Drupal/C2/Overview-of-Drupal/Oriya

From Script | Spoken-Tutorial
Jump to: navigation, search
Time Narration
00:01 Overview of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ Drupal
00:13 Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
00:19 Drupal କ’ଣ ପ୍ରଥମେ ତାହା ବୁଝିବା. Drupal ହେଉଛି ଏକ ମାଗଣା ଓ ମୁକ୍ତ ଉତ୍ସ କଣ୍ଟେଣ୍ଟ ମ୍ୟାନେଜମେଣ୍ଟ ସିଷ୍ଟମ୍ (CMS)
00:30 ଏକ CMS କ’ଣ? ଏହା ପୁରୁଣା ଦିନଗୁଡ଼ିକ ପରି ନୁହେଁ, ଯେତେବେଳେ ଗୋଟିଏ ସର୍ଭର୍ ରେ ଆମେ ଅନେକ html ଫାଇଲ୍ ଅପଲୋଡ୍ କରୁଥିଲେ
00:40 ପରମ୍ପରାଗତ ମାର୍ଗରେ, ପ୍ରତ୍ୟେକ ୱେବ୍ ପେଜ୍ ର ନିଜସ୍ୱ html ଫାଇଲ୍ ଥାଏ
00:47 ଏବେ ଏହା ବହୁତ ଭିନ୍ନ. ବିଭିନ୍ନ କମ୍ପୋନେଣ୍ଟସ୍ ବ୍ୟବହାର କରି ପ୍ରତ୍ୟେକ ପେଜ୍ ତିଆରି ହୋଇଛି
00:55 ପ୍ରତ୍ୟେକ କମ୍ପୋନେଣ୍ଟ ଭିନ୍ନ ଭିନ୍ନ ସ୍ଥାନରୁ ଆସିଛି
01:00 କିଛି ପ୍ରୋଗ୍ରାମିଙ୍ଗ୍ ଲଜିକ୍ ବ୍ୟବହାର କରି ଏହି କମ୍ପୋନେଣ୍ଟଗୁଡ଼ିକୁ fly ଉପରେ ଆସେମ୍ୱଲ୍ କରାଯାଇଛି
01:06 ତେଣୁ, ଆପଣ କ’ଣ ଦେଖୁଛନ୍ତି, ଯେପରି ଡେସ୍କଟପ୍ କିମ୍ୱା ମୋବାଇଲ୍, ତାହା ଉପରେ ଭିତ୍ତିକରି ଏହା ଭିନ୍ନ ହୋଇପାରେ
01:14 କିଏ, କେଉଁଠାରୁ ଏହାକୁ ଦେଖୁଛି, ତାହା ଉପରେ ଭିତ୍ତିକରି ମଧ୍ୟ ଏହା ବଦଳିପାରେ. ଭାରତରୁ ଆପଣ ଜଣେ ଛାତ୍ର ହୋଇପାରନ୍ତି,
01:23 କିମ୍ୱା ସିଙ୍ଗାପୁର୍ ରୁ କିଛି କିଣୁଥିବା ଜଣେ ଗ୍ରାହକ. ଆପଣ ସମସ୍ତେ ଏକ ଭିନ୍ନ ପେଜ୍ ଦେଖିବେ
01:32 ଏହି ପ୍ରେଜେଣ୍ଟେଶନ୍ ଲଜିକ୍ ପଛରେ CMS ଅଛି
01:37 ଏହା ବିଭିନ୍ନ ପ୍ରୋଗ୍ରାମିଙ୍ଗ୍ ଫଙ୍କଶାଲିଟିଜ୍ ବ୍ୟବହାର କରେ, ଯେପରି PHP, Ajax, Java Script ଆଦି
01:47 କୌଣସି ଫର୍ମାଟିଙ୍ଗ୍ ବିନା, ସମସ୍ତ CMS ସାଧାରଣତଃ, ଇନଫର୍ମେଶନ୍ କଣ୍ଟେଣ୍ଟ ଷ୍ଟୋର୍ କରିବାକୁ ଏକ ଡେଟାବେସ୍ ବ୍ୟବହାର କରେ
01:55 କଣ୍ଟେଣ୍ଟର୍ ଫର୍ମାଟିଙ୍ଗ୍ ପୃଥକ୍ ଭାବରେ କରାଯାଏ
02:00 ନନ୍-ଟେକ୍ନିକଲ୍ ୟୁଜରମାନଙ୍କୁ, ସହଜରେ ଏକ ୱେବ୍ ସାଇଟ୍ ମ୍ୟାନେଜ୍ କରିବାକୁ ମଧ୍ୟ CMS ସାହାଯ୍ୟ କରିଥାଏ
02:07 Drupal ମଧ୍ୟ ଏହିପରି ଏକ ମୁକ୍ତ ଉତ୍ସ CMS, ଅର୍ଥାତ୍ ଏହି କୋଡ୍ ମାଗଣାରେ ଉପଲବ୍ଧ
02:15 ସମସ୍ତେ ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
02:18 Dries Buytaertଙ୍କ ଦ୍ୱାରା 2000 ମସିହାରେ Drupal ସ୍ଥାପିତ କରାଯାଇଥିଲା, ଯେତେବେଳେ ସେ ଜଣେ ଛାତ୍ର ଥିଲେ
02:24 ଏହାକୁ ମୁକ୍ତ ଉତ୍ସ କରିଥିବାରୁ, ହଜାର ହଜାର ଲୋକ କୋଡ୍ କୁ ସଂଶୋଧନ କରିବାରେ ସାହାଯ୍ୟ କରିଥିଲେ
02:32 ସେମାନେ ତାହାପରେ, ଅଳ୍ପ ବିକାଶ ସହିତ ଏହାକୁ କମ୍ୟୁନିଟୀକୁ ଫେରାଇଥିଲେ
02:37 Drupal କମ୍ୟୁନିଟୀ ହେଉଛି ସର୍ବବୃହତ୍ ଓ ଏକବଦ୍ଧ ମୁକ୍ତ ଉତ୍ସ କମ୍ୟୁନିଟୀଗୁଡ଼ିକ ମଧ୍ୟରୁ ଅନ୍ୟତମ
02:43 ଏହି କମ୍ୟୁନିଟୀରେ ଡେଭେଲପର୍ସ, ସାଇଟ୍-ବିଲ୍ଡର୍ସ, ସ୍ୱେଚ୍ଛାସେବୀମାନେ ଅଛନ୍ତି, ଯେଉଁମାନେ Drupalକୁ ଆଜିପରି କରିଛନ୍ତି
02:51 ଏହା କୁହାଯାଏ ଯେ Drupalରେ ଆପଣ କୋଡ୍ ପାଇଁ ଆସିବେ ଓ କମ୍ୟୁନିଟୀ ପାଇଁ ରହିବେ
02:58 ସମାନ କାରଣ ପାଇଁ ଆପଣ କମ୍ୟୁନିଟୀ ସହିତ ରହିପାରନ୍ତି
03:02 ଏହାପରେ ମୁଁ, Drupalର ଟପ୍ 10 ଫିଚର୍ସ ବିଷୟରେ କହୁଛି
03:06 ନମ୍ୱର୍ 1: Drupal ହେଉଛି ମାଗଣା ଓ ସମ୍ପୂର୍ଣ୍ଣ ମୁକ୍ତ ଉତ୍ସ
03:11 ଯେକୌଣସି ବ୍ୟକ୍ତି ଏହାକୁ ଡାଉନଲୋଡ୍ କରି ବଦଳାଇପାରିବେ
03:15 ଆପଣ ଜଣେ ଡେଭେଲପର୍ ହୋଇଥିଲେ ମଧ୍ୟ Drupal ବହୁତ ସାହାଯ୍ୟକାରୀ
03:20 ନମ୍ୱର୍ 2: Drupal ହେଉଛି ନମନୀୟ
03:24 Drupal ହେଉଛି ଆଜିର ଉପଲବ୍ଧ ସବୁଠାରୁ ଅନୁକୂଳ ସିଷ୍ଟମ୍ ଗୁଡ଼ିକ ମଧ୍ୟରୁ ଗୋଟିଏ
03:28 ବିଭିନ୍ନ କଷ୍ଟମ୍ ଡେଟା ଷ୍ଟ୍ରକଚର୍ସ ଆବଶ୍ୟକ କରୁଥିବା ସୋଫିଷ୍ଟିକେଟେଡ୍ ୱେବ୍ ସାଇଟ୍ସ ସହିତ Drupal ବହୁତ ଉତ୍ତମ ରୂପେ କାମ କରେ
03:35 ଉଭୟ CMS ଓ ବିସ୍ତୃତ Web Development Platform ଭାବରେ ଡେଭେଲପର୍ ମାନେ ଏହାକୁ ବ୍ୟବହାର କରନ୍ତି
03:42 ନମ୍ୱର୍ 3: Drupal ହେଉଛି ମୋବାଇଲ୍-ରେଡୀ
03:46 ଆମ ପସନ୍ଦର ଯେକୌଣସି ମୋବାଇଲ୍ ଡିଭାଇସ୍ ରୁ ଆମେ, ଆମ Drupal ସାଇଟ୍ ରେ ପ୍ରତ୍ୟେକ ପେଜ୍ କୁ ଦେଖିପାରିବା ଓ ପରିଚାଳନା କରିପାରିବା
03:54 ନମ୍ୱର୍ 4: ବଡ଼ ପ୍ରୋଜେକ୍ଟଗୁଡ଼ିକ ପାଇଁ Drupal ହେଉଛି ଚମତ୍କାର
04:00 whitehouse.govଠାରୁ ଆରମ୍ଭ କରି weather.com ଓ Dallas Cowboys ପର୍ଯ୍ୟନ୍ତ ଯେକୌଣସି ପ୍ରୋଜେକ୍ଟକୁ Drupal ହ୍ୟାଣ୍ଡଲ୍ କରିପାରେ
04:08 ଅଧିକ ଜଟିଳ ୱେବ୍ ସାଇଟ୍ ସହିତ Drupal ଆହୁରି ଚମକେ
04:12 ଫିଚର୍ ସମୃଦ୍ଧ ୱେବ୍ ସାଇଟ୍ ଚାହୁଁଥିବା ଲୋକମାନଙ୍କ ପାଇଁ ଏହା ହେଉଛି ସର୍ବୋତ୍ତମ ସମାଧାନ
04:19 ଏବଂ ବିଶାଳ ସଂସ୍ଥାଗୁଡ଼ିକ ପାଇଁ ମଧ୍ୟ ଏହା ବହୁତ ଉପଯୁକ୍ତ
04:24 ନମ୍ୱର୍ 5: Drupal ହେଉଛି ଅନୁକୂଳ, ସାମାଜିକ ଓ ଅନୁସନ୍ଧନୀୟ
04:29 My Site ଓ My Content ଖୋଜିବାରେ Drupal ଲୋକମାନଙ୍କୁ ସାହାଯ୍ୟ କରେ
04:34 ଟାଗ୍ସ, ବିବରଣୀ, କୀୱର୍ଡ୍ସ ଓ ମାନବ ଅନୁକୂଳ URLଗୁଡ଼ିକ ଆଡ୍ କରିବାକୁ ମଧ୍ୟ Drupal ଅନୁମତି ଦେଇଥାଏ
04:45 ନମ୍ୱର୍ 6: Drupal ହେଉଛି ସୁରକ୍ଷିତ
04:50 Drupal, ଆମ ୱେବ୍ ସାଇଟକୁ ନିୟମିତ ସୁରକ୍ଷା ଅପଡେଟ୍ସ ସହିତ ସୁରକ୍ଷିତ ରଖେ, ଯେପରି Hash Passwords,
04:57 Session ID, ଯାହା Permissions ବଦଳିଲେ, ବଦଳେ
05:01 ଟେକ୍ସଟ୍ ଫର୍ମାଟ୍ Permission ୟୁଜର୍ କୁ ଇନପୁଟ୍ ରୁ ପ୍ରତିରୋଧ କରେ ଓ ଆହୁରି ଅନେକ
05:07 Drupal, ସୁରକ୍ଷାକୁ ବହୁତ ଗମ୍ଭୀରତାର ସହ ନେଇଥାଏ
05:11 ନମ୍ୱର୍ 7: Drupal ସାଇଟ୍ ରେ ଫିଚର୍ସ ଆଡ୍ କରୁଥିବା ହଜାର-ହଜାର Modules ବ୍ୟବହାର କରି ଆମେ ଆମର Drupal ସାଇଟ୍ କୁ ବିସ୍ତାର କରିପାରିବା
05:18 ଯେକୌଣସି ଫିଚର୍ ବିଷୟରେ ଚିନ୍ତା କରନ୍ତୁ ଏବଂ କେହିଜଣେ ଗୋଟିଏ Module ତିଆରି କରି ମାଗଣାରେ ଉପଲବ୍ଧ କରାଇଦେଇଥିବ
05:27 ସେହି ସାଇଟ୍ ରେ ଆମେ ବହୁବିଧ Themes କିମ୍ୱା Themeର ଭର୍ସନ୍ସ ପାଇପାରିବା.ଆଉ ତଥାପି, ଆପଣଙ୍କ ୱେବ୍ ସାଇଟ୍ ଡେଟାର ଭିଜୁଆଲ୍ ପ୍ରେଜେଣ୍ଟେଶନ୍ ଉପରେ ଆପଣଙ୍କର ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରହିବ
05:40 ନମ୍ୱର୍ 8: ଯଦି ଆପଣଙ୍କୁ ସାହାଯ୍ୟ ଦରକାର, Drupal ରେ ଏକ ସାହାଯ୍ୟକାରୀ କମ୍ୟୁନିଟୀ ଅଛି ଓ ତାହା ବିଶାଳ!
05:48 ସମଗ୍ର ବିଶ୍ୱରେ Drupal କାର୍ଯ୍ୟକ୍ରମମାନ ହୁଏ
05:52 ସ୍ଥାନୀୟ କାର୍ଯ୍ୟକ୍ରମଗୁଡ଼ିକୁ Drupal Camps କୁହାଯାଏ
05:55 ଏବଂ ସମଗ୍ର ବିଶ୍ୱରେ ପ୍ରତ୍ୟେକ ବର୍ଷ ପ୍ରମୁଖ DrupalCons ହୁଏ
06:01 Drupal Suport ପ୍ରତି ସମର୍ପିତ ସେଥିରେ ବହୁତ ସକ୍ରିୟ Forums, User Groups ଓ IRC Chats ଅଛି
06:08 ନମ୍ୱର୍ 9: Drupalରେ କେତେକ ବହୁତ ବଡ଼ ଓ ଅଭିଜ୍ଞ କମ୍ପାନୀଗୁଡ଼ିକ ଅଛି
06:15 ଏହି ସିରିଜ୍ ର ପାର୍ଟନର୍ Acquia ହେଉଛି ସର୍ବୋତ୍ତମ Drupal କମ୍ପାନୀ
06:21 ଭାରତରେ, 60ରୁ ଊର୍ଦ୍ଧ୍ୱ Drupal ସେବା କମ୍ପାନୀମାନ ଅଛି. ସେପରି ଶହ-ଶହ Freelancers ଅଛନ୍ତି, ଯେଉଁମାନେ Drupal ଜାଣନ୍ତି
06:32 ନମ୍ୱର୍ 10: Drupal ସବୁଠାରେ ଅଛି. ଏହି ରେକର୍ଡିଙ୍ଗ୍ ସମୟରେ 1.2 ମିଲିଅନ୍ ରୁ ଊର୍ଦ୍ଧ୍ୱ ୱେବ୍ ସାଇଟ୍ସ ରହିଛି
06:40 ସମଗ୍ର ୱେବ୍ ର 3 ଶତକଡ଼ା ଓ ଟପ୍ ଦଶ ହଜାର ୱେବ୍ ସାଇଟ୍ସକୁ Drupal ଚଲାଏ
06:50 ସରକାରୀ, ଶିକ୍ଷା, ଆୟ ବହିର୍ଭୁତ ଓ ବିଶାଳ ସଂସ୍ଥାଗୁଡ଼ିକରେ Drupal ବହୁତ ପ୍ରସିଦ୍ଧ
06:58 ଏହି ଟ୍ୟୁଟୋରିଆଲ୍ ସିରିଜ୍ ରେ ଆମେ, ନିମ୍ନ ବିଷୟରେ ଶିଖିବା: Drupal କିପରି ଇନଷ୍ଟଲ୍ କରାଯାଏ
07:04 Drupal ଓ ଅନ୍ୟ ସମ୍ୱନ୍ଧିତ ସଫ୍ଟୱେର୍ ଇନଷ୍ଟଲ୍ କରିବା ବିଷୟରେ ଆମେ ଦେଖାଇବୁ
07:10 ପ୍ରାୟ ସମସ୍ତେ ଏହାକୁ କରିପାରିବେ. ଏଥିପାଇଁ ଆପଣଙ୍କୁ Linux କିମ୍ୱା Windows Administration Savvy ହେବା ଦରକାର ନାହିଁ
07:18 କଣ୍ଟେଣ୍ଟ ୱର୍କ ଫ୍ଲୋ - Drupal ମଧ୍ୟରେ, ଗୋଟିଏ ୱେବ୍ ସାଇଟ୍ ର ମୌଳିକ କଣ୍ଟେଣ୍ଟ କିପରି ବ୍ୟବସ୍ଥିତ ହୁଏ, ଏଠାରେ ଆମେ ଶିଖିବା
07:26 ଆମେ ଏକ ସରଳ ୱେବ୍ ସାଇଟ୍ କଣ୍ଟେଣ୍ଟ ମଧ୍ୟ କ୍ରିଏଟ୍ କରିବା, ଯେପରି ଆପଣ ଏହାକୁ ଗୋଟିଏ ୱର୍ଡ ପ୍ରୋସେସର୍ ରେ ଏଡିଟିଙ୍ଗ୍ କରନ୍ତି
07:34 ତାହାପରେ ଆମେ, କିଛି ଶକ୍ତିଶାଳୀ ଫିଚର୍ସ ବିଷୟରେ ଶିଖିବା, ଯାହା Drupalକୁ ଅଦ୍ୱିତୀୟ କରେ
07:40 କଣ୍ଟେଣ୍ଟ, ବିଭିନ୍ନ କଣ୍ଟେଣ୍ଟର ପ୍ରୋଗ୍ରାମେଟିକ୍ ଫର୍ମାଟେଡ୍ ଡିସପ୍ଲେ ମଧ୍ୟରେ ସେଗୁଡ଼ିକର ସମ୍ପର୍କ ଅଛି
07:49 Drupal କିପରି ବିସ୍ତାର କରାଯାଏ. Drupalର ଦ୍ୱିତୀୟ ସବୁଠାରୁ ଅଧିକ ଶକ୍ତିଶାଳୀ ଫିଚର୍ ହେଉଛି Modules ବା Extensions
07:56 ଯେପରି ପୂର୍ବରୁ କୁହାଯାଇଛି, ଆପଣ ଆବଶ୍ୟକ କରୁଥିବା ପ୍ରାୟ ଯେକୌଣସି ଫିଚର୍ ପାଇଁ ଏକ Module ରହିଛି, ଯେପରି ଏକ App
08:05 ତାହା ସହିତ ହଜାର-ହଜାର ସଂଖ୍ୟକ Modules ଅଛି. ଆପଣଙ୍କ ଉଦ୍ଦେଶ୍ୟ ପାଇଁ ଗୋଟିଏ Module କିପରି ସିଲେକ୍ଟ କରିବେ, ତାହା ଆମେ ଦେଖାଇବୁ
08:13 ସାଇଟ୍ କୁ କିପରି Layout କରିବେ. ଥରେ ମୌଳିକ କଣ୍ଟେଣ୍ଟ ଓ ଫିଚର୍ସ ପ୍ରସ୍ତୁତ ହୋଇଯିବା ପରେ, ଆପଣଙ୍କୁ ତାହାର ଏକ ସୁନ୍ଦର ଡିସପ୍ଲେ ତିଆରି କରିବାକୁ ପଡ଼ିବ
08:24 Layout ଭାଗରେ ଆମେ, ୱେବ୍ ସାଇଟର ଲୂକ୍ ଓ ଫୀଲ୍ କୁ ବଦଳାଇବା କେତେ ସହଜ, ଶିଖିବା
