭର୍ସନ୍ ଦେଖିବା ନାହିଁ
16:18 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ.
16:22 ସଂକ୍ଷିପ୍ତରେ,
16:25 ଏହି ଟ୍ୟୁଟୋରିଆଲରେ ଆମେ ନିମ୍ନଗୁଡ଼ିକର ମହତ୍ୱପୂର୍ଣ୍ଣ ଦିଗ ବିଷୟରେ ଶିଖିଲେ, Site Management Reports ଦେଖିବା ଓ ବିଶ୍ଳେଷଣ କରିବା Database ଓ Code ବ୍ୟାକ୍ଅପ୍ କରିବା
16:39 Drupal Core ଅପଡେଟ୍ କରିବା Modules ଓ Themes ଅପଡେଟ୍ କରିବା ଓ ଏକ ବ୍ୟାକ୍ଅପ୍ କରାଯାଇଥିବା ଭର୍ସନ୍ କୁ ରିଷ୍ଟୋର୍ କରିବା
16:49 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ.
16:54 ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
16:58 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି.
17:03 ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
17:06 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
17:22 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble