Drupal/C2/Taxonomy/Oriya

From Script | Spoken-Tutorial
Jump to: navigation, search
Time Narration
00:01 Taxonomy ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:05 ଏହି ଟ୍ୟୁଟୋରିଆଲରେ ଆମେ ଶିଖିବା: Taxonomy ଏବଂ ଏକ Taxonomy ଆଡ୍ କରିବା
00:11 ଏହି ଟ୍ୟୁଟୋରିଆଲ ରେକର୍ଡ କରିବା ପାଇଁ, ମୁଁ Ubuntu Linux Operating System, Drupal 8 ଏବଂ Firefox Web browser ବ୍ୟବହାର କରୁଛି. ଆପଣ ନିଜ ଇଚ୍ଛାନୁସାରେ ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:23 ପୂର୍ବରୁ କ୍ରିଏଟ୍ କରାଯାଇଥିବା ୱେବ୍ସାଇଟ୍ ଖୋଲନ୍ତୁ
00:27 ଏବେ ଯେତେବେଳେକି ଆମେ ସମସ୍ତ Content types ଏବଂ fields ତିଆରି କରିସାରିଛେ, ଆମକୁ categorization ଆଡ୍ କରିବା ଆବଶ୍ୟକ, ଯେଉଁଠାରୁ Taxonomy ଆସିଥାଏ
00:37 Taxonomy କିଛି ନୁହେଁ କେବଳ Categories ଅଟେ
00:41 IMDB ଉଦାହରଣକୁ ଫେରନ୍ତୁ, IMDB site ରେ ଥିବା Movie Genre କୁ ରିକଲ୍ କରନ୍ତୁ (ମନେପକାନ୍ତୁ)
00:50 ଏହା ହେଉଛି Drupalର taxonomy ରେ କାର୍ଯ୍ୟ କରିବାର ମାର୍ଗ
00:54 Movie genre ଏକ vocabulary ହୋଇପାରେ ଏବଂ ତାହା maincategory ପାଇଁ term ଅଟେ
01:00 ଆଉ ସେହି vocabulary ଭିତରେ Terms ଅଛି
01:04 ତେଣୁ ସ୍କ୍ରିନ୍ ଉପରେ ACTION, ADVENTURE, COMEDY, DRAMA ଏବଂ ROMANCE ଅଛି
01:11 ଏହାପରେ COMEDY ଅଧିନରେ ROMANTIC, ACTION, SLAPSTICK ଏବଂ SCREWBALL ଅଛି
01:18 Drupal vocabulary କିମ୍ବା taxonomy ଭିତରେ ଅଗଣିତ nested categories କିମ୍ବା terms ରହିଛି
01:24 ଏବେ ଏଠାରେ ଗୋଟିଏ ଜିନିଷ ପ୍ରକୃତରେ ଗୁରୁତ୍ୱପୂର୍ଣ୍ଣ
01:28 ଗୋଟିଏ ଏରିଆ ଯାହାର ଅଧିକାଂଶ sites ବିଫଳ ହୁଏ, ତାହା ହେଉଛି – ସେଗୁଡ଼ିକର କଣ୍ଟେଣ୍ଟ ବର୍ଗୀକରଣ କରିବା ପାଇଁ built-in tagging widget କିମ୍ବା tag vocabulary ବ୍ୟବହାର କରିବା
01:37 ଯେତେବେଳେ ଏହା ଶୀଘ୍ର categories ଆଡ୍ କରିବାକୁ ସମର୍ଥ ହୁଏ, ଏଥିରେ କିଛି inherent problem ଆସେ
01:44 ଯଦି ଜଣେ typo ଟାଇପ୍ କରିବ ତେବେ କଣ ଘଟିବ?
01:47 ତେବେ energy –e n e r g y ସହ e n r e g y ସମାନ ନୁହେଁ ଏବଂ Drupalକୁ ପାର୍ଥକ୍ୟ ଜଣାନାହିଁ
01:56 ତେଣୁ, ହଠାତ୍ ଆମ ପାଖରେ 2 categories ଅଛି ଏବଂ କଣ୍ଟେଣ୍ଟ ଆଉ କନେକ୍ଟ ହୋଇ ରହିନାହିଁ
02:02 ତାହା ଏଥିପାଇଁ ଯେ, ସବୁବେଳେ closed taxonomy ଅନୁମୋଦନ କରୁ, ଯେମିତି screen ଉପରେ ଅଛି
02:08 ସେଟ୍ ଅପ୍ କରିବା ସହଜ ଏବଂ ଏହି ସିରିଜ୍ ରେ ତାକୁ ଆମେ ପରେ କରିବା
02:12 ବର୍ତ୍ତମାନ ପାଇଁ ବୁଝିବାକୁ ହେବ ଯେ, ବହୁତ ଉପାୟରେ Taxonomy ବ୍ୟବହାର କରାଯାଇପାରିବ
02:17 ଏହା content ର lists କେମିତି କ୍ରିଏଟ୍ କରୁଛି ପୂର୍ବରୁ ଦେଖିଛେ, କିନ୍ତୁ ଆମେ ସମସ୍ତ ପ୍ରକାର Views କୁ filter ଏବଂ sort କରିବା ପାଇଁ taxonomy ବ୍ୟବହାର କରିପାରିବା, ଯଦି ଏହା ସଠିକ୍ ଭାବେ ବ୍ୟବହୃତ ହୋଇଛି
02:28 ଏବେ taxonomy ଭିତରକୁ ଯାଆନ୍ତୁ
02:32 Events Content type ପାଇଁ ଏକ taxonomy ସେଟ୍ ଅପ୍ କରନ୍ତୁ
02:35 Structure କ୍ଲିକ୍ କରନ୍ତୁ, scroll down କରି Taxonomy କ୍ଲିକ୍ କରନ୍ତୁ
02:41 ଆପଣଙ୍କ ମନେଥିବ, ଆମେ ସବୁ ସହିତ tags କୁ ଏକତ୍ର ସେଟିଙ୍ଗ କରିଛେ
02:46 କିନ୍ତୁ ପୂର୍ବରୁ ଅବଗତ କରାଯାଇଥିଲା, ଏକ closed taxonomy ରଖାଯିବ- ସେମିତି ଯାହାକୁ control କରିହେବ ଏବଂ ସେମିତି ଯେଉଁଥିରେ ସହଜରେ terms ଆଡ୍ କରିହେବ
02:56 Add vocabulary ଉପରେ କ୍ଲିକ୍ କରନ୍ତୁ ଏବଂ ଏହାକୁ "Event Topics" ଭାବେ ନାମ ଦିଅନ୍ତୁ
03:02 Description ଭିତରେ "This is where we track the topics for Drupal events" ଟାଇପ୍ କରନ୍ତୁ
03:09 Save କ୍ଲିକ୍ କରନ୍ତୁ, ଏବେ vocabulary ରେ terms ଆଡ୍ କରିପାରିବେ. Add a term କ୍ଲିକ୍ କରନ୍ତୁ
03:16 ସ୍କ୍ରିନ୍ ଉପରେ terms list ଦେଖିପାରିବେ, ସେଗୁଡ଼ିକୁ ଆଡ୍ କରନ୍ତୁ- Introduction to Drupal, Site Building,
03:24 Module Development ,Theming ଏବଂ Performance
03:28 Introduction to Drupal ଆଡ୍ କରନ୍ତୁ ଏବଂ Save କ୍ଲିକ୍ କରନ୍ତୁ
03:34 ଏବଂ ଏହା ଆମକୁ ପୁଣିଥରେ Add screen କୁ ଫେରାଇ ଆଣେ
03:39 ଏବେ "Site Building" ଟାଇପ୍ କରନ୍ତୁ ଏବଂ Save କ୍ଲିକ୍ କରନ୍ତୁ
03:43 Module Development Save କ୍ଲିକ୍ କରନ୍ତୁ Theming….... ମୁଁ କେବଳ Enter ଦାବୁଛି ଏବଂ ଏହା ଆପେ ଆପେ ସେଭ୍ କରୁଛି
03:53 ଆଉ ଏହାପରେ ଶେଷଟି ହେଉଛି Performance ଏବଂ Save କ୍ଲିକ୍ କରନ୍ତୁ
03:57 ଏଠାରେ complex vocabulary ଆଡ୍ କରିପାରିବେ, କିନ୍ତୁ ବର୍ତ୍ତମାନ ପାଇଁ ଏହାକୁ simple ରଖନ୍ତୁ
04:03 ଏଠାରେ Taxonomy କ୍ଲିକ୍ କରନ୍ତୁ ଏବଂ Event Topics ଭିତରେ terms କୁ ତାଲିକାଭୁକ୍ତ କରନ୍ତୁ
04:09 ଏବେ ଆମ ପାଖରେ Introduction, Module Development, Performance, Site Building ଏବଂ Theming ଅଛି
04:16 ଏବଂ ସେଗୁଡ଼ିକ alphabetical କ୍ରମରେ ଅଛି
04:19 କିନ୍ତୁ ଆମେ ସେଗୁଡ଼ିକୁ difficulty କ୍ରମରେ ବ୍ୟବସ୍ଥିତ କରିବା
04:23 ତେବେ Module Development କୁ ତଳକୁ ଏବଂ Site Building କୁ ଉପରକୁ ଘୁଞ୍ଚାନ୍ତୁ
04:27 ଏବଂ Site Building ପରେ Theming ଏବଂ ଶେଷରେ Performance ରଖନ୍ତୁ
04:34 ଏଗୁଡ଼ିକୁ କ୍ଲିକ୍ କରି ଡ୍ରାଗ୍ କରନ୍ତୁ, ସବୁବେଳେ ପରିବର୍ତ୍ତନଗୁଡ଼ିକୁ save କରିବାକୁ ଧ୍ୟାନ ଦିଅନ୍ତୁ
04:39 ନହେଲେ screen ଛାଡ଼ିବା ପରେ Drupal ସେଗୁଡ଼ିକୁ ମନେରଖିବ ନାହିଁ
04:44 Save କ୍ଲିକ୍ କରନ୍ତୁ, ଏବଂ ସେଠାରେ terms ଆମ କ୍ରମ ହିସାବରେ ଅଛି
04:50 ଆମେ taxonomy ଆଡ୍ କରିଛେ, କିନ୍ତୁ Content type ଏ ବାବଦରେ ଜାଣିନାହିଁ
04:56 ତେବେ Structure, Content types ଉପରେ କ୍ଲିକ୍ କରନ୍ତୁ
05:00 Fields ଏବଂ Events Content type ମ୍ୟାନେଜ୍ କରନ୍ତୁ, ଏହାପରେ Add field କ୍ଲିକ୍ କରନ୍ତୁ
05:06 ଏହି ମାମଲାରେ ଏକ Field Typeର ଚୟନ କରିବା ହେଉଛି, ଆମେ ନିକଟରେ କ୍ରିଏଟ୍ କରିଥିବା Vocabularyରେ Taxonomy Term ପାଇଁ ଏକ Reference ଅଟେ
05:14 Taxonomy term ଚୟନ କରନ୍ତୁ ଏବଂ ଏହାକୁ Event Topics ନାମ ଦିଅନ୍ତୁ, Save and continue କ୍ଲିକ୍ କରନ୍ତୁ
05:23 ଏବେ, ଏହା କେଉଁ Type of item to reference ବୋଲି ପଚାରିବ
05:28 ସତର୍କ ରୁହନ୍ତୁ, ତାକୁ ପୂର୍ବରୁ ଚୟନ କରିଛେ, ଏହାକୁ Unlimited କୁ ବଦଳାନ୍ତୁ, କାରଣ ଗୋଟିଏ event ର ଏକାଧିକ topic ଥାଇପାରେ
05:37 Save field setting କ୍ଲିକ୍ କରନ୍ତୁ
05:40 ସୁନିଶ୍ଚିତ କରନ୍ତୁ ଯେ, ଆମେ, ସଠିକ୍ Reference type ଚୟନ କରିଛେ
05:46 Event Topics ଚୟନ କରନ୍ତୁ, ଏଠାରେ ଏହା "Create references entities if they don’t already exist" କୁ ଅନୁମତି ଦିଏ
05:56 ଏହାକୁ Inline entity reference କୁହାଯାଏ, ସାଧାରଣତଃ ଏହାର ଅର୍ଥ ଯଦି ଆମ ତାଲିକାରେ ନଥିବା topic ସେଠାରେ ଅଛି, ତେବେ ଯେକୌଣସି user ଏହାକୁ ଶୀଘ୍ର ଆଡ୍ କରିପାରିବ
06:07 ଏପରି କରିବା ଦରକାର ନାହିଁ, ତେଣୁ ସେହି unchecked କୁ ଛାଡ଼ିଦିଅନ୍ତୁ
06:11 Save settings କ୍ଲିକ୍ କରନ୍ତୁ
06:15 Content ଆଡ୍ କରିବା ପୂର୍ବରୁ ଆଉ ଗୋଟିଏ step ଅଛି
06:18 URL patterns ସେଟ୍ ଅପ୍ କରିବା ଆବଶ୍ୟକ ଏବଂ ଏହାକୁ content ଆଡ୍ କରିବା ପୂର୍ବରୁ କରିବାକୁ ହେବ
06:24 ଏହା ନିଶ୍ଚିତ କରେ ଯେ, ଆମେ ଆଡ୍ କରିଥିବା content ଅନୁକୂଳିତ URL ଅଟେ
06:30 ଏହାକୁ ଏହି ସିରିଜ୍ ରେ ପରେ କରିବା, ଏହା ଆମକୁ ଏହି ଟ୍ୟୁଟୋରିଆଲ୍ ର ସମାପ୍ତିକୁ ଆଣେ
06:36 ସଂକ୍ଷିପ୍ତରେ-
06:39 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିଲେ: TaxonomyTaxonomy ଆଡ୍ କରିବା
06:48 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
06:57 ଏହି ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ, ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
07:03 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଏବଂ ପ୍ରମାଣପତ୍ର ଦିଅନ୍ତି, ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
07:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
07:23 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep