Digital-Divide/C2/Registration-of-an-account-for-online-train-ticket-booking/Oriya
From Script | Spoken-Tutorial
Time | Narration |
00:01 | ବନ୍ଧୁଗଣ, Registration of an account for online train booking ଉପରେ ସ୍ପୋକନ୍ ଟ୍ୟୁଟୋରିଆଲ୍ କୁ ସ୍ୱାଗତ |
00:07 | ଏହା, Kannan Moudgalya ଙ୍କ ଦ୍ଵାରା ପ୍ରସ୍ତୁତ କରାଯାଇଛି |
00:10 | ଏହି ଟ୍ୟୁଟୋରିଆଲରେ, ଆମେ irctc.co.inରେ କିପରି ଗୋଟିଏ ନୂତନ ଆକାଉଣ୍ଟକୁ ପଞ୍ଜିକୃତ କରାଯାଏ, ଶିଖିବା |
00:18 | ଆମେ ନିମ୍ନଲିଖିତ ବିଷୟରେ ଶିଖିବା: |
00:20 | ଆକାଉଣ୍ଟକୁ ଆକ୍ଟିଭେଟ୍ କରିବା ପାଇଁ ୟୁଜରର ସୂଚନା ଭର୍ତ୍ତି କରିବା ଏବଂ |
00:23 | ପାସୱର୍ଡ ପରିବର୍ତ୍ତନ କରିବା |
00:26 | ୟୁଜରର ସୂଚନା ଉପରେ କିଛି ଟିପ୍ସ: |
00:29 | ନାମ ସର୍ବଦା ଦଶଟି ଅକ୍ଷରରୁ କମ୍ ହେବା ଆବଶ୍ୟକ |
00:32 | ଏହା ଅକ୍ଷର, ସଂଖ୍ୟା କିମ୍ବା ଅଣ୍ଡରସ୍କୋର୍ ହୋଇପାରେ |
00:36 | ପାସୱର୍ଡ ଭୁଲିଗଲେ, ସୁରକ୍ଷାତ୍ମକ ପ୍ରଶ୍ନ ଉପଯୋଗୀ ହୁଏ |
00:40 | ଆକାଉଣ୍ଟ ଆକ୍ଟିଭେଶନ୍ ସୂଚନା email ଓ mobileକୁ ପ୍ରେରିତ ହୁଏ |
00:45 | ଏହାକୁ ବ୍ରାଉଜରରେ କିପରି କରାଯାଏ, ଚାଲନ୍ତୁ ଦେଖିବା |
00:49 | ମୁଁ, irctc.co.in ୱେବସାଇଟକୁ ଖୋଲିସାରିଛି |
00:54 | fontକୁ ସାମାନ୍ୟ ବୃଦ୍ଧି କରନ୍ତୁ |
00:56 | ପ୍ରଥମ କଥା ହେଉଛି, ଟିକେଟ୍ କିଣିବା ପୂର୍ବରୁ ଆମକୁ signup କରିବାକୁ ପଡିବ |
01:01 | ଏହି Signupକୁ ଦାବନ୍ତୁ |
01:08 | ଏବଂ ଏହି page ଦେଖାଦେବ |
01:11 | ଏହା Username ଆବଶ୍ୟକ କରିବ |
01:14 | ଏହି fontକୁ ସାମାନ୍ୟ ବୃଦ୍ଧି କରନ୍ତୁ |
01:19 | kannan.mou |
01:21 | ଏହା ଦଶ ଅକ୍ଷରରୁ ଅଧିକ ଗ୍ରହଣ କରିବ ନାହିଁ |
01:24 | ଏହା, ସର୍ବାଧିକ 10 କ୍ୟାରେକ୍ଟର୍ସ ବୋଲି ଦର୍ଶାଏ |
01:28 | ଆଭେଲେବିଲିଟୀକୁ ଯାଞ୍ଚ କରନ୍ତୁ |
01:31 | ଏହା କହିବ ଯେ, The Login Name field accepts letters, numbers & underscore... କିନ୍ତୁ ଆମେ ଗୋଟିଏ ଫୁଲ୍ ଷ୍ଟପ୍ ଦେଇଛେ |
01:40 | ସେଥି ପାଇଁ ନିମ୍ନଲିଖିତ କରନ୍ତୁ- |
01:42 | ଏଠାରେ ଗୋଟିଏ ଅଣ୍ଡରସ୍କୋର୍ (_) mou ଦିଅନ୍ତୁ ଏବଂ ତା’ପରେ ନାମ ଉପଲବ୍ଧ ଅଛି କି ନାହିଁ ଯାଞ୍ଚ୍ କରନ୍ତୁ |
01:52 | ଏହି ଭଳି ଗୋଟିଏ ବାର୍ତ୍ତା ପ୍ରାପ୍ତ ହେବ, User Name is Available.. Please go ahead with the Registration process.. |
01:58 | fontର ଆକାର ଆଉ ଟିକେ ବଢାନ୍ତୁ ଯାହା ଦ୍ଵାରା ଦେଖିବା ସହଜ ହେବ |
02:08 | ଚାଲନ୍ତୁ ଅନ୍ୟ ସୂଚନା ପ୍ରବେଶ କରାଇବା |
02:11 | ଚାଲନ୍ତୁ ସୁରକ୍ଷାତ୍ମକ ପ୍ରଶ୍ନକୁ ପ୍ରବେଶ କରାଇବା |
02:15 | ଭୁଲିଯାଇଥିବା ସ୍ଥଳେ, ଏହା ପାସୱର୍ଡକୁ ପୁନର୍ଲାଭ କରିବାରେ ସାହାଯ୍ୟ କରେ |
02:19 | What is your pets name?କୁ ଚୟନ କରନ୍ତୁ |
02:22 | snowy ପ୍ରବେଶ କରନ୍ତୁ |
02:27 | ପ୍ରଥମ ନାମ Kannan |
02:31 | ଶେଷ ନାମ Moudgalya |
02:37 | ଜେଣ୍ଡରକୁ Male ଭାବେ ଛାଡି ଦେବା |
02:40 | ମ୍ୟାରିଟାଲ୍ ଷ୍ଟାଟସ୍ ହେଉଛି Married |
02:43 | Date of birthକୁ 20th December 1960 ଭାବେ ଚୟନ କରନ୍ତୁ |
02:55 | ଓକୁପେଶନକୁ Government ଭାବେ ଚୟନ କରନ୍ତୁ |
02:59 | Email-ID କୁ joker@iitb.ac.in ଭାବେ ଚୟନ କରନ୍ତୁ; your password will be sent to this email id ପ୍ରଦର୍ଶନ କରିବ |
03:12 | ମୋବାଇଲ୍ ନମ୍ବର 8876543210, ପ୍ରବେଶ କରନ୍ତୁ |
03:26 | ଏହା Mobile verification code will be sent to this mobile number ପ୍ରଦର୍ଶନ କରିବ |
03:32 | ନ୍ୟାଶନାଲିଟୀକୁ, India ଭାବେ ଚୟନ କରନ୍ତୁ |
03:36 | Residential Address ସ୍ଥାନରେ ଲେଖନ୍ତୁ: 1, Main Road |
03:44 | ସିଟୀ ଚୟନ କରନ୍ତୁ, Agra |
03:48 | ଷ୍ଟେଟ୍ ଚୟନ କରନ୍ତୁ, Uttar Pradesh |
03:58 | Pin/Zip କୁ 123456 ଭାବେ ଲେଖନ୍ତୁ |
04:05 | କଣ୍ଟ୍ରୀ ଚୟନ କରନ୍ତୁ, India |
04:10 | ଆପଣଙ୍କୁ ସଠିକ୍ ଭାବେ ଏହିସବୁକୁ ପ୍ରବେଶ କରିବାକୁ ହେବ |
04:13 | I ଟିକେଟ୍ ପ୍ରାପ୍ତ କରିବା ପାଇଁ, ଆପଣ ଏହି ଠିକଣା ବ୍ୟବହାର କରିପାରିବେ |
04:17 | ଫୋନ୍ ନମ୍ବରକୁ 011 ଭାବେ ଲେଖନ୍ତୁ |
04:23 | ମୁଁ ଏହାକୁ 12345678 ଭାବେ ଲେଖିଛି |
04:29 | ଯଦି ଆପଣ office address ଭିନ୍ନ ଭାବେ ଦେବାକୁ ଚହାଁନ୍ତି, |
04:32 | ଆପଣ ଏହାକୁ, No ଦାବି କରିପାରିବେ |
04:37 | ଏହି କ୍ଷେତ୍ରରେ, ଆପଣଙ୍କୁ ସବିଶେଷ ତଥ୍ୟ ଭର୍ତ୍ତି କରିବାକୁହେବ |
04:41 | ମୁଁ ଏହି ସବିଶେଷ ତଥ୍ୟ ପ୍ରବେଶ କରିବାକୁ ଚାହେଁ ନାହିଁ |
04:43 | Yes ଦାବନ୍ତୁ ଏବଂ office addressକୁ ବନ୍ଦ କରନ୍ତୁ |
04:48 | ଚାଲନ୍ତୁ ତଳକୁ ଯିବା |
04:50 | ଏହା ଜାଣିବାକୁ ଚାହେଁ ଯେ ଆପଣ ଅଧିକ emails ପ୍ରାପ୍ତ କରିବାକୁ ଚାହାଁନ୍ତି କି |
04:56 | ଏହାକୁ ସାମାନ୍ୟ ଛୋଟ କରନ୍ତୁ |
04:59 | No ଚୟନ କରନ୍ତୁ; ମୁଁ କୌଣସି emails ଚାହେଁ ନାହିଁ |
05:06 | ବର୍ତ୍ତମାନ ଭେରିଫିକେଶନ୍ କୋଡ୍ T37861W, ପ୍ରବେଶ କରିବାକୁ ହେବ |
05:17 | submit କରନ୍ତୁ |
05:21 | ମାଗ୍ନିଫାୟିଙ୍ଗ୍ ଗ୍ଲାସ୍ ବ୍ୟବହାର କରନ୍ତୁ, ଏହା ଏଠାରେ ଆବଶ୍ୟକ |
05:27 | ଏହା email idକୁ joker ଭାବେ ଦର୍ଶାଇବ |
05:31 | ଏବଂ ମୋବାଇଲ୍ ନମ୍ବର୍ ଯାହା ପୂର୍ବରୁ ଭର୍ତ୍ତି କରାଯାଇଛି, ଅନୁମୋଦିତ ହେବ |
05:36 | ଜାରି ରଖିବା ପାଇଁ OK ଦାବନ୍ତୁ କିମ୍ବା ଅପଡେଟ୍ କରିବା ପାଇଁ Cancel ଦାବନ୍ତୁ |
05:39 | OK ଦାବନ୍ତୁ |
05:48 | ତା’ପରେ ଏହା, Please indicate your acceptance of the Terms and Conditions button at the bottom of the page.... ଦର୍ଶାଇବ |
05:57 | ତେଣୁ, ତଳକୁ ସ୍କ୍ରୋଲ୍ କରନ୍ତୁ |
06:00 | କିପରି ଦେଖାଯାଏ ଜାଣିବା ପାଇଁ, ଏହାକୁ ସାମାନ୍ୟ ଛୋଟ କରନ୍ତୁ |
06:07 | ଠିକ୍ ଅଛି, ଯଦି ଆପଣ ଚାହାଁନ୍ତି, ତେବେ ଏଗୁଡିକ ପ୍ରତ୍ୟେକ ଉପରେ କ୍ଲିକ୍ କରି ଦେଖିପାରିବେ |
06:13 | ଏହାକୁ ଆକ୍ସେପ୍ଟ କରନ୍ତୁ |
06:17 | ମୁଁ ଏହାକୁ ଆକ୍ସେପ୍ଟ କରିବି |
06:20 | ଠିକ୍ ଅଛି, ରେକର୍ଡିଙ୍ଗକୁ ପୁନଃ ଚାଲୁ କରନ୍ତୁ |
06:22 | ବାସ୍ତବରେ, ମୁଁ ଏହାକୁ ପଜ୍ କରିଦେଇଥିଲି କାରଣ ବେଳେବେଳେ irctc ସ୍ଲୋ ଥାଏ |
06:27 | ଏହା କିଛି ସମୟ ନେଇଥାଏ |
06:29 | ତା’ପରେ, Thank you. You have been successfully Registered ଭାବେ ବାର୍ତ୍ତା ପ୍ରାପ୍ତ ହେବ |
06:34 | ଏହାକୁ ସାମାନ୍ୟ ବଡ କରନ୍ତୁ. your user-id, password and activation link has been sent to your registered E-mail id, ବୋଲି ଦର୍ଶାଇବ |
06:41 | ଏବଂ ଭେରିଫିକେଶନ୍ କୋଡ୍, ପଞ୍ଜିକୃତ ମୋବାଇଲ୍ ନମ୍ବରକୁ ପ୍ରେରିତ ହୋଇଯିବ |
06:46 | ଆପଣଙ୍କ ଆକାଉଣ୍ଟକୁ ଆକ୍ଟିଭେଟ୍ କରିବା ପାଇଁ, ଦୟାକରି ଆକ୍ଟିଭେଶନ୍ ଲିଙ୍କ୍ ଓ ମୋବାଇଲ୍ ଭେରିଫିକେଶନ୍ କୋଡକୁ ବ୍ୟବହାର କରନ୍ତୁ |
06:54 | ସ୍ଲାଇଡକୁ ଫେରିଆସନ୍ତୁ, accountକୁ ଆକ୍ଟିଭେଟ୍ କରିବା ବିଷୟରେ ଶିଖିବା |
07:01 | IRCTC ତରଫରୁ ଗୋଟିଏ ଇମେଲ୍ ପ୍ରାପ୍ତ ହେବ |
07:05 | ଇମେଲରେ ପ୍ରଦତ୍ତ ଥିବା ଲିଙ୍କ୍ ଉପରେ କ୍ଲିକ୍ କରନ୍ତୁ |
07:08 | କିମ୍ବା, ବ୍ରାଉଜର୍ ଉପରେ ଲିଙ୍କଟିକୁ copy-paste କରନ୍ତୁ |
07:11 | ଏହା ଗୋଟିଏ web page ଖୋଲିବ |
07:14 | ମୋବାଇଲକୁ ପ୍ରେରିତ ହୋଇଥିବା code ପ୍ରବେଶ କରାନ୍ତୁ |
07:17 | ଏହା accountକୁ ଆକ୍ଟିଭେଟ୍ କରିବ |
07:20 | ଚାଲନ୍ତୁ ଏହାକୁ ୱେବ୍ ବ୍ରାଉଜର୍ ଉପରେ କରିବା |
07:25 | ଠିକ୍ ଅଛି, ଏହା ଯେପରି କହୁଛି ସେହିପରି କରନ୍ତୁ |
07:28 | ପ୍ରଥମେ ଆପଣ, ଆପଣଙ୍କ email addressକୁ ଯା’ନ୍ତୁ |
07:32 | ନିମ୍ନଲିଖିତ ମେଲ୍ ପ୍ରାପ୍ତ କରିବେ |
07:34 | ଆପଣଙ୍କ user-id, ଏଠାରେ ପ୍ରଦତ୍ତ ଅଛି: |
07:36 | Kannan_mou . ପାସୱର୍ଡ ଏଠାରେ ପ୍ରଦତ୍ତ ଅଛି |
07:40 | ଏବଂ ତା’ପରେ ଏହା, ଏଠାରେ କ୍ଲିକ୍ କରି ଆକାଉଣ୍ଟକୁ ଆକ୍ଟିଭେଟ୍ କରିବା ପାଇଁ କହିବ |
07:43 | ଏଠାରେ କ୍ଲିକ୍ କରନ୍ତୁ |
07:48 | ଏହା ୱେବସାଇଟକୁ ଫେରିଯିବ |
07:51 | ଠିକ୍ ଅଛି, ଏହି ବାର୍ତ୍ତା ପ୍ରାପ୍ତ ହେବ |
07:58 | ଆପଣଙ୍କ ମୋବାଇଲ୍ ନମ୍ବରରେ ପ୍ରାପ୍ତ ହୋଇଥିବା କୋଡକୁ ପ୍ରବେଶ କରନ୍ତୁ |
08:09 | ଯାହା, 6 ଅକ୍ଷର ବିଶିଷ୍ଟ string ଅଟେ |
08:13 | ଏହାକୁ submit କରନ୍ତୁ |
08:20 | ଏହା କୁହେ ଯେ, security ଦୃଷ୍ଟିକୋଣରୁ, login କରିବା ପୂର୍ବରୁ ମୋତେ ପାସୱର୍ଡ ପରିବର୍ତ୍ତନ କରିବାକୁ ହେବ |
08:24 | ବର୍ତ୍ତମାନ, ଆପଣ ଟିକେଟ୍ ବୂକ୍ କରିବା ପାଇଁ ପ୍ରସ୍ତୁତ |
08:31 | ପ୍ରଥମ କାମ, ଆପଣଙ୍କୁ Sign Out କରିବାକୁ ହେବ |
08:37 | ମୋର ଟାଇପିଙ୍ଗ୍ ଟିକେ ମନ୍ଥର ଅଟେ ତେଣୁ ଏହା ସେସନ୍ ସମାପ୍ତ ବୋଲି ଦର୍ଶାଇବ |
08:43 | ଏହି ବାର୍ତ୍ତା ବାରମ୍ବାର ପ୍ରଦର୍ଶନ ହେବ, ବିଶେଷ କରି irctcର ବ୍ୟବହାର ସମୟରେ ଯଦି ଆପଣ ସୂଚନା ଭର୍ତ୍ତି କରିବାରେ ମନ୍ଥର ହେବେ |
08:51 | ଚିନ୍ତିତ ହୁଅନ୍ତୁ ନାହିଁ |
08:53 | ଆପଣ ପୂନର୍ବାର login କରନ୍ତୁ ଏବଂ ଚେଷ୍ଟା କରନ୍ତୁ |
08:55 | ପୂନର୍ବାର ଆପଣଙ୍କ ଆକାଉଣ୍ଟରେ login କରନ୍ତୁ |
08:59 | ବର୍ତ୍ତମାନ ଚାଲନ୍ତୁ, ପାସୱର୍ଡ କିପରି ପରିବର୍ତ୍ତନ କରାଯାଏ ଶିଖିବା |
09:03 | http://www.irctc.co.inକୁ ଯା’ନ୍ତୁ |
09:06 | ଆକ୍ଟିଭେଟ୍ ହୋଇଥିବା ଆକାଉଣ୍ଟ୍ ମଧ୍ୟରେ ପ୍ରବେଶ କରନ୍ତୁ |
09:09 | ଏଥି ପାଇଁ, email ମାଧ୍ୟମରେ ପ୍ରାପ୍ତ ହୋଇଥିବା ପାସୱର୍ଡକୁ ବ୍ୟବହାର କରନ୍ତୁ |
09:13 | ୟୁଜର୍ ପ୍ରୋଫାଇଲ୍ ଏବଂ change password ଲିଙ୍କକୁ ଯା’ନ୍ତୁ |
09:19 | ପୁରୁଣା ପାସୱର୍ଡକୁ ପ୍ରବେଶ କରନ୍ତୁ |
09:21 | ନୂତନ ପାସୱର୍ଡକୁ ଦୁଇଥର ପ୍ରବେଶ କରନ୍ତୁ |
09:24 | ଚାଲନ୍ତୁ ବର୍ତ୍ତମାନ, ଆମେ ଏହାକୁ ୱେବ୍ ବ୍ରାଉଜରରେ କରିବା |
09:29 | ଏବଂ Usernameରେ, kannan _mou ଟାଇପ୍ କରନ୍ତୁ |
09:36 | Passwordରେ, ଆପଣଙ୍କ ଏମେଲ୍ ଠିକଣାରେ ପ୍ରେରିତ ହୋଇଥିବା ପାସୱର୍ଡକୁ ଟାଇପକରନ୍ତୁ |
09:40 | ମୁଁ ଏହାକୁ ପ୍ରଥମ ଥର କରୁଛି, |
09:42 | kgm838 |
09:46 | ଏଠାରେ Login କରନ୍ତୁ |
09:49 | ପାସୱର୍ଡ ପରିବର୍ତ୍ତନ କରିବାକୁ ହେବ. ଇମେଲ୍ ମାଧ୍ୟମରେ ପ୍ରେରିତ ପାସୱର୍ଡକୁ ମନେପକାନ୍ତୁ, ଯାହା ପରିବର୍ତ୍ତନ ହେବ |
09:57 | ଏହାକୁ କରିବା ମାର୍ଗ ହେଉଛି, ଆପଣଙ୍କୁ user profileକୁ ଯିବାକୁ ହେବ, |
10:01 | Change Password ଚୟନ କରନ୍ତୁ |
10:10 | Old password. |
10:20 | ଠିକ୍ ଅଛି, ଏହାକୁ ସବମିଟ୍ କରନ୍ତୁ |
10:23 | ବର୍ତ୍ତମାନ, ନିମ୍ନଲିଖିତ ବାର୍ତ୍ତା ପ୍ରାପ୍ତ ହେବ |
10:25 | The password has been changed. |
10:27 | ତାହା, ବହୁତ ଭଲ ହେଲା |
10:32 | ବର୍ତ୍ତମାନ ସ୍ଲାଇଡକୁ ଫେରି ଆସନ୍ତୁ |
10:35 | ଆକାଉଣ୍ଟକୁ ବ୍ୟବହାର କରିବାର କେତୋଟି ଛୋଟ ଉପଦେଶ: |
10:37 | ଅନ୍ୟମାନଙ୍କ ପାଖରେ ନିଜର ପାସୱର୍ଡକୁ ପ୍ରକାଶ କରନ୍ତୁ ନାହିଁ |
10:41 | ଯେତେବେଳେ ଗୋଟିଏ ଟିକେଟ୍ କିଣିବେ, ଆପଣ ଇମେଲରେ ସମ୍ପୁର୍ଣ୍ଣ ବିବରଣୀ ପ୍ରାପ୍ତ କରିବେ |
10:45 | ଆପଣଙ୍କ ଇମେଲ୍ ଆକାଉଣ୍ଟର ପାସୱର୍ଡ ମଧ୍ୟ ଅନ୍ୟମାନଙ୍କ ପାଖରେ ପ୍ରକାଶ କରନ୍ତୁ ନାହିଁ |
10:51 | ଆପଣଙ୍କ ପାସୱର୍ଡକୁ ବାରମ୍ବାର ପରିବର୍ତ୍ତନ କରନ୍ତୁ |
10:55 | ପରବର୍ତ୍ତି ଟ୍ୟୁଟୋରିଆଲରେ ଆମେ, କିପରି ଟିକେଟ୍ କିଣାଯାଏ ଆଲୋଚନା କରିବା |
11:01 | ବର୍ତ୍ତମାନ ଆମ ପାଖରେ, ସ୍ପୋକନ୍ ଟ୍ୟୁଟୋରିଆଲ ଉପରେ କିଛି ସୂଚନା ଅଛି |
11:04 | ନିମ୍ନ ଲିଙ୍କରେ ଥିବା ଭିଡିଓକୁ ଦେଖନ୍ତୁ, http://spoken-tutorial.org/What_is_a_Spoken_Tutorial |
11:11 | ଏହା ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟକୁ ସାରାଂଶିତ କରେ |
11:15 | ଯଦି ଆପଣଙ୍କର ଭଲ ବ୍ୟାଣ୍ଡୱିଡଥ୍ ନାହିଁ, ଏହାକୁ ଡାଉନଲୋଡ୍ କରିଦେଖିପାରିବେ |
11:20 | ସ୍ପୋକନ୍ ଟ୍ୟୁଟୋରିଆଲ୍ ପ୍ରୋଜେକ୍ଟ ଟିମ୍: |
11:22 | ସ୍ପୋକନ୍ ଟ୍ୟୁଟୋରିଆଲ୍ସ ବ୍ୟବହାର କରି କର୍ମଶାଳାମାନ ଚଲାନ୍ତି |
11:25 | ଅନଲାଇନ୍ ଟେଷ୍ଟ ପାସ୍ କରୁଥିବା ବ୍ୟକ୍ତିମାନଙ୍କୁ ପ୍ରମାଣପତ୍ର ଦିଅନ୍ତି. |
11:28 | ଅଧିକ ବିବରଣୀ ପାଇଁ ଦୟାକରି ଆମକୁ କଣ୍ଟାକ୍ଟ କରନ୍ତୁ |
11:31 | ସ୍ପୋକନ୍ ଟ୍ୟୁଟୋରିଆଲ ପ୍ରୋଜେକ୍ଟ, ଟକ୍ ଟୁ ଏ ଟିଚର୍ ପ୍ରୋଜେକ୍ଟର ଏକ ଅଂଶ. |
11:35 | ଏହା ଭାରତ ସରକାରଙ୍କ MHRDର ICT ମାଧ୍ୟମରେ ରାଷ୍ଟ୍ରୀୟ ସାକ୍ଷରତା ମିଶନ୍ ଦ୍ୱାରା ସମର୍ଥିତ. |
11:41 | ଏହି ମିଶନ୍ ଉପରେ ଅଧିକ ବିବରଣୀ ନିମ୍ନ ଲିଙ୍କ (spoken-tutorial.org/NMEICT-Intro)ରେ ଉପଲବ୍ଧ |
11:51 | ଏହା ଆମକୁ ଏହି ଟ୍ୟୁଟୋରିଆଲର ସମାପ୍ତିକୁ ଆଣେ |
11:54 | ଆଇଆଇଟି ବମ୍ୱେ ତରଫରୁ, ପ୍ରଦୀପ ମହାପାତ୍ରଙ୍କ ସହ ମୁଁ ପ୍ରଭାସ ତ୍ରିପାଠୀ ଆପଣଙ୍କଠାରୁ ବିଦାୟ ନେଉଛି. ଆମ ସହିତ ଜଡ଼ିତ ହୋଇଥିବାରୁ ଧନ୍ୟବାଦ |