08:31 Modules ପରି, Layout କିମ୍ୱା Themes ମଧ୍ୟ କମ୍ୟୁନିଟୀ କଣ୍ଟ୍ରିବ୍ୟୁଶନ୍ ଭାବରେ ଉପଲବ୍ଧ ଅଛି
08:38 ଲୋକମାନଙ୍କୁ କିପରି ପରିଚାଳନା କରିବେ.
08:40 WordPress, Drupal ପରି ଅନ୍ୟ ସିଙ୍ଗଲ୍ ୟୁଜର୍ ଭିତ୍ତିକ CMSଠାରୁ ଭିନ୍ନ, ଅଧିକାଂଶ ସମୟରେ ଏହିପରି ପରିସ୍ଥିତିରେ ବ୍ୟବହୃତ ହୋଇଥାଏ, ଯେଉଁଠାରେ ବିଭିନ୍ନ ୟୁଜର୍ସଙ୍କୁ, ୱେବ୍ ସାଇଟ୍ ରେ ଭିନ୍ନ ଭିନ୍ନ ଜିନିଷ କରିବାକୁ ହୋଇଥାଏ
08:53 People Management ଭାଗରେ ଆମେ, ଭିନ୍ନ ଭିନ୍ନ ରୋଲ୍ସ ସେଟ୍ କରିବା ଓ ସେଗୁଡ଼ିକୁ ଭିନ୍ନ ଭିନ୍ନ Permissions ଦେବା ବିଷୟରେ ଶିଖିବା
09:01 ସାଇଟ୍ କୁ କିପରି ସଟିକ୍ ଭାବେ ପରିଚାଳନା କରିବେ. ଶେଷରେ, ଶେଷ ଭାଗରେ ଆମେ, Drupalର କୋଡ୍ ପରିଚାଳନା ବିଷୟରେ ଶିଖିବା
09:11 ସୁରକ୍ଷତା ଓ ବଜାୟତା ପାଇଁ ସାଇଟ୍ କୁ ଅପଡେଟ୍ ରଖିବା ବହୁତ ଜରୁରୀ
09:17 ସାଇଟ୍ କୁ ଅଧିକ ଉପଭୋକ୍ତା ଅନୁକୂଳ କରିବା ପାଇଁ ନୂଆ ଫିଚର୍ସ ପ୍ରାପ୍ତ କରିବା ମଧ୍ୟ ବହୁତ ସାହାଯ୍ୟକାରୀ
09:24 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:28 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, Drupalର ପରିଚୟ Drupalର ମୁଖ୍ୟ ବୈଶିଷ୍ଟ୍ୟତାମାନ ଏବଂ ଏହି Drupal ଶୃଙ୍ଖଳାର ଅବଲୋକନ
09:41 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
09:51 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
09:59 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍, କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:11 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:24 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep