Drupal/C2/Creating-Basic-Content/Oriya

From Script | Spoken-Tutorial
Jump to: navigation, search
Time Narration
00:01 Creating Basic Content ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ
00:06 ଏହି ଟ୍ୟୁଟୋରିଆଲ୍ ରେ ଆମେ ଶିଖିବା, Content Types, ଏକ Article କ୍ରିଏଟ୍ କରିବା ଏବଂ ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
00:15 ଏହି ଟ୍ୟୁଟୋରିଆଲ୍ ରେକର୍ଡ କରିବାକୁ ମୁଁ ବ୍ୟବହାର କରୁଛି ଉବୁଣ୍ଟୁ ଲିନକ୍ସ ଅପରେଟିଙ୍ଗ୍ ସିଷ୍ଟମ୍ Drupal 8 ଓ Firefox ୱେବ୍ ବ୍ରାଉଜର୍
00:25 ଆପଣ, ନିଜ ପସନ୍ଦର ଯେକୌଣସି ୱେବ୍ ବ୍ରାଉଜର୍ ବ୍ୟବହାର କରିପାରିବେ
00:29 ପ୍ରଥମେ ଆମେ Content ପ୍ରକାର ବିଷୟରେ ଶିଖିବା. Drupalରେ, Content Type ହେଉଛି Content Management Systemର କୋର୍
00:39 ଏହା, ଗୋଟିଏ ସାଇଟ୍ ର ମେରୁଦଣ୍ଡ ପରି
00:42 ଏହା ଏପରି ଗୋଟିଏ ଜିନିଷ, ଯାହା Drupalକୁ ଅନ୍ୟ CMSଠାରୁ ଅଲଗା କରେ
00:48 ଅଧିକାଂଶ CMSରେ କେବେଳ Title ଓ Body ଥାଏ ଏବଂ ସେଥିରୁ ଜଣାପଡ଼େ ଯେ, ଏହା ସମ୍ପୂର୍ଣ୍ଣ ଭାବେ ଅପର୍ଯ୍ୟାପ୍ତ
00:57 Drupalରେ, ପ୍ରତ୍ୟେକ Drupal Content Itemକୁ Node କୁହାଯାଏ. ପ୍ରତ୍ୟେକ Node, ଗୋଟିଏ ଏକକ Content Typeର ଅଟେ
01:06 ଏହାପରେ ଚାଲନ୍ତୁ, Content Typeର ମହତ୍ୱତା ବୁଝିବା. Content Type, ସେହି ପ୍ରକାରର Nodes ପାଇଁ ବିଭିନ୍ନ ଡିଫଲ୍ଟ ସେଟିଙ୍ଗ୍ସ ପରିଭାଷିତ କରେ, ଯେପରି -
01:17 Node ସ୍ୱଚାଳିତ ଭାବରେ ପ୍ରକାଶିତ କରାଯାଇଛି କିମ୍ୱା କମେଣ୍ଟର ଅନୁମତି ଦିଆଯାଇଛି ଏବଂ
01:23 ଆମ ସାଇଟ୍ ରେ କିପରି କଣ୍ଟେଣ୍ଟ ଆଡ୍ କରାଯାଇଛି. ପ୍ରତ୍ୟେକ Content Typeର Fields ଥାଏ
01:30 କେଉଁ ପ୍ରକାରର କଣ୍ଟେଣ୍ଟ ପ୍ରବିଷ୍ଟ ହେଉଛି, ତାହା ଉପରେ ଭିତ୍ତିକରି ଆମ ପାଖରେ ସୂଚନା ପାଇଁ ଆବଶ୍ୟକତାନୁସାରେ Fields ଅଛି
01:38 ମୁଁ ଏହାକୁ ଏହି ପ୍ରକାରରେ ବୁଝାଉଛି. ଏହା ହେଉଛି IMDb.com, ଯାହା ଏକ Drupal Site ହୋଇପାରେ. ଏହା, ଫିଲ୍ମ Red ବିଷୟରେ ଅଟେ
01:49 ସ୍କ୍ରୀନ୍ ଉପରେ ଆପଣ ଦେଖିବେ - ଗୋଟିଏ ପୋଷ୍ଟର୍, ଏକ ଟାଇଟଲ୍, ରିଲିଜ୍ ର ତାରିଖ
01:55 ପାରେଣ୍ଟାଲ୍ ରେଟିଙ୍ଗ୍, ରନ୍ ଟାଇମ୍, ଫିଲ୍ମର ଶୈଳୀ
01:59 ବଡୀ କିମ୍ୱା ଫିଲ୍ମର ବିବରଣୀ
02:04 ଆମ ପାଖରେ People Fields ସମେତ କିଛି ଅନ୍ୟ Links , ବଟନ୍ସ ଓ ଜିନିଷର ସେଟ୍ ରହିବ
02:09 ଅନ୍ୟ CMSଗୁଡ଼ିକରେ, ଏହି Layoutକୁ CSSରେ କ୍ରିଏଟ୍ କରିବାକୁ Dreamweaver ପରି କିଛି ବ୍ୟବହାର କରିପାରିବା
02:16 କ’ଣ ହେବ, ଯଦି ଆମେ ଚାହିଁବା - 2010ରେ ସମସ୍ତ ଫିଲ୍ମ ପାଇଁ ଏକ ଲେଣ୍ଡିଙ୍ଗ୍ ପେଜ୍ ଯାହାର ଷ୍ଟାର୍ Bruce Willis PG 13ର ପାରେଣ୍ଟାଲ୍ ରେଟିଙ୍ଗ୍ ସହିତ
02:28 ଯଦି ଆପଣ ଅନ୍ୟ CMS ବ୍ୟବହାର କରୁଛନ୍ତି, ତେବେ ଏହା କରିବା କଷ୍ଟକର ହେବ. କିନ୍ତୁ Drupalରେ, ଏହା ବହୁତ ସହଜରେ କରାଯାଇଥାଏ
02:37 Content Typesର ଏହା ହେଉଛି ପ୍ରକୃତ ଲାଭ. ଏବେ ଚାଲନ୍ତୁ, କିଛି Built-in Content Types ଏକ୍ସପ୍ଲୋର୍ କରିବା
02:46 ପରେ, ନୂଆ Content Types କ୍ରିଏଟ୍ କରିବା ବିଷୟରେ ମଧ୍ୟ ଜାଣିବା. ଆମେ ପୂର୍ବରୁ ତିଆରି କରିଥିବା ଆମର Drupal Site ଖୋଲନ୍ତୁ
02:54 ଆମେ ଏବେ Article Content Type ବିଷୟରେ ଶିଖିବା. ପ୍ରଥମେ Content ଓ ତା’ପରେ Add Content ଉପରେ କ୍ଲିକ୍ କରନ୍ତୁ
03:04 ମନେରଖନ୍ତୁ, ଆମେ ପୂର୍ବରୁ ଗୋଟିଏ Article କ୍ରିଏଟ୍ କରିସାରିଛେ. ଏବେ, ସମସ୍ତ ଏଲେମେଣ୍ଟସ୍ ସହିତ ଆଉଏକ Article କ୍ରିଏଟ୍ କରିବା
03:13 Article ଉପରେ କ୍ଲିକ୍ କରନ୍ତୁ. ଏକ Articleରେ ଗୋଟିଏ ବାଧ୍ୟତାମୂଳକ ଫିଲ୍ଡ ଅଛି, ଯାହା ହେଉଛି Title
03:21 ଯଦି ଆମେ Bodyରେ ଟେକ୍ସଟ୍ ରଖୁନେ, ତେବେ ଆମ ପାଖରେ କିଛି ନାହିଁ. Summary ସହିତ ଏକ Article Content Type ଆସେ
03:28 ଯଦି ଆମେ Summaryରେ କିଛି ରଖୁନେ, ତେବେ Drupal ତାହାକୁ କ୍ରିଏଟ୍ କରିବାକୁ ପ୍ରଥମେ କିଛି ଅକ୍ଷର ନିଏ. ଏହାକୁ Teaser Mode କୁହାଯାଏ
03:38 ଚାଲନ୍ତୁ ଆଗକୁ ବଢ଼ିବା. ଆମେ ଏଠାରେ କିଛି ଟେକ୍ସଟ୍ ଲାଇନ୍ ଟାଇପ୍ କରିବା
03:43 ଆମଣ, ନିଜ ଇଚ୍ଛାରେ ଯେକୌଣସି ଟେକ୍ସଟ ଟାଇପ୍ କରିପାରିବେ
03:45 ଏହା ହେଉଛି ମୋର ଟେକ୍ସଟ୍
03:50 ଏଠାରେ, HTMLରେ କେଉଁ Elements ରଖିବାର ଆମକୁ ଅନୁମତି ଅଛି, ତାହା Text Format ଦେଖାଏ
03:56 ଆମ ପାଖରେ Basic, Restricted ଓ Full HTML ଅଛି. ଆମେ Super User ହୋଇଥିବାରୁ, ସବୁକିଛି ଦେଖିପାରିବା
04:05 ସାଧାରଣତଃ, ଯେତେବେଳେ ଜଣେ ୟୁଜର୍, Editor କିମ୍ୱା Publisher ଭାବେ ଲଗ୍ ଇନ୍ କରନ୍ତି, ସେତେବେଳେ ଏଠାରେ କେବଳ ଗୋଟିଏ Text Format ଥାଏ. ସେମାନଙ୍କୁ କେବଳ ସେହି Text Format ବ୍ୟବହାର କରିବାକୁ ଅନୁମତି ଥାଏ
04:17 ଅଧିକ ବିବରଣୀ ପାଇଁ, About Text Formats ଲିଙ୍କ ଉପରେ କ୍ଲିକ୍ କରନ୍ତୁ
04:22 ଏବେପାଇଁ, Basic HTML ସିଲେକ୍ଟ କରନ୍ତୁ
04:26 Basic HTML, Source Code ଦେଖିବାକୁ ଓ କିଛି Basic HTML Elements ବ୍ୟବହାର କରିବାକୁ ଆମକୁ ଅନୁମତି ଦେଇଥାଏ, ଯେପରି -
04:33 Paragraph Tag, Strong Italic,
04:36 Unordered List, Ordered List ଓ ଅନ୍ୟ କିଛି
04:41 Full HTML ଆମକୁ, JavaScript ଓ iFrame ସମେତ ଯେକୌଣସି HTMLର ଏମ୍ୱେଡ୍ କରିବାର ଅନୁମତି ଦେଇଥାଏ
04:48 Restricted HTMLରେ ଆମକୁ, କେବଳ Paragraph Tag କିମ୍ୱା Line Breaks ପରି କିଛିକୁ ହିଁ ଏଣ୍ଟର୍ କରିବାକୁ ଅନୁମତି ମିଳିଥାଏ
04:57 WYSIWYG ଏଡିଟର୍ ହେଉଛି CK ଏଡିଟର୍. ଆମେ ପରେ ତାହା ବିଷୟରେ ଜାଣିବା
05:03 ଏଠାରେ ଆମେ ଦେଖିପାରିବା - Bold, Italics, Linking, Unordered ଓ Ordered Lists, Block Quote ଓ Image
05:11 ବିଭିନ୍ନ H Tags ଚୟନ କରିବା ପାଇଁ ଏକ Formatting Drop Down ଓ ତା’ପରେ View Source
05:18 ମୁଁ ଯେତେବେଳେ Text Format ବଦଳାଏ, ଅଧିକ ବଟନ୍ସ ପାଏ. ଆମେ ପରେ ସେଗୁଡ଼ିକ ବିଷୟରେ ଜାଣିବା
05:25 ଏବେପାଇଁ ଏହାକୁ Basic HTML ଭାବେ ଛାଡ଼ିଦେବା. Continue ବଟନ୍ ଉପରେ କ୍ଲିକ୍ କରନ୍ତୁ
05:32 ଚାଲନ୍ତୁ, ଆମ Article ସାରିଦେବା. ପୁଣିଥରେ, Introduction ଓ Drupal ଟାଗ୍ସ ବ୍ୟବହାର କରିବା
05:40 ଏବେପାଇଁ, Imageକୁ ଖାଲି ଛାଡ଼ିଦେବା. ତାହା କିପରି କାମ କରେ, ଆପଣ ତାହା ଦେଖିସାରିଛନ୍ତି
05:47 ଏଠାରେ, ଡାହାଣପଟେ ଆମକୁ, Visibility ଓ Publication ସେଟିଙ୍ଗ୍ସ ମିଳେ
05:52 ଏହି ନିର୍ଦ୍ଦିଷ୍ଟ Article ପାଇଁ Version Control ଏନାବଲ୍ କରିବା ପାଇଁ Create New Revision ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ
05:59 ଯଦି Menu Link ସହିତ ଆମେ ଏକ Article ଆଡ୍ କରିବାକୁ ଚାହିଁବା, ତେବେ Provide a Menu Link ଚେକ୍ ବକ୍ସ ଉପରେ କ୍ଲିକ୍ କରନ୍ତୁ. Main Navigationରେ Drupal ଏକ ମେନୁ ଆଡ୍ କରିବ
06:11 ଯଦି ଆପଣ ତାହା କରନ୍ତି, ତେବେ ଆମେ, ଶହ-ଶହ ମେଲ୍ସ ପାଇବା. ତେଣୁ, ଚେକ୍ ମାର୍କକୁ କାଢ଼ିଦିଅନ୍ତୁ
06:17 ଗୋଟିଏ ନିର୍ଦ୍ଦିଷ୍ଟ Nodeରେ ଆମେ, Commentsକୁ ON କିମ୍ୱା OFF କରିପାରିବା
06:22 ଏଠାରେ ଆମେ, URL Alias ଦେଇପାରିବା
06:26 ଯଦି ଖାଲି ଛଡ଼ାଯାଏ, ତେବେ ଏହାକୁ Drupal ଆମ ପାଇଁ ତିଆରି କରିଦେବ
06:30 Authorising Information ଅନ୍ତର୍ଗତ, ଏହି Nodeକୁ କିଏ ଓ କେବେ ତିଆରି କରିଛି, ଦେଖିପାରିବା
06:37 Promotion Options ଅନ୍ତର୍ଗତ, ଆମେ View Settings ସେଟ୍ କରିପାରିବା, ଯେପରି - ଫ୍ରଣ୍ଟ ପେଜ୍ କୁ ଏହି Node ପ୍ରମୋଟ୍ କରାଯିବ କି ନାହିଁ ଏବଂ ତାଲିକା ଉପରେ ଏହା Sticky ହେବ କି ନାହିଁ
06:50 ଆମର Content Type କ୍ରିଏଟ୍ କରିବାବେଳେ ଏହିଗୁଡ଼ିକ ହେଉଛି ସେଟ୍-ଅପ୍ ଏବଂ Editor ସେହିଗୁଡ଼ିକୁ ବଦଳାଇବ ନାହିଁ
06:56 କିନ୍ତୁ ଆମେ, ଆମ ପସନ୍ଦ ଅନୁସାରେ ବଦଳାଇପାରିବା
07:00 ଶେଷରେ, ଆମ Nodeକୁ ସେଭ୍ କରିବା ପାଇଁ Save and Publish କ୍ଲିକ୍ କରନ୍ତୁ
07:04 ତୁରନ୍ତ ହିଁ, ଆମ ସାଇଟ୍ ରେ Nodeଟି ଲାଇଭ୍ ହୋଇଯିବ. ଆମେ ଏଠାରେ ତାହାକୁ ଦେଖିପାରିବା
07:10 Home ପେଜ୍ ରେ କ୍ଲିକ୍ କରନ୍ତୁ
07:12 ଆମ ପାଖରେ ଆମର, Welcome to Drupalville ଓ Drupalville's Second Article ଅଛି
07:17 Teaser Modeରେ, ଏହିଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:23 ଏଠାରେ, Read More ଓ Add New Comment ଲିଙ୍କ୍ସ ଅଛି
07:28 ଡ୍ରୁପଲ ଶବ୍ଦ ସହିତ ଟାଗ୍ ହୋଇଥିବା ସମସ୍ତ Nodesର ତାଲିକା ପାଇବା ପାଇଁ Drupal ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:35 ପୁଣିଥରେ, Nodeଗୁଡ଼ିକ ପ୍ରକାଶନ ତାରିଖ କ୍ରମରେ ପ୍ରଦର୍ଶିତ ହୋଇଛି
07:40 ତାହା ହେଉଛି Article Content Type
07:43 Edit ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ
07:45 ଆମେ ଏଠାରେ, ଯାହା ଚାହିଁବା ପ୍ରବିଷ୍ଟ କରିପାରିବା
07:48 ଡିଫଲ୍ଟ ଭାବରେ Drupal, ଅନେକ ଅପ୍ସନ୍ସ ଦେଇଥାଏ
07:52 Save and Keep Published ଉପରେ କ୍ଲିକ୍ କରନ୍ତୁ
07:56 ଯାହାକିଛି ପାଇଁ ଆମେ Content Types ବ୍ୟବହାର କରିପାରିବା
07:58 ଏବେ ଚାଲନ୍ତୁ, ଆଉ ଗୋଟିଏ Item ଆଡ୍ କରିବା. Shortcuts ଓ Add Content ଉପରେ କ୍ଲିକ୍ କରନ୍ତୁ
08:04 Basic Page ଚୟନ କରନ୍ତୁ. Basic Pageରେ, Title ଓ Body ଅଛି
08:10 ସେଥିରେ କୌଣସି Tags କିମ୍ୱା Images ନାହିଁ. ଡିଫଲ୍ଟ ଭାବରେ ଏହା, Promoted to the Front Page ନୁହେଁ
08:17 ଆହୁରି ମଧ୍ୟ, କମେଣ୍ଟ କରିବା ପାଇଁ କୌଣସି ପ୍ରାବଧାନ ନାହିଁ. ଏହା Home Pageକୁ ପ୍ରମୋଟ ନହୋଇଥିବା କାରଣରୁ, ଗୋଟିଏ ନୂଆ ମେନୁ କ୍ରିଏଟ୍ କରିବା ସହଜ
08:27 ଟାଇପ୍ କରନ୍ତୁ About Drupalville
08:30 ଏଠାରେ, ନିଜ ପସନ୍ଦ ଅନୁସାରେ କିଛି ଟେକ୍ସଟ୍ ଟାଇପ୍ କରନ୍ତୁ
08:33 ଏବେ, Menu Settings ଅନ୍ତର୍ଗତ Provide a Menu Link କ୍ଲିକ୍ କରନ୍ତୁ
08:38 ଆପଣ ଦେଖିବାକୁ ପାଇବେ ଯେ, Title ଗୋଟିଏ Menu Titleରେ ବଦଳିଗଲା
08:43 ଆମେ ଯଦି ଚାହିଁବା, ଏହାକୁ ଛୋଟ କରିପାରିବା. ଏହାକୁ, Main Navigationରେ ଦେଖନ୍ତୁ ଓ ଏବେପାଇଁ Weightକୁ 0 ରଖନ୍ତୁ
08:51 Weight, ଯେଉଁଠାରେ ତାଲିକାରେ ମେନୁ ଦେଖାଦେବେ. ନିମ୍ନ ସଂଖ୍ୟା କିମ୍ୱା ନେଗେଟିଭ୍ ସଂଖ୍ୟା, ଏହାକୁ ଉଚ୍ଚତର କରିଦେବ, ଅର୍ଥାତ୍ ଏହା ଉପରକୁ ଚାଲିଯିବ
09:03 ଅନ୍ୟଗୁଡ଼ିକୁ ଅପରିବର୍ତ୍ତିତ ରଖନ୍ତୁ. ସୁନିଶ୍ଚିତ କରନ୍ତୁ କି, Menu Link ଚେକ୍ ହୋଇଥିବ ଓ Save and Publish କ୍ଲିକ୍ କରନ୍ତୁ
09:11 ଏହା ଆମକୁ, About Drupalville Node ଶୀର୍ଷକ ସହିତ ଆମର Basic Page Content Typeକୁ ନେଇଯିବ
09:22 Node ID, 3 ଦେଖାଉଛି. ଯଦି ଆପଣ ପୂର୍ବରୁ ଅନ୍ୟ Nodes ଆଡ୍ କରିଛନ୍ତି, ତେବେ ଆପଣଙ୍କର Node ID ମୋଠାରୁ ଭିନ୍ନ ହୋଇପାରେ
09:32 ତଳ ବାମପଟେ, ଆମେ ଦେଖିପାରୁଛେ ଯେ, ଏହା ହେଉଛି Node ID 3. ଅବଶ୍ୟ, ଆପଣଙ୍କୁ ତାହା ସବୁବେଳେ ଦରକାର ହେବନାହିଁ
09:41 ଏକ Menu Link ସହିତ ତାହା ହେଉଛି Article ଓ Basic Page Content Type. ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ
09:50 ସଂକ୍ଷିପ୍ତରେ, ଏହି ଟ୍ୟୁଟୋରିଆଲ୍ ରେ ଆମେ ନିମ୍ନଲିଖିତ ଶିଖିଲେ: Content Types, ଏକ Article କ୍ରିଏଟ୍ କରିବା ଏବଂ, ଏକ ବେସିକ୍ ପେଜ୍ କ୍ରିଏଟ୍ କରିବା
10:05 Acquia ଓ OSTrainingରୁ ଏହି ଭିଡିଓ ଗ୍ରହଣ କରାଯାଇଛି ଏବଂ IIT ବମ୍ୱେର ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଦ୍ୱାରା ସଂଶୋଧିତ କରାଯାଇଛି
10:15 ନିମ୍ନ ଲିଙ୍କରେ ଥିବା ଭିଡିଓ ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ. ଦୟାକରି ଏହାକୁ ଡାଉନଲୋଡ୍ କରି ଦେଖନ୍ତୁ
10:22 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍ କର୍ମଶାଳାମାନ ଚଲାନ୍ତି ଓ ପ୍ରମାଣପତ୍ର ଦିଅନ୍ତି. ଅଧିକ ବିବରଣୀ ପାଇଁ ଦୟାକରି ଆମକୁ ଲେଖନ୍ତୁ
10:30 ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ୍, ଭାରତ ସରକାରଙ୍କ NMEICT, ମାନବ ସମ୍ୱଳ ବିକାଶ ମନ୍ତ୍ରଣାଳୟ ଓ NVLI, ସଂସ୍କୃତି ମନ୍ତ୍ରଣାଳୟରୁ ଅନୁଦାନ ପ୍ରାପ୍ତ
10:44 ଆଇଆଇଟି ବମ୍ୱେ ତରଫରୁ ମୁଁ ପ୍ରଦୀପ ଚନ୍ଦ୍ର ମହାପାତ୍ର ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ

Contributors and Content Editors

PoojaMoolya, Pradeep