Drupal/C2/Installation-of-Drupal/Oriya

From Script | Spoken-Tutorial
Jump to: navigation, search
Time Narration
00:01 Installation of Drupal ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଡାଉନଲୋଡ୍ ଓ ଇନଷ୍ଟଲ୍ କରିବା ବିଷୟରେ ଶିଖିବା
00:17 ଏହି ଟ୍ୟୁଟୋରିଆଲ୍ ପାଇଁ ଆପଣଙ୍କୁ ଦରକାର - ୱେବ୍ ରୁ ଲାଟେଷ୍ଟ ଭର୍ସନ୍ ଇନଷ୍ଟଲ୍ କରିବା ପାଇଁ ଗୋଟିଏ କାର୍ଯ୍ୟରତ ଇଣ୍ଟରନେଟ୍ କନେକ୍ସନ୍ କିମ୍ୱା ଆବଶ୍ୟକ ଲୋକଲ୍ ଫାଇଲ୍ସ ସହିତ ତାହା ଆପଣଙ୍କୁ ପ୍ରଦାନ କରାଯାଇପାରେ
00:30 ଆପଣଙ୍କ ମେସିନ୍ ରେ ଉବୁଣ୍ଟୁ ଲିନକ୍ସ କିମ୍ୱା ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ ଇନଷ୍ଟଲ୍ ହୋଇଥିବା ଦରକାର
00:38 ଏହି ଟ୍ୟୁଟ୍ୟୋରିଆଲ୍ ଅନୁସରଣ କରିବା ପାଇଁ ଆପଣଙ୍କୁ ଏଥିମଧ୍ୟରୁ ଯକୌଣସି ସହିତ ପରିଚିତ ଥିବା ଉଚିତ୍
00:45 Drupal ଇନଷ୍ଟଲ୍ କରିବାକୁ ଅନେକ ମାର୍ଗ ଅଛି
00:48 ଏହି ଟ୍ୟୁଟୋରିଆଲ୍ ପାଇଁ ମୁଁ, Bitnami Drupal Stack ବ୍ୟବହାର କରୁଛି, କାରଣ ଏହା ବହୁତ ସରଳ ଇନଷ୍ଟଲେଶନ୍ ପଦ୍ଧତି
00:57 Bitnami Drupal Stack ଇନଷ୍ଟଲ୍ କରିବାକୁ ଆପଣଙ୍କୁ ଦରକାର: Intel x86 କିମ୍ୱା ଅନୁକୂଳ ପ୍ରୋସେସର୍
01:05 ନ୍ୟୁନତମ 256 MB RAM
01:08 ନ୍ୟୁନତମ 150 MB ହାର୍ଡ ଡିସ୍କ ସ୍ପେସ୍ ଓ
01:13 TCP/IP ପ୍ରୋଟୋକୋଲ୍ ସପୋର୍ଟ
01:16 ନିମ୍ନଲିଖିତଗୁଡ଼ିକ ହେଉଛି ଅନୁକୂଳ ଅପରେଟିଙ୍ଗ୍ ସିଷ୍ଟମ୍ସ
01:20 ଯେକୌଣସି x86 ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍
01:24 ଯେକୌଣସି 32-bit ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍, ଯେପରି ୱିଣ୍ଡୋସ୍ ଭିଷ୍ଟା, ୱିଣ୍ଡୋସ୍ 7, ୱିଣ୍ଡୋସ୍ 8, ୱିଣ୍ଡୋସ୍ 10, ୱିଣ୍ଡୋସ୍ ସର୍ଭର୍ 2008 କିମ୍ୱା ୱିଣ୍ଡୋସ୍ ସର୍ଭର୍ 2012
01:41 ଯେକୌଣସି OS X ଅପରେଟିଙ୍ଗ୍ ସିଷ୍ଟମ୍ x86
01:46 ଚାଲନ୍ତୁ, ଆମ ପସନ୍ଦର ୱେବ୍ ବ୍ରାଉଜର୍ ଖୋଲି ପ୍ରଦର୍ଶିତ URLକୁ ଯିବା
01:53 ସ୍କ୍ରୋଲ୍ ଡାଉନ୍ କରି ୱିଣ୍ଡୋସ୍ ଓ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ସ ପାଇଁ ଇନଷ୍ଟଲର୍ସ ଦେଖନ୍ତୁ
02:01 ଆପଣଙ୍କୁ, ନିଜ ଅପରେଟିଙ୍ଗ୍ ସିଷ୍ଟମ୍ ଅନୁସାରେ Installer ବାଛିବାକୁ ହେବ
02:06 ମୁଁ ଜଣେ ଲିନକ୍ସ ୟୁଜର୍ ହୋଇଥିବାରୁ, Linux Installer ଚୟନ କରିବି
02:11 ଯଦି ଆପଣ ୱିଣ୍ଡୋସ୍ ୟୁଜର୍ ହୋଇଥା’ନ୍ତି, ତେବେ ୱିଣ୍ଡୋସ୍ ପାଇଁ Drupal Installerର ଚୟନ କରନ୍ତୁ
02:17 ଏଠାରେ ଆମେ Drupalର ସମସ୍ତ ବିଭିନ୍ନ ଭର୍ସନ୍ସ ଦେଖିପାଇବା
02:22 ଯଦି ଆପଣ, କେଉଁ ଭର୍ସନ୍ ଡାଉନଲୋଡ୍ କରିବାକୁ ଅନିଶ୍ଚିତ, ତେବେ Recommended ଭର୍ସନ୍ ଡାଉନଲୋଡ୍ କରିପାରିବେ
02:29 ଏହି ରେକର୍ଡିଙ୍ଗ୍ ସମୟରେ, Drupal 8.1.3 ହେଉଛି Recommended ଭର୍ସନ୍
02:36 ଆପଣ ପ୍ରୟାସ କରିବାବେଳେ ଏହା ଭିନ୍ନ ହୋଇପାରେ
02:39 ଡାହାଣପଟେ ଥିବା Download ବଟନ୍ ଉପରେ କ୍ଲିକ୍ କରନ୍ତୁ
02:43 Bitnami ୱେବ୍ ସାଇଟରେ ଗୋଟିଏ ଆକାଉଣ୍ଟ କ୍ରିଏଟ୍ କରିବାକୁ କହୁଥିବା ଏକ ୱିଣ୍ଡୋ ପପ୍-ଅପ୍ ହେବ
02:50 ଏବେପାଇଁ, No Thanks ଉପରେ କ୍ଲିକ୍ କରନ୍ତୁ
02:53 ଏହା ତୁରନ୍ତ Installer ଡାଉନଲୋଡ୍ କରିବା ଆରମ୍ଭ କରିବ. ଫାଇଲ୍ କୁ ସେଭ୍ କରିବା ପାଇଁ OK ଉପରେ କ୍ଲିକ୍ କରନ୍ତୁ
03:01 ନିମ୍ନଲିଖିତ ଇନଷ୍ଟଲେଶନ୍ ପଦାଙ୍କ, ୱିଣ୍ଡୋସ୍ ଓ ଲିନକ୍ସ OS ପାଇଁ ସମାନ ଅଟେ
03:07 ଯଦି ଆପଣଙ୍କୁ Bitnami Installer ଫାଇଲ୍ସ ପ୍ରଦାନ କରାଯାଇଥିବ, ତେବେ ଡାଉନଲୋଡ୍ କରିବା ବଦଳରେ ସେଥିରୁ ଗୋଟିଏକୁ ବ୍ୟବହାର କରନ୍ତୁ
03:15 ନିଜର Downloads ଫୋଲ୍ଡର୍ ଖୋଲନ୍ତୁ, ଯେଉଁଠାରେ Installer File ଡାଉନଲୋଡ୍ ହୋଇଛି
03:20 ଏହି Installer Fileକୁ ଚଲାଇବା ପାଇଁ ଆପଣଙ୍କ ପାଖରେ Admin Access ଥିବା ଉଚିତ
03:25 ଯଦି ଆପଣ ଜଣେ ୱିଣ୍ଡୋସ୍ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରନ୍ତୁ ଓ ତା’ପରେ Run As Administrator ଅପ୍ସନ୍ ସିଲେକ୍ଟ କରନ୍ତୁ
03:33 ଯଦି ଆପଣ ଜଣେ ଲିନକ୍ସ ୟୁଜର୍, ତେବେ Installer File ଉପରେ ରାଇଟ୍ କ୍ଲିକ୍ କରି Properties ସିଲେକ୍ଟ କରନ୍ତୁ
03:40 ତା’ପରେ Permissions ଟାବ୍ ଉପରେ କ୍ଲିକ୍ କରି Allow Executing File As Program ଅପ୍ସନ୍ ର ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
03:48 ଏହି ୱିଣ୍ଡୋ ବନ୍ଦ କରିବାପାଇଁ Close ବଟନ୍ ଉପରେ କ୍ଲିକ୍ କରନ୍ତୁ
03:52 ଏବେ, Installer File ଉପରେ ଡବଲ୍ କ୍ଲିକ୍ କରନ୍ତୁ
03:55 ଇନଷ୍ଟଲେଶନ୍ ଏବେ ଆରମ୍ଭ ହେଲା. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:01 ଏଠାରେ ଆମେ, ଇନଷ୍ଟଲ୍ କରିବାକୁ ଚାହୁଁଥିବା କମ୍ପୋନେଣ୍ଟଗୁଡ଼ିକ ସିଲେକ୍ଟ କରିପାରିବା
04:06 ପ୍ରତ୍ୟେକ କମ୍ପୋନେଣ୍ଟ ଉପରେ କ୍ଲିକ୍ କରି, ପ୍ରଥମେ ସେଗୁଡ଼ିକ ବିଷୟରେ ସବିଶେଷ ସୂଚନା ପଢ଼ନ୍ତୁ
04:12 ମୁଁ ସମସ୍ତ କମ୍ପୋନେଣ୍ଟ ସିଲେକ୍ଟ କରିବାକୁ ପସନ୍ଦ କରିବି. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:18 ଏହି ୱିଣ୍ଡୋରେ ଆମକୁ ସେହି ଫୋଲ୍ଡର୍ ର ଚୟନ କରିବାକୁ ହେବ, ଯେଉଁଠାରେ ଆମେ Drupal ଇନଷ୍ଟଲ୍ କରିବାକୁ ଚାହୁଁଛେ
04:24 ମୁଁ, ମୋର Home Folder ଚୟନ କରିବି
04:27 ୱିଣ୍ଡୋସ୍ ରେ ଏହା ଡିଫଲ୍ଟ ଭାବରେ C କଲନ୍ କିମ୍ୱା ମୁଖ୍ୟ ଡ୍ରାଇଭ୍ ରେ ଇନଷ୍ଟଲ୍ ହେବ
04:34 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
04:36 ବର୍ତ୍ତମାନ ଆମକୁ ଏକ Drupal Admin Account କ୍ରିଏଟ୍ କରିବାକୁ ହେବ
04:40 Real Nameରେ ମୁଁ Priya ଟାଇପ୍ କରିବି. ଏହି ନାମ ଆପ୍ଲିକେଶନ୍ ରେ ପ୍ରଦର୍ଶିତ ହେବ
04:47 ଦୟାକରି ଆପଣଙ୍କର ନିଜ ନାମ ଏଠାରେ ଟାଇପ୍ କରନ୍ତୁ
04:50 Email Address ଫିଲ୍ଡରେ ମୁଁ, priyaspoken@gmail.com ଟାଇପ୍ କରିବି
04:56 ଦୟାକରି ଆପଣ ନିଜର ବୈଧ ଇମେଲ୍ ଆଡ୍ରେସ୍ ବ୍ୟବହାର କରନ୍ତୁ
05:00 ଏହାପରେ ଆମକୁ, Administrator ପାଇଁ ନିଜ ପସନ୍ଦର Username ଓ Password ଦେବାକୁ ହେବ
05:07 Login User Nameରେ ମୁଁ, Admin ଟାଇପ୍ କରିବି
05:11 Passwordରେ, ମୁଁ ଗୋଟିଏ Password ଟାଇପ୍ କରିବି. ସୁନିଶ୍ଚିତ ପାଇଁ ପାସୱର୍ଡକୁ ରି-ଟାଇପ୍ କରନ୍ତୁ
05:17 ଆପଣ, ନିଜ ପସନ୍ଦର ଯେକୌଣସି Login ଓ Password ଟାଇପ୍ କରିପାରିବେ
05:22 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:24 Linuxରେ, Apache ପାଇଁ ଡିଫଲ୍ଟ ଶୁଣିବା ପୋର୍ଟ ହେଉଛି 8080 ଏବଂ MySQL ପାଇଁ ହେଉଛି 3306
05:34 ୱିଣ୍ଡୋସ୍ ରେ ଏହା ହେଉଛି 80 ଓ 3306
05:39 ଯଦି ଏହି ପୋର୍ଟଗୁଡ଼ିକ ଅନ୍ୟ ଆପ୍ଲିକେଶନ୍ସ ଦ୍ୱାରା ପୂର୍ବରୁ ବ୍ୟବହୃତ ହେଉଥିବ, ତେବେ ତାହା ବିକଳ୍ପ ପୋର୍ଟ ବ୍ୟବହାର କରିବା ପାଇଁ କହିବ
05:47 ମୁଁ, ମୋ ମେସିନ୍ ରେ MySQL ଇନଷ୍ଟଲ୍ କରିସାରିଛି. ତେଣୁ ଏହା ବିକଳ୍ପ ପୋର୍ଟ ପାଇଁ କହୁଛି
05:54 ମୁଁ, 3307 ଦେବି
05:57 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
05:59 ଏବେ, ଆମକୁ ଆମର Drupal Siteକୁ ଏକ ନାମ ଦେବାକୁ ହେବ. ମୁଁ, Drupal 8 ଭାବେ ନାମ ଟାଇପ୍ କରିବି
06:06 ଆପଣ, ନିଜ ପସନ୍ଦର ଯେକୌଣସି ନାମ ଦେଇପାରିବେ
06:10 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:12 ଏଠାରେ ଏହା, Bitnami Cloud Hosting ପାଇଁ ଆମକୁ କହୁଛି. ଏବେପାଇଁ ମୋତେ ଏହା ଦରକାର ନାହିଁ
06:19 ତେଣୁ, ଏହାକୁ ଡିସିଲେକ୍ଟ କରିବାକୁ ଚେକ୍ ବକ୍ସରେ କ୍ଲିକ୍ କରନ୍ତୁ
06:23 Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:26 ଏବେ, ଇନଷ୍ଟଲ୍ ହେବାପାଇଁ Drupal ପ୍ରସ୍ତୁତ. Next ବଟନ୍ ଉପରେ କ୍ଲିକ୍ କରନ୍ତୁ
06:31 ଇନଷ୍ଟଲେଶନ୍ ସମ୍ପୂର୍ଣ୍ଣ ହେବାକୁ ଅନେକ ମିନିଟ୍ସ ଲାଗିପାରେ
06:36 ଥରେ ଇନଷ୍ଟଲେଶନ୍ ସମାପ୍ତ ହେବାପରେ, Launch Bitnami Drupal Stack ଚେକ୍ ହୋଇଥିବାର ସୁନିଶ୍ଚିତ କରନ୍ତୁ
06:43 ତା’ପରେ Finish ବଟନ୍ ଉପରେ କ୍ଲିକ୍ କରନ୍ତୁ
06:46 Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ନିଜକୁ ନିଜ ଖୋଲିବ
06:51 ଏହାପରେ ଚାଲନ୍ତୁ ଦେଖିବା, କିପରି Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଆକ୍ସେସ୍ କରାଯାଏ
06:56 ଯଦି ଆପଣ ଜଣେ Linux ୟୁଜର୍, ତେବେ ଦୟାକରି ଏହି ପଦାଙ୍କଗୁଡ଼ିକୁ ଅନୁସରଣ କରନ୍ତୁ
07:02 File Browserକୁ ଯାଆନ୍ତୁ,ତା’ପରେ ବାମ ସାଇଡ୍ ବାର୍ ରେ, Places ତଳେ ଥିବା Homeରେ କ୍ଲିକ୍ କରନ୍ତୁ
07:09 ଏବେ, ତାଲିକାରୁ Drupal ହାଇଫେନ୍ 8.1.3 ହାଇଫେନ୍ 0 ଫୋଲ୍ଡର୍ ଉପରେ କ୍ଲିକ୍ କରନ୍ତୁ
07:17 ଏଠାରେ ଆପଣ, manager ହାଇଫେନ୍ linux ହାଇଫେନ୍ x64.run ଫାଇଲ୍ ପାଇବେ. ଏହାକୁ ଖୋଲିବା ପାଇଁ ଡବଲ୍ କ୍ଲିକ୍ କରନ୍ତୁ
07:27 ଯଦି ଆପଣ ଜଣେ Windows ୟୁଜର୍, ତେବେ Start Menu -> All Programs -> Bitnami Drupal Stack -> Bitnami Drupal Stack Manager Toolକୁ ଯାଆନ୍ତୁ
07:37 Bitnami Drupal Stack କଣ୍ଟ୍ରୋଲ୍ ୱିଣ୍ଡୋ ଖୋଲିବ
07:41 ପ୍ରତ୍ୟେକଥର ଆପଣ Drupal ଖୋଲିବାବେଳେ, ଦୟାକରି ସମସ୍ତ ସର୍ଭର୍ ଚାଲୁଛି କି ନାହିଁ ଯାଞ୍ଚ କରନ୍ତୁ
07:48 ସମସ୍ତ ଚାଲୁଥିବା ସେବାଗୁଡ଼ିକୁ ଦେଖିବା ପାଇଁ Manage Servers ଉପରେ କ୍ଲିକ୍ କରନ୍ତୁ
07:53 ଏଠାରେ ଆମେ ଦେଖିପାରୁଛେ ଯେ, MySQL Database ଓ Apache Web Server ଏବେ ଚାଲୁଛି
07:59 ଧ୍ୟାନଦିଅନ୍ତୁ କି, Drupalରେ କାମ କରିବା ପାଇଁ ଆମକୁ ଗୋଟିଏ Database ଦରକାର, ଯେପରି MySQL, PostgreSQL କିମ୍ୱା Oracle
08:08 ଆଉ ଗୋଟିଏ Web Server, ଯେପରି Apache କିମ୍ୱା Nginx
08:12 ଡିଫଲ୍ଟ ଭାବରେ, Bitnami Drupal Stack, MySQL Database ଓ Apache Web Server ସହିତ ଆସିଥାଏ
08:20 କଣ୍ଟ୍ରୋଲ୍ ୱିଣ୍ଡୋକୁ ଫେରିଚାଲନ୍ତୁ
08:23 ଉପଯୁକ୍ତ ବଟନ୍ସରେ କ୍ଲିକ୍ କରି ଆମେ ସେବାଗୁଡ଼ିକୁ ଆରମ୍ଭ, ବନ୍ଦ ଓ ରିଷ୍ଟାର୍ଟ କରିପାରିବା
08:30 Welcome ଟାବ୍ ଉପରେ କ୍ଲିକ୍ କରନ୍ତୁ
08:33 Drupal ଆରମ୍ଭ କରିବା ପାଇଁ, ଡାହାଣପଟେ ଥିବା Go To Application ବଟନ୍ ଉପରେ କ୍ଲିକ୍ କରନ୍ତୁ
08:39 Bitnami ପେଜ୍ ସହିତ ବ୍ରାଉଜର୍ ନିଜକୁ ନିଜ ଖୋଲିବ
08:44 ଏବେ, Access Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ. ଆମକୁ, ଆମର Drupal ୱେବ୍ ସାଇଟ୍ କୁ ରିଡାଇରେକ୍ଟ କରାଯିବ
08:51 ଧ୍ୟାନଦିଅନ୍ତୁ ଯେ, ୱେବ୍ ସାଇଟ୍ ର ନାମ ହେଉଛି Drupal 8
08:55 ୱେବ୍ ସାଇଟ୍ ରେ Login କରିବାକୁ, ଉପର ଡାହାଣପଟ କୋଣରେ ଥିବା Log In ଲିଙ୍କ୍ ରେ କ୍ଲିକ୍ କରନ୍ତୁ
09:00 ଆମେ ପୂର୍ବରୁ କ୍ରିଏଟ୍ କରିଥିବା User Name ଓ Password ଟାଇପ୍ କରନ୍ତୁ
09:08 ଏବେ, Login ବଟନ୍ ଉପରେ କ୍ଲିକ୍ କରନ୍ତୁ
09:11 ଆଡ୍ରେସ୍ ବାର୍ ରେ ଆମେ, ଆମର ୱେବ୍ ସାଇଟ୍ ର ୱେବ୍ ଆଡ୍ରେସ୍ ଦେଖିପାରୁଛେ http://localhost:8080/drupal/user/1
09:24 ପରବର୍ତ୍ତୀ ଟ୍ୟୁଟୋରିଆଲ୍ ରେ ଆମେ, /user/1 କ’ଣ, ତାହା ଜାଣିବା
09:29 ଏହି LocalHost ବଦଳରେ ଏହା ଆପଣଙ୍କୁ, ଆପଣଙ୍କର ସିଷ୍ଟମ୍ କନଫିଗରେଶନ୍ ଉପରେ ଭିତ୍ତିକରି 127.0.0.1 ଦେଖାଇପାରେ
09:39 ପରବର୍ତ୍ତୀ ସମୟ ପରଠାରୁ ଆମେ, ଯଦି Apache, Port 80ରେ ଥିବ, ତେବେ localhost colon 8080 slash drupal କିମ୍ୱା localhost slash drupal ୱେବ୍ ଆଡ୍ରେସ୍ ବ୍ୟବହାର କରି Drupal ଆକ୍ସେସ୍ କରିପାରିବା
09:54 ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:57 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ, ଉବୁଣ୍ଟୁ ଲିନକ୍ସ ଓ ୱିଣ୍ଡୋସ୍ ଅପରେଟିଙ୍ଗ୍ ସିଷ୍ଟମ୍ସରେ Drupal ଇନଷ୍ଟଲ୍ କରିବା
10:07 ନିମ୍ନ ଲିଙ୍କରେ ଉପଲବ୍ଧ ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:14 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ତଥା ଅନଲାଇନ୍ ଟେଷ୍ଟରେ ପାସ୍ କରୁଥିବା ବ୍ୟକ୍ତିଙ୍କୁ ପ୍ରମାଣପତ୍ର ମଧ୍ୟ ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:25 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ , NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ , NVLI, ସଂସ୍କୃତି ମନ୍ତ୍ରଣାଳୟ ଦ୍ୱାରା ଅନୁଦାନ ପ୍ରାପ୍ତ
10:36 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep, Pratik kamble